ଏମ୍ଏସ୍ଏମ୍ଇ

ଜନସଂଖ୍ୟା କ୍ଷେତ୍ରରେ ଭାରତ ବିଶ୍ଵର ଦ୍ଵିତୀୟ ବୃହତ୍ ରାଷ୍ଟ୍ର । ଶିଳ୍ପ ଆବଶ୍ୟକତା ପୂରଣ କରିବା ପାଇଁ ଏଠାରେ ପେସାଦାର ବ୍ୟକ୍ତିଙ୍କ ସଂଖ୍ୟା ବୃହତ୍ ମାତ୍ରାରେ ରହିଛି । ଭାରତୀୟ ଯୁବପିଢିଙ୍କ ନିକଟରେ ଏକ ପ୍ରମୁଖ ବିଶେଷତ୍ଵ ହେଉଛି ଏମାନେ ବିଭିନ୍ନ ପ୍ରକାର ଭାଷାରେ କଥା କହି ପାରନ୍ତି, ଯେଉଁଥିପାଇଁ ସେମାନେ ଭାରତ ତଥା ଭାରତ ବାହାରେ ନିଯୁକ୍ତି ବଜାରରେ ଗ୍ରହଣୀୟ ହୋଇପାରନ୍ତି । କିନ୍ତୁ ପ୍ରମୁଖ କଥା ହେଉଛି ବିଶ୍ଵ ଆର୍ଥିକ ମାନ୍ଦାବସ୍ଥା ଯୋଗୁ ଆଇଟି ଏବଂ ଆଇଟିଇଏସ୍ କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସଙ୍କୁଚିତ ହୋଇଛି, ଯାହାଫଳରେ ଅନେକ ଇଞ୍ଜିନିୟର ତଥା ଯୁବପିଢି ବେକାର ହୋଇ ବସିଛନ୍ତି । ବେକାର ଥିବା ଏହି ଯୁବପିଢିଙ୍କୁ କାର୍ଯ୍ୟରେ ଲଗାଇବା ଲାଗି ବର୍ତ୍ତମାନର ସରକାର ବିଭିନ୍ନ ପ୍ରକାର ଅଭିଯାନ ଆଣିଛନ୍ତି, ଯାହା ଅଧୀନରେ ବୈଷୟିକ ଏବଂ ପେସାଗତ ଦୃଷ୍ଟିରୁ ଦକ୍ଷ ନିଯୁକ୍ତି ଆଶାୟୀମାନଙ୍କୁ ଚାକିରି ବ୍ୟତୀତ କିଛି ଅଲଗା ଚିନ୍ତା କରିବାର ସୁଯୋଗ ଦିଆଯାଉଛି । ନିଜର ବ୍ୟବସାୟ ଆରମ୍ଭ କରି ଉଦ୍ୟୋଗପତି ହେବାର ମଉକା ସରକାର ଯୁବପିଢିମାନଙ୍କୁ ଦେଉଛନ୍ତି । ଏହାଦ୍ୱାରା କେବଳ ଯେ ଜଣେ ନିଜକୁ ସଫଳତା ଦିଗରେ ଅଗ୍ରସର କରିପାରିବେ ତାହା ନୁହେଁ ଅନ୍ୟମାନଙ୍କୁ ତାହା ନୁହେଁ ଅନ୍ୟମାନଙ୍କୁ ମଧ୍ୟ ନିଯୁକ୍ତି ପ୍ରଦାନ କରି ସମାଜ ସ୍ରୋତରେ ଆଗେଇ ନେଇପାରିବେ । ଅନ୍ୟମାନଙ୍କ ଜୀବନକୌଶଳୀରେ ମଧ୍ୟ ଏମାନେ ଏକ ବଡ ପରିବର୍ତ୍ତନ ଆଣିପାରିବେ । ଦେଶର ଏମ୍ଏସ୍ଏମ୍ଇ କ୍ଷେତ୍ରରେ ବର୍ତ୍ତମାନ ସୁଯୋଗ ହିଁ ସୁଯୋଗ ରହିଛି । ଦେଖାଯାଏ ଯେତେବେଳେ ଆପଣ ନିଜର କିଛି କରନ୍ତି ସେତେବେଳେ ଏହା ଉପରେ ସମସ୍ତ ଉଦ୍ୟମ ଲଗାଇଥାନ୍ତି । ଚାକିରି କ୍ଷେତ୍ରରେ କାର୍ଯ୍ୟଚାପ ଏବଂ ବାରମ୍ବାର କମ୍ପାନୀ ବଦଳାଇବା ଭଳି ସମସ୍ୟା ଯୋଗୁ ଆଜିର ଯୁବପିଢି ସରକାରଙ୍କ ଏମ୍ଏସ୍ଏମ୍ଇ ଯୋଜନା ଅଧୀନରେ ନିଜର ଉଦ୍ୟୋଗ କରିବା ପାଇଁ ପସନ୍ଦ କରୁଛନ୍ତି ।

