କାର୍ଯ୍ୟ ଜଣେ ୟୁଜର ଫେସ୍ବୁକ୍ ରେ ୫୦୦୦ ପର୍ଯ୍ୟନ୍ତ ଫ୍ରେଣ୍ଡ କରିପାରିବେ । ଫେସ୍ବୁକ୍ ରେ ଚାଟିଂ କରିବା ପାଇଁ ସ୍ଵତନ୍ତ୍ର ଭାବେ କରାଯାଇଥିବା ୱେବ୍ସାଇଟ୍ ନାଁ ହେଉଛି Messenger.com । ଭାରତର ବ୍ୟବହାରକାରୀ ଫେସ୍ବୁକ୍ ରେ ସବୁଠାରୁ ଅଧିକ ଫେକ୍ ଆକାଉଣ୍ଟ୍ ସୃଷ୍ଟି କରିଥାନ୍ତି । ଫେସ୍ବୁକ୍ ର ପ୍ରଥମ ୟୁଜର୍ଙ୍କ ନାମ ପ୍ରିସିଲା ଚାନ୍ । ଏହାର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ବର୍ଣ୍ଣାନ୍ଧତା ରୋଗର ଶିକାର ହେଉଥିବାରୁ ସେ ନୀଳ ରଙ୍ଗକୁ ଭଲ ଭାବେ ଚିହ୍ନିପାରନ୍ତି । ତେଣୁ ସେ ଫେସ୍ବୁକ୍ ର ଲୋଗୋ ନୀଳ ରଖିଛନ୍ତି । ମାର୍କ ଜୁକରବର୍ଗଙ୍କୁ ଫେସ୍ବୁକ୍ ରେ ବ୍ଲକ୍ କରାଯାଇପାରିବ ନାହିଁ । ମାର୍କ ଜୁକରବର୍ଗଙ୍କ ବ୍ୟତୀତ ଫେସ୍ବୁକ୍ ଆଉ ୨ଜଣ କୋ – ଫାଉଣ୍ଡର୍ ଅଛନ୍ତି । ଆମ ଦେଶରେ ଫେସ୍ବୁକ୍ ପ୍ରତି ସେକେଣ୍ଡରେ ୫ଟା ନୂଆ ପ୍ରୋଫାଇଲ ତିଆରି ହେଉଥିବାବେଳେ ପ୍ରତିଦିନ ୩୦୦ ମିଲିଅନରୁ ଅଧିକ ଫଟୋ ଅପ୍ଲୋଡ ହୋଇଥାଏ । ୫୦% ୧୮ -୨୪ ବର୍ଷର ପିଲାମାନେ ସକାଳୁ ଉଠିବା ମାତ୍ରେ ମୁହଁ ନ ଧୋଇ ନିଜ ଫେସ୍ବୁକ୍ ଆକାଉଣ୍ଟ ଚେକ୍ କରିବାର ଅଭ୍ୟାସ ରଖନ୍ତି । ପ୍ରତିଦିନ ମିନିଟ୍ ରେ ୫୧୦ କମେଣ୍ଟ, ୨୯୩୦୦୦ ଷ୍ଟାଟସ ଏବଂ ୧୩୬,୦୦୦ ଫଟୋ ଅପ୍ଲୋଡ ହୋଇଥାଏ । ଏହିସବୁ ଭିତରେ ୮୩ ମିଲିଅନ ଫେକ୍ ପ୍ରୋଫାଇଲ ମଧ୍ୟ ରହିଛି । ଆଧାର - ଦୈନିକ ଧରିତ୍ରୀ