ଉପକ୍ରମ ମୋବାଇଲ ବ୍ୟବହାରକାରୀ ଏବେ ମୋବାଇଲ ଏସଏମଏସ ଦ୍ଵାରା ସମ୍ପୂର୍ଣ ମାଗଣାରେ ସର୍ବଭାରତୀୟ ରେଡିଓ ଖବର ପାଇପାରିବେ । ଆହୁରି ମଧ୍ୟ ଏହି ଏସଏମଏସ ନିଜ ଆଞ୍ଚଳିକ ଭାଷାରେ ପାଇପାରିବେ । ସର୍ବଭାରତୀୟ ରେଡିଓ ଖବରର ଗ୍ରାହକ କିପରି ହେବେ ଗ୍ରାହକ ହେବା ପାଇଁ କିମ୍ବା ନିଜ ପସନ୍ଦର ଭାଷା ପରିବର୍ତ୍ତନ କରିବା ପାଇଁ ଏହି ଲିଙ୍କ କୁ ଯାଆନ୍ତ"http://newsonair.nic.in/smsservice" ଅଥବା ଗୋଟିଏ ଏସଏମଏସ କରନ୍ତୁ ଏହି ନମ୍ବରରେ 7738299899 ଏସଏମଏସ କରିବା ପାଇଁ ଏସଏମଏସ ବକ୍ସକୁ ଯାଆନ୍ତୁ ଆଉ ଏସଏମଏସ କରନ୍ତୁ AIR<space><language code> ଯଥା ଯଦି ଏସଏମଏସ ଓଡିଆରେ ଚାହୁଁଛନ୍ତି ତେବେ ଲେଖନ୍ତୁ AIR OD ଏବଂ ପଠାଇ ଦିଅନ୍ତୁ 7738299899 ଏହି ନମ୍ବରରେ । ଥରେ ପଞ୍ଜୀକରଣ ହୋଇଗଲାପରେ ଗ୍ରାହକ ୪୮ ଘଣ୍ଟା ଭିତରେ ଏସଏମଏସ ପାଇବା ଆରମ୍ଭ ହୋଇଯିବ। ଜଣେ ଗ୍ରାହକ ପ୍ରତିଦିନ ୨ ରୁ ୩ ଏସଏମଏସ ନିଜ ପସନ୍ଦ ମୁତାବକ ଭାଷାରେ ପାଇପାରିବେ ଯେଉଥିରେ କିଛି ମୁଖ୍ୟ ଖବର ଆସିବ । ଯଦି ଗ୍ରାହକ ପଞ୍ଜୀକରଣ କରିବାର ୪୮ ଘଣ୍ଟା ଭିତରେ କିଛି ସୂଚନା ନପାଇଲେ ତେବେ ପ୍ରଥମେ ଗ୍ରାହକ ନିଜ ମୋବାଇଲରେ DND ସେବା ଅଛି କି ନାହିଁ ଯାଞ୍ଚ କରିବେ ଏବଂ ଯଦି କିଛି ସେବା ଆପଣଙ୍କ ମୋବାଇଲ ନମ୍ବର ନାହିଁ ତେବେ ଯୋଗାଯୋଗ କରନ୍ତୁ ଏହି ମେଲରେ airnews.sms@gmail.com କିମ୍ବା ସର୍ବଭାରତୀୟ ରେଡିଓ କାର୍ଯ୍ୟକର୍ତାଙ୍କୁ ଫୋନ କରନ୍ତୁ ଏହି ନମ୍ବରରେ 011-23421135 ଦୟାକରି ଧ୍ୟାନ ଦିଅନ୍ତୁ କିଛି ମୋବାଇଲ ଫୋନ ଆଞ୍ଚଳିକ ଭାଷାରେ ଏସଏମଏସ ଗ୍ରହଣ କରେ ନାହିଁ । ସାଧାରଣତଃ ଏଣ୍ଡ୍ରୋଏଡ ୨.୩ କିମ୍ବା ତା’ଠୁ ଅଧିକ ଥିବା ଫୋନ ରେ ସବୁ ଭାରତୀୟ ଭାଷା ଗ୍ରହଣ କରେ । ଏସଏମଏସ କରିବା ପାଇଁ ଭାଷାର ସଂକେତ/ ଅକ୍ଷର E for English H for Hindi M for Marathi D for Dogri S for Sanskrit N for Nepali A for Assamese G for Gujarati ML for Malayalam T for Tamil UR for Urdu OD for Odiya BN for Bengali KS for Kashmiri AL for Arunachali PN for Punjabi ସର୍ବଭାରତୀୟ ରେଡିଓ ଖବରର ଏସଏମଏସ ଗ୍ରାହକ ନହେବା ପାଇଁ କଣ କରିବେ ରେଡିଓ ଖବରର ଏସଏମଏସ ସେବାର ଗ୍ରାହକ ନହେବା ପାଇଁ ଏସଏମଏସ ବକ୍ସକୁ ଯାଇ ଲେଖନ୍ତୁ AIR Newsstop ଏବଂ ପଠାଇଦିଅନ୍ତୁ 7738299899 ଏହି ନମ୍ବରରେ । ତା’ପରେ ଏହି ସେବା ସମ୍ପୂର୍ଣ ଭାବେ ବନ୍ଦ ହୋଇଯିବ । ଯଦି ଜଣେ ଗ୍ରାହକ ଗୋଟେ ଭାଷାରୁ ଅଧିକ ଭାଷାରେ ଖବର ପାଇବା ପାଇଁ ଇଚ୍ଛୁକ ତେବେ ଉପରେ ଦର୍ଶାଯାଇଥିବା ପ୍ରକ୍ରିୟା ଅନୁସାରେ କରନ୍ତୁ । ମନେ ରଖନ୍ତୁ କେବଳ ଥରେ ହିଁ ଗୋଟିଏ ଭାଷାର ଏସଏମଏସ କରିପାରିବେ । ଏସଏମଏସ ସେବା ସମ୍ବନ୍ଧରେ କିଛି ଅସୁବିଧା ହେଲେ ଇ-ମେଲ କରନ୍ତୁ ଏହି ଠିକଣାରେ airnews.sms@gmail.com ଯଦି ତା’ପରେ ବି କିଛି ସୁଫଳ ନମିଳିଲା ତେବେ ଫୋନ କରନ୍ତୁ 011-23421135 ଦିନ ୯.୩୦ ରୁ ରାତି ୧୦.୦୦ ପର୍ଯ୍ୟନ୍ତ ଆଧାର ସର୍ବଭାରତୀୟ ରେଡିଓ ସେବା "http://newsonair.nic.in/"