ଆଧାର କଣ ? ଆଧାର ହେଉଛି ଏକ 12 ଅଙ୍କ ବିଶିଷ୍ଟ ଅନିୟମିତ ସଂଖ୍ୟା ଯାହା କର୍ତ୍ତୃପକ୍ଷଙ୍କ ଦ୍ୱାରା ସ୍ଥିରିକୃତ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ UIDAI ଦ୍ୱାରା ଜାରି କରାଯାଏ । ବୟସ ଏବଂ ଲିଙ୍ଗ ନିର୍ବିଶେଷରେ ଯିଏ ଜଣେ ଭାରତୀୟ ନାଗରିକ, ସେ ସ୍ୱେଚ୍ଛାକୃତ ଭାବରେ ଆଧାର ନମ୍ବର ପାଇବା ପାଇଁ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ କରିବା ପାଇଁ ଇଚ୍ଛୁକ ବ୍ୟକ୍ତିଙ୍କୁ ପଞ୍ଜୀକରଣ ସମୟରେ ବାୟୋମେଟ୍ରିକ୍ ଏବଂ ଜନସାଂଖିକୀୟ ସୂଚନା ଦେବାକୁ ପଡ଼ିବ, ଯାହା କି ସମ୍ପୂର୍ଣ୍ଣ ଭାବରେ ମାଗଣା ଅଟେ । ଆଧାର ପାଇଁ ଜଣେ ବ୍ୟକ୍ତିଙ୍କୁ କେବଳ ଥରେ ପଞ୍ଜୀକରଣ କରିବା ପାଇଁ ପଡ଼ିଥାଏ ଏବଂ ପୁନଃପ୍ରତିଲିପିକରଣ ପରେ, କେବଳ ଗୋଟିଏ ଆଧାର ହିଁ ଉତ୍ପନ୍ନ ହେବ, ଯେହେତୁ ଜନସାଂଖିକୀୟ/ବାୟୋମେଟ୍ରିକ୍ ପୁନଃପ୍ରତିଲିପିକରଣ ପ୍ରକ୍ରିୟା ସମୟରେ ତାହା ସ୍ୱତନ୍ତ୍ର ବୋଲି ପ୍ରମାଣିତ ହୋଇଥାଏ । ତେଣୁ, ଆଧାର ହେଉଛି ଏକ ସ୍ୱତନ୍ତ୍ର ଏବଂ ଆଜୀବନ ପରିଚୟ ସଂଖ୍ୟା, ଯାହା ଅନଲାଇନ ମାଧ୍ୟମରେ ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ପ୍ରମାଣିତ କରାଯାଇ ପାରିବ ଏବଂ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇ ପାରିବ ନାହିଁ । ଜନସାଂଖିକୀୟ ସୂଚନା ନାମ, ଜନ୍ମ ତାରିଖ (କିମ୍ବା ବୟସ), ଲିଙ୍ଗ, ଠିକଣା, ମୋବାଇଲ୍ ନମ୍ବର (ଇଚ୍ଛାଧୀନ) ଏବଂ ଇ-ମେଲ୍ ଆଇଡି (ଇଚ୍ଛାଧୀନ) ବାୟୋମେଟ୍ରିକ୍ ସୂଚନା ଦଶଟି ଆଙ୍ଗୁଠିର ଚିହ୍ନ, ଦୁଇଟି ଆଇରିସ୍ ସ୍କାନ୍, ଏବଂ ମୁହଁର ଫଟୋ ଆଧାର ନମ୍ବରରେ କୌଣସି ଚାତୁର୍ଯ୍ୟ କିମ୍ବା ବ୍ୟକ୍ତିଙ୍କ ବିଷୟରେ ସଂକ୍ଷିପ୍ତ ବିବରଣୀ କିମ୍ବା ଟ୍ରାକିଂ ସୂଚନା ନଥାଏ । ଏହା ଏକ ପରିଚାୟକ ଏବଂ ନାଗରିକତ୍ୱର ପ୍ରମାଣ ଭାବରେ ବ୍ୟବହାର କରାଯାଏ ନାହିଁ । ଏହା କୌଣସି ଅଧିକାର, ଲାଭ କିମ୍ବା କ୍ଷମତା ଦିଏ ନାହିଁ । ତେବେ, ଆଧାର ଏକ ସ୍ଥାୟୀ ଆର୍ଥିକ ଠିକଣା ଭାବରେ ବ୍ୟବହାର କରାଯାଇପାରିବ ଏବଂ ଏହା ସମାଜର ସାଧାରଣ ଜୀବନଯାପନ ଉପଭୋଗରୁ ବଞ୍ଚିତ ଏବଂ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଆର୍ଥିକ ଶ୍ରେଣୀରେ ଅନ୍ତର୍ଭୁକ୍ତ କରେ । ତେଣୁ, ଏହା ନ୍ୟାୟ ଏବଂ ସମାନତା ବଣ୍ଟନର ଏକ ଉପକରଣ । ସାମାଜିକ ଏବଂ ଆର୍ଥିକ ଅନ୍ତର୍ଭୁକ୍ତି, ସାମାଜରେ ବିଭିନ୍ନ ଶ୍ରେଣୀରେ ନିୟମିତ ବଣ୍ଟନରେ ସଂସ୍କାର, ଆର୍ଥିକ ଖର୍ଚ୍ଚ ଅଟକଳ ପରିଚାଳନା ପାଇଁ, ସୁବିଧାସୁଯୋଗ ବଢ଼ାଇବା ଏବଂ ବାଧା-ମୁକ୍ତ ଜନକୈନ୍ଦ୍ରୀକ ସରକାରୀ ଶାସନକୁ ପ୍ରୋତ୍ସାହିତ କରିବା ପାଇଁ ଆଧାର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ନୀତି ଉପକରଣ । ଆଧାର ପରିଚୟ ମଞ୍ଚ ‘ଡିଜିଟାଲ୍ ଇଣ୍ଡିଆ’ର ପ୍ରମୁଖ ସ୍ତମ୍ଭଗୁଡ଼ିକ ମଧ୍ୟରୁ ଗୋଟିଏ, ଯେଉଁଠାରେ ଏହା ଦେଶର ପ୍ରତ୍ୟେକ ନାଗରିକଙ୍କୁ ସ୍ୱତନ୍ତ୍ର ପରିଚୟ ଯୋଗାଇଦେବ । ଆଧାର କାର୍ଯ୍ୟକ୍ରମ ଅନେକଗୁଡ଼ିକ ମାଇଲଖୁଣ୍ଟ ସଫଳତାର ସହ ଅତିକ୍ରମ କରିସାରିଛି ଏବଂ ବିଶ୍ୱରେ ଏହା ଏଭଳି ସର୍ବବୃହତ୍ ବାୟୋମେଟ୍ରିକ୍ ଉପରେ ପର୍ଯ୍ୟବସିତ ପରିଚୟ ବ୍ୟବସ୍ଥା । ଏହାର ଚାରିଟି ମୌଳିକ ବୈଶିଷ୍ଟ୍ୟ ସ୍ଵତନ୍ତ୍ରତା , ପ୍ରମାଣ, ଆର୍ଥିକ ଠିକଣା ଏବଂ e-KYC ସହ ଆଧାର ଭାରତ ସରକାରଙ୍କୁ କେବଳ ନାଗରିକଙ୍କର ଆଧାର ନମ୍ବର ବ୍ୟବହାର କରି ଦେଶର ଜନତାଙ୍କ ପାଖରେ ସିଧାସଳଖ ପହଞ୍ଚିବାର ବାଟ ଯୋଗାଇଦିଏ । ଏହା ମଧ୍ୟ ବାସିନ୍ଦାଙ୍କ ପାଇଁ ଅନେକ ସବସିଡି ଏବଂ ସେବା ବ୍ୟବହାର କରିବାର ମାର୍ଗ ପ୍ରସ୍ତୁତ କରେ,ଯାହା ପୂର୍ବରୁ ସେମାନେ ବ୍ୟବହାର କରିପାରୁନଥିଲେ । ମୌଳିକ ବୈଶିଷ୍ଟ୍ୟ ଅଦ୍ୱିତୀୟତା ଏହା ଜନସାଂଖିକୀୟ ଓ ବାୟୋମେଟ୍ରିକ୍ ସୂଚନାର ପୁନଃପ୍ରତିଲିପିକରଣ ପ୍ରକ୍ରିୟା ମାଧ୍ୟମରେ ହାସଲ କରାଯାଏ । ଡାଟାବେସରେ ବ୍ୟକ୍ତି ପୂର୍ବରୁ ଅଛନ୍ତି କି ନାହିଁ ଯାଞ୍ଚ କରିବା ପାଇଁ ପୁନଃପ୍ରତିଲିପିକରଣ ପ୍ରକ୍ରୀୟା ନାଗରିକଙ୍କର ଡେମୋଗ୍ରାଫିକ୍ ଓ ବାୟୋମେଟ୍ରିକ୍ ସୂଚନା ରେକର୍ଡ ସହ ଯାଞ୍ଚ କରେ ତୁଳନା କରେ । ପଞ୍ଜୀକରଣ ପ୍ରକ୍ରିୟା ସମୟରେ ସଂଗୃହିତ ହୋଇଥିବ, ଡାଟାବେସ୍ ରେ ବାସିନ୍ଦା ପୂର୍ବରୁ ଅଛନ୍ତି କି ନାହାଁନ୍ତି ଯାଞ୍ଚ କରିବା ପାଇଁ UIDAIରେ ଥିବା ରେକର୍ଡ ସହିତ । ଜଣେ ବ୍ୟକ୍ତିବିଶେଷଙ୍କୁ ଥରେ ହିଁ ପଞ୍ଜୀକରଣ କରିବାକୁ ହେବ ଏବଂ ପୁନଃ-ପ୍ରତିଲିପିକରଣ ପରେ କେବଳ ଗୋଟିଏ ଆଧାର ଜେନେରେଟ୍ ହେବ । ବାସିନ୍ଦା, ଏକାଧିକ ଥର ପଞ୍ଜୀକରଣ କରିବା ମାମଲାରେ, ପରବର୍ତ୍ତୀ ପଞ୍ଜୀକରଣଗୁଡ଼ିକ ପ୍ରତ୍ୟାଖ୍ୟାନ ହୋଇଯିବ । ପୋର୍ଟେବିଲିଟୀ ଆଧାର ଜାତୀୟସ୍ତରର ବହନୀୟତା ବା ପୋର୍ଟେବିଲିଟି ଦିଏ, ଯେହେତୁ ଏହା ଅନଲାଇନରେ ଯେକୌଣସି ସ୍ଥାନରେ ପ୍ରମାଣିତ ହୋଇପାରେ । ଲକ୍ଷ ଲକ୍ଷ ସଂଖ୍ୟାରେ ଭାରତୀୟ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଏବଂ ଗାଁରୁ ସହର ଇତ୍ୟାଦିକୁ ରହିବା ପାଇଁ ଯିବା ଆସିବା କରନ୍ତି । ଅନିୟମିତ ସଂଖ୍ୟା ଆଧାର ସଂଖ୍ୟା କୌଣସି ପ୍ରକାର ଚାତୁର୍ଯ୍ୟରୁ ବିମୁକ୍ତ ଏକ ଯାଦୃଚ୍ଛିକ ସଂଖ୍ୟା । ପଞ୍ଜୀକରଣ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ, ପଞ୍ଜୀକରଣ ପ୍ରକ୍ରିୟା ସମୟରେ ନ୍ୟୁନତମ ଜନସାଂଖିକୀୟ ସହିତ ବାୟୋମେଟ୍ରିକ୍ ସୂଚନା ପ୍ରଦାନ କରିବାକୁ ହେବ । ଜାତି, ଧର୍ମ, ଆୟ, ସ୍ୱାସ୍ଥ୍ୟ, ଭୌଗଳିକ ଅବସ୍ଥିତି ଆଦିକୁ ଆଧାର ପଞ୍ଜୀକରଣ ପ୍ରକ୍ରିୟା ସଂଗ୍ରହ କରେନାହିଁ । ମାପଯୋଗ୍ୟ ବୈଷୟିକ ବିଜ୍ଞାନ ସ୍ଥପତି UID ସ୍ଥାପତ୍ୟ ହେଉଛି ଖୋଲା ଓ ମାପନୀୟ । କେନ୍ଦ୍ରୀୟ ଭାବେ ବାସିନ୍ଦାଙ୍କ ତଥ୍ୟ ଷ୍ଟୋର୍ କରାଯାଏ ଏବଂ ଦେଶର ଯେକୌଣସି ସ୍ଥାନରୁ ଅନଲାଇନ୍ ମାଧ୍ୟମରେ ପ୍ରମାଣୀକରଣ କରିହେବ । ଦିନକୁ ୧୦୦ ମିଲିଅନ୍ ପ୍ରମାଣୀକରଣ ସମ୍ଭାଳିବା ଭଳି ଆଧାର ପ୍ରମାଣୀକରଣ ସେବାକୁ ଗଠନ କରାଯାଇଛି । ମୁକ୍ତ ଉତ୍ସ ପ୍ରଯୁକ୍ତି ବିଜ୍ଞାନ ମୁକ୍ତ ଉତ୍ସ ସ୍ଥାପତ୍ୟ, ମାପ କରିବାକୁ ନିର୍ଦ୍ଦିଷ୍ଟ କମ୍ପ୍ୟୁଟର୍ ହାର୍ଡୱେର୍, ନିର୍ଦ୍ଦିଷ୍ଟ ଷ୍ଟୋରେଜ୍, ନିର୍ଦ୍ଦିଷ୍ଟ OS, ନିର୍ଦ୍ଦିଷ୍ଟ ଡାଟାବେସ୍ ଭେଣ୍ଡର୍ କିମ୍ୱା କୌଣସି ଭେଣ୍ଡର୍ ଟେକ୍ନୋଲୋଜୀ ଉପରେ ଭିତ୍ତିକରି ରୋକିଥାଏ । ଏହିପରି ଆପ୍ଲିକେଶନଗୁଡ଼ିକ, ମୁକ୍ତ ଉତ୍ସ ବା ମୁକ୍ତ ଟେକ୍ନୋଲୋଜୀ ବ୍ୟବହାର କରି ଗଠନ କରାଯାଇଥାଏ ଏବଂ ଏକ ଭେଣ୍ଡର୍ ନିରପେକ୍ଷ ଶୈଳୀରେ ମାପନୀୟତାକୁ ସମ୍ୱୋଧିତ କରିବା ପାଇଁ ନିର୍ମାଣ କରାଯାଇଛି ତଥା ସେହି ଆପ୍ଲିକେଶନ୍ ମଧ୍ୟରେ ଭିନ୍ନ ହାର୍ଡୱେର୍ ର ସହ-ଉପସ୍ଥିତିର ଅନୁମତି ଅଛି । ଆଧାର - "UIDAI, ଭାରତ ସରକାର"