ଉପକ୍ରମ ପ୍ରଥମ କରି କୌଣସି କମ୍ପାନୀରେ ଯୋଗ ଦେଉଛନ୍ତି । ନୂଆ ପରିବେଶ ଏବଂ କାର୍ଯ୍ୟ ଜୀବନର ଆରମ୍ଭ ହେତୁ ଏହି ସମୟରେ ମନରେ ଟିକେ ନର୍ଭସପଣ ରହିଥାଏ । କମ୍ପାନୀରେ ଆପଣଙ୍କ ଭବିଷ୍ୟତର ଅଭିବୃଦ୍ଧି ଯାତ୍ରା ଏହିଠାରୁ ହିଁ ଆରମ୍ଭ ହୋଇଥାଏ । ପ୍ରତିଦିନ ବିଭିନ୍ନ ପ୍ରକାର ଟାସ୍କ । କିପରି ଠିକ୍ ଭାବେ କାର୍ଯ୍ୟ ସମ୍ପାଦନ କରି ବସ୍ ଙ୍କୁ ସନ୍ତୁଷ୍ଟ କରିବେ ତାହାକୁ ଚିନ୍ତା କରି ମନ ସାମାନ୍ୟ ଭାରାକ୍ରାନ୍ତ ହୋଇଥାଏ । ଅଫିସ୍ ରେ ପ୍ରଥମ ଦିନକୁ ଆପଣଙ୍କ ସାପକ୍ଷରେ କରିବା ଲାଗି ନିମ୍ନରେ ଦିଆଯାଇଥିବା ଟିପ୍ସଟି କାର୍ଯ୍ୟରେ ଆସିବ । ଆପଣଙ୍କ ଭିତରେ ପେସାଦାର ମନୋଭାବ ରହିଛି ତାହା ବସ୍ ତଥା ସହକର୍ମୀମାନଙ୍କୁ ଦେଖାଯିବା ଦରକାର । ଏଥିପ୍ରତି ଯଥେଷ୍ଟ ଧ୍ୟାନ ଦିଅନ୍ତୁ । ଉକ୍ତ କମ୍ପାନୀରେ ଯୋଗ ଦେବା ପାଇଁ ଆପଣଙ୍କ ମନରେ ଉତ୍କଣ୍ଠା ରହିଥିବା ଏଥିରୁ ଜଣାଯାଇଥାଏ । ଉକ୍ତ ଅଫିସ୍ ରେ କର୍ମଚାରୀମାନେ କିପରି କାର୍ଯ୍ୟ କରୁଛନ୍ତି ତଥା ସେମାନଙ୍କ ହାବଭାବ କିପରି ତାହାକୁ ଅନୁଧ୍ୟାନ କରନ୍ତୁ ଏବଂ ଉକ୍ତ ଅନୁସାରେ ନିଜକୁ ପ୍ରସ୍ତୁତ କରିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କ କମ୍ପାନୀର କୌଣସି ସ୍ଵତନ୍ତ୍ର ଡ୍ରେସ୍ କୋଡ଼୍ ଯଦି ଥାଏ ତାହାକୁ ଅନୁକରଣ କରନ୍ତୁ । ଆତ୍ମବିବରଣୀର ଦିନ ପ୍ରଥମ ଦିନ ହେଉଛି ଆତ୍ମବିବରଣୀର ଦିନ । ଅନ୍ୟ ସହକର୍ମୀମାନଙ୍କ ମନ କିଣିବା ପାଇଁ ଏହା ଏକ ସୁଯୋଗ । ପ୍ରଥମ ଧାରାଣା ହିଁ ଚୁଡାନ୍ତ ଧାରଣା ବୋଲି କୁହାଯାଇଥାଏ । ତେଣୁ ସହକର୍ମୀମାନଙ୍କ ସହ ବାର୍ତ୍ତାଳାପ ସମୟରେ ସେମାନଙ୍କ ମନରେ ଆପଣଙ୍କ ପ୍ରତି ଏକ ଭଲ ଧାରଣା ସୃଷ୍ଟି କରନ୍ତୁ । ଆତ୍ମବିଶ୍ଵାସ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଜିନିଷ ହେଉଛି ଆତ୍ମବିଶ୍ଵାସ । ନିର୍ଭସପଣ ରହିବ ନିଶ୍ଚିତ । କିନ୍ତୁ ଏହାକୁ ଆପଣଙ୍କ ଉପରେ ହାବି ହେବାକୁ ଦିଅନ୍ତୁ ନାହିଁ । ଆତ୍ମବିଶ୍ଵାସ ରଖି କାର୍ଯ୍ୟ କରନ୍ତୁ । ନିଜ ବସ୍ ଙ୍କୁ ଭେଟି କମ୍ପାନୀର ଲକ୍ଷ୍ୟ, ଏହାର ବିଜ୍ ନେସ ପାର୍ଟନର, ଏହାର ଉତ୍ପାଦ ଏବଂ ସେବା ଓ ପ୍ରତିଦ୍ଵନ୍ଦୀମାନଙ୍କ ବିଷୟରେ ଜାଣିବା ପାଇଁ ଚେଷ୍ଟା କରନ୍ତୁ । କମ୍ପାନୀରେ ଆପଣଙ୍କ କାର୍ଯ୍ୟ କ’ଣ ରହିବ ତାହା ମ୍ୟାନେଜରଙ୍କୁ ପଚାରି ବୁଝନ୍ତୁ । ପ୍ରଥମ ଦିନରେ ଆପଣଙ୍କୁ ସହଯୋଗ କରିଥିବା ସହକର୍ମୀମାନଙ୍କୁ ଧନ୍ୟବାଦ ଜଣାନ୍ତୁ । ଆଧାର – ଦୈନିକ ଧରିତ୍ରୀ