ଉଦ୍ଦେଶ୍ୟ ଅଂଶଗ୍ରହଣକାରୀମାନେ ଶିଶୁ ଅଧିକାର ନିୟମ ୨୦୦୯ ଓ ଓଡିଶା ଶିଶୁ ଶିକ୍ଷା ଅଧିକାର ନିୟମ ,୨୦୧୦ ରେ ଦର୍ଶଯାଇଥିବା ଶିଶୁ ସୁଲଭ ଉପାଦାନ ଗୁଡିକ ଜଣାଇବା ସହିତ ସେଗୁଡିକର କାର୍ଯ୍ୟ କାରିତା ବିଷୟରେ ଅବଗତ ହେବେ । ପ୍ରଣାଳୀ/ପ୍ରକ୍ରିୟା ସକ୍ରିୟାତ୍ମକ କାର୍ଯ୍ୟ : ୧ମ ପରିସ୍ଥିତି : ଶିକ୍ଷକ ଚୌକି ଉପରେ ବସି ବଡପାଟିରେ ବହି ପଢୁଛନ୍ତି । ପିଲାମାନେ ବହି ଦେଖୁଛନ୍ତି । ଦୁଇଟି ପିଲା ବହି ଆଣିନପାରି ନଥିବାରୁ କାନଧରି ଛିଡା ହୋଇଛନ୍ତି । ଶିକ୍ଷକ ପିଲାମାନଙ୍କୁ ମଝିରେ ମଝିରେ “ ବୁଝିଲ” ବୋଲି ପଚାରୁଛନ୍ତି । ପାଠ ସାରିଲା ପରେ ଶିକ୍ଷକ ପିଲାଙ୍କୁ ପ୍ରଶ୍ନ ପଚାରିଲେ । ଦୁଇଟି ପିଲାଙ୍କୁ ବାରମ୍ବାର ପ୍ରଶ୍ନ ପଚାରି ଉତ୍ତର ଆଦାୟ କରି ପାଠ ସମାପ୍ତ କଲେ । ୨ୟ ପରିସ୍ଥିତି : ଶିକ୍ଷକ ପିଲାକୁ ଧରି ବଗିଚାରେ ବୁଲୁଛନ୍ତି । ପିଲାମାନେ ବୁଲି ବୁଲି ଗଚ୍ଚଗୁଡିକ ନିରୀକ୍ଷଣ କରୁଛନ୍ତି । କେଉଁଗଛ ଦେଖିବାକୁ କିପରି , ତାର ମୋଟେଇ , ତାର ପତ୍ର, ଔଷଧୀୟ ଗୁଣ ବିଷୟରେ ପରସ୍ପର କଥାବାର୍ତ୍ତା ହେଉଛନ୍ତି । ଶିକ୍ଷକ ପିଲାମାନଙ୍କୁ ବାରମ୍ବାର ଉତ୍ସାହିତ କରୁଛନ୍ତି । ପିଲାମାନେ ଶ୍ରେଣୀକୁ ଆସିଲା ପରେ ଶିକ୍ଷକ ଯାହା ଦେଖାହେଲା ତା ଉପରେ ଆଲୋଚନା କଲେ । ପ୍ରଶ୍ନ ୧ ରୁ ୨ ଯାଏ ଖୋଲା ଆଲୋଚନା ହେବ । ପ୍ରଶ୍ନ ୩ ଟି ଦଳଗତ ଆଲୋଚନା ହେବ । ପ୍ରଶ୍ନ ୪ ଠାରୁ ୭ ଯାଏଁ ଖୋଲା ଆଲୋଚନା ହେବ । ଆଲୋଚ୍ୟ ବିଷୟ ଦୁଇଟି ପରିସ୍ଥିତି ମଧ୍ୟରୁ କେଉଁ ପରିସ୍ଥିତିଟି ଆପଣଙ୍କୁ ଭଲ ଲାଗିଲା ? ୨ୟ ପରିସ୍ଥିତି ଟି କାହିଁକି ଭଲ ଲାଗିଲା ? ଶିକ୍ଷାଅଧିକାର ନିୟମ ଶିଶୁମାନଙ୍କ ଅଧିକାର ସ୍ଦ୍ରାକ୍ଷା ଦେବା ପାଇଁ କଣ ସବୁ ବ୍ୟବସ୍ଥା ହୋଇଛି । ଶିଶୁ କେନ୍ଦ୍ରିକ ବିଦ୍ୟାଳୟ କହିଲେ ଆପଣ ମାନେ କଣ ବୁଝନ୍ତି ? ବିଦ୍ୟାଳୟକୁ କିପରି