ଉପକ୍ରମ ମାଛ ର ବହୁତ ଉପକାରିତ ଗୁଣ ଥାଏ । ପ୍ରସୂତି ମା’ଙ୍କୁ ଖାଇବାକୁ ଦେଲେ ମାଛ । ବୁଦ୍ଧିଆ ପିଲାଟି ଜନ୍ମିବ ଜାଣି ରଖ ।। ମାଛ ପୁଷ୍ଟିସାର, ମାଛ ସ୍ନେହସାର ହୋଇଥାଏ ସହଜରେ ହଜମଶୀଳ ଖାଇଲେ ତାକୁ-କି ପିଲା, କି ବୁଢା ରୋଗୀଟିଏ ମଧ୍ୟ ହୁଏ ସବଳ ।। ଗୋଟା ଚୁନାମାଛ –ଯେ ନିତି ଖାଏ ଅସ୍ଥି ତାହାର ମଜବୁତ୍ ହୁଏ ।। ଘରକୁ ଆସିଲେ କୁଣିଆ ନ ହେବ କେବେ ଛାନିଆଁ । ମାଛକୁ କରି ତରକାରୀ ପରଶିବ ତାଙ୍କୁ ଆଦର କରି ।। ନିୟମିତ ଥିଲେ ଖାଦ୍ୟରେ ମୀନ । ସୁସ୍ଥ ରହିବ ଜୀବନ ତମାମ ।। ମାଛଚାଷ ଯାହାର । କି ଆନନ୍ଦ ତାହାର ।। ପୋଖରୀରେ କଲେ ମିଶ୍ରିତ ମାଛଚାଷ । ଖାଦ୍ୟ ପ୍ରତିଦ୍ଵନ୍ଦିତା କମ୍ ହେବା ସହିତ ଲାଭ ହେବ ଅଶେଷ ।। ଆଧୁନିକ ଶୈଳୀରେ କଲେ ସଘନ ମାଛଚାଷ କୃଷକର ଲାଭ ସଙ୍ଗେ ହେବ ଦେଶର ବିକାଶ ।। ଧନ୍ୟ ତୁମେ ମତ୍ସ୍ୟ, ଧନ୍ୟ ତୁମର ଉପକାର ତୁମ ବେପାର କରି ଚାଲୁଛି ମୋ ଅଭାବୀ ସଂସାର ।। ମତ୍ସ୍ୟ ରୂପେ ସୃଷ୍ଟି ତୋର କେବେ ମଧୁର ଜଳରେ ତ କେବେ ଲୁଣି ପାଣିରେ ଲୋଡା ହୁଅ ଖାଦ୍ୟ ରୂପେ ଓ ସୌନ୍ଦର୍ଯ୍ୟ ବୃଦ୍ଧିରେ ।। ମାଛ ଯାହାର ଆହାର ରୋଗ ନାହିଁ ତାହାର ମାଛ ଆଉ ଗଛ ଏମାନେ ଯେ ଠକିବେ ଏହା ସଂପୂର୍ଣ୍ଣ ମିଛ ।। ମୁଣ୍ଡା ଯାଆଁଳ ଛାଡି କରିଲେ ଚାଷ ମାଛ ଧରିବା ଭାଇ ମାସକୁ ମାସ । ଅତି ଦରକାରୀ ଲୌହ ଓ ତମ୍ବାସାର ଦେଶୀ ମାଗୁର ମାଛରେ ଥାଏ ପ୍ରଚୁର ।। ରକ୍ତହନୀ ରୋଗୀର ଏହା ଔଷଧ ନିୟମିତ ଖାଇ ସେ ହୁଏ ନୀରୋଗ ।। ମତ୍ସ୍ୟ ଅବତାରେ ଅବତୀର୍ଣ୍ଣ କେଶବ ଭଗବାନ । ସ୍ୱାସ୍ଥ୍ୟ ଓ ସମ୍ପଦ କରନ୍ତି ପ୍ରଦାନ ।। ଧନ୍ୟ ତୁହି ମୀନ, ଧନ୍ୟ ତୋ ଜୀବନ ସ୍ରଷ୍ଟାଙ୍କ ଦୃଷ୍ଟିରେ ତୁ ଅଟୁ ଅନନ୍ୟ ମନୁଷ୍ୟର ସୁସ୍ଥ ଜୀବନ ହିଁ ତୋର କାମ୍ୟ।। ମାଛକୁ ନେଇ ଯେ କରେ ବ୍ୟବସାୟ ଖ୍ୟାତି ସହ ହୁଏ ଧନର ଆଦାୟ ।। ପଖାଳଭାତ ଦେହକୁ ହୀତ ଯଦି ଥାଏ ମାଛ ତା ସହିତ ।। ମାଛ ସାଙ୍ଗକୁ ବତକ ଅବା କୁକୁଡା ଚାଷ ଚାଷୀ ମୁହଁରେ ଆଣିହେବ ମେଞ୍ଚାଏ ହସ ।। ଖଇଙ୍ଗା, ଭେକିଟି, ଇଲିସି,ଚାନ୍ଦି ସୁଆଦ ଜାଣିବ, ଖାଇଲେ ରାନ୍ଧି ।। ମାଛ ଖାଅ, ମାଛ ଖୁଆଅ ଅତିଥି ଦେବଙ୍କୁ ଖୁସି କରାଅ ।। ଭାକୁର ମାଛ ଉପର ପାଣିରେ ରୋହୀ ମାଛ ବଢେ ମଝିରେ ।। ମିରିକାଳୀ ରହେ ତଳପାଣିରେ ଚାଷୀ ଭାଇ ଏ ସବୁ ଜାଣି ଥାଅରେ ।। ଆଖି ଥିବ ସତେଜ ଗାଲି ଦିଶୁଥିବ ନାଲି କିଣିଲା ବେଳେ ଜାଣିବ ଏହା ତାହା ମାଛ ବୋଲି ।। ମାଛକୁ ତାଜା ରଖିବା ପାଇଁ ଗୁଣ୍ଡ ବରଫରେ ଦିଅ ପୁରାଇ ।। ଚିଙ୍ଗୁଡି କଙ୍କଡା ଝୋଳ ଭାବିଲେ ପାଟିରୁ ବହଇ ଲାଳ ମାଛ ବେସରକୁ ଗୋଟା ମାଛ ଭଜା ଭାତ କଂସା କରିଦିଏ ଖୋଳ ।। ମାଛ ଯାହାର ଆହାର ରୋଗ ନାହିଁ ତାହାର ।। ଆଧାର – ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ,(ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ)