ବିଭିନ୍ନ ପ୍ରକାର ଚିତ୍ର କରିବା ପ୍ରଣାଳୀ ଉଦ୍ଦେଶ୍ୟ – ନିମ୍ନଲିଖିତ ସାମଗ୍ରୀ ଗୁଡିକ ବ୍ୟବହାର କରି ପିଲାମାନଙ୍କର କଳା ଓ ସୌନ୍ଦର୍ଯ୍ୟବୋଧର ବିକାଶ କରିବା । ଉପକରଣ – ସୂତା ରଙ୍ଗର ଛାପା କାଳି ଛାପା ପରିବା ଛାପା ରଙ୍ଗଫୁଙ୍କା ଚିତ୍ର ଆଙ୍ଗୁଳି ଛାପା ପତ୍ର ଛାପା ସ୍ପ୍ରେ ପ୍ରିଣ୍ଟିଂ ବ୍ୟବହାର ପ୍ରଣାଳୀ – ଖଣ୍ଡିଏ ସୂତାକୁ ରଙ୍ଗରେ ବୁଡାଇ କାଗଜ ଉପରେ ରଖ । ତାଉପରେ ଆଉ ଗୋଟିଏ କାଗଜକୁ ରଖି, ଚାପ ଦେଇ ସୂତାଟିକୁ ଭିଡ଼ି ଦିଅନ୍ତୁ । ବୁନ୍ଦାଏ କାଳି ବା ରଙ୍ଗ ଟିକେ କାଗଜ ଉପରେ ଛାଟି କାଗଜଟିକୁ ମଝିକୁ ଭାଙ୍ଗି ଚାପ ଦିଅନ୍ତୁ । ପରିବାଟିଏ ଯଥା – ଆଳୁ, ଭେଣ୍ଡି, ପିଆଜ ଇତ୍ୟାଦିକୁ ମଝିରୁ କାଟି ରଙ୍ଗରେ ବୁଡାଇ କାଗଜରେ ଛାପ କରନ୍ତୁ । ଷ୍ଟାମ୍ପ ପ୍ୟାଡ୍ ବା ରଙ୍ଗରେ ଆଙ୍ଗୁଠି ବୁଡାଇ ଯେ କୌଣସି ଚିତ୍ର ଆଙ୍କି ପିଲାଙ୍କୁ ରଙ୍ଗ କରିବାକୁ କୁହନ୍ତୁ । ଏହିପରି ହାତମୁଠାକୁ ରଙ୍ଗରେ ବୁଡାଇ କାଗଜରେ ଛପାଦେଇ ବିଭିନ୍ନ ଚିତ୍ର କରାଯାଇପାରେ । କାଗଜରେ ରଙ୍ଗ ବୁନ୍ଦାଏ ପକାଇ ଫୁଙ୍କି ଦିଅନ୍ତୁ । ରଙ୍ଗ ଏଣେତେଣେ ହୋଇ ଚିତ୍ରଟିଏ ହୋଇଯିବ । ଖଣ୍ଡେ କାଗଜ ଉପରେ ଯେ କୌଣସି ପତ୍ର ରଖି ଚାଲୁଣୀଟିକୁ ତା ଉପରେ ଦାନ୍ତଘଷା ବ୍ରସଟିକୁ ରଙ୍ଗରେ ବୁଡାଇ ଚାଲୁଣୀ ଉପରେ ଘଷନ୍ତୁ । ଚାଲୁଣୀଟିକୁ ବାହାର କରି ରଙ୍ଗ ପଡିଥିବା ପତ୍ରଟିକୁ ଅନ୍ୟ ଗୋଟିଏ କାଗଜରେଛାପ ମାରନ୍ତୁ । ପ୍ଲାଷ୍ଟିକ୍ କ୍ରେୟନ୍ ର ବ୍ୟବହାର ଉଦ୍ଦେଶ୍ୟ – ଏହିସବୁ ସାମଗ୍ରୀର ବ୍ୟବହାର କରି ପିଲାମାନଙ୍କୁ ପ୍ଲାଷ୍ଟିକ୍ କ୍ରେୟନ୍ ର ବ୍ୟବହାର ଶିଖାଇବା ଓ ପିଲା ମାନଙ୍କ କଳା ଓ ସୌନ୍ଦର୍ଯ୍ୟବୋଧର ବିକାଶ କରିବା। ଉପକରଣ – ଅବିକଳ ବସ୍ତୁଛବି ଛାୟା ଛବି