କଲେ ବିଦ୍ୟାଳୟରେ ଶିଶୁ ଖୁସିରେ ଶିଖିପାରିବେ । ବିଦ୍ୟାଳୟରେ ଶିଶୁ ଶିକ୍ଷା ଅଧିକାର କୁ ସୁରକ୍ଷା ଦେବା ପାଇଁ ବିଦ୍ୟାଳୟ ପରିଚାଳନା କମିଟି କଣ କରିପାରିବେ ,। ବିଦ୍ୟାଳୟରେ ଶିଶୁ ଅଧିକାର କ୍ଷୁର୍ଣ୍ଣ ହେଲେ ପରିଚାଳନା କମିଟି କି ପ୍ରକାର ପଦକ୍ଷେପ ନେଇ ପାରିବେ । ବାର୍ତ୍ତା :- ଶିକ୍ଷାଅଧିକାର ନିୟମକୁ ଲାଗୁ କରିବା ଏବଂ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ବିଦ୍ୟାଳୟ ପରିଚାଳନା କମିଟିର ଯଥେଷ୍ଟ ଭୂମିକା ରହିଛି । ସହାୟକ ସୂଚନା ଦିବସ- ୨ୟ ଦ୍ଵିତୀୟ ପରିସ୍ଥିତିଟି ଭଲ ଲାଗିଲା । ପିଲାମାନେ ସ୍ଵାଧୀନ ଭାବେ ସିଖୁଛନ୍ତି । ଶିକ୍ଷକ ଏଠି ବନ୍ଧୁଭାବେ ପିଲାଙ୍କୁ ସହାୟତା କରୁଛନ୍ତି । ପିଲାମାନଙ୍କୁ ଶାରୀରିକ ବା ମାନସିକ ଦଣ୍ଡ ଦିଆଯାଇନାହିଁ । ପିଲାମାନେ ବିଭିନ୍ନ ନିଜସ୍ୱ ଦ୍ରୁଷ୍ଟିକୋଣରୁ ନିରୀକ୍ଷଣ କରୁଛନ୍ତି । ମାନସିକ ଚାପ ବା ବୋଝ ଏଠି ଅପେକ୍ଷାକୃତ କମ ରହିଛି । ଏହିଭଳି ଏକ ସ୍ଵାଭାବିକ ପରିବେଶରେ ପିଲାମାନେ ଶିଖିବା ପାଇଁ ଭଲ ପାଆନ୍ତି । ନିଜସ୍ୱ ରୁଚି, ପସନ୍ଦ , ଅପସନ୍ଦ ଉପରେ ଗୁରୁତ୍ଵ ହେଲେ ପିଲାଙ୍କ ପାଇଁ ଶିକ୍ଷଣ ସ୍ଵାଭାବିକ ହୋଇଥାଏ । ଶିଶୁ ଅଧିକାର ନିୟମ ଆଧାରିତ ସମସ୍ତ ୬ ରୁ ୧୪ ବର୍ଷର ଶିଶୁ ନିଜ ବୟସ ଅନୁଯାୟୀ ଶ୍ରେଣୀରେ ନାମ ଲେଖାଇବେ । ସମସ୍ତ ଶିଶୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପାଇବେ । ପିଲାଙ୍କ ପାଖରୁ କୌଣସି ନାମଲେଖା ଫିସ ବା ଚନ୍ଦା ଆଦାୟ କରାଯିବ ନାହିଁ । ଶିଶୁ ନାମଲେଖାଇବା ପାଇଁ କୌଣସି ପ୍ରକାରର ଚୟନ ପକ୍ରିୟା କରାଯିବ ନାହିଁ । ନାମଲେଖା ପାଇଁ କୌଣସି ବୟସ ପ୍ରମାଣପତ୍ର ର ଆବଶ୍ୟକତା ନାହିଁ । ଶିଶୁର ବିଦ୍ୟାଳୟରେ ନାମଲେଖାକୁ ବାରଣ କରାଯାଇ ପାରିବ ନାହିଁ । ପ୍ରାଥମିକ ଶିକ୍ଷା ସମ୍ପତ ନ ହେବା ଯାଏ ଶିଶୁକୁ କୌଣସି ଶ୍ରେଣୀରେ ଅଟକାଯିବ ନାହିଁ । କୌଣସି ଶିଶୁକୁ ଶାରୀରିକ ବା ମାନସିକ ଦଣ୍ଡ ଦିଆଯିବ ନାହିଁ । ଶିଶୁର ସର୍ବାଙ୍ଗୀନ ବିକାଶ ହେଉଥିବା ପାଠ୍ୟକ୍ରମ ପଚାଳନ ହେବ । ଶିଶୁର ଅନ୍ତର୍ନିହିତ ଶକ୍ତି ଓ ପ୍ରତିଭାର ଅଭିବୃଦ୍ଧି ସାଧନ ଉପରେ ଗୁରୁତ୍ଵ । ମାନସିକ ଓ ଶାରୀରିକ ଦକ୍ଷତାର ପୂର୍ଣ୍ଣତମ ବିକାଶ ସାଧନ । ଶିକ୍ଷାଦାନର ମଧ୍ୟମ ଯଥା ସମ୍ଭବ ଶିଶୁର ମାତୃଭାଷା ହେବ । କୌଣସି ଛାତ୍ର/ଛାତ୍ରୀ ବୋର୍ଡ ପରୀକ୍ଷା ଦେବେ ନାହିଁ । ଶିଶୁ ସୁଲଭ ଓ ଶିଶୁ କୈନ୍ଦ୍ରିକ ପଦ୍ଧତିରେ ଶିକ୍ଷାଦାନ ଇତ୍ୟାଦି । ଶିଶୁ କୈନ୍ଦ୍ରିକ ବିଦ୍ୟାଳୟ କହିଲେ ଯେଉଁ ବିଦ୍ୟାଳୟରେ ଶିଶୁମାନେ ମୁକ୍ତ , ସ୍ଵାଭାବିକ , ନିଜେ କରି ନିଜେ ସିଖୁଥିବେ । ଶିକ୍ଷକ ଶିଶୁମାନଙ୍କୁ ସହାୟତା କରୁଥିବେ । ଏହା ସାଧାରଣତଃ ଭାବେ ୪ ଟି ଦିଗ ଉପରେ ନିର୍ଭର କରେ । ଭୌତିକ ପରିବେଶ :- ଶ୍ରେଣୀଗୃହ, ଖେଳ ପଡିଆ , ପାଠାଗାର , ଇତ୍ୟାଦି । ଶୈକ୍ଷିକ ପରିବେଶ :- ଶିକ୍ଷକ, ଶିକ୍ଷକ ପ୍ରସ୍ତୁତି , ଶିକ୍ଷକ ସହାୟତା , ପାଠ୍ୟ ପୁସ୍ତକ , ପ୍ରଶିକ୍ଷଣ , ଶିକ୍ଷଣ ପ୍ରକ୍ରିୟା ଇତ୍ୟାଦି । ସାମାଜିକ ପରିବେଶ :- ଗୋଷ୍ଠୀ ସମ୍ପୃକ୍ତି , ଅଭିଭାବକ ସ୍ଵେଚ୍ଛାସେବି ଅନୁଷ୍ଠାନ , ବ୍ୟକ୍ତିବିଶେଷଙ୍କ ସହ ସମ୍ପୃକ୍ତି । ପରିଚାଳନାଗତ ପରିବେଶ : ସମ୍ବଳର ଉପଯୁକ୍ତ ପରିଚାଳନା ଓ ବିନିଯୋଗ ଇତ୍ୟାଦି । ଉପରୋକ୍ତ ପରିବେଶ ଗୁଡିକୁ ଠିକ ଭାବେ କରିପାରିବଲେ ଗୋଟିଏ ବିଦ୍ୟାଳୟ ଏବଂ ଶିଶୁ କୈନ୍ଦ୍ରିକ ବିଦ୍ୟାଳୟରେ ପରିଣତ ହୋଇପାରିବ । ଭୌତିକ ପରିବେଶଟି ପିଲାଙ୍କ ପାଇଁ ମନଛୁଆଁ ହେବା ଉଚିତ । ଯଥା :- ବସିବା ଓ ପଢିବା ପାଇଁ ଶ୍ରେଣୀଗୃହ ବଗିଚା ଓ ବଗିଚାରେ ଶିଶୁ ସୁଲଭ ଉପାଦାନ କାନ୍ଥରେ କାନ୍ଥଚିତ୍ର , ମାନଚିତ୍ର ଇତ୍ୟାଦି ହୋଇଥିବ । ଶିଶୁକୁ ସୁରକ୍ଷା ଦେବା ପରେ ଶ୍ରେଣୀଗୃହ ଏବଂ ବିଦ୍ୟାଳୟ ଗୃହ । ଭିନ୍ନକ୍ଷମ ପିଲାମାନଙ୍କ ବିଚରଣ ପାଇଁ ବାଧାମୁକ୍ତ ବିଦ୍ୟାଳୟ ଓ ପ୍ରାଙ୍ଗଣ । ଶ୍ରେଣୀ ଶିକ୍ଷଣରେ ଘୋଷା ଉପରେ ଗୁରୁତ୍ଵ ନଦେଇ ଆବିଷ୍କାର , ଅନୁସନ୍ଧିତା ଉପରେ ଗୁରୁତ୍ଵ । ପାଠ୍ୟ ପୁସ୍ତକ ମଧ୍ୟରେ ସୀମିତ ନ ରହି ପାଠ୍ୟପୁସ୍ତକ ବାହାରକୁ ଯାଇ ଶିକ୍ଷାଦାନ ,। ପାଠ୍ୟଦାନକୁ ଦୈନନ୍ଦିନ ଜୀବନ ସହ ଯୋଡି ଶିକ୍ଷାଦାନ ଇତ୍ୟାଦି । ବିଦ୍ୟାଳୟରେ ନାମଲେଖାଇଥିବା ସ୍ଵତନ୍ତ୍ର ଆବଶ୍ୟକ କରୁଥିବା ଏବଂ ଅସୁବିଧା ଭୋଗ କରୁଥିବା ବର୍ଗର ଶିଶୁ ତଥା ଦୁର୍ବଳ ଶ୍ରେଣୀର ଶିଶୁକୁ ବାଛବିଚାର ନକରାଇବା । ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନେ ନିୟମିତ ଭାବେ ଶ୍ରେଣୀରେ ଯଥାକ୍ରମେ ପାଠଦାନ ଓ ଶିକ୍ଷଣ କାର୍ଯ୍ୟ କରିବେ । ଶିକ୍ଷଣକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଗୋଷ୍ଠୀ ବା ପିତାମାତାଙ୍କୁ ସଚେତନ କରାଇବା । ଶିଶୁର ଅଧିକାର ସମ୍ପର୍କୀୟ ନିୟମ ବିଷୟରେ ଗୋଷ୍ଠୀ ବା ପିତାମାତାଙ୍କୁ ସଚେତନ କରାଇବା । ଶିଶୁ କୈନ୍ଦ୍ରିକ ପାଠଦାନକୁ ନିଶ୍ଚିତ କରିବା । ଶିଶୁର ଆଧିକର ବିଷୟରେ ସଚେତନ ରହିବା ଇତ୍ୟାଦି । ଶିଶୁର ଅଧିକାର କ୍ଷୁର୍ଣ୍ଣ ହେଲେ ଅଭିଯୋଗ ପଞ୍ଜିକରଣ ନିମିତ୍ତ ନିଃଶୁକ୍ଳ ଟେଲିଫୋନ ସେବା ଷ୍ଟୁଡେଣ୍ଟ ହେଲ୍ପ ଲାଇନ (୧୮୦୦୩୪୫୬୭୨୨) ସହ ଯୋଗାଜଗ ସ୍ଥାପନ କରିବା ସହ ଶିଶୁ ଅଧିକାର ସୁରକ୍ଷା ପାଇଁ ରାଜ୍ୟ ଉପଦେଷ୍ଟା ପରିଷଦର କର୍ମକର୍ତ୍ତାଙ୍କ ସହ ଯୋଗାଯୋଗ କରିପାରିବେ । ଅଧିକାର କ୍ଷୁର୍ଣ୍ଣ ହେଲେ ପ୍ରଥମ ସୋପାନରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ରୁଷ୍ଟିଗୋଚରକୁ ଆଣିବା ଉଚିତ । ଆଧାର- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ,ଓଡିଶା ସରକାର