ବର୍ତ୍ତମାନ ପରିବର୍ତ୍ତିତ ସମୟରେ ଉଦ୍ୟୋଗୀଟିଏ ହେବା ନିଶ୍ଚିତ ଭାବେ ଭାଲ । ସରକାରଙ୍କର ବିଭିନ୍ନ ଯୋଜନା, ମୁଦ୍ରା ବ୍ୟାଙ୍କ ସମେତ ବିଭିନ୍ନ ବ୍ୟାଙ୍କରୁ ସହଜ ଋଣ ବିକଳ୍ପ ଏବଂ ଏମ୍ଏସ୍ଏମ୍ଇ ବିଭାଗରୁ ସମସ୍ତ ପ୍ରକାର ବୈଷୟିକ ଓ ପ୍ରଶାସନିକ ସହାୟତା ଉପଲବ୍ଧ ଥିବାରୁ ଏଗୁଡ଼ିକୁ କାର୍ଯ୍ୟରେ ଲଗାଇ ଯୁବପିଢିମାନେ ନିଜକୁ ସଫଳ ଉଦ୍ୟୋଗୀ ଭାବେ ପ୍ରସ୍ତୁତ କରିପାରିବେ । ଅନେକ ସଫଳ ବ୍ୟକ୍ତିଙ୍କ ଉଦାହରଣ ନିଆଯାଇପାରିବ ଯେଉଁମାନେ ଚାକିରି ଛାଡି ନିଜର ସଂସ୍ଥା ଆରମ୍ଭ କରିଛନ୍ତି । ପ୍ରାଥମିକ ସ୍ତରରେ ଅବଶ୍ୟ ସଂଘର୍ଷ କରିଛନ୍ତି କିନ୍ତୁ ପରିଶେଷରେ ସଫଳତା ଲାଭ କରିଛନ୍ତି । ଭାରତ ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗର କାର୍ଯ୍ୟକାରିତାରେ ବଡ ଧରଣର ପରିବର୍ତ୍ତନ ଘଟିଛି । ଯୁବ ଉଦ୍ୟୋଗୀମାନଙ୍କୁ ସ୍ଵାଗତ କରିବା ପାଇଁ ବିଭିନ୍ନ ପ୍ରକାର ସରକାରୀ ଏଜେନ୍ସି ଅନେକ ପ୍ରକାର ସରକାରୀ ଏଜେନ୍ସି ଅନେକ ପ୍ରକାର ଯୋଜନା ସହ ନିଜର ଦ୍ଵାରା ଖୋଲା ରଖିଛନ୍ତି । କାର କିମ୍ବା ବାଇକ୍ କିଣିବା ଭଳି ବ୍ୟବସାୟ ଆରମ୍ଭ କରିବା ମଧ୍ୟ ସହଜ ହୋଇଗଲାଣି । ସରକାରଙ୍କ ଦ୍ଵାରା ଉପଲବ୍ଧ ଥିବା ବିଭିନ୍ନ ସୁବିଧାର ଲାଭ ଉଠାଇବା ପାଇଁ ବର୍ତ୍ତମାନ ଏମ୍ଏସ୍ଏମ୍ଇ ୱେବ୍ସାଇଟ୍ www.msmeregister.com ରେ ପଞ୍ଜୀକରଣ କରିହେବ ।

ପ୍ରମୁଖ ସହାୟତା, ଯାହା ଏକ ଷ୍ଟାର୍ଟ ଅପ୍ କମ୍ପାନୀ ଆବଶ୍ୟକ କରିଥାଏ

ଇଜ୍ ଅଫ୍ ଡୁଇଙ୍ଗ୍ ବିଜ୍ନେସ୍, ସରଳ ନୀତି ନିୟମ ଓ ଇନ୍ସପେକ୍ଟର ରାଜ୍ ଉପରେ ଅଙ୍କୁଶ ।

ଉଚିତ୍ ସୁଧ ହାରରେ ଆର୍ଥିକ ସହାୟତା ।

ନିବେଶକଙ୍କ ବିଶ୍ଵାସଭାଜନ ହେବା ପାଇଁ ତାଲିମ୍ ଓ ମାର୍ଗ ଦର୍ଶନ ।

ପ୍ରଥମ କିଛି ବର୍ଷ ଲାଗି ଉତ୍ପାଦିତ ସାମଗ୍ରୀ କିମ୍ବା ସେବାର ବିପଣନ ଲାଗି ସହାୟତା ।

ବର୍ତ୍ତମାନର ଯୁବପିଢି ଅତ୍ୟନ୍ତ ଭାଗ୍ୟଶାଳୀ । କାରଣ ସମ୍ପ୍ରତି ସରକାର ସେମାନଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରିଛନ୍ତି, ଯାହାକି ସେମାନଙ୍କୁ ଆଗକୁ ବଢିବାରେ ସହାୟକ ହୋଇପାରିବ ।

ଆୟୁକ୍ତମାନଙ୍କୁ ନିଯୁକ୍ତି

ନିମ୍ନରେ ଦିଆଯାଇଥିବା କାର୍ଯ୍ୟ ନିମନ୍ତେ ନିବେଶକମାନଙ୍କୁ ସହାୟତା କରିବା ଲାଗି ରାଜ୍ୟ ସ୍ତରରେ ବିକାଶ ଆୟୁକ୍ତମାନଙ୍କୁ ନିଯୁକ୍ତି ଦିଆଯାଇଛି ।

ପ୍ରକଳ୍ପ ଲାଭଯୋଗ୍ୟ ଅବା ନୁହେଁ ତାହାକୁ ବିଚାର କରି ବିକାଶ ଆୟୁକ୍ତ ଋଣ ସଂଯୁକ୍ତ ପୁଞ୍ଜି ସବ୍ସିଡି ଯୋଜନା ମାଧ୍ୟମରେ ଋଣ ପ୍ରଦାନ କରିଥାନ୍ତି ।

ବଜାର ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଏବଂ ଚାଇନାରୁ ଶସ୍ତା ସାମଗ୍ରୀ ଆମଦାନୀ ବଢୁଥିବାରୁ ସ୍ଥାନୀୟ ସାମଗ୍ରୀ କ୍ଷେତ୍ରରେ ଏହା ଏକ ବଡ ଚ୍ୟାଲେଞ୍ଜ । କ୍ରେତାମାନଙ୍କୁ ଆକର୍ଷିତ କରିବା ଲାଗି ଉନ୍ନତ କ୍ଵାଲିଟି ଏବଂ ପ୍ୟାକେଜିଂ ପ୍ରତି ଦୃଷ୍ଟି ଦେବାକୁ ପଡିବ । ଏ କ୍ଷେତ୍ରରେ ବିକାଶ ଆୟୁକ୍ତଙ୍କ ଦ୍ଵାରା ବୈଷୟିକ ସହାୟତା ଯୋଗାଇ ଦିଆଯାଇଥାଏ ।

ଯଦି ରପ୍ତାନୀ କ୍ଷେତ୍ରରେ ଧାର୍ଯ୍ୟ କରାଯାଇଥିବା ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାରେ ଆପଣ ସଫଳ ହୁଅନ୍ତି ତା’ହେଲେ ଦ୍ରବ୍ୟ ବା ସେବାର ରପ୍ତାନୀ ନିମନ୍ତେ ନୂଆ ବଜାର ଅନ୍ଵେଷଣରେ ଏମ୍ଏସ୍ଏମ୍ଇ ବିକାଶ ଆୟୁକ୍ତ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ସର୍ବନିମ୍ନ ୩ ବର୍ଷ ପାଇଁ ଟିକସ ରିହାତି ନିଶ୍ଚିତ ଭାବେ ଯୁବପିଢିଙ୍କୁ ଆକୃଷ୍ଟ କରିବ ।

