ପ୍ରଶ୍ନ ନିମ୍ନୋକ୍ତ ମଧ୍ୟରୁ କିଏ ରାଧାନାଥ ରାୟଙ୍କ ଦ୍ଵାରା ଅମିତ୍ରାକ୍ଷର ଛନ୍ଦରେ ରଚିତ ଏବଂ ଅସଂପୂର୍ଣ୍ଣ ମହାକାବ୍ୟ । A. ଚିଲିକା B. ପାର୍ବତୀ C. ଦରବାର D. ମହାଯାତ୍ରା ୧୮୨୨ ମସିହାରୁ ଖ୍ରୀଷ୍ଟିୟାନ ମିଶନନାରୀମାନେ ଓଡିଶାରେ କଣ ପ୍ରତିଷ୍ଠା କରିଥିଲେ । A. ଚର୍ଚ୍ଚ B. ପ୍ରେସ C. ମିସନ ସ୍କୁଲ D. ଦାତବ୍ୟ ଚିକିତ୍ସାଳୟ କେଉଁ କୃତିଟି ସଚ୍ଚିତାନନ୍ଦ ରାଉତରାୟଙ୍କର A. କାଲାନ୍ତର B. ଶିବଭାଇ C. ମଶାଣିର ଫୁଲ D. ବ୍ରଜବାହୁ “ ଅଭିଯାନ” ନାଟକର ରଚୟିତା କିଏ A. ଗୋପାଳ ଛୋଟରାୟ B. କାଳୀଚରଣ ପଟ୍ଟନାୟକ C. ଭଞ୍ଜକିଶୋର ପଟ୍ଟନାୟକ D. କମଳଲୋଚନ ମହାନ୍ତି ନବଯୁଗ ସାହିତ୍ୟ ସଂସଦର ପ୍ରତିଷ୍ଠାତା କିଏ । A. ଭଗବତୀ ଚରଣ ପାଣିଗ୍ରାହୀ B. ମଧୁସୂଦନ ଦାସ C. ଅନନ୍ତ ପଟ୍ଟନାୟକ D. ସଚ୍ଚିଦାନନ୍ଦ ରାଉତରାୟ ବାମୁଣ୍ଡା ରାଜସଭାରୁ ଫକିରମୋହନ କେଉଁ ଉପାଧି ପାଇଥିଲେ । A. ବ୍ୟାସକବି B. ସରସ୍ଵତୀ C. ପଦ୍ମଶ୍ରୀ D. ଅତିବଡୀ “ କୃଷକ ସଙ୍ଗୀତ “ ର ରଚୟତା କିଏ । A. ରାଧାନାଥ ରାୟ B. ନନ୍ଦକିଶୋର ବଳ C. ରାମଶଙ୍କର ରାୟ D. ଗଙ୍ଗାଧର ମେହେର ଓଡିଆ ସାହିତ୍ୟର ପ୍ରଥମ ନାଟ୍ୟକାର କିଏ A. କାଳୀଚରଣ ପଟ୍ଟନାୟକ B. ଗୋପାଳ ଛୋଟରାୟ C. ଜଗମୋହନ ଲାଲ D. ରଘୁନାଥ ପଣ୍ଡା କେତେ ଖ୍ରୀଷ୍ଟାଦ୍ଦରେ ପ୍ରାଚୀ ସମିତି ଗଠନ ହୋଇଥିଲା । A. ୧୯୨୬ B. ୧୯୨୨ C. ୧୯୨୫ D. ୧୯୧୯ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ଵାରା ୧୯୧୯ ରେ ପ୍ରକାଶିତ ଆଲୋଚନାଧର୍ମୀ ସାହିତ୍ୟ ପତ୍ରିକାର ନାମ କଣ A. ପ୍ରଜାତନ୍ତ୍ର B. ସମାଜ C. ଉତ୍କଳପ୍ରଭା D. ମୁକୁର “ ଗାଁ ମଜଲିସ “ର ଲେଖକ କିଏ । A. ପ୍ରତିଭା ରାୟ B. ହରେକୃଷ୍ଣ ମହତାବ C. ରାଧାନାଥ ରଥ D. ମନୋଜ ଦାସ ନିମ୍ନୋକ୍ତ ମାନଙ୍କ ମଧ୍ୟରୁ କିଏ ନାଟ୍ୟକାର କାଳୀଚରଣ ପଟ୍ଟନାୟକଙ୍କ ରଚନା ନୁହେଁ ,। A. ଭାତ B. ରକ୍ତମାଟି C. ମାଣିଜଯୋଡି D. ଅଭିଯାନ “ ଭୀମାଭୂୟାଁ “ ଉପନ୍ୟାସର ରଚୟତା କିଏ । A. ଗୋପୀନାଥ ମହାନ୍ତି B. ଗୋପାଳବଲ୍ଲଭ ଦାସ C. ସୁରେନ୍ଦ୍ର ମହାନ୍ତି D. ବାମାଚରଣ ମିତ୍ର “ ଅର୍ଦ୍ଧ ଶତାଦ୍ଦୀରେ ଓଡିଶା ଓ ତହିଁରେ ମୋ ସ୍ଥାନ- “ ଏହା କାହାର ଆତ୍ମଚରିତ । A. ଗୋଦାବରୀଶ ମିଶ୍ର B. ଗୋପବନ୍ଧୁ ଦାସ C. ଗୋଦାବରୀଶ ମହାପାତ୍ର D. ଲକ୍ଷ୍ମୀକାନ୍ତ ମହାପାତ୍ର ନିମ୍ନୋକ୍ତ ମଧ୍ୟରୁ କିଏ ମଧୁସୂଦନ ରାଓଙ୍କ ରଚିତ ଚତୁର୍ଦ୍ଦଶପାଦୀ କବିତା ଏକ ମନୋଜ୍ଞ ସଂକଳନ A. ପୁଷ୍ପମଲା B. ପୂଜାଫୁଲ C. ବସନ୍ତଗାଥା D. ଅବସର ବାସରେ କବି କାହାକୁ ସର୍ବସାରଣୀ ବୋଲି କହିଛନ୍ତି । A. ନଦୀକୁ B. ମାଟିକୁ C. ସ୍ଵର୍ଗକୁ D. ବୃକ୍ଷକୁ ମାଟି ମାର ଓ ମିଠାପାଣି ଓ ଧୀର ପବନ ଆମକୁ କଣ ଦେଇଛି । A. ଦେହରେ ବଳ B. ମନରେ ଦମ୍ଭ C. ସ୍ନେହ D. ସାହସ ଆମେ କେଉଁଠାରୁ ଶକ୍ତି ଓ ତୃପ୍ତି ପାଉ । A. ଗଛଲତାର ଫଳ B. ପକ୍ଷୀର ଡାକ C. ଫୁଲର ମହକ D. ସୂର୍ଯ୍ୟଙ୍କ କିରଣ ଆମ ମନ ସୁଖଲାଗି ହସ କଥା କେଉଁଠାରେ ଭରି ରହିଛି । A. ସବୁଜ ଘାସରେ B. ଗଛଲତାରେ C. ନଈ ସମୁଦ୍ରରେ D. ବାଡି ବଗିଚାରେ ଦେହ ଦୁଃଖ ପାଇଁ ମାଟି ମାଆ କଣ ସାଇତି ରଖିଛି । A. ଚେରମୂଳି ଗଛଲତା B. ପାଣି ପବନ C. ସବୁଜ ଘାସ D. ପଶୁପକ୍ଷୀ ବଣ ପକ୍ଷୀର ଡାକ ଶୁଣି ଦେହରେ କି ଭାବ ସୃଷ୍ଟି ହୁଏ । A. ଆନନ୍ଦ ଓ ଗର୍ବ B. ଦୁଃଖ C. ଉନ୍ମାଦନା D. କ୍ରୋଧ ନିଜ ଛାତି ନିଦା କରିବାକୁ କବି ମାଟି ମାଆକୁ କଣ ମାଗିଛନ୍ତି । A. ଶକ୍ତି B. ସାହସ C. ଅମାପ ଧାର୍ଯ୍ୟ D. ଶାନ୍ତି ମାଟି ମାର ଦେହ କେଉଁଥିରେ ଗଢା A. ଗଛଲତା B. ପାହାଡପଥର C. ଧୂଳି D. କଣ୍ଟାଝଟା କିଏ ଡାକିଲେ ମଧ୍ୟ ମାଟି ମାର କାଖ ଛାଡି ଯିବାକୁ ମନ ହୁଏ ନାହିଁ ବୋଲି କବି କହିଛନ୍ତି । A. ଅରଣ୍ୟ B. ସରସ C. ସାଗର D. ପକ୍ଷୀ ମାଟି ମା ର ପ୍ରାଣ କିପରି A. ପଥର ପରି B. ଲୁହାପରି C. କଅଁଳ ପତ୍ର ପରି D. ପାଣି ପରି କେଉଁ କର୍ମହେତୁ କବି ଏ ଦେଶକୁ ବୁଲିବାକୁ ଆସିଛନ୍ତି । A. ତପସ୍ୟା B. ସେବା C. ଦାନଧର୍ମ D. ଭକ୍ତି ମାଟି ମାଆ ଆମର ସବୁ ଦୋଷ କାହିଁକି କ୍ଷମା କରିଦେଇଛି । A. ସରଳ ହେତୁ B. ନିଜର ସନ୍ତାନ ଭାବି C. ଧର୍ମରକ୍ଷା ପାଇଁ D. ଅକ୍ଷମ ହେତୁ କବି ମାଟିକୁ କଣ ଖୋଜି ଦେବା ପାଇଁ ଅନୁରୋଧ କରିଛନ୍ତି । A. ଶାନ୍ତି B. ଚେତନାର ଚାବିକାଠି C. ସଫଳତାର ଚାବି D. ଜୀବନର ଆନନ୍ଦ କବି କାହାକୁ ଦେବଭୂମି ଓ ବୀରଭୂମି ବୋଲି କହିଛନ୍ତି । A. ପୃଥିବୀକୁ B. ମାଟିକୁ C. ଭାରତ ମାଆକୁ D. ସ୍ଵର୍ଗକୁ ଦୁଃଖ ଦଡମଡି ସହିବାକୁ କବି ମାଟିକୁ କଣ ପ୍ରାର୍ଥନା କରିଛନ୍ତି । A. ଧନରତ୍ନ B. ଅଧିକ ଫସଲ C. ଫଳମୂଳ D. ନିଜ ପରି ଟାଣ କରିଦେବାକୁ ଧରମା କାହାକୁ ସୁମରଣା କରି ଅନୁକୂଳରେ ଘରୁ ବାହାରିଥିଲା । A. ଜଗନ୍ନାଥ B. ସୂର୍ଯ୍ୟ C. ମଙ୍ଗଳା D. ନାରାୟଣ ବାପା ଧରମାକୁ ଚିହ୍ନିବା ପାଇଁ ସେ ସାଙ୍ଗରେ କଣ ନେଇଯାଇଥିଲା । A. ମା’ଙ୍କ ଚିଠି B. ବାଡି ବରକୋଳି ଓ ମୁଦି C. ବାପାଙ୍କ ପୋଥି D. ପିନ୍ଧାବସ୍ତ୍ର “ ତୁ ଗୋଟେ ମାୟାବୀ, ମତେ ଆଘାତ ଦେବାକୁ ଆସିଛୁ-“ ଏକଥା କିଏ କହିଥିଲେ । A. ଶିବେଇ ସାନ୍ତରା B. ନରସିଂହ ଦେବ C. ବିଶୁ ମହାରଣା D. ୧ ମ ଶିଳ୍ପୀ କିଏ ଟିକି ଛୁଆ ହୋଇ ବି ବୀରପଣିଆ ଦେଖାଇଥିଲା ବୋଲି ଧରମା କହିଛି । A. ଅଭିମନ୍ୟୁ B. ଲକ୍ଷ୍ମଣ କୁମାର C. ହନୁମାନ D. ଘଟୋତ୍କଚ ଆଗନ୍ତୁକ ଧରମା ମାକୁ କି ଖବର ଦେଲେ । A. ବିଶୁ ମହାରଣା ଧରମାକୁ ଡାକିଛନ୍ତି B. ଦେଉଳ ତୋଳା ସରିଛି ହେଲେ ଦଧିନଉତି ବସିନି C. ବାରଶ ବଢେଇଙ୍କ ମୁଣ୍ଡକାଟ ହୋଇଛି D. ମହାର୍ଜା ବିଶୁଙ୍କୁ ପୁରସ୍କାର ଦେଇଛନ୍ତି “ ମନ୍ତ୍ର ବଳରେ ଫଣୀତୁଲ୍ୟ ମୁ ନିରୁପାୟ”- ଏକଥା କିଏ କହିଥିଲେ । A. କାର୍ତ୍ତିକେୟ B. ବିଶ୍ଵକର୍ମା C. ଶମନ D. ଇନ୍ଦ୍ର ଦେବଶିଳ୍ପୀ କିଏ । A. ବିଶ୍ଵକର୍ମା B. କାର୍ତ୍ତିକେୟ C. କୁବେର D. ବରୁଣ କାହାବଳରେ ଇନ୍ଦ୍ର ସ୍ଵର୍ଗରେ ରାଜା ହୋଇ ଆମର ହୋଇଛନ୍ତି ବୋଲି ସୁନ୍ଦ କହିଛି । A. କୂଟନୀତି B. ତପସ୍ୟା ଓ ପୂଣ୍ୟ C. ଶକ୍ତି D. ମନ୍ତ୍ର ମୂର୍ଛତା ତିଳୋତ୍ତମାକୁ କିଏ ଜଳ ସିଞ୍ଚି ସାଷ୍ଟମ କରାଇଲେ । A. ଇନ୍ଦ୍ର B. ସୁନ୍ଦ- ଉପସୁନ୍ଦ C. ମଦନ –ବସନ୍ତ D. ବନଦେବୀ ଭଗବାନ ନୃସିଂହ ଅବତାର ହେଲା ବେଳେ କେଉଁ ଦୈତ୍ୟକୁ ବିଦାରଣ କରିଥିଲେ । < A. ନିକୁମ୍ଭାସୁର B. ମହିଷାସୁର C. ହିରଣ୍ୟ କାଶୁପ D. ବୃତ୍ରାସୁର ପଦ୍ୟ ବା କବିତା ରଚନାରେ ଏକ ନିର୍ଦ୍ଧିଷ୍ଟ ନିୟମ ବା ଶୈଳୀକୁ କଣ କୁହାଯାଏ । A. ଯତ B. ଛନ୍ଦ C. ପାଦ D. ଅଳଙ୍କାର ସାରଳା ଦାସଙ୍କ “ ମହାଭାରତ” କେଉଁ ଛନ୍ଦରେ ରଚିତ । A. ଗୁଜ୍ଜରୀ B. ନଟବାଣୀ C. ଦାଣ୍ଡି D. ବଙ୍ଗଳାଶ୍ରୀ “ ଅମୃତ ବିନୟ ବଚନ କହି ତୋଷିବ ପ୍ରାଣୀ ମନ - ଏହା କେଉଁ ଛନ୍ଦରେ ରଚିତ A. ସଙ୍କରା ଭରଣ B. ଦାଣ୍ଡି C. ଗୁଜ୍ଜରୀ D. ରାମକେରୀ ବିଭାସକେଦାର ଛନ୍ଦରେ ଥିବା ପ୍ରତିଟି ପାଦର ଅକ୍ଷର ସଂଖ୍ୟା କେତେ A. ୧୬ B. ୧୨ C. ୧୮ D. ୧୪ ମିତ୍ରାକ୍ଷର ଛନ୍ଦ କେତେ ଭାଗରେ ବିଭକ୍ତ A. ତିନି B. ଚାରି C. ଛଅ D. ଦୁଇ ନିମ୍ନୋକ୍ତ ମଧ୍ୟରୁ କିଏ ଅର୍ଥାଳଙ୍କ।ର A. ଯମଜ B. ଅନୁପ୍ରାସ C. ଶ୍ଲେଷ D. ଉତପ୍ରେକ୍ଷା ପଦ ମଧ୍ୟରେ ଏକ ବା ଏକାଧିକ ବ୍ୟଞ୍ଜନ ବର୍ଣ୍ଣ ବାରମ୍ବାର ଉଚ୍ଚାରଣ ହେଲେ ତାହାକୁ କି ଅଳଙ୍କାର କୁହାଯାଏ । A. ଉପମା B. ରୂପକ C. ଅନୁପ୍ରାସ D. ବ୍ୟତିରେକ “ ଦେଖରେ ନଳିନି ! ନଳିନୀ ନଳିନୀରେ ପୂରିତ ଭ୍ରମନ୍ତି ଭ୍ରମରେ ଭ୍ରମରେ ଏ ଶୋଭିତ” ଏଥିରେ କେଉଁ ଅଳଙ୍କାର ପ୍ରଯୁକ୍ତ A. ରୂପକ B. ଉପମା C. ଯମଜ D. ଶ୍ଲେଷ ଯାହାକୁ ତୁଳନା ଦିଆଯାଇଥାଏ ତାକୁ କଣ କୁହାଯାଏ । A. ଉପମା B. ଉପମେୟ C. ଉପମାନ D. ସାଦୃଶ୍ୟ ଭିନ୍ନାର୍ଥବୋଧକ ଏକ ପ୍ରକାର ଶବ୍ଦର ବାରମ୍ବାର ଆବୃତ୍ତିକୁ କେଉଁ ଅଳଙ୍କାରର କୁହାଯାଏ । A. ଯମଜ B. ଶ୍ଲେଷ C. ଉପମା D. ଉତପ୍ରେକ୍ଷା ଉତ୍ତର ଆଧାର : ବୋର୍ଡ଼ ଅଫସେକେଣ୍ଡାରୀ ଏଡୁକେସନ ( ସମାଜ )