କିଓସ୍କ ବ୍ୟlଙ୍କିଂ -ଏକ ପରିଚୟ ଦୁର୍ବଳ ଶ୍ରେଣୀର ଏବଂ କମ ଆୟ ବର୍ଗର ଲୋକ ମାନଙ୍କ ପରି ବଂଚିଚ ବର୍ଗର ଲୋକ ମାନଙ୍କୁ ସଠିକ ମୁଲ୍ୟରେ ବିତ୍ତୀଯ ସେବା ସମୟରେ ପ୍ରଦାନ କରିବା ଓ ପର୍ଯ଼ାପ୍ତ ଋଣ ପ୍ରଦାନ ସୁନିଶ୍ଚିତ କରିବାକୁ ବିତ୍ତୀୟ ସମାଯ଼ୋଜନ ବୋଲି ରିଜର୍ଭ ବ୍ୟlଙ୍କ ଇଣ୍ଡିଆ ତାର ସଂଜ୍ଞାରେ କହିଛି . ବିତ୍ତୀୟ ସମାଯ଼ୋଜନର ଏହି ଭାବରେ କିଓସ୍କ ବ୍ୟlଙ୍କିଙ୍ଗ ହେଉଛି ଏକ ଗୁରୁତ୍ବପୂର୍ଣ ପରିକଳ୍ପନା ଯ଼ାହା ବିଶେଷ ଭାବେ ଗ୍ରାମୀଣ ଅଞ୍ଚଳ ପାଇଁ ବିକଶିତ ହୋଇଛି, ଯ଼େଉଁ ଠାରେ କମ ସଂଖ୍ୟlରେ ବ୍ୟlଙ୍କ ରହିଛି ଓ ଲୋକ ମାନେ ବ୍ୟlଙ୍କିଂ ସେବାର ଲାଭ ନେଇ ପାରନ୍ତି ନାହିଁ. ଅଗ୍ରଣୀ ବ୍ୟlଙ୍କ ଗୁଡିକର ସହଯ଼ୋଗରେ କିଓସ୍କ ସେବା ଘରୋଇ, ସାର୍ବଜନିକ ଓ ସମବାୟ କ୍ଷେତ୍ରରେ କାମ କରିବ ଓ ଦୋକାନ ଗୁଡିକର ବ୍ୟବହାର କରି ଏହାକୁ ମୌଳିକ ବ୍ୟlଙ୍କିଙ୍ଗ ସୁବିଧା ଯ଼େପରି କ୍ୟାସ୍ ଡିପୋଜିଟ, ଟଙ୍କା ଉଠାଣ, ମାଇକ୍ରୋ କ୍ରେଡିଟ ଓ ବୀମା ପାଇଁ ଟଚ ପଏଣ୍ଟ ଭଳି କାମ କରିବ ବୋଲି କଳ୍ପନା କରାଯ଼ାଇଛି. ସାଧାରଣ ବ୍ୟlଙ୍କ ଶାଖା ପରି କିଓସ୍କ ଗୁଡିକ ବ୍ୟlଙ୍କିଙ୍ଗର ସମସ୍ତ ସେବା ପ୍ରଦାନ କରିବେ. ଏହା କିପରି ଭାବେ କାମ କରିବ ? କୌଣସି ଜଣେ ରିଟେଲର କୌଣସି ଗ୍ରାହକର ଫିଙ୍ଗର ପ୍ରିଣ୍ଟ ଓ ଫଟୋ ସଂଗ୍ରହ କରି ନୋ ଫ୍ରିଲ ବ୍ୟlଙ୍କ ଖାତା ଖୋଲି ପାରିବ. ଅନ୍ୟ. କାଗଜପତ୍ର ଗୁଡିକ ଅନୁବନ୍ଧିତ ବ୍ୟlଙ୍କକୁ ପଠାଯ଼ିବ ଓ ଗ୍ରାହକର କେବାଯସି ପ୍ରକ୍ରିୟlକୁ ପୂରା କରାଯ଼ିବ . ଥରେ ଖାତା ଖୋଲିଗଲା ପରେ ସେ ଇଣ୍ଟରନେଟ ଥିବା କିଓସ୍କ ଶାଖାରୁ ପ୍ରତିନିନସର୍ବାଧିକ 10 ହଜାର ଟଙ୍କା ପର୍ଯ୍ୟନ୍ତ ଜମା, ଉଠାଇବା ବା ପଠାଇବା ଆଦି କାମ କରି ପାରିବେ. ଏସବିଆଇ କିଓସ୍କ ବ୍ୟlଙ୍କିଙ୍କ ଦେଶରେ ସର୍ବାଧିକ ଶାଖା ନେଟବାର୍କ ଥିବା ଷ୍ଟେଟ ବ୍ୟlଙ୍କ ଅଫ ଇଣ୍ଡିଆ ଯୋଗ୍ୟ ବ୍ୟକ୍ତି /ଏନଜିଓ/ କମ୍ପାନୀ (ଏନବିଏଫସି ବ୍ୟତୀତ ଅନ୍ୟ) ମାନଙ୍କୁ ବ୍ୟlଙ୍କିଙ୍ଗକୁ ସମସ୍ତଙ୍କ ପାଇଁ ନେବାକୁ ସହଯ଼ୋଗର ହାତ ବଢାଇବାକୁ ଆହ୍ବାନ କରିଛି. ଏସବିଆଇ କିଓସ୍କ ନେଣଦେଣ ଗୁଡିକ ବାଯୋମେଟ୍ରିକାଲ ଆକାରରେ ସୁରକ୍ଷିତ, ପ୍ରତ୍ୟେକ ଦେଣ ନେଣ ପାଇଁ ମୁଦ୍ରିତ ପ୍ରାପ୍ତିସ୍ବୀକାର ଗ୍ରାହକଙ୍କୁ ମିଳେ. ଖାତା ଖୋଲିବା ଓ ଦେଣନେଣର ସମସ୍ତ ପ୍ରକ୍ରିୟl ଅନଲାଇନ ହୁଏ. ମାଇକ୍ରୋ ସେଭିଂ ଓ ମାଇକ୍ରୋ ରିମିଟାନ୍ସ ନୋ ଫ୍ରିଲ ସଂଚୟ ବ୍ୟlଙ୍କ ଖାତା ଜରିଆରେ କରାଯ଼ାଏ. ଏସବିଆଇ କିଓସ୍କ ସମ୍ପର୍କିତ ବାରମ୍ବାର ପଚରାଯ଼ାଉଥିବା ପ୍ରଶ୍ନ ପ୍ରଶ୍ନ 1 ଏସବିଆଇ କିଓସ୍କ ବ୍ୟlଙ୍କିଙ୍ଗ କେଉଁ ସେବା ଉପଲବ୍ଧ କରାଏ ? ପ୍ରାରମ୍ଭରେ ଏସବିଆଇ କିଓସ୍କ ବ୍ଯାଙ୍କିଙ୍ଗ ନିମ୍ନଲିଖିତ ସେବା ପ୍ରଦାନ କରାଇବ କ୍ୟାସ୍ରେ ଡିପୋଜିଟ କ୍ୟାସ୍ରେ ଟଙ୍କା ଉଠାଇବା ଅନ୍ୟ ସ୍ଥାନରେ ଏସବିଆଇ ଖାତାଲ ଥିବା ବ୍ୟକ୍ତିଙ୍କ ନିକଟକୁ ଅର୍ଥ ସ୍ଥାନାନ୍ତରଣ କରିବା ଏସବିଆଇ ବିସିର ଉତ୍ପାଦକ ସୂଚୀକୁ ବଢାଇପାରେ. ତେବେ ବିସିର ସ୍ଥିରୀକରଣ କାମ ପରେ ବିଏଫର କାମ ଆରମ୍ଭ ହେବ. ପ୍ରଶ୍ନୃ 2 ଏସବିଆଇ କିଓସ୍କ ବ୍ୟlଙ୍କିଙ୍ଗରେ ପାର୍ଟନର କିପରି ହେବୁ. ? ଏହି ସୁବିଧା