ପରିସଂସ୍ଥା କ’ଣ ? କୌଣସି ନିର୍ଦ୍ଧିଷ୍ଟ ପ୍ରାଣୀ କିମ୍ବା ଉଦ୍ଭିଦ ସ୍ଵତନ୍ତ୍ର ଭାବେ ଏକାକୀ ଜୀବନଯାପନ କରିବା ଅସମ୍ଭବ । ପରିବେଶର ସମତୁଲ ଅବସ୍ଥା ନିମନ୍ତେ ପ୍ରତ୍ୟେକଙ୍କର ଭୂମିକା ବିଶେଷ ଗୁରୁତ୍ଵପୂର୍ଣ୍ଣ, ତେଣୁ ପରସ୍ପର ନିର୍ଭରଶୀଳ, ପ୍ରାଣୀ , ଉଦ୍ଭିଦ ଅପଘଟକ ଆଦି ପରିବେଶରେ ଥିବା ସମସ୍ତ ନିର୍ଜୀବ ବସ୍ତୁମାନଙ୍କ ସହ ବିଭିନ୍ନ ପ୍ରତିକ୍ରିୟା ଘଟାଇ ଜୀବନ ନିର୍ବାହ କରନ୍ତି , ଏହାକୁ ‘ ପରିସଂସ୍ଥା ‘ କୁହାଯାଏ । ଜୀବମଣ୍ଡଳ ଗୋଟିଏ ଗୋଟିଏ ପରିସଂସ୍ଥା ଦ୍ଵାରା ସୂଚିତ । ସୁତରାଂ ପରିସଂସ୍ଥା କହିଲେ ସଂଜୀବ ଏବଂ ତାର ପରିବେଶ ମଧ୍ୟରେ ଥିବା ପରସ୍ପର ନିର୍ଭରଶୀଳତା ବା ସମ୍ପର୍କକୁ ବୁଝାଏ । ପୃଥିବୀର ବିଭିନ୍ନ ଅଞ୍ଚଳରେ ଛୋଟ ବଡ ସଂଖ୍ୟା ପରିସଂସ୍ଥା ରହିଛି । ପରିସଂସ୍ଥା ଶବ୍ଦର ପ୍ରଥମ ପରିଭାଷା ୧୯୩୫ ମସିହାରେ ବ୍ରିଟିଶ ପରିବେଶବିତ ଏ.ଜି ଟାନସଲେ ପ୍ରବର୍ତ୍ତନ କରିଥିଲେ । ତାଙ୍କର ପରିଭାଷା ଅନୁସାରେ , ପରିବେଶର ସଜୀବ ଏବଂ ନିର୍ଜୀବ ଉପାଦାନମାନଙ୍କର ସମ୍ମିଳିତ” ପରିସଂସ୍ଥା “ କୁହାଯାଏ । ଇ.ପି ଓଡମ ଙ୍କ ପରିଭାଷା ଅନୁସାରେ ପରିସଂସ୍ଥା ହେଉଛି ଗୋଟିଏ ଏକକ ଯାହାର ସମସ୍ତ ଜୀବ କୌଣସିଜ ଏକ ସ୍ଥାନରେ ତାଙ୍କ ପରିବେଶ ସହିତ ପାରସ୍ପରିକ କ୍ରିୟାଗତ ରହନ୍ତି ଏବଂ ନିର୍ଜୀବ ଓ ସଜୀବ ଉପାଦାନ ମଧ୍ୟରେ ରାସାଯନିକ ପଦାର୍ଥର ଆବର୍ତ୍ତନ ଘଟେ । ମାଥଭନ ୧୯୭୪ ଙ୍କ ପରିଭାଷା ଅନୁସାରେ ପରିସଂସ୍ଥା ହେଉଛି ଏପରି ଏକ ପରିବେଶୀୟ ବ୍ୟବସ୍ଥା ଯାହାକି ସଜୀବ ପରିବେଶ ଏବଂ ସେମାନଙ୍କ ମଧ୍ୟରେ ଥିବା ପାରିସ୍ପରିକ କ୍ରିୟାର ସର୍ବମୋଟ ପ୍ରତିଫଳନ । ପରିସଂସ୍ଥାର ଗାଠନିକ ଉପାଦାନ ନିର୍ଜୀବ ପରିବେଶ ଓ ସଜୀବ ସମ୍ପ୍ରଦାୟକୁ ନେଇ ପରିସଂସ୍ଥା ଗଠିତ । ପରିସଂସ୍ଥାର ଉପାଦାନଗୁଡିକୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି । ତାହା ଦେଲା - ନିର୍ଜୀବ ଉପାଦାନ ସଜୀବ ଉପାଦାନ ନିର୍ଜୀବ ଉପାଦାନ ନିର୍ଜୀବ ପରିବେଶର ଉପାଦାନଗୁଡିକ ସଜୀବମାନଙ୍କ ଜୀବନଧାରଣ ପାଇଁ ଏକାନ୍ତ ଆବଶ୍ୟକ । ପରିବେଶରେ ଅବସ୍ଥିତ ସମସ୍ତ ଜଡ ବସ୍ତୁ ନିର୍ଜୀବ ଉପାଦାନର ଅନ୍ତର୍ଭୁକ୍ତ । ଏହି ଉପାଦାନଗୁଡିକୁ ତିନି ଭାଗରେ ବିଭକ୍ତ କରାଯାଇଛି । ଯଥା - ଅଜୈବ ପଦାର୍ଥ ଜୈବିକ ପଦାର୍ଥ ଭୌତିକ କାରକ ଅଜୈବ ପଦାର୍ଥ : ଜଳ , ଅଙ୍ଗାରକାମ୍ଳ , ଯବକ୍ଷାରଜାଣ , କ୍ୟାଲସିୟମ , ସଲଫର , ଫସଫରସ ଇତ୍ୟାଦି ଅଜୈବ ପଦାର୍ଥଗୁଡିକ ଜୀବନଧାରଣ ପାଇଁ ଆବଶ୍ୟକ । କାରଣ ଜୈବ ପଦାର୍ଥର ସଂଶ୍ଳେଷଣ ପାଇଁ ଏଗୁଡିକ ଅପରିହାର୍ଯ୍ୟ । ବାୟୁ , ଜଳ, ଓ ମୃତିକାରୁ ସ୍ଵଭୋଜି ଉଦ୍ଭିଦମାନେ ଏହି ପଦାର୍ଥଗୁଡିକୁ ଗ୍ରହଣ କରିଥାଆନ୍ତି । ତତପରେ ଖାଦ୍ୟ ମାଧ୍ୟମରେ ଏହା ତୃଣଭୋଜି ଓ ମାଂସାହାରୀ ପ୍ରାଣୀଙ୍କ ଦେହରେ ପ୍ରବେଶ କରେ । ଅପଘଟକ ଜୀବମାନଙ୍କ ଦ୍ଵାରା ମୃତ ଉଦ୍ଭିଦ ଓ ପ୍ରାଣୀ ଦେହରୁ ଅଜୈବ ପଦାର୍ଥ ବାହାରି ମାଟିରେ ମିଶିଥାଏ । ଜୈବିକ ପଦାର୍ଥ : ଶ୍ଵେତସାର , ସ୍ନେହସାର , ପୃଷ୍ଟିସାର , ଆମୀନୋଏସିଡ ଇତ୍ୟାଦି ଜୈବିକ ପଦାର୍ଥଭୁକ୍ତ ଅଟନ୍ତି । ଏହି ପଦାର୍ଥଗୁଡିକ ସଜୀବମାନଙ୍କର ଦ୍ଵାରା ସଂଶ୍ଲେଷିତ ହୋଇସାରିବାପରେ ଜୀବମାନଙ୍କ ମୃତ ଦେହ କିମ୍ବା ମଳମୁତ୍ର ସାହାଯ୍ୟରେ ମାଟିରେ ମିସିଯାଇ ମାଟିର ଉର୍ବରତା , ଜଳସାଧାରଣ ଓ ବାୟୁ ସଞ୍ଚାଳନ ଶକ୍ତି ବଢନ୍ତି । ଭୌତିକ କାରକ : ଆଲୋକ , ଉତ୍ତାପ , ଜଳ , ଆର୍ଦ୍ରତା , ପବନ , ମୃର୍ତ୍ତିକା ଇତ୍ୟାଦି ପରିବେଶର ଭୌତିକ କାରକ ଅଟନ୍ତି । ଏହି ଭୌତିକ କାରକଗୁଡିକ ପ୍ରାଣୀ ଏବଂ ଉଦ୍ଭିଦମାନଙ୍କର ଜୀବନଧାରଣ ପାଇଁ ଏକାନ୍ତ ଅପରିହାର୍ଯ୍ୟ । ସେହିପରି ପରିବେଶକୁ କାର୍ଯ୍ୟକ୍ଷମ କରିବା ପାଇଁ ଶକ୍ତି ଏକାନ୍ତ ଆବଶ୍ୟକ । ସୂର୍ଯ୍ୟ ସମସ୍ତ ଶକ୍ତିର ଆଧାର ଅଟେ । ସୌର ଶକ୍ତିକୁ ବିନିଯୋଗ କରି ସବୁଜ ଉଦ୍ଭିଦ ଖାଦ୍ୟ ପ୍ରସ୍ତୁତ କରିଥାଏ ଏବଂ ଖାଦ୍ୟ ଆହରଣ ଦ୍ଵାରା ଉତ୍ତାପ ଶକ୍ତି ଜୀବମାନଙ୍କ ମଧ୍ୟରେ ଦେଖାଦେଇଥାଏ । ଏହି ସବୁ ଉପାଦାନଗୁଡିକ ବିଶେଷ ଭାବରେ ସଜୀବମାନଙ୍କର ଶରୀର ଗଠନ ଓ ଅଭିବୃଦ୍ଧି କ୍ଷେତ୍ରରେ ସହାୟକ ହୁଅନ୍ତି । ଏମାନେ ପରିବେଶକୁ ସଜୀବ ଶରୀର ମଧ୍ୟରେ ପ୍ରବେଶ କରନ୍ତି ଓ ସଜୀବର ମୃତ୍ୟୁପରେ ମୃତଶରୀରର ଅପଘଟକମାନଙ୍କ ଦ୍ଵାରା ବିଘଟିତ ହୋଇ ପୁନଶ୍ଚ ପରିବେଶକୁ ଫେରିଯାଆନ୍ତି । ସଜୀବ ଉପାଦାନ ପରିସଂସ୍ଥାରେ ଥିବା ସମସ୍ତ ଜୀବ ସଜୀବ ଉପାଦାନର ଅନ୍ତର୍ଭୁକ୍ତ । ଏହି ଜୀବମାନଙ୍କୁ ସେମାନଙ୍କର ଆହରଣ ଅନୁସାରେ ଦୁଇଭାଗରେ ବିଭକ୍ତ କରାଯାଇଛି । ସ୍ଵଭୋଜୀ : ଜୀବନଧାରଣ କରିବା ପାଇଁ ଏହି ଜୀବମାନେ ନିଜେ ନିଜର ଖାଦ୍ୟ ପ୍ରସ୍ତୁତ କରନ୍ତି । ସମସ୍ତ ଉଦ୍ଭିଦ ସ୍ଵଭୋଜୀ ଶ୍ରେଣୀର । ଉଦ୍ଭିଦ ନିଜର ସବୁଜ କଣିକା ଦ୍ଵାରା ସୂର୍ଯ୍ୟାଲୋକ ସାହାଯ୍ୟରେ ଅଙ୍ଗାରକାମ୍ଳ ଓ ଜଳରୁ ଖାଦ୍ୟ ପ୍ରସ୍ତୁତ କରିପାରୁଥିବାରୁ , ତାହାକୁ ‘ ଉତ୍ପାଦକ କୁହାଯାଏ । ସବୁଜ ଉଦ୍ଭିଦ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ସୌରଶକ୍ତିକୁ ରାସାୟନିକ ଶକ୍ତିରେ ପରିଣତ କରୁଥିବାରୁ , ସେମାନଙ୍କୁ ପରିବର୍ତ୍ତକ ବା ରୂପାନ୍ତରକ ମଧ୍ୟ କୁହାଯାଏ । ଏହି ପ୍ରକ୍ରିୟାରେ ଉଦ୍ଭିଦମାନେ ଅଙ୍ଗାରକାମ୍ଳ ବାଷ୍ପକୁ ବିନିଯୋଗ କରି ଅମ୍ଳଜାନ ବାଷ୍ପ ତ୍ୟାଗ କରିଥାନ୍ତି ଯାହାକି ସମସ୍ତ ଜୀବମାନଙ୍କର ଶ୍ଵସନ ପ୍ରକ୍ରିୟାରେ ବ୍ୟବହୃତ ହୋଇଥାଏ । ଏହି ଉତ୍ପାଦକମାନଙ୍କୁ ସେମାନଙ୍କର ଆକାର ଅନୁସାରେ ଦୁଇଭାଗରେ ବିଭକ୍ତ କରାଯାଇଛି । ସେଗୁଡିକ ହେଲେ କ୍ଷୁଦ୍ର ଉତ୍ପାଦକ । ଉଦାହରଣ ସ୍ୱରୂପ ; ଶୈବାଳ , ଏକକୋଷୀ , ସବୁଜ ଉଦ୍ଭିଦ ଇତ୍ୟାଦି । ହତ ଉତ୍ପାଦକ ଉଦାହାରଣ ସ୍ୱରୂପ ; ବୃକ୍ଷଲତା , ଗୁଳ୍ମ ତୃଣ ଇତ୍ୟାଦି । ବିଷମଭୋଜୀ : ଯେଉଁମାନେ ଜୀବନଧାରଣ ପାଇଁ ନିଜର ଖାଦ୍ୟ ନିଜେ ପ୍ରସ୍ତୁତ କରିପାରନ୍ତି ସେମାନଙ୍କୁ ବିଷମଭୋଜୀ କୁହାଯାଏ । ସେମାନେ ସାଧାରଣତଃ ପାଣି ଅଟନ୍ତି । ଏମାନେ ଖାଦ୍ୟ ପାଇଁ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଭାବରେ ସବୁଜ ଉଦ୍ଭିଦ ଉପରେ ନିର୍ଭର କରନ୍ତି । ଉତ୍ପାଦକ ପ୍ରସ୍ତୁତ କରୁଥିବା ଜୈବିକ ପଦାର୍ଥକୁ ପ୍ରାଣୀମାନେ ଖାଦ୍ୟରୂପେ ଗ୍ରହଣ କରୁଥିବାରୁ ସେମାନଙ୍କୁ ‘ ଭକ୍ଷକ “ କୁହାଯାଏ । ଭକ୍ଷକମାନଙ୍କୁ ମଧ୍ୟ ‘ ବୃହତ ଭକ୍ଷକ ‘ କିମ୍ବା ଫାଟୋଟ୍ରଫସ କୁହାଯାଏ । ଏହି ବିଷମଭୋଜୀମାନଙ୍କୁ ଭକ୍ଷକ ଓ ଅପଘଟକ, ଏହିପରି ଦୁଇଭାଗରେ ବିଭକ୍ତ କରାଯାଇଛି । ଭକ୍ଷକ ଉତ୍ପାଦକ ଉପରେ ନିର୍ଭରଶୀତଳାକୁ ନେଇ ଭକ୍ଷକମାନଙ୍କୁ ସାଧାରଣ ତିନି ଭାଗରେ ବିଭକ୍ତ କରାଯାଇଛି । ଯଥା - ପ୍ରାଥମିକ ଭକ୍ଷକ । ଦ୍ଵିତୀୟକ ଭକ୍ଷକ । ତୃତୀୟକ ଭକ୍ଷକ । ପ୍ରାଥମିକ ଭକ୍ଷକ । ପ୍ରାଥମିକ ଭକ୍ଷକ : ପ୍ରାଥମିକ ଭକ୍ଷକମାନେ ସେମାନଙ୍କ ଜୀବନଧାରଣ ପାଇଁ ପ୍ରତ୍ୟକ୍ଷ ଭାବରେ ସବୁଜ ଉଦ୍ଭିଦମାନଙ୍କୁ ଖାଦ୍ୟରୂପେ ଗ୍ରହଣ କରନ୍ତି । ତେଣୁ ସେମାନଙ୍କୁ “ ତୃଣଭୋଜୀ ପ୍ରାଣୀ ‘ କୁହାଯାଏ । ସ୍ଥଳ ପରିସଂସ୍ଥାରେ ତୃଣଭୋଜୀ ପ୍ରାଣୀମାନେ ହେଲେ - ଠେକୁଆ , ହରିଣ , ମୂଷା , ଝିଣ୍ଟିକା , ଛେଳି, ଗାଈ , ମେଣ୍ଢା ଇତ୍ୟାଦି । ସେହିପରି ଜଳୀୟ ପରିସଂସ୍ଥାରେ ତୃଣଭୋଜୀ ପ୍ରାଣୀମାନେ ହେଲେ ଗେଣ୍ଡା , ଶାମୁକା , ଚିଙ୍ଗୁଡି , ଇତ୍ୟାଦି । ଦ୍ଵିତୀୟକ ଭକ୍ଷକ : ଏହି ଶ୍ରେଣୀର ଭକ୍ଷକମାନେ ତୃଣଭୋଜୀ ପ୍ରାଣୀମାନଙ୍କୁ ଖାଦ୍ୟରୂପେ ଗ୍ରହଣ କରନ୍ତି । ଏମାନେ ମାଂସାଶୀ ପ୍ରାଣୀ ଅଟନ୍ତି । ବେଙ୍ଗ, କୁକୁର, ବିଲୁଆ, ସାପ ଇତ୍ୟାଦି ଦ୍ଵିତୀୟକ ଭକ୍ଷକ ଅଟନ୍ତି । ଏମାନଙ୍କୁ ମଧ୍ୟ ପ୍ରାଥମିକ ମାଂସାଶୀ ପ୍ରାଣୀ କୁହାଯାଏ । ତୃତୀୟକ ଭକ୍ଷକ : ଏହି ଶ୍ରେଣୀର ଭକ୍ଷକମାନେ ନିଜର ଜୀବନଧାରଣ ପାଇଁ ଉଭୟ ତୃଣଭୋଜୀ ଓ ମାଂସାଶୀ ପ୍ରାଣୀମାନଙ୍କ ଉପରେ ନିର୍ଭର କରନ୍ତି । ଶାଗୁଣା , ମୟୂର, ଚିଲ, ବାଘ, ସିଂହ ଇତ୍ୟାଦି ତୃତୀୟକ ଭକ୍ଷକ ଅଟନ୍ତି । ଏମାନଙ୍କୁ “ ଶୀର୍ଷଭକ୍ଷକ “ ମଧ୍ୟ କୁହାଯାଏ । ଅପଘଟକ ଯେଉଁମାନେ ମୃତ ପ୍ରାଣୀ ଓ ଉଦ୍ଭିଦମାନଙ୍କର ଶରୀରକୁ ବିଘଟଣ କରି ଜୈବିକ ବସ୍ତୁକୁ ମୌଳିକ ପଦାର୍ଥରେ କାରବାର ସାହାଯ୍ୟ କରନ୍ତି , ସେମାନଙ୍କୁ ‘ ଅପଘଟକ ବା ‘ ବିଘଟକ ‘ କୁହାଯାଏ । ଏହି ବିଘଟନ ପ୍ରକ୍ରିୟା ଦ୍ଵାରା ମୃର୍ତ୍ତିକାର ଉର୍ବରତା ବଢେ ଓ ଉଦ୍ଭିଦମାନେ ମାଟିରୁ ଉକ୍ତ ପଦାର୍ଥ ଗ୍ରହଣ କରନ୍ତି । କବକ ଓ ଜୀବାଣୁଗୁଡିକ ଏହି କାର୍ଯ୍ୟ କରନ୍ତି ଏବଂ ସ୍ଵଭୋଜୀ ପ୍ରାଣୀମାନଙ୍କୁ ପୋଷାକ ବହୁତ ଯୋଗାଇ ଥାଆନ୍ତି । ତେଣୁ ଏମାନଙ୍କୁ ମିନେରାଳାଇଜରସ କୁହାଯାଏ । ଏହାଛଡା , ଏହି କ୍ଷୁଦ୍ର ଅପଘଟକମାନଙ୍କୁ ମଧ୍ୟ ରିଡ୍ୟୁସରସ ଏବଂ ଅଣୁଭକ୍ଷକ ଆଖ୍ୟା ଦିଆଯାଇଛି । ପରିସଂସ୍ଥା କାର୍ଯ୍ୟାବଳି ପରିସଂସ୍ଥା ହେଉଛି ଏପରି ଏକ ଶକ୍ତିଶାଳି ଏକକ ଯେଉଁଠାରେ ଉଭୟ ସଜୀବ ଏବଂ ନିର୍ଜୀବ ଉପାଦାନ ସବୁ ପରସ୍ପର ମଧ୍ୟରେ ସଂଯୁକ୍ତ ହୋଇ ବିଭିନ୍ନ ପ୍ରକାର କାର୍ଯ୍ୟ ସମ୍ପାଦାନ କରନ୍ତି । ପରିସଂସ୍ଥାର କେତେକ ମୁଖ୍ୟ ଜୈବ ସଂକ୍ରାନ୍ତୀଯ କାର୍ଯ୍ୟାବଳି ଉପରେ ନିମ୍ନରେ ବର୍ଣ୍ଣନା କରାଯାଉଛି । ଖାଦ୍ୟ ଶୃଙ୍ଖଳ ଜୀବନଧାରଣ ପାଇଁ ପ୍ରତ୍ୟେକ ଜୀବ ଅନ୍ୟ ଜୀବ ଉପରେ ନିର୍ଭର କରିଥାଆନ୍ତି । ପୁଣି ପ୍ରତ୍ୟେକ ଜୀବର ଦୁଇଟି ପ୍ରାଣାଳୀ ଅଛି । ଗୋଟିଏ ହେଲା ଗଠନ ପ୍ରାଣାଳୀ ଏବଂ ଅନ୍ୟଟି କାର୍ଯ୍ୟକାରୀ ପ୍ରାଣାଳୀ । ଗଠନ ପ୍ରାଣାଳୀ ହେଉଛି ନିର୍ଜୀବ ପଦାର୍ଥ ଯବକ୍ଷାରଜାଣ , ଅଙ୍ଗାରକ ଓ ଜଳ ଭଳି ପଦାର୍ଥରୁ ଜୀବାଳି ବା biomass ଗଠନ । କାର୍ଯ୍ୟକାରୀ ପ୍ରଣାଳୀ ହେଉଛି ଶରୀରର ସ୍ଥିତି ପାଇଁ ଆବଶ୍ୟକଶକ୍ତିର ଆହରଣ । ଖାଦ୍ୟ ଭାବରେ ଶକ୍ତି ଆହରଣ ହୁଏ । ସବୁଜ ଉଦ୍ଭିଦ ଭଶ୍ଲେଷଣ ପ୍ରକ୍ରିୟାରେ ଖାଦ୍ୟ ପ୍ରସ୍ତୁତ କରିଅଥାଏ ଏବଂ ଖାଦ୍ୟ ଦ୍ଵାରା ନିଜର ଅଭିବୃଦ୍ଧି ଘଟାଇଥାଏ । ତେଣୁ ସବୁଜ ଉଦ୍ଭିଦକୁ ଉତ୍ପାଦନ କହନ୍ତି । ଚ୍ଜୋତ ପ୍ରାଣୀମାନେ ଯଥା ମୃଗ, ଠେକୁଆ , ଗାଈ ପ୍ରଭୁତି ତୃଣ ଓ ଅନ୍ୟାନ୍ୟ ପ୍ରଦାର୍ଥ ଖାଇ ବଞ୍ଚନ୍ତି । ତେଣୁ ପ୍ରାଣୀମାନଙ୍କୁ ଭକ୍ଷକ କୁହନ୍ତି । ଏହି ତୃଣଭୋଜୀ ପ୍ରାଣୀମାନେ ମାଂସାଶୀ ପ୍ରାଣୀମାନଙ୍କର ଖାଦ୍ୟ ରୂପେ ବ୍ୟବହୃତ ହୋଇଥାଆନ୍ତି । ତେଣୁ ପରିସଂସ୍ଥା ମଧ୍ୟରେ ଖାଦ୍ୟ ଉଦ୍ଭିଦ ଠାରୁ ଶୀର୍ଷ ଭକ୍ଷକ ପାଖକୁ ବିଭିନ୍ନ ସ୍ତର ଦେଇ ପ୍ରଭାବିତ ହୋଇଥାଏ । ପରିସଂସ୍ଥା ମଧ୍ୟରେ ଖାଦ୍ୟ ଉଦ୍ଭିଦଠାରୁ ଶୀର୍ଷ ଉଦ୍ଭିଦ ଠାରୁ ଶୀର୍ଷ ଭକ୍ଷକ ପାଖକୁ ବିଭିନ୍ନ ସ୍ତର ଦେଇ ପ୍ରବାହିତ ହୋଇଥାଏ । ପରିସଂସ୍ଥା ମଧ୍ୟରେ ଖାଦ୍ୟ ଉଦ୍ଭିଦଠାରୁ ଶୀର୍ଷ ଭକ୍ଷକ ପାଖକୁ ବିଭିନ୍ନ ସ୍ତର ଦେଇ ପ୍ରଭାହୀତ ହୋଇଥାଏ ,। ପରିସଂସ୍ଥା ଏହି ଖାଦ୍ୟ ଉତ୍ପାଦିତ ଏବଂ ପ୍ରବାହ ଉପରେ ନିର୍ଭର କରି ବିଭିନ୍ନ ଜୈବ ସ୍ତର ମଧ୍ୟରେ ପ୍ରତିଷ୍ଠିତ ହୋଇଥିବା ସମ୍ପର୍କକୁ “ ଖାଦ୍ୟ ଶୃଙ୍ଖଳ ‘ କୁହାଯାଏ । ଖାଦ୍ୟ ଶୃଙ୍ଖଳ ସାହାଯ୍ୟରେ ଶକ୍ତି ସ୍ଥାନାରିତ ହୁଏ । ଖାଦ୍ୟ ଡୋରରେ ପ୍ରତ୍ୟେକଟି ସଞ୍ଚିତ ଶକ୍ତି ଅନ୍ୟଟିକୁ ସଞ୍ଚାରିତ ହୋଇଥାଏ । ଯେଉଁ ମାଧ୍ୟମକୁ ଶକ୍ତି ସଞ୍ଚାରିତ ହୋଇଥାଏ । ତାକୁ ଶକ୍ତି ସ୍ତର ବା ପୋଷକ ସ୍ତର କହନ୍ତି । ଏହି ସ୍ତର ବେଳେବେଳେ ୪ ବା ୫ ପର୍ଯ୍ୟନ୍ତ ମଧ୍ୟ ବୃଦ୍ଧି ପାଇଥାଏ , ମାତ୍ର ସର୍ବନିମ୍ନ ସ୍ତର ୩ ରେ ହିଁ ସର୍ବଦା ସୀମାବଦ୍ଧ ରହିଥାଏ । ତେଣୁ ଖାଦ୍ୟ ଶୃଙ୍ଖଳରେ କେତେଗୋଟି ସ୍ତର ରହିବ , ତାହା ପରିସଂସ୍ଥାରେ ବସବାସ କରୁଥିବା ଜୀବମାନଙ୍କ ଉପରେ ନିର୍ଭର କରେ । କୌଣସି ଜୀବର ପୋଷାକ ସ୍ତର ନିମ୍ନସ୍ତର ୩ରେ ହିଁ ସର୍ବଦା ସୀମାବଦ୍ଧ ରହିଥାଏ । ତେଣୁ ଖାଦ୍ୟ ଶୃଙ୍ଖଳରେ କେତେଗୋଟି ସ୍ତର ରହିବ , ତାହା ପରିସଂସ୍ଥାରେ ବସବାସ କରୁଥିବା ଜୀବମାନଙ୍କ ଉପରେ ନିର୍ଭର କରେ । କୌଣସି ଜୀବର ପୋଷାକ ସ୍ତର ନିମ୍ନଲିଖିତ କ୍ରମରେ ଦର୍ଶାଯାଇଛି । ସ୍ଵଭୋଜୀ (ଉତ୍ପାକଦ) = ପ୍ରଥମ ପୋଷକ ସ୍ତର । ତୃଣଭୋଜି (ଉତ୍ପାଦକ ) = ଦ୍ଵିତୀୟ ପୋଷକ ସ୍ତର । ମାଂସଭୋଜୀ (ଉତ୍ପାଦକ ) = ତୃତୀୟ ପୋଷକ ସ୍ତର । ଶୀର୍ଷ ମାଂସଭୋଜୀ (ଉତ୍ପାଦକ) = ଚତୁର୍ଥ ପୋଷକ ସ୍ତର । ଏହିପରି ଭାବରେ ଶକ୍ତି ସ୍ତର ହୋଇ ସଂଚାରିତ ହୋଇଥାଏ । ଖାଦ୍ୟସଂଖ୍ୟା ଯେତେ କମ ହୁଏ , ପରିସଂସ୍ଥା ସୀ ବେଶୀ କାର୍ଯ୍ୟଦକ୍ଷ ହୋଇଥାଏ । ସ୍ଥଳ ପରିସଂସ୍ଥାନ ବିଭିନ୍ନ ସ୍ତର ଭିତ୍ତିକ ଖାଦ୍ୟ ଶୃଙ୍ଖଳର କେତେକ ଉଦାହରଣ ନିମ୍ନରେ ଦିଆଯାଇଛି । ତିନିଗୋଟି ସ୍ତର ଭିତ୍ତିକ ଖାଦ୍ୟଶୃଙ୍ଖଳ : ଘାସ>ଛେଳି>ବାଘ ଚାରିଗୋଟି ସ୍ତରଭିତ୍ତିକ ଖାଦ୍ୟଶୃଙ୍ଖଳ ଘାସ>ଛେଳି >ମନୁଷ୍ୟ>ବାଘ ପାଞ୍ଚ ଗୋଟି ସ୍ତରଭିତ୍ତିକ ଖାଦ୍ୟ ଶୃଙ୍ଖଳ : ଘାସ> ଝିଣ୍ଟିକା>ବେଙ୍ଗ >ସାପ>ଚିଲ ଉଦ୍ଭିଦ ପରିସଂସ୍ଥାର ଦୃଷ୍ଟାନ୍ତ ନିମ୍ନରେ ପ୍ରଦତ୍ତ ହେଲା : ଉଦ୍ଭିଦ ପ୍ଳବକ>ପ୍ରାଣୀ ପ୍ଲବାକ>ଛୋଟ ମାଛ >ବଡମାଛ ଏହିପରି ଭାବରେ ଦେଖିଲେ , ପ୍ରତ୍ୟେକ ଜୀବ ନିଜର ଜୀବନଧାରଣ ପାଇଁ ଅନ୍ୟ ଜୀବ ଉପରେ ଅନୁବନ୍ଧନ ଭିତ୍ତିରେ ନିର୍ଭର କରି ଆସୁଛନ୍ତି । ଖାଦ୍ୟ ଶୃଙ୍ଖଳ ପ୍ରକାର ଭେଦ : ଖାଦ୍ୟ ଶୃଙ୍ଖଳର ପ୍ରକାର ଭେଦ : ସାଧାରଣତଃ ତିନି ପ୍ରକାରର ଖାଦ୍ୟ ଶୃଙ୍ଖଳ ଦେଖାଯାଏ । ଭକ୍ଷକ ଖାଦ୍ୟଶୃଙ୍ଖଳ । ପରଜୀବୀ ଖାଦ୍ୟଶୃଙ୍ଖଳ । ମୃତଜୀବି ଖାଦ୍ୟ ଶୃଙ୍ଖଳ । ଭକ୍ଷକ ଖାଦ୍ୟଶୃଙ୍ଖଳ :ଏହି ପ୍ରକାର ଖାଦ୍ୟ ଶୃଙ୍ଖଳ ‘ ଚାରଣ ଖାଦ୍ୟ ଶୃଙ୍ଖଳ ମଧ୍ୟ କୁହାଯାଏ । ଏପରି ଖାଦ୍ୟଶୃଙ୍ଖଳରେ ଉଦ୍ଭିଦମାନେ ଶୃଙ୍ଖଳର ପ୍ରଥମ ସ୍ଥାନ ଅଧିକାର କରନ୍ତି । ଏମାନଙ୍କ ଦେହରେ ସଞ୍ଚିତ ଶକ୍ତି ଖାଦ୍ୟ ମାଧ୍ୟମରେ ତୃଣଭୋଜୀ ପ୍ରାଣୀ ଦେହକୁ ଯାଏ । ତତପରେ ମାଂସାଶୀ ପ୍ରାଣୀ ତୃଣଭୋଜୀ ମାଂସ ଭକ୍ଷଣ କରି ଶକ୍ତି ଆହରଣ କରେ ଉଦାହରଣ : ଘାସ >ଝିଣ୍ଟିକା>ବେଙ୍ଗ >ସାପ > ଚିଲ । ପରଜୀବୀ ଖାଦ୍ୟ ଶୃଙ୍ଖଳ : ଏହି ପ୍ରକାର ଖାଦ୍ୟଶୃଙ୍ଖଳରେ ଶକ୍ତିସ୍ରୋତ ବୃହତ ଜୀବଠାରୁ ଆରମ୍ଭ ହୋଇ କ୍ରମାନ୍ଵୟରେ କ୍ଷୁଦ୍ର ଜୀବ ସ୍ତର ଦେଇ ପ୍ରଭାବିତ ହୋଇଥାଏ । ଏହାକୁ ମଧ୍ୟ ସାହାଜ୍ଯକାରୀ ଖାଦ୍ୟ ଶୃଙ୍ଖଳ କୁହାଯାଏ ।ଉଦ୍ଭିଦ ଓ ପ୍ରାଣୀ > ପରଜୀବୀ > ଅପଘଟକ ମୃତଜୀବୀ ଖାଦ୍ୟ ଶୃଙ୍ଖଳ :ଏହି ପ୍ରକାର ଖାଦ୍ୟଶୃଙ୍ଖଳରେ ଶକ୍ତି ସ୍ରୋତ ମୃତଜୀବଠାରୁ ଜୀବନ୍ତ ଅପଘଟକ ସ୍ତରକୁ ପ୍ରବାହିତ ହୋଇଥାଏ . । ତେଣୁ ଏହି ଖାଦ୍ୟଶୃଙ୍ଖଳ ଜୈବିକ ତ୍ୟକ୍ତ ବସ୍ତୁ , ମୃତପ୍ରାଣୀ ଓ ଉଦ୍ଭିଦମାନଙ୍କର ଅଂସ ଉପରେ ନିର୍ଭର କରେ । ଏହି ପ୍ରକାରର ଖାଦ୍ୟଶୃଙ୍ଖଳ କମ କ୍ଷମତା ବିଶିଷ୍ଟ । ମୃତ ଜୈବିକ ବସ୍ତୁକୁ ତିନି ପ୍ରକାର ଜୀବ ଖାଦ୍ୟ ରୂପେ ଗ୍ରହଣ କରନ୍ତି । ସେମାନେ ହେଲେ - ପରିଷ୍କାର ଯଥା - ଶାଗୁଣା , ଚିଲ , କୁକୁର, ବିଲୁଆ ଇତ୍ୟାଦି । ଅପରଦ ଭକ୍ଷୀ ଯଥା - ଉଈ , ଜିଆ , ପତଙ୍ଗ , ଲାର୍ଭା । ଏମାନେ ପଚାଶଢା ଜୈବବସ୍ତୁ ଭକ୍ଷଣ କରନ୍ତି । ଅପଘଟକ ଯଥା - କବକ, ଜୀବାଣୁ ଇତ୍ୟାଦି । ଖାଦ୍ୟ ଶଙ୍ଖଳର ଗୁରୁତ୍ଵ : ଜୀବମଣ୍ଡଳରେ ସଜୀବମାନଙ୍କ ମଧ୍ୟର ଗୋଟିଏ ଖାଦ୍ୟ ଶୃଙ୍ଖଳ କାର୍ଯ୍ୟ କରେ । ଖାଦ୍ୟ ଖାଇବା ବେଳେ ଖାଦ୍ୟଶକ୍ତି ତାପଶକ୍ତିରେ ରୂପାନ୍ତରିତ ହୁଏ ଏବଂ କିଛି ତାପଶକ୍ତି ବାହାରିଯାଇ ବାୟୁ – ମଣ୍ଡଳରେ ମିଶେ । ଅବଶିଷ୍ଟ ଶରୀରର ଅଭିବୃଦ୍ଧି ସାଧନ କରେ । ଏହିପରି ଭାବରେ ଖାଦ୍ୟଶଙ୍ଖୁଳ ସାହାଯ୍ୟରେ ଉଦ୍ଭିଦଠାରୁ ଆରମ୍ଭ କରି ଶୀର୍ଷ ଭକ୍ଷକ ପର୍ଯ୍ୟନ୍ତ ଶକ୍ତି ସ୍ଥାନାନ୍ତରିତ ହୁଏ । ଫଳରେ ଖାଦ୍ୟଶୃଙ୍ଖଳ ପ୍ରତି ସ୍ତରରେ ଶକ୍ତିର ପରିମାଣ ହ୍ରାସ ହୋଇଥାଏ । ଖାଦ୍ୟ ଶୃଙ୍ଖଳ ସାହାଯ୍ୟରେ ଆମେ ଖାଦ୍ୟ ଖାଦକ ସମ୍ପର୍କ , ଖାଦକ ଉପରେ ଇତ୍ୟାଦି ପ୍ରଭାବ ଇତ୍ୟାଦି ବିଷୟରେ ଜାଣିପାରୁ । ଖାଦ୍ୟଜାଲି ପ୍ରତ୍ୟେକ ପରିସଂସ୍ଥାରେ ଅନେକଗୁଡିଏ ଖାଦ୍ୟଶୃଙ୍ଖଳ ଜାଲପରି ଛନ୍ଦାଛନ୍ଦି ହୋଇ ରହିଥାଆନ୍ତି । ଫଳରେ ଖାଦ୍ୟଶୃଙ୍ଖଳ ଜଟିଳ ଅବସ୍ଥା ଧାରଣ କରେ । ଖାଦ୍ୟଶୃଙ୍ଖଳର ଏହି ବହୁ ସଂଯୋଗ ଜନିତ ଜଟିଳତାକୁ ‘ ଖାଦ୍ୟଜାଲି ‘ କୁହାଯାଏ । ଗୋଟିଏ ଖାଦ୍ୟ ଶୃଙ୍ଖଳରେ ଗୋଟିଏ ପ୍ରାଣୀ ଦୁଇ ବା ଅଧିକ ଖାଦ୍ୟଶୃଙ୍ଖଳରୁ ଖାଦ୍ୟ ଗ୍ରହଣ କରିପାରେ । ଫଳରେ ଗୋଟିଏ ପ୍ରାଣୀଙ୍କୁ ଭକ୍ଷଣ କରିପାରେ ଏବଂ ଏବଂ ଅନେକ ପ୍ରକାର ପ୍ରାଣୀମାନଙ୍କ ଦ୍ଵାରା ଭୁକ୍ଷିତ ହୋଇପାରେ । ଉଦାହରଣ ସ୍ୱରୂପ - ଏକ ତୃଣଭୂମି ପରିସଂସ୍ଥାରେ ଛୋଟ ଛୋଟ କୀଟ ପତଙ୍ଗମାନେ ତୃଣ ବା ଗାସ ଖାଇ ବଞ୍ଚନ୍ତି । ହରିଣ , ଠେକୁଆ , ମୂଷା ଘାସ ଓ ଶସ୍ୟ ଆଦିକୁ ଖାଦ୍ୟ ରୂପେ ଗ୍ରହଣ କରନ୍ତି । ଏମାନେ ପ୍ରଥମ ସ୍ତରର ଭକ୍ଷକ ଅଟନ୍ତି । ତୃଣଭୂମିରେ କେତେକ ପକ୍ଷୀ ଅଛନ୍ତି ଯେଉଁମାନେ ଶସ୍ୟ ଖାଇବା ସହ ପୋକ , ଜୋକ , କୀଟ , ପତଙ୍ଗମାନଙ୍କୁ ମଧ୍ୟ ଖାଇଥାଆନ୍ତି । ତେଣୁ ଏହି ପକ୍ଷୀଗୁଡିକ ପ୍ରଥମ ଓ ଦ୍ଵିତୀୟ ସ୍ତରର ପ୍ରାଣୀ ଅଟନ୍ତି । କୀଟ , ପତଙ୍ଗ ଆଦିକୁ ବେଙ୍ଗ ଖାଇଥାଏ । ବେଙ୍ଗକୁ ସାପ ଖାଏ । ସାପ ବେଙ୍ଗ ବ୍ୟତୀତ ମୂଷା ଓ ପକ୍ଷୀମାନଙ୍କୁ ମଧ୍ୟ ଭକ୍ଷଣ କରିଥାଏ । ସେହିପରି ଚିଲ ସାପକୁ ସଙ୍ଗେ ସେ ମୂଷା, ବେଙ୍ଗ, ପକ୍ଷୀ , ଓ ଠେକୁଆ ଆଦି ସବୁ ପ୍ରାଣୀ ଖାଦ୍ୟ ରୂପେ ଗ୍ରହଣ କରିଥାଏ । ଅର୍ଥାତ ଚିଲ ଶୀର୍ଷ ଭକ୍ଷକ ହୋଇ ମଧ୍ୟ ଅନ୍ୟ ସବୁ ସ୍ତରର ପ୍ରାଣୀକୁ ଖାଦ୍ୟ ରୂପେ ବ୍ୟବହାର କରିଥାଏ । ତେଣୁ ପରିସଂସ୍ଥାରେ ଅନେକ ଖାଦ୍ୟ ଶୃଙ୍ଖଳ ଜାଲ ପରି ଛନ୍ଦି ହୋଇ ରହିଥିବାର ଦେଖାଯାଏ । “ ସେଥିପାଇଁ ଏହାକୁ ‘ ଖାଦ୍ୟ ଜାଲି ‘ ଆଖ୍ୟା ଦିଆଯାଇଛି । ଖାଦ୍ୟ ଜାଲିର ଗୁରୁତ୍ଵ : ଖାଦ୍ୟ ଜାଲିର ଗୁରୁତ୍ଵ ନିମ୍ନରେ ବର୍ଣ୍ଣନା କରାଗଲା । ଖାଦ୍ୟ ଜାଲି ପରିସଂସ୍ଥାର ସ୍ଥାୟିତ୍ଵ ବଜାୟ ରଖିବାରେ ସାହାଯ୍ୟ କରେ । ଏହା ଖାଦ୍ୟର ବିକଳ୍ପ ଉତ୍ସ ଯୋଗାଇଥାଏ । ଗୋଟିଏ ପ୍ରାଣୀ ବହୁ ପ୍ରକାର ଖାଦ୍ୟ ଗ୍ରହଣ କରୁଥିବାରୁ ତାକୁ ଜୀବନଧାରଣ କରିବାକୁ ସହଜ ହୁଏ । ଖାଦ୍ୟ ଜାଲି ଦ୍ଵାରା ବିଭିନ୍ନ ପ୍ରଜାତି ଜୀବମାନଙ୍କର ବଂଶବୃଦ୍ଧି ନିୟନ୍ତ୍ରଣ ରହେ ଏବଂ ପରିବେଶରେ ଭାରସାମ୍ୟ ରକ୍ଷା ହୁଏ । ତେଣୁ ଏକ ସରଲ ଖାଦ୍ୟ ଶୃଙ୍ଖଳ ଠାରୁ ଖାଦ୍ୟଜାଲିର ମୂଳତତ୍ଵ ହେଉଛି ବେଶି ବାସ୍ତବ । ପରିବେଶୀୟ ସ୍ତୂପ ଖାଦ୍ୟଶୃଙ୍ଖଳ ବିଭିନ୍ନ ସ୍ତର ଉପରେ ପରିବେଶୀୟ ପରିମାପଗୁଡିକ ପ୍ରଭାବକୁ ଏକ ତ୍ରିକୋଣାକାର ସ୍ତମ୍ଭ ସାହାଯ୍ୟରେ ବର୍ଣ୍ଣନା କରଯାଇଥାଏ , ଯାହାକୁ “ପରିବେଶୀୟ ସ୍ତୂପ “ ବା ‘ ଇକୋଲୋଜିକାଲ ପିରାମିଡ ‘ ବୋଲି କୁହାଯାଏ । ଏହି ପିରାମିଡର ମୂଳ ପ୍ରସ୍ତର ଅଟେ ଯାହାକି ଉତ୍ପାଦକମାନଙ୍କୁ ଧାରଣ କରିଥାଏ ଏବଂ ଅଗ୍ରଭାଗ ହେଉଛି ସଂକୀର୍ଣ୍ଣ ଯେଉଁଠାରେ ଶୀର୍ଷ ଭକ୍ଷକ କେବଳ ଦେଖାଯାଆନ୍ତି । ଏହା ବାରର ଲମ୍ବ ଭଳି , ଏହାର ପ୍ରତ୍ୟେକ ସ୍ତରର ପରିମାଣକୁ ଚିତ୍ର ଆକାରରେ ଦର୍ଶାଯାଉଥିବାରୁ ଏହାକୁ ‘ ବାର ରେଖାଚିତ୍ର ‘ ବୋଲି ମଧ୍ୟ କୁହାଯାଏ । ପିରାମିଡରେ ଖାଦ୍ୟଶୃଙ୍ଖଳର ବିଭିନ୍ନ ସ୍ତରଗୁଡିକକୁ ପର୍ଯ୍ୟାୟ କ୍ରମେ ବର୍ଣ୍ଣନା କରାଯାଇଥାଏ । ଯଥା ମୂଳରେ ଉତ୍ପାଦକ , ତା ଉପରକୁ ତୃଣଭୋଜୀ ଏବଂ ପରେ ପରେ ପ୍ରଥମ ଓ ଦ୍ଵିତୀୟ ସ୍ତରର ମାଂସାଶୀ ପ୍ରାଣୀ ଏବଂ ଅଗ୍ରଭାଗରେ ଶୀର୍ଷ ମାଂସାଶୀ ପ୍ରାଣୀ ରହିଥାଆନ୍ତି । ଏହି ପରିବେଶୀୟ ପିରାମିଡ ସଳଖ ଓ ବିପରୀତ ପ୍ରକାରର ହୋଇପାରେ । ପିରାମିଡର ପ୍ରକାର ଭେଦ : ତିନି ପ୍ରକାରର ପରିବେଶୀୟ ପିରାମିଡ ଦେଖାଯାଏ ଯାହାର ବର୍ଣ୍ଣନା ନିମ୍ନରେ ଦିଆଗଲା । ସଂଖ୍ୟା ପିରାମିଡ : ବିଭିନ୍ନ ଖାଦ୍ୟ ସ୍ତରରେ ଅବସ୍ଥିତ ଉତ୍ପାଦକମାନଙ୍କ ଠାରୁ ଆରମ୍ଭ କରି ଶୀର୍ଷ ଭକ୍ଷକ ପର୍ଯ୍ୟନ୍ତ ଜୀବମାନଙ୍କର ସଂଖ୍ୟାକୁ ନେଇ ଗଠିତ କରାଯାଇଥିବା ସୁଚିତ୍ରିତ ପିରାମିଡକୁ ‘ ସଂଖ୍ୟାର ପିରାମିଡ ‘ କୁହାଯାଏ । ଏହି ପ୍ରକାର ପିରାମିଡରେ ଉତ୍ପାଦକମାନଙ୍କ ସଂଖ୍ୟା ସର୍ବାଧିକ ଥାଏ । ତୃଣଭୋଜୀ ପ୍ରାଣୀ ଅର୍ଥାତ ପ୍ରାଥମିକ ଭକ୍ଷକମାନେ ଉତ୍ପାଦକମାନଙ୍କ ଉପରେ ନିର୍ଭର କରିଥାଆନ୍ତି । ତେଣୁ ଏମାନଙ୍କ ସଂଖ୍ୟା ଉତ୍ପାଦକମାନଙ୍କ ସଂଖ୍ୟା ତୁଳନାରେ କମ ହୋଇଥାଏ । ସେହିପରି , ଦ୍ଵିତୀୟ , ତୃତୀୟ ଓ ଶୀର୍ଷ ମାଂସାଶୀ ଭକ୍ଷକମାନଙ୍କ ସଂଖ୍ୟା କ୍ରମାନ୍ଵୟରେ ହ୍ରାସ ପାଇଥାଏ । ତେଣୁ ପ୍ରତ୍ୟେକ ଖାଦ୍ୟ ସ୍ତରରେ ଜୀବମାନଙ୍କ ସଂଖ୍ୟାକୁ ପିରାମିଡ ଦ୍ଵାରା ଦର୍ଶାଇଲେ ଏହା ଏକ ସଳଖ ପିରାମିଡ ହୋଇଥାଏ । ଉଦାହରଣ ସ୍ୱରୂପ - ଏକ ଚାଷଜମି ପରିସଂସ୍ଥାରେ ତୃଣମାନଙ୍କ ତୁଳନାରେ କୀଟ, ପତଙ୍ଗ , ଝିଣ୍ଟିକା , ଆଦିଙ୍କ ସଂଖ୍ୟା କମ ଥାଏ । ଏମାଙ୍କୁ ଖାଦ୍ୟ ରୂପେ ଗ୍ରହଣ କରୁଥିବା ପରବର୍ତ୍ତୀ ଖାଦ୍ୟସ୍ତରର ପ୍ରାଣୀ ଯଥା - ବେଙ୍ଗ , ବଡ ବଡ ପୋକ ଆଦିଙ୍କ ସଂଖ୍ୟା ଆହୁରି କମ ଥାଏ । ତା ପରବର୍ତ୍ତୀ ଖାଦ୍ୟ ସ୍ତରର ପ୍ରାଣୀ ଯଥା – ସାପ, ପକ୍ଷୀ ଆଦିଙ୍କ ସଂଖ୍ୟାରେ ବହୁତ ହ୍ରାସ ଘଟିଥାଏ । ପୁଣି ଶୀର୍ଷ ଭକ୍ଷକ ରୂପେ ଦେଖାଯାଉଥିବା ମାଂସାଶୀ ଚିଲ , ଇଗଲ ଆଦିଙ୍କ ସଂଖ୍ୟା ସବୁଠାରୁ କମ ହୋଇଥାଏ । ସଂଖ୍ୟା ପିରାମିଡ ମଧ୍ୟ କେତେକ କ୍ଷେତ୍ରରେ ବିପରୀତ , କଣ୍ଡାକାର ଡମ୍ବେଲ ଆକାର ଇତ୍ୟାଦି ହୋଇଥାଏ । ନିମ୍ନରେ ବିପରୀତ ପିରାମିଡର ଉଦାହରଣ ଦିଆଗଲା । ଗୋଟିଏ ବୃକ୍ଷ ପରିସଂସ୍ଥାରେ ବହୁତଗୁଡିଏ ପକ୍ଷୀ ପତ୍ର , ଫୁଲ ଓ ଫଳ ଖାଇ ଜୀବନଧାରଣ କରନ୍ତି । ପୁଣି ପ୍ରତ୍ୟେକ ପକ୍ଷୀ ଦେହରେ ଅସଂଖ୍ୟ ବାହ୍ୟ ପରଜୀବୀ ଓ ଅନ୍ତଃ ପରଜୀବୀ ରହିଥାଆନ୍ତି ଯେଉଁମାନେ କି ପକ୍ଷୀମାନଏନକେ ଦେହରୁ ଖାଦ୍ୟ ଆହରଣ କରି ଜୀବନ ଅତିବାହିତ କରିଥାଆନ୍ତି । କଣ୍ଡାକାର ପିରାମିଡ ର ଉଦାହରଣ ହେଲା - ଗୋଟିଏ ଗଛ ବହୁତଗୁଡିଏ ତୃଣଭୋଜୀ ପକ୍ଷୀଙ୍କର ଭାର ବହନ କରିଥାଏ । କିନ୍ତୁ ଏହି ସବୁ ତୃଣ ଭୋଜୀ ପକ୍ଷୀମାନଙ୍କୁ କେବଳ କିମ୍ବା ଦୁଇଟିର ଚିଲ ଖାଇଥାଆନ୍ତି । ଜୈବଭାର ପିରାମିଡ : ବିଭିନ୍ନ ଖାଦ୍ୟ ସ୍ତରରେ ଥିବା ଜୀବମାନଙ୍କର ଓଜନର ସମ୍ପକକୁ ନେଇ ଗଠନ କରାଯାଇଥିବା ପିରାମିଡକୁ ‘ ଜୈବଭାର ପିରାମିଡ ‘ ବୋଲି କୁହାଯାଏ । ଏହି ବୃକ୍ଷ ପରିସଂସ୍ଥାରେ ଉତ୍ପାଦକଠାରୁ ଆରମ୍ଭ କରି ଶୀର୍ଷ ଭକ୍ଷକ ପର୍ଯ୍ୟନ୍ତ ଖାଦ୍ୟ ସ୍ତରରେ ଜୈବିକ ଓଜନର ହ୍ରାସ ଘଟିଥାଏ । ଏହା ଏକ ସଳଖ ପିରାମିଡ ହୋଇଥାଏ । କିନ୍ତୁ ଏକ ପୁଷ୍କରଣୀ ପରିସଂସ୍ଥାରେ ପିରାମିଡ ଓଲଟା ହୋଇଥାଏ । କାରଣ ଏଥିରେ ଉତ୍ପାଦକଠାରୁ ଶୀର୍ଷ ଭକ୍ଷକ ପର୍ଯ୍ୟନ୍ତ ଜୈବିକ ଓଜନ ବଢି ବଢି ଯାଇଥାଏ । ଶକ୍ତିର ପିରାମିଡ : ପରିସଂସ୍ଥାରେ ବିଭିନ୍ନ ଖାଦ୍ୟସ୍ତର ମଧ୍ୟରେ ଅବସ୍ଥିତ ଜୀବମାନଙ୍କ ମଧ୍ୟରେ ପ୍ରବାହିତ ଶକ୍ତିକୁ ପିରାମିଡ ଆକାରର ଚିତ୍ରଣ କରାଯାଇ । ଏହାକୁ ‘ ଶକ୍ତିର ପିରାମିଡ ‘ କୁହାଯାଏ । ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ଦ୍ଵାରା ସବୁଜ ଉଦ୍ଭିଦ ସୌରଶକ୍ତିକୁ ରାସାୟନିକ ଶକ୍ତିରେ ପରିଣତ କରିଥାଏ । ଖାଦ୍ୟ ପଦାର୍ଥ ଦ୍ଵାରା ଉକ୍ତ ରାସାୟନିକ ଶକ୍ତି ବାନ୍ଧି ହୋଇ ରହିଥାଏ । ଏହି ଶକ୍ତି ଖାଦ୍ୟଶୃଙ୍ଖଳ ସାହାଯ୍ୟରେ ତୃଣଭୋଜୀ ଓ ପରବର୍ତ୍ତୀ ଖାଦ୍ୟସ୍ତର ଦେଇ ଶୀର୍ଷ ଭକ୍ଷକ ପାଖରେ ପହଞ୍ଚି ଥାଏ । ଗୋଟିଏ ସ୍ତରରୁ ଅନ୍ୟ ସ୍ତରକୁ ଶକ୍ତି ପ୍ରବାହ ସମୟରେ ଟାପ , ଶ୍ଵାସକ୍ରିୟା