ଜଙ୍ଗଲ ସୁରକ୍ଷା ଓ ସୁପରିଚାଳନା ସହିତ ଗ୍ରାମର ସର୍ବାଙ୍ଗିନ ଉନ୍ନତି ପାଇଁ ‘ବନ ସଂରକ୍ଷଣ ସମିତି’ ଦ୍ଵାରା ଅଣୁଯୋଜନା ପ୍ରସ୍ତୁତ କରାଯିବ । ସ୍ଵେଚ୍ଛାସେବୀ ସଙ୍ଗଠନ, ବିଶେଷଜ୍ଞ ଓ ସଂପୃକ୍ତ କ୍ଷେତ୍ର ପରିଚାଳନା ସଂସ୍ଥା ଅଣୁ ଯୋଜନା ପ୍ରସ୍ତୁତିରେ ‘ବନ ସଂରକ୍ଷଣ ସମିତି’କୁ ସାହାଯ୍ୟ କରିବେ । ସଭ୍ୟ ମାନଙ୍କର ପ୍ରାଥମିକ ଆବଶ୍ୟକତା ଓ ଉପଲବ୍ଧ ସଂପଦକୁ ବିଚାରକୁ ନେଇ, ସହଭାଗୀ ଗ୍ରାମ୍ୟ ଅବଧାରଣା (PRA) ପଦ୍ଧତିରେ ପରସ୍ପର ସହଯୋଗରେ ଅଯୋଜନା ପ୍ରସ୍ତୁତ କରାଯିବ । ପ୍ରତ୍ୟେକ ବନ ସଂରକ୍ଷଣ ସମିତି ପାଇଁ ଉଦ୍ଧିଷ୍ଟ ଉଜୁଡ଼ା ଜଙ୍ଗଲର ନକ୍ସା ପ୍ରସ୍ତୁତ କରାଯିବ । ଅଣୁ ଯୋଜନା ରେ ଉଦ୍ଦିଷ୍ଟ କାର୍ଯ୍ୟଗୁଡ଼ିକୁ ପ୍ରକଳ୍ପ ସହାୟତାରେ ସଂପାଦନ କରାଯିବ । ଅଣୁ ଯୋଜନାର ଉଦ୍ଦେଶ୍ୟ ଉଜୁଡ଼ା ଜଙ୍ଗଲର ସୁରକ୍ଷା ଓ ସୁପରିଚାଳନା ଦ୍ଵାରା ତାକୁ ଉତ୍ପାଦନକ୍ଷମ କରିବା । ମୃତ୍ତିକା ଓ ଜଳ ସଂରକ୍ଷଣ ଦ୍ଵାରା କୃଷିର ଉନ୍ନତି ଓ ଲଘୁବନଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି । ଗ୍ରାମବାସୀ ମାନଙ୍କୁ ଉଭୟ ସ୍ୱଳ୍ପକାଳୀନ ଓ ଦୀର୍ଘକାଳୀନ ଉପକାର ମିଳିବା ପାଇଁ ଅଣୁଯୋଜନାରେ ବ୍ୟବସ୍ଥା କରାଯିବ । ଗ୍ରାମରେ ଥିବା ସମସ୍ତ ଆର୍ଥିକ ବର୍ଗଙ୍କର ଆବଶ୍ୟକତାକୁ ବିଚାରକୁ ନିଆଯିବ । ବୈଜ୍ଞାନିକ ପଦ୍ଧତିରେ ଜଙ୍ଗଲରୁ ଭବିଷ୍ୟତରେ ଉଭୟ କାଷ୍ଠ ଓ ଅଣକାଷ୍ଠ ବନ ଦ୍ରବ୍ୟ ଉତ୍ପାଦନ ଓ ଅମଳ କରିବାର ବ୍ୟବସ୍ଥା କରାଯିବ । ଗ୍ରାମର ସାମୁହିକ ଉନ୍ନତି ସଙ୍ଗେ ସଙ୍ଗେ ବିଶେଷ କରି ଜଙ୍ଗଲ ଉପରେ ନିର୍ଭରଶୀଳ ପରିବାର ଗୁଡ଼ିକ ପାଇଁ ବିକଳ୍ପ ରୋଜଗାର ପନ୍ଥା ସୃଷ୍ଟି କରାଯିବ । ଅଣୁ ଯୋଜନାର ମୌଳିକ ନୀତି ସମିତି ପାଇଁ ଉଦ୍ଧିଷ୍ଟ ବନାଞ୍ଚଳର ଜଙ୍ଗଲ ସମ୍ପଦ, ଭୂ-ସମ୍ପଦ ଓ ଜଳ ସମ୍ପଦର ଉନ୍ନତି କଳ୍ପେ ଅଣୁଯୋଜନାରେ ବୈଷୟିକ,ସାମାଜିକ ଓ ପରିଚାଳନାଗତ ଉପାୟମାନ ସ୍ଥିର କରାଯିବ । ବନ ସଂରକ୍ଷଣ ସମିତିର ସଭ୍ୟମାନଙ୍କର ଦାୟିତ୍ୱ, ବନ ବିଭାଗର ଭୂମିକା, ନିୟମାନୁଯାୟୀ ଜଙ୍ଗଲର ଅମଳ ବ୍ୟବସ୍ଥା ଓ ଉପଲବ୍ଧ ଦ୍ରବ୍ୟର ସୁଷମ ବଣ୍ଟନ ବିଷୟରେ ଅଣୁଯୋଜନାରେ ଉଲ୍ଲେଖ କରାଯିବ । ଗ୍ରାମର ସାମାଜିକ ଓ ଆର୍ଥିକ ପରିସ୍ଥିତି, ଉପସ୍ଥିତ ସମ୍ପଦ, ଜୀବିକା ନିର୍ବାହ ପ୍ରଣାଳୀ ଆଦିକୁ ବିଚାରକୁ ନିଆଯାଇ ଅଣୁଯୋଜନାରେ ବିକାଶ ମୂଳକ କାର୍ଯ୍ୟକ୍ରମଗୁଡ଼ିକ ସ୍ଥିର କରାଯିବ । ଗ୍ରାମର ସମସ୍ତ ବର୍ଗର ଲୋକମାନଙ୍କୁ ଅଣୁଯୋଜନା ପ୍ରସ୍ତୁତିରେ ସଂପୃକ୍ତ କରାଯିବ । ଅଣୁଯୋଜନା ପ୍ରସ୍ତୁତି କାର୍ଯ୍ୟକ୍ରମ ଏପରି ହେବା ଦରକାର ଯଦ୍ଵାରା ଗ୍ରାମବାସୀ ମାନଙ୍କର ବନ ବିଭାଗ ପ୍ରତି ବିଶ୍ୱାସ ଓ ଆସ୍ଥା ବୃଦ୍ଧି ହେବ ଓ ତତ୍ ସଙ୍ଗେ ସଙ୍ଗେ ଏହା ସେମାନଙ୍କର ନିଜସ୍ଵ ଅବଦାନ ବୋଲି ଗ୍ରହଣୀୟ ହେବ । ଜଙ୍ଗଲର ବର୍ତ୍ତମାନର ଅବସ୍ଥା, ମୃର୍ତ୍ତିକା ଓ ଜଳ ସଂରକ୍ଷଣ ବ୍ୟବସ୍ଥା, ପ୍ରାକୃତିକ ପୁର୍ନଜନନ, ବୃକ୍ଷରୋପଣ, ସୁରକ୍ଷା ବ୍ୟବସ୍ଥା ଆଦି ବିଷୟ ରେ ବୈଷୟିକ ତଥ୍ୟ ସମ୍ବଳିତ ଦଲିଲ୍ ପ୍ରସ୍ତୁତ କରାଯିବ । ଅଣୁଯୋଜନାରେ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଗୁଡ଼ିକ ସଂପାଦନ କରିବା ପାଇଁ ଓ ଜଙ୍ଗଲର ସୁପରିଚାଳନା ପାଇଁ ବନ ସଂରକ୍ଷଣ ସମିତିର ସାମର୍ଥ୍ୟକୁ ବିଚାରକୁ ନେଇ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ସ୍ଥିର କରାଯିବ । ଗ୍ରାମର ଭିତ୍ତିଭୂମିର ବିକାଶ ନିମନ୍ତେ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକ୍ରମ ସ୍ଥିର କରାଯିବ । ଆଞ୍ଚଳିକ ସ୍ତରରେ ଉପଲବ୍ଧ ସମ୍ବଳ ଓ ସଭ୍ୟମାନଙ୍କର ଦକ୍ଷତାକୁ ଦୃଷ୍ଟିରେ ରଖି ରୋଜଗାରକ୍ଷମ କାର୍ଯ୍ୟଗୁଡ଼ିକୁ ଚିହ୍ନଟ କରାଯିବ ଓ ଏହା କାର୍ଯ୍ୟକାରୀ କରାଇବା ପାଇଁ ସମ୍ବଳର ବ୍ୟବସ୍ଥା କରାଯିବ । ଅଣୁଯୋଜନା ପ୍ରସ୍ତୁତି ପାଇଁ କାର୍ଯ୍ୟକ୍ରମ ଗ୍ରାମ ବୈଠକରେ ଅଣୁଯୋଜନା ପ୍ରସ୍ତୁତି ପାଇଁ କାର୍ଯ୍ୟକ୍ରମ ଓ ସହଭାଗୀ ଗ୍ରାମ୍ୟ ଅବଧାରଣା (PRA) ମାଧ୍ୟମରେ ନିମ୍ନ ବିଷୟରେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯିବ । ଜଙ୍ଗଲ ପରିଚାଳନା ସମ୍ବନ୍ଧୀୟ : ଜଙ୍ଗଲ ସୁରକ୍ଷା ବ୍ୟବସ୍ଥା । ‘ବନ ସଂରକ୍ଷଣ ସମିତି ଦ୍ଵାରା ନିର୍ଦ୍ଧାରିତ ସୁରକ୍ଷା ନିୟମ ଭଙ୍ଗ କଲେ ଦଣ୍ଡର