ପ୍ରଶ୍ନ ୧ - ୯ ଏକ ଆପତିତ ରଶ୍ମି ଓ ପ୍ରତିଫଳିତ ରଶ୍ମି ମଧ୍ୟରେ କୋଣର ପରିମାଣ ହେଲେ ଆପତନ କୋଣର ପରିମାଣ କେତେ A. 50 degree B. 25 degree C. 100 degree D. 90 degree କେଉଁ ଦର୍ପଣର ବକ୍ରତା କେନ୍ଦ୍ର ଓ ପ୍ରତିଫଳନ,ପୃଷ୍ଠ ପୋଲର ବିପରୀତ ପାର୍ଶ୍ଵରେ ଅବସ୍ଥିତ \ A. ସମତଳ ଦର୍ପଣ B. ଅବତଳ ଦର୍ପଣ C. ଉତ୍ତଳ ଦର୍ପଣ D. କୌଣସିଟି ନୁହେଁ 3. 20 cm ଫୋକସ ଦୂରତା ବିଶିଷ୍ଟ ଏକ ଉତ୍ତଳ ଦର୍ପଣ , ସମ୍ମୁଖରେ ଏକ ବସ୍ତୁକୁ 30 ସେମି ଦୂରତାରେ ରଖିଲେ , ପ୍ରତିବିମ୍ବ ଫୋକସ ବିନ୍ଦୁଠାରୁ କେତେ ଦୂରତାରେ ସୃଷ୍ଟି ହେବ A. 8 cm B. 12cm C. 10 cm D. 32 cm ଏକ ଅବତଳ ଦର୍ପଣରେ ବସ୍ତୁ “C” ଠାରେ ଥିଲେ ପ୍ରତିବିମ୍ବ କେଉଁଠାରେ ସୃଷ୍ଟି ହେବ A. ଅନନ୍ତ ଦୂରତା B. “F” ଠାରେ C. “C” ଓ “F” ମଧ୍ୟରେ D. “C” ଠାରେ ଆଲୋକର ପ୍ରତିଫଳନର ନିୟମ କେଉଁ ପୃଷ୍ଠ ପାଇଁ ପ୍ରଯୁଜ୍ୟ A. ଅସମତଳ B. ସମତଳ C. ଖାଲଢିପ D. ସମସ୍ତ ପ୍ରକାର ପୃଷ୍ଠ ଏକ ଅବତଳ ଲେନସର ଫୋକସ ଦୂରତା f=25 cm ହେଲେ ଏହାର ପାୱାର କେତେ A. 4D B. 4D C. 0.4D D. -0.4D .P ମାଧ୍ୟମର ଆଲୋକୀୟ ଘନତା Q ମାଧ୍ୟମଠାରୁ ଅଧିକ ହେଲେ ନିମ୍ନ ଉକ୍ତିଗୁଡିକ ମଧ୍ୟରୁ କେଉଁଟି ଠିକ ? A. P ମାଧ୍ୟମରେ ଆଲୋକର ବେଗ Q ମାଧ୍ୟମଠାରୁ କମ B. P ମାଧ୍ୟମରେ ପ୍ରତିସରଣାଙ୍କ Q ମାଧ୍ୟମଠାରୁ କମ C. P ମାଧ୍ୟମରେ ପ୍ରତିସରଣାଙ୍କ Q ମାଧ୍ୟମଠାରୁ ବେଶୀ D. ଆଲୋକୀୟ ଘନତା ସହ ପ୍ରତିସରଣାଙ୍କର କୌଣସି ସମ୍ପର୍କ ନାହିଁ । କେଉଁଥିରେ କେବଳ ଆଭାସୀ ପ୍ରତିବିମ୍ବ ଗଠିତ ହୁଏ ? A. ସମତଳ ଦର୍ପଣ, ଉତ୍ତାଳ ଲେନ୍ସ , ଉତ୍ତର ଦର୍ପଣ B. ଅବତଳ ଲେନସ ଓ ଅବତଳ ଦର୍ପଣ ଉତ୍ତଳ ଦର୍ପଣ C. ଉତ୍ତର ଦର୍ପଣ , ଉତ୍ତଳ ଲେନସ , ସମତଳ ଦର୍ପଣ D. ସମତଳ ଦର୍ପଣ , ଅବତଳ ଲେନସ , ଉତ୍ତଳ ଦର୍ପଣ ବାଇଗଣି, ହଳଦିଆ, ନୀଳ ଓ ସବୁଜ ରଙ୍ଗର ଆଲୋକ ମଧ୍ୟରୁ କେଉଁ ଆଲୋକର ତରଂଗ ଦୈର୍ଘ୍ୟ ଅଧିକ ? A. ବାଇଗଣି