ଉଦ୍ଦେଶ୍ୟ ଅଂଶଗ୍ରହଣକାରୀମାନେ ପ୍ରଶିକ୍ଷଣ ମଧ୍ୟମରେ ଜାଣିଥିବା ତଥ୍ୟଗୁଡିକୁ ପୁନର୍ବାସ ମାନେ ପକାଇ ନିଜକୁ ସମାର୍ଥୀକାରଣ କରାଯାଇପାରିବ । ପ୍ରାଣାଳୀ /ପ୍ରକ୍ରିୟା ସକ୍ରିୟାତ୍ମକ କାର୍ଯ୍ୟ :- ସମସ୍ତ ଅଂଶଗ୍ରହଣକାରୀଙ୍କୁ ୨ଟି ଦଳରେ ବିଭକ୍ତ ହେବେ । ସହାୟକମାନେ ମଧ୍ୟ ଦୁଇ ଦଳରେ ଭାଗନେବେ । ପ୍ରଶିକ୍ଷଣ ଭୀତଏ ଯାହା ଶିଖିଲେ ତାହା ପ୍ରଶ୍ନ ଆକାରରେ ଗୋଟିଏ ଦଳ ଆଉ ଗୋଟିଏ ଦଳକୁ ପଚାରିବେ । ଅନ୍ୟଦଳ ତାର ଉତ୍ତର ଦେବେ । ଏହି ପରି ୨୫ ମିନିଟ ଚାଲିବ । ପ୍ରଶ୍ନ ୧ ଓ ୨ ଖୋଲା ଆଲୋଚନା କରାଯିବ । ପ୍ରଶ୍ନ ୩ ଉପରେ- ଦଳଗତ ଆଲୋଚନା ହେବ । ପ୍ରଶ୍ନ ୪ ଟି ପ୍ରତ୍ୟେକ ସଭ୍ୟ ଗୋଟେ ସାଧାକାଗଜରେ ଲେଖିବେ । ପ୍ରଶ୍ନ ୫ଟିର ଖୋଲା ଆଲୋଚନା କରାଯିବ । ଆଲୋଚ୍ୟ ବିଷୟ କେଉଁ କେଉଁ ଦିଗ ଉପରେ ପ୍ରଶିକ୍ଷଣରେ ଅଛଣା କରାଗଲା । ଏହି ପ୍ରଶିକ୍ଷଣ ଆପଣଙ୍କୁ କିଭଳି ସାହାଜ୍ଯ କରିବ । “ ଶିଶୁର ଉନ୍ନତି ବିଦ୍ୟାଳର ଉନ୍ନତି ବିଦ୍ୟାଳୟ ଉନ୍ନତି ବିଦ୍ୟାଳୟର ଉନ୍ନତି ଗ୍ରାମର ଉନ୍ନତି - “ ଏହି କଥାଟି ସତ୍ୟ କି ? ଯଦି ସତ୍ୟ କାହିଁକି ? ଏବେ ଆପଣମାନେ ନିଜକୁ ପିଲାମାନଙ୍କର ଉନ୍ନତି ପାଇଁ ନିଜକୁ କିପରି ପ୍ରସ୍ତୁତି କରିବେ । ବାର୍ତ୍ତା : ଅଂଶଗ୍ରହଣକାରୀମାନେ ସେମାନଙ୍କର ଗଠନ , କାର୍ଯ୍ୟଧାରା,ପରିସର ଇତ୍ୟାଦି ମନେ ପକାଇ ନିଜକୁ ବିଦ୍ୟାଳୟର ଉନ୍ନତି ପାଇଁ ପ୍ରସ୍ତୁତ କରିପାରିଲେ ବିଦ୍ୟାଳୟର ତଥା ପିଲାମାନଙ୍କର ଉନ୍ନତି ସମ୍ଭବ । ସହାୟକ ସୂଚନା କେତେଗୁଡିଏ ପ୍ରଶ୍ନ ସହାୟକ ପ୍ରସ୍ତୁତ କରି ଦେବେ । ଶିକ୍ଷାର ଲକ୍ଷ ଓ ଉଦ୍ଦେଶ୍ୟ , ବିଦ୍ୟାଳୟ,ପରିଚାଳନା କମିଟିର ଆବଶ୍ୟକତା ଦାୟିତ୍ଵ । ଭଲ/ଉତ୍ତମ ବିଦ୍ୟାଳୟ ପରିଚାଳନା କମିଟି, ବିଦ୍ୟାଳୟର ଶୈକ୍ଷିକ ଦିଗ, କମିଟିର ବୈଠକ ଓ ନିଷ୍ପତ୍ତି ଗ୍ରହଣ, ଶିଶୁ ଅଧିକାର ସୁରକ୍ଷା , ଏକ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ , ପଛୁଆ ବର୍ଗ , ବାଳିକା ଭିନ୍ନକ୍ଷମ ପିଲାଙ୍କ ସମସ୍ୟା , ଗୋଷ୍ଠୀ ସହଯୋଗ ଓ ସମାନ୍ଵୀ ବିଦ୍ୟାଳୟ ବିକାଶ ଯୋଜନା ଇତ୍ୟାଦିରେ ବିଦ୍ୟାଳୟ ପରିଚାଳନା କମିଟିର ଭୂମିକା । ଆମର ସାମର୍ଥ୍ୟ ବିକାଶରେ ସାହାଯ୍ୟ ମନୋବୃତ୍ତି ପରିବର୍ତ୍ତନରେ ସାହାଯ୍ୟ ପରସ୍ପରକୁ ବୁଝିବାରେ ସାହାଯ୍ୟ ବିଦ୍ୟାଳୟ ଓ ଆମ ଭୀତରେ ଥିବା ପାର୍ଥକ୍ୟ ଦୂର ହେବାରେ । ଇତ୍ୟାଦି । ଏହି ଏକ ଏକ ତର୍କ ପରି କରାଯିବ । ଏଥିରେ ଭଲ କହୁଥିବା ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କୁ ସହାୟକ ମାନପତ୍ର ସହ ସମ୍ବୋଦ୍ଧନା ଜ୍ଞାପନ କରିବେ । ଏହି ପ୍ରଶ୍ନର ଆଲୋଚନା ବେଳେ ସହାୟକ ଗୋଟେ ଧାଲା କାଗଜ ଦେବେ । ପ୍ରତି ସଦସ୍ୟ , ଅତିକମରେ ୫ ଟି କାମ ନିଜ ବିଦ୍ୟାଳୟରେ ଉନ୍ନତି ପାଇଁ ତାଲିକା କରିବେ , ଯାହା ୩ ମାସ ମଧ୍ୟରେ କରିବେ ଓ ଏଥିରେ ସନ୍ତକ କରିବେ । ପିଲାଙ୍କ ପାଇଁ ଆମ ବିଦ୍ୟାଳୟକୁ ପ୍ରସ୍ତୁତ କରିବାକୁ ହେବ । ଶିଶୁର ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ ୨୦୦୯ ନିୟମଗୁଡିକ ଦେଖି/ବିଚାରକୁ ନେଇ ବିଦ୍ୟାଳୟକୁ ନବୀକରଣ କରାଯିବ ଯାହା ପିଲାଙ୍କର ଗୁଣାତ୍ମକତା ବଢାଇବା ସହିତ ସେମାନଙ୍କର ଅଧିକାର କ୍ଷୁର୍ଣ୍ଣ ହେବାରୁ ବଞ୍ଚିତ କରିବ । ଆଧାର- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ,ଓଡିଶା ସରକାର