ବିଭାଗ - ୧ ପ୍ରଶ୍ନ ‘ସିଦ୍ଧାନ୍ତ ଦର୍ପଣ କେଉଁ ମହାନ୍ ବୈଜ୍ଞାନିକଙ୍କ କୃତୀ ? ଆସ୍ପିରିନ୍ରର ଉଦ୍ଭାବକ କିଏ ? ୧ ସେଣ୍ଟିମିଟର = କେତେ ଇଞ୍ଚ ? ମଣିଷର କାନ ଅତି ବେଶିରେ କେତେ ତୀବ୍ରତାର ଧ୍ୱନି ସହିପାରେ ? ଫିଜିଓଲୋଜି ଓ ଭେଷଜ ବିଜ୍ଞାନ ପାଇଁ ୧୯୯୧ ନୋବେଲ ପୁରସ୍କାର କିଏ ପାଇଛନ୍ତି ? ଆମ ସୌରଜଗତର ଶନି ବ୍ୟତୀତଅନ୍ୟ କେଉଁ ଗ୍ରହର ବଳୟ ଅଛି ବୋଲି ଆନୁମାନ କରାଯାଉଛି ? କଲେରା ରୋଗର ଜୀବାଣୁ ନାମ କଣ ? ପରମାଣୁ ବୋମା ପ୍ରଥମେ କେଉଁ ବୈଜ୍ଞାନିକ ପ୍ରସ୍ତୁତ କରିଥିଲେ ? ସୂର୍ଯ୍ୟଙ୍କଠାରୁ ଆସୁଥିବା ସମସ୍ତ ବିକିରଣର କେତେକ ଅଂଶଆମର ପ୍ରକୃତ ଆବଶ୍ୟକ ପଡିଥାଏ ? ଯଦି ଆମ ବାୟୁମଣ୍ଡଳରେ ଏବେ ଥିବା ଅଙ୍ଗରକାମ୍ଲ ଗ୍ୟାସର ପରିମାଣ ଦୁୟୀଗୁଣିତ ହୁଏ ତେବେ ବାୟୁମଣ୍ଡଳ ହାରାହାରି ତାପମାତ୍ରା କିପରି ପରିବର୍ତ୍ତନ ହେବ ? ଉତ୍ତର ପାଠାଣି ସାମନ୍ତଙ୍କ ନାମରେ ଓଡିଶାର ପୁରପଲ୍ଲୀରେ ପରିଚିତ ସାମନ୍ତ ଚନ୍ଦ୍ର ଶେଖର ମହାପାତ୍ର ହେଉଛନ୍ତି ସିଦ୍ଧାନ୍ତ ଦର୍ପଣର ସ୍ରଷ୍ଟା। ୧୮୮୯ ମସିହାରେ ଜର୍ମାନୀର ବିଶେଷଜ୍ଞ ଡ୍ରେସର ଆସ୍ପିରିନ ଉଦ୍ଭାବନ କରିଥିଲେ । ୧ ସେ। ॰ମି =୦.୩୯୪ ଇଞ୍ଚ । ମଣିଷର କାନ ପର୍ଦ୍ଦା ଅତି ବେଶିରେ ୧୨୦ ଡେସିବେଲ ତୀବ୍ରତାର ଧ୍ୱନି ସହ୍ୟ କରିପାରିବ ଧ୍ୱନିର ତୀବ୍ରତା ତା’ଠୁଁ ଅଧିକହେଲେ ପର୍ଦ୍ଧା ଫାଟିଯାଇପାରେ ବା ବଧିରତା ସୃଷ୍ଟି ହୋଇ ପାରେ । ଜର୍ମାନୀର ୨ ଜଣ ବୈଜ୍ଞାନିକ ଏରୱିନ ନେହେରଓ ବଟ ସ୍ୟାକ୍ ମ୍ୟାନ୍ ଫିଜିଓଲୋଜି ଓ ଭେଷଜ ବିଜ୍ଞାନ (ମେଡିସିନ୍) ପାଇଁ ୧୯୯୧ ରେ ନୋବେଲ ପୁରସ୍କାର ପାଇ ଛନ୍ତି । ଭୟେଜର -୨ ଯାନର ତଥ୍ୟ ଆନୁଯାୟୀ ଶନି ବ୍ୟତୀତ ନେପ୍ ଚ୍ୟୁନ ଗ୍ରହର ମଧ୍ୟରେ ୫ ଟି ବଳୟ ରହିଛି । କଲେରା ବା ହଇଜା ରୋଗର ଜୀବାଣୁ ହେଉଛି ବ୍ୟାସିଲସ୍ ନାମକ ବ୍ୟକ୍ଟେରିୟା ଏହାକୁ ଭିବ୍ରିଓ କଲେରା ମଧ୍ୟ କୁହାଯାଏ। ଅଟୋ ହ୍ୟାନ ସୂର୍ଯ୍ୟଙ୍କ ଠାରୁ ଆସୁଥିବା ବିକିରଣର ମାତ୍ରା ।୦.୦୨ % ଅଂଶ ହିଁ ଆମେ ଆବଶ୍ୟକ କରିଥାଉ । ବାୟୁମଣ୍ଡଳ ରେ ଅଙ୍ଗାରକାମ୍ଳ ଗ୍ୟାସ ର ପରିମାଣ ଦ୍ଵି ଗୁଣିତ ହେଲେ ବାୟୁମଣ୍ଡଳର ଉତ୍ତାପ ୧.୫ ଡିଗ୍ରୀରୁ ୪.୫ ଡିଗ୍ରୀ ସେଣ୍ଟିଗ୍ରେଡ ବଢିଯିବ । ବିଭାଗ - ୨ ପ୍ରଶ୍ନ ଓଜୋନ ଏକ ନିଷ୍କ୍ରିୟ ଗ୍ୟାସ କି ? ବିଶ୍ଵବ୍ରଦ୍ମଣ୍ଡର କେନ୍ଦ୍ର ପୃଥିବୀ ନୁହେଁ ବୋଲି ପ୍ରଥମେ କେବେ ଓ କେଉଁ ପାଶ୍ଚାତ୍ୟ ବୈଜ୍ଞାନିକ ଘୋଷଣା କଲେ ? ଆଲୋକରଶ୍ମିର ଏକ ଅଦୃଶ୍ୟ ଚାପ ରହିଛି ବୋଲି କିଏ ଆବିଷ୍କାର କରିଥିଲେ ? ବିଶ୍ଵବ୍ରଦ୍ମଣ୍ଡର ‘ଅବିରାମ ସୃଷ୍ଟି ମତବାଦ କେଉଁ ବୈଜ୍ଞାନିକ ପ୍ରକାଶ କରିଥିଲେ ? ଗୋଟିଏ ମୁକ୍ତ କ୍ଳୋରିନ ଆଣୁ କେତୋଟି