ଉପକ୍ରମ

ପଶୁଙ୍କ ବିଷୟରେ ଜାଣିବା ପାଇଁ ଆଗ୍ରହ ଅଛି । ଯଦି ଗଣିତ, ବିଜ୍ଞାନ ଓ ଜୀବ ବିଜ୍ଞାନ ଆଦି ପାଠରେ ଭଲ ମାର୍କସ୍ ରଖିଛନ୍ତି ।

ତେବେ କିଛି ଚିନ୍ତା ନକରି ଇଥୋଲୋଜିରେ କ୍ୟାରିଅର୍ କରନ୍ତୁ। ଜଣେ ପଶୁ ବ୍ୟବହାର ବିଶେଷଜ୍ଞ ବା ଇଥୋଲୋଜିଷ୍ଟଙ୍କ ଦରମା ବର୍ଷକୁ ଲକ୍ଷାଧିକ ଟଙ୍କା ହୋଇଥାଏ ।

ସ୍ନାତକୋତ୍ତର

ଗୃହପାଳିତ ପଶୁଙ୍କଠାରୁ ଆରମ୍ଭ କରି ବନ୍ୟଜନ୍ତୁଙ୍କ ପର୍ଯ୍ୟନ୍ତ-ଏ ସମସ୍ତଙ୍କ ବ୍ୟବହାର ଓ ସ୍ଵଭାବ ଜାଣିବା, ଅଧିକରୁ ଅଧିକ ବିଜ୍ଞାନ ସମ୍ମତ ତଥ୍ୟ ହାସଲ କରିବା ହେଉଛି ଇଥୋଲୋଜିଷ୍ଟମାନଙ୍କ କାମ । ଇଥୋଲୋଜି ବା ପଶୁ ବ୍ୟବହାର ବିଜ୍ଞାନରେ ସ୍ନାତକ, ସ୍ନାତକୋତ୍ତର,ଡକ୍ଟରେଟ୍ ବି କରିପାରିବେ । ଏହା ହେଉଛି ଅଧ୍ୟାପନା ଓ ଗବେଷଣାର ଏକ କ୍ଷେତ୍ର । ଡକ୍ଟରେଟ୍ କରିସାରିବା ପରେ ଚାହିଁଲେ ଗବେଷଣାଗାର ହେଉ କିମ୍ବା ପ୍ରାକୃତିକ ପରିବେଶ (ଘଞ୍ଚ ଜଙ୍ଗଲ)କୁ ଯାଇ ବନ୍ୟପ୍ରାଣୀଙ୍କ ବିଷୟରେ ଗବେଷଣା କରିପାରିବେ । ନଚେତ୍ ବିଭିନ୍ନ କଲେଜ, ୟୁନିଭର୍ସିଟିରେ ଏହି ବିଷୟରେ ଅଧ୍ୟାପନା କରିପାରିବେ ।

ପାଠ୍ୟକ୍ରମ

ଆନିମଲ ବିହେବିହର, ଆନିମଲ୍ ସାଇନ୍ସ,ପ୍ରାଣୀ ବିଜ୍ଞାନ, ଭେଟେରୀନାରି ସାଇନ୍ସ ଆଦି ପାଠ୍ୟକ୍ରମ ମଧ୍ୟରୁ କୌଣସି ଗୋଟିଏରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ଏହି କ୍ଷେତ୍ରରେ ମାଷ୍ଟର ଡିଗ୍ରୀ ଏବଂ ଡକ୍ଟରେଟ୍ କରି ଇଥୋଲୋଜିଷ୍ଟ ହୋଇପାରିବେ । ଅନେକ ଅନୁଷ୍ଠାନ ଏକାସଙ୍ଗରେ ଦୁଇଟି ଡିଗ୍ରୀ ପ୍ରୋଗ୍ରାମ ପଢିବା ପାଇଁ ସୁଯୋଗ ଦେଉଛନ୍ତି । ବେଚଲର୍ ଅଫ୍ ସାଇନ୍ସ ଏବଂ ଡକ୍ଟର ଅଫ୍ ଭେଟେରୀନାରି ମେଡ଼ିସିନ । ଏହି ଦୁଇଟି ପ୍ରୋଗ୍ରାମ ଏକସଙ୍ଗରେ କଲେ ପ୍ରାଣୀ ବିଜ୍ଞାନ, ଜୀବ ବିଜ୍ଞାନ, ଶରୀର କ୍ରିୟା ବିଜ୍ଞାନ, ଜେନେଟିକ୍ସ, ଜୀବରସାୟନ ବିଜ୍ଞାନ ଏବଂ ବ୍ୟବହାର ବିଜ୍ଞାନ ଆଦି ବିଷୟରେ ଜ୍ଞାନ ହାସଲ କରିପାରିବେ ।

ଇଥୋଲୋଜିରେ ଅଭିଜ୍ଞ ବୈଜ୍ଞାନିକ ଦରମା

ୟୁଏସ୍ ବ୍ୟୁରୋ ଅଫ୍ ଲେବର ଷ୍ଟାଟିସଟିକ୍ସର ୨୦୦୯ ମସିହା ସର୍ଭେ ଅନୁଯାୟୀ ସାଧାରଣ ଜୀବ ବିଜ୍ଞାନୀମାନେ ବର୍ଷକୁ ୪୪,୩୦୨୩୧ ଟଙ୍କା ଦରମା ପାଇଥାନ୍ତି । ଆମେରିକାରେ ପ୍ରାଣୀମାନଙ୍କ ଉପରେ ନୂଆକରି ଗବେଷଣା କରୁଥିଲେ ବର୍ଷକୁ ମିଳିଥାଏ ଅତିକମ୍ ରେ ୨୨,୩୫୧୦୧ ଟଙ୍କା । ବରିଷ୍ଠତା ଭିତ୍ତିରେ ଅଭିଜ୍ଞ ବୈଜ୍ଞାନିକମାନଙ୍କୁ ବର୍ଷକୁ ଦରମା ମିଳିଥାଏ ୬୦,୫୦୭୪୧ ଟଙ୍କା । ଆମ ଦେଶରେ ଅଭିଜ୍ଞ ବୈଜ୍ଞାନିକମାନଙ୍କ ଦରମା ବର୍ଷକୁ ୧୨ ଲକ୍ଷରୁ ୧୫ ଲକ୍ଷ ଟଙ୍କା ହୋଇଥାଏ ।

ଆଧାର – ଦୈନିକ ପ୍ରମେୟ