କାଠି ବ୍ୟବହାର କରି ଗଣି କାର୍ଯ୍ୟସହ ଆମେ ବେସ ପରିଚିତ । ଗୋଟି ଗୋଟି କରି ଗଣିବା ବା ଦଶଟିକିଆ ବିଦା ଓ ଗୋଟିକିଆ କାଠି ସାହାଯ୍ୟରେ ଗଣିତ କାର୍ଯ୍ୟ ପ୍ରାୟ ସମସ୍ତେ ପ୍ରଥମେ ,ଦ୍ଵିତୀୟ ଶ୍ରେଣୀ କରିଥାନ୍ତି । କାଠି ବ୍ୟବହାର କରି ଆଉ କେତେ ପ୍ରକାର ଗଣିତ ଶିକ୍ଷା କରିହେବ ଏଠାରେ ଦର୍ଶଯାଇଛି । ସ୍ଥାନୀୟମାନ ଖେଳ ଦୁଇଜଣ ପିଲା ବା ୫ ଜଣ କରି ଦୁଇଟି ଦଳପିଲା ଏହି ଖେଳ ଖେଳିପାରିବେ । ଏଥିପାଇଁ ରଙ୍ଗର ଯଥା :ଲାଲ , ଓ ଧଳା କାଠି ଆବଶ୍ୟକ । ଲାଲ ରଙ୍ଗର କାଠିକୁ ୯ ଖଣ୍ଡ ଏବଂ ଧଳା ରଙ୍ଗର କାଠିରୁ ୯ ଖଣ୍ଡ ଏପରି ୧୮ ଖଣ୍ଡ ସମାନ ଦୈର୍ଘ୍ୟ ବିଶିଷ୍ଟ ସାରୁ କାଠି ( ଆନୁମାନିକ ୧୫ ସେମି ବା ୨୦ ସେମି ) ଏବଂ ଅନ୍ୟଏକ ମୁନିଆ କାଠି (୨୫ ରୁ ୩୦ ସେମି ) ଦରକାର । ଖେଳିବେ କିପରି ଚଟାଣରେ ଗୋଟିଏ ବୃତ୍ତ ( ଆନୁମାନିକ ୨୦ ସେମି ବ୍ୟାସାର୍ଦ୍ଧ ବିଶିଷ୍ଟ) ଚକ ଖଡିରେ ଆଙ୍କି ଦିଅନ୍ତୁ । ଗୋଟିଏ ଦଳର ଜଣେ ପିଲା ୧୮ ଟି କାଠିକୁ ମିଶାଇ ବୃତ୍ତ କେନ୍ଦ୍ରରେ ଠିଆକରି ଆଙ୍ଗୁଠି ସାହାଯ୍ୟରେ ବୁଲାଇ ଏପରି ପକାନ୍ତୁ ଯେପରି କାଠଗୁଡିକୁ ବୃତ୍ତ ମଧ୍ୟରେ ଖେଳାଇ ହୋଇ ପଡିବ । ଅନ୍ୟ ଦଳର ଜଣେ ପିଲା ବଡ ମୁନିଆ କାଠି ସାହାଯ୍ୟରେ କାଠିଗୁଡିକୁ ଗୋଟି ଗୋଟି କରି ବୃତ୍ତ ବାହାରକୁ ଆଣିବେ ଯେପରି ଅନ୍ୟ କୌଣସି କାଠି ହଲି ନ ଯାଏ । ଯେତେବେଳେ ଏପରି କାଠି ଉଠାଇବା ସମୟରେ ତଳେ ଥିବା କାଠି ସାମାନ୍ୟ ହଲିଯାଏ , ସେତେବେଳେ ସେହିଦଳ ମୁନିଆ କାଠିଟିକୁ ଦ୍ଵିତୀୟ ଦଳକୁ ଦେବେ ଓ ଦ୍ଵିତୀୟ ଦଳ ସେହିପରି କାଠି ଅଲଗା କରି ସଂଗ୍ରହ କରିବେ । ଖେଳ ଶେଷରେ ପ୍ରତ୍ୟେକ ଦଳ ନିଜ କାଠିକୁ ଗଣିବେ । ପ୍ରତ୍ୟେକ ଧଳାକାଠି ପାଇଁ ଗୋଟିଏ ପଏଣ୍ଟ ଓ ପ୍ରତ୍ୟେକ ଲାଲ ରଙ୍ଗର କାଠି ପାଇଁ ୧୦ ପଏଣ୍ଟ ହିସାବ କରିବେ । ଏହା ଦ୍ଵାରା ଦୁଇ ଅଙ୍ଗ ବିଶିଷ୍ଟ ସଂଖ୍ୟାର ସ୍ଥାନୟମାନ ବୁଝିହେବ । (୧ ମ ଓ ୨ ୟ ଶ୍ରେଣୀ ) ଏଥିରେ ହଳଦିଆ ରଙ୍ଗର ୯ ଟି କାଠି ମିଶାଇଲେ ତିନିଅଙ୍କ ବିଶିଷ୍ଟ ସଂଖ୍ୟା ଗଢିବା ସହ ସେମାନଙ୍କର ସ୍ଥାନୟୟମାନ ଜାଣିହେବ । (୩ ୟ ୪ର୍ଥ ଶ୍ରେଣୀ ) ଗୁଣନ ଖେଳ କାଠି ବ୍ୟବହାର କରି ଗୁଣନ କରିବା କେତେ ସହଜ ଆସନ୍ତୁ ଦେଖିବା । ୨X ୧ ଗୁଣନଫଳ ପାଇବା ପାଇଁ ଦୁଇଟି କାଠିକୁ ସମାନ୍ତର ଭାବେ ରଖିଦେବା ଓ ଅନ୍ୟ ଗୋଟିଏ କାଠିକୁ ଏହି ଦୁଇକାଠିର ଛେଦକ ଭାବେ ରଖିବା । ଛେଦବିନ୍ଦୁଗୁଡିକ ଗଣିବା । ଏଠାରେ ଦୁଇଟି ୨X ୧ = ୨ ଛେଦବିନ୍ଦୁ ପାଉଛେ । ସେଥିପାଇଁ ୨X ୧ = ୨ । ସେହିପରି 3 X ୨ ଗୁଣନଫଳ କାଠି ସାହାଯ୍ୟରେ କିପରି ନିର୍ଣ୍ଣୟ କରିବା ? ଚିତୟରେ ଦେଖାଯାଇଥିବା ଭଳି ୩ ଟି କାଠି ସମାନ୍ତର ଭାବେ ରଖାଯାଇଛି । ଏଠାରେ ଛେଦବିନ୍ଦୁ ଗଣି ପିଲାମାନେ ୩X ୨ = ୬ ନିର୍ଣ୍ଣୟ କରିବା ସହଜ ହେବ ନାହିଁ କି ? ଏହିପରି ଭାବେ ପିଲାମାନେ ନିଜେ ଗୁଣନାକନ୍ଦା ପ୍ରସ୍ତୁତ କରିପାରିବେ ଓ ସେହିପରି ୩X ୨ ଗୁଣନଫଳ କାଠି ସାହାଯ୍ୟରେ କିପରି ନିର୍ଣ୍ଣୟ କରିବା ? ଚିତୟରେ ଦେଖାଯାଇଥିବା ଭଳି ୩ ଟି କାଠି ସୀମାନ୍ତର ଭାବେ ରଖାଯାଇଛି । ଏଠାରେ ଛେଦବିନ୍ଦୁ ଗଣି ପିଲାମନେ ୩X ୨ =୬ ନିର୍ଣ୍ଣୟ କରିବା ସହଜ ହେବ ନାହିଁ କି ? ଏହିପରି ଭାବେ ପିଲାମାନେ ନିଜେ ଗୁଣନାକନ୍ଦା ପ୍ରସ୍ତୁତ କରିପାରିବେ ଓ ଗୁଣନକନ୍ଦା ମୁଖସ୍ତ କରିବା ଆଦୌ ଆବଶ୍ୟକ ହେବନାହିଁ । ( କାଠି ବଦଳରେ ଖାତା ବା କଳାପଟାରେ ଗାର ଟାଣି ମଧ୍ୟ ଗୁଣନ କରିପାରିବେ ) । ଆଧାର : ପୋର୍ଟାଲ ଟିମ