ସ୍ଥୂଳ ମାଂସପେଶୀ ଉଦ୍ଦେଶ୍ୟ – ଏହି ସବୁ ସାମଗ୍ରୀ ବ୍ୟବହାର କରି ପିଲାମାନଙ୍କର ସ୍ଥୂଳ ମାଂସପେଶୀର ବିକାଶ ସାଧନ କରିପାରିବ । ଉପକରଣ – ବଲ୍ ଦଉଡି(୫ ମିଟର) ଦଉଡି ଡିଆଁ – ଦଉଡି ରିଙ୍ଗବଲ୍ ବ୍ୟବହାର ପ୍ରଣାଳୀ – ବଲ୍ ଫିଙ୍ଗିବା ଓ ଧରିବା, ଗୋଡରେ ଉପରକୁ ଫୋପାଡିବା, ହାତରେ ମାରିବା ଇତ୍ୟାଦି କାର୍ଯ୍ୟ କରାଯାଇପାରିବ । ଦଉଡିର ଦୁଇଟି ମୁଣ୍ଡକୁ ଯୋଡିବା ଗଣ୍ଠି ପକାଇ ପିଲାମାନଙ୍କୁ ଦଉଡି ଧରି ୪ ଜଣ ଚାରି କୋଣରେ ଠିଆ ହୋଇ ଚାରିକୋଣିଆ, ତିନିଜଣ ଦଉଡିଟି ଧରି ତିନକୋଣିଆ, ସେହିପରି କେତେ ଗୁଡିଏ ପିଲା ଦଉଡି ଧରି ଗୋଲାକାର ଆକୃତି କରାଯାଇପାରିବ । ଦଉଡିଟିକୁ ପିଲାମାନଙ୍କୁ ଧରାଇ ଦେଇ “ଆମେ ଉପରକୁ ଉପରକୁ ଯାଉଛୁ, ଆମେ ଯାଉଛୁ,ଆମେ ଡାହାଣକୁ ଡାହାଣକୁ ଯାଉଛୁ, ଆମେ ପଛକୁ ପଛକୁ ଯାଉଛୁ, ଆମେ ଆଗକୁ ଆଗକୁଯାଉଛୁ” ଇତ୍ୟାଦି କାର୍ଯ୍ୟକ୍ରମ କରାଯାଇ ପାରିବ । ଦଉଡି ଡିଆଁ ଦ୍ଵାରା ଡିଆଁ ଡେଇଁ କାର୍ଯ୍ୟକ୍ରମ କରାଯାଇପାରିବ । ରିଙ୍ଗ୍ ବଲ୍ ଫୋପାଡି ଧରିବା, ମୁଠାଇ କରି ଧରିବା ଖେଳ ଖେଳାଯାଇ ପାରିବ । ସୂକ୍ଷ୍ମ ମାଂସପେଶୀ ଉଦ୍ଦେଶ୍ୟ – ତଳେ ଦିଆଯାଇଥିବା ଜିନିଷକୁ ବ୍ୟବହାର କରି ପିଲାମାନଙ୍କର ସୂକ୍ଷ୍ମ ମାଂସପେଶୀୟର ବିକାଶ ସାଧନ ଓ ହାତ ଓ ଆଖିର ସମ୍ମନ୍ଵିତ ଚାଳନା କରାଯାଇ ପାରିବ । ଉପକରଣ – ପ୍ଲାଷ୍ଟିକ୍ ଦଉଡି ବିଭିନ୍ନ ରଙ୍ଗର ପ୍ଲାଷ୍ଟିକ୍ ମାଳି କଇଁଚି (ଅଗ୍ରଭାଗ ମୁନିଆ ହୋଇନଥିବ) ରଙ୍ଗିନ୍ କାଗଜ କ୍ରେୟନ୍, ରଙ୍ଗ ଛିଦ୍ରଥିବା କାଠର ବୋର୍ଡ଼, ପ୍ଲାଷ୍ଟିକ୍ କଣ୍ଟା ବା ଲୁହାକଣ୍ଟା (ମୁନ ନଥିବା) ଓ ବିଭିନ୍ନ ଆକାରର ଚିତ୍ର । ବ୍ୟବହାର ପ୍ରଣାଳୀ – ପ୍ଲାଷ୍ଟିକ୍ ଦଉଡି ସାହାଯ୍ୟରେ ମାଳିକୁ ବିଭିନ୍ନ ପ୍ରକାର ଗୁନ୍ଥା ଯାଇପାରିବ । ରଙ୍ଗିନ୍ କାଗଜକୁ ବିଭିନ୍ନ ଆକାରରେ କଇଁଚି ସାହାଯ୍ୟରେ କଟା ଯାଇପାରିବ । କାଗଜ ଉପରେ ରଙ୍ଗ ସାହାଯ୍ୟରେ ଓ କ୍ରେୟନ୍ ସାହାଯ୍ୟରେ ନିଜ ଇଚ୍ଛାନୁସାରେ ଓ ଅଙ୍ଗନୱାଡୀ କର୍ମୀର ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ପ୍ରକାରର ଚିତ୍ର ଅଙ୍କା ଯାଇପାଇବ । ଛିଦ୍ର ଥିବା କାଠର ବୋର୍ଡ଼ରେ ଦିଆଯାଇଥିବା ନମୁନାକୁ ଦେଖି ମୁନ ନଥିବା ପ୍ଲାଷ୍ଟିକ୍/ ଲୁହାକଣ୍ଟା ଦ୍ଵାରା ସେହିପରି କରିବାକୁ ପିଲାମାନଙ୍କୁ କୁହାଯାଇପାରିବ । ଆଧାର - ଓଡିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ଅଧିକାରୀ ଶିକ୍ଷାସୌଧ