2 ମାର୍କ - ସମ୍ବଳିତ ପ୍ରଶ୍ନୋତ୍ତର ରକ୍ତବାହିନୀ ମଧ୍ୟରେ ରକ୍ତ ଜମାଟ ବାନ୍ଧେ ନାହିଁ କାହିଁକି? ରକ୍ତରେ ଥାଏ ହିପାରିନ ନାମକ ପ୍ରୋଟିନ ଯାହା ରକ୍ତ ଜମାଟ ବାନ୍ଧିବାକୁ ଦିଏ ନାହିଁ। ସୋଡିୟମ ଆକଜାଲେଟ ଓ ପୋଟାସିୟମ ଆକଜାଲେଟ ଜାତୀୟ ଲବଣ ମଧ୍ୟ ରକ୍ତକୁ ଜମାଟ ବାନ୍ଧିବାକୁ ଦିଏ ନାହିଁ । ଉତ୍ସେଦନ କ’ଣ? ଉଦ୍ଭିଦରେ କାହା ମଧ୍ୟ ଦେଇ ଏହା ସମ୍ପାଦିତ ହୁଏ ? ଉଦ୍ଭିଦ ର ବାୟବିୟ ଅଂଶରୁ ଜଳୀୟବାଷ୍ପ ଆକାରରେ ଜଳର ନିର୍ଗମନ ପ୍ରକ୍ରିୟାକୁ ଉତ୍ସେଦନ କୁହାଯାଏ । ଉଦ୍ଭିଦରେ ଏହି ପ୍ରକ୍ରିୟା ସ୍ତୋମ ,ତ୍ଵଚାବରଣ ଓ ବାତରନ୍ଧ୍ର ମଧ୍ୟଦେଇ ସମ୍ପାଦିତ ହୋଇଥାଏ । ହାଇପରଟେନସନ କ’ଣ ?ଏହାଦ୍ବାରା କି କ୍ଷତି ହୁଏ? କୌଣସି କାରଣରୁ ଧମନୀ ସଙ୍କୁଚିତ ହେଲେ ରକ୍ତଚାପ ବଢିଯାଏ । ଏହାକୁ ଉଚ୍ଚ ରକ୍ତଚାପ ବା ହାଇପରଟେନସନ କୁହାଯାଏ । ଉଚ୍ଚ ରକ୍ତଚାପ ହେଲେ ଧମନୀ ଫାଟିଯିବାର ଆଶଙ୍କା ଥାଏ । ଗ୍ଲୋମେରୁଲସ କିପରି ଗଠିତ ହୋଇଥାଏ ? ପ୍ରତି ନେଫରନ ସହ ସଂଯୁକ୍ତ ହୋଇଥାଏ ଗୋଟିଏ ଲେଖାଏଁ ଏପରେଣ୍ଟ ଉପଧମନୀ ଯାହାକି ନେଫରନ ରେ ପ୍ରବେଶ କଲାପରେ କୈଶିକ ନଳୀରେ ପରିଣତ ହୁଏ ।ଏହି କୈଶିକ ନଳୀ ପରସ୍ପର ସହ ମିଶିଯାଇ ଇଫରେଣ୍ଟ ଉପଧମନୀ ସୃଷ୍ଟି ହୁଏ । ଏ ଦୁଇଟି ଉପଧାମନୀ ସହ ସଂଶ୍ଳିଷ୍ଠ କୈଶିକ ନଳୀର ଏହି ଗୁଚ୍ଛ କୈଶିକ ଗୁଚ୍ଛ ବା ଗ୍ଲୋମେରୁଲସ କୁହାଯାଏ । ରେଚନ ବ୍ୟତୀତ ବୃକକ ର ଅନ୍ୟ କାର୍ଯ୍ୟଗୁଡିକ ଲେଖା । ବୃକକ ର ଅନ୍ୟ କାର୍ଯ୍ୟ ଗୁଡିକ ହେଲା – ଶରୀରର ଜଳ ଓ ଧାତବ ଲବଣ ପରିମାଣର ନିୟନ୍ତ୍ରଣ। ଡ଼ାକ୍ତର ଅମ୍ଳ ଓ କ୍ଷ୍।ରିୟ ମାତ୍ରା ନିୟନ୍ତ୍ରଣ କରୁଥିବା ପଦାର୍ଥମାନଙ୍କ ସନ୍ତୁଳନ ରକ୍ଷା କରିବା । ଶରୀରରେ ରକ୍ତଚାପ ନିୟନ୍ତ୍ରଣ କରିଥାଏ । ଏରିଥ୍ରୋପୋଇଏଟିନ ହରମୋନ କ୍ଷରଣ କରି ଲୋହିତ ରକ୍ତ କନିକା ତିଆରି କରିବାରେ ସାହାଯ୍ୟ କରିଥାଏ । 