ବିଭାଗ – ୧ ପ୍ରଶ୍ନ କେବେ ହରପ୍ପା ଓ ମହେଞ୍ଜୋଦାରୋର ଧ୍ଵଂସାବଶେଷ ପ୍ରତ୍ନତାତ୍ଵିକ ଖନନ କାର୍ଯ୍ୟ ଦ୍ଵାରା ଆବିଷ୍କୃତ ହେଲା ? କେଉଁ ସ୍ଥାନରେ ହରପ୍ପା ଅବସ୍ଥିତ ଥିଲା ? କେଉଁ ସ୍ଥ।ନରେ ମହେଞ୍ଜୋଦରୋ ଅବସ୍ଥିତ ଥିଲା ? କେଉଁ କେଉଁ ସ୍ଥାନରୁ ସିନ୍ଧୁ ସଭ୍ୟତାର ନିଦର୍ଶନମାନ ଆବିସ୍କୃତ ହୋଇପାରିଛି ? କେଉଁ ଦୁଇଟି ସ୍ଥାନରେ ହରପ୍ପା ସଭ୍ୟତା ପ୍ରଥମେ ଆବିଷ୍କୃତ ହୋଇଥିଲା ? ହରପ୍ପା ସଭ୍ୟତାର ନିର୍ମାତା କିଏ ଥିଲେ ? ଜର୍ମାନ ଶବ୍ଦ “ଦେଶିଚ୍” ଅର୍ଥ କଣ? କୌଟିଲ୍ୟ ଅନ୍ୟନାମ କଣ ଥିଲା ? କୌଟିଲ୍ୟଙ୍କ କେଉଁ ଗ୍ରନ୍ଥରେ ଇତିହାସ ବିଷୟରେ ସଂଜ୍ଞା ପ୍ରଦାନ କରିଛନ୍ତି ? ଇତିହାସକୁ କେଉଁ ବେଦର ସମ୍ମାନ ପ୍ରଦାନ କରାଯାଇଛି । ଉତ୍ତର ୧୯୨୨ ଖ୍ରୀ.ଅ.ରେ । ସିନ୍ଧୁନଦୀର ଉପନଦୀ ରାବୀ ନଦୀ କୂଳରେ, ପଶ୍ଚିମ ପଞ୍ଜାବର ମଣ୍ଟେଗୋମେରୀ ଜିଲ୍ଲାରେ (ବର୍ତ୍ତମାନ ପାକିସ୍ଥାନ ଅନ୍ତର୍ଗତ )। ସିନ୍ଧୁ ନଦୀ କୂଳରେ ସିନ୍ଧୁପ୍ରଦେଶର ଲାରକ।ନା ଜିଲାରେ ( ବର୍ତ୍ତମାନ ପାକିସ୍ଥାନ ଅନ୍ତର୍ଗତ) । ରୂପାର କାଲିବଙ୍ଗନ ଚାନହୁଦାରୋ ଏବଂ ଲୋଥାଲ ଇତ୍ୟାଦି ସ୍ଥାନମାନଙ୍କରୁ । ହରପ୍ପା ଓ ମହେଞ୍ଜୋଦରୋ ଠାରେ ଦୁଇଟି ସ୍ଥାନରେ ହରପ୍ପା ସଭ୍ୟତା ପ୍ରଥମେ ଆବିଷ୍କୃତ ହୋଇଥିଲା । ଦ୍ରାବିଡମାନେ ହରପ୍ପା ସଭ୍ୟତାର ନିର୍ମାତା ଥିଲେ । ଅତୀତ ଘଟଣାବଳିର ଏକ ସରଳ ଓ ଅର୍ଥବୋଧକ ବ୍ୟାଖ୍ୟା । କୌଟିଲ୍ୟ ଅନ୍ୟନାମ ଚାଣକ୍ୟ ଥିଲା । ଅର୍ଥଶାସ୍ତ୍ରରେ ଇତିହାସ ବିଷୟରେ ସଂଜ୍ଞା ପ୍ରଦାନ କରାଯାଇଛି । ପଞ୍ଚମ ବେଦର ସମ୍ମାନ ପ୍ରଦାନ କାରାଯାଇଛି । ବିଭାଗ – ୨ ପ୍ରଶ୍ନ ଆକଟନଙ୍କ ଉକ୍ତିରେ ଇତିହାସ କଣ ? ଇତିହାସ ଶବ୍ଦଟି କେଉଁ ଗ୍ରୀକ୍ ଶବ୍ଦରୁ ଉଦ୍ଧୃତ ? ଇତିହାସ କହିଲେ କଣ ବୁଝ ? ବୀରୋଚିତ ଇତିହାସ କହିଲେ କଣ ? କେଉଁ ବଡଲାଟଙ୍କ ସମୟରେ ପ୍ରତ୍ନତତ୍ଵ ବିଭାଗ ସୃଷ୍ଟି ହେଲା ? ସିନ୍ଧୁ ସଭ୍ୟତା ସହିତ ଜଡିତ ଜଣେ ପ୍ରତ୍ନତତ୍ଵବିତଙ୍କ ନାମ ଲେଖ । ମହେଞ୍ଜୋଦାରୋ ଶବ୍ଦଟିର ଅର୍ଥ କ’ ଣ ? ବେଦ କେତୋଟି ଭାଗରେ ବିଭକ୍ତ ? ଚାରୋଟି ବେଦର ନାମ କୁହ ? ସିନ୍ଧୁ ସଭ୍ୟତା କେବେ ଆବିଷ୍କୃତ ହୋଇଥିଲା ? ଉତ୍ତର ଇତିହାସ ହେଲା ଲେଖିରଖିବା ପାଇଁ ଏକ ମାତ୍ର ସୁଯୋଗ, ଯେଉଁଥିରେ ଜ୍ଞାନର ପରିପୂର୍ଣତା ଥାଏ । : ଗ୍ରୀକ ଶବ୍ଦ ହିଷ୍ଟୋରିଆ ରୁ ଉଦ୍ଧୃତ । ଇତିହାସ ହେଉଛି ରେସଜେଷ୍ଟି ଅର୍ଥାତ୍ ମନୁଷ୍ୟର ଅତୀତ କାର୍ଯ୍ୟକଳାପର ଏକ ସଂଗ୍ରହାଳୟ ବା ଆଲୋଚ୍ୟ ବିଷୟ ସମ୍ପର୍କିତ ପ୍ରାମାଣିକ ତଥ୍ୟ । ଯେଉଁ ଇତିହାସ ବିଖ୍ୟାତ ବ୍ୟକ୍ତିଙ୍କର କୀର୍ତ୍ତି,ଚିନ୍ତାଧାରା ଓ କାର୍ଯ୍ୟକଳାପ ବିଷୟରେ ବିଶେଷ ଭାବରେ ପ୍ରଶଂସା କରିଥାଏ। ବଡଲାଟ୍ କର୍ଜନଙ୍କ ସମୟରେ । ଦୟାରାମ ସାହାଣୀ କିମ୍ବା ଆର.ଡି ବାନାର୍ଜୀ । ମରୁତ ନଗରୀ । ବେଦ ୪ଟି ଭାଗରେ ବିଭକ୍ତ । ଋକ୍,ଶ୍ୟାମ,ଯଦୁଃ, ଅଥର୍ବ । ୧୯୨୨ ଖ୍ରୀଷ୍ଟାବ୍ଦରେ । ବିଭାଗ – ୩ ପ୍ରଶ୍ନ ହରପ୍ପା ସଭ୍ୟତାର ଆଦିବାସୀମାନେ ସୂର୍ଯ୍ୟ ପୂଜା କରୁଥିବାର ପ୍ରମାଣ କେବେଠାରୁ ମିଳେ ? ହରପ୍ପା ସଭ୍ୟତାରୁ ଆବିଷ୍କୃତ ପୋତାଶ୍ରୟର ଭଗ୍ନାବଶେଷ କେଉଁଠାରେ ଦୃଷ୍ଟିଗୋଚର ହୁଏ ? ସିନ୍ଧୁ ସଭ୍ୟତାର ଅଧିବାସୀମାନେ ବ୍ୟବହାର କରୁଥିବା କେତୋଟି ଯୁଦ୍ଧ ସରଞ୍ଜାମର ନାମ କୁହ । ସିନ୍ଧୁ ସଭ୍ୟତାର ଅଧିବାସୀମାନେ ଲୁହାର ବ୍ୟବହାର ଜାଣିଥିଲେ ନା ଜାଣି ନ ଥିଲେ ? ମେସୋପଟାମିଆର କେଉଁ ସ୍ଥାନରୁ ହରପ୍ପା ସିଲ୍ ମିଳିଥିଲା ? ସିନ୍ଧୁ ସଭ୍ୟତାର ଅଧିବାସୀମାନେ ପଶୁପତି ଶିବଙ୍କର ପୂଜା କରୁଥିବାର ପ୍ରମାଣ କେଉଁଠାରୁ ମିଳେ ମହେଞ୍ଜୋଦାରୋରୁ ମିଳିଥିବା ବିଖ୍ୟାତ ନାର୍ତ୍ତକୀ କେଉଁ ଧାତୁରେ ନିର୍ମିତ ଥିଲା ? କେବେ ହରପ୍ପା ସଂସ୍କୃତି