ବ୍ୟବସ୍ଥା ଜଙ୍ଗଲ ଉପରେ ନିର୍ଭରଶୀଳ ପରିବାରମାନଙ୍କ ପାଇଁ ବିକଳ୍ପ ଜୀବିକା ନିର୍ବାହ ‘ବନ ସଂରକ୍ଷଣ ସମିତି' ଓ ଜଙ୍ଗଲ ନିକଟରେ ଥିବା ଗ୍ରାମବାସୀମାନଙ୍କର ଉକ୍ତ ଜଙ୍ଗଲ ଉପରେ ଥିବା ପାରମ୍ପରିକ ଅଧିକାର ଓ ବ୍ୟବହାର ବିଭିନ୍ନ କାର୍ଯ୍ୟ ପାଇଁ ଜଙ୍ଗଲ ଉପରେ ନିର୍ଭରଶୀଳତା, ଯେପରି କୃଷିକାର୍ଯ୍ୟ, ପାରମ୍ପରିକ ଔଷଧ, ଗୋଚାରଣ, ଜାଳେଣୀ ଏବଂ ଜଙ୍ଗଲଜାତ ଦ୍ରବ୍ୟର ସଂଗ୍ରହ ଗ୍ରାମବାସୀମାନଙ୍କର ଜଙ୍ଗଲଜାତ ଦ୍ରବ୍ୟର ଆବଶ୍ୟକତା ପୁରଣ ପାଇଁ କାର୍ଯ୍ୟକ୍ରମ ସ୍ଥିର କରିବା ଜଳ ଓ ମୂର୍ତ୍ତିକା ସଂରକ୍ଷଣ ପାଇଁ ବ୍ୟବସ୍ଥା ଜଙ୍ଗଲଜାତ ଦ୍ରବ୍ୟରେ ସ୍ଵାବଲମ୍ବୀ ହେବା ପାଇଁ ବୃକ୍ଷ ଚାଷ ସାମାଜିକ ଓ ମୌଳିକ ଆବଶ୍ୟକତା ପୂରଣ ସମ୍ବନ୍ଧୀୟ । ଗ୍ରାମର ସାମାଜିକ, ଅର୍ଥନୈତିକ ଅବସ୍ଥା ଏବଂ ବିଭିନ୍ନ କାର୍ଯ୍ୟପାଇଁ ବ୍ୟୟ ଅଟକଳ ଉପରେ ଆଲୋଚନା ଗ୍ରାମ ମଧ୍ୟରେ କିମ୍ବା ପଡୋଶୀ ଗ୍ରାମ ସହିତ କିମ୍ବା ଅନ୍ୟ ସଙ୍ଗଠନ ସହିତ ବିବାଦ ସମାଧାନ ପାଇଁ ବ୍ୟବସ୍ଥା ଓ ବିବାଦ ସମାଧାନରେ ‘ବନ ସଂରକ୍ଷଣ ସମିତି’ର ଭୂମିକା ସ୍ଥିର କରାଯାଇଥିବା ବିଭିନ୍ନ କାର୍ଯ୍ୟରେ ସମିତିର ସଂପୃକ୍ତି – ଯଥା - ଚାରା ଉତ୍ପାଦନ, ବନୀକରଣ, ଜଙ୍ଗଲରେ ନିଆଁ ନ ଲାଗିବା ବ୍ୟବସ୍ଥା, ଜଙ୍ଗଲ ଜମି ଜବରଦଖଲ ରୋକିବା, ବେନିୟମ ଗଛକଟା ଓ ପଶୁ ଶିକାର ରୋକିବା । ଜଙ୍ଗଲରୁ ଅମଳ ପଦ୍ଧତି ଓ ବଣ୍ଟନ ବ୍ୟବସ୍ଥା । ବିକଳ୍ପ ଜୀବିକା ମାଧ୍ୟମରେ ଆୟ ବୃଦ୍ଧି ସଂଗୃହିତ ବନଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଜନିତ ପ୍ରକ୍ରିୟା କରଣ ବ୍ୟବସ୍ଥା । ସ୍ଵୟଂ ସହାୟକ ଗୋଷ୍ଠୀ ଓ ବ୍ୟବହାରକାରୀ ଗୋଷ୍ଠୀକୁ ପ୍ରୋତ୍ସାହନ । ‘ବନ ସଂରକ୍ଷଣ ସମିତି’ କାର୍ଯ୍ୟରେ ସେମାନଙ୍କ ସହଯୋଗ । ବିକଳ୍ପ ଜୀବିକା ନିର୍ବାହର ଉପାୟ ଚିହ୍ନଟ କରିବା ଓ ପ୍ରାଥମିକତା ନିର୍ଣ୍ଣୟ । ଅଗ୍ରାଧିକାର ଭିତ୍ତିରେ ପ୍ରାଥମିକ ସହଯୋଗ କାର୍ଯ୍ୟକ୍ରମ ସ୍ଥିର କରିବା । ବିଶେଷ ଭାବେ ଗରୀବ, ଭୂମିହୀନ, ମହିଳା ଏବଂ ଜଙ୍ଗଲଜାତ ଦ୍ରବ୍ୟର କାରବାରରେ ସଂପୃକ୍ତ ସ୍ଵୟଂ ସହାୟକ । ଗୋଷ୍ଠୀଙ୍କୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ପାଇଁ ଅଧିକାର ଦେବା । ଗ୍ରାମ୍ୟ ଜଙ୍ଗଲ ଉନ୍ନୟନ ପାଣ୍ଠି ଗଠନ କରିବା । ଅଣୁଯୋଜନା ପ୍ରସ୍ତୁତିର ବିଭିନ୍ନ ପର୍ଯ୍ୟାୟ କାର୍ଯ୍ୟକାରୀ କମିଟି ଗଠନ ଗ୍ରାମବାସୀମାନଙ୍କ ସହିତ ଆଲୋଚନା ଓ ପର୍ଯ୍ୟାଲୋଚନା ଦଲିଲ ଯାଞ୍ଚ ଜଙ୍ଗଲ ପରିଦର୍ଶନ ଓ ତଥ୍ୟ ସଂଗ୍ରହ ତଥ୍ୟ ବିଶ୍ଳେଷଣ ଓ ଆଲୋଚନା ଯୋଜନା ପ୍ରସ୍ତୁତି ପରାମର୍ଶ, ଚୁଡ଼ାନ୍ତ ନିଷ୍ପତ୍ତି ଏବଂ ଅନୁମୋଦନ ଗ୍ରାମବାସୀଙ୍କ ସହିତ ଆଲୋଚନା ‘ବନ ସଂରକ୍ଷଣ ସମିତି ଗଠନ କିମ୍ବା ପୁନଃବିନ୍ୟାସ ପରେ ଗ୍ରାମବାସୀଙ୍କ ସହ ଦୁଇ ତିନିଥର ଆଲୋଚନା କରାଯାଇ ସୁସମ୍ପର୍କ ସ୍ଥାପନ କରାଯିବ । ଅଣୁଯୋଜନା ପ୍ରସ୍ତୁତି ପୂର୍ବରୁ ସାଧାରଣ ପରିଷଦର ବୈଠକ ଡକାଯାଇ ସମିତି ସଭ୍ୟମାନଙ୍କୁ ଯୋଜନାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ବନ୍ଧରେ ଜଣାଇ ଦିଆଯିବ ଏବଂ ଯୋଜନା କାର୍ଯ୍ୟକାରିତାର ସବୁ ସ୍ତରରେ ସେମାନଙ୍କ ସହଯୋଗ ଲୋଡ଼ାଯିବ । ସେମାନଙ୍କ ସମସ୍ୟା, ସ୍ଥିତି ଏବଂ ସୁବିଧା ସୁଯୋଗ ସମ୍ପର୍କରେ ଆଲୋଚନା ପରେ ଗ୍ରାମର ଉନ୍ନତି ପାଇଁ ସୁହାଇଲାଭଳି କାର୍ଯ୍ୟକ୍ରମ ଚିନ୍ତା କରିବାକୁ ପରାମର୍ଶ ଦିଆଯିବ । ଲୋକଙ୍କ ସାଧାରଣ ସମସ୍ୟା, ଉଜୁଡ଼ି ଯାଇଥିବା ଜଙ୍ଗଲର ପରିମାଣ, ଜଙ୍ଗଲର ସୁରକ୍ଷା ବ୍ୟବସ୍ଥା, ଗୋଚାରଣ ଓ ଜଙ୍ଗଲ ନିଆଁ ରୋକିବା ପାଇଁ ପଦକ୍ଷେପ ନେବା, ବିକଳ୍ପ ଜୀବିକା ଉପାର୍ଜନ ଉପାୟ ଆଦି ବିଶଦଭାବେ ଆଲୋଚନା କରାଯିବ । ଦଲିଲ ଯାଞ୍ଚ ପ୍ରକଳ୍ପ ଅନ୍ତର୍ଭୁକ୍ତ ପୁରୁଣା ବନ ସଂରକ୍ଷଣ ସମିତିର ପଞ୍ଜୀକରଣ, ସଭ୍ୟପଦ, ଜଙ୍ଗଲ ଅଞ୍ଚଳର ନକ୍ସା, ପୂର୍ବର ଅଣୁ ଯୋଜନା, ଯୋଜନା ରୂପାୟନର ସ୍ଥିତି, କାର୍ଯ୍ୟନିର୍ବାହୀ କମିଟିର ଟିକିନିଖୁ ବିବରଣୀ, ହାତକୁ ନିଆଯାଇଥିବା କାର୍ଯ୍ୟ, ବନଜାତ ଦ୍ରବ୍ୟର ସଂଗ୍ରହ ଆଦି ବିଷୟକୁ କାର୍ଯ୍ୟକାରୀ ଗୋଷ୍ଠୀ (Working Group) ଯାଞ୍ଚ କରିବେ । ସଭ୍ୟ ସଚିବ ଏସବୁ ନଥିପତ୍ର ମିଳିବାରେ ସାହାଯ୍ୟ କରିବେ । ଜଙ୍ଗଲ ପରିଦର୍ଶନ ଓ ତଥ୍ୟ ସଂଗ୍ରହ ସଭ୍ୟ ସଚିବ ଜଙ୍ଗଲ ନକ୍ସା ଓ ଅନ୍ୟ କେତେକ ତଥ୍ୟ ଯୋଗାଇବେ । ସଭ୍ୟସଚିବ, ସ୍ଵେଚ୍ଛାସେବୀ ସଂସ୍ଥାର ଅଧିକାରୀ ଓ ଗ୍ରାମ୍ୟ ବନ ସହାୟକ ମିଶି ଜଙ୍ଗଲ ଅଞ୍ଚଳ ଭଲ ଭାବରେ ବୁଲି ଦେଖିବେ ଓ ଜମି, ଜଳସେଚନ, ମଞ୍ଜି ମିଳିବା, ଚାରାକେନ୍ଦ୍ରର କାର୍ଯ୍ୟକାରିତା ଆଦି ବିଷୟରେ ତଥ୍ୟ ସଂଗ୍ରହ କରିବେ । ବନ ସଂରକ୍ଷଣ ସମିତି ପାଇଁ ଥିବା ଜଙ୍ଗଲ ଅଞ୍ଚଳ, ଜମି ବ୍ୟବହାର, ଅତୀତ ଓ ବର୍ତ୍ତମାନର ଜଙ୍ଗଲ ସ୍ଥିତି, ମୃର୍ଭକାର ଅବସ୍ଥା, ଜଳ ସଂରକ୍ଷଣ, ପରିବାର ସର୍ବେକ୍ଷଣ, ଗ୍ରାମବାସୀମାନଙ୍କ ଆର୍ଥିକ ସ୍ଥିତି ଓ ଦରିଦ୍ରତାର ସ୍ତର ଇତ୍ୟାଦି ବିଷୟ ମାନଙ୍କ ଉପରେ ମଧ୍ୟ ତଥ୍ୟ ସଂଗ୍ରହ କରାଯିବ । ଅନ୍ୟ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ଯୋଜନା ବିଷୟରେ ସମିତିକୁ ତଥ୍ୟ ଦରକାର ପଡ଼ିଥାଏ । ତଥ୍ୟ ସଂଗ୍ରହ ପରେ ଏହା ଉପରେ ବିଶଦ ବିଶ୍ଳେଷଣ ଓ ଆଲୋଚନା କରି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ । ମୂଖ୍ୟତଃ ଚାରୋଟି ବିଷୟ ଯଥା – ଆବଶ୍ୟକତାର ପ୍ରାଧାନ୍ୟତା, ଜମିର ଉପଯୋଗିତା ଦୃଷ୍ଟିରୁ ବିଭାଗୀକରଣ, ବହୁଳ ଉତ୍ପାଦିତ ଦ୍ରବ୍ୟ ତାଲିକା, ସମ୍ବଳ ମୁତାବକ ଲୋକ ଚାହିଦା ପୁରଣ ଇତ୍ୟାଦିକୁ ପାଥେୟ କରି ତଥ୍ୟ ବିଶ୍ଳେଷଣ କରାଯିବା ଆବଶ୍ୟକ । ଅଣୁଯୋଜନା ପ୍ରସ୍ତୁତି ପାଇଁ ସମୟ ନିର୍ଘଣ୍ଟ ଅଣୁଯୋଜନା ପ୍ରସ୍ତୁତି ପ୍ରକ୍ରିୟା ମୁଖ୍ୟତଃ ବନ ସଂରକ୍ଷଣ ସମିତି ଦ୍ଵାରା ପରିଚାଳିତ ହେବ । ସ୍ଵେଚ୍ଛାସେବୀ ସଂଗଠନର ଅଧିକାରୀ, ବନ ବିଭାଗ କର୍ମଚାରୀ ଓ ଅନ୍ୟାନ୍ୟ ବୈଷୟିକ ଜ୍ଞାନଥିବା ବ୍ୟକ୍ତିବିଶେଷ ସେମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିବେ । ଏଥିପାଇଁ ବନ ସଂରକ୍ଷଣ ସମିତିର ସାମର୍ଥ୍ୟ ଓ ଦକ୍ଷତା ବୃଦ୍ଧି ହେବା ଅତ୍ୟନ୍ତ ଜରୁରୀ । ଏହି ଦୃଷ୍ଟିରୁ ଅଣୁଯୋଜନା ପ୍ରସ୍ତୁତି କାର୍ଯ୍ୟ ତିନି ରୁ ପାଞ୍ଚମାସ ପର୍ଯ୍ୟନ୍ତ ସମୟ ଲାଗିବ । ଏଥିପାଇଁ ନିମ୍ନଲିଖିତ କାର୍ଯ୍ୟକ୍ରମ ଗୁଡ଼ିକ ପର୍ଯ୍ୟାୟକ୍ରମେ ଗ୍ରହଣ କରାଯିବ । ଅଣୁଯୋଜନା ପାଇଁ କର୍ମଚାରୀମାନଙ୍କୁ ତାଲିମ (୪ ଦିନ) ବନ ସଂରକ୍ଷଣ ସମିତିର ସଭ୍ୟ, କାର୍ଯ୍ୟନିର୍ବାହୀ କମିଟିର ସଭ୍ୟ ଓ କାର୍ଯ୍ୟକାରୀ ଗୋଷ୍ଠୀଙ୍କୁ ତାଲିମ ପ୍ରଦାନ (୨ ଦିନ) ତଥ୍ୟ ସଂଗ୍ରହ, ସହଯୋଗ ମୂଳକ ଗ୍ରାମ୍ୟ ଅବଧାରଣା ଓ ଜଙ୍ଗଲ ପରିଦର୍ଶନ (୨୦ ଦିନ) । ତଥ୍ୟ ବିଶ୍ଳେଷଣ (୫ ଦିନ) ଗ୍ରାମାଞ୍ଚଳ ବିକାଶ ଓ ଜଙ୍ଗଲ ଅଭିବୃଦ୍ଧି ସମ୍ବନ୍ଧୀୟ କାର୍ଯ୍ୟକ୍ରମ ବିଷୟରେ ସାଧାରଣ ପରିଷଦରେ ଆଲୋଚନା (୧୦ ଦିନ) ଅଣୁଯୋଜନା ଚିଠା ପ୍ରସ୍ତୁତି (୧୫ ଦିନ) । କ୍ଷେତ୍ର ପରିଚାଳନା ସଂସ୍ଥା, ଖଣ୍ଡୀୟ ପରିଚାଳନା ସଂସ୍ଥା ଓ ଅନ୍ୟାନ୍ୟ ବିଭାଗ ସହିତ ଆଲୋଚନା (୧୦ ଦିନ), ସଂଶୋଧନ ଓ ଅନୁମୋଦନ (୫ ଦିନ) ଅଣୁଯୋଜନା ପାଇଁ ଦକ୍ଷତା ବୃଦ୍ଧି ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କର ଜଙ୍ଗଲ ପରିଚାଳନା ଓ ପାରମ୍ପରିକ ବ୍ୟବହାର ସମ୍ବନ୍ଧୀୟ ବିଧିବ୍ୟବସ୍ଥା ମଧ୍ୟରେ ସମନ୍ବୟ ରକ୍ଷା କରିବାର ଆବଶ୍ୟକତା ରହିଛି । ସମୂହ ସମ୍ପତ୍ତିର ବିସଙ୍ଗତ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ଅନୁଷ୍ଠାନ, ଗ୍ରାମବାସୀ, ବନ ସଂରକ୍ଷଣ ସମିତିର ସଭ୍ୟ ଓ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ପାଇଁ ଆବଶ୍ୟକ ତାଲିମ୍ ବ୍ୟବସ୍ଥା କରାଯିବ । ଜଙ୍ଗଲ ସମ୍ପଦର ଅଭିବୃଦ୍ଧି, ସେଥିରୁ ମିଳୁଥିବା ଦ୍ରବ୍ୟର ଉପଯୋଗ ଓ ଜୈବ ବିବିଧତାର ଉପକାରିତା ବିଷୟରେ ବନ ସଂରକ୍ଷଣ ସମିତିର ସଭ୍ୟମାନଙ୍କୁ ତାଲିମ ପ୍ରଦାନ କରାଯିବ । ଅଣୁଯୋଜନା ପ୍ରସ୍ତୁତିରେ ଅଂଶୀଦାର ମାନଙ୍କ ଭୂମିକା ବନ ସଂରକ୍ଷଣ ସମିତି କାର୍ଯ୍ୟକାରୀ ଗୋଷ୍ଠୀ ବନ ସଂରକ୍ଷଣ ସମିତି, କାର୍ଯ୍ୟକାରୀ ଗୋଷ୍ଠୀ ଗ୍ରାମବାସୀମାନଙ୍କ ସହିତ ପରାମର୍ଶ କରି ବିଭିନ୍ନ ବିଭାଗର କ୍ଷେତ୍ର କର୍ମଚାରୀଙ୍କ ମତାମତ ନେଇ, ବିଭିନ୍ନ ସୂତ୍ରରୁ ତଥ୍ୟ ସଂଗ୍ରହ କରି, ଅଣୁଯୋଜନା ଚିଠା ପ୍ରସ୍ତୁତ କରିବେ। ବନ ସଂରକ୍ଷଣ ସମିତିର ସଭାପତି, ସଭ୍ୟ ସଚିବ, ବନରକ୍ଷୀ, ଗ୍ରାମ୍ୟ ବନ ସହାୟକ, ଶିକ୍ଷକ, ୪ ଜଣ ବନ ସଂରକ୍ଷଣ ସମିତି ସଭ୍ୟ (୨ ଜଣ ମହିଳା) ଏବଂ ସ୍ଵେଚ୍ଛାସେବୀ ସଙ୍ଗଠନର ପ୍ରତିନିଧିଙ୍କୁ ନେଇ ଅଣୁଯୋଜନା କାର୍ଯ୍ୟକାରୀ ଗୋଷ୍ଠୀ ଗଠିତ ହେବ । ସଭ୍ୟସଚିବ ବୈଠକ ଡାକିବା ସହିତ ସମସ୍ତ ଅଂଶୀଦାର ସହିତ ଯୋଗସୂତ୍ର ରକ୍ଷା କରି ଠିକ୍ ସମୟରେ ଅଣୁଯୋଜନା ପ୍ରସ୍ତୁତିରେ ସହଯୋଗ କରିବେ । ଜଙ୍ଗଲ ଉପରେ ନିର୍ଭରଶୀଳ ଶ୍ରେଣୀ, ଅଭିଜ୍ଞ କୃଷକ, ପାରମ୍ପରିକ ଜଡ଼ିବୁଟି ବୈଦ୍ୟ, ମହିଳା, ଭୂମିହୀନମାନଙ୍କ ସହିତ ପରାମର୍ଶ କରି କାର୍ଯ୍ୟକାରୀ ଗୋଷ୍ଠୀ ଅଣୁଯୋଜନା ଚିଠା ପ୍ରସ୍ତୁତ କରିବେ । ଅଣୁଯୋଜନା ପ୍ରସ୍ତୁତିର ପ୍ରଗତି ବିଷୟ ରେ ସଭ୍ୟ ସଚିବ କ୍ଷେତ୍ର ପରିଚାଳନା ୟୁନିଟ୍କୁ ଜଣାଇବେ । ସ୍ୱେଚ୍ଛାସେବୀ ସଂଗଠନ ସ୍ଵେଚ୍ଛାସେବୀ ପ୍ରତିନିଧୁମାନେ ଗ୍ରାମବାସୀମାନଙ୍କୁ ପ୍ରକଳ୍ପର ଆଭିମୁଖ୍ୟ ସମ୍ବନ୍ଧରେ ସଚେତନ କରିବା ସହିତ ବନ ସଂରକ୍ଷଣ ସମିତି ସଭ୍ୟମାନଙ୍କୁ ଅଣୁଯୋଜନା ପ୍ରସ୍ତୁତି ଉପରେ ତାଲିମ ଦେବେ । ସାମାଜିକ, ଅର୍ଥନୈତିକ ତଥ୍ୟ ସଂଗ୍ରହରେ ସ୍ଵେଚ୍ଛାସେବୀମାନେ ସମିତିର ସଭ୍ୟଙ୍କୁ ସହଯୋଗ କରିବେ । ବିଭିନ୍ନ ସମସ୍ୟା ଉପରେ ଧାରଣା ଦେବା ଓ ସେଗୁଡ଼ିକର ସମାଧାନ ଉପାୟ ଖୋଜି ବାହାର କରିବାରେ ସେମାନେ ସମିତିର ସଭ୍ୟ ଓ ଲୋକଙ୍କୁ ସାହାଯ୍ୟ କରିବେ । ଅଣୁଯୋଜନାଟିକୁ କାର୍ଯ୍ୟକାରୀ ଗୋଷ୍ଠୀର ବିଚାର କ୍ରମେ ଲେଖିବାରେ ସାହାଯ୍ୟ କରିବେ । ଗ୍ରାମ୍ୟ ବନ ସହାୟକ ଗ୍ରାମର ସମ୍ବଳ ସମ୍ପର୍କିତ ଆବଶ୍ୟକ ତଥ୍ୟ ସଂଗ୍ରହ ସହିତ ଅଣୁଯୋଜନା ବୈଠକରେ ଯୋଗଦେବା ପାଇଁ ଗ୍ରାମବାସୀଙ୍କୁ ପ୍ରବର୍ତ୍ତାଇବେ । ବିଜ୍ଞାପନ ବିତରଣ ଠାରୁ ଆରମ୍ଭ କରି ବୈଠକ ଆୟୋଜନ, ଶ୍ରମଦାନ କରିବା ଆଦି କାର୍ଯ୍ୟରେ ଗ୍ରାମ୍ୟ ବନ ସହାୟକ ସହଯୋଗ କରିବେ । ଗ୍ରାମବାସୀଙ୍କ ମତାମତକୁ ସ୍ୱେଚ୍ଛାସେବୀ ସଙ୍ଗଠନକୁ ଜଣାଇବା ଓ ସଭ୍ୟ ସଚିବଙ୍କୁ ଅଣୁଯୋଜନା ଚିଠା ପ୍ରସ୍ତାବ ଲେଖିବାରେ ସହଯୋଗ କରିବେ । ସଭ୍ୟସଚିବ ସଭ୍ୟସଚିବ ଗ୍ରାମ ଜଙ୍ଗଲ ଓ ତତ୍ସମ୍ବନ୍ଧୀୟ ସମସ୍ତ ରେକର୍ଡ଼ ପ୍ରସ୍ତୁତ କରି ଆଲୋଚନା ପାଇଁ ରଖୁବେ । ଅନ୍ୟାନ୍ୟ ବିଭାଗର କ୍ଷେତ୍ର କର୍ମଚାରୀଙ୍କୁ ଆମନ୍ତ୍ରଣ କରି କାର୍ଯ୍ୟକାରୀ ହେଉଥିବା ଯୋଜନାରେ ସେମାନଙ୍କର ସହଯୋଗ ସମ୍ପର୍କରେ ଆଲୋଚନା କରିବେ । ଅଣୁଯୋଜନା ଚିଠା ପ୍ରସ୍ତାବ ଲେବା ଛଡ଼ା କାର୍ଯ୍ୟନିର୍ବାହୀ କମିଟି ଓ ସଭ୍ୟମାନଙ୍କୁ ଚିଠା ପ୍ରସ୍ତାବର ନକଲ ଯାଞ୍ଚ ପାଇଁ ଦେବେ । ରେଞ୍ଜ ଅଫିସର, ଏ.