ଭୀମ ଆପ୍ ବିମୁଦ୍ରାକରଣ ପରେ ନଗଦବିହୀନ ଅର୍ଥନୀତି ପାଇଁ ଡିଜିଟାଲ ଇଣ୍ଡିଆ ଅଭିଯାନ ବଡ଼ ଜୋରସୋରରେଚାଲୁଅଛି। ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ମାନେ ନାନା ଆପ୍ ଓ ଅଫର ଆରମ୍ଭ କରିଛନ୍ତି। ଏହି ତାଲିକାରେ ଯୋଗ ହେଉଛି ଏକ ନୂଆ ଆପ୍ – ଭାରତ ଇଣ୍ଟରଫେସ୍ ଫର ମନି (ଭିମ୍)। ଡକ୍ଟର ଭିମ୍ ରାଓ ଆମ୍ବେଦକରଙ୍କ ନାମରେ ଏହି ଆପ୍ର ନାମକରଣ କରାଯାଇଛି। ଉଭୟ ସ୍ମାର୍ଟଫୋନ୍ ଓ ଫିଚର୍ ଫୋନ୍ରେ ଏହି ଆପ୍ କାମ କରିବ। ବିନା ଇଣ୍ଟରନେଟ୍ରେ ଏହି ଆପ୍ କାମ କରିବ। ଭିମ୍ ପାଇଁ କେବଳ ଦରକାର ଟିପ ଚିହ୍ନ। ଏହା ଆଣ୍ଡ୍ରଏଡ୍ ପ୍ଲେଷ୍ଟୋର୍ରେ ଉପଲବ୍ଧ କରାଯାଉଛି। ଖୁବ୍ଶୀଘ୍ର ଆଇଓଏସ୍ରେ ଉପଲବ୍ଧ କରାଯିବ। ଭିମ୍ ଆପ୍କୁ ବ୍ୟବହାର କରିବା ପାଇଁ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ଦରକାର ପଡ଼ିବନି। ମୋବାଇଲ୍ ଓ୍ଵାଲେଟ୍ରେ ମଧ୍ୟ ଟଙ୍କା ରଖିବାକୁ ପଡ଼ିବ ନାହିଁ। ନିଜର ଫୋନ୍ ନମ୍ବରକୁ ବ୍ୟବହାର କରି ଗ୍ରାହକମାନେ ବ୍ୟାଙ୍କ ଖାତା ଜରିଆରେ ପେମେଣ୍ଟ୍ କରିପାରିବେ। ଦୋକାନୀମାନେ ମଧ୍ୟ ଏହି ଆପ୍କୁ ବ୍ୟବହାର କରିପାରିବେ। ଆପ୍କୁ ଖୋଲିବା ପରେ ‘ଟଙ୍କା ପଠାଇବା’ ବିକଳ୍ପରେ ପ୍ରବେଶ କରି ବ୍ୟବସାୟୀଙ୍କ ଫୋନ୍ ନମ୍ବର ଓ ଟଙ୍କା ମୂଲ୍ୟ ଲେଖି ପଠାଇ ଦେଲେ ପେମେଣ୍ଟ ହୋଇଯିବ। ପଠାଇବାକୁ ଥିବା ଟଙ୍କା ନିଜର ବ୍ୟାଙ୍କ ଖାତା ବାଲାନ୍ସରୁ କଟିଯିବ ଓ ଯାହା ପାଖକୁ ଟଙ୍କା ପଠାଇଛନ୍ତି ତାଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଯିବ। ଭିମ୍ ଆପ୍ ଜରିଆରେ କ୍ୟୁଆର୍ କୋଡ୍ ସ୍କାନ୍ କରାଯାଇପାରିବ। ମର୍ଚାଣ୍ଟ୍ (ବ୍ୟବସାୟୀ)ମାନେ ଭିମ ଆପ୍ରେ କ୍ୟୁଆର୍ କୋଡ୍ ସ୍କାନ୍ କରିପାରିବେ। ଫିଚର୍ ଫୋନ୍ରୁ ‘*୯୯#’ ଡାଏଲ୍ କରି ଭିମ ଆପ୍ ବ୍ୟବହାର କରିହେବ। ଫିଚର୍ ଫୋନ୍ ଜରିଆରେ ଟଙ୍କା ପଠାଇହେବା, ଖାତା ବାଲାନ୍ସ ଯାଞ୍ଚ କରିହେବ ଓ କାରବାର ବିବରଣୀ ହାସଲ କରାଯାଇପାରିବ। ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ଆପ୍ ଜାରି କରିଥିବା ସମସ୍ତ ବ୍ୟାଙ୍କ ଭିମ ଆପ୍କୁ ଗ୍ରହଣ କରିଛନ୍ତି। ଭୀମ ର ନୂତନ ଆପ୍ ଏବେ ୭ଟି ଭାଷାରେ ୟୁନିଫାଇଡ ପେମେଣ୍ଟସ୍ (ୟୁପିଆଇ) ଆଧାରରେ ନିର୍ମିତ ମୋବାଇଲ ଆପ୍ ଭାରତ ଇଣ୍ଟରଫେସ୍ ଫର ମନି (ଭୀମ) ଆପ୍ର ଏକ ଉନ୍ନତ ସଂସ୍କରଣ ଏବେ ପ୍ଲେ ଷ୍ଟୋରରେ ଉପଲବ୍ଧ ହୋଇଛି। ଏନ୍ପିସିଆଇ ବୟାନ ଦେଇ କହିଛି, ଭୀମ ଆପ୍ ଗତ ୩୦ ଡିସେମ୍ବରରେ ଲଞ୍ଚ୍ କରାଯାଇଥିଲା । ଏବେ ଏହାର ଏକ ନୂତନ ଭର୍ସନ୍ ପାଇଁ ଯୋଜନା କରାଯାଇଛି। ଏହି ନୂତନ ସଂସ୍କରଣ ଭିମ୍ ୧.୨ ସହିତ ନୂତନ ଭାଷା ବି ସାମିଲ ରହିଛି। ଭୀମ ଆପ୍ରେ ଦିଆଯାଇଥିବା ନିର୍ଦ୍ଦେଶନାମା ଗୁଡ଼ିକୁ ଆପଣଙ୍କ ନିଜର ଇଚ୍ଛା ମୁତାବକ ଭାଷା ଯଥା ଓଡ଼ିଆ, ବଙ୍ଗଳା, ତେଲୁଗୁ, ମାଲାୟାଲମ, କନ୍ନଡ ଓ ଗଜୁରାଟୀ ଆଦିରେ ପାଇ ପାରିବେ। ବର୍ତ୍ତମାନ ଯେଉଁ ଭୀମ ଆପ୍ ଉପଲବ୍ଧ ସେଥିରେ କେବଳ ଇଂରାଜୀ ଭାଷାରେ ହିଁ ରହିଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ “ଭୀମ” ଆପ୍ ଆରମ୍ଭ ହେବାର 10 ଦିନ ମଧ୍ୟରେ 10 ନିୟୁତ ବା 1 କୋଟି ଡାଉନଲୋଡ ହୋଇଥିବାରୁ ବିଶେଷ ଖୁସି ଜାହିର କରିଛନ୍ତି । “ଭୀମ” ଆପ୍ ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମର ଏକ ଜ୍ୱଳନ୍ତ ଉଦାହରଣ; କଳାଧନ ଓ ଭ୍ରଷ୍ଟାଚାରର ବିଲୋପ ଦିଗରେ ଟେକ୍ନୋଲଜିକୁ କିଭଳି ସୁନ୍ଦର ଭାବେ ବ୍ୟବହାର କରାଯାଇପାରିବ ତାହା “ଭୀମ” ଆପ୍ ପ୍ରମାଣିତ କରିବାକୁ ଯାଉଛି”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବିମୁଦ୍ରୀକରଣ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ନଗଦମୁକ୍ତ କାରବାର ଉପରେ ବିଶେଷ ଭାବେ ଗୁରୁତ୍ୱ ଦେଉଛନ୍ତି । ଭୀମ ଆପ୍ ଅତି ସରଳ ଓ ବ୍ୟବହାର ଉପଯୋଗୀ ହୋଇଥିବାରୁ ସାଧାରଣ ମୋବାଇଲ ଫୋନ୍ ବ୍ୟବହାରୀ ମଧ୍ୟ ଏହାକୁ ଡାଉନଲୋଡ କରିବାକୁ ଆଗେଇ ଆସୁଛନ୍ତି । ଆଉ ଅଳ୍ପ ଦିନ ମଧ୍ୟରେ ନଗଦମୁକ୍ତ କାରବାର ପାଇଁ ଭୀମ ଆପ୍ କୁ ନୂତନ ଢ଼ଙ୍ଗରେ ପ୍ରଚଳନ କରାଯିବ । ଏଥିଲାଗି ମୋବାଇଲ ଫୋନ୍, ଇଣ୍ଟରନେଟ୍, ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡର କୌଣସି ଆବଶ୍ୟକତା ପଡିବ ନାହିଁ । ଏହା ଆଧାର ସଂଲଗ୍ନ ତଥ୍ୟ ଉପରେ ପର୍ଯ୍ୟବେଶିତ । ଯାହାକି ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଅଭିପ୍ରେତ । ଆଧାର ଓଡିଶା ରିପୋଟର