ବିକାଶ ଲାଭ କରିଥିଲା ? କେବେ ହରପ୍ପା ସଂସ୍କୃତି ବିଲୟ ହେଲା ? ସିନ୍ଧୁ ସଭ୍ୟତା କେଉଁ ଯୁଗର ସଭ୍ୟତା ? ଉତ୍ତର ହରପ୍ପାରୁ ଆବିଷ୍କୃତ ମୋହର ଉପରେ ଥିବା ସ୍ଵସ୍ତିକ ଚକ୍ରର ସଙ୍କେତକୁ ପ୍ରମାଣିତ ହୁଏ । ହରପ୍ପା ସଭ୍ୟତାରୁ ଆବିଷ୍କୃତ ପୋତାଶ୍ରୟର ଭଗ୍ନାବଶେଷ ଲୋଥାଲ ଠାରେ ଦୃଷ୍ଟିଗୋଚର ହୁଏ । ବର୍ଚ୍ଛା, କୁରାଢି, ଧନୁଶର, ଖୁର,ଛୁରୀ ଇତ୍ୟାଦି । ସିନ୍ଧୁ ସଭ୍ୟତାର ଅଧିବାସୀମାନେ ଲୁହାର ବ୍ୟବହାର ଜାଣି ନ ଥିଲେ । ମେସୋପଟାମିଆର ଏଲାନ୍ ନାମକ ସ୍ଥାନରୁ ହରପ୍ପା ସିଲ୍ ମିଳିଥିଲା । ଆବିଷ୍କୃତ ତିନିମୁଖ, ମସ୍ତକରେ ଶୃଙ୍ଗ, ଦେହରେ ପୋଷାକ, ହସ୍ତରେ କଙ୍କଣ ଏବଂ ଚତୁପାର୍ଶ୍ଵରେ ବ୍ୟାପ୍ତ , ମଇଁଷି, ଗଣ୍ଡା ଏବଂ ହରିଣ ପରିବେଷ୍ଟିତ ମୂର୍ତ୍ତିରୁ ଜଣାଯାଏ । ମହେଞ୍ଜୋଦାରୋରୁ ମିଳିଥିବା ବିଖ୍ୟାତ ନାର୍ତ୍ତକୀ ବ୍ରୋଞ୍ଜ ଧାତୁରେ ନିର୍ମିତ ଥିଲା । ଖ୍ରୀ.ପୂ ୩୫୦୦ (ଆନୁମାନିକ) ହରପ୍ପା ସଂସ୍କୃତି ବିକାଶ ଲାଭ କରିଥିଲା । ଖ୍ରୀ.ପୂ ୧୫୦୦ ବେଳକୁ (ଆନୁମାନିକ) ହରପ୍ପା ସଂସ୍କୃତି ବିଲୟ ହେଲା । ସିନ୍ଧୁ ସଭ୍ୟତା ପ୍ରାକ୍ ଐତିହାସିକ ଯୁଗର ସଭ୍ୟତା । ବିଭାଗ – ୪ ପ୍ରଶ୍ନ ହରପ୍ପା ସଂସ୍କୃତିର ବୈଶିଷ୍ଟ୍ୟ କଣ ଥିଲା ? ପ୍ରତ୍ନତତ୍ଵ କହିଲେ କଣ ବୁଝ ? ମୁଦ୍ରାତତ୍ଵ କଣ ? ହୁଏନସାଂ ନିଜର ଭାରତ ଭ୍ରମଣ ବୃତ୍ତାନ୍ତକୁ କେଉଁ ଗ୍ରନ୍ଥରେ ଲେଖିଥିଲେ ? କେଉଁରାଜାଙ୍କ ରାଜତ୍ଵ କାଳରେ ହାତିଗୁମ୍ପା ସିଳାଲେଖା ଲେଖାଯାଇଥିଲା ? କେଉଁ ବେଦ ପ୍ରଥମେ ରଚିତ ହୋଇଥିଲା ? ତ୍ରିପିଟକ କଣ ? ‘ଦୀପବଂଶ’ କେଉଁ ଧର୍ମ ସମ୍ବଦ୍ଧିୟ ଗ୍ରନ୍ଥ ? ‘ଲଲିତ ବିସ୍ତାର’ କେଉଁ ଧର୍ମ ସମ୍ବଦ୍ଧିୟ ଗ୍ରନ୍ଥ ? ‘ମଞ୍ଜୁଶ୍ରୀ ମୂଳକଳ୍ପ‘ କେଉଁ ଧର୍ମ ସମ୍ପର୍କରେ ସୁଚାଇ ଥାଏ ? ଉତ୍ତର ହରପ୍ପା ସଂସ୍କୃତିର ବୈଶିଷ୍ଟ୍ୟ ନଗର ସଭ୍ୟତା