ପାଇଁ ଏସବିଆଇ ସହିତ ହୋଇଥିବା ଚୁକ୍ତି ଅନୁସାରେ ଆସିଏସସି ଏସପିସି ଏସସିଏକୁ ସବ ବିସି ଭାବେ ନାମାଙ୍କନ କରିବେ ଏବଂ ଭିଏଲଇ ମାନେ ଗ୍ରାହତ ସେବା ପଏଣ୍ଚ ହେବ . ବେବ ସଂଯ଼ୋଗ ଥିବା ସମସ୍ତ ସିଏସସି ରିଟେଲ କାର୍ଯ଼ାଳଯ ପାଇଁ ଏହି ସୁବିଧା ଭାଗିଦାରୀ ଉପଲବ୍ଧ ରହିବ. ଏସସିଏ ଜରିଆରେ ଭିଏଲଇ ଏହି ସୁବିଧା ଏନରୋଲ କରି ପାରିବେ. କିଛି ରାଜ୍ୟରେ କିଛି ନିର୍ଦିଷ୍ଟ ଅଞ୍ଚଳରେ ଏଜେନ୍ସିଙ୍କୁ ମଧ୍ୟ କିଓସ୍କ ବ୍ୟlଙ୍କିଙ୍ଗ କାର୍ଯ୍ୟକାରିତାରେ ସାମିଲ କରାଯ଼ାଇଛି ଏବଂ ଏଗୁଡିକ ମଧ୍ୟରୁ ମାଇଁ ଅକ୍ସିଜେନ ଅନ୍ୟତମ ଓ ଏହାକୁ ମଧ୍ୟପ୍ରଦେଶ ରାଜ୍ୟରେ କିଓସ୍କ ବ୍ୟlଙ୍କିଙ୍ଗ ସେବା ପାଇଁ ଦାୟୀତ୍ବ ଦିଆ ଯ଼ାଇଛି. ପ୍ରଶ୍ନ 3 ଗ୍ରାହକ ମାନଙ୍କର କଣ ଲାଭ ରହିଛି କିଓସ୍କ ବ୍ୟlଙ୍କିଂ ମଡେଲ ଦ୍ବାରା ଏକ ନୋ ଫ୍ରିଲ ଏସବିଆଇ ଖାତା ସାଧାରଣ ଉଦ୍ଦେଶ୍ୟରେ କ୍ରେଡିଟ କାର୍ଡ (ଜିସିସି)/ କିଷାନ କ୍ରେଡିଟ କାର୍ଡ (କେସିସି) ଟର୍ମ ଜମା / ରିକରିଂ ଜମା ନିୟମିତ ଏସବିଆଇ ସଂଚୟ ବ୍ୟlଙ୍କ ଖାତା ଟର୍ମ ଡିପୋଜିଟ ପ୍ରାପ୍ତି ଆଧାରରେ ଋଣ (ଟିଡିଆର) ଆଦି କଷ୍ଟ ମୁକ୍ତ ସଂଚୟ ଖାତା ଖୋଲା କମ କେବାୟସି ଦସ୍ତାବେଜ ବିନା ଧାଡି କୌଣସି ପରିବହନ ଖର୍ଚ ନାହିଁ ସହଜ ଡିପୋଜିଟ, ବିଦଡ୍ରଯାଲ ଏବଂ କ୍ୟାସ୍ ରିମିଟାନ୍ସ ସୁବିଧାରେ ଆରଡି ଏବଂ ଏଫଡି ଖୋଲା କୌଣସି ସ୍ଥାନରୁ ଡିପୋଜିଟ ହୋଇ ପାରିବ ଟ୍ରାନସଫର ସବସିଡି, ଛାତ୍ରବୃତ୍ତି ଆଦି ସୁବିଧା ସିଧା ଖାତାକୁ ଆସି ପାରିବ ପ୍ରଶ୍ନ 4 ଗ୍ରାହକ କେଉଁ ପ୍ରକାରର ଦେଣ ନେଣ କରି ପାରିବ ? ଏହାକୁ ନ ଫ୍ରିଲ ଏକାଉଣ୍ଟ କୁହାଯ଼ାଏ ଯ଼େଉଁଥିରେ କୌଣସି ସର୍ବନିମ୍ନ ବାଲାନ୍ସ ନାହିଁ ବା କୌଣସି ଶୁଳ୍କ ଲଗା ଯ଼ାଇ ପାରିବ ନାହିଁ. ସର୍ବାଧିକ ବାଲାନ୍ସ 5 ହଜାର ହୋଇ ପାରିବ ( ଏହା ଉପର ଅଧିକ ବାଲାନ୍ସ ହେଲେ ଏହାକୁ ହେଲ୍ଡ କରାଯ଼ାଇ ପାରିବ ଓ ନିୟମିତ ବ୍ୟlଙ୍କରେ ପରିବର୍ତିତ କରାଯ଼ିବ ଓ ବ୍ୟlଙ୍କର ସର୍ତ ଓ ଡକୁମେଣ୍ଚେସନ ଏହି ଏକାଉଣ୍ଟ ଗୁଡିକ ଉପରେ ଲାଗୁ ହେବ. ) ସର୍ବନିମ୍ନ ବାଲାନ୍ସ ଜିରୋ ବାଲାନ୍ସ ଦିନରେ ସର୍ବାଧିକ ଦେଣନେଣର ସୀମା 10 ହଜାର ଟଙ୍କା, ଚେକ ବୁକ ଜାରୀ କରାଯ଼ିବ ନାହିଁ ଯ଼ାହା ନାମରେ ଖାତାଲ ଥିବ ତା ଦ୍ବାରା ହିଁ କେବଳ କ୍ୟାସ୍ ଦେଣ ନେଣ ହୋଇ ପାରିବ ଏହି ଏକାଉଣ୍ଟକୁ ବ୍ଯବହାର ପାଇଁ କେବଳ ଇଲେକ୍ଟ୍ରନିକ ଟିପ ଚିହ୍ନ ଆବଶ୍ୟକ ଓ ହସ୍ତାକ୍ଷରର ଆବଶ୍ୟକତା ନାହିଁ. ଯ଼େ ପର୍ଯ଼ନ୍ତ ଦୋକାନ ଖୋଲା ଥିବ ସେ ପର୍ଯ଼ନ୍ତ ଗ୍ରାହକ ବ୍ୟlଙ୍କିଙ୍ଗ ସମୟର ଲାଭ ନେଇପାରିବେ ପ୍ରଶ୍ନ 5 ସିଏସପି କିଓଏସ୍କ ବ୍ୟlଙ୍କିଙ୍ଗରୁ ଆୟ ହେବା ନୂଆ ଏକାଉଣ୍ଟ ଖୋଲିବାରେ ଆୟ କରନ୍ତୁ , ପ୍ରତ୍ୟେକ କ୍ୟାସ୍ ଡିପୋଜିଟ/ କ୍ୟାସ୍ ଟ୍ରାନ୍ସଫର/ କ୍ୟାସ୍ବି ଦଡ୍ରଯାଲ /ଋଣ ଓ ଟଙ୍କା ଟ୍ରାନସଫର ବା ଅନ୍ୟ ସେବାରେ ଆୟ. କରନ୍ତୁ . କିଓସ୍କ ବ୍ୟlଙ୍କି ସଂମ୍ପର୍କରେ ଅଧିକ ସୂଚନା ପାଇଁ ଏସବିଆଇର ନିକଟସ୍ଥ ଶାଖା କିମ୍ବା ନିଜ ଅଞ୍ଚଳର ସେବା କେନ୍ଦ୍ର ଏଜେନ୍ସୀ (ଏସସିଏ) ସହିତ ଯ଼ୋଗାଯ଼ୋଗ କରନ୍ତୁ . ସମ୍ପର୍କିତ ସମ୍ବଳ ଏସବିଅାଇ କୋ ଯୁଜର ମାନୁଆଲା ସ୍ରୋତ : ଏପିଏନଏସିଏସସି