ଜାତୀୟ ଶିଶୁ ପାଣ୍ଠି ଗଠନ ୧୯୭୯ ରେ ଜାତୀୟ ଶିଶୁ ପାଣ୍ଠି ଗଠନ କରାଯାଇଥିଲା । ଏହି ଉଦ୍ଦେଶ୍ୟରେ ଯେ ବ୍ୟକ୍ତି । ଅନୁଷ୍ଠାନ, କର୍ପୋରେଟ ଅଫିସ ଇତ୍ୟାଦିଙ୍କ ଠାରୁ ଶିଶୁ କଲ୍ୟାଣ ଓ ବିକାଶ ପାଇଁ ପାଣ୍ଠି ସଂଗ୍ରହ କରାଯିବ । ଯେଉଁ ପିଲାମାନେ ଆର୍ଥିକ ଅଭାବରୁ ପାଠ ପଢା ମଝିରୁ ଛାଡି ଦିଅନ୍ତି ସେମାନଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇଦେଇ ସେମାନଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବା ହେଉଛି ଜାତୀୟ ଶିଶୁ ପାଣ୍ଠି ର ଲକ୍ଷ୍ୟ । ଶିଶୁଯତ୍ନ ଗୃହ ଗୁଡିକ ସେ ସରକାରୀ ହେଉ କିମ୍ବା ବେସରକାରୀ ଯେଉଁଠାରେ ଅନାଥ,ପରିତ୍ୟାଗ ହୋଇଥିବା ଶିଶୁ ରୁହନ୍ତି ସେଠାରେ ଏହିପରି ଶିଶୁଙ୍କ ମଧ୍ୟରେ ଉତ୍ତମ ଛାତ୍ର ଯିଏ ଭଲ ପାଠ ପଢୁଥିବେ ସେମାନଙ୍କୁ ବୃତ୍ତି ଯୋଗାଇ ଦିଆଯାଏ । ସାରା ଦେଶରେ ୨୩୦୦ ରେଜିଷ୍ଟ୍ରି ଭୁକ୍ତ ଶିଶୁ ଗୃହ ରହିଛି ।ଯେଉଁଠାରେ ୮୦,୦୦୦ ରୁ ଅଧିକ ଶିଶୁ ରହୁଛନ୍ତି । ଏହି ପିଲାମାନେ ସରକାରୀ,ବେସରକାରୀ ସ୍କୁଲରେ ପାଠ ପଢୁଛନ୍ତି । ଉନ୍ନତି ବୃତ୍ତି ୯ ମ ଶ୍ରେଣୀ ରୁ ଦ୍ଵାଦଶ ପର୍ଯ୍ୟନ୍ତ ଦିଆଯାଏ ,ଅନ୍ୟ ଏକ ବୃତ୍ତି ହେଉଛି ୧୮ ବର୍ଷ ବୟସ ମଧ୍ୟରେ ଶିଶୁକୁ ଦିଆଯିବ । ଗୋଟିଏ ଶ୍ରେଣୀ ରେ ମେଧାବୀ ୧୦୦ ଛାତ୍ର ଙ୍କୁ ଏହା ପ୍ରଦାନ କରାଯାଏ ପ୍ରତ୍ୟେକ ବର୍ଷ ୪୦୦ ଛାତ୍ର ବୃତ୍ତି ପ୍ରଦାନ କରାଯାଏ । ଲକ୍ଷ୍ୟ ଜୁଭେନାଇଲ ଜଷ୍ଟିସ ଆକ୍ଟ -2015 ଅନୁଯାୟୀ ହୋଇଥିବା ଶିଶୁ ଗୃହରେ ଯେଉଁ ଛାତ୍ର ରହୁଥିବେ । ଶିଶୁଙ୍କ ମାଧରେ ଆତ୍ମବିଶ୍ଵାସ ବୃଦ୍ଧି କରାଇବା । ଏପରି ଏକ ପରିବେଶ ସୃଷ୍ଟି କରିବା ଯେଉଁଠାରେ ଶିଶୁଟି ଭବିଷ୍ୟତରେ ସୁନ୍ଦର ଜୀବନ ବଞ୍ଚିପାରିବ । ଯୋଗ୍ୟତା ଆବେଦନକାରୀ ଶିଶୁ ଗୃହରେ ରହୁଥିବେ । ଶିଶୁ ଗୃହଟି ଜୁଭେନାଇଲ ଜଷ୍ଟିସ ଆକ୍ଟ ରେ ରେଜିଷ୍ଟ୍ରେସନ ହୋଇଥିବ । ଆବେଦନକାରୀ ଅତିକମରେ ୫୫% ନମ୍ବର ରଖିଥିବେ ଏବଂ ୭୫% ଉତ୍ପାଦନ ହେଉଥିବା । ୯ ମଶ୍ରେଣୀ ବା ତତୁର୍ଦ୍ଧ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଲେ ଏହି ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହେବେ । ଆଧାର ଲିଙ୍କ ଥାଇ ଆବେଦନକାରୀଙ୍କ ଏକ ବ୍ୟାଙ୍କ ଆକାଉଣ୍ଟ ରହିଥିବ । ୫୦% ବୃତ୍ତି ବାଳିକା ଙ୍କ ପାଇଁ ଉଦ୍ଧିଷ୍ଟ । ଶିଶୁ ଅନ୍ୟ କୌଣସି ସରକାରୀ ସାହାଯ୍ୟ ପାଉନଥିବ । ଆବେଦନ କରିବା ପ୍ରଣାଳୀ ଏପ୍ରିଲ –ଜୁନ ମାସରେ ମହିଳା ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ଵାରା ବିଜ୍ଞପ୍ତି ପ୍ରକାଶ କରାଯାଏ । ପ୍ରତ୍ୟେକ ବର୍ଷ ପରିଚାଳନା କମିଟି ଶିଶୁ ଚୟନ କରି NCF କୁ ଆବେଦନ ପତ୍ର ଗ୍ରହଣ କଲାପରେ NCFକୁ ଆବେଦନ ପତ୍ର ପଠାଇବା ଉଚିତ । ଆବେଦନ ପତ୍ରଗ୍ରହଣ କଲାପରେ NCF ଯୋଗ୍ୟ ହିତାଧିକାରୀଙ୍କ ଏକ ଲିଷ୍ଟ ପ୍ରତ୍ୟେକ ଶିଶୁଗୃହକୁ ପଠାଇବେ । ଗୋଟିଏ ବର୍ଷ ବୃତ୍ତି ମିଳିଲା ପରେ ପରବର୍ତ୍ତୀ ବର୍ଷରେ ଏହା ପୁନରାବୃତ୍ତି ହୁଏ । ସହାୟତା ରାଶି ଯେଉଁ ହିତାଧିକାରୀଙ୍କୁ ଦିଗତ ବର୍ଷ ରାଶି ମିଳିଥିବା, ସେମାନଙ୍କୁ ପରବର୍ତ୍ତୀ ବର୍ଷ ମଧ୍ୟ ମିଳିବ । ଶ୍ରେଣୀ / ବିଷୟ ରାଶି (Rs.) ଶ୍ରେଣୀ ନବମ ରୁ ଦଶମ ଟଙ୍କା – ୭୦୦/- ଜଣେ ପିଲା ପିଛା (ଦଶମ ଶ୍ରେଣୀ ଶେଷ ସୁଧା ଟଙ୍କା - ୧୬,୮୦୦ ମିଳିବ) ଶ୍ରେଣୀ ରୁ ଏକାଦଶ ଏବଂ ଦ୍ଵାଦଶ ଶ୍ରେଣୀ ଟଙ୍କା – ୮୦୦/- ଜଣେ ପିଲା ପିଛା (ଦ୍ଵାଦଶ ଶ୍ରେଣୀ ଶେଷ ସୁଧା ଟଙ୍କା - ୧୯,୨୦୦ ମିଳିବ) ବୃତ୍ତି ଗୋଟିଏ ଶିକ୍ଷା ବର୍ଷରେ ୧୨ ମାସ ପାଇଁ ଦିଆଯାଏ । କେତେଜଣଙ୍କୁ ଦିଆଯିବ ତାହା ସେହି ରାଜ୍ୟର ଶିଶୁଗୃହ ର ସଂଖ୍ୟା କୁ ଦେଖି ସ୍ଥିର କରାଯାଏ । ଯେଉଁ ଛାତ୍ରମାନେ ବୃତ୍ତି ପାଉଥିବେ ସେମାନେ ପ୍ରତ୍ୟେକ ବର୍ଷ ଏକ ପ୍ରସଂଶା ପତ୍ର ଦାଖଲ କରିବେ । ଛାତ୍ରଛାତ୍ରୀ ଙ୍କ ନିଜ ନାମରେ ଖୋଲା ଯାଇଥିବା ଏକ ଫିକସ ଡିପୋଜିଟ ରୁ ବୃତ୍ତି ପ୍ରଦାନ କରାଯାଏ । ସଂପୂର୍ଣ୍ଣ ସୂଚନା ଏବଂ ଫର୍ମ ବିଷୟରେ ଜାଣିବା ପାଇଁ କ୍ଲିକ କରନ୍ତୁ ଆଧାର - ନ୍ୟାସନାଲ ଇଷ୍ଟିଚ୍ୟୁଟସନ ଅଫ ପବ୍ଲିକ କୋପ୍ରେସନ ଆଣ୍ଡ ଚାଇଲ୍ଡ ଡ଼େଭ୍ଲପମେଣ୍ଟ