ଉପକ୍ରମ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୁଲ୍ୟରେ ମାଧ୍ୟମିକ ଶିକ୍ଷା ପାଠ୍ୟକ୍ରମ ପ୍ରସ୍ତୁତ ହୋଇଥାଏ । ପ୍ରତିବର୍ଷ ମାଟ୍ରିକ ପରୀକ୍ଷାର ପ୍ରଶ୍ନ ଏହି ପାଠ୍ୟକ୍ରମ ଅନୁଯାୟୀ ପାଠ୍ୟବସ୍ତୁରୁ ପଡିଥାଏ । ଯେଉଁ କେତେଗୁଡିଏ ବିଷୟରେ ପରୀକ୍ଷା କରାଯାଏ , ସେଗୁଡିକ ମଧ୍ୟରୁ ୨ ୟ ଭାଷା ଇଂରାଜୀ ଅନ୍ୟତମ । ପ୍ରତ୍ୟେକ ବିଷୟ ପରି SLE ବିଷୟକୁ ୨ ଟି ପତ୍ରରେ ପରୀକ୍ଷା କରାଯିବାର ବ୍ୟବସ୍ଥା ରହିଛି । SLE ୧ ମ ପତ୍ର : Objective question 50 marks SLE 2 ୟ ପତ୍ର : subjective question 50 marks ଏହି ପରୀକ୍ଷାରେ ପରୀକ୍ଷାର୍ଥୀ କିପରି ପ୍ରସ୍ତୁତ କରି ପାରିବେ , ସେଥିପାଇଁ କିଛି ମାର୍ଗ ଦର୍ଶନ ହେବା ଏହି ପ୍ରବନ୍ଧର ଉଦ୍ଦେଶ୍ୟ । ଏହି ପରାମର୍ଶ ପ୍ରତି ପରୀକ୍ଷାର୍ଥୀ , ଅଭିଭାବକ ଓ ସମସ୍ତ ଶିକ୍ଷକ ବନ୍ଧୁ ଧ୍ୟାନ ଦେବା ପାଇଁ ବିନମ୍ର ନିବେଦନ । ଆସନ୍ତୁ ପ୍ରଥମେ 1 ମ ପତ୍ର ଉପରେ ଆଲୋଚନା କରିବା । SLE paper I – Objective questions କେଉଁଥିରୁ କେତେ ନମ୍ବର I. Prose pieces 10 II. poems 10 III. NDS 10 IV. voc – long 10 V. grammar 10 a) ପ୍ରଶ୍ନଗୁଡିକ ପ୍ରଶ୍ନ ଆକାରରେ ବା ଶୂନ୍ୟସ୍ଥାନ ପୂରଣ ଆକାରରେ ପଡେ । b) ପ୍ରଶ୍ନ ଗୁଡିକର 4 ଟି ସମ୍ଭାବ୍ୟ ବିକଳ୍ପ ଉତ୍ତର ଥାଏ (A,B,C,D କ୍ର ନଂ. ଆକାରରରେ ) c) ପରୀକ୍ଷାର୍ଥୀଙ୍କୁ ସଠିକ ଉତ୍ତରଟି ଚିହ୍ନିବାକୁ ପଡେ । d) ଚିହ୍ନିତ ଉତ୍ତରଟିର ନମ୍ବର OMR Sheet ରେ ଥିବା ବୃତ୍ତାନ୍ତ ଲିଖିତ ବିକଳ୍ପ ନମ୍ବର A,B,C,D ରେ ଗାଢ ଚିହ୍ନିତ କରିବାକୁ ହୁଏ । ଏକାଧିକ ବୃତ୍ତାନ୍ତଲିଖିତ ବିକଳ୍ପ ନମ୍ବର ଚିହ୍ନିତ କରିବ ନାହିଁ । ପ୍ରଶ୍ନ ପତ୍ରର ନିର୍ଦ୍ଦେଶାନୁଯାୟୀ Ball point pen ରେ ନୀଳ / କଳା କାଳୀରେ ଚିହ୍ନିତ କରାଯାଏ । ଭଲ କରିବାକୁ ପ୍ରସ୍ତୁତ ପ୍ରଣାଳୀ I. ପାଠ୍ୟପୁସ୍ତକରେ ଥିବା ନିର୍ଦ୍ଧାରିତ ପାଠ୍ୟ ପ୍ରସଙ୍ଗଗୁଡିକୁ ଅର୍ଥ ସହ ଭଲ ଭାବରେ ବୁଝିବାକୁ ହୁଏ । II. ଟିକିନିଖି ଭାବେ ପାଠ୍ୟସ ଗୁଡିକୁ ମନେ ରଖିବା ଅତି ଜରୁରୀ । III. ସମ୍ଭାବ୍ୟ ବିକଳ୍ପଗୁଡିକ ସମ୍ଭାବ୍ୟ ପାର୍ଥକ୍ୟରେ ଏକା ପ୍ରକାର ଲାଗିଲା ଭଳି ଦିଶନ୍ତି । ନିଶ୍ଚିତ ପାଠ୍ୟନ୍ସ ମାନେ ନଥିଲେ ଉତ୍ତର ଆନୁମାନିକ ହେବାର ସମ୍ଭାବନା ରହିବ । ଆନୁମାନିକ ଉତାର ଭୁଲ ହୋଇଯାଇପାରେ । ଅତି ମେଧାବୀ ଅଭିଳାଷୀ ପରୀକ୍ଷାର୍ଥୀଙ୍କ ପାଇଁ ଏହା କ୍ଷତିକାରକ । ତେଣୁ ଅର୍ଥବୋଧକ ପାଠ୍ୟ ତଥ୍ୟକୁ ମନେ ରଖିବା ଅତି ଜରୁରୀ । IV. ପରୀକ୍ଷାର୍ଥୀ ପାଠ୍ୟ ପୁସ୍ତକକୁ ତନ୍ନତନ୍ନ କରି ପଢନ୍ତୁ । ଏକମାତ୍ର ପାଠ୍ୟ ପୁସ୍ତକ ଅଧ୍ୟୟନ ଶତପ୍ରତିଶତ ସଠିକ ଉତ୍ତର ପାଇଁ ଭରସା ସାପେକ୍ଷ ; କାରଣ ପ୍ରଶ୍ନକର୍ତ୍ତା ପାଠ୍ୟପୁସ୍ତକ ଅନୁସରଣରେ ପ୍ରଶ୍ନ ତିଆରି କରିଥାନ୍ତି । ନମୁନା ପ୍ରଶ୍ନ ଓ ସମ୍ଭାବ୍ୟ ଉତ୍ତର : prose Kapil dev was picked for the for the first test at Faridabad because He was a magnificent bastsman He was well nigh unplayable . His performance in Pakistan was so good He dis well on one trip . Ans : C Poem The honey child said that she was going to ……. The wild forest Her lover Her mother The world full of pleasure Ans :A NDS “ land was free Who said it ? The traveler The old man The old man’s father The old man’s grandfather Ans : D Language ( Prose ) a) Mr smith teaches maths b) He is very hard working The two sentences can be joined as ……. Mr smith teaches maths who is very hard working Mr smith is very hard working who teaches maths . Mr smith , who teaches maths is very hard working . Mr smith teaches who is very hard working maths . Ans : C Grammar a) mitha said to rita “ what are you doing ? “ The above sentence can be reported as …… Mita asked rita what was she doing . Mita asked rita what she was doing . Mita said to rita that what she was doing . Mita told rita what was she doing . Ans : B b) I don’t mind To stand here . Stood here . Stand here . Standing here . Ans : D c) If it rained hard , I ……………. Stayed in doors . Would stay indoors . Would have stayed . Will stay indoors indoors . Ans : B କଣ ବୁଝିଲେ ? a) ଉପଯୁକ୍ତ ସଠିକ ଉତ୍ତରଗୁଡିକୁ ବିଚାର କଲେ ଭଲଭାବରେ କାରଣ ସହ ବୁଝି ନଥିଲେ ସଠିକ ଉତ୍ତର ବାଛିବା ସମ୍ଭବ ହେବ ନାହିଁ । b) ବିକଳ୍ପ ଗୁଡିକୁ ତରବାରରେ ପାଢୀପକାଇ ମନଇଚ୍ଛା ବାଛିବା ବାଞ୍ଛନୀୟ ନୁହେଁ । c) ବୁଝି ସୁଝି ସଠିକ ବିକଳ୍ପଟି ବାଛିବାକୁ ପଡିବ । SLE paper II – subjective questions Prose text I. 2 ଟି ପ୍ରଶ୍ନର ଉତ୍ତର ଦେବାକୁ ହେବ । II. ପ୍ରତ୍ୟେକ ଉତ୍ତର 50 ଟି ଶବ୍ଦ ମଧ୍ୟରେ । III. ପ୍ରତ୍ୟେକ ଉତ୍ତରର ପୂର୍ଣ୍ଣ ମୂଲ୍ୟାଙ୍କ 5 ନମ୍ବର ସମ୍ବାବ୍ୟ ସମସ୍ୟା I. ଲିଖିତ କାର୍ଯ୍ୟ ହୋଇଥିବାରୁ ଶବ୍ଦଗୁଡିକର ଅଶୁଦ୍ଧି ବନାନ ହୁଏ । II. ବାକ୍ୟଗୁଡିକରେ ବ୍ୟାକରଣଗତ ତ୍ରୁଟି ରହେ । III. ଉତ୍ତରଗୁଡିକ ନିର୍ଦ୍ଧାରିତ 50 ଟି ଶବ୍ଦ ମଧ୍ୟରେ ସୀମିତ ରୁହେ ନାହିଁ । IV. ଅପ୍ରାସଙ୍ଗିକ ମନଇଚ୍ଛା ଉତ୍ତରର ସମ୍ଭାବନା ଥାଏ । ପ୍ରତିକାର ବା କିପରି ପ୍ରସ୍ତୁତ କରିବା I. ପରୀକ୍ଷା ନିକଟବର୍ତ୍ତୀ । ତେଣୁ ପରୀକ୍ଷାର୍ଥୀମାନେ ଯେଉଁ ଯେଉଁ ଉତ୍ସରୁ ପ୍ରସ୍ତୁତ କରିଛନ୍ତି , ତାକୁ ଆଉ ପରବର୍ତ୍ତନ କରନ୍ତୁ ନାହିଁ । II. ପ୍ରସ୍ତୁତ କରିଥିବା ପ୍ରଶ୍ନୋଉତ୍ତରଗୁଡିକର ବାକ୍ୟଗଠନ ଶୈଳୀକୁ ମନେ ରଖନ୍ତୁ । III. ଯଥା ସମ୍ଭାବ୍ୟ ଛୋଟ , ସରଳ ବାକ୍ୟରେ ସାଧାରଣ ବୋଧଗାମ୍ୟ ଶବ୍ଦ ରହୁ । IV. ପିଲାଙ୍କର ଇଂରାଜୀରେ ମୌଳିକ ଦୁର୍ବଳତା ଥାଏ । ତେଣୁ ବାରମ୍ବାର ମନଇଚ୍ଛା ବାକ୍ୟଗୁଡିକୁ ପରିବର୍ତ୍ତନ କରନ୍ତୁ ନାହିଁ । ଏପରି କାଲେ ବାକ୍ୟଗୁଡିକ ଭୁଲହେବାର ସମ୍ଭାବନା ଥାଏ । V. ବାରମ୍ବାର ମନେପକାଇ ପାଠ୍ୟ ବସ୍ତୁକୁ ନିଶ୍ଚିତ କରନ୍ତୁ । VI. Spelling ଓ punctuation mark ମନେ ରଖନ୍ତୁ । VII. ନିଜ ଗୃହ ସ୍ଥାନକୁ ମିଛିମିଚିକା ପରୀକ୍ଷା ପକୋଷ୍ଠ ମନେ କରନ୍ତୁ ଓ ଗୋଟିଏ ଖାତାରେ ପାଠ୍ୟ ବସ୍ତୁକୁ ମନେ ପକାଇ ଲେଖନ୍ତୁ । ଲେଖିଲାବେଳେ ଦେଖନ୍ତୁ ପ୍ରଶ୍ନୋଉତ୍ତରଟି ଯେପରି 5 ମିନିଟ ମଧ୍ୟରେ ଲେଖା ହୋଇ ପାରିଛି । ଏପରି ବାରମ୍ବାର ଅଭ୍ୟାସ କରନ୍ତୁ । ଲେଖି ସାରିବାପରେ ପାଠ କରୁଥିବା ମୂଳ ଉତ୍ସ ସହିତ ମିଳାନ୍ତୁ । ଭୁଲହେଲେ ସଂଶୋଧନ କରନ୍ତୁ ଓ ପୁଣି ମନେ ରଖନ୍ତୁ । ଏହିପରି ବାରମ୍ବାର ଅଭ୍ୟାସ କରନ୍ତୁ । IX. ଏପରି test / ପରୀକ୍ଷାକୁ self test କୁହାଯାଏ । self test is the best test । ଏପରି ବାରମ୍ବାର କରିବା ଫଳରେ ପରୀକ୍ଷା ପ୍ରକୋଷ୍ଠ ଭୟ ଆଉ ପରୀକ୍ଷା ପ୍ରକୋଷ୍ଠ ପର୍ଯ୍ୟନ୍ତ ରୁହେ ନାହିଁ । ମାନସିକ ସ୍ଥିରତା ଦୃଢୀଭୁତ ହୁଏ । ଉତ୍ତର ସହିତ ଗୋଟିଏ ନମୁନା ପ୍ରଶ୍ନ : A specimen question with its answer Q- How according to lord usface Percy should we take care of our health ? Ans: good health is very important for life , we should keep our body fit. Cleanliness, fresh air , regular habits and suitable recreation make ourselves strong to play the game . we should avoid the things that weaken our health . smoking is injurious to good health . it stunts our body and clouds our brain . we should avoid drink . it is the deadly enemy of health and efficiency . Correctness Letter writing –social Social letter : A letter to father / mother/son etc important to note . କେଉଁ ଥିରେ କେତେ ନମ୍ବର I. Form of letter 4 marks II. Matter /content 6 marks Only form without content – No , credit Form of letter I. Sender’s address without name at the top right or lift hand margin Example : (I) kumarpur , cuttack ½ II. 7 Feb 2017 ½ III. Salutation Ex : Dear father ½ iv. Content / matter V . subscription / ending VI . signature EX : first name prakash VII . Address on the envelop EX : Form To ନମୁନା Kumarpur Cuttack , 17 jan 2017 ½ Dear Father ……………………………………… ………………………………….. ……………………………………. (100 words ) Your lovingly Subash Adress Official letter I sender s address and date at the top right or left hand margin Example Ranihat Cuttack 7 Feb 2017 ii Addressing Example To The Iii salutation …………………. Ex : sir Iv content / matter v. the ending / subscription Example : your faithfully / obediently Applicant’s full signature Example Bisnu Chandra Muduil ନମୁନା To The Sir …………………………………. ………………………………………. ………………………………………. Your faithfully / obediently Bishnu Chandra muduli C. Report writing (in about 60 words ) I. ଏହା ସମ୍ବାଦପତ୍ରକୁ ଏକ ବିବରଣୀ । II. ଏହା ଏକ ନିର୍ଦ୍ଧିଷ୍ଟ ଘଟନା ସମ୍ବନ୍ଧୀୟ । III. ବାକ୍ୟଗୁଡିକ simple past tense ରେ ଲେଖାଯିବ । IV. ଡାହାଣ ଉପର ପାର୍ଶ୍ଵରେ ସ୍ଥାନର ନାମ (PI ) ଏପରି ଲେଖାଯାଏ ନାହିଁ । V. ତା ତଳକୁ ତାରିଖ , ମାତ୍ର Date ………. ଲେଖାଯାଏ ନାହିଁ । VI. Newspaper Editor ଙ୍କୁ ସମ୍ବୋଧନ VII. ତାତଳକୁ ସମ୍ବାଦର ନାମକରଣ । ସମ୍ବାଦର ବିବରଣୀ । IX. ତାତଳକୁ ଖବର ହେବା ବ୍ୟକ୍ତିଙ୍କର ପୂର୍ଣ୍ଣ ସ୍ଵାକ୍ଷର । Format ସହ ମୂଲ୍ୟ ବିଭାଜନର ନମୁନା Cuttack 17 Feb 2017 To The Editor , the samaj , cuttack Annual sports at S.B high school . ………………………………………… ……………………………………………… …………………………………………… Ratikanta praharaj Essay writing Any one – 250 ଶବ୍ଦ ମଧ୍ୟରେ । I. ପ୍ରଥମେ Essay ଟିର ପ୍ରକାର ବୁଝିବ । II. ଏହା ହୋଇପାରେ : A। Descriptive (ବର୍ଣ୍ଣନାତ୍ମକ ) କୌଣସି ବ୍ୟକ୍ତି / ସ୍ଥାନ/ ପର୍ବପର୍ବାଣି /ଋତୁ ଇତ୍ୟାଦି Person place festivals seasons I. ବର୍ଣ୍ଣନାତ୍ମକ essay ଟିର ଅର୍ଥ ସାର୍ବଜନିଜ ସାଧାରଣ , ସର୍ବକାଳୀନ ଓ ଚିରନ୍ତନ । II. ଏହାକୁ ଲେଖିଲା ବେଳେ ସାଧାରଣତଃ verb phrases ଗୁଡିକ simple present tense ରେ ବ୍ୟବହାର କରାଯାଏ । B. Narrative ନିର୍ଦ୍ଧିଷ୍ଟ ଘଟନା । ନିର୍ଦ୍ଧିଷ୍ଟ ସ୍ଥାନ ଦର୍ଶନ । ନିର୍ଦ୍ଧିଷ୍ଟ ପର୍ବ ପାଳନ etc । your school sports a fair you the republic day have recently you have observed at your school । I. ଏହା ଏକ ନିର୍ଦ୍ଧିଷ୍ଟ ଘଟଣାତ୍ମକ ବିବରଣୀ । II. ଘଟଣା ଘଟିଥିବାର ପରବର୍ତ୍ତୀ ସମୟରେ ଲେଖାଯାଉଥିବା ଏହାର verb phrase ଗୁଡିକ simple past tense ରେ ଲେଖାଯାଏ । ବେଳେ ବେଳେ ସ୍ଥଳ ବିଶେଷରେ ପ୍ରସଙ୍ଗୀକତା ଦ୍ରୁଷ୍ଟିରୁ present ଓ past tense ର ମିଶ୍ର ଆବଶ୍ୟକତା ଆସିପାରେ । ପ୍ରବନ୍ଧ ପ୍ରବନ୍ଧ ପ୍ରଶ୍ନଟିର ଉତ୍ତର କିପରି ଦେବାକୁ ପଡେ ? I. ପ୍ରବନ୍ଧ ପ୍ରଶ୍ନଗୁଡିକ ପ୍ରାୟ 6 ବା ତାର ନିକଟବର୍ତ୍ତୀ ସଂଖ୍ୟକ outlines ରେ ବିଭକ୍ତ ହୋଇଥାଏ । II. ପରୀକ୍ଷାର୍ଥୀମାନଙ୍କୁ ପ୍ରତ୍ୟେକ outline ଟିକୁ expand ବା ସମ୍ପ୍ରସାରଣ କରି ଲେଖିବାକୁ କୁହାଯାଏ । III. Outline ବ୍ୟତୀତ ପ୍ରାସଙ୍ଗିକତା ଥିବା ବର୍ଣ୍ଣନା ବା ବିବରଣୀ ଗ୍ରହଣଯୋଗ୍ୟ ହୋଇପାରେ । IV. ପ୍ରତ୍ୟେକ outline ର ମୂଲ୍ୟାଙ୍କ 2 ନମ୍ବର । ପ୍ରବନ୍ଧ ଲିଖନ ପାଇଁ ପ୍ରାକ ପରୀକ୍ଷା ପ୍ରସ୍ତୁତି କିପରି କରିବା ? I. Descriptive essay pain verb phrase ସାଧାରଣତଃ simple present । II. Narrative essay ପାଇଁ verb phrase ସାଧାରଣତଃ simple past । III. ବାକ୍ୟଗୁଡିକ , ଛୋଟ, ସରଳ, ଓ ଅର୍ଥବୋଧକ ହେବାର ଅଭ୍ୟାସ କରିବା ଉଚିତ । IV. ବାରମ୍ବାର କାଟ କଟି କରି ଲେଖାଟିକୁ ବିକୃତ କରା ନଯାଉ । V. ଶବ୍ଦ ବନାନ ସହ ଅର୍ଥ ଜାଣିଥିବା ଶବ୍ଦ ବ୍ୟବହାର କରାଯାଉ । VI. ବନାନ ଜାଣି ନଥିବା ଶବ୍ଦକୁ ଆନୁମାନିକ ବନାନ କରି ଲେଖାନଯାଉ । VII. ଆଗରୁ ଅଭ୍ୟାସ କରିଥିଲେ ପରୀକ୍ଷାଖାତାରେ କଟାକଟି କରିବାକୁ ପଡିବ ନାହିଁ । ଉଚ୍ଚାଶାୟୀ ମେଧାବୀ ଛାତ୍ରମାନେ ନିର୍ଭୁଲ ଓ ପରିଷ୍କାର ଭାବରେ ଲେଖିବା ଅତି ଜରୁରୀ । IX. ଗୋଟିଏ ପ୍ରବନ୍ଧ ଲିଖନର ସମୟ 20-25 ମିନିଟ ମଧ୍ୟରେ ଦେବା ଆବଶ୍ୟକ । ବିଶେଷ ଦ୍ରଷ୍ଟବ୍ୟ : I. ଗୋଟିଏ ବ୍ୟକ୍ତିଭିତ୍ତିକ descriptive essay ସଂଶୋଧନପୂର୍ବକ ପ୍ରସ୍ତୁତ କରି ମନେ ରଖାଯାଉ । II. ଏହି essay ଟିର ଅଧିକାଂଶ ବାକ୍ୟ ଅନ୍ୟଯେକୌଣସି person essay ପାଇଁ ପ୍ରାୟ ପ୍ରଯୁଜ୍ୟ ହେବ । III. ମାତ୍ର ଅଳ୍ପ କେତେକ ପ୍ରାସଙ୍ଗିକତା ପାର୍ଥକ୍ୟଗତ ଅର୍ଥବୋଧକ ଶବ୍ଦ ଓ ସ୍ଥିତିର ପରିବର୍ତ୍ତନ କରିପାରିବାର ଅଧିକ କୌଶଳ ପ୍ରୟୋଗ କରିବାକୁ ପଡିବ । ନମ୍ବର ସୂଚିତ outlines ସହିତ କେତେକ ନମୁନା essay questions Your father descriptive essay . ସମସ୍ତ ବାକ୍ୟ Simple present tense ରେ ଯଥାର୍ଥ । Outlines suggested with marks . a) His name , age and general description . b) His education and occupation c) His every day activities d) His qualities , likes and dislikes . e) His general behavior and how people accept him . f) Your opinion Ii . A zoo you have recently visited ଏହା ଏକ ମିଶ୍ର descriptive –cum –narrative essay ହୋଇପାରିବ । ଏହାର general features (ସବୁଦିନିଆ ଲକ୍ଷଣ ) ଗୁଡିକ descriptive । ସେଗୁଡିକ simple present tense ରେ ଲେଖାଯିବ । ଏହାକୁ ପରିଦର୍ଶନ କରିବାର ତୁମର ବ୍ୟକ୍ତିଗତ କାର୍ଯ୍ୟକଳାପ ଓ ବିବରଣୀ narrative ହେବ । ତେଣୁ ସେ ସମ୍ବନ୍ଧୀୟ ବାକ୍ୟଗୁଡିକ simple past tense ରେ ଲେଖାଯିବ । ଆସ ଦେଖିବା outlines ରେ କଣ ଅଛି ? Outlines suggested with marks I. The name of the zoo and its situation II. General description with animals birds and other creatures . III. Arrangements and their care . IV. The companions you visited with Narratives simple past . V. How you enjoyed . VI. Your opinion zoo ଉପରେ ସାଧାରଣ ମତ ନିଶ୍ଚୟ simple present tense ରେ ପ୍ରଯୁଜ୍ୟ ହେବ । E . Comprehension questions from an unseen passage A ଗୋଟିଏ unseen passage ଦିଆଯିବ । B 5 ଟି ପ୍ରଶ୍ନର ଉତ୍ତର ଦେବାକୁ ପଡିବ । ପ୍ରତ୍ୟେକ ଉତ୍ତର 20 ଟି ଶବ୍ଦ ମଧ୍ୟରେ ଦିଆଯିବ । C ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ 2 ନମ୍ବର । କିପରି ପ୍ରସ୍ତୁତ କରିବା ? I. ପରିକ୍ଷା ପୂର୍ବରୁ କେତେଗୁଡିଏ passage ଅଭ୍ୟାସ କରିବା । II. ଗୋଟିଏ passage ଭଲଭାବରେ ପଢିବା । III. ଅର୍ଥ ସହିତ ତାକୁ ଭଲ ଭାବରେ ବୁଝିବା । IV. ସଠିକ ଉତ୍ତରଟି ଅଣୁଚ୍ଛେଦ ବୁଝିବା ଓ ତାକୁ 20 ଟି ଶବ୍ଦ ମଧ୍ୟରେ ଲେଖିବା । ଏକ unseen passage, questions ଓ ଉତ୍ତରର ନମୁନା । It was a fine spring morning when kam set out for seoul . His friends and neighbors wished him a pleasant journey and his wife and daughter saw him off . Soon kam lelf the village and its rice fields behind . He came to other village and passed many other fields . He saw men driving donkey carts with