ଶ୍ରେଣୀରେ ପିଲାମାନଙ୍କୁ ଗଳ୍ପ କହିବା ଓ ପିଲାମାନଙ୍କୁ ଦ୍ଵାରା ମଧ୍ୟ କୁହାଇବା ପାଇଁ ଉତ୍ସାହିତ କରିବା ନିହାତି ଆବଶ୍ୟକ । ଏଥିପାଇଁ କେତୋଟି ଶିକ୍ଷଣକାର୍ଯ୍ୟ ବିଷୟରେ ନିମ୍ନରେ ଆଲୋଚନା କରାଯାଇଛି । କଥାର କାହାଣୀ ପିଲାମାନଙ୍କୁ ଗୋଲାକର ଭାବେ ବସାଇବା । ସେମାନଙ୍କ ମଧ୍ୟରୁ ଜଣକୁ ଶିକ୍ଷକ କରାଇବା । ଶିକ୍ଷକଙ୍କ ହାତରେ ଗୋଟିଏ ରବର ବଲବ ଥିବ । ସେ ଯେକୌଣସି ଗୋଟିଏ ବାକ୍ୟ କହିବେ ଏବଂ ଧରିଥିବା ବଲଟିକୁ ଯେକୌଣସି ପିଲାପାଖକୁ ପକାଇବେ । ବଲଟି ଯେଉଁ ପିଲା ପାଖରେ ପଡିବ ସେହି ପିଲା ଶିକ୍ଷକ କହିଥିବା କାର୍ଯ୍ୟଟିକୁ ଆଖିଆଗରେ ରଖି ଦ୍ଵିତୀୟ ବାକ୍ୟଟିକୁ କହିବେ । ଯେପରି ଆଗରୁ କୁହାଯାଇଥିବା ବାକ୍ୟର ସମ୍ପର୍କ ଥିବ । ଏହିପରି ଖେଳ ଚାଲିବ । ସବୁପିଲା ଗୋଟିଏ ଗୋଟିଏ ବାକ୍ୟ କହିବେ ଯେପରି ବାକ୍ୟ ମଧ୍ୟରେ ସମଞ୍ଜ୍ୟସ ଥିବ ଶେଷରେ ଦେଖାଯିବ ଯେ ସୁନ୍ଦର ଗପଟିଏ ହୋଇଯାଇଛି । ଶବ୍ଦର କାହାଣୀ ପିଲାମାନେ ଛୋଟ ଛୋଟ ଦଳରେ ବସିବେ । ପ୍ରତ୍ୟେକ ଦଳକୁ (5 X 4 ) ର କାର୍ଡ କରି ଦିଆଯିବ ଏବଂ ପିଲାମାନଙ୍କୁ ନିଜ ମନରେ କିଛି ଶବ୍ଦ ଦିଆଯାଇଥିବା କାର୍ଡରେ ଲେଖିବାକୁ କୁହାଯାଇଛି । ତା ପରେ ପିଲାମାନଙ୍କୁ ଲେଖିଥିବା ଶବ୍ଦଗୁଡିକୁ ବର୍ଗୀକାରଣ କରିବାକୁ କୁହାଯିବ । ଯଥା - କେଉଁ ଗୁଡିକ କାଠିରେ ତିଆରି , କେଉଁ ଗୁଡିକ ଆମେ ବଜାରରେ ଦେଖିବାକୁ ପାଉ । ତା ପରଦିନ ପ୍ରତିଦଳକୁ ଲେଖିଥିବା ଯେକୌଣସି ଦୁଇଟି ଶବ୍ଦକୁ ନେଇ ବାକ୍ୟଗଢିବା ପାଇଁ କୁହାଯିବ । ଗୋଟିଏ ଦଳ ସେମାନେ ଲେଖିଥିବା ବାକ୍ୟଟିକୁ ପଡିବ । ଅନ୍ୟଦଳ ସେମାନେ ଲେଖିଥିବା ଦୁଇଟି ଶବ୍ଦକୁ ନେଇ ପ୍ରଥମ ଦଳର ବାକ୍ୟକୁ ନେଇ ଆଉ ଗୋଟିଏ ବାକ୍ୟ କହିବେ । ଏପରି ଦଳ ଭୀତରେ କାର୍ଯ୍ୟ ଚାଲୁରହିବ । ପୂର୍ଣ୍ଣାଙ୍ଗ ହେଲା ପର୍ଯ୍ୟନ୍ତ । ଏହାଦ୍ଵାରା ପିଲାମାନେ ଶବ୍ଦକୁ ନେଇ କାହାଣୀ ତିଆରି କରିପାରିବେ । କାର୍ଯ୍ୟଟିକୁ ଦଳଗତ ମାଧ୍ୟମରେ ମଧ୍ୟ କରାଯାଇ ପାରିବ । ଅଦରକାରୀ ଜିନିଷକୁ ନେଇ ଗଳ୍ପ କିଛି ଖାଲି ବୋତଲ , ଠିପି , ପେନ , କ୍ୟାପ , ଛିଣ୍ଡାକନା , ପେନର ରିଫିଲ , ଗୋଡି ଇତ୍ୟାଦି ସଂଗ୍ରହ କରି ବିଦ୍ୟାଳୟରେ ରଖାଯିବ । ଶ୍ରେଣୀର ସମୁଦାୟ ଛାତ୍ରଛାତ୍ରୀଙ୍କୁ ଯାଞ୍ଚ ବା ଛଅ ଗୋଟି ଦଳରେ ବିଭକ୍ତ କରି ସଂରୁହିତ ବସ୍ତୁ ଗୁଡିକ ଦିଆଯିବ । ଦଳରେ ଆଲୋଚନା କରି ପ୍ରତ୍ୟେକ ବସ୍ତୁକୁ ନେଇ ଓ ନିଜ ମନରୁ କିଛି କଥା ମିଶାଇ ଗଳ୍ପ ତିଆରି କରିବାକୁ ଦିଆଯିବ । ନୂଆ ନୂଆ ଗଳ୍ପ ସୃଷ୍ଟିପାଇଁ ଆବଶ୍ୟକ ସାମଗ୍ରୀ ପୁରୁଣା ଖବରକାଗଜ ବା ସମାଜ , ସାପ୍ତାହିକ , ମାସିକ ପତ୍ରିକା , ଗଳ୍ପବହି ଇତ୍ୟାଦିର ସଂଗ୍ରହ । ଅଦରକରି ସାମଗ୍ରୀ ଯଥା :- ପେନ, ରିଫିଲ , କ୍ୟାପ, ଭିନ୍ନ ଭିନ୍ନ ପ୍ରକାର ପଥର , ଆଦରକରି ଛିଣ୍ଡା କନା , ରଙ୍ଗୀନ କାଗଜ ଇତ୍ୟାଦି । ଚିତ୍ରକାର୍ଡ - ପଶୁ ପକ୍ଷୀ , ଗଛ , ଫୁଲ, ଫଳ, ଶବ୍ଦ , ଜାଣବାହାନ ଇତ୍ୟାଦି ଅଧା ଚିତ୍ର ହୋଇଥିବା କାର୍ଡ :- କୌଣସି ଘଟଣା ବା ଗଳ୍ପର ଅଧାଚିତ୍ର । ଅଧା ଚିତ୍ର ଗଳ୍ପ ମାଧ୍ୟମରେ ପୂରଣ କରିବା । ଛୋଟ ଛୋଟ କଣ୍ଢେଇ , ମାଟିର ମଡେଲ ଇତ୍ୟାଦି । ବିଭିନ୍ନ ପ୍ରକାର ହସ୍ତକର୍ମ ପିଲାମାନଙ୍କୁ ଗଳ୍ପପ୍ରତି ଆକୃଷ୍ଟ କରିବା ପାଇଁ ଆଉ କେତୋଟି କାର୍ଯ୍ୟ ଗଳ୍ପ କହିବା ପ୍ରତିଯୋଗୀତା । ଗଳ୍ପ ଲେଖିବା ପ୍ରତିଯୋଗୀତା ଗଳ୍ପ ନେଇ ଥିବା ଯେକୌଣସି କାଳ୍ପନିକ ବସ୍ତୁ ବିଷୟରେ ଭାବିବା ଏବଂ କହିବା ଇତ୍ୟାଦି । ଆମେ ପିଲାମାନଙ୍କ ଭାବନାଶକ୍ତିକୁ କିଛିଟା ବଢାଇବା ପାଇଁ ଗଳ୍ପ କହିବା ପାଇଁ ଉତ୍ସାହିତ କରିବା ପାଇଁ ଉପରୋକ୍ତ କାର୍ଯ୍ୟ ଗୁଡିକୁ ଶ୍ରେଣୀ କଲେ ନିଶ୍ଚିତ ଭଲ ସୁଫଳ ମିଳିପାରିବ । ଆଧାର – ପୋର୍ଟାଲ ଟିମ