ଯୋଗ୍ୟତା ଅଫିସ୍ ରେ ଆପଣଙ୍କର କିଛି ମାସର ଅଭିଜ୍ଞତା ହୋଇଗଲାଣି । ଏବେ ଆପଣ ଜାଣିପାରିଥିବେ ଯେ ବସ୍ ଙ୍କୁ ପ୍ରଭାବିତ କରିବା ପାଇଁ ଖାଲି କାର୍ଯ୍ୟ ବା ପରିଶ୍ରମ ଯଥେଷ୍ଟ ନୁହେଁ । ଯଦି ଆପଣଙ୍କର ନିକଟରେ ଯୋଗ୍ୟତା ବା ସାମର୍ଥ୍ୟ ଅଛି ଓ ଆପଣ ଛୋଟ ଛୋଟ ବିଷୟ ପ୍ରତି ମଧ୍ୟ ଧ୍ୟାନ ଦେଉଛନ୍ତି ତେବେ ବସ୍ ଙ୍କୁ ନିକଟରେ ଆପଣ ଗ୍ରହଣୀୟ ହୋଇପାରିବେ । ବସ୍ ଙ୍କୁ ପ୍ରଭାବିତ କରିବ କିପରି ବସ୍ ଙ୍କୁ ଜଣାଇବାକୁ ଚେଷ୍ଟା କରନ୍ତୁ ଯେ ତାଙ୍କର ଯାହା ପ୍ରାଥମିକତା ରହିଛି । ଆପଣ ତାଙ୍କ ଲକ୍ଷ୍ୟକୁ ବୁଝିଛନ୍ତି ଏବଂ ଏଥିରେ ସଫଳ ହେବା ପାଇଁ ଆପଣ ମଧ୍ୟ ପ୍ରତିଶ୍ରୁତିବଦ୍ଧ ଅଛନ୍ତି । ଆପଣଙ୍କ ବସ୍ ଙ୍କୁ ଯାହା ଦେଖାଯାଇଥାଏ ତାହା ଅନୁସାରେ ସେ ଆପଣଙ୍କ ପ୍ରତି ଧାରଣା ସୃଷ୍ଟି କରିଥାଆନ୍ତି । ଏଣୁ ଆପଣଙ୍କୁ ଅଫିସ୍ କୁ ଠିକ୍ ଭାବେ ଡ୍ରେସ୍ ଅପ୍ ହୋଇ ଏବଂ ଟାଇମ୍ ରେ ପହଞ୍ଚିବାକୁ ପଡିବ । ତା’ଛଡା କିଛି ଜରୁରୀ ଡେଡ୍ ଲାଇନ୍ କୁ ମଧ୍ୟ ଧ୍ୟାନ ଦେବାକୁ ପଡିବ । ଏହାଦ୍ୱାରା କାର୍ଯ୍ୟ ପ୍ରତି ଥିବା ଆପଣଙ୍କ ଉତ୍ସାହ ଜଣାପଡିବ । ଅଫିସ୍ ମିଟିଙ୍ଗରେ ଯଦି ଆପଣ ଚୁପ୍ ରହୁଥାନ୍ତି ତା’ ହେଲେ ଉକ୍ତ ଅଭ୍ୟାସକୁ ଛାଡନ୍ତୁ । ଆଗକୁ ବଢି ବିଭିନ୍ନ ବିଷୟରେ ନିଜର ମତ ଉପସ୍ଥାପନ କରନ୍ତୁ । ବସ୍ ଙ୍କୁ ବିଭିନ୍ନ ବିଷୟରେ ପରାମର୍ଶ ଦିଅନ୍ତୁ । ଯଦି ଆପଣ ଷ୍ଟାର ପଫର୍ମର ହେବାକୁ ଚାହାନ୍ତି ତା’ହେଲେ ଆପଣଙ୍କୁ ଅତିରିକ୍ତ ପରିଶ୍ରମ କରିବାକୁ ପଡିବ । ପ୍ରାୟ ସମସ୍ତ କର୍ମଚାରୀ ଶୀଘ୍ର କାମ ସାରି ଘରକୁ ଯିବା ପାଇଁ ଚାହିଁଥାନ୍ତି । ଯଦି ଆପଣ ନିଜ କାର୍ଯ୍ୟ ସରିବା ପରେ ଅନ୍ୟ ସହକର୍ମୀମାନଙ୍କୁ ସେମାନଙ୍କୁ କାର୍ଯ୍ୟରେ ସାହାଯ୍ୟ କରିବେ ତା’ହେଲେ ବସ୍ ଆପଣଙ୍କ ସାମର୍ଥ୍ୟ ଏବଂ ପଛାଇବେ ନାହିଁ । ବସ୍ ଙ୍କୁ ଅହଂକୁ ଯେପରି ବାଧା ନ ଆସେ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦିଅନ୍ତୁ । ଯଦି ବସ୍ ଙ୍କ କୌଣସି କଥାରେ ଆପଣ ସହମତ ନାହାନ୍ତି ଶାଳୀନତାପୂର୍ବକ ତାଙ୍କ ନିକଟରେ ଆପଣଙ୍କ କଥା ରଖନ୍ତୁ । ଆଧାର – ଦୈନିକ ଧରିତ୍ରୀ ଏପ୍ରିଲ ୯