ଜେଇଇ ପ୍ରସ୍ତୁତି ସ୍କୁଲ ବୋର୍ଡ ପରୀକ୍ଷା ଠାରୁ ପ୍ରତିଦ୍ଵନ୍ଦ୍ୱିତାମୂଳକ ପରିକ୍ଷା ଭିନ୍ନ। ଏହି କ୍ଷେତ୍ରରେ ପ୍ରତିଯୋଗୀତା ମଧ୍ୟ ତୀବ୍ରତର ହୋଇଥାଏ । ସଫଳତା ଲାଗି ସେଲ୍ଫ ଷ୍ଟଡି ସହ ଏକ ଠିକ୍ ଯୋଜନାର ମଧ୍ୟ ଆବଶ୍ୟକତା ରହିଛି। କଡା ପ୍ରତିହ୍ଵନ୍ଦ୍ୱିତାକୁ ଧ୍ୟାନରେ ରଖି ଏକ ବିଶ୍ଳେଷଣାତ୍ମକ ମସ୍ତିଷ୍କ, ଚିନ୍ତା ତଥା ଆଇଡିଆର ଉନ୍ନତୀକରଣ, ପ୍ରମୁଖ କନସେପ୍ଟେଗୁଡିକ ବୁଝିବା ସହ ଏହାକୁ ଠିକ୍ ଭାବରେ ପରୀକ୍ଷାରେ ଉପଯୋଗ କରିବାର ଆବଶ୍ୟକତା ରହିଛି। ଛାତ୍ରୀଛାତ୍ରଙ୍କୁ ଠିକ୍ ମାର୍ଗ ଦେଖାଇବା ଲାଗି ଏକ ଭଲ କୋଚିଂ ପ୍ରତିଷ୍ଠାନର ଭୂମିକା ଗୁରୁତ୍ଵପୂର୍ଣ୍ଣ । ଏକ, ଭଲ ଶିକ୍ଷାନୁଷ୍ଠାନ ବାଛିବା କଷ୍ଟକର ଏବ୍ୟାପାର ହୋଇଥିବା ବେଳେ ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ରହିଛି। ଆଇଆଇଟି ପାଇଁ ପ୍ରସ୍ତୁତିର ଠିକ୍ ସମୟ କ’ଣ ? ଏଠାରେ ମନକୁ ପ୍ରଶ୍ନ ଆସେ । ସ୍କୁଲରେ ଦଆଯାଉଥିବା ଆସାଇନମେଣ୍ଟ, ସ୍ୱତନ୍ତ୍ର କୋଚିଂ, ଟ୍ୟୁଶନ ଯୋଗୁ ଛାତ୍ରୀଛାତ୍ରଙ୍କ ଉପରେ ଚାପ ରହିଥାଏ । ଏହା ଯୋଗୁ ସେଲ୍ଫ ଷ୍ଟଡି କରିବା ପାଇଁ ସମୟ ମିଳି ନ ଥାଏ । ଏହି ସମସ୍ୟାକୁ ସମାଧ୍ୟାନ କରି ଆଗକୁ ବଢିବା ଲାଗି ଅନେକ ଚାପ ରୁହେ । ଛାତ୍ରୀ ଛାତ୍ରମାନଙ୍କର ଏହି ସମସ୍ୟାର ସମାଧ୍ୟାନ ଲାଗି ୨ଟି ଧାରାକୁ ସମନ୍ୱିତ ଭାବେ ଦେଖିବାକୁ ପ୍ରତିଷ୍ଠାନଗୁଡିକ କୋଚିଂ ପ୍ରଦାନ କରିଥାନ୍ତି । ଫିଟଜୀ ପକ୍ଷରୁ ଏଥିଲାଗି ସ୍ୱତନ୍ତ୍ର ଶିକ୍ଷାଦାନ ତଥା ମେଣ୍ଟରିଂ ପ୍ରଦାନ କରାଯାଉଛି । କାହିକି କରିବେ ଆଗୁଆ ପ୍ରସ୍ତୁତି ଆଇଆଇଟି-ଜେଇଇରେ ଭଲ, ରାଙ୍କ ସହ ସଫଳତା ଲାଗି ଆଗୁଆ ପ୍ରସ୍ତୁତିର ଆବଶ୍ୟକତା ରହଛା । ଜେଇଇରେ ପ୍ରତିଦ୍ଵନ୍ଦ୍ୱିତା ଅଧିକ ବଢି ଯାଇଥିବାରୁ ଏ କ୍ଷେତ୍ରରେ ମୂଳଦୂଆକୁ ସୁଦୃଢ କରିବାର ଆବଶ୍ୟକତା ରହିଛି । ଏହା ଯେତେ ଶୀଘ୍ର ହେବ ତାହା ଛାତ୍ରୀ ଛାତ୍ରଙ୍କଲାଗି ଭଲ । ସେହିଭଳି ଜେଇଇରେ ପରୀକ୍ଷା ପାଇଁ ଆଟେମ୍ପଟ ୨କୁ କମିଥିବାରୁ ଏହା ଛାତ୍ରୀଛାତ୍ରଙ୍କୁ ଅଧିକ ଭାରାକ୍ରାନ୍ତ କରିଥାଏ । ଯୁକ୍ତ ଦୁଇ ପରେ ଗୋଟିଏ ଆଟେମ୍ପଟ ଏବଂ ପରବର୍ଷ ଆଉ ଥରେ ଏଥି ଲାଗି ପ୍ରୟାସ କରିବାକୁ ହୁଏ । ଏଣୁ ଉକ୍ତ କ୍ଷେତ୍ରରେ ସଫଳତା ଲାଗି ଛାତ୍ରୀଛାତ୍ର ବିଳମ୍ବ କରିବା ଅନୁଚିତ୍ । ସ୍ୱଳ୍ପ ସମୟ ମଧ୍ୟରେ ଏହି ଭଳି ଏକ ପରୀକ୍ଷାରେ ସଫଳତା ଲାଗି ଏକ ବିଧିବନ୍ଧ ଯୋଜନାର ଆବଶ୍ୟକତା ରହିଛି। ଏଥି ଲାଗି ନବମ ଶ୍ରେଣୀ ପୂର୍ବରୁ ଛାତ୍ରୀ ଛାତ୍ରଙ୍କୁ ପ୍ରସ୍ତୁତି ଆରମ୍ଭ କରଦେବା ଏକ ବୁଦ୍ଧିମତାର କାଯ୍ୟ ହେବ । ଏହି ଭଳି କୋଚିଂ ଛାତ୍ରୀ ଛାତ୍ରଙ୍କୁ ବିଭିନ୍ନ ପ୍ରମୁଖ ବିଷୟଗୁଡିକୁ ଭଲ ଭାବେ ବୁଝିବା ଲାଗି ସହାୟତା କରିବ । ସଫଳତା ଲାଗି ପ୍ରମୁଖ ବିଷୟଗୁଡିକୁ ଭଲ ଭାବେ ବୁଝିବା ମଧ୍ୟ ଦରକାର । ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଥୁଲେ। ଏହା ଛାତ୍ରୀ ଛାତ୍ରଙ୍କ ଲାଗି ବିଶେଷ ଭାବେ ସହାୟତା କରିଥାଏ । ଜେଇଇ ପ୍ରସ୍ତୁତି ଲାଗି ଠିକ୍ ସମୟ କ’ଣ ଜେଇଇରେ ସଫଳତା ଲାଗି ପ୍ରମୁଖ ବିଷୟଗତ ଜ୍ଞାନ, ବିଶ୍ଳେଷଣାତ୍ମକ ଦକ୍ଷତା, କନସେପ୍ଟେର ପ୍ରୟୋଗାତ୍ମକ ଦକ୍ଷତା ଭଳି ପ୍ରମୁଖ ବିଷୟ ଗୁରୁତ୍ଵପୂର୍ଣ୍ଣ । ଠିକ୍ ସମୟରେ ପ୍ରସ୍ତୁତ କରିଲେ ହିଁ ଛାତ୍ରୀଛାତ୍ରଙ୍କ କ୍ଷମତାକୁ ଠକ୍ ମାର୍ଗରେ ପରିଚାଳିତ କରାଯାଇ ପାରିବ । ସମୟ ବଦଳିବା ସହ ଛାତ୍ରୀଛାତ୍ର ବର୍ତ୍ତମାନ ଆଗୁଆ ପ୍ରସ୍ତୁତି ଲାଗି ସଚେତନ ହେଲେଣା । ସଫଳ ଛାତ୍ରୀଛାତ୍ର ତଥା ବିଶେଷଜ୍ଞମାନଙ୍କର ପରାମର୍ଶ କ୍ରମେ କୋଚିଂ ପ୍ରତିଷ୍ଠାନଗୁଡିକ ବର୍ତ୍ତମାନ ୯ମ ଶ୍ରେଣୀରୁ ଏଥି ଲାଗି କୋଟି ପ୍ରଦାନ କରୁଛନ୍ତି । ସ୍ୱତନ୍ତୁ କୋଚିଂ ଯୋଗୁ ଛାତ୍ରୀ ଛାତ୍ର ସେମାନଙ୍କ ଷ୍ଟଡି ତଥା କୋଟିଙ୍କ ମଧ୍ୟରେ ସମତୁଲତା ରକ୍ଷା କରି ପାରନ୍ତି । ଫିଟଜୀରେ ଛାତ୍ରୀଛାତ୍ରଙ୍କୁ ୬ଷ୍ଠ ଶ୍ରେଣୀରୁ ମଧ୍ୟ ଫାଉଣ୍ଡେଶନ୍ କୋର୍ସ ପ୍ରଦାନ କରାଯାଉଛି । ଏହା ଦ୍ଵାରା ଛାତ୍ରୀଛାତ୍ରମାନେ ନିମ୍ନଲିଖିତ ଭାବେ ଲାଭବାନ ହୋଇଥାନ୍ତି । କମ୍ ବୟସରୁ ବିଶ୍ଳେଷଣାତ୍ମକ କୌଶଳକୁ ତ୍ଵରିତ କରିବାରେ ସହାୟତା ମିଳେ । କ୍ରିଟିକାଲ ଥିଙ୍କି ଉନ୍ନତୀକରଣରେ ସୁବିଧା ହୁଏ । କ୍ୟାରିୟର ଲାଗି ପୂର୍ବ ପ୍ରସ୍ତୁତିର ଆବଶ୍ୟକତାକୁ ଉପଲବ୍ଧ କରାଏ । କ୍ୟାରିୟର ଲାଗି ଅଗ୍ରସର କରାଏ । ପୂର୍ବ ପ୍ରସ୍ତୁତି ଯୋଗୁ ସଚେତନତା ବୃଦ୍ଧି ହୋଇଥାଏ । ଯାହା ବଦ୍ୟାଳୟସ୍ତରରେ କରାଯାଉଥିବା ବିଷୟଠାରୁ ସାମାନ୍ୟ ଭିନ୍ନ । ଯୋଜନା କେମିତି କରିବେ? ଜେଇଇ ପ୍ରସ୍ତୁତି ଲାଗି ଠିକ୍ ଯୋଜନାର ଆବଶ୍ୟକତା ରହିଛି । ଯୋଜନା ମୁତାବକ ପୂର୍ବରୁ ପ୍ରସ୍ତୁତ ଆରମ୍ଭ ହେବା ଦ୍ଵାରା ଭବିଷ୍ୟତର ଚିନ୍ତା କମ ଯାଇଥାଏ । ଠିକ୍ ଭାବେ ଜେଇଇ ପ୍ରସ୍ତୁତି ଲାଗି ଏଠାରେ କେତେକ ଟିପ୍ସ ଦିଆଗଲା ଜେଇଇ ଲାଗି ବୋର୍ଡ ସିଲାବସ ଉପର ଫୋକସ କରନ୍ତୁ । ବୋର୍ଡ ଏବଂ ଅନ୍ୟ ପ୍ରତିଦ୍ଵନ୍ଦିତାମୂଳକ ପରୀକ୍ଷା ଲାଗି ସ୍କୁଲର ପାଠ୍ୟ ପୁସ୍ତକ ବିଶେଷ ଭାବେ ଉପାଦେୟ ହୋଇଥାଏ । ଛାତ୍ରୀଛାତ୍ରଙ୍କ ଧାରଣା ଥାଏ ଯେ ବୋର୍ଡ ପ୍ରସ୍ତୁତିରେ କଣ ଆସବ ତାହା ସେମାନଙ୍କୁ ଜଣା । ମାତ୍ର କ୍ଲାସ ଓ କୋଚିଂ ନିୟମିତ ଭାବେ ଯିବା ଆବଶ୍ୟକ ଏହା ମଧ୍ୟ ଧ୍ୟାନରେ ରଖିବା ଉଚିତ। ବୋର୍ଡ ତଥା ପ୍ରତିଦ୍ଵନ୍ଦିତାମୂଳକ ପରୀକ୍ଷାକୁ ଧ୍ୟାନରେ ରଖିବା ସହ କିଭଳି ଭାବେ ସମତୁଳତା ବଜାୟ ରଖୁବେ ଚିନ୍ତା କରିବା ଆବଶ୍ୟକ । ଅବସର ସମୟକୁ ନେଇ ଯୋଜନା କରନ୍ତୁ । ସବୁ ସମୟରେ ପଢିବା ଏବଂ ଖେଳକୁଦ ନ କରିବା ଯୋଗୁ ଏହା ଛାତ୍ରୀଛାତ୍ରଙ୍କୁ ମାନ୍ଦା କରିଦିଏ । ଏହାକୁ ଧ୍ୟାନରେ ରଖ୍ ଅବସର ନିଅନ୍ତୁ। ଘଣ୍ଟା ଘଣ୍ଟା ନ ପଢି ମଝିରେ ମଝିରେ ସାମାନ୍ୟ ବ୍ରେକ୍ ନେବା ସହ ନିଜକୁ ଭଲ ଲାଗୁଥିବା କାର୍ଯ୍ୟରେ କିଛି ସମୟ ଖର୍ଜ କରି ପାରିବେ । ଏହା ହେଲେ ପଢାର ଚାପ କମିବା ସହ ଫୋକସ ମଧ୍ୟ ବୃଦ୍ଧି ହେବ । କୋଚିଂ ଲାଗି ଏକ ଭଲ ପ୍ରତିଷ୍ଠାନରେ ଆଡମିଶନ ନେଇ ପାରନ୍ତି । କମ୍ପିଟିଟିଭ ମାଟେରିଆଲ ସଂଗ୍ରହ କରି ସେଲ୍ଫ ଷ୍ଟଡି କରିଲେ ଚଳିବ ନାହିଁ । ଧ୍ୟାନ ଓ ଫୋକସ ନ ରହିଲେ ଠିକ୍ ଭାବେ ଆଗକୁ ବଢି ପାରିବେ ନାହିଁ । କୋଚିଂ ପ୍ରତିଷ୍ଠାନରେ ଆଡମିଶନ ନେଲେ ଏହା ସ୍କୁଲ ଷ୍ଟଡି ତଥା ପରୀକ୍ଷା ପ୍ରସ୍ତୁତିରେ ସହାୟତା କରବ | ଭଲ କୋଚିଂ ପ୍ରତିଷ୍ଠାନର ଆବଶ୍ୟକତା? ଭଲ ଭାବେ ପ୍ରସ୍ତୁତି ଲାଗି ଏକ ଉନ୍ନତ କୋଚିଂ ପ୍ରତିଷ୍ଠାନର ଆବଶ୍ୟକତା ରହିଛି । ପ୍ରତିଷ୍ଠାନଗୁଡକ ଅଫ୍ଟିମମ୍ ଲଞ୍ଚ ପ୍ଲାଟଫର୍ମ ପ୍ରଦାନ କରିବା ଦ୍ଵାରା ଏହା ସଫଳତା ଲାଗି ବିଶେଷ ଭାବେ ସହାୟତା କରିଥାଏ । ଉନ୍ନତ କୌଶଳ ତଥା ପଦ୍ଧତି ଯୋଗୁ ଛାତ୍ରୀଛାତ୍ର ସମୟକୁ ଠିକ୍ ଭାବେ ପରିଚାଳନା କରିବାକୁ ସମୟ ପାଇଥାନ୍ତି । ଏଣୁ ଅଭିଭାବକମାନେ ଯଦି ସେମାନଙ୍କ ପିଲାମାନଙ୍କୁ ପ୍ରସ୍ତୁତି ଲାଗି ଯୋଜନା କରୁଥାନ୍ତି ତେବେ ଏକ ଭଲ ପ୍ରତିଷ୍ଠାନ ସମ୍ପର୍କରେ ଜାଣବା ମଧ୍ୟ ଆବଶ୍ୟକ । ଭଲ କୋଚିଂ ଇନଷ୍ଟିଚ୍ୟୁଟ ବାଛିବେ କେମିତି ଭଲ କୋଚିଂ ପ୍ରତିଷ୍ଠାନ ବାଛିବାର ଆବଶ୍ୟକତା ରହିଛି। ପ୍ରତିଷ୍ଠାନଟି ନିୟମିତ ଭାବେ ଭଲ ଫଳାଫଳ ହାସଲ କରୁଛି କି ନାହିଁ ତାହା ପ୍ରଥମେ ଅନୁଧ୍ୟାନ କରନ୍ତୁ । ପୂର୍ବ ଛାତ୍ରୀଛାତ୍ରଙ୍କମାନଙ୍କଠାରୁ ଅନୁଷ୍ଠାନର ସଫଳତା ଧାରା ସମ୍ପର୍କରେ ଜଣାପଡ଼ିବ । ଏ ସମ୍ପର୍କରେ ଠିକ୍ ଖବର ନିଆଯାଇ ପାରିବ । ପ୍ରତିଷ୍ଠାନରେ ଭଲ, ଫାକଲଟି ଅଛନ୍ତି କି ନାହିଁ, ଶିକ୍ଷାଦାନ ବ୍ୟବସ୍ଥା କିପରି ଏହା ମଧ୍ୟ ଅନୁଧ୍ୟାନ କରି ପାରିବେ । ଶିକ୍ଷାଦାନ କରୁଥିବା ଫାକଲଟିଙ୍କର କ୍ଵାଲିଫିକେଶନ ତଥା ଶିକ୍ଷାଦାନ ପଦ୍ଧତି ସମ୍ପର୍କରେ ମଧ୍ୟ ବୁଝି ରଖନ୍ତୁ। ପ୍ରତିଷ୍ଠାନଗୁଡିକ ଛାତ୍ରୀଛାତ୍ରଙ୍କୁ କିଭଳି ଭାବେ ପ୍ରସ୍ତୁତି କରାଉଛନ୍ତି । ସେମାନଙ୍କ ପ୍ୟାଟର୍ନ କ’ଣ ତାହା ଅନୁଧ୍ୟାନ କରି ପାରିବେ । କୋଚିଂ ପ୍ରତିଷ୍ଠାନରେ ଅନଲାଇନ ଟ୍ରେନିଂ ସୁବିଧା, ପର୍ସନାଲାଇଜଡ କୋଚିଂ , ଛାତ୍ର ଶିକ୍ଷକ ଅନୁପାତ, ଡାଉଟ୍ କ୍ଲିଅରିଂ କ୍ଲାସ, କମ୍ପ୍ରିହେନ୍ସିଭ ଷ୍ଟଡି ମାଟେରିଆଲ, ପ୍ରାକ୍ଟିସ୍ ଆସାଇନମେଣ୍ଟ ଭଳି ପ୍ରମୁଖ ପ୍ରସଙ୍ଗକୁ ଧ୍ୟାନରେ ରଖିବା ଉଚିତ୍। ପ୍ରତି ଛାତ୍ରୀଛାତ୍ରଙ୍କ ମଧ୍ୟରେ ସମ୍ଭାବନା ରହିଛି। ଗ୍ୟାଲେଣ୍ଟକୁ ଠିକ୍ ସମୟରେ ଉପଯୋଗ କରିବାର ଆବଶ୍ୟକତା ରହିଛି । ଆଧାର: କ୍ୟାରିୟର କୌନସିଳିଙ୍ଗ