ବା ସହର ପ୍ରଧାନ ସଂସ୍କୃତି ଥିଲା । ଭୂଖନନ ଦ୍ଵାରା ପ୍ରାଚୀନ କାଳର ମୁଦ୍ରା, ଲିପି ଓ ଭଗ୍ନାବଶେଷକୁ ବୈଜ୍ଞାନିକ ପ୍ରଣାଳୀରେ ଆବିଷ୍କାର ଓ ଅନୁଧ୍ୟାନ ବିଦ୍ୟାକୁ ପ୍ରତ୍ନତତ୍ଵ କୁହାଯାଏ । ମୁଦ୍ରା ଅନୁଧ୍ୟାନ ବିଦ୍ୟାକୁ ମୁଦ୍ରାତତ୍ଵ କୁହାଯାଏ । ହୁଏନସାଂ ନିଜର ଭାରତ ଭ୍ରମଣ ବୃତ୍ତାନ୍ତକୁ ସି.ୟୁ.କି ଗ୍ରନ୍ଥରେ ଲେଖିଥିଲେ । ଖାରବେଳଙ୍କ ରାଜତ୍ଵ କାଳର ହାତିଗୁମ୍ପା ସିଳାଲେଖା ଲେଖାଯାଇଥିଲା । ଋକବେଦ ବେଦ ପ୍ରଥମେ ରଚିତ ହୋଇଥିଲା । ତ୍ରିପିଟକ ବୌଦ୍ଧ ଧର୍ମଗ୍ରନ୍ଥ । ‘ଦୀପବଂଶ’ ବୌଦ୍ଧ ଧର୍ମ ସମ୍ବଦ୍ଧିୟ ଗ୍ରନ୍ଥ । ‘ଲଲିତ ବିସ୍ତାର’ ବୌଦ୍ଧ ଧର୍ମ ସମ୍ବଦ୍ଧିୟ ଗ୍ରନ୍ଥ । ମଞ୍ଜୁଶ୍ରୀ ମୂଳକଳ୍ପ‘ବୌଦ୍ଧ ଧର୍ମ ସମ୍ପର୍କରେ ସୁଚାଇ ଥାଏ । ବିଭାଗ – ୫ ପ୍ରଶ୍ନ ‘ପରିଶିଷ୍ଟ’ ପର୍ବ କିଏ ରଚନା କରିଥିଲେ ? କୌଟିଲ୍ୟଙ୍କ ପ୍ରସିଦ୍ଧ ଗ୍ରନ୍ଥ କଣ ? ‘ମେଘଦୂତମ’ କିଏ ରଚନା କରିଥିଲେ ? ପ୍ରିୟଦର୍ଶିକା ନାଟକ କିଏ ରଚନା କରିଥିଲେ ? ରତ୍ନାବଳୀର ରଚୟିତା କିଏ ? କାଳିଦାସଙ୍କ ରଚିତ ନାଟକ ଗୁଡ଼ିକର ନାମ ଲେଖ ? କେଉଁ ଭାରତୀୟ ରାଜାଙ୍କ ଦରବାରକୁ ମେଘାସ୍ଥିନିସ୍ ଆସିଥିଲେ ? ହର୍ଷଙ୍କ ରାଜତ୍ଵକାଳରେ କେଉଁ ପରିବ୍ରାଜକ ଭାରତ ଭ୍ରମଣରେ ଆସିଥିଲେ ? କେଉଁ ଚୀନ ପରିବ୍ରାଜକ ଦ୍ଵିତୀୟ ଚନ୍ଦ୍ରଗୁପ୍ତଙ୍କ ରାଜତ୍ଵ କାଳରେ ଭାରତକୁ ଆଗମନ କରିଥିଲେ ? ହୁଏନ୍-ସାଂ କେଉଁ ବିଶ୍ୱବିଦ୍ୟାଳୟରେ କେତେବର୍ଷ ଅବସ୍ଥାନ କରିଥିଲେ ? ଉତ୍ତର ‘ପରିଶିଷ୍ଟ’ ପର୍ବ ହେମଚନ୍ଦ୍ର ରଚନା କରିଥିଲେ । କୌଟିଲ୍ୟଙ୍କ ପ୍ରସିଦ୍ଧ ଗ୍ରନ୍ଥ ଅର୍ଥଶାସ୍ତ୍ର । ‘ମେଘଦୂତମ’ କାଳିଦାସ ରଚନା କରିଥିଲେ । ପ୍ରିୟଦର୍ଶିକା ନାଟକ ହର୍ଷବର୍ଦ୍ଧନ ରଚନା କରିଥିଲେ । ରତ୍ନାବଳୀର ରଚୟିତା ହର୍ଷବର୍ଦ୍ଧନ । କାଳିଦାସଙ୍କ ରଚିତ ନାଟକ ଗୁଡ଼ିକର