ଓଜନ ଅଣୁକୁ ଭାଙ୍ଗି ନଷ୍ଟ କରିଦେଇପାରେ ? କେଉଁ ଉଦ୍ଭିଦକୁ ‘ବୁଢା ମଣିଷ ଦାଢି ‘ ବୋଲିକୁହାଯାଏ ? ହୟାଲିଙ୍କ ଧୂମକେତୁ କେତେ ବର୍ଷ ଅନ୍ତରରେ ଥରେ ପୃଥିବୀର ନିକଟବରତି ହୋଇଥାଏ ? ମ୍ୟାଗ୍ନେସିୟମ ଫିତା ଖଣ୍ଡେ ଜଳାଇଲେ କେଉଁ ରଙ୍ଗର ଆଲୋକ ଶିଖା ବାହାରେ ? କେଉଁ ବୈଜ୍ଞାନିକ ମାଧ୍ୟା କର୍ଷଣ ଶକ୍ତି ବିଷୟରେ ବିଶ୍ଵକୁ ଧାରଣା ଦେଇଥିଲେ ? ‘ସିଷ୍ଟମ୍ ଅଫ୍ ଦି ୱାଲର୍ଡ’ ଲେଖକ କିଏ ? ଉତ୍ତର ଓଜନ ଏକ ନିଷ୍କ୍ରିୟ ଗ୍ୟାସ ନୁହେଁ । ପୃଥିବୀ ବିଶ୍ଵବ୍ରହ୍ମାଣ୍ଡର କେନ୍ଦ୍ର ନୁହେଁ ବୋଲି ୧୫୪୩ ମସିହାରେ ପୋଲାଣ୍ଡ ଜ୍ୟୋତିର୍ବିଜ୍ଞାନୀ ନିକୋଲାସ କୋପରନିକସ ଘୋଷଣା କରିଥିଲେ । ଆଲୋକରଶ୍ମୀର ଏକ ଅଦୃଶ୍ୟ ଚାପ ରହିଛି ବୋଲି ଗତ ଶତାବ୍ଦୀର ଶେଷ ଦଶକରେ ରୁଷୀୟ ପଦାର୍ଥ ବିଜ୍ଞାନୀ ପିଓତର ଲିଭେଦେଭ ଆବିଷ୍କାର କରିଥିଲେ । ଥୋମାସ୍ ଗୋଲଡ୍ ଓ ନର୍ମାନ ବଣ୍ଡି ଅବିରାମ ସୃଷ୍ଟି ମତବାଦର ପ୍ରଣେତା । ଗୋଟିଏ ମୁକ୍ତ କ୍ଳୋରିନ ଅଣୁ ପ୍ରାୟ ୧୦୦,୦୦୦ ଟି ଓଜୋନ ଆଣୁକୁ ଭାଙ୍ଗି ଦେଇପାରେ । ‘ଆସ୍ନିଆ ‘ ନାମକ ଏକ ଉଦ୍ଭିଦ (pteridophyte) କୁ “ବୁଢାମଣିଷର ଦାଢି” ବୋଲି କୁହାଯାଏ ହ୍ୟାଲିଙ୍କ ଧୂମକେତୁ ପ୍ରତି ୭୬ ବର୍ଷରେ ଥରେ ପୃଥିବୀକୁ ଦୃଷ୍ଟି ଗୋଚର ହୋଇ ଥାଏ । ମ୍ୟାଗ୍ନେସିୟମ ଫିତା ଖଣ୍ଡେ ଜଳାଇଲେ ଉଜ୍ଵଳନୀଳ ରଙ୍ଗର ଆଲୋକଶିଖା ପ୍ରଦାନ କରେ । ସାର୍ ଆଇଜାକ ନିଉଟନ ସର୍ବେ ପ୍ରଥମେ ମାଧ୍ୟାକର୍ଷଣ ଶକ୍ତି ବିଷୟରେ ବିଶ୍ଵକୁ ଧାରଣା ଦେଇଥିଲେ । ସିଷ୍ଟମ୍ ଅଫ୍ ଦି ୱାଲର୍ଡ’ ର ଲେଖା କ ହେଲେ ନିଉଟନ୍ । ବିଭାଗ - ୩ ପ୍ରଶ୍ନ ବିଶ୍ଵବ୍ରହ୍ମାଣ୍ଡରେ ଗୁଡିଏ ନିହାରିକା ବା ଛାୟା ପଥ ରହିଛି ବୋଲି ପ୍ରଥମେ କିଏ କହିଥିଲେ ? ‘ବିଗବ୍ୟାଙ୍ଗ’ ମତବାଦ କିଏ ଘୋଷଣା କରିଥିଲେ ? ସୂର୍ଯ୍ୟଙ୍କ ଦେହରୁ ଆସୁଥିବା ତାପ ବିକିରଣରୁ ପୃଥିବୀର ଓଜୋନ୍ ସ୍ତର କେତେ ତାପ ଆହାରଣ କରିଥା ଏ ? ସୂର୍ଯ୍ୟଙ୍କ ବ୍ୟତୀତ ପୃଥିବୀର ଅନ୍ୟ ନିକଟତମ ତାରକା କିଏ ? ଭୂମିକମ୍ପ ସାଧାରଣତଃ କେତେ ପ୍ରକାରର ? ପୃଥିବୀ ପୃଷ୍ଟରେ ମୋଟ କେତେ ପରିମାଣରେ ଜଳ ରହିଛି ? ଗୋଟିଏ ସୁସ୍ଥ ଜୀବକୋଷର ଶତକଡା କେତେ ଭାଗ ପାଣି ଥାଏ ? ମଣିଷ ଶରୀରେ ଶତକଡା କେତେ ଭାଗ ଗନ୍ଧକ ଥାଏ ? ବିଦ୍ୟୁତ ଚାର୍ଜର ଆକର୍ଷଣ ଓ ବିକର୍ଷଣ ସମ୍ପର୍କୀୟ ନିୟମ କିଏ ବ୍ୟବାହାର କରିଥିଲେ ? ଭୂତାଣୁର ଆବିଷ୍କାରକ କିଏ ? ଉତ୍ତର ଆମେରିକୀୟ ମହାକାଶ ବିଜ୍ଞାନୀ ଏଡୱିନ୍ ପି । ହୋବଲ୍ ବିଶ୍ଵବ୍ରହ୍ମାଣ୍ଡରେ ଗୁଡିଏ ଛାୟା ପଥ ରହିଛି ବୋଲି ପ୍ରଥମେ ଦର୍ଶାଇ ଥିଲେ । ବେଲଜିୟମର ଜଣେ ଧର୍ମଯାଜକ ତଥା ମହାକାଶ ବିଜ୍ଞାନୀ ଆଏବ ଜର୍ଜି ଲୋମାଟେରଙ୍କ ବିଶ୍ଵ ସୃଷ୍ଟି ସମ୍ପର୍କରେ ମତକୁ ପରେ ବିଗବ୍ୟାଙ୍ଗ ମତବାଦ କୁହାଗଲା । ପୃଥିବୀର ଓଜୋନ ସ୍ତର ସୂର୍ଯ୍ୟଙ୍କ ପାଖରୁ ଆସୁ ଥିବା ତାପଶକ୍ତି ବିକିରଣର ଶତକଡା ୨ଭାଗ ଆହାରଣ କରିଥାଏ। ସୂର୍ଯ୍ୟଙ୍କୁ ବାଦ ଦେଲେ ପୃଥିବୀର ନିକଟତମ ତାରକା ହେଲା ପ୍ରକସିମା ସେଣ୍ଟାଉରୀ। ଏହା ପୃଥିବୀ ଠାରୁ ୪.୨ ଆଲୋକ ବର୍ଷ ଦୂରରେ ଅବସ୍ଥିତ । ଭୂମିକମ୍ପ ସାଧାରଣତଃ ୨ ପ୍ରକାର ଅଗ୍ନି ଉଦ୍ଗୀରଣଜନିତ ଓ ଶିଳା ଚ୍ୟୁତଜନିତ । ପୃଥିବୀ ପୃଷ୍ଟରେ ମୋଟ ପ୍ରାୟ ୧,୪୬୦,୦୦୦,୦୦୦,ଘନ କିଲୋମିଟର ପରିମାଣରେ ଜଳରହିଛି ବୋଲି ଏକ ହିସାବରୁ ଜଣାଯାଏ । ଗୋଟିଏ ସୁସ୍ଥ ଜୀବକୋଷରେ ପ୍ରାୟ ୭୦ ପରିସତ ପାଣି ରହିଥାଏ । ମଣିଷ ଶରୀରରେ ଶତକଡା ୦.୨୫ ଭାଗ ଗନ୍ଧକ ଥାଏ । ଫ୍ରାନ୍ସର ଚାର୍ଲସ୍ ଅଗଷ୍ଟିନ୍ କୁଳମ୍ବ ବିଦ୍ୟୁତ୍ ଚାର୍ଜର ଆକର୍ଷଣ ଓ ବିକର୍ଷଣର ନିୟମ ବାହାର କରିଥିଲେ । ଡିମିଟ୍ରି ଇଭାନୋଭିସ୍କି ୧୮୯୨ ମସିହାରେ ପ୍ରଥମେ ଭାଇରସ ବା ଭୂତାଣୁ ଆବିଷ୍କାର କରିଥିଲେ । ବିଭାଗ - ୪ ପ୍ରଶ୍ନ ୱାଟସନ୍ ଓ କ୍ରିକ ସର୍ବ ପ୍ରଥମେ ଡି ,ଏନ,ଏ ର ଗଠନ (ଡବଲ ହେଲିକ୍ସ ସଂରଚନା ) ବିଷୟରେ ଧାରଣା ଦେଇଥିଲେ ? ଡି,ଏନ୍,ଏ ୪ ଟି ରାସାୟନିକ ଦ୍ରବ୍ୟର ସଂଯୋଜନାରେ ଗଠିତ । ଏହି ଦ୍ରବ୍ୟ ଗୁଡିକୁ ସାଧାରଣତଃ ଏ ,ଜି,ସି ଓ ଟି କୁହାଯାଇଥାଏ । ତେବେ ଏହି ଅକ୍ଷର ଗୁଡିକର ପ୍ରକୃତ ଅର୍ଥ କଣ ? ବରଗଛ ର ବୈଜ୍ଞାନିକ ନାମ କଣ ? ସୂର୍ଯ୍ୟଙ୍କ କିରଣ ମହାଶୂନ୍ୟ ଦେଇ ଆସି ପୃଥିବୀପୃଷ୍ଠରେ ପଡିବାକୁ କେତେ ସମୟ ଲାଗେ ? ଆଇ, ଆର, ଏସ -୧ (କ) ନାମକ ଉପଗ୍ରହକୁ କେବେ ମହାକାଶ କୁ ପଠାଯାଇଥିଲା ? ସମାନ ଓଜନର ବରଫ ଓ ପାଣି ଅଲଗା ଅଲଗା ନେଇ ବରଫକୁ ତରଳାଇ ଦେଲେ କାହାର ପରିମାଣ ଅଧିକ ହେବ ଏକ କିଲୋ ଗ୍ରାମ ଲୁହା ଓ ଏ କିଲୋଗ୍ରାମ ତୁଳା ନେଇ ପୁଣି ଏହାକୁ ବାୟୁ ସ୍ଥାନରେ ଓଜନ କଲେ କାହାର ଓଜନ ଅଧିକା ହବ ? ମଣିଷ ହୃତପିଣ୍ଡଓ ବେଙ୍ଗ ହୃତପିଣ୍ଡ ମଧ୍ୟ ରେ ମୌଳିକ ପଭେଦ କଣ ? ସେଫଟି ଲ୍ୟାମ୍ପର ଉଦ୍ଭାବକ କିଏ ? ରିକେଟ୍ ରୋଗ ଏକ ଭୂତାଣୁ ଜନିତ ରୋଗ କି ? ଉତ୍ତର ୱାଟସନ ଓ କ୍ରିକ୍ ଡି ,ଏନ,ଏ,ର,(ଡବଲ ହେଲିକ୍ସ ସଂରଚନା) ବିଷୟରେ ଦେଇଥିବା ଧାରଣା 'ନେଚର ' ପତ୍ରିକାରେ ପ୍ରକାଶିତ ହୋଇଥିଲା । ଏ-ଆଡେନାଇନ, ଜି-ଗୁଆନିନ୍ ,ସି-ସାଇଟୋସିନ , ଟି-ଥାୟାମିନ୍ । ବରଗଛର ବୈଜ୍ଞାନିକ ନାମ ହେଲା ଫିକସ୍ ବେଘାଂ ଲେନ୍ସିସ୍ । ସୂର୍ଯ୍ୟଙ୍କ କିରଣ ମହାଶୂନ୍ୟ ଦେଇ ଆସି ପୃଥିବୀପୁଷ୍ଟରେ ପଡିବାକୁ ୮ ମିନିଟ ସମୟ ନେଇଥାଏ । ଆଇ ,ଆର,ଏସ -୧ (କ) ମହାକାଶ ଯାନକୁ ୧୯୮୮ ମସିହା ମାର୍ଚ ୧୭ ତାରିଖରେ ମହାକାଶକୁ ଛଡା ଯାଇଥିଲା ସମାନ ଓଜନର ବରଫ ଓ ପାଣି ନେଇ ବାଫକୁ ତରଲାଇ ଦେଲେ ଉଭୟଙ୍କର ପରିମାଣ ସମାନ ହେବ । ତୁଳାର ଉଜାଣ ଆଧିକା ହେବ । ମଣିଷ ହୃତପିଣ୍ଡରେ ୪ ଟି କୋଠରି ଥାଏ ମାତ୍ର ବେଙ୍ଗର ହୃତପିଣ୍ଡରେ ୩ ଟି କୋଠରି ଥାଏ । ସାର ହାମ୍ପ୍ରି ଦେଭି ହେଉଛନ୍ତି ସେପ୍ଟି ଲାମ୍ପର ଉଦ୍ଭାବକ । ରିକେଟ୍ ଭୂତାଣୁଜନିତ ରୋଗ ନୁହେଁ । ବିଭାଗ - ୫ ପ୍ରଶ୍ନ ଭକ୍ୟୁମ ଭିତରେ ଶବ୍ଦର ସେକେଣ୍ଡ ପିଛା ବେଗ କେତେ ? ଚୁମ୍ବକ ତମ୍ବାକୁ ଆକର୍ଷଣ କରେ କି ? ବିବର୍ତ୍ତନବାଦ ବିଷୟରେ ପ୍ରଥମେ କେଉଁ ବୈଜ୍ଞାନିକ ଧାରଣା ଦେଇଥିଲେ ? ଅସରପା ଓ ଚିଙ୍ଗୁଡି କେଉଁ ଶ୍ରେଣୀର ପ୍ରାଣୀ ? ଧାନଗଛର ବୈଜ୍ଞାନିକ ନାମ କ’ଣ ? ଗୋଟିଏ ପରିବାହିର ଦୁଇ ମୁଣ୍ଡରେ ଥିବା ବିଦ୍ୟୁତ ବିଭବ ପାର୍ଥକ୍ୟକୁ କେଉଁ ଏକକରେ ମପାଯାଏ ? ରକ୍ତମନ୍ଦାର ଫୁଲ ଲାଲ କାହିଁକି ? ଏନଯାଇମ ଏକପ୍ରକାର ପ୍ରୋଟିନ କି ? ଅଷ୍ଟ୍ରୋଡୋମିକଳ ୟୁନିଟ (AU) କ’ଣ ? ସୁନାର ପରୁମାନୁ ଓଜନ କେତେ ? ଉତ୍ତର ଶବ୍ଦତରଙ୍ଗ ଗତି କରିବା ପାଇଁ ଏକ ମାଧ୍ୟମ ଦରକାର କରିଥାଏ ଭାକ୍ୟୁମ୍ ବା ଶୂନ୍ୟତା ଭିତରେ ତେଣୁ ଏହା ଆଦୈ ଗତି କରିପାରେ ନାହିଁ । ଚୁମ୍ବକ ତମ୍ଭାକୁ ଆକର୍ଷଣ କରି ନ ଥାଏ । ବିବର୍ତ୍ତନବାଦ ସମ୍ପର୍କରେ ପ୍ରଥମେ ଚାର୍ଲସ ଡାରୱିନ୍ ସଠିକ ଭାବରେ ଧାରଣା ଦେଇଥିଲେ । ଆସରପା ଓ ଚିଙ୍ଗୁଡି ‘ସନ୍ଧିପଦ’ ଜାତୀୟ ପ୍ରାଣୀ । ଧାନଗଛର ବୈଜ୍ଞାନିକ ନାମ (ଉଦ୍ଭିଦ ବିଜ୍ଞାନ ସମ୍ମତ ) ହେଲା ଓରାଇଜ ସାଟିଭା । ଗୋଟିଏ ପରିବାହିର ବିଦ୍ୟୁତ ବିଭବ ପାର୍ଥକ୍ୟକୁ ଭୌଲ୍ଟରେ ମପାଜାଏ । ରକ୍ତମନ୍ଦାର ଫୁଲରେ ଅନେକ ରଙ୍ଗବିହୀ କନିକା ଥାଆନ୍ତି , ଯେଉଁମାନେ କି ସୂର୍ଯ୍ୟଙ୍କ କିରଣରୁ ଲାଲ ରଙ୍ଗ ବ୍ୟତୀତ ଅନ୍ୟସବୁ ରଙ୍ଗ ଶୋଷି ନେଇଥାନ୍ତି । ମାତ୍ର ଲାଳ ରଙ୍ଗକୁ ଆହରଣ କରିନ ପାରି ପ୍ରତି ଫଳିତ କରନ୍ତି । (ଏହା କେବଳ ରକ୍ତମନ୍ଦାର ଫୁଲ ପାଇଁ ନୁହେଁ, ପ୍ରତେକ ଲାଲ ଫୁଲ କ୍ଷେତ୍ରରେ ଘଟି ଥାଏ ତେଣୁ ଫୁଲଟି ଲାଲ ଦିଶେ । ସବୁ ଏନ୍ଜାଇମ ପ୍ରୋଟିନ ଅଟନ୍ତି । ନକ୍ଷତ୍ର ନକ୍ଷତ୍ର ମଧ୍ୟରେ ଥିବା ବ୍ୟାପକ ଦୂରତ୍ଵକୁ ମାପିବା ପାଇଁ ବ୍ୟବହୃତ ଏକକକୁ ଅଷ୍ଟ୍ରୋନୋମିକାଳ ୟୁନିଟ କୁହାଯାଏ । ୧ AU = ୯୨,୮୫୭,୦୦୦ ମାଇଲ ବା ୧୪୯,୬୦୦,୦୦୦,କିମି । ସୁନାର ପରମାଣୁ ଓଜନ ୧୯୬-୯୬୬୫-ବା ୧୯୭.୦ । ବିଭାଗ - ୬ ପ୍ରଶ୍ନ କଇଁଛ କେଉଁ ଶ୍ରେଣୀର ପ୍ରାଣୀ ?(ସ୍ତନ୍ୟପାୟୀ , ଉଭୟଚର , ସେରୀସୃପ ) ଚଳନ୍ତା ଟ୍ରେନରେ ବସି ବଲଟିଏ ସିଧା ଉପରକୁ ପକାଗଲେ ତାହା ପୁଣି ଆସି ହାତରେ ପଡିବ କି ? ସିନ୍ଥେଟିକ୍ (ରାସାୟନିକ ବା କୃତିମ ) ପେନ୍ସିଲିନ୍ର ପ୍ରସ୍ତୁତକର୍ତ୍ତା ଗତ କିଛି ବର୍ଷ ତଳେ ମୃତୁବରଣ କରିଛନ୍ତି । ତାଙ୍କ ନାମ କଣ । ଅମ୍ଳଜାନ ଜଳରେ ଦ୍ରବଣୀୟ କି ? ଏ ପର୍ଯ୍ୟନ୍ତ ଆବିଷ୍କୃତ ହୋଇ ଥିବା ସବୁଠୁଁ ବଡ ଗ୍ରହାଣୁ ପୁଞ୍ଜ ନାମ କଣ ? ପରମାଣୁ ନାଭିକରେ ପ୍ରୋଟନ ଓ ନ୍ୟୁଟ୍ରନ ସଂଖ୍ୟା ସମାନ ଥାଏ କି ? ଭାରତରେ ଏ ପର୍ଯ୍ୟନ୍ତ କେତେ ପ୍ରକାର ପକ୍ଷୀ ଚିହ୍ନଟ ସାରିଲେଣି ? ଏବେ ଭାରତରେ ବର୍ଷକୁ କେତେ ହାରରେ ଜଙ୍ଗଲ ନଷ୍ଟ ହେଉ ଥିବାର ରେକଡ଼ କରାଯାଇଛି ? ଆଲୋକ ଭାସ୍ଲେସନ ପ୍ରକ୍ରିୟାରେ ବୃକ୍ଷଲତା ବାୟୁ ମଣ୍ଡଳୁ କେଉଁ ଗ୍ୟାସଗ୍ରହଣ କରିଥାନ୍ତି ? ପରମାଣବିକ ବିକିରଣ (ରଶ୍ମୀ)କେତେ ପ୍ରକାରର ? ଉତ୍ତର କଇଁଛ ସରୀସୃପ ଶ୍ରେଣୀର ପ୍ରାଣୀ ଅଟେ । ଚଳନ୍ତା ଟ୍ରେନରେ ବସି ବଲଟିଏ ସିଧା ଉପରକୁ ପକାଇଲେ ତାହା ଫୁଣି ଆସି ହାତରେ ପଡିବ ସୁନ୍ଥେଟିକ୍ ପେନସିଲିନର ଉଦ୍ଭାବକ ହେଉଛନ୍ତି ଡଃ ଜନ୍ , ସି ସିହାନ୍ । ଅମ୍ଳଜାନ ଜଳରେ ଦ୍ରବଣୀୟ । ଏ ପର୍ଯ୍ୟନ୍ତ ଆବୀରସ୍କୃତ ଗ୍ରହାଣୁ ପୁଞ୍ଜ ମାନଙ୍କ ମଧ୍ୟରୁ ସେରେସ୍ ହେଉଛି ସବୁଠୁ ବଡ ଗ୍ରହାନୁପୁଞ୍ଜ ପରମାଣୁର ନାଭିକରେ ଥିବା ପ୍ରୋଟନ ଓ ନିଉଟ୍ରନ ସଂଖ୍ୟା ସବୁବେଳେ ସମାନ ନୁହେଁ । ଭାରତେ ଏ ପର୍ଯ୍ୟନ୍ତ ୧୨ ହଜାରରୁ କିଛି ଆଧିକ ଜାତିର ପକ୍ଷୀ ଚିହ୍ନଟ ସରିଲାଣି ଏବେ ଭାରତରେ ବର୍ଷକୁ ପ୍ରାୟ ୧୩ ହଜାର ବର୍ଗ କି,ମି, ପରିମିତ ଜଙ୍ଗଲ ଅଞ୍ଚଳ କ୍ଷୟ ହୋଇ ଚାଲିଛି । ଆଲୋକ ଭାଶ୍ଲେଷଣ ପ୍ରକ୍ରିୟା ରେ ବୃକ୍ଷଲତା ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ୟାସଗ୍ରହଣ କରି ଥାନ୍ତି । ପାରମାଣବିକ ବିକିରଣ (ରଶ୍ମୀ) ୩ ପ୍ରକାର । ବିଭାଗ - ୭ ପ୍ରଶ୍ନ ଅସର୍ପା କେଉଁ ଜାତିର ପ୍ରାଣୀ ? ଆଲୋକର କେଉଁ ପ୍ରକ୍ରିୟା ବା (phenomenon) ଯୋଗୁଁ ମରୀଚିକା ସୃଷ୍ଟି ହୁଏ ଗୋଟିଏ ଦଣ୍ଡ ଚୁମ୍ବକର ଦୁଇ ପାର୍ଶ୍ଵ ଉତରମେରୁ ଓ ଦକ୍ଷିଣମେରୁ ସୂଚିତ କରେ । ଏହି ଚୁମ୍ବକଟିକୁ ମଝିରୁ ଦୁଇଖଣ୍ଡ କରି କେବଳ ଉତ୍ତରମେରୁ ପଟଟି ନିୟାଗଲା । ତା’ର ଭଙ୍ଗା ପଟଟି କେଉଁ ମେରୁ ସୁଚାଇବ ? ଗଛମାନେ ସେମାନଙ୍କ ଆବଶ୍ୟକତା ଠାରୁ ଯଥେଷ୍ଟ ଅଧିକ ଜଳ ଭୂମିରୁ ସଂଗ୍ରହ କରନ୍ତି । ସେଗୁଡିକୁ ସେମାନେ କରନ୍ତି କଣ । ଆମର ଶ୍ରବଣ ଜନ୍ତ୍ର ବା କର୍ଣ୍ଣକୁ କେତେ ଭାଗରେ ବିଭକ୍ତ କରାଯାଇପାରେ ? ବୁଧ ଗ୍ରହର ଆବର୍ତ୍ତନ ସମୟ ଓ ପରିକ୍ରମଣ ସମୟ କେତେ ? ଆଲୁମିନିୟମ ଧାତୁ ପିଣ୍ଡକୁ କଣ କୁହାଯାଏ ? ରେ (ରଶ୍ମୀ)ର ଉଦ୍ଭାବକ କିଏ ଓ କେବେ କରିଥିଲେ ? ଜଣେ ସୁସ୍ଥ ଲୋକର ଶରୀରରେ କେତେ ଶତକଡା ମ୍ୟାଗ୍ନେସିୟମ ରହିଥାଏ ? ‘ଏକ୍ସ-ରେ’ ଦ୍ଵାରା ରକ୍ତନଳିଗୁଡ଼ିକର ଅଧ୍ୟୟନକୁ କଣ କୁହନ୍ତି ? ଉତ୍ତର ଅସର୍ପା ସନ୍ଧିପଦ ଜାତୀୟ ପ୍ରାଣୀ । ଆଲୋକର ପୂର୍ଣ୍ଣ ଆଭ୍ୟନ୍ତରୀଣ ପ୍ରତି ଫଳନ ଯୋଗୁଁ ମରୀଚିକା ସୃଷ୍ଟି ହୁଏ । ଦଣ୍ଡ ଚୁମ୍ବକର ଭଙ୍ଗା ପଟଟି ଦକ୍ଷିଣ ମେରୁ ସୂଚାଇବ। ଭୂମିରୁ ଗ୍ରହଣ କରୁଥିବା ଆଧିକ ପରିମାଣର ଜଳକୁ ଗଛ ମାନେ ଟ୍ରାନ୍ସପିରେସନ ପ୍ରକ୍ରିୟାରେ ବାୟୁମଣ୍ଡଳୁ ପଠାଇ ଦିଅନ୍ତି । ତା’ ଛଡା ଅନ୍ୟ କେତେକ ଉପାୟରେ ଗଛ ମାନେ ମଧ୍ୟ ବଳକା ପାଣି ନିଷ୍କାସନ କରି ନେଇଥାନ୍ତି । ଆମର ଶ୍ରବଣ ଜନ୍ତ୍ର ବା କର୍ଣ୍ଣର ୩ଟି ବିଭାଗ ରହିଛି ଅନ୍ତଃକର୍ଣ୍ଣ ମଧ୍ୟକର୍ଣ୍ଣ ଓ ବାହ୍ୟକର୍ଣ୍ଣ । ପୂର୍ବରୁ ବୁଧ ଗ୍ରହର ଆବର୍ତ୍ତନ ଓ ପରିକ୍ରମଣ ସମୟକୁ ୮୮ ଦିନ ବୋଲି ଧାରା ଯାଉଥିଲା । ମାତ୍ର କେତେକ ଅତ୍ୟାଦଧୁନିକ ରାଡ଼ାର ପରୀକ୍ଷଣକୁ ଏବେ ଜଣାପଡୁଛି ଯେ ବୁଧ ଗ୍ରହର ଆବର୍ତ୍ତନ ସମୟ ୫୮୬୫ ଦିନ ଓ ପରିକ୍ରମଣ ସମୟ ୮୮ ଦିନ ଆଲୁମିନିୟମ ଧାତୁ ପିଣ୍ଡକୁ ବକ୍ସାଇଟ୍ କୁହାଯାଏ । ଜର୍ମାନୀର ୱିଲିୟମ ରଣ୍ଟଜେନ୍ ୧୮୮୯ ଖ୍ରୀଷ୍ଟାବ୍ଦରେ ରଞ୍ଜନ ରଶ୍ମି ବା ଏକ୍ସରେ ଉଦ୍ଭାବନ କରିଥିଲେ । ଜଣେ ସୁସ୍ଥ ଲୋକର ଶରୀରରେ ଶତକଡା ପ୍ରାୟ ୦.୦୫ ଭାଗ ମ୍ୟାଗ୍ନେସିୟମ ରହିଥାଏ । ଏକ୍ସରେ ଦ୍ଵାରା ରକ୍ତ ନଳିକାର ଅଧ୍ୟୟନ କୁ ଆଞ୍ଜିଓ ଗ୍ରାଫି କୁହାଯାଏ ? ବିଭାଗ - ୮ ପ୍ରଶ୍ନ ମଣିଷ ଶରୀରରେ ପ୍ରାୟ କେତେ ଝାଳଗ୍ରନ୍ଥି ରହିଥାଏ ? ମଣିଷ ଶରୀରରେ କେତେ ଜିନ୍ ଆଛନ୍ତି ବୋଲି ଏବେ ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି । ପେଟ ଭିତରେ ଓ ଛାତି ଗହ୍ଵରକୁ କିଏ ଅଲଗା କରିଥାଏ ? ଭିଟାମିନ ବି-୨ କୁ କଣ କୁହାଯାଏ ? ମହାକାଶଯାନ ଗାଲିଲିଓ ୧୯୯୧ ମସିହା ଅକ୍ଟୋବର ମାସରେ କେଉଁ ଗ୍ରହାଣୁର କ୍ଳୋଜ୍ଅପ୍ ଫଟୋ ଉଠାଇଥିଲେ ? ଲୋହିତ ରକ୍ତ କଣିକା ଶରୀରର କେଉଁଠି ପ୍ରସ୍ତୁତ ହୋଇଥାଏ ? ସିଂକୋନା ଗଛରୁ କେଉଁ ଅତ୍ୟାବଶ୍ୟକୀୟ ଔଷଧ ପ୍ରସ୍ତୁତ କରାଯାଏ ? ଆଲୋକ ଶୂନ୍ୟତା ବା ଭାକ୍ୟୁମ ମଧ୍ୟରେ ଗତି କରିପାରେ କି ? ନିଉଟନଙ୍କ ଜନ୍ମ ତାରିଖ କେବେ ? ଲୁହାର କଳଙ୍କିର ରାସାୟନିକ ନାମ କ’ଣ ? ଉତ୍ତର ମଣିଷ ଶରୀରରେ ଥିବା ଝାଳଗ୍ରନ୍ଥି ଗୁଡିକର ପ୍ରକୃତ ସଂଖ୍ୟା ନିର୍ଣ୍ଣୟ କରିବା ସମ୍ଭବ ନୁହେଁ ତେବେ ପାରିପାର୍ଶ୍ଵିକ ପରିସ୍ଥିତି ଓ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ହିସାବ କରି ବୈଜ୍ଞାନିକମାନେ ଏହି ଗ୍ରନ୍ଥି ମାନଙ୍କର ସଂଖ୍ୟା ୪୦ ହଜାରରୁ ୨୦ ଲକ୍ଷ ବୋଲି କହିଥାନ୍ତି । ମଣିଷ ଶରୀରରେ ପ୍ରାୟ ୫୦ ହଜାର ପର୍ଯ୍ୟନ୍ତ ଜିନ୍ ରହିଥାନ୍ତି ବୋଲି ଏବେ ବୈଜ୍ଞାନିକମାନେ ମତ ଦିଅନ୍ତି । ପେଟ ଭିତରେ ଛାତି ଗହ୍ଵରକୁ ମଧ୍ୟଚ୍ଛଦା ବା ଡ୍ରାଇଫ୍ରାଗମ ଅଲଗା କରିଥାଏ । ଭିଟାମିନ୍ ଖ-୨ କୁ ରାଇବୋ ଫ୍ଲୋବିନ କୁହାଯାଏ । ମହାକାଶଯାନ ଗାଲିଲିଓ ୧୯୯୧ ଅକ୍ଟୋବର ମାସରେ ଗ୍ୟାସ୍ପା ଗ୍ରହାଣୁର କ୍ଳୋଜ୍ଅପ୍ ଫୋଟୋ ଉଠାଇଥିଲେ । ଲୋହିତ ରକ୍ତ କଣିକା ଶରୀରର ଲାଲ ଅସ୍ଥିମଜ୍ଜାରେ ଓ କେତେବେଳେ ସ୍ପ୍ଲିନ୍ ନାମକ ଗ୍ରନ୍ଥିରେ ପ୍ରସ୍ତୁତ ହୋଇଥାଏ ସିଂକୋନା ଗଛରୁ କୁୟୀ ନାଇନ ପ୍ରସ୍ତୁତ ହୋଇ ଥାଏ । ହଁ, ଆଲୋକ ଅନ୍ୟାନ୍ୟ ମାଧ୍ୟମ ଅପେକ୍ଷା ଭାକ୍ୟୁମ୍ ବା ଶୂନ୍ୟତା ମାଧ୍ୟମରେ ଭଲ ଭାବେ ଗତି କରିପାରେ । ଅନେକ ପୁସ୍ତକରେ ନିଉଟନଙ୍କ ଜନ୍ମ ତାରିଖ ଡିସେମ୍ବର ୨୫ ,୧୬୪୨ ବୋଲି ଉଲ୍ଲେଖ ଅଛି ଓ ସେଥିପାଇଁ ତାଙ୍କୁ ଆନେକ କ୍ରିଷ୍ଟମାସ ବା ଏକସମାସମାସ ବାଳକ ବ୍ୟକ୍ତି ବୋଲି ମଧ୍ୟ କହନ୍ତି । ତେବେ ତାହା ପ୍ରକୃତରେ ଠିକ୍ ନୁହେଁ । ତାଙ୍କ ଜନ୍ମ ସମୟରେ ଇଂଲଣ୍ଡରେ ପ୍ରଚଳିତ ଥିବା ଜୁଲିଏନ୍ କ୍ୟାଲେଣ୍ଡରଆନୁସାରେ ତାହା ଡିସେମ୍ବର ୨୫ । ମାତ୍ର ଏବେ ପ୍ରଚଳିତ କ୍ୟାଲେଣ୍ଡର ଆନୁସାରେ ତାଙ୍କ ପ୍ରକୃତ ଜନ୍ମ ତାରିଖ ୧୬୪୩ ମସିହା ଜାନୁଆରୀ ୪ ତାରିଖ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ଲୁହାର କଳଙ୍କି ହେଉଛି ଲୌହ ଆକ୍ସାଇଡ (ଫେରିକ୍ ଅକ୍ସାଡ୍)ଓ ଲୌହ ହାଇଡ୍ରକ୍ସାଇଡର ମିଶ୍ରଣ । ବିଭାଗ - ୯ ପ୍ରଶ୍ନ କଳଙ୍କିହୀନ ଇସ୍ପାତ ତିଆରିରେ ନିମୋକ୍ତ କେଉଁ ଧାତୁ ବ୍ୟବହୃତ ହୁଏ ? ଚିଙ୍ଗୁଡି ଏକ ପ୍ରକାର ମାଛକି ? ଖଣିଜ ତୈଳ ଅଣ ପାରମ୍ପରିକ ଶକ୍ତି ଉଶ୍ଚ କି ? ମିଥେନ ଗ୍ୟାସର ରାସାୟନିକ ସଂକେତ କଣ ? ମହୁମାଛି ଟିଏ ବିନ୍ଧିଦେବା ବା ଦଂଶନ କରିବା ସମୟରେ ତା ‘ ଶରୀରରେ କେତୋଟି ପେଶି ବ୍ୟଭାର କରେ ? ହାଇଗ୍ରୋ ମିଟରରେ କଣ ମପାଜାଏ ? ସୁପର୍ସୋନିକ ଶବ୍ଦର ଗତି ମାପିବାକୁ ବ୍ୟବହୃତ ଏକକ କଣ ? ମଣିଷର ମଧ୍ୟ କର୍ଣ୍ଣରେ ୩ ଟି ଲେଖାଏଁ ଛୋଟ ହାଡ ଥାଏ । ସେଗୁଡିକ ନାମ କ’ଣ ? ପାକସ୍ଥଳିରୁ ଝରୁଥିବା ଜଠର ରସରେ କେଉଁ ଅମ୍ଳରହି ଥାଏ ଓ ତାହାର ନାମ କ’ଣ ? ତାପ ବିକିରଣ (Heat radiation) ମାପିବା ପାଇଁ କେଉଁ ଜନ୍ତ୍ର ବ୍ୟବହୃତ ହୁଏ ? ଉତ୍ତର କଳଙ୍କିହୀନ ଇସ୍ପାତରେ କ୍ରୋମିୟମ ଧାତୁ ବ୍ୟବହୃତ ହୋଇଥାଏ । ଚିଙ୍ଗୁଡି ଏକ ମାଛ ନୁହେଁ । ଏହା ସନ୍ଧିପଦ ଜାତୀୟ ଏକ ପ୍ରାଣୀ । ଖଣିଜ ତୈଳ ଏକ ପାରମ୍ପରିକ ଶକ୍ତି ଉଶ୍ଚ । ମିଥେନ୍ ଗ୍ୟାସର ରାସାୟନିକ ସଂକେତ ହେଲା –CH4 । ମହୁମାଛିଟିଏ ବିନ୍ଧିଦେବା ବା ଦଂଶନ କରିବା ସମୟରେ ତା’ ଶରୀରର ୨୨ଟି ପେଶୀ କାମ କରିଥାଏ । ହାଇଗ୍ରୋ ମିଟରରେ ବାୟୁମଣ୍ଡଳ ରେ ଜଳୀୟ ବାଷ୍ପର ପରିମାଣ ବା ଆପେକ୍ଷିକ ଆଦ୍ରତା ମପାଜାଏ । ସୁପର୍ସୋନିକ ଶବ୍ଦର ଗତି ମାପିବା ପାଇଁ ବ୍ୟବହୃତ ଏକକକୁ ମ୍ୟାକ କୁହାଯାଏ । ମଧ୍ୟ କର୍ଣ୍ଣରେ ଥିବା ତିନୋଟି ହାଡ ହେଲା ଅଙ୍କୁଶିକା , ପର୍ଯ୍ୟନିକା