ସ୍ମୃତି ବିକାଶ ଖେଳ ଉଦ୍ଦେଶ୍ୟ – ଏହି ଖେଳ ଦ୍ଵାରା ପିଲାମାନଙ୍କର ସ୍ମରଣ ଶକ୍ତି ବିକାଶ କରାଯାଇପାରିବ । ଉପକରଣ – ଛବି କାର୍ଡ (ଏଥିରେ ପଚାଶ ଯୋଡା କାର୍ଡ ଓ ଗୋଟିଏ ବୋର୍ଡ ଅଛି ) ପଶୁ – ବାଘ , ଭାଲୁ, ହାତୀ, ମାଙ୍କଡ, ବିଲୁଆ, ସିଂହ, ହରିଣ ପକ୍ଷୀ – କାଉ, ପାରା, ଶୁଆ, ପେଚା ଫଳ – ଆମ୍ବ, ପିଜୁଳି, କଦଳୀ, ପଣସ, ଅମୃତଭଣ୍ଡା, ତରଭୂଜ ପରିବା – ବାଇଗଣ, ମୂଳା, ଭେଣ୍ଡି, ବିଲାତି ବାଇଗଣ, କଖାରୁ, କାକୁଡି, ଲେମ୍ବୁ, ଆଳୁ ଫୁଲ – ମନ୍ଦାର, ଗୋଲାପ, ସୂର୍ଯ୍ୟମୁଖୀ, ପଦ୍ମ ଗଛ – ଆମ୍ବ ଗଛ, ଖଜୁରୀ ଗଛ, ପିଜୁଳି ଗଛ, କଦଳୀ ଗଛ ଗୃହପାଳିତ ପଶୁ – କୁକୁର, ଗାଈ, ଛେଳି, ମେଣ୍ଢା, ଠେକୁଆ, ମଇଁଷି, ଘୋଡା ଫସଲ – ମକା, ଧାନ, ଆଖୁ, ଚିନାବାଦାମ ଯାନବାହାନ – ଶଗଡଗାଡି, ସାଇକେଲ, ଟ୍ରେନ୍, ବସ୍, ରିକ୍ସା, କାର ବ୍ୟବହାର ପ୍ରଣାଳୀ - ପ୍ରଥମେ କର୍ମୀ ବୋର୍ଡ଼ ଉପରେ ପିଲାଙ୍କ ବୟସ ଅନୁଯାୟୀ ଚାରିଯୋଡାରୁ ଦଶଯୋଡା ପର୍ଯ୍ୟନ୍ତ କାର୍ଡ଼ ଓଲଟାଇ ରଖିବେ। କୌଣସି ଏକ ପିଲାକୁ କାର୍ଡ଼ ବୋର୍ଡ଼ରୁ ଗୋଟିଏ ଉଠାଇ ନିଜେ ଦେଖି ଓ ଅନ୍ୟମାନଙ୍କୁ ଦେଖାଇବାକୁ କୁହାଯିବ । ସେଇ ପିଲାଟିକୁ ଅନ୍ୟ ଗୋଟିଏ କାର୍ଡ଼ ଉଠାଇବାକୁ କୁହାଯିବ । ଯଦି ଦ୍ଵିତୀୟ କାର୍ଡଟି ପ୍ରଥମ କାର୍ଡ଼ ଦୁଇଟିକୁ ବୋର୍ଡରୁ ଉଠାଇଥିବା ଯାଗାରେ ରଖିଦେବ । ଏହି ଖେଳ ବୋର୍ଡରୁ କାର୍ଡ ଗୁଡିକ ସରିବା ପର୍ଯ୍ୟନ୍ତ ଖେଳାଯିବ । ଖେଳଟି ବ୍ୟକ୍ତିଗତ ଭାବେ ଅଥବା ଦଳଗତଭାବେ ଖେଳାଯାଇପାରିବ । ସଂଖ୍ୟା ଧାରଣା – ପରିମାଣ (କମ୍ – ବେଶୀ) ଉଦ୍ଦେଶ୍ୟ – ଏହି ଉପକରଣ ସାହାଯ୍ୟରେ ପିଲାମାନଙ୍କୁ କମ୍ – ବେଶୀର ଧାରଣା ଦିଆଯାଇପାରିବ । ଉପକରଣ – ଦଶଟି ସ୍ଵଚ୍ଛ ପ୍ଲାଷ୍ଟିକ୍ ଡବା ମଧ୍ୟରୁ ପାଞ୍ଚୋଟିରେ କମ୍ ଓ ପାଞ୍ଚୋଟିରେ ବେଶୀ ପରିମାଣରବାଲି, ଗୋଡି, ମଞ୍ଜି, ପ୍ଲାଷ୍ଟିକ୍ ମାଳି ଓ ରଙ୍ଗବାଲି ଦିଆଯାଇଛି । ବ୍ୟବହାର ପ୍ରଣାଳୀ – ପିଲାମାନଙ୍କୁ କମ୍ ଥିବା ଓ ବେଶୀ ଥିବା ଡବାକୁ ଦେଖାଇ କମ୍ – ବେଶୀର ପାର୍ଥକ୍ୟ ଜଣାଇବେ । ତାପରେ ପିଲାଙ୍କୁ ଜଣ ଜଣ କରି ଡାକି କମ୍ ଓ ବେଶୀ ଥିବା ଡବାକୁ ଚିହ୍ନଟ କରିବା ପାଇଁ କୁହାଯାଇ ପାରିବ । ସଂଖ୍ୟା ଧାରଣା - ଆକାର (ବଡ-ସାନ, ଲମ୍ବା-ଛୋଟ,ଡେଙ୍ଗା-ଗେଡା, ମୋଟା-ପତଳା) ଉଦ୍ଦେଶ୍ୟ – ଏହି ଉପକରଣ ମାଧ୍ୟମରେ ବଡ-ସାନ, ଲମ୍ବା-ଛୋଟ,ଡେଙ୍ଗା-ଗେଡା, ଓ ମୋଟା-ପତଳା ର ଧାରଣା ଦିଆଯିବ । ଉପକରଣ – ଛବି କାର୍ଡ, ବଡଗଛ – ସାନଗଛ ଡେଙ୍ଗା ପିଲା – ଗେଡାପିଲା ମୋଟା ମଣିଷ –ପତଳା ମଣିଷ ସଂଖ୍ୟା ଧାରଣା ଉଦ୍ଦେଶ୍ୟ – ଏହି ଉପକରଣ ମାଧ୍ୟମରେ ପିଲାମାନଙ୍କୁ ସଂଖ୍ୟା ଗଣିବାର ଧାରଣା ଦିଆଯିବ । ଉପକରଣ – ପ୍ଲାଷ୍ଟିକ୍ ମାଳି ଓ ସୂତା ଚିତ୍ର ଥିବା ସଂଖ୍ୟା ବୋର୍ଡ଼ ବ୍ୟବହାର ପ୍ରଣାଳୀ – ମାଳିଗୁଡିକ ଗୁନ୍ଥିବେ ଓ ଗଣିବେ ସଂଖ୍ୟା ବୋର୍ଡରେ ପ୍ରଥମେ ଚିତ୍ର ଗୁଡ଼ିକୁ ଦେଖି ଗଣିବେ ଓ ନିମ୍ନରେ ଥିବା ସଂଖ୍ୟାକୁ ଦେଖିବେ । ତାପରେ ବୋର୍ଡକୁ ସଂଖ୍ୟା ଗୁଡିକ କାଢି ଆଣିବେ ଓ ଜଣ ଜଣ କରି ପିଲାଙ୍କୁ ଡାକି ବୋର୍ଡ଼ର ଛବି ଗୁଡ଼ିକୁ ଗଣି ସେଇ ନିର୍ଦ୍ଦିଷ୍ଟ ସଂଖ୍ୟାଟିକୁ ଖଞ୍ଜିବାକୁ କୁହାଯାଇପାରିବ । କ୍ରମ ସଜ୍ଜା ଉଦ୍ଦେଶ୍ୟ – ଏହାଦ୍ୱାରା ପିଲାମାନେ କ୍ରମ ସଜ୍ଜାର ଧାରଣା ପାଇବେ । ଉପକରଣ – ପ୍ଲାଷ୍ଟିକ୍ ପିରାମିଡ୍ କ୍ରମ ସଜ୍ଜା ଛବି ବୋର୍ଡ଼, ଦୁଇ ସେଟ୍ ମାଛ ଓ କଣ୍ଢେଇ କ୍ରମ ସଜ୍ଜା କଣ୍ଢେଇ ମୁଣ୍ଡ (କନାର) ବ୍ୟବହାର ପ୍ରଣାଳୀ – ସାମଗ୍ରୀ ଗୁଡ଼ିକୁ ଛୋଟରୁ ବଡ ପର୍ଯ୍ୟନ୍ତ ସଜାଇ ରଖିବେ ଓ ପ୍ରତ୍ୟେକ ପିଲାଙ୍କୁ ସେହିପରି କରିବା ପାଇଁ ନିର୍ଦ୍ଦେଶ ଦେବେ । ଧାରାବାହିକ ଚିନ୍ତାଧାରା ଉପକରଣ – ଛବି ବୋର୍ଡ଼ – ନୀତିଦିନିଆ କାମ ଯଥା :- ଦାନ୍ତ ଘସିବା, ଗାଧୋଇବା, ଜାମା ପିନ୍ଧିବା, ଖାଇବା, ସ୍କୁଲଯିବା ର ଛବି ପିଲାମାନଙ୍କୁ ଦେଖାଇବେ । ବ୍ଲକ ଡିଜାଇନ ଉଦ୍ଦେଶ୍ୟ – ଏହାଦ୍ଵାରା ପିଲାମାନଙ୍କର ଧାରାବାହିକ ଚିନ୍ତାଧାରାର ବିକାଶ ଘଟିବ । ଉପକରଣ – ଦଶଟି ଚିତ୍ର କାର୍ଡ ଓ ଚଉଦଟି କାଠ ଗୋଟି ବ୍ୟବହାର ପ୍ରଣାଳୀ – ପିଲାମାନେ ଦେଖିବେ ଓ ଧାରାବାହିକ ଭାବେ ସଜାଇ ରଖିବେ । କାର୍ଡରେ ଦିଆଯାଇଥିବେ ଚିତ୍ରକୁ ଦେଖି କାଠଖଣ୍ଡ ଗୁଡ଼ିକୁ ସଜାଇବେ । ମେଳା କରିବା ଉଦ୍ଦେଶ୍ୟ – ପିଲାମାନେ ବିଭିନ୍ନ ବସ୍ତୁର ସମ୍ପର୍କ ଜାଣିବେ । ଉପକରଣ – ଛବି କାର୍ଡ଼ ଯାଞ୍ଚ ସେଟ୍ ଗାଈ – ବାଛୁରୀ ଟେବୁଲ – ଚୌକି ସାର୍ଟ- ପ୍ୟାଣ୍ଟ ବ୍ୟାଟ୍ – ବଲ୍ ପେନ୍ – କ୍ୟାପ୍ ବ୍ୟବହାର ପ୍ରଣାଳୀ – ପ୍ରତ୍ୟେକ ଛବି ସହିତ ଅନ୍ୟଟିର ସମ୍ପର୍କ ଦର୍ଶାଇ ଛବିଗୁଡ଼ିକୁ ଦେଖାଇବେ ଓ ତାପରେ ପ୍ରତ୍ୟେକ ପିଲାଙ୍କୁ ବ୍ୟକ୍ତିଗତ ଭାବରେ ଡାକି କାର୍ଡ଼ ଗୁଡ଼ିକୁ ମେଳ କରାଇବାକୁ କହିବେ । ଦର୍ଶନ ପ୍ରତ୍ୟକ୍ଷଣ କ’ଣ ନାହିଁ – ଛବି କାର୍ଡ ଉପକରଣ – ବିଭିନ୍ନ ଲୁଗାପଟା କେତେଗୁଡିଏ ପଶୁ କେତେଗୁଡିଏ ପକ୍ଷୀ କେତେଗୁଡିଏ ଫୁଲ କେତେଗୁଡିଏ ଫଳ କେତେଗୁଡିଏ ଯାନବାହାନ କେତେଗୁଡିଏ ଖେଳ ସାମଗ୍ରୀ ରୋଷେଇ ବାସନ ନିଜର ନିତ୍ୟକର୍ମ ସାମଗ୍ରୀ ଟେବୁଲ୍, ଚେୟାର, ରାଙ୍କ ଉଦ୍ଦେଶ୍ୟ – ପିଲାମାନଙ୍କ ପ୍ରତ୍ୟକ୍ଷଣ ପ୍ରକ୍ରିୟାକୁ ତ୍ଵରାନ୍ଵିତ କରିବା । ବ୍ୟବହାର ପ୍ରଣାଳୀ – ଏଥିରେ ଦଶଯୋଡା କାର୍ଡ଼ ଅଛି । ପ୍ରତି ଯୋଡା କାର୍ଡକୁ ଗୋଟିକରେ ସମ୍ପୂର୍ଣ୍ଣ ଛବି ଅଛି ଓ ଅନ୍ୟଟିରେ ଗୋଟିଏ ବା ଦୁଇଟି ଛବି ନାହିଁ । ସମ୍ପୂର୍ଣ୍ଣ ଛବି ଥିବା କାର୍ଡଟିକୁ ପିଲାଙ୍କୁ ଦେଖାଇ ଦିଆଯିବ । ପିଲାମାନେ ଛବି ଗୁଡ଼ିକୁ ଚିହ୍ନିବେ ଓ ନାଁ କହିବେ । ତା ପରେ ଅସମ୍ପୂର୍ଣ୍ଣ ଛବି ଥିବା କାର୍ଡଟିକୁ ଦେଖାଇ ପିଲାଙ୍କୁ ପଚରାଯିବ “ଏ ଛବିଟିରେ କେଉଁ କେଉଁ ଛବି ନାହିଁ ?” ଏହି ପ୍ରଣାଳୀରେ ପ୍ରତ୍ୟେକ ଯୋଡା କାର୍ଡକୁ ବ୍ୟବହାର କରିବେ । ସ୍ପର୍ଶ ଅବବୋଧ ଉଦ୍ଦେଶ୍ୟ – କୌଣସି ବସ୍ତୁକୁ ଛୁଇଁ ସ୍ପର୍ଶଜନିତ ଶକ୍ତିର ବିକାଶ କରାଯାଇ ପାରିବ । ଉପକରଣ – ଗୋଟିଏ ବଡ ମୁଣା ଚାରୋଟି ଛୋଟ ମୁଣା ସ୍ପଞ୍ଜ ବଡ କାଚ ଗୋଲି କାଠ ଗୋଟକା (ବାଲି ମଡା ଯାଇଥିବା) ରୁଦ୍ରାକ୍ଷ ବ୍ୟବହାର ପ୍ରଣାଳୀ – ଏଥିରେ ଗୋଟିଏ ବଡ ମୁଣା ଓ ପାଞ୍ଚୋଟି ଛୋଟ ମୁଣି ଅଛି । ବଡ ମୁଣାଟିରେ ସ୍ପଞ୍ଜ, ବଡ କାଚଗୋଲି, ବାଲି ଗୋଟକା, ପ୍ଲାଷ୍ଟିକ୍ ବ୍ରଶ୍, ରୁଦ୍ରାକ୍ଷ ଏକାଠି ରହିଅଛି । ଛୋଟ ପାଞ୍ଚୋଟି ମୁଣାରେ ଏହି ସାମଗ୍ରୀ ଗୁଡିକ ଅଲଗା ଅଲଗା ରହିଛି । ପ୍ରଥମେ ଛୋଟ ମୁଣାର ସାମଗ୍ରୀ ଗୁଡିକ ପ୍ରତ୍ୟେକ ପିଲା ମୁଣାରୁ ବାହାର କରି ଧରିବେ ଓ ଛୁଇଁ ଅନୁଭବ କରିବେ ଏବଂ କିପରି ଲାଗୁଛି କହିବେ । ଏହିପରି ପାଞ୍ଚୋଟି ଛୋଟ ମୁଣାରେ ଥିବା ସାମଗ୍ରୀ ଗୁଡିକ ପିଲାମାନେ ଗୋଟିକ ପରେ ଗୋଟିଏ ଜାଣିବେ । ପିଲାମାନଙ୍କୁ ସମ୍ମୁଖରେ ପାଞ୍ଚୋଟି ମୁଣା ରଖାଯିବ । ସେମାନଙ୍କୁ ଜଣ ଜଣ କରି ଡାକି ଯେ କୌଣସି ଗୋଟିଏ ମୁଣାକୁ ଉଠାଇ ତା ଭିତରେ ଥିବା ସାମଗ୍ରୀଟିକୁ ଚିହ୍ନିବା ପାଇଁ କୁହାଯିବ । ତାପରେ ସେଇ ସାମଗ୍ରୀଟିକୁ ବଡ ମୁଣା ମଧ୍ୟରୁ ହାତ ପୁରାଇ ଅନୁଭବ କରି ବାହାର କରିବା ପାଇଁ କୁହାଯିବ । ପ୍ରକୃତି ବିଷୟରେ ଧାରଣା ଉଦ୍ଦେଶ୍ୟ – ପ୍ରକୃତି ସମ୍ବନ୍ଧୀୟ ଜ୍ଞାନ ପାଇବେ । ଉପକରଣ – ଛବି କାର୍ଡ ଗୋଟିଏ ସେଟ୍, ସୂର୍ଯ୍ୟ, ଜହ୍ନ, ବର୍ଷା, ଇନ୍ଦ୍ରଧନୁ, ମେଘ, ପବନ, ବିଜୁଳି ବ୍ୟବହାର ପ୍ରଣାଳୀ - କବିଗୁଡ଼ିକୁ ଦେଖାଇ ପ୍ରକୃତି ବିଷୟରେ ଆଲୋଚନା କରିବେ । ସରଳ ସମସ୍ୟା ସମାଧାନ ଉଦ୍ଦେଶ୍ୟ – ସରଳ ସମସ୍ୟା ସମାଧାନ କରି ଜାଣିବେ । ଉପକରଣ – ଚାରୋଟି ପଶୁ ବା ପକ୍ଷୀଙ୍କ ଛବି । ବ୍ୟବହାର ପ୍ରଣାଳୀ – ସମ୍ପୂର୍ଣ୍ଣ ଚିତ୍ରଟିକୁ ଦେଖି ଖଣ୍ଡ ଖଣ୍ଡ ହୋଇଥିବା ଚିତ୍ର ଗୁଡ଼ିକୁ ଯୋଡି ସମ୍ପୂର୍ଣ୍ଣ ଚିତ୍ର କରିବା ପାଇଁ ପିଲାମାନଙ୍କୁ କୁହାଯାଇପାରିବ । ସ୍ଥାନ ସମ୍ପର୍କୀୟ ଧାରଣା ଉଦ୍ଦେଶ୍ୟ – ସ୍ଥାନ ସମ୍ପର୍କରେ ଧାରଣା ଉପକରଣ – ଚାରୋଟି ଛବିକାର୍ଡ଼ । ବ୍ୟବହାର ପ୍ରଣାଳୀ – ଛବି ଗୁଡିକ ମାଧ୍ୟମରେ ବାହାରେ – ଭିତର, ଉପର- ତଳ, ବାମ ଡାହାଣ ଓ ଆଗ-ପଛ, ମଝି ସ୍ଥାନର ସଂପର୍କରେ ପିଲାମାନଙ୍କୁ ଧାରଣା ଦିଆଯାଇ ପାରିବ । ଆଧାର - ଓଡିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ଅଧିକାରୀ ଶିକ୍ଷାସୌଧ