ବିଭାଗ – ୧ ପ୍ରଶ୍ନ ତାଜମହଲ କ’ ଣ ଥିଲା ? ତାଜମହଲର ଲମ୍ବ ଓ ପ୍ରସ୍ଥ କେତେ ଥିଲା ? ତାଜମହଲ ନିର୍ମାଣରେ କେତେ ଟଙ୍କା ବ୍ୟୟିତ ହୋଇଥିବାର ଜଣାଯାଏ । ତାଜମହଲ ନିର୍ମାଣରେ କେତେ ପ୍ରକାର ପ୍ରସ୍ତର ବ୍ୟବହୃତ ହୋଇଥିଲା ? କାହାକୁ ମାର୍ବଲର ସ୍ଵପ୍ନ ବୋଲି କୁହାଯାଏ ? ତାଜମହଲ କେବେ ଆରମ୍ଭ ହୋଇ କେବେ ଶେଷ ହୋଇଥିଲା ? କେଉଁ ମସଜିଦ୍ ଭାରତର ସର୍ବବୃହତ୍ ମସଜିଦ୍ ରୂପେ ଖ୍ୟାତ । ମୋତି ମସଜିଦ୍ ଓ ଜୁମା ମସଜିଦ୍ ଯଥାକ୍ରମେ କେଉଁଠି ଅବସ୍ଥିତ ? ମୋଗଲ ସମ୍ରାଟମାନଙ୍କ ମଧ୍ୟରେ ସର୍ବ ବୃହତ୍ତମ ସାମ୍ରାଜ୍ୟ କେଉଁ ସମ୍ରାଟ୍ ସ୍ଥାପନା କରିଥିଲେ ? କେଉଁ ମୋଗଲ ସମ୍ରାଟ୍ ଆଦେଶନାମା ଜାରି କରି ଜିଜିୟା କର ଓ ତୀର୍ଥକର ପୁନଃ ପ୍ରଚଳନ କରିଥିଲେ ? ଉତ୍ତର ତାଜମହଲ ଏକ ସ୍ରୁତି ସମାଧି ବା ସମାଧି ସୌଧ ଥିଲା । ତାଜମହଲର ୧୯୦୦ ଫୁଟ ଲମ୍ବ ଓ ୧୦୦୦ ଫୁଟ ପ୍ରସ୍ଥ । ତାଜମହଲ ନିର୍ମାଣରେ ତିନିକୋଟି ଟଙ୍କା ବ୍ୟୟିତ ହୋଇଥିବାର ଜଣାଯାଏ । ତାଜମହଲ ନିର୍ମାଣରେ ଧଳା ମାର୍ବଲ ବ୍ୟତୀତ ପ୍ରାୟ ୨୦ ପ୍ରକାର ପ୍ରସ୍ତର ବ୍ୟବହୃତ ହୋଇଥିଲା । ତାଜମହଲକୁ ମାର୍ବଲର ସ୍ଵପ୍ନ ବୋଲି କୁହାଯାଏ । ତାଜମହଲ ୧୬୩୧ ଖ୍ରୀ:ଅ:ରେ ଆରମ୍ଭ ହୋଇ ୧୬୫୩ ଖ୍ରୀ:ଅ:ରେ ଶେଷ ହୋଇଥିଲା । (ଦୀର୍ଘ ୨୨ ବର୍ଷ) ଜୁମା ମସଜିଦ୍ ଭାରତର ସର୍ବବୃହତ୍ ମସଜିଦ୍ ରୂପେ ଖ୍ୟାତ । ମୋତି ମସଜିଦ୍ ଓ ଜୁମା ମସଜିଦ୍ ଯଥାକ୍ରମେ ଆଗ୍ରା ଓ ଦିଲ୍ଲୀଠାରେ ଅବସ୍ଥିତ । ମୋଗଲ ସମ୍ରାଟମାନଙ୍କ ମଧ୍ୟରେ ସର୍ବ ବୃହତ୍ତମ ସାମ୍ରାଜ୍ୟ ଆଉରଙ୍ଗଜେବ ସମ୍ରାଟ୍ ସ୍ଥାପନା କରିଥିଲେ । ଆଉରଙ୍ଗଜେବ ମୋଗଲ ସମ୍ରାଟ୍ ଆଦେଶନାମା ଜାରି କରି ଜିଜିୟା କର ଓ ତୀର୍ଥକର ପୁନଃ ପ୍ରଚଳନ କରିଥିଲେ । ବିଭାଗ – ୨ ପ୍ରଶ୍ନ ତେଗବାହାଦୁର କିଏ ଥିଲେ ? ଦଶମ ଗୁରୁ ଗୋବିନ୍ଦ ସିଂହ କିଏ ? ଆଉରଙ୍ଗଜେବ କେଉଁ ସମ୍ପ୍ରଦାୟର ମୁସଲମାନ ଥିଲେ ? ଦୀର୍ଘ କେତେ ବର୍ଷ ପରେ ଆଉରଙ୍ଗଜେବ ଦାକ୍ଷିଣାତ୍ୟରେ ବ୍ୟସ୍ତ ଥିଲେ ? କିଏ, କେଉଁ ମାନଙ୍କୁ ‘ଜାଫିର’ ବୋଲି କହୁଥିଲେ ? ‘ଜାଫିର’ ଶବ୍ଦର ଅର୍ଥ କ’ ଣ ? ଶିବାଜୀ ଜନ୍ମଗ୍ରହଣ କରିଥିବା ଗିରିଦୁର୍ଗର ନାମ କ’ ଣ ଥିଲା ? ଶିବନର ଗିରିଦୁର୍ଗ କେଉଁଠାରେ ଅବସ୍ଥିତ ? କିଏ ଛତ୍ରପତି ଉପାଧିରେ ଭୂଷିତ ହୋଇଥିଲେ ? ଛତ୍ରପତି ଅର୍ଥ କଣ ? ଉତ୍ତର ତେଗବାହାଦୁର ଶିଖମାନଙ୍କର ଧର୍ମଗୁରୁ । ଦଶମ ଗୁରୁ ଗୋବିନ୍ଦ ସିଂହ ତେଗବାହାଦୁରଙ୍କ ପୁତ୍ର । ଆଉରଙ୍ଗଜେବ ସୁନ୍ନି ସମ୍ପ୍ରଦାୟର ମୁସଲମାନ ଥିଲେ । ଦୀର୍ଘ ୨୬ ବର୍ଷ ପରେ ଆଉରଙ୍ଗଜେବ ଦାକ୍ଷିଣାତ୍ୟରେ ବ୍ୟସ୍ତ ଥିଲେ । ଆଉରଙ୍ଗଜେବ ସୁନ୍ନି ସମ୍ପ୍ରଦାୟର ମୁସଲମାନ ବ୍ୟତୀତ ସମସ୍ତଙ୍କୁ ‘ଜାଫିର’ ବୋଲି କହୁଥିଲେ । ‘ଜାଫିର’ ଶବ୍ଦର ଅର୍ଥ ଧର୍ମଦ୍ରୋହୀ । ଶିବାଜୀ ଜନ୍ମଗ୍ରହଣ କରିଥିବା ଗିରିଦୁର୍ଗର ନାମ ଶିବନର ଥିଲା । ଶିବନର ଗିରିଦୁର୍ଗ ମହାରାଷ୍ଟ ରାଜ୍ୟର ପୁନା ଜିଲ୍ଲାରେ ଠାରେ ଅବସ୍ଥିତ । ଶିବାଜୀ ଛତ୍ରପତି ଉପାଧିରେ ଭୂଷିତ ହୋଇଥିଲେ । ଛତ୍ରପତି ଅର୍ଥ ରାଜାମାନଙ୍କର ରାଜା । ବିଭାଗ – ୩ ପ୍ରଶ୍ନ ଶିବାଜୀଙ୍କ ମାତା କିଏ ଥିଲେ ? କେଉଁ ପାରସ୍ୟ ରାଜା ୧୭୩୯ ଖ୍ରୀ:ଅ: ରେ ଭାରତ ଆକ୍ରମଣ କରିଥିଲେ ? ଶାହାଜାହାନଙ୍କ ବିଖ୍ୟାତ ମୟୂର ସିଂହାସନ ଓ କୋହିନୁର ହୀରା କିଏ ନେଇଗଲେ ? ମୋଗଲ ଯୁଗର ଶ୍ରେଷ୍ଟ ନିର୍ମାତା କିଏ ? ମୁସଲମାନମାନଙ୍କର ପର୍ବର ନାମ କୁହ ? ମୁସଲମାନ ସମାଜକୁ କେଉଁ ପ୍ରଥା କଳଙ୍କିତ କରୁଥିଲା ? ନୁରଜାହାନ ନିର୍ମାଣ କରିଥିବା କବରଟିର ନାମ କ’ ଣ ? ସାସାରାମଠାରେ କାହାର ସମାଧି ସ୍ତୂପ ନିର୍ମାଣ କରାଯାଇଛି ? ଦାଖିଣାତ୍ୟ ବିଜୟକୁ ସ୍ମରଣ ରଖିବା ପାଇଁ ଆକବର କେଉଁ ଫାଟକ ନିର୍ମାଣ କରିଥିଲେ ? ହିନ୍ଦୁମାନଙ୍କ ମଧ୍ୟରୁ କିଏ ଦିନ୍-ଇ-ଇଲାହୀ ଧର୍ମ ଗ୍ରହଣ କରିଥିଲେ ? ଉତ୍ତର ଶିବାଜୀଙ୍କ ମାତା ଜୀଜାବାଇ ଥିଲେ । ନାଦିରଶାହା ପାରସ୍ୟ ରାଜା ୧୭୩୯ ଖ୍ରୀ:ଅ: ରେ ଭାରତ ଆକ୍ରମଣ କରିଥିଲେ । ଶାହାଜାହାନଙ୍କ ବିଖ୍ୟାତ ମୟୂର ସିଂହାସନ ଓ କୋହିନୁର ହୀରା ନାଦିରଶାହା ନେଇଗଲେ । ମୋଗଲ ଯୁଗର ଶ୍ରେଷ୍ଟ ନିର୍ମାତା ଶାହାଜାହାନ । ମୁସଲମାନମାନଙ୍କର ପର୍ବର ନାମ ରମଜାନ,ମହରମ,ଇଦୁଲଫିତର,ଓ ଇଦୁଲଜୁହା । ମୁସଲମାନ ସମାଜକୁ ଦାସପ୍ରଥା କଳଙ୍କିତ କରୁଥିଲା । ନୁରଜାହାନ ନିର୍ମାଣ କରିଥିବା କବରଟିର ନାମ ଇତମୁଦୌଲା କବର । ସାସାରାମଠାରେ ସେରଶାହାଙ୍କର ସମାଧି ସ୍ତୂପ ନିର୍ମାଣ କରାଯାଇଛି । ଦାଖିଣାତ୍ୟ ବିଜୟକୁ ସ୍ମରଣ ରଖିବା ପାଇଁ ଆକବର ବୁଲନ୍ଦ ଦରୱାଜା (ଫତେପୁର ସିକ୍ରିଠାରେ) ଫାଟକ ନିର୍ମାଣ କରିଥିଲେ । ହିନ୍ଦୁମାନଙ୍କ ମଧ୍ୟରୁ ବୀରବଲ ଦିନ୍-ଇ-ଇଲାହୀ ଧର୍ମ ଗ୍ରହଣ କରିଥିଲେ । ବିଭାଗ – ୪ ପ୍ରଶ୍ନ ଓଡିଆ ପଦ୍ୟ ସାହିତ୍ୟରେ ପ୍ରସିଦ୍ଧ ଲାଭ କରିଥିବା କବିଙ୍କ ନାମ କୁହ ? ବଙ୍ଗଳା ପଦ୍ୟ ସାହିତ୍ୟରେ ପ୍ରସିଦ୍ଧ ଲାଭ କରିଥିବା କବିଙ୍କ ନାମ କୁହ ? ସଂସ୍କୃତ ପଦ୍ୟ ସାହିତ୍ୟରେ ପ୍ରସିଦ୍ଧ ଲାଭ କରିଥିବା କବିଙ୍କ ନାମ କୁହ ? ହିନ୍ଦୀ ପଦ୍ୟ ସାହିତ୍ୟରେ ପ୍ରସିଦ୍ଧ ଲାଭ କରିଥିବା କବିଙ୍କ ନାମ କୁହ ? ଭାରତର ପ୍ରଥମ ମହିଳା ମନ୍ତ୍ରୀ କିଏ ? ଭାରତର ପ୍ରଥମ ମହିଳା ପ୍ରଧାନ ମନ୍ତ୍ରୀ କିଏ ? ଭାରତର ପ୍ରଥମ ମହିଳା ମୁଖ୍ୟ ମନ୍ତ୍ରୀ କିଏ ? ଭାରତରେ କେବେ ଡାକ ଟିକଟ ପ୍ରଚଳନ ହୋଇଥିଲା ? ଆଖୁ ଉତ୍ପାଦନରେ ପ୍ରଥମ ରାଷ୍ଟ୍ର କିଏ ? ଝୋଟ ଉତ୍ପାଦନରେ ପ୍ରଥମ ରାସ୍ତାର କିଏ ? ଉତ୍ତର ଓଡିଆ ପଦ୍ୟ ସାହିତ୍ୟରେ ପ୍ରସିଦ୍ଧ ଲାଭ କରିଥିବା କବିଙ୍କ ନାମ ସାରଳା ଦାସ, ଉପେନ୍ଦ୍ର ଭଞ୍ଜ, ଗୋପୀନାଥ ମହାନ୍ତି, ରାଜକିଶୋର ପଟ୍ଟନାୟକ, ସଚ୍ଚି ରାଉତରାୟ, ରବି ସିଂ, ବିଭୁତି ପଟ୍ଟନାୟକ, ପ୍ରତିଭା ରାୟ, ସୁରେନ୍ଦ୍ର ମହାନ୍ତି । ବଙ୍ଗଳା ପଦ୍ୟ ସାହିତ୍ୟରେ ପ୍ରସିଦ୍ଧ ଲାଭ କରିଥିବା କବିଙ୍କ ନାମ ରବୀନ୍ଦ୍ରନାଥ ଠାକୁର, ବଙ୍କିମ ଚନ୍ଦ୍ର, ଶରତ ଚନ୍ଦ୍ର, ତାରାଶଙ୍କର, ଆଶାପୂର୍ଣ୍ଣା ଦେବୀ । ସଂସ୍କୃତ ପଦ୍ୟ ସାହିତ୍ୟରେ ପ୍ରସିଦ୍ଧ ଲାଭ କରିଥିବା କବିଙ୍କ ନାମ କାଳିଦାସ, ଚାଣକ୍ୟ, ଅଶ୍ଵଘୋସ, ବିଶାଖାଦତ୍ତ, ଭବଭୂତି, ଭର୍ତ୍ତୁହରି, ବିଶ୍ଵନାଥ କବିରାଜ । ହିନ୍ଦୀ ପଦ୍ୟ ସାହିତ୍ୟରେ ପ୍ରସିଦ୍ଧ ଲାଭ କରିଥିବା କବିଙ୍କ ନାମ ତୁଳସୀ ଦାସ, ପ୍ରେମଚନ୍ଦ, ମୈଥିଲି ଶଙ୍କର ଗୁପ୍ତା, ମହାଦେବୀ ବର୍ମା, ମହାବୀର ପ୍ରସାଦ ଦ୍ଵିବେଦୀ । ଭାରତର ପ୍ରଥମ ମହିଳା ମନ୍ତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ପଣ୍ଡିତ । ଭାରତର ପ୍ରଥମ ମହିଳା ପ୍ରଧାନ ମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ । ଭାରତର ପ୍ରଥମ ମହିଳା ମୁଖ୍ୟ ମନ୍ତ୍ରୀ ଶ୍ରୀମତି ସୁଚେତା କୃପାଳିନୀ । ଭାରତରେ ୧୮୫୪ ଖ୍ରୀ:ଅ: ରେ ଡାକ ଟିକଟ ପ୍ରଚଳନ ହୋଇଥିଲା । ଆଖୁ ଉତ୍ପାଦନରେ ପ୍ରଥମ ରାଷ୍ଟ୍ର ଭାରତ । ଝୋଟ ଉତ୍ପାଦନରେ ପ୍ରଥମ ରାସ୍ତାର ଭାରତ । ବିଭାଗ -୫ ପ୍ରଶ୍ନ ଭାରତର ମୁଖ୍ୟ କ୍ରିଡାର ନାମ କଣ ? ବୌଦ୍ଧ ଧର୍ମର ପ୍ରତୀକ କ’ଣ ? ଖ୍ରୀଷ୍ଟ ଧର୍ମର ପ୍ରତୀକ କ’ଣ ? ହିନ୍ଦୁ ଧର୍ମର ପ୍ରତୀକ କଣ ? ଭାରତର ଦୁଇଟି ବଡ ନଦୀର ନାମ ଲେଖ ? ଆଧୁନିକ ଭାରତର ରାଜଧାନୀ ନାମ କ’ ଣ ? ଭାରତର ଶ୍ରେଷ୍ଟ ମରୁଭୂମିର ନାମ କ’ଣ ? ଭାରତର ଉଚ୍ଚତମ ପର୍ବତଶୃଙ୍ଗ କ’ଣ ? ଜାତିସଂଘର ପ୍ରଥମ ମହିଳା ଅଧକ୍ଷ୍ୟା କିଏ ? ଭାରତର ପ୍ରଚଳିତ ମୁଦ୍ରାର ନାମ କ’ଣ ? ଉତ୍ତର ଭାରତର ମୁଖ୍ୟ କ୍ରିଡାର ନାମ ହକି । ବୌଦ୍ଧ ଧର୍ମର ପ୍ରତୀକ ଅଶୋକ ଚକ୍ର । ଖ୍ରୀଷ୍ଟ ଧର୍ମର ପ୍ରତୀକ କ୍ରଶ ଚିହ୍ନ (+) । ହିନ୍ଦୁ ଧର୍ମର ପ୍ରତୀକ ଓଁ । ଭାରତର ଦୁଇଟି ବଡ ନଦୀର ନାମ ଗଙ୍ଗା ଓ ବ୍ରହ୍ମପୁତ୍ର । ଆଧୁନିକ ଭାରତର ରାଜଧାନୀ ନାମ ନୂଆଦିଲ୍ଲୀ । ଭାରତର ଶ୍ରେଷ୍ଟ ମରୁଭୂମିର ନାମ ଥର୍ । ଭାରତର ଉଚ୍ଚତମ ପର୍ବତଶୃଙ୍ଗ ମାଉଣ୍ଟ ଏଭାରେଷ୍ଟ । ଜାତିସଂଘର ପ୍ରଥମ ମହିଳା ଅଧକ୍ଷ୍ୟା ଶ୍ରୀମତୀ ବିଜୟଲକ୍ଷ୍ମୀ ପଣ୍ଡିତ । ଭାରତର ପ୍ରଚଳିତ ମୁଦ୍ରାର ନାମ ଟଙ୍କା । ବିଭାଗ - ୬ ପ୍ରଶ୍ନ ଭାରତର ସଂସଦର ନାମ କ’ଣ ? ଭାରତର ଜାତୀୟ ସଙ୍ଗୀତ କ’ଣ ? ଭାରତର ବେତାର କେନ୍ଦ୍ରର ନାମ କ’ଣ ? କେବେ ଭାରତର ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଭାରତରେ ଉତ୍ତୋଳନ କରାଯାଇଥିବା ପ୍ରଥମ ପତାକା କାହା ଦ୍ଵାରା ଓ କେଉଁଠି ଉତ୍ତୋଳିତ ହୋଇଥିଲା ? ଭାଇଜାଟପଟନମର ନୂତନ ନାମ କଣ ? ପାଟଳୀପୁତ୍ରର ନୂତନ ନାମ କଣ ? ବନାରସର ନୂତନ ନାମ କଣ ? ଇନ୍ଦ୍ରପ୍ରସ୍ଥର ନୂତନ ନାମ କଣ ? ଭାରତର ବିମାନ ବନ୍ଦରଗୁଡିକର ନାମ କୁହ ? ଉତ୍ତର ଭାରତର ସଂସଦର ନାମ ପାର୍ଲ୍ଯାମେଣ୍ଟ (ସାଂସଦ) । ଭାରତର ଜାତୀୟ ସଙ୍ଗୀତ ‘ଜନ – ଗଣ – ମନ ଅଧି ନାୟକ’ । ଭାରତର ବେତାର କେନ୍ଦ୍ରର ନାମ ଏ. ଆଇ. ଆର. । ୧୯୦୬ ମସିହା ଅଗଷ୍ଟ ୭ ତାରିଖ ଦିନ ଭାରତର ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଭାରତରେ ଉତ୍ତୋଳନ କରାଯାଇଥିବା ପ୍ରଥମ ପତାକା ସୁରେନ୍ଦ୍ରନାଥ ବାନାର୍ଜୀଙ୍କ ଦ୍ଵାରା କାଳିକତାଠାରେ ଉତ୍ତୋଳିତ ହୋଇଥିଲା । ଭାଇଜାଟପଟନମର ନୂତନ ନାମ ବିଶାଖାପଟନମ୍ । ପାଟଳୀପୁତ୍ରର ନୂତନ ନାମ ପାଟନା । ବନାରସର ନୂତନ ନାମ ବାରାଣାସୀ । ଇନ୍ଦ୍ରପ୍ରସ୍ଥର ନୂତନ ନାମ ଦିଲ୍ଲୀ । ଭାରତର ବିମାନ ବନ୍ଦରଗୁଡିକର ନାମ ଦମଦମ୍, ଶାନ୍ତାକୃଜ, ପାଲାମ, ରାଜାସେନସି, ମିନାମବୋକମ । ବିଭାଗ - ୭ ପ୍ରଶ୍ନ ଭାରତରେ ବହୁଳ ଭାବେ ଦେଖାଦେଉଥିବା ଖଣିଜ ପଦାର୍ଥଗୁଡିକର ନାମ କୁହ ? ଭାରତର ବୃହତ୍ତମ ନଗର କିଏ ? ଭାରତର ଗୁପ୍ତଚର ସଂସ୍ଥା ନାମ କଣ ? ଭାରତର ରାଷ୍ଟ୍ରୀୟ ସଙ୍କେତ କଣ ? ଭାରତର ରାଷ୍ଟ୍ରମୁଖ୍ୟଙ୍କ ବାସଭବନର ନାମ କଣ ? ଭାରତର ସର୍ବୋଚ୍ଚ ଉପାଧିର ନାମ କଣ ? ଶିଖ ଧର୍ମର ପ୍ରବର୍ତ୍ତକ କିଏ ? ବୌଦ୍ଧ ଧର୍ମର ପ୍ରବର୍ତ୍ତକ କିଏ ? ସନାତନ ଧର୍ମର ପ୍ରବର୍ତ୍ତକ କିଏ ? ମହିମା ଧର୍ମର ପ୍ରବର୍ତ୍ତକ କିଏ ? ଉତ୍ତର ଭାରତରେ ବହୁଳ ଭାବେ ଦେଖାଦେଉଥିବା ଖଣିଜ ପଦାର୍ଥଗୁଡିକର ନାମ କୋଇଲା, ଲୁହାପଥର ଏବଂ ମାଙ୍ଗାନିଜ । ଭାରତର ବୃହତ୍ତମ ନଗର ମୁମ୍ବାଇ (ଏହା ବିଶ୍ଵରେ ଦଶମ ସ୍ଥାନ ଅଧିକାର କରିଛି ) । ଭାରତର ଗୁପ୍ତଚର ସଂସ୍ଥା ନାମ ସି. ବି. ଆଇ. । ଭାରତର ରାଷ୍ଟ୍ରୀୟ ସଙ୍କେତ ଅଶୋକ ଚକ୍ର । ଭାରତର ରାଷ୍ଟ୍ରମୁଖ୍ୟଙ୍କ ବାସଭବନର ନାମ ରାଷ୍ଟ୍ରପତି ଭବନ । ଭାରତର ସର୍ବୋଚ୍ଚ ଉପାଧିର ନାମ ଭାରତ ରତ୍ନ । ଶିଖ ଧର୍ମର ପ୍ରବର୍ତ୍ତକ ଗୁରୁ ନାନକ । ବୌଦ୍ଧ ଧର୍ମର ପ୍ରବର୍ତ୍ତକ ଗୌତମ ବୁଦ୍ଧ । ସନାତନ ଧର୍ମର ପ୍ରବର୍ତ୍ତକ ସଙ୍କରାଚାର୍ଯ୍ୟ । ମହିମା ଧର୍ମର ପ୍ରବର୍ତ୍ତକ ଭୀମ ଭୋଇ । ବିଭାଗ – ୮ ପ୍ରଶ୍ନ ବୈଷ୍ଣବ ଧର୍ମର ପ୍ରବର୍ତ୍ତକ କିଏ ? ଜୈନ ଧର୍ମର ପ୍ରତୀକ କ’ଣ ? ଇସଲାମ ଧର୍ମର ପ୍ରତୀକ କ’ଣ ? କେବେ ରେଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ? ରେଳ ନିର୍ମାଣ ହେବାର ତିନିବର୍ଷ ପରେ କେଉଁଠାରୁ କେଉଁଠାକୁ ରେଳପଥ ଉଦଘାଟିତ ହେଲା ? କେବେ କଲିକତାଠାରେ ଗୋଟିଏ ମେଡିକାଲ କଲେଜ ଖୋଲାଯାଇ ପାଶ୍ଚାତ୍ୟ ଚିକିତ୍ସା ବିଜ୍ଞାନରେ ଶିକ୍ଷା ଦିଆଗଲା ? ଦିଲ୍ଲୀର ଲାଲକିଲ୍ଲା କିଏ ନିର୍ମାଣ କରିଥିଲେ ? ଜାଲିଆନାୱାଲାବାଗ ହତ୍ୟାକାଣ୍ଡ କେବେ ଘଟିଥିଲା ? କେବେ ମହାତ୍ମାଗାନ୍ଧୀ ‘ପୂର୍ଣସ୍ଵରାଜ’ ପ୍ରସ୍ତାବ ଆଗତ କଲେ ? କେଉଁ ଦିବସତିକୁ ‘ପୂର୍ଣସ୍ଵରାଜ’ ଦିବସ ରୂପେ ପାଳନ କରାଯାଇଥିଲା ? ଉତ୍ତର ବୈଷ୍ଣବ ଧର୍ମର ପ୍ରବର୍ତ୍ତକ ଶ୍ରୀ ଚୈତନ୍ୟ । ଜୈନ ଧର୍ମର ପ୍ରତୀକ ନିଆଁହୁଳା । ଇସଲାମ ଧର୍ମର ପ୍ରତୀକ ଅର୍ଦ୍ଧଚନ୍ଦ୍ର ସହିତ ତାରା । ୧୮୫୦ ମସିହାରେ ରେଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ରେଳ ନିର୍ମାଣ ହେବାର ତିନିବର୍ଷ ପରେ ମୁମ୍ବାଇ ଠାରୁ ଥାନେ ପର୍ଯ୍ୟନ୍ତ ୧୮୫୩ ମସିହାରେ ରେଳପଥ ଉଦଘାଟିତ ହେଲା । ୧୮୩୫ ମସିହା କଲିକତାଠାରେ ଗୋଟିଏ ମେଡିକାଲ କଲେଜ ଖୋଲାଯାଇ ପାଶ୍ଚାତ୍ୟ ଚିକିତ୍ସା ବିଜ୍ଞାନରେ ଶିକ୍ଷା ଦିଆଗଲା । ଦିଲ୍ଲୀର ଲାଲକିଲ୍ଲା ମୋଗଲ ସମ୍ରାଟ ଶାହାଜାହାନ ନିର୍ମାଣ କରିଥିଲେ । ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ୧୯୧୯ ମସିହା ଏପ୍ରିଲ ୧୩ ତାରିଖରେ ଘଟିଥିଲା । ୧୯୨୯ ମସିହା ଡିସେମ୍ବର ୩୧ ତାରିଖ ଦିନ ଲାହୋର ସହରରେ ଜାତୀୟ କଂଗ୍ରେସ ଅଧିବେଶନରେ ମହାତ୍ମାଗାନ୍ଧୀ ‘ପୂର୍ଣସ୍ଵରାଜ’ ପ୍ରସ୍ତାବ ଆଗତ କଲେ । ୧୯୩୦ ମସିହା ଜାନୁୟାରୀ ମାସ ୨୬ ତାରିଖ ଦିବସଟିକୁ ଦିବସତିକୁ ‘ପୂର୍ଣସ୍ଵରାଜ’ ଦିବସ ରୂପେ ପାଳନ କରାଯାଇଥିଲା । ବିଭାଗ – ୯ ପ୍ରଶ୍ନ କେବେ ଗାନ୍ଧୀ କେଉଁ ଆଶ୍ରମରୁ ସମୁଦ୍ର କୂଳରେ ଅବସ୍ଥିତ ଦାଣ୍ଡି ନାମକ ସ୍ଥାନକୁ ଦୀର୍ଘ ପଦଯାତ୍ରା ଆରମ୍ଭ କଲେ ? କେବେ ଓ କିଏ ତାଙ୍କର ପ୍ରସିଦ୍ଧ ପାକିସ୍ଥାନ ପ୍ରସ୍ତାବ ଆଗତ କରିଥିଲେ ? କେବେ ସୁବାସ ଚନ୍ଦ୍ର ବୋଷ ଆତ୍ମଗୋପନ କରି ଭାରତ ବାହାରକୁ ଚାଲିଯାଇଥିଲେ ? କେବେ ମୁସଲିମ୍ ଲିଗ୍ ଜନ୍ମଲାଭ କଲା ? ରାମକୃଷ୍ଣ କେବେ ଓ କେଉଁଠି ଜନ୍ମଲାଭ କରିଥିଲେ ? ରାମକୃଷ୍ଣଙ୍କ ପ୍ରଧାନ ଶିଷ୍ୟଙ୍କ ନାମ କଣ ଥିଲା ? ‘ବେଦକୁ ଫେରିଯାଅ’ ବୋଲି କିଏ କହିଥିଲେ ? ଦୟାନନ୍ଦ ସରସ୍ଵତୀ ମୁମ୍ବାଇଠାରେ କ’ ଣ ପ୍ରତିଷ୍ଠା କଲେ ଓ କେବେ ? କେବେ ଓ କେତେ ବର୍ଷ ବୟସରେ ବିବେକାନନ୍ଦ ଦେହତ୍ୟାଗ କଲେ ? ତିପୁ ସୁଲତାନ କିଏ ? ଉତ୍ତର ୧୯୩୦ ଖ୍ରୀ:ଅ: ମାର୍ଚ୍ଚ ମାସ ୧୨ ତାରିଖ ଦିନ ଗାନ୍ଧୀ ତାଙ୍କର ସାବରମତୀ ଆଶ୍ରମରୁ ସମୁଦ୍ର କୂଳରେ ଅବସ୍ଥିତ ଦାଣ୍ଡି ନାମକ ସ୍ଥାନକୁ ଦୀର୍ଘ ପଦଯାତ୍ରା ଆରମ୍ଭ କଲେ । ମହମ୍ମଦ ଅଲ୍ଲୀ ଜିନ୍ନା ୧୯୪୦ ଖ୍ରୀ:ଅ: ରେ ତାଙ୍କର ପ୍ରସିଦ୍ଧ ପାକିସ୍ଥାନ ପ୍ରସ୍ତାବ ଆଗତ କରିଥିଲେ । ୧୯୪୧ ମସିହାରେ ସୁବାସ ଚନ୍ଦ୍ର ବୋଷ ଆତ୍ମଗୋପନ କରି ଭାରତ ବାହାରକୁ ଚାଲିଯାଇଥିଲେ । ୧୯୦୬ ମସିହା ଡିସେମ୍ବର ମାସରେ ମୁସଲିମ୍ ଲିଗ୍ ଜନ୍ମଲାଭ କଲା । ରାମକୃଷ୍ଣ ୧୮୩୬ ଖ୍ରୀ:ଅ: ରେ ବଙ୍ଗଦେଶରେ ହୁଗୁଳି ଜିଲ୍ଲାରେ ଜନ୍ମଲାଭ କରିଥିଲେ । ରାମକୃଷ୍ଣଙ୍କ ପ୍ରଧାନ ଶିଷ୍ୟଙ୍କ ନାମ ବିବେକାନନ୍ଦ (ନରେନ୍ଦ୍ର ନାଥ ଦତ୍ତ) ଥିଲା । ‘ବେଦକୁ ଫେରିଯାଅ’ ବୋଲି ସ୍ଵାମୀ ଦୟାନନ୍ଦ ସରସ୍ଵତି କହିଥିଲେ । ଦୟାନନ୍ଦ ସରସ୍ଵତୀ ମୁମ୍ବାଇଠାରେ ୧୮୭୫ ମସିହାରେ ପ୍ରତିଷ୍ଠା କଲେ ଓ ଆର୍ଯ୍ୟ ସମାଜ । ୧୯୦୨ ମସିହାରେ ମାତ୍ର ୩୯ ବର୍ଷ ବୟସରେ ବିବେକାନନ୍ଦ ଦେହତ୍ୟାଗ କଲେ । ତିପୁ ସୁଲତାନ ମହୀଶୂରର ଶାସକ । ବିଭାଗ – ୧୦ ପ୍ରଶ୍ନ ‘ଦସ୍ତକ’ କ’ଣ ? ସିପାହୀ ବିଦ୍ରୋହର ପ୍ରଥମ ଶହୀଦ କିଏ ଥିଲେ ? ମଙ୍ଗଲ ପାଣ୍ଡେ କିଏ ? ସିପାହୀ ବିଦ୍ରୋହ ସମୟରେ ମୋଗଲ ସମ୍ରାଟ୍ କିଏ ଥିଲେ ? କେଉଁଠାରୁ ପ୍ରଥମେ ସିପାହୀ ବିଦ୍ରୋହ ଆରମ୍ଭ ହେଲା ? ଝାନସୀରେ କିଏ ସିପାହୀ ବିଦ୍ରୋହର ନେତୃତ୍ଵ ନେଇଥିଲେ ? କାନପୁରରେ କିଏ ସିପାହୀ ବିଦ୍ରୋହର ନେତୃତ୍ଵ ନେଇଥିଲେ ? ଟାନ୍ତିଆ ଟୋପି କିଏ ? ସିପାହୀ ବିଦ୍ରୋହରେ ଭାଗ ନେଇଥିବା ୨ ଜଣ ଓଡିଶାର ପ୍ରସିଦ୍ଧ ବିଦ୍ରୋହୀଙ୍କ ନାମ କୁହ ? ମାହିମା ଧର୍ମୀମାନେ କେଉଁ ଗୋଟିଏ ଦିନକୁ ସେମାନଙ୍କର ପର୍ବ ଭାବେ ପାଳନ୍ତି ? ଉତ୍ତର ‘ଦସ୍ତକ’ କମ୍ପାନୀର ପଣ୍ୟଦ୍ରବ୍ୟ ପରିବହନ ନିମନ୍ତେ ମୁକ୍ତ ବାଣିଜ୍ୟ ଅନୁମତିପତ୍ର । ସିପାହୀ ବିଦ୍ରୋହର ପ୍ରଥମ ଶହୀଦ ମଙ୍ଗଲ ପାଣ୍ଡେ ଥିଲେ । ମଙ୍ଗଲ ପାଣ୍ଡେ ବାରାକପୁରସ୍ଥିତ ବଙ୍ଗ ରେଜିମେଣ୍ଟର ଜଣେ ବ୍ରାହ୍ମଣ ସିପାହୀ । ସିପାହୀ ବିଦ୍ରୋହ ସମୟରେ ମୋଗଲ ସମ୍ରାଟ୍ ମୋଗଲ ସମ୍ରାଟ୍ ଦ୍ଵିତୀୟ ବାହାଦୁର ଶାହା ଥିଲେ । ବାରାକପୁରଠାରୁ ପ୍ରଥମେ ସିପାହୀ ବିଦ୍ରୋହ ଆରମ୍ଭ ହେଲା । ଝାନସୀରେ ରାଣୀ ଲକ୍ଷ୍ମୀବାଇ ସିପାହୀ ବିଦ୍ରୋହର ନେତୃତ୍ଵ ନେଇଥିଲେ । କାନପୁରରେ ନାନା ସାହେବ ସିପାହୀ ବିଦ୍ରୋହର ନେତୃତ୍ଵ ନେଇଥିଲେ । ଟାନ୍ତିଆ ଟୋପି ନାନା ସାହେବଙ୍କ ମନ୍ତ୍ରୀ । ସିପାହୀ ବିଦ୍ରୋହରେ ଭାଗ ନେଇଥିବା ୨ ଜଣ ଓଡିଶାର ପ୍ରସିଦ୍ଧ ବିଦ୍ରୋହୀଙ୍କ ନାମ ଚାଖି ଖୁଣ୍ଟିଆ ଓ ବୀର ସୁରେନ୍ଦ୍ର ସାଏ। ମାହିମା ଧର୍ମୀମାନେ ମାଘମାସ ପୁର୍ଣିମା ଦିନଟିକୁ ସେମାନଙ୍କର ପର୍ବ ଭାବେ ପାଳନ୍ତି । ବିଭାଗ – ୧୧ ପ୍ରଶ୍ନ ୧୫୫୬ ମସିହାରେ କେଉଁ ଯୁଦ୍ଧ ହୋଇଥିଲା ? ୧୭୬୧ ମସିହାରେ କେଉଁ ଯୁଦ୍ଧ ସଂଗଠିତ ହୋଇଥିଲା ? ୧୫୭୬ ମସିହାରେ କେଉଁ ଯୁଦ୍ଧ ସଂଗଠିତ ହୋଇଥିଲା ? ୧୭୫୭ ମସିହାରେ କେଉଁ ଯୁଦ୍ଧ ସଂଗଠିତ ହୋଇଥିଲା ? ୧୮୫୭ ମସିହାରେ କେଉଁ ଯୁଦ୍ଧ ସଂଗଠିତ ହୋଇଥିଲା ? ୧୯୬୨ ମସିହାରେ କେଉଁ ଯୁଦ୍ଧ ହୋଇଥିଲା ? ୧୯୬୫ ମସିହାରେ କେଉଁ ଯୁଦ୍ଧ ହୋଇଥିଲା ? ୧୯୭୧ ମସିହାରେ କେଉଁ ଯୁଦ୍ଧ ହୋଇଥିଲା ? ଉତ୍ତର ୧୫୫୬ ମସିହାରେ ଦ୍ଵିତୀୟ ପାନିପଥ ଯୁଦ୍ଧ ହୋଇଥିଲା । ୧୭୬୧ ମସିହାରେ ତୃତୀୟ ପାନିପଥ ଯୁଦ୍ଧ ସଂଗଠିତ ହୋଇଥିଲା । ୧୫୭୬ ମସିହାରେ ହଲଦିଘାଟ ଯୁଦ୍ଧ ସଂଗଠିତ ହୋଇଥିଲା । ୧୭୫୭ ମସିହାରେ ପଲାଶୀ ଯୁଦ୍ଧ ସଂଗଠିତ ହୋଇଥିଲା । ୧୮୫୭ ମସିହାରେ ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମ ବା ସିପାହୀ ବିଦ୍ରୋହ ଯୁଦ୍ଧ ସଂଗଠିତ ହୋଇଥିଲା । ୧୯୬୨ ମସିହାରେ ଭାରତ – ଚୀନ ଯୁଦ୍ଧ ହୋଇଥିଲା । ୧୯୬୫ ମସିହାରେ ଭାରତ – ପାକିସ୍ଥାନ ଯୁଦ୍ଧ ହୋଇଥିଲା । ୧୯୭୧ ମସିହାରେ ଦ୍ଵିତୀୟ ଭାରତ – ପାକିସ୍ଥାନ ଯୁଦ୍ଧ ହୋଇଥିଲା । ଆଧାର - ଇତିହାସ ପୃଷ୍ଠା