ଏକାଡେମିକ କର୍ତ୍ତୁପକ୍ଷ ପାଠ୍ୟକ୍ରମ ପ୍ରସ୍ତୁତି ଓ ମୂଲ୍ୟାୟନ ପଦ୍ଧତି ସମୟରେ କର୍ତ୍ତୁପକ୍ଷ ରାଜ୍ୟ ସରକାରଙ୍କ ଦ୍ଵାରା ଅଧିସୂଚିତ ଏକାଡେମିକ କର୍ତ୍ତୁପକ୍ଷ ନିମ୍ନୋକ୍ତ ବିଷୟଗୁଡିକୁ ଦୃଷ୍ଟି ଦେବେ ଯଥା:- ପ୍ରାସଙ୍ଗିକତା ଏବଂ ବୟସ ଉପଯୋଗୀ ପାଠ୍ୟଖସଡା, ପାଠ୍ୟ ପୁସ୍ତକ ଏବଂ ଅନ୍ୟାନ୍ୟ ପାଠ୍ୟ ଉପକରଣ ପ୍ରସ୍ତୁତି କରିବା । କାର୍ଯ୍ୟରତ ଶିକ୍ଷକ ପ୍ରଶିକ୍ଷଣ ଢାଞ୍ଚାର ବିକାଶ କରାଇବା, ଏବଂ ନିରନ୍ତର ଏବଂ ସାମଗ୍ରିକ ମୂଲ୍ୟାୟନ ପାଇଁ ନିର୍ଦ୍ଦେଶିକା ପ୍ରସ୍ତୃତ କରିବା । ଏକାଡେମିକ କର୍ତ୍ତୁପକ୍ଷ ବିଦ୍ୟାଳୟର ପୂର୍ଣ୍ଣାଙ୍ଗ ଗୁଣାତ୍ମକ ଆକଳନ ପ୍ରଣାଳୀର ପ୍ରସ୍ତୃତି, ତଦାରଖ ଏବଂ କାର୍ଯ୍ୟକାରିତା ନିୟମିତ ଭାବରେ ସଂଚାଳନ କରିବେ । ପ୍ରମାଣପତ୍ର ପ୍ରଦାନ ପ୍ରାଥମିକ ଶିକ୍ଷା ସମାପ୍ତିର ଏକ ମାସ ମଧ୍ୟରେ ବିଦ୍ୟାଳୟ ସ୍ତରରେ ପ୍ରାଥମିକ ଶିକ୍ଷା ସମାପ୍ତି ସଂକ୍ରାନ୍ତ ପ୍ରମାଣପତ୍ର ଦିଆଯିବ । ଉପନିୟମ (1) ର ସୂଚନାମତେ ପ୍ରମାଣ ପତ୍ରଟିରେ ଛାତ୍ରର ସାମଗ୍ରିକ ପ୍ରଗତିର ବିବରଣୀ ପ୍ରତିଫଳିତ ହେବ । ଶିଶୁମାନଙ୍କ ଅଧିକାରର ସୁରକ୍ଷା ଶିଶୁ ଅଧିକାର ସୁରକ୍ଷା ନିମିତ୍ତ ରାଜ୍ୟ ଆୟୋଗଙ୍କର କର୍ତ୍ତବ୍ୟ ସମ୍ପାଦନ ମହିଳା ଏବଂ ଶିଶୁ ବିକାଶ ଧାରାର ତା 25.11.09 ରିଖର 20527 ସଂଖ୍ୟକ ଅଧିସୂଚନାରେ ସରକାର ଗଠନ କରିଥିବା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ନିଜର କର୍ତ୍ତବ୍ୟ ସମ୍ପାଦନ କଲାବେଳେ ସରକାରଙ୍କ ଦ୍ଵାରା ଗଠିତ ରାଜ୍ୟ ଉପଦେଷ୍ଟା ପରିଷଦ ଦ୍ଵାରା ନିର୍ଦ୍ଦେଶିତ କାର୍ଯ୍ୟଗୁଡିକ ନିଷ୍ପାଦନ କରିବେ । ଅଧିନିୟମ ଅନୁଯାୟୀ ଶିଶୁ ଅଧିକାର ସୁରକ୍ଷା ନିମିତ୍ତ ରାଜ୍ୟ ଆୟୋଗ ତାଙ୍କୁ କାର୍ଯ୍ୟ ସମ୍ପାଦନ କରିବା କ୍ଷେତ୍ରରେ ସରକାର ସମ୍ବଳ ସହାୟତା ଯୋଗାଇ ଦେବେ । ଶିଶୁମାନଙ୍କ ଅଧିକାରର ସୁରକ୍ଷା ପାଇଁ ରାଜ୍ୟ ଆୟୋଗ ନିକଟରେ ଅଭିଯୋଗ ଦାଖଲ କରିବାର ପଦ୍ଧତି ଶିଶୁ ଅଧିକାର ସୁରକ୍ଷା ପାଇଁ ରାଜ୍ୟ ଆୟୋଗ ଏହି ଅଧିନିୟମରେ ବିବୃତ ଅଧିକାରର ଉଲ୍ଲଂଘନ ସଙ୍କ୍ରାନ୍ତୀୟ ଅଭିଯୋଗର ପଞ୍ଜିକାରଣ ନିମିତ୍ତ ଗୋଟିଏ ଶିଶୁ ହେଲ୍ପ ଲାଇନ ସ୍ଥାପନ କରିବା ସହ ଏପରି ଏକ ସ୍ଵଚ୍ଛ ସାଧନ ସଞ୍ଚାଳନ କରିବେ ଯଦ୍ଵାରା ଅଭିଯୋଗକାରୀଙ୍କର ପରିଚୟ ନଥିଭୁକ୍ତ ହେବ ଅଥଚ ପ୍ରକାଶ ପାଇବ ନାହିଁ । ରାଜ୍ୟ ଉପଦେଷ୍ଟା ପରିଷଦର ଗଠନ ଏବଂ କାର୍ଯ୍ୟାବଳୀ ରାଜ୍ୟ ଉପଦେଷ୍ଟା ଜଣେ ଅଧ୍ୟକ୍ଷ ଏବଂ ଚଉଦ ଜଣ ସଦସ୍ୟଙ୍କୁ ନେଇ ଗଠିତ ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ଧାରା ଦାୟିତ୍ଵରେ ଥିବା ମନ୍ତ୍ରୀ ପରିଷଦର ପଦପ୍ରଯୁକ୍ତ ଅଧକ୍ଷ ହେବେ । ରାଜ୍ୟ ସରକାର ଶିଶୁ କଲ୍ୟାଣ ଏବଂ ପ୍ରାଥମିକ ଶିକ୍ଷାକ୍ଷେତ୍ରରେ ଜ୍ଞାନ ଓ ବାସ୍ତବ ଅଭିଜ୍ଞତା ଥିବା ବ୍ୟକ୍ତିମାନଙ୍କୁ ପରିଷଦର ସଦସ୍ୟ ରୂପେ ନିଯୁକ୍ତି କରିବେ । ବିଦ୍ୟାଳୟ ଓ ଗଣଶିକ୍ଷା ଧାରା ଦାୟିତ୍ଵରେ ଥିବା ମନ୍ତ୍ରୀ ପରିଷଦର ପଦପ୍ରଯୁକ୍ତ ଅଧ୍ୟକ୍ଷ ହେବେ । ରାଜ୍ୟ ସରକାର ଶିଶୁ କଲ୍ୟାଣ ଏବଂ ପ୍ରାଥମିକ ଶିକ୍ଷାକ୍ଷେତ୍ରରେ ଜ୍ଞାନ ଓ ବାସ୍ତବ ଅଭିଜ୍ଞତା ଥିବା ବ୍ୟକ୍ତିମାନଙ୍କୁ ପରିଷଦର ସଦସ୍ୟ ରୂପେ ନିଯୁକ୍ତ କରିବେ । ଏମାନଙ୍କ ମଧ୍ୟରେ ଅତି କମରେ ତିନିଜଣ ସଦସ୍ୟ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ସଂଖ୍ୟାଲଘୁ ବର୍ଗର ରହିବେ । ଶିଶୁ ଶିକ୍ଷାରେ ବିଶେଷଜ୍ଞ ଭାବରେ ଜ୍ଞାନ ଓ ବାସ୍ତବ ଅଭିଜ୍ଞତା ଥିବ ତଥା ଶିଶୁମାନଙ୍କର