ଜଳବାୟୁ ପରିବର୍ତ୍ତନ ସ୍ମରଣୀୟ ଦିବସ ତାରିଖ ଦିବସ ଫେବୃୟାରୀ ୨, ବିଶ୍ଵ ଶକ୍ତି ଭୂମି ଦିବସ ୧୯୭୧, ରାମସର ସମ୍ମିଳନୀରେ ଶିକ୍ତଭୂମିରେ ଜୈବ ବିବିଧତାର ସୁରକ୍ଷା ପାଇଁ ଏହି ଦିବସ ସ୍ମରଣୀୟ । ଫେବୃୟାରୀ ୨୮, ଜାତୀୟ ବିଜ୍ଞାନ ଦିବସ ପରିବେଶ ସୁରକ୍ଷାରେ ବିଜ୍ଞାନର ଭୂମିକାକୁ ଗୁରୁତ୍ଵ ପ୍ରଦାନ କରି ସଚେତନତା ସୃଷ୍ଟି କରିବା ମାର୍ଚ୍ଚ ୨୧,ବିଶ୍ଵ ବନ ଦିବସ ବ୍ୟାପକ ବୃକ୍ଷରୋପଣ ଜରିଆରେ ସବୁଜ ବଳୟ ସୃଷ୍ଟି କରି ସଚେତନତା ସୃଷ୍ଟି କରିବା । ମାର୍ଚ୍ଚ ୨୨, ବିଶ୍ଵ ଜଳ ଦିବସ ପିଇବା ପାଣି ସଂକଟରୁ ମୁକୁଳିବା ପାଇଁ ଜଳ ସଂରକ୍ଷଣ ସଚେତନତା ସୃଷ୍ଟି କରିବା । ମାର୍ଚ୍ଚ ୨୩, ବିଶ୍ଵ ପାଣିପାଗ ଦିବସ ପାଣି ପାଗ ହେଉଛି, ପରିବେଶର ଅବିଚ୍ଛେଦ୍ୟ ଅଙ୍ଗ : ଏକଥା ବୁଝିବା ଓ ବୁଝାଇବା । ଏପ୍ରିଲ ୭, ବିଶ୍ଵ ସ୍ୱାସ୍ଥ୍ୟ ଦିବସ ୧୯୪୮ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ପ୍ରତିଷ୍ଠା ଦିବସ ଉପଲକ୍ଷେ ସମସ୍ତଙ୍କୁ ମୌଳିକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ସଚେତନତା ସୃଷ୍ଟି କରିବା । ଏପ୍ରିଲ ୧୮, ବିଶ୍ଵ ଐତିହ୍ୟ ଦିବସ ପ୍ରକୃତି ସହିତ ମନୁଷ୍ୟକୃତ ଐତିହ୍ୟମାନ ପରିବେଶର ଏକମୁଲ୍ୟବାନ ଅଙ୍ଗଭାବେ ବୁଝିବା । ଏପ୍ରିଲ ୨୨, ମା ଧରିତ୍ରୀ ଦିବସ ୧୯୭୦ ମସିହା ଏହି ଦିବସରେ ଆମେରିକାର କେତେକ ପ୍ରକୃତି ପ୍ରେମୀ ଏକତ୍ର ହୋଇ ମା ଧରିତ୍ରୀର ଗୁରୁତ୍ଵ ସାରା ବିଶ୍ଵରେ ପ୍ରଚାର ଓ ପ୍ରସାର ପାଇଁ ଆହ୍ଵାନ ଦେଇଥିଲେ । ମେ ୩୧, ଧୂମପାନ ନିରୋଧ ଦିବସ ଧୂମପାନ ନିଷେଧ, ନିଜ ପରିବାର ତଥା ସମାଜରେ ପ୍ରଚାର କରିବା ଓ ପାଳନ କରିବା । ଜୁନ୍ ୫, ବିଶ୍ଵ ପରିବେଶ ଦିବସ ପରିବେଶର ଧର୍ମ ବୁଝି ଏହାର ସନ୍ତୁଳନ ରକ୍ଷାକରିବା ଓ ସାମୂହିକ ଭାବେ ଯେନତେନ ପ୍ରକାରେ ଏହାକୁ ପାଳନ କରିବା । ଜୁଲାଇ ୧୧, ବିଶ୍ଵଜନସଂଖ୍ୟା ଦିବସ ବିଶ୍ଵ ଜନସଂଖ୍ୟା ବିଶେଷତଃ ଭାରତର ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ବିଶେଷ ଧ୍ୟାନ ଦେବା ପାଇଁ ସଚେତନତା । ସେପ୍ଟେମ୍ବର ୧୬, ବିଶ୍ଵ ଓଜୋନ ଦିବସ ପୃଥିବୀର ଛାତ ବୋଲାଉଥିବା ଏହି ଓଜୋନ ସ୍ତରକୁ କିପରି ସୁରକ୍ଷା କରିବା, ଏଥିପାଇଁସଚେତନତା ସୃଷ୍ଟି କରିବା । ସେପ୍ଟେମ୍ବର ୨୮, ସବୁଜ ଉପଭୋକ୍ତା ଦିବସ ଉପଭୋକ୍ତା ମାନେ ସଚେତନ ହେଲେ ଆଜିର ବିଶ୍ଵର ଅନେକ ସଂକଟରୁ ମୁକୁଳି ପାରିବ । ପୁନଃ ଚକ୍ରଣ, ପୁନଃ ବ୍ୟବହାର ଓ ସୀମିତ ବ୍ୟବହାର ଅଭ୍ୟାସ ଉପଭୋକ୍ତା ମାନଙ୍କର ଜୀବନଶୈଳୀର ଅଙ୍ଗ ହେଉ, ଏକଥା ବୁଝିବା ଓ ବୁଝାଇବା । ଅକ୍ଟୋବର ୩, ବିଶ୍ଵ ବସତି ଦିବସ ଏ ବିଶ୍ଵରେ କେବଳ ମନୁଷ୍ୟ ରହିବାର ଏକା ଚାଟିଆ ଅଧିକାର ନାହିଁ । ବୃକ୍ଷଲତା, ଜୀବଜନ୍ତୁ, ବନ୍ୟପ୍ରାଣୀ ତଥା ସମସ୍ତ ଜୀବ ଜଗତର ରହିବାର ଅଧିକାର । ଅକ୍ଟୋବର ୧-୭, ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି କରିବା । ଅକ୍ଟୋବର୪, ଜୀବଜନ୍ତୁ ମଙ୍ଗଳ ଦିବସ ଜୀବ ଜନ୍ତୁଙ୍କ ସୁରକ୍ଷା ଓ ମଙ୍ଗଳପାଇଁ ସଚେତନତା ସୃଷ୍ଟି କରିବା । ଅକ୍ଟୋବର ୧୩, ଆନ୍ତର୍ଜାତିକ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଦିବସ ପରିବେଶ ର ସନ୍ତୁଳନ ରକ୍ଷାକରି ପ୍ରାକୃତିକ ବିପର୍ଯ୍ୟୟ ପ୍ରକାଶନ କରିବା । ନଭେମ୍ବର ୧୪, ଜାତୀୟ ଶିଶୁ ଦିବସ ଶିଶୁମାନେ ଆମର ଜାତୀୟ ସମ୍ପଦ ଶିଶୁମାନଙ୍କୁ ବିକଶିତ କରି ଏକ ଉନ୍ନତ ରାଷ୍ଟ୍ର ଗଠନ କରିବା । ଡିସେମ୍ବର ୨, ଭୋପାଳ ଦୁର୍ଘଟଣା ସ୍ମାରକୀ ଦିବସ ବିଷାକ୍ତ ବାଷ୍ପର ଭୟକାଂରିତା ଆଉ କୌଣସିଠାରେ ନଘଟୁ ଏକଟା ସ୍ମରଣ କରିବା । ଜଳବାୟୁ ପରିବର୍ତ୍ତନ : କିଏ କଣ କହନ୍ତି ବିଶ୍ଵ ଏକ ଅପରିବର୍ତ୍ତନୀୟ ଶୃଙ୍ଖଳାରେ ପରିଚାଳିତ ଓ ସମସ୍ତ ସୃଷ୍ଟି ଏହି ନିୟମରେ ବନ୍ଧା । ଏହା ଏକ ଅନ୍ଧକାନୁନ୍ ନୁହେଁ, କାରଣ କୌଣସି ଅନ୍ଧା କାନୁନ୍ ମନୁଷ୍ୟକୁ ତିଷ୍ଠିବା ପାଇଁ ସହାୟକ ନାହିଁ । ମହାତ୍ମା ଗାନ୍ଧୀ ମନୁଷ୍ୟର ସର୍ବନିମ୍ନ ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ପ୍ରକୃତି ଆମକୁ ଯଥେଷ୍ଟ ଦେଇଛି ମାତ୍ର ତା’ର ଲାଭ ପାଇଁ ନୁହେଁ । ମହାତ୍ମା ଗାନ୍ଧୀ ଯେପରି ଭାବେ ଆମ୍ଭେମାନେ ପ୍ରକୃତି ସହିତ ବ୍ୟବହାର କରିଥାଉ ତାହା ଆମର ନିଜ ପ୍ରକୃତିର ଏକ ଦର୍ପଣ ମାତ୍ର । ମହାତ୍ମା ଗାନ୍ଧୀ ଯେପରିଭାବେ ଆମେ ପ୍ରକୃତିକୁ ନିଜସ୍ଵ ସମ୍ପତ୍ତି ଭାବି ଲୁଣ୍ଠିତ କରୁ ଅଛୁ ସେହିପରି ଭାବେ ଯଦି ଆମ୍ଭେମାନେ ନିଜକୁ ପ୍ରକୃତିର ଏକ ସମ୍ପଦ ଭାବିଥାଉ, ତା ହେଲେ ବୋଧେ ଆମେ ପ୍ରକୃତିକୁ ଉଚିତ ସମ୍ମାନ ଓ ସଦଭାବ ପ୍ରଦାନ କରିପାରିବା । ଆଲ୍ଡୋ ଲିଓଗୋଲ୍ଡ ଗଛକୁ ନିଜର କରିବାକୁ ହେଲେ, ତାହାର ଯତ୍ନ ନିଅ, ତା’ ପାଖକୁ ଯାଅ, ତାକୁ କୋଳାଗ୍ରତ କର ଓ ତା’ର ଅସ୍ତିତ୍ଵକୁ ସ୍ଵୀକାର କର । ରସ୍ମିନ୍ ବଣ୍ଡ ପୃଥିବୀର ସମସ୍ତ ସୃଷ୍ଟିମାନଙ୍କର ଏକ ନିଜସ୍ଵ ଭାଷା ଅଛି । କେବଳ ମଣିଷ ସେମାନଙ୍କର ଭାଷା ବୁଝିବା ଆବଶ୍ୟକ । କେହି ଜଣେ ପ୍ରକୃତିକୁ ପ୍ରଶଂସା କରିବାର ପ୍ରତିଟି ମୂହୁର୍ତ୍ତ ସୃଷ୍ଟିକର୍ତ୍ତାଙ୍କୁ ପ୍ରାର୍ଥନା କରିବା ସହିତ ସମାନ ଭରନନ୍ ହାର୍ଣର ଆମ୍ଭମାନଙ୍କର ଏହା ମନେ ରଖିବା ଉଚିତ ଯେ ପୃଥିବୀରେ ମନୁଷ୍ୟ ବ୍ୟତୀତ ଅନ୍ୟାନ୍ୟ ସୃଷ୍ଟିର ମଧ୍ୟ ସମାନ ଅଧିକାର ରହିଛି । ବୌଦ୍ଧ ଗୁରୁ ଦଲାଇ ଲାମା ଆମ୍ଭମାନଙ୍କୁ ତିଷ୍ଠିରହିବା ପାଇଁ ଏକ ବିଶ୍ଵସ୍ତରୀୟ ପରିବେଶୀୟ ଜାଗରଣର ଆବଶ୍ୟକତା ରହିଛି, ଯେଉଁଥି ପାଇଁ କି ଜନସଚେତନତା ଅପରିହାର୍ଯ୍ୟ ମିଖାଏଲ ବୋର୍ବାଚେଭ ଏହି ଘଡିସନ୍ଧି ମୂହୁର୍ତ୍ତରେ ମାନବଜାତି ପାଇଁ ଚିନ୍ତାରୁ ସର୍ବପ୍ରାଥମିକ କାରଣ ହେଉଛି – ପୃଥିବୀର ନିରନ୍ତର ଦୁର୍ଦ୍ଦଶାର ମୁକ ସାକ୍ଷୀ ହୋଇ ସାମନା କରିବା । ଗେଲର୍ଡ ନେଲସନ୍ ପ୍ରକୃତି ବିରୁଦ୍ଧରେ ହିଂସାକୁ ରୋକିବା ପାଇଁ ପରିସଂସ୍ଥା ଆନ୍ଦୋଳନ ସେ ପର୍ଯ୍ୟନ୍ତ କରାଯାଇ ପାରିବ ନାହିଁ – ଯେ ପର୍ଯ୍ୟନ୍ତ ମାନବ ସଂସ୍କୃତି ଅହିଂସାକୁ ମୂଳାଧାର ନ କରିଛି । ମହାତ୍ମା ଗାନ୍ଧୀ ଭଗବାନ ବୃକ୍ଷରାଜି ସୃଷ୍ଟି କଲେ । ଏହାକୁ ସମସ୍ତ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କଲେ, ମାତ୍ର ଏହାକୁ ମନୁଷ୍ୟଠାରୁ ରକ୍ଷା କରିବାରେ ହାରିଗଲେ । ଯୋଆନ ମୂଇର ଯେଉଁମାନେ ପ୍ରକୃତିକୁ ଭଲ ପାଆନ୍ତି ସେମାନେ ଜୀବନରେ କେବେବି ନିଃସଙ୍ଗ ନୁହନ୍ତି । ରାଚେଲ କାରସନ୍ ପୃଥିବୀ ପ୍ରତି ବିପଦ ମାନେ ମନୁଷ୍ୟ ପ୍ରତି ବିପଦ ଚିଫ୍ ସିଏଟଲ୍ ଜଳବାୟୁ, ବୃକ୍ଷଲତା ଏବଂ ଜୀବଜନ୍ତୁ ସୁରକ୍ଷିତ ହେଲେ ହିଁ ମାନବ ଜାତି ସୁରକ୍ଷିତ ହେବ । ସ୍ତୁଆର୍ଟ ୟୁଡାଲ୍ଲ ଯେ ପର୍ଯ୍ୟନ୍ତ ବୈଜ୍ଞାନିକ ଏକ ତୃଣ ସୃଷ୍ଟି ନ କରିପାରିଛି ସେ ପର୍ଯ୍ୟନ୍ତ ବିଜ୍ଞାନ ପ୍ରକୃତି ସାମନାରେ ହାସ୍ୟସ୍ପଦ । ଥୋମାସ ଆଲଭା ଏଡିସନ୍ ହିଂସ୍ରଜନ୍ତୁ ପ୍ରଥମେ ଜଙ୍ଗଲରେ ଥିଲେ । ଆଜିକାଲି ସହରରେ ମାତିଲେଣି । ମହାତ୍ମା ଗାନ୍ଧୀ ବୃକ୍ଷ ହିଁ ମନୁଷ୍ୟର ପ୍ରକୃତ ବନ୍ଧୁ ଫ୍ରାଙ୍କ ଲଏଡ ରାଇଟ୍ ଯେତେବେଳେ ଆମେ ପୃଥିବୀକୁ ସୁସ୍ଥ ରଖୁ, ପୃଥିବୀ ଆମକୁ ସୁସ୍ଥ ରଖେ । ଡେଭିଡ୍ ଅର୍ ଏହି ଗ୍ରହର ଲମ୍ବା ଜୀବନ କାଳରେ ଜଣେ ପରିବେଶବିତ୍ ହିଁ ପ୍ରକୃତ ହିସାବ ନିରିକ୍ଷକ : କୌଣସି ଗନ୍ଥାଗାରର ମାଲିକ ନୁହନ୍ତି । ସ୍ତୁଆର୍ଟ ୟୁଡାଲ୍ଲ ପ୍ରକୃତି ହସିଲେ, ମଣିଷ ବଞ୍ଚିବ । ଯୋସେଫ୍ ଉଡ୍ କ୍ରଚ ମଣିଷ ପ୍ରକୃତି ଓ ପରିବେଶକୁ ଜେଭଳି ସଜାଏ, ସେ ନିଜେ ମଧ୍ୟ ସେହିଭଳି ଗଢି ଉଠେ । ରେନେ ଡ୍ୟୁବୋସ ଯେଉଁଠି ପରିବେଶର ଗୁଣାତ୍ମକ ମାନ କମିଯାଏ, ସେଠାରେ ମଣିଷର ଜୀବନ ଧାରଣର ମାନ ମଉଳି ଯାଏ । ଜର୍ଜ ହୋଲାଣ୍ଡ ଆଧାର – ବିଜ୍ଞାନ ଓ ପରିବେଶ ବିକାଶ ସମିତି