ଉପକ୍ରମ ମାଧ୍ୟମିକ ସ୍ତରରେ ବାଳିକା ଶିକ୍ଷା ଏବଂ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବାଳିକାମାନଙ୍କୁ ଦଶମଶ୍ରେଣୀ ଶିକ୍ଷା ପର୍ଯ୍ୟନ୍ତ ପ୍ରୋସ୍ରାହନ ଦେବା ତଥା ମାଧ୍ୟମିକ ବିଦ୍ୟାଳୟରେ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ହାର କମାଇବା ନିମନ୍ତେ ରାଜ୍ୟ ସରକାର ୨୦୧୧ -୧୨ ବର୍ଷଠାରୁ ‘ ମାଗଣାରେ ସାଇକେଲ ବଣ୍ଟନ ଯୋଜନା ‘ ପରିବର୍ତ୍ତନ କରିଅଛନ୍ତି । ଏହି ଯୋଜନାରେ ରାଜ୍ୟରେ ଥିବା ସମସ୍ତ ସରକାରୀ , ସରକାରୀ ଅନୁଦାନପ୍ରାପ୍ତି ଓ ବ୍ଲକ ଗ୍ରାଣ୍ଟ ଉଚ୍ଛବିଦ୍ୟାଳୟମାନଙ୍କରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ସମସ୍ତ ଅନୁସୂଚିତ ଜାତି ଓ ଜନଜାତିର ଛାତ ମାନଙ୍କୁ ଅନ୍ତର୍ଭୁକ୍ତ କରଯାଇଥିଲା । ୨୦୧୧ – ୧୨ ଆର୍ଥିକ ବର୍ଷ ୨୦୧୧ – ୧୨ ଆର୍ଥିକ ବର୍ଷରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତି ହାଇସ୍କୁଲରେ ପଢୁଥିବା ଦଶମ ଶ୍ରେଣୀର ଛାତ୍ରୀ ଏବଂ ୧୧୮ ଟି ଆଦିବାସୀ ଅଧୁଷିତ କରୁଥିବାସମସ୍ତ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ର ମାନଙ୍କୁ ଆଇଏସଆଇ ମାର୍କ ଥିବା ସାଇକେଲ କିଣିବା ପାଇଁ ସରକାରଙ୍କ ତରଫରୁ ୨୬୦୦ ଟଙ୍କା ଯୋଗାଇ ଦିଆଯାଇଥାଏ। ୨୦୧୧ -୧୨ ମସିହା ୨ ,୨୦,୩୩୧ ଜଣ ବାଳିକା ଓ ୪୧ , ୬୪୪ ଜଣ ବାଳିକାଙ୍କୁ ଏହି ଯୋଜନା ମାଧ୍ୟମରେ ମାଗଣାରେ ସାଇକେଲ ବଣ୍ଟନ କରାଯାଇଅଛି । ଏହାଦ୍ୱାରା ସର୍ବମୋଟ ୨ , ୬୧ ,୯୭୫ ଜଣ ଛାତ୍ରଛାତ୍ରୀ ଉପକୃତ ହୋଇଅଛନ୍ତି ଏବଂ ଏ ବାବଦରେ ରାଜ୍ୟ ସରକାର ୬୮ କୋଟି ୧୧ ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି । ୨୦୧୨ – ୧୩ ଆର୍ଥିକ ବର୍ଷ ଚଳିତ ୨୦୧୨ – ୧୩ ଆର୍ଥିକ ବର୍ଷରେ ଉପରୋକ୍ତ ବିଦ୍ୟାଳୟ ଗୁଡିକର ସଂପୃକ୍ତ ଛାତ୍ରଛାତ୍ରୀଙ୍କ ସହିତ ସରକାରୀ , ସରକାରୀ ଅନୁଦାନପ୍ରାପ୍ତ ସଂସୃତି ଟୋଲ ଏବଂ ମଦ୍ରାସାରେ ଦଶମ ଶ୍ରେଣୀରେ ଅଧ୍ୟୟନ କରିଥିବା ସମସ୍ତ ଛାତ୍ରୀ ତଥା ୧୧୮ ଟି ଆଦିବାସୀ ଅଧ୍ୟୁଷିତ ବ୍ଲକର ସମସ୍ତ ଟୋଲ ଓ ମଦ୍ରାସାରେ ଅଧୟନ କରୁଥିବା ଅନୁସୂଚିତ ଜାତି ଓ ଜନଜାତିର ଛାତ୍ର ଏବଂ ରାଜ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର ର ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରମାନଙ୍କୁ ମଧ୍ୟ ଏହି ଯୋଜନାରେ ସାଇକେଲ କିଣିବା ପାଇଁ ୨୬୦୦ ଟଙ୍କା ଯୋଗାଇଡିଆଯାଇଛି । ଏହାଦ୍ୱାରା ରାଜ୍ୟରେ ୨୦୧୨ – ୧୩ ଆର୍ଥିକ ବର୍ଷରେ ମୋଟ ୨, ୬୫,୫୮୩ ଜଣ ଛାତ୍ରୀ ଓ ୪୩ , ୩୫୨ ଜଣ ଛାତ୍ର ଉପକୃତ ହେବା ସହିତ ରାଜ୍ୟ ସରାକରଙ୍କୁ ଏ ବାବଦରେ ୮୦ କୋଟି ୩୨ ଲକ୍ଷ୍ୟ ଟଙ୍କା ବ୍ୟୟ କରିବାକୁ ପଡିବ । ଦାରିଦ୍ର୍ୟ ସୀମାରେଖା ସେହିପରି ରାଜ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରର ଦଶମ ଶ୍ରେଣୀରେ ଅଧୟନ କରୁଥିବା ସମସ୍ତ ଛାତ୍ର ମାନଙ୍କୁ ଏହି ଯୋଜନାର ଅନ୍ତର୍ଭୁକ୍ତ କରିବା ନିମନ୍ତେ ସରକାର ନିଷ୍ପତ୍ତି ନେଇ ଅଛନ୍ତି। ଏହି ନିଷ୍ପତ୍ତି ଦ୍ଵାରା ଦଶମ ଶ୍ରେଣୀରେ ଅଧୟନ କରୁଥିବା ହାରାହାରି ୧ ଲକ୍ଷ ୬୦ ହଜାର ଛାତ୍ର ଏହି ଯୋଜନାରେ ଉପକୃତ ହୋଇପାରିବେ ଏବଂ ଏଥି ନିମନ୍ତେ ଅଧିକ ୪୪ କୋଟି ୨୦ ଲକ୍ଷ ଟଙ୍କା ବେୟ ହେବ । ଏହି ସାଇକେଲ ବଣ୍ଟନ ଯୋଜନା ରେ ରାଜ୍ୟରେ ମୋଟ ୪, ୬୮ , ୯୩୫ ଜଣ ଛାତ୍ରଛାତ୍ରୀ ଉପକୃତ ହେବେ ଓ ରାଜ୍ୟ ସରକାର ଏ ବାବଦରେ ୧୨୧ କୋଟି ୯୨ ଟଙ୍କା ବ୍ୟୟ କରିବେ । ଦଶମ ଶ୍ରେଣୀରେ ପଢୁଥିବା ସମସ୍ତ ଛାତ୍ରୀ , ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର ତଥା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରମାନଙ୍କୁ ପ୍ରୋସ୍ରାହନ ପୂର୍ବକ ଶିକ୍ଷାପ୍ରତି ଆଗ୍ରହ ସୃଷ୍ଟି କରାଇବା ଏହି ଯୋଜନାର ଲକ୍ଷ୍ୟ। ଅନୁସୂଚିତ ଜାତି ଓ ଜନଜାତିର ଛାତ୍ର ରାଜ୍ୟ ସରକାର ଅଣ ଆଦିବାସୀ ଅଧୁଷିତ ଅଞ୍ଚଳର ସମସ୍ତ ସରକାରୀ , ତଥା ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲ , ସଂସ୍କୃତି ଟୋଲ ଓ ମାଦ୍ରାସାରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରମାନଙ୍କୁ ମଧ୍ୟ ଏହି ଯୋଜନାରେ ସାଇକେଲ କିଣିବା ପାଇଁ ୨୬୦୦ ଟଙ୍କା ଯୋଗାଇଦେବା ପାଇଁ ନିଷ୍ପତି ନେଇଛନ୍ତି । ଆଧାର - ଓଡିଶ ସରକାର