ଉଦ୍ଦେଶ୍ୟ ଅଂଶଗ୍ରହଣକାରୀମାନେ ନିଜ ନିଜ ବିଦ୍ୟାଳୟପାଇଁ ଏକ ବିଦ୍ୟାଳୟ ଉନ୍ନୟନ ଯୋଜନା ପ୍ରସ୍ତୁତି କରିବାର ପ୍ରାରମ୍ଭିକ କାର୍ଯ୍ୟ ବିଷୟରେ ଅବଗତ ହେବେ । ପ୍ରଣାଳୀ /ପ୍ରକ୍ରିୟା ସକ୍ରିୟାତ୍ମକ କାର୍ଯ୍ୟ ସମସ୍ତ ଅଂଶଗ୍ରହଣକାରୀଙ୍କୁ ବିଦ୍ୟାଳୟ ଅନୁଯାୟୀ ବିଭକ୍ତ କରି ପ୍ରତିଦଳ ତାଙ୍କ ବିଦ୍ୟାଳୟ ପାଇଁ ଛୋଟ ବିଦ୍ୟାଳୟ ଉନ୍ନୟନ ଯୋଜନା ପସ୍ତୁତି କରିବାକୁ ଦିଆଯିବ । ଏଥିପାଇଁ ୨୦ ମିନିଟ ସମୟ ଦିଆଯିବ । ଯୋଜନା ଗୁଡିକୁ ଶୃଙ୍ଖଳିତ ଭାବେ ଡ୍ରଇଂସିଟରେ ଲେଖାଯିବ । ପ୍ରତିଦିନ ତାଙ୍କ ଯୋଜନାଟି ଉପସ୍ଥାପନ କରିସାରିବାପରେ ପ୍ରଶ୍ନ ନଂ୧ ରୁ ୫ ଉପରେ ଖୋଲା ଆଲୋଚନା କରାଯିବ । ଆଲୋଚ୍ୟ ବିଷୟ ବିଦ୍ୟାଳୟ ବିକାଶ ଯୋଜନା ପ୍ରସ୍ତୁତ କରିବା ପାଇଁ କେଉଁ କେଉଁ ତଥ୍ୟର ଆବଶ୍ୟକତା ଅଛି । ଏହି ତଥ୍ୟ ଆମେ କେଉଁଠାରୁ ପାଇବା ଅ । ଏଥିରେ କେତୋଟି ଦିଗ ଉପରେ ଗୁରୁତ୍ଵ ଦିଆଯିବ । ୩ବର୍ଷ ମଧ୍ୟରେ ଏହି ସମସ୍ଯାଗୁଡିକର ସମାଧାନ କରୁବାକୁ ହେଲେ କଣ କରାଯିବ । ଏହି ଯୋଜନା ପ୍ରସ୍ତୁତି ବେଳେ ଆପଣ ମାନଙ୍କ ର ଭୂମିକା କଣ ହେବା ଉଚିତ । ବାର୍ତ୍ତା :- ଭଲ ଓ ବାସ୍ତବ ବିଦ୍ୟାଳୟ ଉନ୍ନୟନ ଯୋଜନା ବିଦ୍ୟାଳୟ ପାଇଁ ନିହାତି ଆବଶ୍ୟକ । ଏହି ଯୋଜନା ଅନୁଯାୟୀ କର୍ମକଲେ ବିଦ୍ୟାଳୟ ଉନ୍ନତିର ଚରମ ସୀମାରେ ପହଞ୍ଚି ପାରିବେ । ସହାୟକ ସୂଚନା ବିଦ୍ୟାଳୟ ଉନ୍ନୟନ ଯୋଜନା ପାଇଁ ନିମ୍ନଲିଖିତ ତଥ୍ୟ ଆବଶ୍ୟକତା ରହିବ । ଏହା ୬ଟି ଅଧ୍ୟାୟରେ ବିଭକ୍ତ କରାଯାଇ ପାରେ । ଏଥିପାଇଁ ନିମ୍ନଲିଖିତ ତଥ୍ୟଗୁଡିକର ଆବଶ୍ୟକତା ରହିଛି । ପ୍ରତିବର୍ଷ ପ୍ରତିଶ୍ରେଣୀ ପାଇଁ ନାମଲେଖା ପିଲାଙ୍କ ସଂଖ୍ୟାର ଆକଳନ ସ୍ଥିରୀକୃତ ସର୍ତ୍ତ ଓ ମାନ ଅନୁଯାଯାଇ ଶିକ୍ଷକ ସଂଖ୍ୟା ଷଷ୍ଠ ଶ୍ରେଣୀଯାଏ ଓ ଅଷ୍ଟମ ଶ୍ରେଣୀ ଯାଏ । ଅତିରିକ୍ତ ଭିତ୍ତିଭୂମି , ସରଞ୍ଜାମ , ଉପକରଣ ଇତ୍ୟାଦି । ଆବଶ୍ୟକ ହେବାକୁ ଥିବା ପିଲାଙ୍କ ପ୍ରାପ୍ୟ (ପାଠ୍ୟପୁସ୍ତକ , ପୋଷାକ ଇତ୍ୟାଦି) । ସ୍ଵତନ୍ତ୍ର ତାଲିମ ପାଇଁ ସଂଖ୍ୟା ଓ ପ୍ରଶିକ୍ଷଣ ଅବଧି । ସହାୟତା ପାଇଁ ସମ୍ବଳ ଚିହ୍ନଟ । ଇତ୍ୟାଦି । ଏହି ତଥ୍ୟ ବିଦ୍ୟାଳୟରେ ଉପଲବ୍ଧତା ଅଟେ । ଆବଶ୍ୟକ ସ୍ଥଳେ CTS, DISE ବା ଅଲଗା ଅନୁଷ୍ଠାନରୁ ମଧ୍ୟ ମିଳିପାରିବ । ଏହି ଯୋଜନା ୬ ଟି ଦିଗ ଉପରେ ଗୁରୁତ୍ଵ ଦିଆଯାଇ ପାରିବ । ବିଦ୍ୟାଳୟ ତଥ୍ୟ – ବିଦ୍ୟାଳୟ ର ନାମ, ଠିକଣା ଇତ୍ୟାଦି । ବିଦ୍ୟାଳୟର ସାଧାରଣ ତଥ୍ୟ : କେବେ ବିଦ୍ୟାଳୟ ହେଲା, କେତେ ଜାଗା ଅଛି ଇତ୍ୟାଦି । ପିଲାଙ୍କ ନାମ ଲେଖା ତଥ୍ୟ : ବିଦ୍ୟାଳୟରେ ଥିବା ଶିକ୍ଷକଙ୍କ ତଥ୍ୟ । ଶିକ୍ଷା ଅଧିକାର ନିୟମ ଅନୁଯାୟୀ ଯୋଜନା : ସ୍ଥିରୀକୃତ ସର୍ତ୍ତ ଓ ମାନ । ବର୍ତ୍ତମାନର ସ୍ଥିତି ଆବଶ୍ୟକତା ଭୌତିକ ସୁବିଧା ସୁଯୋଗ ଅନ୍ୟାନ୍ୟ ସୁବିଧା ସୁଯୋଗ ଇତ୍ୟାଦି ୩ ବର୍ଷ ମଧ୍ୟରେ ଏହି ସମସ୍ୟା ଗୁଡିକ ସମାଧାନ କରିବା ନିମନ୍ତେ ଚେଷ୍ଟା କରାଯିବ । ପ୍ରଥମେ ୩ ବର୍ଷ ଯୋଜନା ତା ପରେ ତାକୁ ବାର୍ଷିକ ଯୋଜନାରେ ରୂପାନ୍ତରିତ କରାଯିବ । ଏହାକୁ ମଧ୍ୟ କାର୍ଯ୍ୟକାରୀରେ ସୁବିଧା ପାଇଁ ୬ ମାସିକିଆ ଓ ୩ ମାସିକିଆ ଯୋଜନାରେ ରୂପାନ୍ତରିତ କଲେ ଭଲ । ଏହି ଯୋଜନା ତିଆରି ବେଳେ ଆମେ ନିଜକୁ ସାମିଲ କରିବା ଉଚିତ । ବିଦ୍ୟାଳୟର ସୁବିଧା, ଅସୁବିଧା ଗୁଡିକ ସଭାରେ ଖୋଲା ଆଲୋଚନା କରିବା ଆବଶ୍ୟକ । ପିତା/ମାତାଙ୍କ ମତ, ଶିକ୍ଷକଙ୍କ ମତ PTA/MTA ମାନଙ୍କର ମତକୁ ସମ୍ମାନ ଜଣାଇ ସେମାନଙ୍କୁ ମଧ୍ୟ ଯୋଜନାରେ ସାମିଲ କରାଇବା ଉଚିତ । ପିଲାମାନଙ୍କର ଆବଶ୍ୟକତା ଅଗ୍ରାଧିକାର ପରିଚାଳନା କମିଟିର ସଭ୍ୟ ହିସାବରେରେ ଯୋଜନାର ବିଭିନ୍ନ ଦିଗ ରୂପାୟନ ପାଇଁ ଦାୟିତ୍ଵ ନେବା ଇତ୍ୟାଦି । ଆଧାର- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ,ଓଡିଶା ସରକାର