ଆପଣଙ୍କ ପରିଶ୍ରମର ଫଳସ୍ଵରୂପ ଏମ୍ଏସ୍ଏମ୍ଇ ବିଭାଗ ଆପଣଙ୍କୁ ବିଭିନ୍ନ ସ୍ତରରେ ପୁରଷ୍କୃତ କରିଥାଏ । ଅନେକ ସଫଳ ଉଦ୍ୟୋଗୀଙ୍କୁ ସେମାନଙ୍କ ସଫଳତା ପାଇଁ ରାଷ୍ଟ୍ରପତିଙ୍କଠାରୁ ପ୍ରମାଣପତ୍ର ମଧ୍ୟ ମିଳିଥାଏ ।

ନିର୍ମାତାମାନଙ୍କ ମଧ୍ୟରେ ପ୍ରତିଯୋଗୀତାକୁ ଅଧିକ କରିବା ପାଇଁ ଏମ୍ଏସ୍ଏମ୍ଇ ବିଭାଗ ଦ୍ଵାରା ଜାତୀୟ ପ୍ରତିଯୋଗିତାମୂଳକ ବିକାଶ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ ।

ଅନେକ ଷ୍ଟାର୍ଟଅପ୍ ରେ ବର୍ତ୍ତମାନ ବଡ ବଡ କମ୍ପାନୀ ନିବେଶ କରିବାକୁ ଆଗେଇ ଆସୁଛନ୍ତି । ଏଣୁ ପାରମ୍ପର ଚାକିରି ବଦଳରେ ଆଜିର ଯୁବପିଢି ନିଜ ମଧ୍ୟରେ ଔଦ୍ୟୋଗିକତାର ବିକାଶ କରି ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ପରିଯୋଜନାଗୁଡିକର ଲାଭ ଉଠାଇବା ଦରକାର ।

ବ୍ୟବସାୟିକ ସୁଯୋଗ

ନିମ୍ନରେ ଦିଆଯାଇଥିବା ଶିଳ୍ପ କ୍ଷେତ୍ରରେ ଆକର୍ଷଣୀୟ ବ୍ୟବସାୟିକ ସୁଯୋଗ ରହିଛି ।

ଅଟୋମୋବାଇଲ୍ ଏବଂ ସ୍ପେୟାର ପାର୍ଟସ ଉତ୍ପାଦନ ୟୁନିଟ୍

ବୟନଶିଳ୍ପ ୟୁନିଟ୍

ପ୍ରିଣ୍ଟିଂ ଏବଂ ପେପର ୟୁନିଟ୍

ଖାଦ୍ୟ, ପଲ୍ପ, ସଫ୍ଟ ଡ୍ରିଙ୍କସ, ନଡିଆକତା ପ୍ରକ୍ରିୟାକରଣ ୟୁନିଟ୍

ଫାର୍ମ ଶିଳ୍ପ

ମେଡିକାଲ ଉପକରଣ ଏବଂ ରବରରୁ ପ୍ରସ୍ତୁତ ଉତ୍ପାଦ ୟୁନିଟ୍

ଚମଡା ଉତ୍ପାଦ ୟୁନିଟ୍

ପ୍ଲାଷ୍ଟିକ୍ ଉତ୍ପାଦ, ପିଭିସି ପାଇପ୍ ୟୁନିଟ୍

କାଚରୁ ପ୍ରସ୍ତୁତ ସାମଗ୍ରୀ ୟୁନିଟ୍

ଆଲୁମିନିୟମ୍ ଏବଂ ଇସ୍ପାତ ଉତ୍ପାଦ ୟୁନିଟ୍

ସଫ୍ଟଟୟ ଏବଂ ଇଲେକ୍ଟ୍ରୋନିକ୍ ଟୟ ଉତ୍ପାଦନ ୟୁନିଟ୍

ଉଦ୍ୟାନ କୃଷି ଏବଂ ଫଳଚାଷ

ଜୈବିକ କୃଷି

ନିଜ ମଧ୍ୟରେ ଦୃଢ ଆତ୍ମବିଶ୍ଵାସ ରଖି ଆଗକୁ ବଢିବା ଦରକାର । ସରକାରୀ ସହାୟତା ଲାଭ ଉଠାଇ ଆଜିର ଯୁବପିଢି ନିଶ୍ଚିତ ଭାବେ ନିଜକୁ ସଫଳ ଉଦ୍ୟୋଗୀ ଭାବେ ପ୍ରମାଣିତ କରିପାରିବେ ।

ଆଧାର – ଦୈନିକ ଧରିତ୍ରୀ