ଉପକ୍ରମ ଏହି ଆପଟି ମହିଳାମାନଙ୍କ ମାନସିକ/ଶାରୀରିକ ଯନ୍ତ୍ରଣାରୁ ତତ୍କାଳିତ ସେବା ଯୋଗାଇବା ଲକ୍ଷ୍ୟରେ ପ୍ରସ୍ତୁତ କରାଯାଇଛି ସ୍ମାର୍ଟ କ୍ଲାଉଡ ଇନ୍ଫୋଟେକ ଏକ ଏସଏମଏସ ଆଧାରିତ ଆପ ଯାହାକି ମହିଳା ମାନଙ୍କୁ ଅସୁବିଧା ସମୟରେ ଯୋଗାଯୋଗ କରିବା ପାଇଁ ଉଦ୍ଦିଷ୍ଟ । ଗ୍ଲୋବାଲ ପୋଜିସନିଙ୍ଗ ସିଷ୍ଟମ ପ୍ରଯୁକ୍ତି ମାଧ୍ୟମରେ ବ୍ୟବାହାରକର୍ତ୍ତାଙ୍କ ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ସ୍ଥାନର ଅବସ୍ଥିତି ଜାଣି ହେବ । ନିର୍ଭୟା ମୋବାଇଲ ଆପର ବିଶେଷତା ଏହି ଆପଟିକୁ ମାଗଣାରେ ଡାଉନଲୋଡ କରିହେବ ଏବଂ ଗୋଟେ ସଂକେତ ଏସଏମଏସ ଜରିଆରେ ପଠାଯିବ ଯାହାକି ବିପଦରେ ପଡିଥିବା ମହିଳାଙ୍କ ନିର୍ଦ୍ଦିଷ୍ଟ ସ୍ଥାନର ଅବସ୍ଥିତିକୁ ଜାଣିହେବ ଏବଂ ତାଙ୍କୁ ଉଦ୍ଧାର କରିବାକୁ ସହାୟକ କରିବ । ଏହି ଆପ୍ସକୁ ଡାଉନଲୋଡ କରିବା ପାଇଁ ଲିଙ୍କରେ ଦେଖନ୍ତୁ " ନିର୍ଭୟା ଆପ " ଏହି ଆପରୁ ଜରୁରୀ ଆବଶ୍ୟକତା ଯଥା ଦୁର୍ଘଟଣା ସମୟରେ ଏକ ଲିଖିତ ବାର୍ତ୍ତା ମଧ୍ୟ ମୋବାଇଲ ଦ୍ଵାରା ପଠାଇପାରିବେ ଏହି ସେବା ମୋବାଇଲ ଫୋନରୁ ଆରମ୍ଭ କରିବା ପାଇଁ ବ୍ୟବହାରକାରୀ ନିଜର ବ୍ୟକ୍ତିଗତ ତଥ୍ୟ ଯଥା ଆବାସିକ ବାସସ୍ଥାନ ଓ ଆପତ୍କାଳୀନ ଫୋନ ନମ୍ବର ଦେବାକୁ ପଡିବ । ବ୍ୟବହାରକର୍ତ୍ତା ତାଙ୍କର ନିଜର କିଛି ସମ୍ପର୍କୀୟ ତଥା ପୋଲିସ ଓ ବନ୍ଧୁଙ୍କ ଫୋନ ନମ୍ବର ମଧ୍ୟ ରଖିପାରିବେ ଯାହାକି ବିପଦ ସମୟରେ ସହାୟକ ହେବ। ନିର୍ଭୟା ଆପର ସର୍ଟକଟ ସଂକେତକୁ ଗଲେ ଏକ ଲିଖିତ ବାର୍ତ୍ତା ସମସ୍ତ ପାଖକୁ ଚାଲିଯିବ ଯାହାକି ବ୍ୟବହାରକାରୀ ସେହି ସମୟର ସେହି ସ୍ଥାନର ଅବସ୍ଥିତି ମୋବାଇଲ କୁ ଏସଏମଏସ ଜରିଆରେ ପାଇ ପାରିବେ। ଆଧାର ଡିଡି ନ୍ୟୁଜ "http://www.nirbhaya.mobi"