ଓ ମୁନ୍ଦରିକା । ପାକସ୍ଥଳୀରୁ ଝରୁଥିବା ଜଠର ରସରେ ଲବଣାମ୍ଲ ରହିଥାଏ ଏହା ଖାଦ୍ୟରେ ଥିବା ଜୀବାଣୁ ମାନଙ୍କୁ ନଷ୍ଟ କରିଦିଏ । କେଁ ସୁଗାରକୁ ଗ୍ଳୁକୋଜରେ ପରିବର୍ତନ କରେ ଓ ଖାଦ୍ୟ ପାଚନରେ ମଧ୍ୟ ସାହାର୍ଯ୍ୟ କରେ ତାପ ବିକିରଣ ମାପିବା ପାଇଁ ରେଡିଓ ଓ ମାଇକ୍ରୋମିଟର ବ୍ୟବହୃତ ହୋଇଥାଏ । ବିଭାଗ – ୧୦ ପ୍ରଶ୍ନ ଆଲକେମୀ କ'ଣ ? ମଣିଷକୁ ନେଇ ମହାକାଶକୁ ଯାଉଥିବା ପ୍ରଥମ ମହାକାଶଯାନ କ'ଣ ଓ ଏହା କେବେ ମହାକାଶକୁ ଯାତ୍ରା କରିଥିଲା ? ସୂର୍ଯ୍ୟ ନିଜ କକ୍ଷପଥରେ (ଆକାଶଗଙ୍ଗା ଛାୟାପଥର କେନ୍ଦ୍ର ଚାରିପଟେ ) ଘଣ୍ଟାକୁ କେତେ କି.ମି. ବେଗରେ ଗତି କରେ ? ସର୍ବପ୍ରଥମ ଆବିଷ୍କୃତ ହୋଇଥିବା ହର୍ମୋନର ନାମ କ'ଣ ? ଓଜୋନ୍ ଗ୍ୟାସ୍ କୁ ପ୍ରଥମେ କିଏ ଚିହ୍ନଟ କରିଥିଲେ ? ଆୟୋଡିନ୍ ଥାଇରଏଡ୍ ଗ୍ରନ୍ଥିର କେଉଁ ଏନ୍ଜାଇମ୍ ସୃଷ୍ଟି କରିବାରେ ସହାୟକ ହୋଇଥାଏ ? କେଉଁ ଗ୍ରହର ଆକାର ପୃଥିବୀର ଆକାର ସହ ପାଖାପାଖି ସମାନ ? ଆଇନ୍ଷ୍ଟିନିୟମ୍ ( ପରମାଣୁ କ୍ରମାଙ୍କ ୯୯ ) ଧାତୁର ଆବିଷ୍କାରକ କିଏ ? ଗୋଟିଏ ଏଟିପି (ଆଡେନୋସିନ୍ ଟ୍ରାଇ ଫସ୍ଫେଟ୍)ଅଣୁ ବିଭାଜିତ ହେଲେ କେତେ ଶକ୍ତି ବାହାରିଥାଏ ? ଗତ ୧୫୦ ବର୍ଷ ମଧ୍ୟରେ କେଉଁ ବର୍ଷ ପୃଥିବୀର ହାରାହାରି ତାପମାତ୍ରା ସବୁଠୁ ଅଧିକ ଥିଲା ? ଉତ୍ତର ପୂର୍ବକାଳରେ ରାସାୟନ ବିଜ୍ଞାନକୁ ଆଲ୍କେମୀ କୁହାଯାଉଥିଲା । ମଣିଷକୁ ନେଇ ମହାକାଶକୁ ଯାତ୍ରା କରିଥିବା ପ୍ରଥମ ମହାକାଶ ଯାନ ହେଲା ଭୋସ୍ତକ । ୪.୬୫ ଟନ୍ ଓଜନ ବିଶିଷ୍ଟ ଏହି ଯାନ ୧୯୬୧ ଏପ୍ରିଲ ୧୨ ତାରିଖରେ ମହାକାଶକୁ ଯାତ୍ରା କରିଥିଲା । ସୂର୍ଯ୍ୟ ଆକାଶଗଙ୍ଗା ଛାୟାପଥର ଚାରିପଟେ ନିଜ କକ୍ଷପଥରେ ଘୂରିଲାବେଳେ ସେକେଣ୍ଡକୁ ପ୍ରାୟ ୨୫୦ କି.ମି. ବେଗରେ ଗତି କରିଥାଏ । ସର୍ବପ୍ରଥମ ଆବିଷ୍କୃତ ହୋଇଥିବା ହର୍ମୋନ୍ ର ନାମ ହେଲା ଆଡ୍ରେନାଲିନ୍ । ୧୮୯୪ ମସିହାରେ ସ୍କାଫର ଓ ଅଲିଭରଙ୍କ ଦ୍ଵାରା ଏହା ଆବିଷ୍କୃତ ହୋଇଥିଲା । ଓଜୋନ୍ ଗ୍ୟାସ୍ କୁ ପ୍ରଥମେ ଜର୍ମାନୀର ସ୍କୋନବେଇନ୍ ୧୮୪୦ ମସିହାରେ ଆବିଷ୍କାର କରିଥିଲେ । ଆୟୋଡିନ୍ ଥାଇରଏଡ୍ ଗ୍ରନ୍ଥିରେ ଥାଇରକ୍ସିନ୍ ଏନଜାଇମ୍ ସୃଷ୍ଟି କରିବାରେ ସହାୟକ ହୋଇଥାଏ । ଶୁକ୍ର ଗ୍ରହର ଆକାର ପୃଥିବୀର ଆକାର ସହ ପାଖାପାଖି ସମାନ । ଆଇନ୍ଷ୍ଟିନିୟମ ଧାତୁ ( ପରମାଣୁ କ୍ରମାଙ୍କ ୯୯) ର ଆବିଷ୍କାରକ ହେଲେ ଏ. ଘଅର୍ସ୍କୋ ଓ ତାଙ୍କ ସହଯୋଗୀ । ଗୋଟିଏ ଏ.ଟି.ପି. ଅଣୁ ବିଭାଜିତ ହେଲେ ପ୍ରାୟ ୭,୫୦୦ କ୍ୟାଲୋରୀ ଶକ୍ତି ବାହାରିଯାଏ । ଗତ ୧୫୦ ବର୍ଷରେ ୧୯୯୦ ମସିହାରେ ପୃଥିବୀର ତାପମାତ୍ରା ସବୁଠୁ ଅଧିକ ରେକର୍ଡ କରାଯାଇଛି । ଆଧାର – ବିଜ୍ଞାନ ପ୍ରଭା