loads of vegetables along the country road . Once he got a lift in a cart and sal by its driver. At night fall he rested in an inn where he passed the night . The next morning he was on his way again . Q . I what were the men doing ? Ans: the men ware driving donkey carts with loads of vegetables . Ii . when did kam set out for seoul ? Ans . Kam set out for seoul on one fine spring morning . Iii what did kam’s friends wish him? Ans . kam s friends wished him a pleasant journey . Iv what did kam leave behind ? Ans. Kam lelf the village and its rice fields behind . V . why did kam s wife and daughter see him off ? Kam’s wife and his daughter saw him off because he set out for Seoul . ପରୀକ୍ଷା ପ୍ରକୋଷ୍ଠକୁ ଯିବା ପୂର୍ବରୁ I. ପରୀକ୍ଷା ଆରମ୍ଭ ହେବାର 2/3 ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପୁନର୍ଗଠନ କରାଯାଉ । II. ପରୀକ୍ଷାର ଅବ୍ୟବହିତ ପୂର୍ବରୁ ଚାପଗ୍ରସ୍ତ ହୁଅ ନାହିଁ । III. ଉତ୍ତମ ସ୍ୱାସ୍ଥ୍ୟ ସୁରକ୍ଷିତ ରହୁ । IV. ପରୀକ୍ଷା ପ୍ରକୋଷ୍ଠପକାରଣ ଯଥା : ଆଡମିଟ କାର୍ଡ , 2/3 ଟି ଭରସା ସାପେକ୍ଷ କଲମ , ଇତ୍ୟାଦି ସୁପ୍ରସ୍ତୁତ ଭାବେ ନିଜ ସହିତ ନିଆଯାଉ । V. ପରୀକ୍ଷା ପ୍ରକୋଷ୍ଠକୁ କୌଣସି ପ୍ରକାର ଆପତ୍ତି ଜନକ ବିଷୟ ସମ୍ବନ୍ଧୀୟ ହାତଲେଖା ବା ଛାପା କାଗଜ ହେଉ ବା ଅନ୍ୟ କୌଣସି ପ୍ରକାର ବହି ବା ଲିଖିତ କାଗଜ ହେଉ କିଛି ନିଆ ନଯାଉ । ପରୀକ୍ଷା ପ୍ରକୋଷ୍ଠ ମଧ୍ୟରେ । I. କେବଳ ଆର୍ଡମିଟ କାର୍ଡ, କଲମ, ସହ ଶୃଙ୍ଖଳିତ ଭାବେ ପରୀକ୍ଷା ପ୍ରକୋଷ୍ଠରେ ପ୍ରବେଶ କରାଯାଉ । II. ପ୍ରକୋଷ୍ଠ ପରିକ୍ଷକଙ୍କ ସହିତ ନୀତି ନିର୍ଦ୍ଧାରଣ ନିୟମ ରକ୍ଷା କରିବାରେ ସଂପୂର୍ଣ୍ଣ ସହଯୋଗ କରାଯାଉ । III. ପ୍ରଶ୍ନପତ୍ର ପାଇବା ପରେ ଧୀର ସ୍ଥିରଭାବେ ପ୍ରଶ୍ନଗୁଡିକୁ ପଢାଯାଉ । IV. ତରବାର ହୁଅ ନାହିଁ କି ଠିକ ଉତ୍ତର ନଷ୍ଟ କର ନାହିଁ । V. ଯେଉଁ ସବୁ ଉତ୍ତର ବିଶ୍ଵାସର ସହ ସଠିକ ଲାଗୁଛି , ସେଗୁଡିକ ପ୍ରଥମେ କରାଯାଉ । VI. ଜଟିଳ ପ୍ରଶ୍ନଟିରେ ଅଟକି ଯାଇ ଭଲ ଆସୁଥିବା ପ୍ରଶ୍ନଗୁଡିକୁ ପଛକୁ ରଖ ନାହିଁ । କାରଣ ଯେଉଁ ସମୟ ନଷ୍ଟ ହୋଇଜୀବ ସେ ସମୟ କେହି ଅଧିକା ଦେବେ ନାହିଁ । VII. କୌଣସି ପ୍ରଶ୍ନ ଛାଡନାହିଁ । VIII. Subjective paper ରେ ଜୁନ ଯେଉଁ ପ୍ରଶ୍ନ ଯେତକ ସମୟରେ କହିବାକୁ କୁହାଯାଇଛି , ତାହା ପାଳନ କରାଯାଉ । IX. ଶେଷକୁ 24 ମିନିଟ revision କରାଯାଉ । ନିଜ ହାତରେ ଭୁଲ ଉତ୍ତର ସଂଶୋଧନ ହୋଇଥିଲେ ପରିକ୍ଷକ ନମ୍ବର କାଟିବାର ଅବକାଶ ରହିବ ନାହିଁ । X. ଠିକ ସମୟରେ ଶୃଙ୍ଖଳିତ ଭାବେ ନିରୀକ୍ଷକଙ୍କୁ ଉତ୍ତଟ ଖାତା ହସ୍ତାନ୍ତର କରାଯାଉ । ଅଭିଭାବକ ବନ୍ଧୁମାନକ ଭୂମିକା A- ଦେଖାଯାଏ କେତେକ ଅଭିଭାବକ ବନ୍ଧୁ ପିଲାମାନଙ୍କ ପାଠ୍ୟ ଖସଡା ପାଠ୍ୟବସ୍ତୁ , ପ୍ରଶ୍ନ ଢାଞ୍ଚା , ନମ୍ବର ବିଭାଜନ ଓ ପରୀକ୍ଷା ପଦ୍ଧତି ସହ ଅବଗତଥାନ୍ତି ଓ ସଦା ସଜାଗ ସଚେତନ ଥାନ୍ତି ଏବଂ ଅଧିକାଂଶ ଅଭିଭାବକ ବନ୍ଧୁ ପ୍ରତ୍ୟକ୍ଷଭାବେ ପାଠପଢା ଓ ପାଠ୍ୟ ପ୍ରସ୍ତୁତ ସହ ସମ୍ପୃକ୍ତଥାନ୍ତି , ସେମାନଙ୍କୁ ଅନୁରୋଧ । ସେମାନେ ବାରମ୍ବାର ପିଲାଟିର ଉତ୍ତର ଶୈଳୀର ସଠିକତା ଲିଖିତ ଭାବରେ ତଦାରଖ କରନ୍ତୁ । ସଂଶୋଧନ କରନ୍ତୁ ବା କରାନ୍ତୁ । ବାରମ୍ବାର ତଦାରଖ ନ କାଲେ ଦିନକର ସଠିକତା , ଅନ୍ୟ ଦିନ ମଧ୍ୟ ଭୁଲ ହୋଇପାରେ । ନିଜ୍ଜ ଗୃହ ପରିବେଶକୁ ପିଲାଟିର ମିଛିମିଚିକା ପରୀକ୍ଷା ପ୍ରକୋଷ୍ଠ କଳ୍ପନାରେ ପରୀକ୍ଷା ଅଭ୍ୟାସ କରାଯାଉ । ସଠିକ ପାଠ୍ୟ ତଥ୍ୟ ମାନେ ରଖିବା ଅତି ଜରୁରୀ । ଆବଶ୍ୟକ ସ୍ଥଳେ ସମ୍ପୃକ୍ତ ଶିକ୍ଷକଙ୍କ ସହିତ ଯୋଗା ଯୋଗ କରନ୍ତୁ । ଏପରି ଅଭିଭାବକ ବନ୍ଧୁ ଅତି ଆଶାୟୀ ଓ ଉଛାଭିଳାଷୀ ହୋଇ ପଡି ପିଲାମାନଙ୍କ ଇଚ୍ଛା , ଆଗ୍ରହ ଓ ଶାରୀରିକ ଏବଂ ମାନସିକ ଶକ୍ତି ବାହାରେ ଚାପ ପ୍ରୟୋଗ କରନ୍ତି ନାହିଁ । ଏକ କୋମଳମତି ପରୀକ୍ଷାର୍ଥୀର ବ୍ୟକ୍ତିଗତ , ଶାରୀରିକ ଓ ମାନସିକ ଶକ୍ତିର ବିଚାର ଅତି ଜରୁରୀ । ପିଲାମାନଙ୍କର friend, philosopher, ଓ guide ର ଭୂମିକାରେ ମାର୍ଗ ଦର୍ଶନ ଦିଅନ୍ତୁ । ଅଗ୍ରାଧିକାର ଭିତ୍ତିରେ ପିଲାମାନଙ୍କ ଉତ୍ତମ ସ୍ୱାସ୍ଥ୍ୟରକ୍ଷା ପ୍ରତି ସଚେତନ ରହିବା ଓ ଅତିରିକ୍ତ ଯତ୍ନ ନେବା ଅତି ଜରୁରୀ । ବାହାର ଖାଦ୍ୟ ସଂପୂର୍ଣ୍ଣଭାବେ ନିୟନ୍ତ୍ରଣାଧୀନ ହେଉ । ପରୀକ୍ଷା ପ୍ରକୋଷ୍ଠରୁ ଫେରିବା ପରେ କୌଣସି ପରିସ୍ଥିତିରେ ବି : ପରବର୍ତ୍ତୀ ଦିନ ର ପ୍ରସ୍ତୁତି ପାଇଁ ପ୍ରୋତ୍ସାହିତ କରାଯାଉ । ସବୁ ପରୀକ୍ଷା ସାରିବା ପରେ ପ୍ରଶ୍ନାଲୋଚନା , ଆନୁମାନିକ ମୂଲ୍ୟାୟନ ଇତ୍ୟାଦି କରାଯାଇପାରେ । ଅତି କମରେ ପିଲାଟି ନିୟମିତ ଭାବରେ ନିଜେ ନିଜେ ମନ ଦେଇ ପାଠ୍ୟ ପ୍ରସ୍ତୁତି କରୁଥିବା ଉପରେ ନଜର ରଖନ୍ତୁ । 10. ଆବଶ୍ୟକ ସ୍ଥଳେ ସମ୍ଭବ ହେଲେ ଶିକ୍ଷକମାନଙ୍କ ସହ ଯୋଗାଯୋଗ ଓ ପରାମର୍ଶ କରନ୍ତୁ । ଉପର ଲିଖିତ ପରାମର୍ଶ ଅନୁଯାୟୀ ପ୍ରତିଦି ପରୀକ୍ଷା ପ୍ରକୋଷ୍ଠରୁ ଫେରିବା ପରେ କିପରି କଲା ଓ କେତେ ଭୁଲ ଓ କାହିଁକି ଇତ୍ୟାଦିରେ ନିଜେ ଭାରାକ୍ରାନ୍ତ ହୋଇ ପିଲାଙ୍କୁ ମଧ୍ୟ ଭାରାକ୍ରାନ୍ତ ନ କରିବାକୁ ବିନମ୍ର ଅନୁରୋଧ । ଆଧାର :ଦୈତ୍ୟାରି ସାହୁ,ପୂର୍ବତନ ପ୍ରଧାନଶିକ୍ଷକ ,ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