ନିର୍ଦ୍ଧାରିତ ବା ଆବଦ୍ଧ କ୍ଷେତ୍ରରେ କ୍ରେୟନ୍ ସାହାଯ୍ୟରେ ରଙ୍ଗ ନମୁନା । ବ୍ୟବହାର ପ୍ରଣାଳୀ – ଖଣ୍ଡେ ସାଦା କାଗଜ ନେଇ ଦୁଇଭାଗ କରାଯାଉ । ଭାଙ୍ଗରେ ଗୋଟିଏ ପାର୍ଶ୍ଵରେ ପତ୍ରଟିଏ ରଖି ତା ଉପରେ ଅନ୍ୟ ପାଖଟିକୁ ମଡେଇ ରଖାଯାଉ । ମଡେଇ ରଖିଥିବା କାଗଜର ଉପର ପଟରେ ପତ୍ରଥିବା ସ୍ଥାନରେ କ୍ରେୟନ୍ ଘଷି ପତ୍ରଟିର ଅବିକଳ ଛାପ ପ୍ରସ୍ତୁତ କରାଯାଇପାରିବ । ଖଣ୍ଡିଏ ସାଦା କାଗଜ ଉପରେ ପତ୍ରଟିଏ ରଖ । ପତ୍ର ଧାରରୁ ବାହାର ଆଡକୁ କ୍ରେୟନ୍ ସାହାଯ୍ୟରେ ସେଡ୍ କରନ୍ତୁ । ତା ପରେ ପତ୍ରଟିକୁ ଉଠାଇ ପତ୍ରଟିକୁ ଛାୟାଛବି ପ୍ରସ୍ତୁତ କରାଯାଇପାରିବ । କୌଣସି ବସ୍ତୁର ବାହ୍ୟଧାର ଆଙ୍କିଦେଇ କ୍ରେୟନ୍ ସାହାଯ୍ୟରେ ରଙ୍ଗ ଦେଇ ପାରିବେ । ସୂର୍ଯ୍ୟ, ପେଣ୍ଡୁ, ଘର, ଜୀବଜନ୍ତୁ, ଗଛପତ୍ର ପରି ଛବି ଅଙ୍କନ କରି ଏହା ମଧ୍ୟରେ ରଙ୍ଗ ଦିଆଯାଇ ପାରିବ । ରଙ୍ଗିନ୍ କାଗଜ ଓ ରଙ୍ଗିନ୍ ଜରିର ବ୍ୟବହାର ଉଦ୍ଦେଶ୍ୟ – ନିମ୍ନଲିଖିତ ସାମଗ୍ରୀ ଗୁଡ଼ିକ ବ୍ୟବହାର କରି ପିଲାମାନଙ୍କର କଳା ଓ ସୌନ୍ଦର୍ଯ୍ୟବୋଧର ବିକାଶ କରିବା । ଉପକରଣ – କଟା ରଙ୍ଗିନ୍ କାଗଜର ମଡେଲ । ଅଙ୍କା ଯାଇଥିବା ପଶୁପକ୍ଷୀ / ଜୀବଜନ୍ତୁଙ୍କ ମଡେଲ । କୋଲେଜ୍ କାମର ନମୁନା । ବ୍ୟବହାର ପ୍ରଣାଳୀ – ରଙ୍ଗିନ୍ କାଗଜକୁ ବିଭିନ୍ନ ଆକାର ଯଥା :- ଗୋଲିଆ, ତିନିକୋଣିଆ, ଚାରି କୋଣିଆ କରି ବିଭିନ୍ନ ଛବି କରାଯାଇପାରିବ। କୌଣସି ପଶୁପକ୍ଷୀ ବା ଜୀବଜନ୍ତୁଙ୍କର ବାହ୍ୟଧାର ଆଙ୍କିଦେଇ ରଙ୍ଗିନ୍ କାଗଜକୁ କାଟି ସେଥିରେ ଅଠାଦ୍ଵାରା କୋଲେଜ୍ କାମ କରାଯାଇପାରିବ । ମାଟିର ବିଭିନ୍ନ ପ୍ରକାର ମଡେଲ୍ କରିବା ଉଦ୍ଦେଶ୍ୟ – ମାଟିର କଣ୍ଢେଇ, ଫଳ, ପନିପରିବା, ଯାନବାହାନ, ବିଭିନ୍ନ ଆକୃତି କରି ପିଲାମାନଙ୍କର ସୌନ୍ଦର୍ଯ୍ୟବୋଧର ବିକାଶ କରାଯାଇପାରିବ । ଉପକରଣ – ମାଟି ଝୋଟ ଦଉଡି ରଙ୍ଗ ପ୍ରସ୍ତୁତି ପ୍ରଣାଳୀ ଚିକିଟା ମାଟି ସଂଗ୍ରହ କରି ସେଥିରୁ ଗୋଡି, ଖପରା, ଗୁଣ୍ଡିକାଠ ଆଦି କଠିନ ପଦାର୍ଥ ଗୁଡିକୁ ବାହାର କରିଦେବେ । ବ୍ୟବହାର ହେଉ ନଥିବା ଅଦରକାରୀ ଝୋଟ ଦଉଡିକୁ କାଟି ଟୁକୁରା କରି ସେଗୁଡିକୁ ସେହି ଚିକିଟା ମାଟିରେ ମିଶାଇ ଭଲ ଭାବେ ପ୍ରସ୍ତୁତ କରାଯାଇ ପାରିବ । ମାଟିରେ ପରିଚିତ ପନିପରିବା ଗୁଡ଼ିକ ପ୍ରସ୍ତୁତ ହୋଇଗଲେ ତା ଉପରେ ଆବଶ୍ୟକ ରଙ୍ଗ ଦେବା ପାଇଁ କୁହାଯାଇପାରିବ। ପ୍ରତ୍ୟେକ ପିଲା ନିଜେ ଗୋଟିଏ ଗୋଟିଏ ମାଟିର ମଡେଲ୍ ତିଆରି କରିବାକୁ କୁହାଯିବ । ମାଟିରେ ବିଭିନ୍ନ ଆକୃତି ଯଥା :- ଗୋଲ ପେଣ୍ଡୁ, ଚାରିକୋଣିଆ ଗୋଟି, ରୋଳ, ଚଟକା ଆଦି ପ୍ରସ୍ତୁତ କରି ସେଗୁଡିକ ଚିହ୍ନିବା ପାଇଁ କୁହାଯାଇପାରିବ । କାଗଜ ମଣ୍ଡ ପ୍ରସ୍ତୁତି ଓ ସେଥିରୁ ବିଭିନ୍ନ ଖେଳ ସାମଗ୍ରୀ ମାଟିରେ ମୂର୍ତ୍ତି ଗଠନ ଓ ବିଭିନ୍ନ ମଡେଲ୍ ପ୍ରସ୍ତୁତ କରିବା ପରି କାଗଜ ମୁଣ୍ଡରୁ ମଧ୍ୟ ବିଭିନ୍ନ ଖେଳ ସାମଗ୍ରୀ ପ୍ରସ୍ତୁତ କରିହେବ । ପ୍ରଥମେ ପୁରୁଣା ଖବର କାଗଜକୁ ଟୁକୁରା ଟୁକୁରା କରି ବଡ ଜାଗାରେ ରଖି ପାଣିରେ ବତୁରାଇ ଦିଅନ୍ତୁ । କାଗଜ ନରମ ହୋଇଗଲେ ଖଦଡା ଚଟାଣରେ ଘଷି କିମ୍ବା ଶିଳରେ ବାଟି ଦିଅନ୍ତୁ । ତାହା ଅଧିକ ଚିକ୍କଣ ଓ ଅଠାଳିଆ କରିବା ପାଇଁ ସେଥିରେ କିଛି ମେଥିଗୁଣ୍ଡ ମିଶାନ୍ତୁ । ବର୍ତ୍ତମାନ କାଗଜଗୁଣ୍ଡ ପ୍ରସ୍ତୁତ ହୋଇଗଲା । ଏହି କାଗଜ ମଣ୍ଡରୁ ବିଭିନ୍ନ ଆକୃତିର କଣ୍ଢେଇ, ମଡେଲ୍ ଆଦି ତିଆରି କରିପାରିବେ । ଆଧାର – ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ଅଧିକାରୀ