ଉଦ୍ଦେଶ୍ୟ ଅଂଶଗ୍ରହଣକାରୀ ବିଦ୍ୟାଳୟରେ ଗୋଟିଏ ବିଦ୍ୟାଳୟ ପରିଚାଳନା କମିଟି ରହିବା ଆବଶ୍ୟକ ବୋଲି ହୃଦବୋଧ କରିବେ । ବିଦ୍ୟାଳୟ ପରିଚାଳନା କମିଟି ବିଦ୍ୟାଳୟ ପାଇଁ ଏକ ସମ୍ବଳ ବୋଲି ଜାଣିବେ । ବିଦ୍ୟାଳୟ ପରିଚନା କମିଟିର ଦାୟିତ୍ଵ ଓ କର୍ତ୍ତବ୍ୟ ଶିକ୍ଷାଅଧିକାରୀ ନିୟମ -୨୦୧୦ ପରିପ୍ରେକ୍ଷୀ ରେ ବୁଝିବେ । ପ୍ରଣାଳୀ / ପ୍ରକ୍ରିୟା ସକ୍ରିୟାତ୍ମକ କାର୍ଯ୍ୟ : ସମସ୍ତ ଅଂଶଗ୍ରହଣ କାରୀଙ୍କୁ ୨ ଟି ଦଳରେ ଭାଗକାରୀ ପ୍ରତ୍ୟେକ ଦଳକୁ କିଛି ଶସ୍ୟ ମିଶ୍ରଣ ଦିଆଯିବ । ୧ ମ ଦଳକୁ ଶସ୍ୟ କିପରି ଅଲଗା କରିବେ କୁହାଯିବ ନାହିଁ । ମାତ୍ର ୨ ୟ ଦଳରୁ ୫/୬ ଜଣଙ୍କୁ ମନୋନୀତ କରାଯାଇ ଶସ୍ୟ ଗୁଡିକୁ କିପରି ଅଲଗା କରାଯିବ କୁହାଯିବ । ପ୍ରଶ୍ନ ୧ ଟି ଖୋଲା ଆଲୋଚନା କରାଯିବ । ପ୍ରଶ୍ନ ୨ ଟି ଖୋଲା ଆଲୋଚନା କରାଯିବ । ପ୍ରଶ୍ନ ୩ ଟି ଦଳଗତ ଭାବେ କରାଯିବ । ଆବଶ୍ୟକ ସ୍ଥଳେ ଶିଶୁର ମାଗଣା ଓ ବାଧ୍ୟତାମୂଳକ ଅଧିନ୍କ୍ଯାମ ୨୦୦୯, ଓଡିଶାର ଶିଶୁମାନଙ୍କ ମାଗଣା ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମ ୨୦୧୦ ଦ୍ଵିତୀୟ ଭାଗ ପଠନ କରାଯାଇ ପାରିବ । ପ୍ରଶ୍ନ ୪ ଓ ୫ ଖୋଲା ଆଲୋଚନା କାଜିବ । ଏଥିପାଇଁ ଚାର୍ଟ ପେପର ର ସାହାଯ୍ୟ ନେଇ କର୍ତ୍ତବ୍ୟଗୁଡିକ ଲେଖାଯିବ । ଆଲୋଚ୍ୟ ବିଷୟ କେଉଁ ଦଳ ସହଜର ଓ କମ ସମୟରେ ଶସ୍ୟ ଗୁଡିକ ପୃଥକ କରିଦେଲେ ? ଏହିଭଳି ବିଦ୍ୟାଳୟ ପାଇଁ ଏକ ପରିଚାଳନା କମିଟି କାହିଁକି କରାଯାଇଛି ? ଶିକ୍ଷା ଅଧିକାର ଆଇନ ୨୦୧୦ ଅନୁଯାୟୀଏହି bଇଦ୍ୟାଳୟ ପରିଚାଳନା କମିଟିର ଦାୟିତ୍ଵ କଣ ହେବା ଉଚିତ ବୋଲି କୁହାଯାଇଛି ? ଏହି ଦାୟିତ୍ଵ ଗୁଡିକ ଆମେ କେତେ ଭାଗରେ ବିଭକ୍ତ କାରୀ ପାରିବା । ପରିଚାଳନା କମିଟିର ଜଣେ ଜଣେ ସକ୍ରିୟ ସଭ୍ୟ/ସଭ୍ୟା ହିସାବରେ ଆପଣଙ୍କ କର୍ତ୍ତବ୍ୟ କଣ ? ସାମଗ୍ରୀ :- ବିଭିନ୍ନ ପ୍ରକାରର ଶସ୍ୟ ମିସନର ପୁଡିଆ । ବାର୍ତ୍ତା : ବିଦ୍ୟାଳୟ କମିଟି ଶିକ୍ଷା ଅଧିକାର ନିୟମ ଅନୁଯାୟୀ ନିଜ ଦାୟିତ୍ଵ ଓ କର୍ତ୍ତବ୍ୟ ବିଷୟରେ ସଚେତନ ହେଲେ ବିଦ୍ୟାଳୟର ଉନ୍ନତି ସମ୍ଭବ । ସହାୟକ ସୂଚନା ଶସ୍ୟ ଗୁଡିକ ଅଲଗା କାରୀସାରିଲା ପରେ ଆଲୋଚନା କଲାବେଳେ ସହୟାକ କେଉଁଦଳ ଠିକଭାବେ ଓ କମ ସମୟରେ କାଲେ ତା ଉପରେ ଗୁରୁତ୍ଵ ଦେବେ । ଆଲୋଚନା ସମୟରେ Leadership quality , ମନୋବୃତ୍ତି , ଉତ୍ସର୍ଗିକୃତ ଭାବ ଇତ୍ୟାଦି ଉପରେ ଗୁରୁତ୍ଵ ଦିଆଯିବ । ଅଧିକ ଲୋକଙ୍କ ହାତରେ କାର୍ଯ୍ୟ ନଦେଇ ଗଣତନ୍ତ୍ର ପୃଷ୍ଠଭୂମିକୁ ବଜାଏ ରଖି କିଛି ଭଲ ଥା ଉପରେ ଆଲୋଚନା କରାଯାଇପାରୁଥିବା ଗୁଣ ଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କାରୀ ସେମାନଙ୍କ ହାତରେ କାମଦେଲେ କାମଟି ସୁରୁଖୁରୁ ହୋଇପାରିଥାଏ । ତେଣୁ ସାମର୍ଥ୍ୟ , ଅଭିରୁଚିକୁ ଦେଖି କାମ ବଣ୍ଟନ କରାଯିବା ଉଚିତ । ଆଲୋଚନା କଲାବେଳେ ସହାୟକ ପରିବାର ସହ ତୁଳନା କରିପାରନ୍ତି । ଓଡିଶାର ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମ -୨୦୧୦ ବିଦ୍ୟାଳୟ ପରିଚାଳନା କମିଟି ବାବଦରେ ତଥ୍ୟ ଏଥିରେ ଆଠଟି ବିଭାଗ ରହିଛି । ଏହାର ଦ୍ଵିତୀୟ ବିଭାଗରେ “ ବିଦ୍ୟାଳୟ ପରିଚାଳନା କାଇତି “ ଉପରେ କୁହାଯାଇଛି । ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ଗଠନ ପ୍ରଣାଳୀ , ଏହାର କାର୍ଯ୍ୟକାଳ, ଦାୟିତ୍ଵ ଓ କର୍ତ୍ତବ୍ୟ, ସମନ୍ଵୟରକ୍ଷା , ବିଦ୍ୟାଳୟ ଉନ୍ନୟନ ଯୋଜନା ଇତ୍ୟାଦି ବିଷୟରେ ଆଲୋକପାତ କରଯାଇଛି । ଏହାକୁ ସହାୟକ ଯଥେଷ୍ଟ ପୂର୍ବରୁ ପଢିଥିବେ । ଏହାଛଡା ରାଜ୍ୟ ସରକାରଙ୍କ ପତ୍ର ସଂଖ୍ୟା ୭୬୭ ତା ୧୧.୧.୧୧ ରେ ଜାରି କରାଯାଇଥିବା ଘୋଷଣା ନାମାକୁ ମଧ୍ୟ ପୂର୍ବରୁ ପଢି ନିଜକୁ ପ୍ରସ୍ତୁତ କରିଥିବେ । ଏହି ଦାୟିତ୍ଵ ଗୁଡିକୁ ଆମେ ମୁଖ୍ୟତଃ ଦୁଇଟି ଭାଗରେ ବିଭକ୍ତ କରିପାରିବା । ଶୈକ୍ଷିକ ସହ ଶୈକ୍ଷିକ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତିରେ ନିଜକୁ ସାମିଲ କରିବା । ବିଦ୍ୟାଳୟର ସୁବିଧା ଅସୁବିଧାରେ ନିଜକୁ ଭାଗିଦାରି ବୋଲି ଭାବିବା । ପିଲାମାନଙ୍କର ବୌଦ୍ଧିକ ବିକାଶ ଧାରାର ସମୀକ୍ଷା କରିବା । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ସୁବିଧା ଅସୁବିଧାରେ ସାମିଲ ହେବ । ବିଦ୍ୟାଳୟ ତଥା ଶିକ୍ଷା ସହିତ ସମ୍ପର୍କିତ ବ୍ୟକ୍ତି ବିଶେଷଙ୍କ ସହିତ ସକାରାତ୍ମକ ମନୋଭାବ ପୋଷଣ କରିବା । ଆଧାର- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ,ଓଡିଶା ସରକାର