ଆବଶ୍ୟକତା ସମ୍ପର୍କରେ ଜ୍ଞାନଥିବା ଅନ୍ୟୁନ ଜଣେ ବ୍ୟକ୍ତି ଏହି ପରିଷଦରେ ସଦସ୍ୟ ରହିବେ । ପ୍ରାକ – ପ୍ରାଥମିକ ଶିକ୍ଷାକ୍ଷେତ୍ରରେ ବିଶେଷ ଜ୍ଞାନ ଥିବା ଜଣେ ବ୍ୟକ୍ତି ସଦସ୍ୟ ରହିବେ । ଶିକ୍ଷକ ପ୍ରଶିକ୍ଷଣ ସଂକ୍ରାନ୍ତରେ ବିଶେଷ ଜ୍ଞାନ ଓ ବାସ୍ତବ ଅଭିଜ୍ଞତା ଥିବା ଅନ୍ୟୁନ ଜଣେ ବ୍ୟକ୍ତି ସଦସ୍ୟ ରହିବେ । ନିମ୍ନୋକ୍ତ ପ୍ରାଧିକାରୀମାନେ ପରିଷଦର ପଦପ୍ରଯୁକ୍ତ ସଭ୍ୟ ରହିବେ । ବିଦ୍ୟାଳୟ ଓ ଗଣଶିକ୍ଷା ଧାରାର ଶାସନ ସଚିବ । ଟି.ଇ ଏବଂ ଏସସିଇଆରଟି/ରାଜ୍ୟ ଶିକ୍ଷା ଅନୁଷ୍ଠାନ ନିର୍ଦ୍ଦେଶକ , ନିର୍ଦ୍ଦେଶକ ପ୍ରାଥମିକ ଶିକ୍ଷା ଶିଶୁ ଅଧିକାର ସୁରକ୍ଷା ନିମିତ୍ତ ରାଜ୍ୟ ଆୟୋଗର ଅଧ୍ୟକ୍ଷ । ଏକ ତୃତୀୟାଂସ ସଦସ୍ୟ ମହିଳା ରହିବେ । ସର୍ବଶିକ୍ଷା ଅଭିଯାନ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପଦପ୍ରଯୁକ୍ତ ସଦସ୍ୟ ସମ୍ପାଦକ ରହିବେ । ପରିଷଦ ଅନ୍ୟାନ୍ୟ ସମ୍ପୃକ୍ତ ମନ୍ତ୍ରଣାଳୟ / ଧାରାରୁ କେତେକ ପ୍ରତିନିଧିଙ୍କୁ ସ୍ଵତନ୍ତ୍ରଭାବେ ନିମନ୍ତ୍ରିତ ସଭ୍ୟ ରଖିପାରନ୍ତି । ରାଜ୍ୟ ଉପଦେଷ୍ଟା ପରିଷଦ କାର୍ଯ୍ୟ : ରାଜ୍ୟ ଉପଦେଷ୍ଟା ପରିଷଦ ପରାମର୍ଶ ପ୍ରଦାନ ଭିତ୍ତିରେ କାର୍ଯ୍ୟ କରିବେ । ରାଜ୍ୟ ଉପଦେଷ୍ଟା ପରିଷଦ ନିମ୍ନୋକ୍ତ ବିଷୟ ଗୁଡିକର ସମୀକ୍ଷା କରିବ ଯଥା : ଅନୁସୂଚିରେ ନିର୍ଦ୍ଧାରିତ ଆଦର୍ଶ ଓ ମାନକ ଶିକ୍ଷକମାନଙ୍କର ଯୋଗ୍ୟତା ଏବଂ ତାଲିମର ଯଥାର୍ଥତା ଧାରା -29ର ପ୍ରୟୋଗ ଏହି କାର୍ଯ୍ୟାବଳୀ ବ୍ୟତୀତ ରାଜ୍ୟ ସରକାର ଉଚିତ ବିବେଚନା କରୁଥିବା କାର୍ଯ୍ୟ ମଧ୍ୟ ନ୍ୟସ୍ତ କରିପାରନ୍ତି । "ଫର୍ମ – 1" "ଫର୍ମ – 2" ଆଧାର - ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାର