ସୃଜନୀଶକ୍ତିର ବିକାଶ ପିଲାଙ୍କ ମନରେ କୌତୁହଳ ଜାଗ୍ରତ ପାଇଁ ନିମ୍ନ ପ୍ରକ୍ରିୟା ଦ୍ଵାରା ବିକାଶ କରାଯାଇପାରିବ । ସୃଜନଶୀଳତା ଉଦ୍ଦେଶ୍ୟ – ନିମ୍ନଲିଖିତ ଜିନିଷ ବ୍ୟବହାର କରି ସୃଜନୀ ଶକ୍ତିର ବିକାଶ କରାଯାଇପାରିବ ଓ ପିଲାଙ୍କ ମନରେ କୌତୁହଳ ଜାଗ୍ରତ କରାଇହେବ । ଉପକରଣ – କାଗଜ ଭଙ୍ଗାର ମଜା – ପୁସ୍ତକ କାଗଜକୁ ଆକୃତି ପୁସ୍ତକ କୋଲେଜ୍ ବୁକ୍ଲେଟ୍ ପତ୍ର ସଜ୍ଜାର ପୁସ୍ତକ ବ୍ୟବହାର ପ୍ରଣାଳୀ – କାଗଜ ଭଙ୍ଗାର ପୁସ୍ତକର ଦିଆଯାଇଥିବା ଛବିକୁ ଦେଖି ବିଭିନ୍ନ ପ୍ରକାରର କାଗଜଭାଙ୍ଗି ସେହି ପ୍ରକାର ନମୂନା ପ୍ରସ୍ତୁତ କରିବା । “କାଗଜରୁ ଆକୃତ” ପୁସ୍ତକ ବ୍ୟବହାର କରି ବିଭିନ୍ନ ଆକୃତି ତିଆରି କରିବା । “କୋଲେଜ୍ ବୁକ୍ଲେଟ୍” ଦେଇ ନମୁନା ବା ବସ୍ତୁ ତିଆରି କରିବେ । ଏହାଛଡା ଶିଶୁ ତା ମନଇଚ୍ଛା ନିଜର କଳ୍ପନା ଅନୁସାରେ ନୂଆ ନୂଆ ଜିନିଷ କରିପାରିବା । ପତ୍ର ସଜ୍ଜାର ବହିକୁ ବ୍ୟବହାର କରି ପରିବେଶରେ ମିଳୁଥିବା ବିଭିନ୍ନ ପ୍ରକାରର ଚିତ୍ର ଆଣି ବହି ଦେଖି ସଜାଇବାପାଇଁ କହିବା । ରଙ୍ଗ, ତୂଳି ସାହାଯ୍ୟରେ କାଗଜ ଉପରେ ବିଭିନ୍ନ ପ୍ରକାରର ଚିତ୍ର ଆଙ୍କି ରଙ୍ଗ ଦେବା । ଆବେଗିକ ବିକାଶ ଉଦ୍ଦେଶ୍ୟ – ଶିଶୁ ଭୟ, କ୍ରୋଧ, ଇର୍ଷା ମନୋଭାବ, ସୁସଂଗଠିତ କରି ଜାଣିବ । ଉପକରଣ – ବିଭିନ୍ନ ଆବେଗର ଛବି କାର୍ଡ଼ ଯଥା :- ହସ, କାନ୍ଦ, ରାଗ, ଭୟ, ଆଶ୍ଚର୍ଯ୍ୟ । ବିଭିନ୍ନ ଆବେଗର ଛବି ପଠନ କାର୍ଡ଼ ଆଈର ଗପ (ହସ) ମା’ର ଶାସନ (କାନ୍ଦ) ବାଲି କାଗଜର ଅକ୍ଷର ଗାଁ ରାସ୍ତାରେ ପିଲାଟି ଯାଉଥିବା ସମୟରେ ହଠାତ୍ ସାମନାରେ ସାପଟିଏ ଦେଖି ଡରିବା (ଭୟ) ପଡିଆରେ ପିଲାମାନେ ଖେଳିବା ସମୟରେ ଆକାଶରେ ଉଡାଜାହାଜକୁ ଆଶ୍ଚର୍ଯ୍ୟରେ ଦେଖିବା ( ଆଶ୍ଚର୍ଯ୍ୟ) ବ୍ୟବହାର ପ୍ରଣାଳୀ ଛବି କାର୍ଡରେ ଥିବା ଭିନ୍ନ ଭିନ୍ନ ଆବେଗକୁ ଚିହ୍ନଟ କରିବ, ମୁହଁରେ ସେଭଳି ଭଙ୍ଗି କରିବ । ଏହାଦ୍ୱାରା ଶିଶୁର ଅନୁକରଣ କରିବାର ଶକ୍ତି ବୃଦ୍ଧି ହେବ । ଛବିଗୁଡିକୁ ଦେଖି ଭିନ୍ନ ଭିନ୍ନ କାର୍ଯ୍ୟକଳାପକୁ ବର୍ଣ୍ଣନା କରିବ । ଆଧାର - ଓଡିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ଅଧିକାରୀ ଶିକ୍ଷାସୌଧ