ଘରୋଇ ସଟେଲାଇଟ ଟିଭି ଚ୍ୟାନେଲ , ଘରୋଇ ଏଫଏମ ଚ୍ୟାନେଲ ଏବଂ କମ୍ୟୁନିଟି ରେଡିଓ ଷ୍ଟେସନ ଗୁଡିକରେ ଟେଲିକାଷ୍ଟ /ପ୍ରସାରଣ ବିଷୟରେ ଅଭିଯୋଗ ପାଇଁ ଅଭିଯୋଗ ନିବାରଣ ପ୍ରଣାଳୀ । ନିୟମ ବ୍ୟବସ୍ଥା ସମସ୍ତ ବୈଦ୍ୟୁତିକ ଗଣମାଧ୍ୟମ ସହ ସଟେଲାଇଟ ଟିଭି ଚ୍ୟାନେଲ , ଘରୋଇ ଏଫଏମ ଚ୍ୟାନେଲ ଏବଂ କମ୍ୟୁନିଟି ରେଡିଓ ଷ୍ଟେସନ ଗୁଡିକ କେବୁଲ ଟେଲିଭିଜନ ନେଟୱାର୍କ (ରେଗୁଲେସନ) ଅଧିନିୟମ ୧୯୯୫ ଏବ, ଅଲଇଣ୍ଡିଆ ରେଡିଓ (ଏଆରଆର) ବ୍ରଡକାଷ୍ଟ କୋର୍ଡ଼ର ପ୍ରୋଗ୍ରାମ କୋର୍ଡ ଏବଂ ଆଡଭାଟାଇଜମେଣ୍ଟ କୋର୍ଡରେ ଧାର୍ଯ୍ୟ ପ୍ରକାରେ ନିୟମ ବ୍ୟବସ୍ଥା ଗୁଡିକୁ ଅନୁପାଳନ କରିବା ଆବଶ୍ୟକ । ଏହି ସବୁ କୋର୍ଡ଼ , ଇଣ୍ଟରଆଲିଆ ମୁଖ୍ୟତଃ ପ୍ରସାରଣ ବିଷୟ ନିମ୍ନ ପ୍ରକାର : ଉତ୍ତମ ସ୍ଵାଦ ଓ ଭଲ ଗୁଣ ବିଷୟରେ ଅଶାଳୀନ ମନ୍ତବ୍ୟ । ମିଟର ଦେଶଗୁଡିକ ବିଷୟରେ ସମାଲୋଚନା । ଧର୍ମ କିମ୍ବା ଗୋଷ୍ଠୀ ଉପରେ ହୋଇଥିବା ଆକ୍ରମଣର ବିଷୟ । ଆଶ୍ଳିଳତା ବା ବଦନାମ କରିବାର ପ୍ରୟାସ । ହିଂସାତ୍ମକ କାର୍ଯ୍ୟ ପ୍ରତି ପ୍ରୋସ୍ତାହନ କିମ୍ବା ଉସକାଇବା । ଅନ୍ଧବିଶ୍ଵାସକୁ ପ୍ରୋତ୍ସାହନ ମହିଳାମାନଙ୍କରେ ସମ୍ମାନହାନି । ରାଷ୍ଟ୍ରୀୟ ସଂହତି ଉପରେ ପ୍ରଭାବ ପକାଉଥିବା କୌଣସି ବିଷୟ ଇତ୍ୟାଦି । କୋର୍ଡ଼ କେଉଁଠୁ ପାଇବେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୱେବସାଇଡ ଉପଲବ୍ଧ ଥିବା ପ୍ରୋଗ୍ରାମ ତଥା ବିଜ୍ଞାପନ କୋର୍ଡ଼ ଗୁଡିକ ଉପଲ୍ଲବ୍ଧ ଥାଏ , ଯଥା "www.mib.nic.in" – ବ୍ରଡକଷ୍ଟିଂ – କୋର୍ଡ଼ସ ଗାଇଡଲାଇନ ଆଣ୍ଡ ପଲିସି – କଣ୍ଟେଣ୍ଟ ରେଗୁଲେସନ ଅନ ପ୍ରାଇଭେଟ ଟିଭି ଚ୍ୟାନେଲ – ପ୍ରୋଗାମ ଆଣ୍ଡ ଆଡଭାଟାଇଜିଂ କୋର୍ଡ଼ସ । ଆକାଶବାଣୀ ପ୍ରସାରଣ କୋର୍ଡ଼ ଏହିପରି"www.allindiaradio.gov.in" - ଇନଫରମେସନ – ଏଆଇଆର କୋର୍ଡ଼ ରେଡିଓ ଏବଂ ଟିଭିର ପ୍ରସାରଣ ସମ୍ବନ୍ଧରେ ଅଭିଯୋଗ କେଉଁଠାରେ ଦାଖଲ କରିବେ ସର୍ବସାଧାରଣ ସେମାନଙ୍କ ଅଭିଯୋଗକୁ ଜିଲ୍ଲା ସ୍ତରୀୟ ମନିଟରିଂ କମିଟିର ଚେୟାରମ୍ୟାନ ଯଥା ଜିଲା ମାଜିଷ୍ଟ୍ରେଟ ବା ପୋଲିସ କମିଶନର ଯାହା ହୋଇଥିବେ ତାଙ୍କ ନିକଟରେ ଦାଖଲ କରିପାରିବେ । ଟିଭି ଓ ରେଡିଓ ଉପରେ ଶୃଙ୍ଖଳାଭଙ୍ଗ ବିଷୟ ଅନୁଧ୍ୟାନ ସମ୍ବନ୍ଧରେ ସେଲଫ ରେଗୁଲେତାରି ମେଜାନିଜମ ମଧ୍ୟ ଉପଲବ୍ଧ ରହିଛି । ଯେଉଁଠାରେ ଜଣସାଧାରଣଙ୍କ ଦ୍ଵାରା ଅଭିଯୋଗକୁ ନିମ୍ନ ପ୍ରକାରେ ଦରଜ କରାଯାଇପାରିବ । ନ୍ୟୁଜ ଚ୍ୟାଲେନ (ମେୟର ଚ୍ୟାନେଲ ଗୁଡିକ କ୍ଷେତ୍ରରେ ) ପାଇଁ କୌଣସି ଅଭିଯୋଗ ଥିଲେ ନ୍ୟୁଜ ବ୍ରଡକାଷ୍ଟିଂ ଷ୍ଟାଣ୍ଡାର୍ଡ ଅଥରିଟି ଙ୍କୁ "ନ୍ୟୁଜ ବ୍ରଡକାଷ୍ଟିଂ ଆସୋସିଏସନ"ରେ । ଅଣ ସମାଚାର ଏବଂ ମନୋରଞ୍ଜନ ଚ୍ୟାନେଲ (ମେମ୍ବର ଚ୍ୟାନେଲ କ୍ଷେତ୍ରରେ ) ପାଇଁ ଅଭିଯୋଗ ସମ୍ବନ୍ଧିତ ବିଷୟ ପାଇଁ ଇଣ୍ଡିଆନ ବ୍ରଡକାଷ୍ଟିଂ ଫାଉଣ୍ଡେସନର ବ୍ରଡକାଷ୍ଟିଂ କଣ୍ଟେଣ୍ଟ କମ୍ଫ୍ଳେଣ୍ଟସ କାଉନସିଲ ଙ୍କୁ ଇଣ୍ଡିଆନ ବ୍ରଡକାଷ୍ଟିଂ ଫାଉଣ୍ଡେସନ ରେ । ବିଜ୍ଞାପନ ସମ୍ବନ୍ଧିତ ଅଭିଯୋଗ ପାଇଁ ଆଡଭାଟାଇଜିଂ ଷ୍ଟାଣ୍ଡାର୍ଡ କାଉନସିଲ ଅଫ ଇଣ୍ଡିଆ ଙ୍କୁ ଆଡଭାଟାଇଜିଂ ଷ୍ଟାଣ୍ଡାର୍ଡ କାଉନସିଲ ଅଫ ଇଣ୍ଡିଆ ରେ । ପୁନଶ୍ଚ ଜନସାଧାରଣ ମଧ୍ୟ ସେମାନଙ୍କ ଅଭିଯୋଗ ଗୁଡିକୁ ଲୋକ ଅଭିଯୋଗ ବିଭାଗ ଲିଙ୍କ ର ଅନଲାଇନ ଅଭିଯୋଗ ପୋର୍ଟାଲ ଜରିଆରେ ଦାଖଲ କରିପାରିବେ । ଅଭିଯୋଗ ଗୁଡିକୁ ମଧ୍ୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ନିମ୍ନ ଠିକଣାରେ ପଠାଯାଇପାରିବ । ଡାକ ଠିକଣା ଇମେଲ ନିର୍ଦ୍ଦେଶକ (ପ୍ରସାରଣ ବିଷୟ) ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ , ଶାସ୍ତ୍ରୀ ଭବନ , “ ଏ” ୱିଙ୍ଗ , ନିଆଦିଲ୍ଲୀ -୧୧୦୦୦୧ dirbc-moib@nic.in ଆଧାର – ସୂଚନା ଓ ପ୍ରସାରଣ ବିଭାଗ