ଜାତୀୟ ଆୟ ଆଧାରିତ ମେଧା ଛାତ୍ର ବୃତ୍ତି ଯୋଜନା ଯେ ମାସ ୨୦୦୮ରେ ଆରମ୍ଭ କରାଗଲା । ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ମେଧାବୀ ଛାତ୍ରମାନଙ୍କୁ ବୃତ୍ତି ପ୍ରଦାନ କରି ସ୍କୁଲ ଡ୍ରପ ଆଉଟରୁ ରକ୍ଷା କରିବା ଏହି ଯୋଜନାର ଲକ୍ଷ୍ୟ । ମେଧାବୃତ୍ତିର ପରିମାଣ ପ୍ରତ୍ୟେକ ଯୋଗ୍ୟଛାତ୍ରଙ୍କୁ ବର୍ଷକୁ ୬୦୦୦ ଟଙ୍କା (ମାସକୁ ୫୦୦) ଭାବରେ ୯ମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ସ୍କୁଲ, ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲକୁ ପ୍ରଦାନ କରାଯିବ। ଯୋଗ୍ୟତା ଆଧାର ଯେଉଁ ଛାତ୍ର ଅଭିଭାବକଙ୍କର ବର୍ଷକୁ ୧,୫୦,୦୦୦ଟଙ୍କାରୁ ଅଧିକ ହୋଇନଥିବ ତାକୁ ଏହି ବୃତ୍ତି ମିଳିବ । ଯେଉଁ ଛାତ୍ର ଅଷ୍ଟମ ଶ୍ରେଣୀ ପରୀକ୍ଷାରେ ଅତି କମରେ ୫୫% ପ୍ରତିଶତ ନିମ୍ନର ରଖିଥିବେ ସେମାନେ ଚୟନ ପରୀକ୍ଷା ଦେଇପାରିବେ । (SC/ST ଛାତ୍ରଙ୍କ ପାଇଁ ୫% ନମ୍ବର କମ କରାଯିବ) ଯେଉଁ ପିଲାମାନେ ସରକାରୀ ସ୍କୁଲ, ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଇତ୍ୟାଦିର ଛାତ୍ରମାନେ ଏହି ମେଧାବୃତ୍ତି ପାଇଁ ଯୋଗ୍ୟ ବିବେଚିତ ହେବେ । ରାଜ୍ୟ ସରକାରଙ୍କ ଶିକ୍ଷା ଅନୁଷ୍ଠାନ ଯେଉଁ ଠାରେ ରହିବା, ଖାଇବାର ସୁବିଧା ଥିବା ସେଠାରେ ମଧ୍ୟ ଯୋଗ୍ୟଛାତ୍ରଙ୍କୁ ଏହି ବୃତ୍ତି ମିଳିବ । କିନ୍ତୁ କୌଣସି ଅଣସରକାରୀ ଶିକ୍ଷାନୁଷ୍ଠାନରେ ପଢୁଥିବା ଛାତ୍ରଙ୍କୁ ଏହା ମିଳିବ ନାହିଁ । ମେଧା ବୃତ୍ତି ପାଇଁ ଚୟନ ହେବା ସମୟରେ ଛାତ୍ର ୮ମ ଶ୍ରେଣୀରେ ୫୫% ନମ୍ବର ରଖିଥିବା ଆବଶ୍ୟକ । ଭାରତରେ ଏହି ବୃତ୍ତି ଏକାଦଶ, ଦ୍ଵାଦଶ ଶ୍ରେଣୀରେ ପଢିବା ସମୟରେ ସର୍ବାଧିକ ୪ବର୍ଷ ପାଇଁ ଦିଆଯିବ । ଚୟନ ପ୍ରକ୍ରିୟା ରାଜ୍ୟ ସରକାରଙ୍କ ଦ୍ଵାରା ଏକ ପରୀକ୍ଷା କରାଯାଇ ବୃତ୍ତି ପାଇଁ ଛାତ୍ର ଚୟନ କରାଯାଏ । ଜାତୀୟ ସ୍ତରରେ ମଧ୍ୟ ସମାନ ଭାବରେ ଚୟନ ପ୍ରକ୍ରିୟା ଗ୍ରହଣ କରାଯାଏ । ଆଧାର : ଦିପାର୍ଟମେଣ୍ଟ ଅଫ ସ୍କୁଲ ଏଜୁକେସନ ଆଣ୍ଡ ଲିଟରାସି ଯୋଜନାର ସଂପୂର୍ଣ୍ଣ ସୂଚନା ପାଇଁ, କ୍ଲିକ କରନ୍ତୁ.