ସି.ଏଫ୍, ଏବଂ ଡି.ଏଫ୍.ଓ.ଙ୍କ ମତାମତ ଓ ପରାମର୍ଶ ଲୋଡ଼ିବେ । ସେ ସାଧାରଣ ପରିଷଦ ବୈଠକର ବ୍ୟବସ୍ଥା କରି କ୍ଷେତ୍ର ପରିଚାଳନା ସଂସ୍ଥାର ମୁଖ୍ୟଙ୍କ ଦ୍ଵାରା ଅଣୁଯୋଜନାର ସମୀକ୍ଷା କରାଇ ଚିଠା ଅନୁମୋଦନ ପାଇଁ ଆବଶ୍ୟକ କାର୍ଯ୍ୟ କରିବେ । ଅନୁମୋଦନ ଅଣୁଯୋଜନା ଚିଠାର ନକଲ କାର୍ଯ୍ୟନିର୍ବାହୀ କମିଟି ଓ ବନ ସଂରକ୍ଷଣ ସମିତିର ସଭ୍ୟମାନଙ୍କୁ ସେମାନଙ୍କର ପରାମର୍ଶ ଓ ମତାମତ ପାଇଁ ଦିଆଯିବ । ସେମାନଙ୍କର ମତାମତକୁ ବିଚାରକୁ ନେଇ ଅଣୁଯୋଜନା ଚିଠାରେ ଆବଶ୍ୟକ ପରିବର୍ତ୍ତନ କରାଯିବ । ଏହି ଚିଠାକୁ ସାଧାରଣ ପରିଷଦର ଏକ ସ୍ଵତନ୍ତ୍ର ବୈଠକରେ ଆଲୋଚନା ଓ ସମୀକ୍ଷା ପାଇଁ ଉପସ୍ଥାପନ କରାଯିବ । ସାଧାରଣ ପରିଷଦ ଏହାର ଅନୁମୋଦନ କଲାପରେ ଓ ବନ ସଂରକ୍ଷଣ ସମିତିର ସଭାପତି ଦସ୍ତଖତ କଲାପରେ ସଭ୍ୟ ସଚିବ ଚିଠା ଅଣୁଯୋଜନାକୁ କ୍ଷେତ୍ର ପରିଚାଳନା ସଂସ୍ଥାର ମୁଖ୍ୟଙ୍କ ନିକଟକୁ ପ୍ରେରଣ କରି ବେ । କ୍ଷେତ୍ର ପରିଚାଳନା ସଂସ୍ଥାର ମୁଖ୍ୟ ଏହି ଚିଠା ପ୍ରସ୍ତାବକୁ ବୈଷୟିକ, ସାମାଜିକ ଦୃଷ୍ଟିରୁ ସମୀକ୍ଷା କରି ଅଣୁଯୋଜନାକୁ ଅନୁମୋଦନ କରିବେ । ଅନୁମୋଦିତ ଅଣୁଯୋଜନାର ୪ ଗୋଟି ନକଲ କରାଯାଇ, ବନ ସଂରକ୍ଷଣ ସମିତି, ସଭ୍ୟ ସଚିବ, କ୍ଷେତ୍ରପରିଚାଳନା ସଂସ୍ଥା ଓ ଖଣ୍ଡୀୟ ପରିଚାଳନା ସଂସ୍ଥାଙ୍କୁ ଯୋଗାଇ ଦିଆଯିବ । ସଂଶୋଧନ ଅଣୁଯୋଜନାକୁ ଅଧୁକ କ୍ରୀୟାଶୀଳ କରିବା ପାଇଁ ପ୍ରତିବର୍ଷ ସାଧାରଣ ପରିଷଦର ବୈଠକ ଡକାଯାଇ ଏହାର କାର୍ଯ୍ୟକାରିତାକୁ ନେଇ ଆଲୋଚନା ହେବ । ଯଦି ଅଧୁକାଂଶ ସଭ୍ୟ ଯୋଜନାର ସଂଶୋଧନ ପାଇଁ ଅନୁଭବ କରନ୍ତି ତେବେ ସାଧାରଣ ପରିଷଦ ଆବଶ୍ୟକ ସଂଶୋଧନ ପାଇଁ ନିଷ୍ପତ୍ତି ନେବେ । ସଭ୍ୟ ସଚିବ ପରିବର୍ତ୍ତନ ହେବାକୁ ଥିବା ବିଷୟ ଓ ଏହାର ଯଥାର୍ଥତା ନଥିଭୁକ୍ତ କରି କ୍ଷେତ୍ର ପରିଚାଳନା ସଂସ୍ଥାର ମୁଖ୍ୟଙ୍କୁ ଜଣାଇଇବେ । କ୍ଷେତ୍ର ପରିଚାଳନା ସଂସ୍ଥା ସଂଶୋଧନ ପାଇଁ ଅନୁମୋଦନ କରିବେ । ଆଧାର -"ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ"