ଗ୍ରୁପ୍ ଇଣ୍ଟରଭ୍ୟୁ ନିଯୁକ୍ତି ଆଶାୟୀ ଏକାଧିକ ପ୍ରାର୍ଥୀଙ୍କୁ ଜଣେ ନିଯୁକ୍ତିଦାତା କିଂବା ଗୋଟିଏ ଇଣ୍ଟରଭ୍ୟୁ ପ୍ୟାନେଲ୍ ଦ୍ଵାରା ଗ୍ରୁପ୍ ଇଣ୍ଟରଭ୍ୟୁ କରାଯାଏ । ଦକ୍ଷ ଏବଂ ଉପଯୁକ୍ତ ପ୍ରାର୍ଥୀଙ୍କୁ ଚୟନ କରିବା ଲାଗି ଆଜିକାଲି ଅନେକ କମ୍ପାନୀ ସିଙ୍ଗଲ୍ ଇଣ୍ଟରଭ୍ୟୁ ଅପେକ୍ଷା ଗ୍ରୁପ୍ ଇଣ୍ଟରଭ୍ୟୁକୁ ଅଧିକ ପସନ୍ଦ କରୁଛନ୍ତି । ସିଙ୍ଗଲ ଇଣ୍ଟରଭ୍ୟୁ ରେ ଜଣେ ପ୍ରାର୍ଥୀଙ୍କ ଲାଗି ନିଯୁକ୍ତିଦାତା ଅତି କମରେ ଅଧା ଘଣ୍ଟା ସମୟ ନେଇଥାନ୍ତି । ମାତ୍ର ଗ୍ରୁପ୍ ଇଣ୍ଟରଭ୍ୟୁ ରେ କମ୍ ସମୟ ମଧ୍ୟରେ ଏକାଧିକ ପ୍ରାର୍ଥୀଙ୍କୁ ଇଣ୍ଟରଭ୍ୟୁ କରାଯାଇଥାଏ । ଜଣେ ପ୍ରାର୍ଥୀଙ୍କୁ ଏକ ସମୟରେ ଅନେକ ଲୋକ ପରଖନ୍ତି । ନିଯୁକ୍ତି ପରିଚାଳନା ବୋର୍ଡ଼ ପ୍ରାର୍ଥୀମାନଙ୍କ ଇଣ୍ଟରଭୂତ୍ୱ ନେଇଥାଏ । ଏହି ପ୍ରକ୍ରିୟାରେ ଇଣ୍ଟରଭ୍ୟୁ ଦ୍ଵାରା ପ୍ରାର୍ଥୀଙ୍କ ଦକ୍ଷତାକୁ ଜାଣିବା ସହଜ ହୁଏ । ଏଥିସହିତ ପ୍ରାର୍ଥୀଙ୍କ ବିଷୟରେ ସେହିଠାରେ ହିଁ ଆଲୋଚନା ଜରିବାର ବିକଳ୍ପ ଥାଏ ; ଯାହା କି ସିଙ୍ଗଲ ଇଣ୍ଟରଭ୍ୟୁରେ ନିଯୁକ୍ତିଦାତାଙ୍କ ନିକଟରେ ନ ଥାଏ । ବର୍ତ୍ତମାନ କେତେକ ଆଗ ଧାଡ଼ିର କମ୍ପାନୀ ନିଜର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଯୋଜନା କରୁଛନ୍ତି । ଏହା ଛଡ଼ା ଅଧିକାଂଶ କମ୍ପାନୀ ଚଳିତ ବର୍ଷ ପ୍ରଚୁର ମାତ୍ରାରେ ନିଯୁକ୍ତି ଦେବା ଲାଗି ଘୋଷଣା କରିଛନ୍ତି । ପ୍ରାର୍ଥୀମାନେ ଏ କଥା ଜାଣିବା ଉଚିତ ଯେ ୱାନ୍ ବାଏ ୱାନ୍ ଇଣ୍ଟରଭ୍ୟୁ କିଂବା ଗ୍ରୁପ୍ ଇଣ୍ଟରଭ୍ୟୁ ମଧ୍ୟରେ ସେଭଳ କଛ ଅଧିକ ଫରକ୍ ନ ଥାଏ । ତଥାପି ସୋମନଙ୍କୁ ଏହି ନୂତନ ପଦ୍ଧତିରେ ଇଣ୍ଟରଭ୍ୟୁ ଦେବା ଲାଗି ପ୍ରସ୍ତୁତ ହେବା ଆବଶ୍ୟକ । ଗ୍ରୁପ୍ ଇଣ୍ଟରଭ୍ୟୁ ରେ ଭିନ୍ନ ଭିନ୍ନ ମାର୍ନସିକତାର ଲୋକଙ୍କ ସହ ମିଶିବାକୁ ପଡ଼େ। ତେଣୁ ଜଣେ ପ୍ରାର୍ଥୀଙ୍କର କୌଣସି କଥାରେ ସେମାନେ ଅସହମତ ହୋଇପାରନ୍ତି । କେତେକ ଇଣ୍ଟରଭ୍ୟୁ ବିଶେଷଜ୍ଞଙ୍କ ମତ ଗ୍ରୁପ୍ ଇଣ୍ଟରଭ୍ୟୁକୁ କମ୍ପାନୀର ନିଯୁକ୍ତିଦାତାମାନେ ବିଜିନେସ୍ ମିଂଟିଂ ଭଳି ଦେଖନ୍ତି । ନିଯୁକ୍ତି ଦାତାଙ୍କୁ ସେମାନେ ନିଜର କ୍ଲାଏଣ୍ଟ ବା ଗ୍ରାହକ ଭଳି ମନେ କରନ୍ତି । ଏଣୁ ଗ୍ରୁପ୍ ଇଣ୍ଟରଭ୍ୟୁ ସମ୍ମୁଖୀନ ହେବା ଏବଂ ଏଥିରେ ସଫଳତା ହାସଲ କରିବାକୁ ଇଚ୍ଛୁକ ପପ୍ରାର୍ଥୀମାନେ ନିମ୍ନଲିଖିତ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ। ଟିପ୍ ଗ୍ରୁପ୍ ଇଣ୍ଟରଭ୍ୟୁ ଆରମ୍ଭ ହେବା ପୂର୍ବରୁ ଅନ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ବିନମ୍ର ସହକାରେ ନିଜର ପରିଚୟ ଆଦାନ ପ୍ରଦାନ କରନ୍ତୁ। ଅନ୍ୟ ପ୍ରାର୍ଥୀମାନଙ୍କୁ ପଚରାଯାଉଥିବା ପ୍ରଶ୍ନ ଏବଂ ସେମାନଙ୍କ ଉତ୍ତରକୁ ଭଲଭାବେ ଶୁଣନ୍ତୁ । ଜଣେ ଦକ୍ଷ ଏବଂ ସକ୍ରିୟ ପ୍ରାର୍ଥୀଭାବେ ନିଜ ଭିତରେ ସକାରାତ୍ମକ ଚିନ୍ତାଧାରା ପୋଷଣ କରନ୍ତୁ। ଅନ୍ୟ ଜଣେ ପ୍ରାର୍ଥୀଙ୍କ ଉତ୍ତର ମଝିରେ ଆପଣଙ୍କ ମତାମତ ଦିଅନ୍ତୁ ନାହିଁ। ଏହା ନିଯୁକ୍ତିଦାତାଙ୍କ ମନରେ ନକାରାତ୍ମକ ମନୋଭାବ ସୃଷ୍ଟି କରିପାରେ । ଇଣ୍ଟରଭ୍ୟୁ ପର୍ଯ୍ୟାନେଲ୍ରେ ବସିଥିବା ନିଯୁକ୍ତିଦାତାଙ୍କ ମାନସିକତାକୁ ପଢ଼ିବାକୁ ଚେଷ୍ଟା କରନ୍ତୁ। ପ୍ୟାନେଲର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମାନ ଭାବେ ଗୁରୁତ୍ଵ ଦିଅନ୍ତୁ ଏମାନଙ୍କ ମଧ୍ୟରୁ କିଏ ହୁଏତ କାହାର ବସ୍ ହୋଇଥାଇପାରନ୍ତି କି°ବା କିଏ କାହାର ଜୁନିୟର ଭାବେ କାର୍ଯ୍ୟ କରୁଥାଇପାରନ୍ତି । କିନ୍ତୁ ଆପଣଙ୍କ ଦକ୍ଷତା ପରଖିବା ତଥା ଅରପଣଙ୍କୁ ଚୁଡାନ୍ତ ଚୟନ କରିବା ଦାୟିତ୍ଵ ସେମାନଙ୍କ ପାଇଁ ସମାନ । କିଣସି ପ୍ରଶ୍ନର ଉତ୍ତର ଦେବାବେଳେ ସମସ୍ତଙ୍କ ସହ ମୁହାଁମୁହିଁ କଥା ହୁଅନ୍ତୁ । ଆପଣଙ୍କ ବାର୍ତ୍ତାଳାପ ଏ ଭଳି ହେବା ଦରକାର ଯେପରି ପ୍ରତ୍ୟେକ ନିଯୁକ୍ତିଦାତା ସନ୍ତୁଷ୍ଟ ହେବେ। ନିର୍ଧାରିତ ପଦବୀ ପାଇଁ ଆପଣ ହିଁ କେବଳ ଉପଯୁକ୍ତ ପ୍ରାର୍ଥୀ ବୋଲି ନିଯୁକ୍ତିଦାତାଙ୍କମ ମଧ୍ୟରେ ଧାରଣା ସୃଷ୍ଟି କରନ୍ତୁ। ଏହି ସବୁ ବିଷୟ ପ୍ରତି ଧ୍ୟାନ ଦେଲେ ଗ୍ରୁପ୍ ଇଣ୍ଟରଭ୍ୟୁ ରେ ସଫଳ ହେବା ସହଜ ହେବ | ସଂଗୃହିତ: ପି.କ୍ ପ୍ରମାନିକ, କ୍ୟାରିୟର କୋଂଶଳଟାଣ୍ଟ