ନାମ ମେଘଦୂତମ,ଅଭିଜ୍ଞାନ ସାକୁନ୍ତଳମ୍ ଓ ମାଳବିକାଗ୍ନିମିତ୍ରମ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଭାରତୀୟ ରାଜାଙ୍କ ଦରବାରକୁ ମେଘାସ୍ଥିନିସ୍ ଆସିଥିଲେ । ହର୍ଷଙ୍କ ରାଜତ୍ଵକାଳରେ ହୁଏନ୍-ସାଂ(ଚୀନ ପରିବ୍ରାଜକ) ପରିବ୍ରାଜକ ଭାରତ ଭ୍ରମଣରେ ଆସିଥିଲେ । ଫା-ହିୟାନ୍ ଚୀନ ପରିବ୍ରାଜକ ଦ୍ଵିତୀୟ ଚନ୍ଦ୍ରଗୁପ୍ତଙ୍କ ରାଜତ୍ଵ କାଳରେ ଭାରତକୁ ଆଗମନ କରିଥିଲେ । ହୁଏନ୍-ସାଂ କେଉଁ ବିଶ୍ୱବିଦ୍ୟାଳୟରେ ନାଳନ୍ଦା ବିଶ୍ୱବିଦ୍ୟାଳୟରେ ୫ ବର୍ଷ ଅବସ୍ଥାନ କରିଥିଲେ । ବିଭାଗ – ୬ ପ୍ରଶ୍ନ ହୁଏନ୍-ସାଂ କେଉଁ ଧର୍ମବାଲମ୍ବୀ ଥିଲେ ? ପ୍ରାଚୀନ ଭାରତ ବର୍ଷରେ କେଉଁମାନେ ପ୍ରଥମେ ପଶୁପତି ପୂଜା କରୁଥିଲେ ? ଲୋଥାଲ କେଉଁଠାରେ ? ବର୍ତ୍ତମାନ ହରପପା ଓ ମହେଞ୍ଜୋଦାରୋ ସହର ଦ୍ୱୟ କେଉଁ ଦେଶରେ ଅବସ୍ଥିତ ? ଆର୍ଯ୍ୟମାନଙ୍କ ବାସସ୍ଥଳୀକୁ କ’ଣ କୁହାଯାଇଥିଲା ? ବୈଦିକ ସଭ୍ୟତା କେଉଁ ଯୁଗର ସଭ୍ୟତା ଥିଲା ? ଆର୍ଯ୍ୟ ସଂସ୍କୃତିର ବୈଶିଷ୍ଟ୍ୟ କଣ ଥିଲା ? କେଉଁ ବେଦ ପ୍ରାଚୀନତମ ବେଦ ? ବେଦର ଅନ୍ୟ ନାମ କ’ ଣ ? ବେଦ କହିଲେ କଣ ବୁଝ ? ଉତ୍ତର ହୁଏନ୍-ସାଂ ବୌଦ୍ଧ ଧର୍ମବାଲମ୍ବୀ ଥିଲେ । ପ୍ରାଚୀନ ଭାରତ ବର୍ଷରେ ହରପପା ଅଧିବାସୀମାନେ ପ୍ରଥମେ ପଶୁପତି ପୂଜା କରୁଥିଲେ । ଲୋଥାଲ ଭାରତର ଗୁଜୁରାଟ ପ୍ରଦେଶରେ । ବର୍ତ୍ତମାନ ହରପପା ଓ ମହେଞ୍ଜୋଦାରୋ ସହର ଦ୍ୱୟ ପାକିସ୍ଥାନରେ ଦେଶରେ ଅବସ୍ଥିତ । ଆର୍ଯ୍ୟମାନଙ୍କ ବାସସ୍ଥଳୀକୁ ଆର୍ଯ୍ୟବର୍ତ୍ତ କୁହାଯାଇଥିଲା । ବୈଦିକ ସଭ୍ୟତା ପ୍ରାଗ୍ ଐତିହାସିକ ଯୁଗର ସଭ୍ୟତା ଥିଲା । ଆର୍ଯ୍ୟ ସଂସ୍କୃତିର ବୈଶିଷ୍ଟ୍ୟ ଗ୍ରାମ୍ୟ ସଭ୍ୟତା ଥିଲା । ଋକ୍ ବେଦ ବେଦ ପ୍ରାଚୀନତମ ବେଦ । ବେଦର ଅନ୍ୟ ନାମ ଶ୍ରୁତି । ବେଦ କହିଲେ ଆଧ୍ୟାତ୍ମିକ ଜ୍ଞାନ ବୁଝ । ବିଭାଗ -୭ ପ୍ରଶ୍ନ ବେଦ ଶବ୍ଦ କେଉଁ ସଂସ୍କୃତ ଶବ୍ଦରୁ ଆସିଛି ? ଋକ୍ ବେଦ କେତେବେଳେ ରଚିତ ହୋଇଥିଲା ? ‘ସମ୍’ ର ଅର୍ଥ କ’ ଣ ? କେବେ ଅଥର୍ବ ବେଦ ରଚିତ ହୋଇଥିଲା ? ପ୍ରତ୍ୟେକ ବେଦ କେତେ ଭାଗରେ ବିଭକ୍ତ ? ଉପନିଷଦରେ କଣ ଆଲୋଚିତ ? ମହାଭାରତର ରଚୟିତା କିଏ ? ରାମାୟଣର ରଚୟିତା କିଏ ? କେଉଁ ଖେଳ ବୈଦିକ ଯୁଗରେ ଅତି ଲୋକପ୍ରିୟ ଥିଲା ? ଚତୁରାଶ୍ରମ ଓ ୪ ଟି ଅବସ୍ଥାର ନାମ ଲେଖ ? ଉତ୍ତର ବେଦ ଶବ୍ଦ ‘ବିଦ୍’ ସଂସ୍କୃତ ଶବ୍ଦରୁ ଆସିଛି । ଋକ୍ ବେଦ ଖ୍ରୀ. ପୂ. ୨୦୦୦ ରୁ ଖ୍ରୀ. ପୂ. ୧୨୦୦ ମଧ୍ୟରେ ଆର୍ଯ୍ୟମାନେ ପଞ୍ଜାବରେ ବସବାସ କଲାବେଳେ ରଚନା କରିଥିଲେ । ‘ସମ୍’ ର ଅର୍ଥ ସଂଗୀତ । ଖ୍ରୀ. ପୂ. ୬୦୦ରେ ଅଥର୍ବ ବେଦ ରଚିତ ହୋଇଥିଲା । ପ୍ରତ୍ୟେକ ବେଦ ଚାରି ଭାଗରେ ବିଭକ୍ତ। ଯଥା – ସଂହିତା, ବ୍ରାହ୍ମଣ, ଆରନ୍ୟକ ଓ ଉପନିଷଦ । ଉପନିଷଦରେ ଆଧ୍ୟାତ୍ମିକ ତତ୍ଵ ଏବଂ ବ୍ରହ୍ମ ତତ୍ଵ ଆଲୋଚିତ । ମହାଭାରତର ରଚୟିତା ବ୍ୟାସଦେବ । ରାମାୟଣର ରଚୟିତା ବାଲ୍ମୀକୀ । ପଶାଖେଳ ଖେଳ ବୈଦିକ ଯୁଗରେ ଅତି ଲୋକପ୍ରିୟ ଥିଲା । ଚତୁରାଶ୍ରମ ଓ ୪ ଟି ଅବସ୍ଥାର ନାମ ବ୍ରହ୍ମଚର୍ଯ୍ୟ,ଗାର୍ହସ୍ଥ୍ୟ, ବାନପ୍ରସ୍ଥ,ଓ ସନ୍ୟାସ । ବିଭାଗ – ୮ ପ୍ରଶ୍ନ ବୈଦିକ ଯୁଗରେ ସୃଷ୍ଟି ହୋଇଥିବା ୪ ଟି ସାମାଜିକ ଶ୍ରେଣୀର ନାମ ଲେଖ । ବୈଦିକ ଯୁଗରେ ଦେଖାଦେଥିବା ଦୁଇଟି ରାଜନୀତିକ ଅନୁଷ୍ଠାନର ନାମ ଲେଖ । ବେଦକୁ ‘ଶ୍ରୁତି’ କାହିଁକି କୁହାଯାଏ ? କେଉଁ ଋଷିଙ୍କ ଆଶ୍ରମରେ ଲବକୁଶ ଜନ୍ମ ନେଇଥିଲେ ? ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଦେଇଥିବା ଉପଦେଶାତ୍ମକ ବାଣୀ କେଉଁଥିରେ ସନ୍ନିବେଶିତ ? ମହାକାବ୍ୟ ଦୁଇଟିର ନାମ କ’ଣ ? ‘ଗୀତା’ କେଉଁ ମହାକାବ୍ୟର ଏକ ଅଂଶ ମାତ୍ର ? ‘ରାମାୟଣ’ର ରଚନା କାଳ କେବେ ? ‘ରାମାୟଣ’ ରେ କେତେ ଶ୍ଲୋକ ସନ୍ନିବେଶିତ ? ମହାଭାରତ କେତେ ଶ୍ଲୋକ ସନ୍ନିବେଶିତ ? ଉତ୍ତର ବୈଦିକ ଯୁଗରେ ସୃଷ୍ଟି ହୋଇଥିବା ୪ ଟି ସାମାଜିକ ଶ୍ରେଣୀର ନାମ ବ୍ରାହ୍ମଣ, କ୍ଷତ୍ରିୟ,ବୈଶ୍ୟ, ଓ ଶୂଦ୍ର । ବୈଦିକ ଯୁଗରେ ଦେଖାଦେଥିବା ଦୁଇଟି ରାଜନୀତିକ ଅନୁଷ୍ଠାନର ନାମ ସଭା ଓ ସମିତି । ବେଦକୁ ‘ଶ୍ରୁତି’ କୁହାଯାଏ କାରଣ ଏହାକୁ ଶୁଣି ଶୁଣି ମାନେ ରଖାଯାଇଥିବାରୁ ‘ଶ୍ରୁତି’ କୁହାଯାଇଥିଲା । ବାଲ୍ମୀକୀଙ୍କ ଋଷିଙ୍କ ଆଶ୍ରମରେ ଲବକୁଶ ଜନ୍ମ ନେଇଥିଲେ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଦେଇଥିବା ଉପଦେଶାତ୍ମକ ବାଣୀ ଶ୍ରୀମଭାଗବତ ଗୀତାରେ ସନ୍ନିବେଶିତ । ମହାକାବ୍ୟ ଦୁଇଟିର ନାମ ରାମାୟଣ ଓ ମହାଭାତର । ‘ଗୀତା’ ମହାଭାତର ମହାକାବ୍ୟର ଏକ ଅଂଶ ମାତ୍ର । ‘ରାମାୟଣ’ର ରଚନା କାଳ ଖ୍ରୀ. ପୂ. ୨୦୦ ରେ ଆରମ୍ଭ ହୋଇ ୨୦୦ ଖ୍ରୀ. ଅ. ରେ ସମାପ୍ତ (ଆନୁମାନିକ) । ‘ରାମାୟଣ’ ରେ ୨୪,୦୦୦ଶ୍ଲୋକ ସନ୍ନିବେଶିତ । ମହାଭାରତ ୧୦୦,୦୦୦ ଶ୍ଲୋକ ସନ୍ନିବେଶିତ । ବିଭାଗ – ୯ ପ୍ରଶ୍ନ କେବେ ମହାଭାରତ ରଚିତ ହୋଇଥିଲା ? ମହାଭାରତରେ କଥାବସ୍ତୁ କ’ଣ ? ଗୀତା’ ରେ କ’ଣ ବର୍ଣ୍ଣିତ ? ଶାନ୍ତନୁ କେଉଁ ରାଜ୍ୟର ରାଜା ଥିଲେ ? ଶାନ୍ତନୁଙ୍କ ଦୁଇ ପୁତ୍ରଙ୍କ ନାମ କ’ଣ ? କେଉଁ ବ୍ୟକ୍ତି ମହାଭାରତ କାବ୍ୟର ପ୍ରତୀକ ରୂପର ଦଣ୍ଡାୟମାନ ? ମହାବୀର କିଏ ? କାହାକୁ ‘ନଟପୁତ୍ର’ କୁହାଯାଉଥିଲା ? ଜୈନଧର୍ମର ପ୍ରତିଷ୍ଠାତା କିଏ ଥିଲେ ? ପାର୍ଶ୍ଵନାଥ କିଏ ? ଉତ୍ତର ଖ୍ରୀ. ପୂ.୪୦୦ ରୁ ଆରମ୍ଭ ହୋଇ ଖ୍ରୀଷ୍ଟାବ୍ଦ ୨୦୦ ବେଳକୁ ସମାପ୍ତ ହୋଇଥିଲା (ଆନୁମାନିକ) ମହାଭାରତ ରଚିତ ହୋଇଥିଲା । ମହାଭାରତରେ କଥାବସ୍ତୁ ଆର୍ଯ୍ୟ ମାନଙ୍କର ଦୁଇଟି ବଂଶ ମଧ୍ୟରେ କଳହ ଏବଂ ତା’ର ଦୁଃଖଦ ପରିଣତି । ଗୀତା’ ରେ ଜୀବନଦର୍ଶନ ବର୍ଣ୍ଣିତ । ଶାନ୍ତନୁ ହସ୍ତିନାପୁର ରାଜ୍ୟର ରାଜା ଥିଲେ । ଶାନ୍ତନୁଙ୍କ ଦୁଇ ପୁତ୍ରଙ୍କ ନାମ ଚିତ୍ରାଙ୍ଗନ ଓ ବିଚିତ୍ରାବୀର୍ଯ୍ୟ । ଯୁଧିଷ୍ଟିର ବ୍ୟକ୍ତି ମହାଭାରତ କାବ୍ୟର ପ୍ରତୀକ ରୂପର ଦଣ୍ଡାୟମାନ । ଜୈନଧର୍ମର ଚବିଶ ତୀର୍ଥଙ୍କର ବା ପ୍ରଚାରକ ହେଉଛନ୍ତି ମହାବୀର । ବର୍ଦ୍ଧମାନ ମହାବୀରଙ୍କୁ ‘ନଟପୁତ୍ର’ କୁହାଯାଉଥିଲା । ଜୈନଧର୍ମର ପ୍ରତିଷ୍ଠାତା ଋଷଭ ଦେବ ଥିଲେ । 10. ପାର୍ଶ୍ଵନାଥ ଜୈନ ଧର୍ମର ତ୍ରୟୋଦଶ ତୀର୍ଥଙ୍କର । ବିଭାଗ – ୧୦ ପ୍ରଶ୍ନ କାହାକୁ ଏସିଆର ଆଲୋକ କୁହାଯାଏ ? ବୌଦ୍ଧଧର୍ମର ସର୍ବଶ୍ରେଷ୍ଟ ପୃଷ୍ଟପୋଷକ କିଏ ? କାହାକୁ ଭାରତର “ଲୁଥର” କୁହାଯାଏ ? ଗୌତମୀ କିଏ? ଗୌତମ ବୁଦ୍ଧ କେବେ ଓ କେଉଁଠାରେ ଜନ୍ମ ଗ୍ରହଣ କରିଥିଲେ ? ମୌର୍ଯ୍ୟ ବଂଶର ପ୍ରତିଷ୍ଟାତା କିଏ ? ବିନ୍ଦୁସାର କିଏ ? ‘ଅମିତ୍ରଘାତ’ ନାମରେ କିଏ ପ୍ରାଚୀନ ଇତିହାସରେ ନାମିତ ? ଅଶୋକ କିଏ । ଅଶୋକ କେବେ ସିଂହାସନ ଆରୋହଣ କରିଥିଲେ ? ଉତ୍ତର ଗୌତମ ବୁଦ୍ଧଙ୍କୁ ଏସିଆର ଆଲୋକ କୁହାଯାଏ ବୌଦ୍ଧଧର୍ମର ସର୍ବଶ୍ରେଷ୍ଟ ପୃଷ୍ଟପୋଷକ ଅଶୋକ । ଗୌତମ ବୁଦ୍ଧଙ୍କୁ ଭାରତର “ଲୁଥର” କୁହାଯାଏ । ଗୌତମୀ ଗୌତମ ବୁଦ୍ଧଙ୍କ ବିମାତା । ଗୌତମ ବୁଦ୍ଧ : ଖ୍ରୀ. ପୂ. ୫୬୬ରେ କପିଳବାସ୍ତୁ ରାଜ୍ୟର ଲୁମ୍ବିନୀ ଉଦ୍ୟାନରେ ଜନ୍ମ ଗ୍ରହଣ କରିଥିଲେ । ମୌର୍ଯ୍ୟ ବଂଶର ପ୍ରତିଷ୍ଟାତା ଚନ୍ଦ୍ରଗୁପ୍ତ ମୌର୍ଯ୍ୟ । ବିନ୍ଦୁସାର ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ପୁତ୍ର । ‘ଅମିତ୍ରଘାତ’ ନାମରେ ବିନ୍ଦୁସାର ପ୍ରାଚୀନ ଇତିହାସରେ ନାମିତ । ଅଶୋକ ହେଉଛନ୍ତି ଅଶୋକ ବିନ୍ଦୁସାରଙ୍କ ପୁତ୍ର ତଥା ମୌର୍ଯ୍ୟବଂଶର ତୃତୀୟ ନରପତି । ଅଶୋକ ଖ୍ରୀ. ପୂ.୨୭୩ ରେ ସିଂହାସନ ଆରୋହଣ କରିଥିଲେ । ଆଧାର – ଇତିହାସ ପୃଷ୍ଠା