B. ହଳଦିଆ C. ନୀଳ D. ସବୁଜ ପ୍ରଶ୍ନ ୧୦ -୧୮ ସମୀପ ଦ୍ରୁଷ୍ଟି, ଦୂରଦ୍ରୁଷ୍ଟି ଓ ଚାଳିଶାର ପ୍ରତିକାର ପାଇଁ ଯଥାକ୍ରମେ କେଉଁ ଲେନସର ଚଷମା ବ୍ୟବହାର କରାଯାଏ । A. ଅବତଳ , ଉତ୍ତଳ , ଅବତଳ B. ଉତ୍ତଳ ଅବତଳ ଅବତଳ C. ଅବତଳ ଉତ୍ତଳ ଓ ସମତଳ D. ଅବତଳ ଉତ୍ତଳ ଉତ୍ତଳ ପ୍ରିଜିମରେ ଧଳା ଆଲୋକ ଆପତିତ ହେଲେ ନିର୍ଗତ ଆଲୋକ ରଶ୍ମୀଗୁଡିକ ମଧ୍ୟରୁ କେଉଁ ବର୍ଣ୍ଣ ଆଲୋକ ସବୁଠାରୁ କମ ବଙ୍କାଏ ? A. ଲାଲ B. ବାଇଗଣି C. ନୀଳ D. ହଳଦିଆ କିଲୋୱାଟ- ଘଣ୍ଟା କାହାର ଏକକ A. ଚାର୍ଜ B. ବିଦ୍ୟୁତ ପ୍ରତିରୋଧ C. ବିଦ୍ୟୁତ D. ବିଦ୍ୟୁତ ଶକ୍ତି ଏକ ତାର କୁଣ୍ଡଳୀ ମଧ୍ୟରେ ଏକ ଦଣ୍ଡଚୁମ୍ବକକୁ ଗତିଶୀଳ କରାଇଲେ ଉତ୍ପନ୍ନ ପ୍ରେରିତ ବିଦ୍ୟୁତ ନିମ୍ନଲିଖିତ ମଧ୍ୟରୁ କାହା ଉପରେ ନିର୍ଭର କରେ ନାହିଁ A. ଚୁମ୍ବକର ବସ୍ତୁତ୍ଵ B. ଚୁମ୍ବକର ବେଗ C. ଚୁମ୍ବକର ତୀବ୍ରତା D. ତାର କୁଣ୍ଡଳୀର ଘେର ସଂଖ୍ୟା କେଉଁଥିରେ ଯାନ୍ତ୍ରିକ ଶକ୍ତିରୁ ବିଦ୍ୟୁତ ଶକ୍ତି ମିଳେ । A. ବିଦ୍ୟୁତ ମୋଟର B. ବିଦ୍ୟୁତ ଜେନେରେଟର C. ବ୍ୟାଟେରୀ D. ଟ୍ରାନସଫର୍ମର <.li> AC ଜେନେରେଟରରେ ଚୁମ୍ବକର ଦୁଇ ମେରୁ ମଧ୍ୟରେ ଘୂର୍ଣ୍ଣାୟମାନ ଆୟତାକାର ତାର କୁଣ୍ଡଳୀର ଦୁଇ ପ୍ରାନ୍ତ......... ସହ ସଂଯୁକ୍ତ ହୋଇଥାଏ । A. ବ୍ରଶ B. ସ୍ଲିପ ବଳୟ C. ଅକ୍ଷ D. ଗାଲଭାନୋମିଟର ଲଘୁ ପଥନ ବେଳେ ବିଦ୍ୟୁତ ପ୍ରବାହର ମାନ କଣ ହୁଏ ? A. ଅପରିବର୍ତ୍ତିତ ରହେ B. ବହୁତ ବଢିଯାଏ C. ବହୁତ କମିଯାଏ D. କହିହେବ ନାହିଁ ପରିପଥରେ ବିଦ୍ୟୁତ ସ୍ରୋତର ପରିମାଣକୁ କମ ବେଶୀ କରିବା ପାଇଁ କାହାକୁ ବ୍ୟବହାର କରାଯାଏ । A. ଭୋଲଟ ମିଟର B. ଏମିଟର C. ଗାଲଭାନୋମିଟର D. ରିଓଷ୍ଟାଟ ଏକ 20 ୱାଟ ଲେଖାଥିବା ଦୁଇଟି ବଲବ କେତେ ଘଣ୍ଟା ଜଳିଲେ 1 ୟୁନିଟ ବିଦ୍ୟୁତ ଶକ୍ତି ଖର୍ଚ୍ଚ ହେବ । A. 50 ଘଣ୍ଟା B. 25 ଘଣ୍ଟା C. 10 ଘଣ୍ଟା D. 1 ଘଣ୍ଟା ଆଧାର: ବୋର୍ଡ଼ ଅଫସେକେଣ୍ଡାରୀ ଏଡୁକେସନ ( ସମାଜ )