3 ମାର୍କ - ସମ୍ବଳିତ ପ୍ରଶ୍ନୋତ୍ତର ରକ୍ତଚାପ ସମ୍ପର୍କରେ ଏକ ଟିପ୍ପଣୀ ଦିଅ । ହୃତପିଣ୍ଡର ସଂକୋଚନ ଓ ସିଥିଳନ ଦ୍ଵାରା ରକ୍ତ ଧମନୀ ମଧ୍ୟ ଦେଇ ପ୍ରବାହିତ ହୋଇଥାଏ ।ହୃତପିଣ୍ଡର ସଂକୋଚନ ବେଳେ ରକ୍ତ ଧମନୀ ମଧ୍ୟକୁ ପ୍ରବେଶ କରିଥାଏ। ଫଳରେ ଧମନୀ ର କାନ୍ଥରେ ରକ୍ତର ଚାପ ବଢିଯାଏ ।ଶିଥିଳନ ବେଳେ କିଛି ବଳକା ରକ୍ତ ଧମନୀ ମଧ୍ୟରେ ଥାଏ ଓ ଧମନୀ କାନ୍ଥରେ ରକ୍ତଛପ ପୂର୍ବାପେକ୍ଷା କମିଯାଏ ।ରକ୍ତର ପ୍ରବାହ ଫଳରେ ଧମନୀ କାନ୍ଥରେ ଯେଉଁ ଚାପ ସୃଷ୍ଟି ହୁଏ ତାହାକୁ ରକ୍ତ ଚାପ କୁହାଯାଏ । ହୃତପିଣ୍ଡର ସଂକୋଚନଜନିତ ଚାପକୁ ସିଷ୍ଟୋଲିକ ଚାପ ଓ ଶିଥିଳନ ବେଳର ବଳକା ଡ଼ାକ୍ତର ଚାପକୁ ଡାୟାଷ୍ଟୋଲିକ ଚାପ କୁହାଯାଏ ସାଧାରଣତଃ ଏକ ସୁସ୍ଥ ବ୍ୟକ୍ତିର ବିଶ୍ରାମ ବେଳର ସିଷ୍ଟୋଲିକ ଚାପ 120 ମିମି ପାରଦ ମାନ ଏବଂ ଡାୟାଷ୍ଟୋଲିକ ଚାପ 80 ଦିନ ମିମି ପାରଦ ମାନ । ମଣିଷ ହୃତପିଣ୍ଡର ଆଭାନ୍ତରୀଣ ଗଠନ ର ନାମାଙ୍କିତ ଚିତ୍ର ପ୍ରାଦାନ କର । ଉତ୍ତର ମଣିଷ ହୃତପିଣ୍ଡର ଆଭାନ୍ତରୀଣ ଗଠନ ଯକୃତକୁ ରେଚନ ଅଙ୍ଗ କାହିଁକି କୁହାଯାଏ? ଉ. ପାକତନ୍ତ୍ର ସହ ଜଡିତ ଯକୃତ ଆମ ଶରୀରରେ ଉତ୍ପାଦିତ ଅନେକ ବିପାକୀୟ ବର୍ଜ୍ୟବସ୍ତୁ ନିଷ୍କାସନ କରିବାରେ ସହାୟକ ହୋଇଥାଏ। ଚୟୋପଚୟରୁ ଉତ୍ପାଦିତ ବର୍ଜ୍ୟ ଯଥା- ଖାଉଥିବା ଔଷଧର ଅବଶିଷ୍ଠାଂଶ,ମାତ୍ରାଧିକ ଭିଆମିନ,ଲୋହିତ ରକ୍ତ କନିକା ର ବିଖଣ୍ଡନ ପ୍ରକ୍ରିୟାରେ ଜାତ ହେଉଥିବା ବର୍ଣ୍ଣକଣା ଇତ୍ୟାଦି ପିତ୍ତରସ ସହ ମିଶି ଖାଦ୍ୟନଳୀ ଭିତରକୁ ଯାଇଥାଏ । ଏହି ପିତ୍ତରସ,ଯକୃତରେ ତିଆରି ହୋଇ ପିତ୍ତକୋଷରେ ସଞ୍ଚିତା ହୋଇ ରହିଥାଏ ।ଖାଦ୍ୟ ନଳୀରେ ଏଗୁଡିକ ମାଳ ସହ ମିଶି ପରେ ମଳଦ୍ଵାର ଦେଇ ନିଷ୍କାସିତ ହୁଏ । ତେଣୁ ଯକୃତକୁ ରେଚନ ଅଙ୍ଗ କୁହାଯାଏ । ମଣିଷର ବୃକକ ର ଅବସ୍ଥିତି ଓ ଗଠନ ସମ୍ବନ୍ଧରେ ଲେଖ। ମଣିଷର ମଧ୍ୟଛଦାର ଠିକ ତଳକୁ ଉଦାର ଗହ୍ଵର ଭିତରେ ମେରୁଦଣ୍ଡର ଉଭୟ ପାର୍ଶ୍ଵରେ ଦୁଇଟି ବୃକକ ରହିଛି । ବୃକକର ଆକୃତି ପ୍ରାୟ ସିମ୍ବମଞ୍ଜି ପରି ।ବୟଃପ୍ରାପ୍ତ ବ୍ଯକ୍ତିର ବୃକକର ଲମ୍ବ ପ୍ରାୟ 10-12 ସେମି,ପ୍ରସ୍ଥ 5-7 ସେମି ଓ ମୋଟେଇ ପ୍ରାୟ 3 ସେମି । ବୃକକ ର ଭିତର ପାଖରେ ଥିବା ଖାଲୁଆ ସ୍ଥାନଟିକୁ ହାଇଲମ କୁହାଯାଏ। ହାଇଲାମ ମଧ୍ୟ ଦେଇ ବୃକକୀୟ ସିରା,ଧମନୀ ଓ ମୁଟ୍ରା ସାରଣୀ ବୃକକୃ ମୂତ୍ରାଶୟ କୁ ଆସେ । 4 ମାର୍କ - ସମ୍ବଳିତ ପ୍ରଶ୍ନୋତ୍ତର ମନୁଷ୍ୟ ଶରୀରରେ ରକ୍ତ ସଂଚାଳନ କିପରି ହୋଇଥାଏ ବର୍ଣ୍ଣନା କର । ମନୁଷ୍ୟ ହୃତପିଣ୍ଡ 4 ପ୍ରକୋଷ୍ଠ ବିଶିଷ୍ଠ ଓ ହୃତପିଣ୍ଡରେ ଅମ୍ଳଜାନ ଯୁକ୍ତ ଓ ଅମ୍ଳଜାନ ବିହୀନ ରକ୍ତ ର ମିଶ୍ରଣ ହୁଏ ନାହିଁ ବାମପଟର ଅଳିନ୍ଦ ଓ ନିଳୟ ମଧ୍ୟ ଦେଇ ଅମ୍ଳଜାନଯୁକ୍ତ ରକ୍ତ ସଂଚାଳନ ହେଉଥିବା ବେଳେ ,ଦକ୍ଷିଣ ପଟ ଅଳିନ୍ଦ ଓ ନିଳୟ ମଧ୍ୟ ଦେଇ ଅମ୍ଳଜାନ ବିହୀନ ରକ୍ତ ସଞ୍ଚଳିତ ହୋଇଥାଏ ।ଶରୀରର କୌଣସି ଅଙ୍ଗକୁ ଠାରେ ରକ୍ତ ପହଞ୍ଚିଲା ବେଳକୁ ତାହା ଦୁଇ ଥର ହୃତପିଣ୍ଡ ମଧ୍ୟ ଦେଇ ପ୍ରବାହିତ ହୋଇଥାଏ । ତେଣୁ ଏ ପ୍ରକାର ରକ୍ତ ସଂଚାଳନ କୁ ଦ୍ଵୈତ ସଂଚାଳନ କୁହାଯାଏ । ଶରୀରରୁ ଅମ୍ଳଜାନ ବିହୀନ ରକ୍ତ ଊର୍ଦ୍ଧ୍ଵ ମହାସିରା ଓ ନିମ୍ନ ମହାସିରା ଦେଇ ଦକ୍ଷିଣ ଆଳିନ୍ଦରେ ପହଞ୍ଚିଥାଏ । ଏହା ଦକ୍ଷିଣ ଅଳିନ୍ଦରୁ ତିନି ପାଖୁଡା ବିଶିଷ୍ଠ କପାଟୀକା ମଧ୍ୟ ଦେଇ ଦକ୍ଷିଣ ନିଳୟ ମଧ୍ୟକୁ ପ୍ରବେଶ କରେ ଓ ଦକ୍ଷିଣ ନିଳୟରୁ ରକ୍ତ ଫୁସଫୁସ ଧମନୀ ଦେଇ ଦୁଇ ଫୁସଫୁସ ଚାଲିଯାଏ ଓ ଫୁସଫୁସ ରେ ହିଁ ରକ୍ତ ବିଶୋଧନ ହୋଇଥାଏ । ଦୁଇ ଫୁସଫୁସ ରୁ ଅମ୍ଳଜାନ ଯୁକ୍ତ ରକ୍ତ ଫୁସଫୁସ ସିରା ମଧ୍ୟଦେଇ ବାମ ଆଲିଣ୍ଡରେ ପହଞ୍ଚେ । ବାମ ଅଳନ୍ଦି ରେ ପହଞ୍ଚେ । ବାମ ଅଳନ୍ଦି ରୁ ଏହା ଦୁଇ ପାଖୁଡା ବିଶିଷ୍ଠ କପାଟୀକା ଦେଇ ବାମ ନିଳୟକୁ ଆସେ । ବାମ ନିଳୟ ରୁ ରକ୍ତ ମହାଧମନୀ ରେ ପ୍ରବେଶ କରେ । ମହାଧମନୀ ଶାଖାପ୍ରଶାଖା ରେ ବିଭକ୍ତ ହୋଇ ଧମନୀ ଓ ରକ୍ତ କୈଶିକ ରେ ପରିଣତ ହୁଏ ଓ ପ୍ରତ୍ଯେକ ଜୀବକୋଷ ନିକଟକୁ ଅମ୍ଳଜାନାଯୁକ୍ତ ରକ୍ତ ପହଞ୍ଚାଇଥାଏ । ଜୀବକୋଷ ରକ୍ତରୁ ଅମ୍ଳଜାନ ଓ ଆବଶ୍ୟକ ଉପାଦାନ ଗ୍ରହଣ କରିସାରିବା ପରେ ସେଠାରେ ଉତ୍ପନ୍ନ ବର୍ଜ୍ୟବସ୍ତୁ ରକ୍ତ ମଧ୍ୟକୁ ଛାଡିଦିଏ ଓ ଏହା ପୁନର୍ବାର ରକ୍ତ କୌଶିକ ଓ ମହାସିରା ମଧ୍ୟଦେଇ ହୃତପିଣ୍ଡ କୁ ଫେରିଆସେ । ପ୍ରାଣୀମାନେ କିପରି ବିଭିନ୍ନ ଉପାୟରେ ରେଚନ ପ୍ରକ୍ରିୟା ସମ୍ପାଦନ କରିଥାନ୍ତି ସଂକ୍ଷେପରେ ବର୍ଣ୍ଣନା କର । ପ୍ରାଣୀମାନଙ୍କର ରେଚନ ଅଙ୍ଗର ଗଠନ , ପ୍ରକାର ଭେଦ ଓ କାର୍ଯ୍ୟକାରିତା ରେ ବିଭିନ୍ନତା ଦେଖିବାକୁ ମିଳେ । ଏମିବା ପରି ଏକକୋଷି ପ୍ରାଣୀମାନଙ୍କ ର ରେଚନ ପ୍ରକ୍ରିୟା ପ୍ଲାଜମା ଝିଲ୍ଲୀ ଓ କିଛି ପରିମାଣରେ ସଙ୍କୋଚିକିଧାନୀ ଦ୍ଵାରା ସମ୍ପାଦିତ ହୋଇଥିଲା ବେଳେ ସଞ୍ଜ,ହାଇଡ୍ରା ପରି ନିମ୍ନବରଗଡ଼ ପ୍ରାଣୀମାନଙ୍କର ନିର୍ଦ୍ଧିଷ୍ଟ ରେଚନ ଅଙ୍ଗ ନାହିଁ ।/li> ଚେପଟା କୃମିମାନଙ୍କ ଠାରେ ଶିଖାକୋଷ ରେଚନ ଅଙ୍ଗ ଭାବେ କାର୍ଯ୍ୟ କରିଥାଏ ।ଜିଆ,ଜୋକ,ପରି ପ୍ରାଣୀମାନଙ୍କର ନେଫ୍ରିଡ୍ରିଆ ରେଚନ ଅଙ୍ଗ ଅଟେ । ଝିଣ୍ଟିକା ଆଦି ପତଙ୍ଗଙ୍କର ମାଳପିଝିଆନ ନଳିକା ରେଚନ ଅଙ୍ଗରା କାର୍ଯ୍ୟ କରିଥାଏ । ମେରୁଦଣ୍ଡ ପ୍ରଣିମାନଙ୍କ ର ସ୍ଵତନ୍ତ୍ର ରେଚନ ଅଙ୍ଗ ରହିଛି । ଏଗୁଡିକ ମଧ୍ୟରେ ବୃକକ ଓ ଚର୍ମ ପ୍ରଧାନ ଅଟେ । ଆଧାର : ବୋର୍ଡ଼ ଅଫସେକେଣ୍ଡାରୀ ଏଡୁକେସନ ( ସମାଜ )