ନଂ –XII-SME-SSA /64/2013-14118/SME ଭାଷାଗତ ପାର୍ଥକ୍ୟର ଦୂରିକରଣ ଓଡିଶା ଜନସଂଖ୍ୟା ୨୨.୧୩% ହେଉଛନ୍ତି ଆଦିବାସୀ । ଶିକ୍ଷାବ୍ୟବସ୍ଥାରେ ଆଦିବାସୀ ପିଲାମାନେ ସମ୍ମୁଖୀନ ହେଉଥିବା ଭାଷାଗତ ପାର୍ଥକ୍ୟ ଦୂରିକରଣ କରିବା ଉଦ୍ଦେଶ୍ୟରେ ବିଜ୍ଞାନସମ୍ମତ ଅଙ୍ଗରେ ସେମାନଙ୍କ ମାତୃଭାଷା ଉପରେ ସୁଦୃଢ ଭିତ୍ତଭୂମି ଗଢି ତୋଳିଲେ ଯାଇ ପିଲାର ବୋଧଶକ୍ତି , କାର୍ଯ୍ୟ – କାରଣ ସମ୍ବନ୍ଧୀୟ ଜ୍ଞାନ ବିକଶିତ ହେବା ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ଭାଷା ଉପରେ ତାର ପାରଦର୍ଶିତା ବୃଦ୍ଧି ପାଇବ । ସେଥି ନିମନ୍ତେ ୨୦୦୭ ମସିହାଠାରୁ ରାଜ୍ୟ ସରକାର ପ୍ରାଥମିକ ସ୍ତରରେ ମାତୃଭାଷା ଭିତ୍ତିକ ବହୁଭାଷା ଶିକ୍ଷା (MLE) କାର୍ଯ୍ୟକ୍ରମ ପ୍ରଚଳନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ନିମନ୍ତେ ସରକାର ଆନନ୍ଦର ସହ ଯାହା ସ୍ଥିର କରିଛନ୍ତି ତାହା ନିମ୍ନରେ ପ୍ରଦତ୍ତ ଓଡିଶାରେ ବହୁଭାଷି ଶିକ୍ଷା କାର୍ଯ୍ୟକ୍ରମ ଚାଲୁ ରହିବ ଏବଂ ରାଜ୍ୟର ସମସ୍ତ ଆଦିବାସୀ ପିଲାମାନଙ୍କୁ ପର୍ଯ୍ୟାୟକ୍ରମେ ପ୍ରଚାରିତ ହେବ । ଆଦିବାସୀ ପିଲାମାନଙ୍କ ନିଜ ନିଜର ମାତୃଭାଷାକୁ ଓଡିଶାରେ ବହୁଭାଷା ଶିକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରାଥମିକ ଶିକ୍ଷାର ୫ ବର୍ଷ ପାଇଁ ମାଧ୍ୟମ ରୂପେ ବ୍ୟବହାର କରାଯିବ । ଏପରି କରିବାର ଉଦ୍ଦେଶ୍ୟ ହେଉଛି : ଆଦିବାସୀ ପିଲାମାନଙ୍କର ଶିକ୍ଷା ଲାଭ ଦିଗରେ ବହୁଭାଷୀ ଶିକ୍ଷାର ଦୀର୍ଘ ମିଆଦି ସଫଳ ପ୍ରାପ୍ତ କରିବା ସଙ୍ଗେ ସଙ୍ଗେ ତହିଁର ଦୀର୍ଘସ୍ଥାୟୀ ପ୍ରଭାବ ସାଙ୍ଗକୁ ଓଡିଆ ଏବଂ ଇଂରାଜୀ ଭାଷାରେ ଦକ୍ଷତା ବୃଦ୍ଧି ଘଟିବ : ପ୍ରାଥମିକ ଶିକ୍ଷାରୁ ଉର୍ତ୍ତୀନ୍ନ ହେଲା ପରେ ଉଚ୍ଚତ୍ତର ଶିକ୍ଷା ନିମନ୍ତେ ଉକ୍ତ ଗୁଣାବଳୀ କାମରେ ଲାଗିବ ; ପିଲାର ଆତ୍ମବିଶ୍ଵାସ ବଢିବ ଏବଂ ଆତ୍ମପରିଚୟ ସୃଷ୍ଟି ହେବ । ଅନ୍ତତଃପକ୍ଷେ ୫ ବର୍ଷ ପର୍ଯ୍ୟନ୍ତ ମାତୃଭାଷାରେ ଶିକ୍ଷାଦାନ ନିମନ୍ତେ ଯେଉଁ ଆବଶ୍ୟକତା ରହିଛି ସେହି ଦୃଷ୍ଟିରୁ ୨ ୟ ଶ୍ରେଣୀରୁ ଆରମ୍ଭ କାରୀ ଦ୍ଵିତୀୟ ଭାଷା ବିଷୟ ରୂପେ ଓଡିଆ ନିଶ୍ଚିତ ରୂପେ ଚାଲୁ ରହିବ । ୩ୟ ଶ୍ରେଣୀଠାରୁ ଇଂରାଜୀ ଭାଷାକୁ ଏକ ବିଷୟ ରୂପେ ବହୁଭାଷୀ ଶିକ୍ଷା କାର୍ଯ୍ୟକ୍ରମରେ ପ୍ରଚଳନ କରାଯିବ । ପ୍ରାଥମିକ ଶିକ୍ଷାର ପରବର୍ତ୍ତୀ ପର୍ଯ୍ୟାୟରେ ଅର୍ଥାତ ୬ ଷ୍ଠ ଶ୍ରେଣୀରୁ ଆଦିବାସୀ ଭାଷାକୁ ଏକ ବିଷୟ ରୂପେ ବ୍ୟବହାର କରାଯାଇପରେ । ବହୁଭାଷୀ ଶ୍ରେଣୀ କକ୍ଷ ପର୍ଯ୍ୟନ୍ତ ବହୁଭାଷୀ ଶିକ୍ଷା କାର୍ଯ୍ୟକ୍ରମକୁ ବିସ୍ତାରିତ କରାଯିବ । ଶ୍ରେଣୀ କକ୍ଷରେ ଉଚ୍ଚ ସ୍ତରର ଶିକ୍ଷାଲାଭ ସାଙ୍ଗକୁ ଅନେକଗୁଡିଏ ମାତୃଭାଷା ଏକକାଳୀନ ଭଲଭାବରେ ଶିକ୍ଷା ବହୁଭାଷାରେ ଦକ୍ଷତା ହାସଲ କରିବାର ଆବଶ୍ୟକତା ଥିବା ଦୃଷ୍ଟିରୁ ଏଥି ନିମନ୍ତେ ସ୍ଵତନ୍ତ୍ର କୌଶଳ ଅବଲମ୍ବନ କରାଯିବ । ବହୁଭାଷୀ ଦକ୍ଷତା ମଧ୍ୟରେ ଅନେକଗୁଡିଏ ମାତୃଭାଷା ଉପରେ ଦକ୍ଷତା ବୃଦ୍ଧି, ସ୍ଥାନ – କାଳ ଜନିତ ସଚେତନା ଏବଂ ଭାଷାଭାଷା ମଧ୍ୟରେ ଥିବା ସମ୍ପର୍କିତ ପ୍ରତିଫଳନ ଅନ୍ତର୍ଭୁକ୍ତ । ବିଶେଷତଃ ଏହି ଉଦ୍ଦେଶ୍ୟରେ, ନିର୍ଦ୍ଧିଷ୍ଟ ଶିକ୍ଷାଦାନ – ଶିକ୍ଷା ଗ୍ରହଣ ଯୋଜନାର ପରବର୍ତ୍ତୀ ପର୍ଯ୍ୟାୟରେ କେତେକ ବହୁଭାଷା ଶ୍ରେଣୀ କକ୍ଷ ପ୍ରଚଳନ କରାଯିବ ଯେଉଁଥିରେ ଅତି କମରେ ୩ ପ୍ରକାର ମାତୃଭାଷାର ପିଲା ଥିବେ । ସେହି ପ୍ରକାର ପିଲାଙ୍କୁ ବାଛି ଏକ ଅଗ୍ରଣୀ ପ୍ରକଳ୍ପର ଯୋଜନା ପ୍ରସ୍ତୁତ କାରୀ କାର୍ଯ୍ୟ ଆରମ୍ଭ କରାଇବା ଦାୟିତ୍ଵ ଏକ ବିଶାରଦ ମଣ୍ଡଳୀ ଉପରେ ନ୍ୟସ୍ତ କରାଯିବ । ବିଶେଷତଃ ଏଥି ନିମନ୍ତେ ସେପରି ଏକ ବିଶାରଦ ମଣ୍ଡଳୀ ଗଠନ କରାଯିବ । ସ୍ଥାନୀୟ ସ୍କୁଲମାନଙ୍କରେ ଶିକ୍ଷକ ନିଯୁକ୍ତି କଲାବେଳେ ଜନଗୋଷ୍ଠୀରେ ଥିବା ଯେଉଁ ବ୍ୟକ୍ତିମାନଙ୍କର ପିଲାଙ୍କ ମାତୃଭାଷା ଉପରେ ଦକ୍ଷତା ଥିବା ସାଙ୍ଗକୁ ୨ ୟ ଭାଷା(ଦ୍ଵିତୀୟ ଭାଷା –ଓଡିଆ) ଏବଂ ୩ (ତୃତୀୟ ଭାଷା – ଇଂରାଜୀ ) ରେ ଦକ୍ଷତା ଥିବ ସେହିଭଳି ବ୍ୟକ୍ତିମାନଙ୍କୁ ଅଗ୍ରାଧିକାର ଦିଆଯିବ । ବହୁଭାଷୀ ଶିକ୍ଷା ଶିକ୍ଷକ ନିଯୁକ୍ତି ନିମନ୍ତେ ଅଲଗା ଭାବେ ବିଜ୍ଞାପନ ପ୍ରକାଶ କରାଯିବ ଯେଉଁ ଥିରେ ନିର୍ଦ୍ଧିଷ୍ଟ ମାତୃଭାଷାରେ ଦକ୍ଷତାକୁ ଯୋଗ୍ୟତାର ସର୍ତ୍ତ ଭାବେ ସ୍ଵତନ୍ତ୍ର ଭାବେ ଉଲ୍ଲେଖ କରାଯିବ । ଜନଗୋଷ୍ଠୀର ବ୍ୟକ୍ତିଙ୍କଠାରୁ ଯଦି ନିର୍ଦ୍ଧାରିତ ଯୋଗ୍ୟତା ଠାରୁ କମ ଯୋଗ୍ୟତା ଥିବ ଅଥଚ ଇପସିତ ଭାଷା ଉପରେ ଦକ୍ଷତା ଥିବ ତେବେ ସେମାନଙ୍କୁ ଚୁକ୍ତି ଭିତ୍ତିକ ନିଯୁକ୍ତି ଦିଆଯିବ ଯେଉଁଥିରେ ସର୍ତ୍ତ ଥିବ ଯେ ନିର୍ଦ୍ଧିଷ୍ଟ ଯୁକ୍ତି ସଙ୍ଗତ ସମୟ ସୀମା ମଧ୍ୟରେ ପ୍ରାର୍ଥୀଙ୍କୁ ଆବଶ୍ୟକୀୟ ଯୋଗ୍ୟତା ହାସଲ କରିବାକୁ ପଡିବ । ଉକ୍ତ ସର୍ତ୍ତ ମୁତାବକ ଆବଶ୍ୟକୀୟ ଯୋଗ୍ୟତା ହାସଲ କରିବା ଦିଗରେ ପ୍ରାର୍ଥୀମାନଙ୍କୁ ରାଜ୍ୟ ସରକାର ଯଥେଷ୍ଟ ସହାୟତା ଯୋଗାଇ ଦେବେ । ନିର୍ଦ୍ଧାରିତ ସମୟରେ ପ୍ରାର୍ଥୀ ଯଦି ସର୍ବ ନିମ୍ନ ଯୋଗ୍ୟତା ହାସଲ କରିବାରେ ସମର୍ଥ ନ ହୁଅନ୍ତି ତେବେ ସମୟ ସୀମା କୋହଳ କରିବା ନିମନ୍ତେ ର୍ଜୀ ସରକାର ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଉକ୍ତ ପ୍ରସଙ୍ଗ ଉପସ୍ଥାପନ କରିପାରନ୍ତି । ଈପସିତ ଭାଷାଭାଷା ଗୋଷ୍ଠୀ ମଧ୍ୟରେ ଶିକ୍ଷକ ହେବା ନିମନ୍ତେ ଯୋଗ୍ୟ ପ୍ରାର୍ଥୀଙ୍କର ଘୋର ଅଭାବ ଦେଖା ଦେଲେ (ଯୋଗ୍ୟତା କୋହଳ କରାଗଲା ପରେ ମଧ୍ୟ ) ସେହି ଗୋଷ୍ଠୀର ବହିର୍ଭୂତ ଅନ୍ୟ ଗୋଷ୍ଠୀର ବ୍ୟକ୍ତି ଯାଆଙ୍କର ସ୍ଥାନୀୟ ଭାଷା ଉପରେ ଭଲ ଦଖଲ ଥିବାର ପ୍ରମାଣ ଥିବ, ସ୍ଥାନୀୟ ପରମ୍ପରା , ସଂସ୍କୃତି , ଚାଲିଚାଳନ ବିଷୟରେ ଉତ୍ତମ ଧାରଣା ଥିବ ସେହିଭଳି ଥିବ ସେଭଳି ବ୍ୟକ୍ତିଙ୍କୁ ସ୍କୁଲମାନଙ୍କରେ ଶିକ୍ଷକ ରୂପେ ନିଯୁକ୍ତି ଦେବା ବିଷୟ ବିଚାର କରାଯାଇପାରେ । ଆଦିବାସୀ ଭାଷାଭାଷୀ ଗୋଷ୍ଠୀମାନଙ୍କ ଭିତରୁ ସୁଯୋଗ୍ୟ ପ୍ରାର୍ଥୀଙ୍କୁ ଶିକ୍ଷକ ବୃତ୍ତି ନିମନ୍ତେ ଆକର୍ଷଣ କରିବାକୁ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରାଯିବ ଯେଉଁଥିରେ ମାଧ୍ୟମିକ , ଉଚ୍ଚ ମାଧ୍ୟମିକ ତଥା ସ୍ନାତକ ଯୋଗ୍ୟତା ଥିବା ଆଶାୟୀ ପ୍ରାର୍ଥୀମାନଙ୍କୁ ଚିହ୍ନଟ କରି ପୃଷ୍ଠପୋଷାକତା କରାଯିବା ସଙ୍ଗେ ସଙ୍ଗେ ପ୍ରକରାର ପ୍ରୋତ୍ସାହନ ଓ ସମର୍ଥନ ଯୋଗାଇ ଦିଆଯିବ ଯାହାଫଳରେ ଚାକିରି ପୂର୍ବବର୍ତ୍ତୀ ଆବଶ୍ୟକତା ପ୍ରଶିକ୍ଷଣ ସମାପ୍ତ କଲାବେଳେ ସେମାନେଙ୍କୁ ସଙ୍ଗେ ସଙ୍ଗେ ଶିକ୍ଷକ ରୂପେ ନିଯୁକ୍ତ କରାଯିବ । ଈପସିତ ମାତୃଭାଷାରେ ଦକ୍ଷତା ଥିବା ସୁଯୋଗ୍ୟ ପ୍ରାର୍ଥୀମାନଙ୍କୁ ଆକର୍ଷିତ କରି ବହୁଭାଷୀ ଶିକ୍ଷା ଶିକ୍ଷକ ଚାକିରିରେ ଧରି ରଖିବା ନିମନ୍ତେ ଗୋଟିଏ ବେତନ ବୃଦ୍ଧି ସମତୁଲ୍ୟ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବ । ଏହି ପ୍ରୋତ୍ସାହନ କେବଳ ଉକ୍ତ ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟ ନିମନ୍ତେ ଏକ ସ୍ଵତନ୍ତ୍ର ସୁବିଧା ରୂପେ ବିବେଚିତ ହେବ । ବହୁଭାଷୀ ଶିକ୍ଷା ସ୍କୁଲମାନଙ୍କରେ ଚାକିରିରେ ଥିବା ଶିକ୍ଷକମାନକ ପାଇଁ ଯେଉଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗ୍ରହଣ କରାଯିବ , ସେସବୁ ସର୍ବଶିକ୍ଷା ଅଭିଯାନ ଓ ଶିକ୍ଷା ଅଧିକାର ଆଇନ -2009 ର ବ୍ୟବସ୍ଥା ମୁତାବକ ହେବ ଏବଂ ନିମ୍ନୋକ୍ତ ପ୍ରକାରର ହେବ । ବର୍ତ୍ତମାନ ଦିବ୍ୟମାନ ଥିବା ଏଲିମେଣ୍ଟାରି ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ (ETTI) (ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (DIET) ଜିଲ୍ଲା ସାଧନ କେନ୍ଦ୍ର (DRC) ଏବଂ ଅନୁସୂଚିତ ଜନଜାତି ବିଦ୍ୟାଳୟ (ST school ) ନିୟମ ଅନୁଯାୟୀ ବହୁଭାଷୀ ଶିକ୍ଷା ଶିକ୍ଷକଙ୍କ ଆବଶ୍ୟକତା ଅଧାରରେ ଅନୁସୂଚିତ ଜନଜାତି ପ୍ରାର୍ଥୀମାନଙ୍କ ପ୍ରଶିକ୍ଷଣ ନିମନ୍ତେ ସଂରକ୍ଷଣ ବ୍ୟବସ୍ଥା କରାଯାଇପାରେ । ବର୍ତ୍ତମାନ ପ୍ରଚଳିତ ଥିବା ସ୍ତର ଭିତ୍ତିକ ପ୍ରଶିକ୍ଷଣ ବ୍ୟବସ୍ଥାର ଉଚ୍ଛେଦ କରାଯାଇ ତା ବଦଳରେ ବହୁଭାଷୀ ଶିକ୍ଷା ବ୍ୟବସ୍ଥା ଭିତ୍ତିକ ଯୌଗିକ ପ୍ରଶିକ୍ଷଣ ପ୍ରବର୍ତ୍ତନ କରାଯାଇପାରେ ଯେଉଁଥିରେ ବହୁଭାଷୀ ଶିକ୍ଷା ଶ୍ରେଣୀ କକ୍ଷର ଭାଷା ବିଜ୍ଞାନ ପାଇଁ ଅତିସ୍ଵତନ୍ତ୍ର ଗୁରୁତ୍ଵ ଦିଆ ଯାଉଥିବ । ଚାକିରିରେ ଥିବା ଶିକ୍ଷକମାନଙ୍କ ପାଇଁ ବାର୍ଷିକ ନିର୍ଦ୍ଧାରିତ 20 ଦିନ ବାଧ୍ୟତାମୂଳକ ପ୍ରଶିକ୍ଷଣ ଅତି କମରେ 5-7 ଦିନ ପୃଥକ ରଖାଯାଇ ବହୁଭାଷୀ ଶିକ୍ଷା ସ୍କୁଲମାନଙ୍କର ଶିକ୍ଷକମାନଙ୍କୁ ବହୁଭାଷୀ ଶିକ୍ଷା ପ୍ରଶିକ୍ଷଣ ପ୍ରଦାନ ସକାଶେ ବିନିଯୋଗ କରାଯିବ । ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନମାନଙ୍କରେ ବହୁଳ ସାଂଖିକ ବହୁଭାଷୀ ଶିକ୍ଷା ଶିକ୍ଷକମାନଙ୍କୁ ଫଳପ୍ରଦ ପ୍ରଶିକ୍ଷଣ ପ୍ରଦାନ କରିବା ଉଦ୍ଦେଶ୍ୟରେ ବହୁଭାଷୀ ଶିକ୍ଷା ଥିଓରିରେ ସୁଗଠିତ ସଘନ ପ୍ରଶିକ୍ଷଣ ଦିଆଯାଇ ରାଜ୍ୟସ୍ତରୀୟ ସମ୍ବଳ ଗୋଷ୍ଠୀ ସୃଷ୍ଟି କରାଯିବ । ଉପରୋକ୍ତ ପ୍ରଶିକ୍ଷଣ ବହୁଭାଷୀ ଥିଓରି ସାଙ୍ଗକୁ ବ୍ୟବହାର ଓ ଗଭୀର ଜ୍ଞାନ ଭିତ୍ତିକ ଚର୍ଚ୍ଚା ନିମନ୍ତେ ବ୍ୟବସ୍ଥା ଥିବ । ଏକ ବିଶାରଦ ଗୋଷ୍ଠୀ ଦ୍ଵାରା ଏହି ପ୍ରକାର ପ୍ରଶିକ୍ଷଣ ପ୍ରଦାନ କରାଯିବ । ଯେଉଁ ରାଜ୍ୟସ୍ତରୀୟ ସମ୍ବଳଗୋଷ୍ଠୀ ସୃଷ୍ଟି ହେବ ତାହା ମାଷ୍ଟର ଟ୍ରେନନମାନେ ଗଢିବେ । ଏହି ମାଷ୍ଟର ଟ୍ରେନରମାନେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ସ୍ତରରେ ଚାକିରିରେ ଥିବା ଏବଂ ଚାକିରି ପୂର୍ବବର୍ତ୍ତୀ ବହୁଭାଷୀ ଶିକ୍ଷା ଶିକ୍ଷକମାନଙ୍କ ପ୍ରଶିକ୍ଷଣ ବ୍ୟବସ୍ଥାର ପରିଚାଳନା କରିବେ । ଜାତୀୟ ବହୁଭାଷୀ ସମ୍ବଳ କେନ୍ଦ୍ର ଭଳି ବହୁଭାଷୀ ଶିକ୍ଷା ବିଶେଷଜ୍ଞ ସମ୍ବଳ ଗୋଷ୍ଠୀମାନଙ୍କ ସହଯୋଗରେ ରାଜ୍ୟସ୍ତରୀୟ ସମ୍ବଳ ଗୋଷ୍ଠୀ, ମାଷ୍ଟର ଟ୍ରେନରମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କାର୍ଯ୍ୟ ହାତକୁ ନିଆଯାଇ ସାମର୍ଥ୍ୟ ଗାଢଣ ପ୍ରକ୍ରିୟା ଚାଲୁ କରାଯିବ । ପ୍ରଶିକ୍ଷଣ ନିରୂପତା ଏବଂ ଜ୍ଞାନର ଆଧାର ଯେପରି ବ୍ୟବହାର ତଥା ପ୍ରସାରିତ କ୍ରମେ କ୍ରମେ କ୍ଷୟପ୍ରାପ୍ତ ହୋଇ ନ ଥାଏ ସେଥିନିମନ୍ତେ ଏକ ନମନୀୟ ପ୍ରଶିକ୍ଷଣ ପୁଟୁଳି ପ୍ରସ୍ତୁତ କରାଯିବ । ପ୍ରଶିକ୍ଷଣ ଦେବା ଏବଂ ସାମର୍ଥ୍ୟ ଗଢିବା ଉଦ୍ଦେଶ୍ୟରେ ଉକ୍ତ ପୁଟୁଳିମଧ୍ୟରେ ମଡ୍ୟୁଲ ୟୁନିଟ , ବିଷୟବସ୍ତୁ, କାର୍ଯ୍ୟକଳାପ ସମେତ ଉପାଦାନମାନ ଓଡିଶାରେ ରହିବ ଯାହାଦ୍ଵାରା ନିର୍ଦ୍ଧିଷ୍ଟ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଦିଗଦର୍ଶନ ମିଳିବ । ଅଭିଜ୍ଞ ବିଶେଷଜ୍ଞମାନଙ୍କ ତତ୍ତ୍ଵାବଧାନରେ ବହୁଭାଷୀ ଶିକ୍ଷା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯିବ ଯେଉଁଥିରେ ଜ୍ଞାନ ଭିତ୍ତିକ ଦିଗ ପ୍ରତି ଯଥାଯୁକ୍ତ ଗୁରୁତ୍ଵ ଦିଆଯାଇଥିବ । ରାଜ୍ୟ ଶିକ୍ଷା ଗବେଷଣା ଓ ତାଲିମ ଏବଂ ଓଡିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଏ ଶିକ୍ଷା ବିଜ୍ଞାନ ୟୁନିଟମାନଙ୍କୁ ଶସକ୍ତ କରାଯିବ ; ପ୍ରଶିକ୍ଷଣ ପାଠ୍ୟପୁସ୍ତକ ପ୍ରସ୍ତୁତି ଏବଂ ପାଠ୍ୟ ଉପକରଣ ଶ୍ରେଣୀ କକ୍ଷର କାର୍ଯ୍ୟବଳୀ ଏବଂ ମୂଲ୍ୟାୟନ ଆଦି ବହୁଭାଷୀ ଶିକ୍ଷାର ସମସ୍ତ ସ୍ତରରେ ସମର୍ଥନ ଯୋଗାଇ ଦିଆଯିବ । ରାଜ୍ୟରେ ଚାଲୁଥିବା ଏକା ପ୍ରକାରର ପାଠ୍ୟ ଖସଡା ସହ ସରଞ୍ଜାସ୍ୟ ରକ୍ଷା କରି ନିର୍ଦ୍ଧିଷ୍ଟ ଭାଷା ଭିତ୍ତିକ ତଥା ସଂସ୍କୃତି ଭିତ୍ତିକ ପାଠ୍ୟକ୍ରମ , ପାଠ୍ୟ ଉପକରଣ (TLM) ବର୍ତ୍ତମାନ ଯେଉଁ ଭଳି ଭାବରେ ପ୍ରସ୍ତୁତ କରାଯାଉଛି ତାହା ଚାଲୁ ରହିବ । ବହୁଭାଷୀ ଶିକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ଆଦିବାସୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଇଂରାଜୀ ପାଠ୍ୟପୁସ୍ତକ ପୃଥକ ଭାବେ ବିକଶିତ କରାଯିବ । (କ) ବହୁଭାଷୀ ଶିକ୍ଷା ପାଇଁ ଦଳ ପାଠ୍ୟ ପୁସ୍ତକ ଓ ପାଠ୍ୟ ଉପକରଣ TLM ପ୍ରସ୍ତୁତ କରିବା ଦାୟିତ୍ଵରେ ରହିବ ସେହି ଦଳରେ ନିମ୍ନୋକ୍ତ ବର୍ଗରୁ ଅନ୍ତତଃ ପକ୍ଷେ ଜଣେ ଲେଖାଏଁ ବ୍ୟକ୍ତି ରହିବେ ଏବଂ ସେଥିରେ ମହିଳାମାନଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଅଗ୍ରାଧିକାର ଦିଆଯିବ ( ପ୍ରଥମ 5 ଟି ବର୍ଗ ମଧ୍ୟରୁ ଜଣଙ୍କୁ ଦଳପତି ବଛାଯିବ ) : ଈପସିତ ଭାଷା ଗୋଷ୍ଠୀ ମଧ୍ୟରୁ ଅଭିଜ୍ଞ ଶିକ୍ଷକମାନେ (ଖ) ଯେଉଁ ବ୍ୟକ୍ତିଙ୍କର ଦେଶୀୟ ଜ୍ଞାନ ଥିବ ଏବଂ ଗୋଷ୍ଠୀର ନେତା (ଗ) ଇପସିତ ଭାଷାଭାଷୀ ଗୋଷ୍ଠୀରୁ ଆସିଥିବା ଲୋକ- କଳାକାର , ଗପ କୁହାଳି , କବି, ଗାୟକ, ଲେଖକ ଶିଳ୍ପୀ, କାରିଗର ଏବଂ ଅଭିଜ୍ଞ କୃଷକ । (ଘ) ପାଠ୍ୟ ଉପକରଣ TLM ର ପାଠ୍ୟପୁସ୍ତକର ପ୍ରସ୍ତୁତି ଓ ସେଥିରେ ଚିତ୍ର ଆଙ୍କିବା ପାଇଁ କଳାକାର । (ଙ) ଅଣ ଆଦିବାସୀ ସମ୍ପ୍ରଦାୟର ଦୁଇଜଣ ଅଭିଜ୍ଞ ଶିକ୍ଷକ ହୋଇଥିବେ । (ଚ) ଶିକ୍ଷା, ବିଜ୍ଞାନ, ପାଠ୍ୟ ଖସଡା ଏବଂ ପାଠ୍ୟ ପୁସ୍ତକ ବିକାଶ କ୍ଷେତ୍ରରୁ ଜଣେ ଶିକ୍ଷା ବିଶାରଦ । (ଛ) ପଠନ ଏବଂ ଭାଷାଶିକ୍ଷା ବିଷୟରେ ଜଣେ ବିଶେଷଜ୍ଞ । ସମସ୍ତ ଭାଷାଗୋଷ୍ଠୀର ଦଳପତିମାନେ ଅଥବା ବହୁଭାଷୀ ଶିକ୍ଷା କାର୍ଯ୍ୟକ୍ରମ ଅଧିନସ୍ଥ ଜିଲ୍ଲାସ୍ତରୀୟ ଦଳପତିମାନେ ପାଠ୍ୟପୁସ୍ତକ ପ୍ରସ୍ତୁତି ସମ୍ବନ୍ଧୀୟ କର୍ମଶାଳା ତାଲିମ ନେବେ ; ବହୁଭାଷୀ ଶିକ୍ଷାର ମୌଳିକ ଦିଗ , ପାଠ୍ୟଖସଡା, ଶିକ୍ଷା ବିଜ୍ଞାନ, ଭାଷା ସମ୍ବନ୍ଧୀୟ ବିଷୟମାନ, ସାଂସ୍କୃତିକ ବିଷୟ ସମେତ ଅନ୍ୟାନ୍ୟ ଦିଗଗୁଡିକ ବିଚାରକୁ ନେଇ ସଂଖ୍ୟାଲଘୁ ପିଲାଙ୍କ ଭାଷା ସମ୍ବନ୍ଧୀୟ ଉପାଦାନ ପ୍ରସ୍ତୁତି କରଣ ବିଷୟରେ ଧ୍ୟାନ ଦେବେ । ଉକ୍ତ ପ୍ରଶିକ୍ଷଣ କାର୍ମଶାଳାରେ ରାଜ୍ୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ ସମ୍ପୃକ୍ତ ରହିବ । ଜିଲ୍ଲା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଗୁଡିକରୁ ବଛାଯାଇଥିବା ସମସ୍ତ ପ୍ରଶିକ୍ଷକ ବହୁଭାଷୀ ଶିକ୍ଷା କାର୍ଯ୍ୟକ୍ରମର ସମ୍ପୃକ୍ତ ଜିଲ୍ଲାମାନଙ୍କରେ ଉକ୍ତ ପ୍ରଶିକ୍ଷଣ କର୍ମଶାଳାରେ ଭାଗ ନେବେ । ପାଠ୍ୟପୁସ୍ତକ ପ୍ରସ୍ତୃତ କରିବା ନିମନ୍ତେ ଉଦ୍ଦିଷ୍ଟ ଭାଷାଗୋଷ୍ଠୀମାନେ ଜିଲ୍ଲାସ୍ତରୀୟ ବୈଠକରେ ଏକତ୍ରିତ ହେବେ । ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (DIET) ର ପ୍ରଶିକ୍ଷଣଙ୍କ ତତ୍ତ୍ଵାବଧାନରେ ଉକ୍ତ ବୈଠକ ଅନୁଷ୍ଠିତ ହେବ । ଅବଶ୍ୟକୀୟ ଦିଗଦର୍ଶନ ଦେବା ଉଦ୍ଦେଶ୍ୟରେ ଅନ୍ୟ ବିଶେଷଜ୍ଞମାନଙ୍କୁ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ପ୍ରଶିକ୍ଷକ ଆମନ୍ତ୍ରଣ କରିପାରନ୍ତି ଜିଲ୍ଲାସ୍ତରରେ ପ୍ରସ୍ତୁତ ହୋଇଥିବା ସମସ୍ତ ଭାଷା – ନିର୍ଦ୍ଧିଷ୍ଟ ପାଠ୍ୟ ପୁସ୍ତକ ପାଣ୍ଡୁଲିପିଗୁଡିକର ଗୋଟିଏ କେନ୍ଦ୍ରରେ ସମୀକ୍ଷା କରାଯିବ । ପାଠ୍ୟପୁସ୍ତକର ନିର୍ଦ୍ଧାରିତ ଗୁଣବର୍ତ୍ତ ଏବଂ ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ୍ଣ ଦିଗ ବିଷୟରେ ପୂର୍ବ ନିର୍ଦ୍ଧାରିତ ମାନଦଣ୍ଡ ସହ ପାଣ୍ଡୁଲିପିଗୁଡିକୁ ମିଲାଯାଇ ପାଠ୍ୟଖସଡାର ସୀମା ସରହଦ ଭୀତରେ ସେ ସବୁର ସାମଞ୍ଜ୍ୟସ ରହିଛି କି ନାହିଁ ଦେଖାଯିବ । ଗୁଣବତ୍ତାର ସୁନୀୟନ୍ତ୍ରଣ ନିମନ୍ତେ ବାହାରର କେତେକ ବିଶେଷଜ୍ଞଙ୍କୁ ସମୀକ୍ଷକ ଗୋଷ୍ଠୀରେ ମଧ୍ୟ ନିଆଯାଇପାରିବ । ପାଠ୍ୟପୁସ୍ତକଗୁଡିକ ଯଥା ସମୟରେ ଛପାଯିବା ଏବଂ ବିତରଣ କରିବାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସେଗୁଡିକର ଛପା ଏବଂ ବିତରଣ କାର୍ଯ୍ୟକୁ ବିକେନ୍ଦ୍ରୀକରଣ କରାଯାଇ ଜିଲ୍ଲାସ୍ତରୀକୁ ଦାୟିତ୍ଵ ଦିଆଯିବ । ଶିକ୍ଷାବର୍ଷ ପ୍ରାରମ୍ଭରେ ପ୍ରତ୍ୟେକ ପିଲା ଯେପରି ପାଠ୍ୟପୁସ୍ତକ ପାଇବ ତାହା ଜିଲ୍ଲା ସୁନିଶ୍ଚିତ କରିବ । ବହୁଭାଷୀ ଶିକ୍ଷା କାର୍ଯ୍ୟକ୍ରମର ମୂଲ୍ୟାୟନ କରି ଶିକ୍ଷକମାନଙ୍କୁ ତଥା କାର୍ଯ୍ୟକ୍ରମ ଅନ୍ତର୍ଗତ ଅନ୍ୟାନ୍ୟ କ୍ଷେତ୍ରୟ କର୍ମକର୍ତ୍ତାମାନଙ୍କୁ ଶିକ୍ଷା ସମ୍ବନ୍ଧୀୟ ଆବଶ୍ୟକୀୟ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ଏକ ସ୍ଵାଧୀନ ବିଶେଷଜ୍ଞ ମଣ୍ଡଳୀଉପରେ ଦାୟିତ୍ଵ ନ୍ୟସ୍ତ କରାଯିବ । ବହୁଭାଷୀ ଶିକ୍ଷା କାର୍ଯ୍ୟକ୍ରମକୁ ସ୍କୁଲମାନଙ୍କରେ ସଫଳ ଭାବେ କାର୍ଯ୍ୟକାରୀ କରିବା ନିମନ୍ତେ ବ୍ଲକସ୍ତରୀୟ ଶିକ୍ଷା କର୍ମକର୍ତ୍ତା ଯଥା – ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ, ଗୋଷ୍ଠୀଶିକ୍ଷା ଅଧିକାରୀ, ଅତିରିକ୍ତ ଶିକ୍ଷା ଅଧିକାର ଏବଂ ଜିଲ୍ଲାସ୍ତରୀୟ ଶିକ୍ଷା କର୍ମକର୍ତ୍ତା ଯଥା – ଜିଲ୍ଲା ଶିକ୍ଷା ଅଧିକାର, ସହ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକ ମାନଙ୍କୁ କ୍ଷମତା ସମ୍ପର୍ଣ୍ଣ କରାଯାଇ ବହୁଭାଷା ଶିକ୍ଷା କାର୍ଯ୍ୟକ୍ରମରେ ସାମିଲ କରାଯିବ । ପାଠ୍ୟ ତଥା ଅଣପାଠ୍ୟ ବିଷୟ ସମେତ ଅନ୍ୟାନ୍ୟ କାର୍ଯ୍ୟକଳାପ କ୍ଷେତ୍ରରେ ପିଲାମାନଙ୍କ ସାମର୍ଥ୍ୟ ସେମାନଙ୍କ ମାତୃଭାଷା ଜରିଆରେ ଆକଳନ କରାଯିବ ; ସେଥିନିମନ୍ତେ ନିରନ୍ତର ବ୍ୟାପକ ମୂଲ୍ୟାୟନ ପଦ୍ଧତି ଅନୁସରଣ କରାଯିବ । ପାଠପଢାରେ ପ୍ରଗତି ସାଙ୍ଗକୁ ପିଲାମାନଙ୍କର ବ୍ୟକ୍ତିଗତ – ସାମାଜିକ ଗୁଣାବଳୀ ଯଥା – ଉପସ୍ଥାନ, ଅଂଶ ଗ୍ରହଣ , ଶ୍ରେଣୀ କକ୍ଷରେ ତତ୍ପରତା , ସାଙ୍ଗସାଥୀଙ୍କ ସହିତ ମିଳାମିଶା ଇତ୍ୟାଦିକୁ ଗୁଣାତ୍ମକ ଢଙ୍ଗରେ ମୂଲ୍ୟାୟନ କରାଯିବ । ମୌଖିକ ଏବଂ ଲିଖିତ ମୂଲ୍ୟାୟନ ସାଙ୍ଗକୁ ପର୍ଯ୍ୟବେକ୍ଷଣ , ପୋର୍ଟଫୋଲିଓ ,ଚେକ ଲିଷ୍ଟ ଏବଂ ଆଖ୍ୟାନ ଭଳି ବହୁବିଧ ମୂଲ୍ୟାୟନ / ଆକଳନ ପଦ୍ଧତି ଅବଲମ୍ବନ କରାଯିବ । ପ୍ରାଥମିକ ଶିକ୍ଷାକାଳ ସାରା ଯେଉଁ ମୂଲ୍ୟାୟନ ପଦ୍ଧତି ଅବଲମ୍ବନ କରାଯିବ ତାହା ପରିମାଣତ୍ମକ ଏବଂ ଏକତ୍ରିତ ଭାବେ ନ ହୋଇ ବରଂ ନିରନ୍ତର ବ୍ୟାପକ ମୂଲ୍ୟାୟନ ପଦ୍ଧତି ଦ୍ଵାରା ନିର୍ଦ୍ଧାରିତ ଗୁଣାତ୍ମକ ମୂଲ୍ୟାୟନ ଓ ବର୍ଗୀକରଣ ପଦ୍ଧତି ଅବଲମ୍ବନ କାରିବାକୁ ଅଗ୍ରାଧିକାର ଦିଆଯିବ । କ୍ରମବର୍ଦ୍ଧିଷ୍ଣ ସ୍କୁଲ ବିବରଣୀ/ ପ୍ରଗତି ପତ୍ର ସ୍ଥାନୀୟ ଭାଷାରେ ପ୍ରସ୍ତୁତ ହେବ ଏବଂ ପିଲାର ବାପାମାଆଙ୍କୁ ଜଣାଇ ଦିଆଯିବ । ନିୟମିତ ଭାବେ କ୍ଲଷ୍ଟର ସ୍ତରୀୟ ବୈଠକ ମୂଲ୍ୟାୟନ ଫଳାଫଳଗୁଡିକର ସମୀକ୍ଷା କରାଯାଇ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯିବ : ପୂର୍ବରୁ ଗ୍ରହଣ କରାଯାଇଥିବା ପ୍ରତିକାର ବ୍ୟବସ୍ଥା ଫଳାଫଳ ସମ୍ବନ୍ଧରେ ମୂଲ୍ୟାୟନ କରାଯିବ । ବହୁଭାଷା ଶିକ୍ଷା କାର୍ଯ୍ୟକ୍ରମ ବିଭିନ୍ନ ପର୍ଯ୍ୟାୟ ନିଜର ଗବେଷଣା ଓ ବିକାଶ କାର୍ଯ୍ୟଧାରାକୁ ସୁଦୃଢ କରିବ । ବହୁଭାଷୀ ଶିକ୍ଷା ଅବସ୍ଥାରେ ସ୍କୁଲଗୁଡିକ ମୋଟାମୋଟି ଭାବେ କିଭଳି କାର୍ଯ୍ୟ କରୁଛି ତାହାର ମୂଲ୍ୟାୟନ ତଥା ବହୁଭାଷୀ ଶିକ୍ଷା ସ୍କୁଲ ବ୍ୟବସ୍ଥାର ପ୍ରଭାବ ଆକଳନ କରିବାକୁ ରାଜ୍ୟସ୍ତରୀୟ ଗବେଷଣା ଅବଶ୍ୟକ ଥିବା ବେଳେ କ୍ଳଷ୍ଟର ସ୍ତରରେ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜନ ମାନେ ଏବଂ ଶିକ୍ଷକମାନେ ଉପଯୁକ୍ତ ପ୍ରଶିକ୍ଷଣ ପ୍ରାପ୍ତ କରିବେ ଯାହାଫଳରେ ତୃଣମୂଳ ସ୍ତରରେ କାର୍ମିକ ଗବେଷଣା କରି ବିକାଶ ଘଟାଇବା ଏବଂ ବ୍ୟବସ୍ଥାରେ ନୂତନତ୍ଵ ଆଣିବା ଦିଗରେ ସେମାନେ ସମର୍ଥ ହେବେ । ମାତୃଭାଷା ଭିତ୍ତିକ ଶିକ୍ଷା ବ୍ୟବସ୍ଥାର ମୋଟାମୋଟିପ୍ରଭାବ ବିଷୟକୁ ଏକ କେନ୍ଦ୍ର/ ରାଜ୍ୟ ସ୍ତରୀୟ ସଂସ୍ଥା/ ଅନୁଷ୍ଠାନ ଦ୍ଵାରା ବାହାରପଟରୁ ମୂଲ୍ୟାୟନ କରାଯିବ । ଏଭଳି ବାହ୍ୟ ମୂଲ୍ୟାୟନ ପ୍ରତ୍ୟେକ ବର୍ଷ କରାଯିବ ଯାହାର ଉଦ୍ଦେଶ୍ୟ ହେଉଛି ଗଠନମୂଳକ ମୂଲ୍ୟାୟନ ପୂର୍ବକ ପରାମର୍ଶ ପ୍ରଦାନ କରିବା ଏବଂ ଅଧିକ ବିକାଶ କୌଶଳମାନ ସ୍ଥିର କରି ମୋଟାମୋଟି ଭାବେ କେଉଁ ଉପାୟମାନ ଅବଲମ୍ବନ କାଲେ ଅଧିକ ପ୍ରଗତି ଘଟିବ ସେ ବିଷୟରେ ପରାମର୍ଶ ପ୍ରଦାନ କରିବା । ଆଦେଶ ପ୍ରଦାନ କରାଗଲା ଯେ ଓଡିଶା ରାଜପତ୍ର ଏକ ସାଧାରଣ ସଂଖ୍ୟାରେ ଏକା ପ୍ରକାଶିତ ହେବ । ଆଧାର – ଶିଶୁର ନିଃଶୁକ୍ଳ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ୨୦୦୦୯