ଜାତୀୟ କ୍ରୀଡା ପ୍ରତିଭା ଯୋଜନା ୮ – ୧୨ ବର୍ଷ ବୟସ ପିଲାମାନଙ୍କ ମଧ୍ୟରେ କ୍ରୀଡା ପ୍ରତିଭାକୁ ଚୟନ କରିବା । ଏହି ଯୋଜନା ଭାରତ ସରକାରଙ୍କ ଯୁବ ଓ କ୍ରୀଡା ମନ୍ତ୍ରଣାଳୟ ଦ୍ଵାରା ପ୍ରଣୟନ । ଫଳାଫଳ ଏବଂ ଅଗ୍ରଗତି ୮ – ୧୨ ବର୍ଷ ବୟସ ଥିବା ଛାତ୍ର ମାନଙ୍କ ମଧ୍ୟରେ କ୍ରୀଡା / ପ୍ରତିଭାକୁ ଚିହ୍ନଟ କରିବା, ଯାହାଙ୍କ ମଧ୍ୟରେ କ୍ରୀଡା ପାଇଁ ଜନ୍ମରୁ ଶାରୀରିକ, ମାନସିକ ଦକ୍ଷତା ଥିବ ଏବଂ କୌଣସି ଶାରୀରିକ ଅଭାବ ନଥିବ । ଜିଲା ସ୍ତରରେ ସ୍କୁଲରେ ଥିବା ପ୍ରତିଭା / କେନ୍ଦ୍ରୀୟ କ୍ରୀଡା ବିଦ୍ୟାଳୟ / ଜାତୀୟ କ୍ରୀଡା ଏକାଡେମୀ ଇତ୍ୟାଦିରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଯୋଗୀତା ପାଇଁ ଛାତ୍ରକୁ ପ୍ରସ୍ତୁତ କରେ । ଦେଶରେ କ୍ରୀଡାବିତ୍ ସୃଷ୍ଟି କରିବାରେ ଏହା ସହାୟତା କରେ । ସୁବିଧା ବିଭିନ୍ନ ସ୍ତରରେ କ୍ରୀଡା ପ୍ରତିଭାଙ୍କୁ ଠାବ କରି ବିଭିନ୍ନ କ୍ରୀଡା ବିଦ୍ୟାଳୟ ଦ୍ଵାରା ସେମାନଙ୍କୁ ପ୍ରସ୍ତୁତ କରାଯାଇ ଦେଶରେ କ୍ରୀଡାବିତ ସୃଷ୍ଟି କରାଯାଏ । ଏହି ଯୋଜନା ଦ୍ଵାରା ବିଶେଷ କରି ଗ୍ରାମାଞ୍ଚଳରେ ଯୁବ କ୍ରୀଡାବିତ ସୃଷ୍ଟି ହୁଅନ୍ତି । କ୍ରୀଡାବିତଙ୍କ ସଫଳତା ଦେଶକୁ ଗର୍ବିତ କରିବା ସହ ସେ ପ୍ରତିନିଧିତ୍ଵ କରୁଥିବା ରାଜ୍ୟ ବି ଗର୍ବ ଅନୁଭବ କରେ । ଯୋଜନାର ଅବଧି ପାଞ୍ଚବର୍ଷ ପାଇଁ ୨୦୧୫ – ୧୬ ରୁ ୨୦୧୯ – ୨୦ ପର୍ଯ୍ୟନ୍ତ ଏହି ଯୋଜନାରେ ସହର /ଗ୍ରାମର ସମସ୍ତ ସ୍କୁଲ ଅନ୍ତର୍ଭୁକ୍ତ । ଯୋଜନା ବିଷୟରେ ଅଧିକ ଜାଣିବା ପାଇଁ କ୍ଲିକ କରନ୍ତୁ । ଆଧାର -ଜାତୀୟ କ୍ରୀଡା ପ୍ରତିଭା ଯୋଜନା ଜାତୀୟ ପ୍ରତିଭା ସନ୍ଧାନ ପୋର୍ଟାଲ ଦେଶରେ ଉତ୍ତମକକ୍ରୀଡା ପ୍ରତିଭା ବାଛିବା ପାଇଁ ଯୁବ ଓ କ୍ରୀଡା ମନ୍ତ୍ରଣାଳୟ ଦ୍ଵାରା କ୍ରୀଡା ପ୍ରତିଭା ସନ୍ଧାନ ପୋର୍ଟାଲଆରମ୍ଭ କରାଯାଇଛି । ସ୍ପୋର୍ଟ ଅଥରିଟି ଅଫ ଇଣ୍ଡିଆ ( SAI ) ଅନ୍ତର୍ଗତ ସମସ୍ତ ଯୋଜନାରେ ଭାରତର ଆଗ୍ରହୀ ନାଗରିକ ଏହି ଅନ୍ଲାଇନ ବ୍ୟବହାର କରି ଆବେଦନ କରିପାରିବେ । ଆପଣ ତିନୋଟି ଷ୍ଟେପ ମାଧ୍ୟମରେ ଆବେଦନ କରିପାରିବେ । ଷ୍ଟେପ ୧ – ସାଇଟରେ ପଞ୍ଜୀକରଣ ଯଦି ପୁରୁଷ / ମହିଳା ଅଳ୍ପ ସଂଖ୍ୟକ ( minor ) ହୋଇଥିବେ ତେବେ ପଞ୍ଜୀକରଣ କରନ୍ତୁ । ଷ୍ଟେପ ୨ – ପ୍ରୋଫାଇଲ ସୃଷ୍ଟି – ଏହା ଏକ ଗୁରୁତ୍ଵପୂର୍ଣ୍ଣ ବିଭାଗ କାରଣ ପ୍ରତ୍ୟେକ ବର୍ଷ ଅନେକ ଲୋକ ଆବେଦନ କରନ୍ତି । ତେଣୁ ଆପଣ ନିଜର ସମସ୍ତ କ୍ରୀଡା ତଥ୍ୟ ସହ ଆବେଦନ କରନ୍ତୁ । ଷ୍ଟେପ ୩ – ଥରେ ନିଜର ପ୍ରୋଫାଇଲ କରିସାରିବା ପରେ ଆପଣ SAIର ଯେ କୌଣସି ଯୋଜନାରେ ଆବେଦନ କରିପାରିବେ । ଆଧାର - କ୍ରୀଡା ପ୍ରତିଭା ସନ୍ଧାନ ପୋର୍ଟାଲ