ଆଦି ଅନେକ ଉପାୟରେ ଶକ୍ତିର ପ୍ରବାହ ସମୟରେ ଟାପ , ଶ୍ଵାସକ୍ରିୟା ଆଦି ଅନେକ ଉପାୟରେ ଶକ୍ତିର ଅପଚୟ ହୋଇଥାଏ । ତେଣୁ ଉତ୍ପାଦକ ଠାରୁ ଶୀର୍ଷ ଭକ୍ଷକ ପର୍ଯ୍ୟନ୍ତ ଶକ୍ତିର ପରିମାଣ କ୍ରମଶଃ ହ୍ରାସ ହୋଇ ଯାଇଥାଏ । ଶକ୍ତିର ପିରାମିଡ ଏକ ସଳଖ ପିରାମିଡର ରୂପ ନେଇଥାଏ । ପରିସଂସ୍ଥାରେ ଶକ୍ତି ପ୍ରବାହ ପରିସଂସ୍ଥାରେ ଜୀବନ ଧାରଣ କରିବା ପାଇଁ ଶକ୍ତିର ଆବଶ୍ୟକତା ରହିଛି ଏବଂ ଏହି ଶକ୍ତି ସଂଗ୍ରହ ପାଇଁ ଖାଦ୍ୟ ଉପରେ ନିର୍ଭର କରିବାକୁ ପଡିଥାଏ । ସାଧାରଣତଃ କାର୍ଯ୍ୟ କରିବାର କ୍ଷମତାକୁ ଶକ୍ତି କୁହାଯାଏ । ସଜୀବମାନଙ୍କର ଦେହରେ ସଂଗଠିତ ହେଉଥିବା ସମସ୍ତ କାର୍ଯ୍ୟ ଏହି ଶକ୍ତି ଦ୍ଵାରା ହିଁ ସମ୍ଭବ ହୋଇଥାଏ । ଶକ୍ତି ଦୁଇ ପ୍ରକାରର ; ଯଥା ସ୍ଥିତିଜ ଶକ୍ତି ଓ ଗତିଜ ଶକ୍ତି । ସ୍ଥିତିଜ ଶକ୍ତି ହେଉଛି କୌଣସି ଉପାଦାନର ଅବସ୍ଥିତି ଅନୁଯାୟୀ ସଂଗୃହିତ ଶକ୍ତି ଯାହା କାର୍ଯ୍ୟ କରିବା ପାଇଁ ଉପଲ୍ଲବ୍ଧ ହୁଏ । ଗତିଜ ଶକ୍ତି ଉପାଦାନର ଗତି ସହିତ ସମ୍ପୃକ୍ତ । ସଜୀବମାନଙ୍କର କାର୍ଯ୍ୟ ସଂପାଦାନ ନିମନ୍ତେ ସ୍ଥିତିଜ ଶକ୍ତି ଗତିଜ ଶକ୍ତିରେ ରୂପାନ୍ତରିତ ହୋଇଥାଏ । ସ୍ଵଭୋଜୀ ଉଦ୍ଭିଦଗୁଡିକ ଆଲୋକ – ସଂଶ୍ଳେଷଣ ପ୍ରକ୍ରିୟା ଦ୍ଵାରା ସୌରଶକ୍ତିକୁ ରାସାୟନିକ ଶକ୍ତିରେ ପରିଣତ କରନ୍ତି । ଖାଦ୍ୟରେ ଗଛିତ ଏହି ରାସାୟନିକ ଶକ୍ତି ସ୍ଵଭୋଜୀମାନଙ୍କ ଠାରୁ ତୃଣଭୋଜୀ ମଧ୍ୟ ଦେଇ ମାଂସାଶୀ ପ୍ରାଣୀଙ୍କ ଖାଦ୍ୟ ରୂପେ ପ୍ରବେଶ କରେ । ପରିସଂସ୍ଥାରେ ଶକ୍ତି ପ୍ରବାହ ଏକ ଦିଗାଭିମୁଖୀ ଅଟେ । ଏହି ଶକ୍ତି ପ୍ରବାହ ତାପଚଳନ ର ଦୁଇଟି ନିୟମ ଦ୍ଵାରା ପରିଚାଳିତ । ତାପ ଚାଳନର ପ୍ରଥମ ନିୟମ : ଏହି ନିୟମାଯାୟୀ “ ଶକ୍ତି ସୃଷ୍ଟି ହୁଏ ନାହିଁ କିମ୍ବା ନଷ୍ଟ ହୁଏ ନାହିଁ,ଏହା କେବଳ ଗୋଟିଏ ଅବସ୍ଥାରୁ ଅନ୍ୟ ଏକ ଅବସ୍ଥାରୁ ଅନ୍ୟ ଏକ ଅବସ୍ଥାକୁ ପରିବର୍ତ୍ତିତ ହୋଇଥାଏ । ଉଦାହରଣ ସ୍ୱରୂପ : ସୌରରଶ୍ମୀର ବିକିରଣ ଶକ୍ତି ସବୁଜ ଉଦ୍ଭିଦ ଦ୍ଵାରା ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ମାଧ୍ୟମରେ ରାସାୟନିକ ଶକ୍ତିକୁ ପରିବର୍ତ୍ତିତ ହୋଇଥାଏ । ତାପଚଳନର ଦ୍ଵିତୀୟ ନିୟମ : ଏହି ନିୟମାନୁଯାୟୀ କୌଣସି ପରିସ୍ଥିତିରେ ଶକ୍ତିର ପରିବର୍ତ୍ତନ ବା ସ୍ଥାନାନ୍ତରଣ ସଂପୂର୍ଣ୍ଣ ରୂପେ ନ ହୋଇ ଆଂଶିକ ଭାବରେ ହୋଇଥାଏ । ଶକ୍ତିପ୍ରବାହ ପରିସଂସ୍ଥାର ବିଭିନ୍ନ ଉପାଦାନମାନଙ୍କ ମଧ୍ୟରେ ଶକ୍ତି ସଂଚାରିତ ହେବାକୁ ଶକ୍ତି ପ୍ରବାହ କୁହାଯାଏ , ଯାହାକି ଏକ ଦିଗମୁଖି ଅଟେ । ଏହା ଶକ୍ତି ପ୍ରବାହ ନିମ୍ନ ପ୍ରକାରେ ସଂଗଠିତ ହୋଇଥାଏ । ସବୁଜ ଉଦ୍ଭିଦଗୁଡିକ ହରିତକଣା ସାହାଯ୍ୟରେ ସୌରଶକ୍ତିକୁ ଧରି ତାକୁ ରାସାୟନିକ ଶକ୍ତିରେ ପରିଣତ କରନ୍ତି । ଏହି ଶକ୍ତି ଉତ୍ପାଦକମାନଙ୍କ ଠାରୁ ତୃଣଭୋଜୀ ପ୍ରାଣୀ ମଧ୍ୟଦେଇ ମାଂସାଶୀ ପ୍ରାଣୀଙ୍କ ପାଖକୁ ଖାଦ୍ୟ ରୂପେ ପ୍ରବେଶ କରେ । ସବୁବେଳେ ଶକ୍ତି ନିମ୍ନ ଖାଦ୍ୟ ସ୍ତରକୁ ପ୍ରବାହିତ ହୁଏ । କିନ୍ତୁ ମାଂସାଶୀ ଠାରୁ ତୃଣଭୋଜୀ ଦେହକୁ ପ୍ରବାହୀ ହୁଏ ନାହିଁ , ସେହିପରି ତୃଣଭୋଜୀ ଠାରୁ ଉତ୍ପାଦକ ପାଖକୁ ମଧ୍ୟ ଶକ୍ତି ପ୍ରବାହିତ ହୁଏ ନାହିଁ । ତେଣୁ ଉଚ୍ଚ ଖାଦ୍ୟ ସ୍ତରର ପ୍ରାଣୀମାନେ ସର୍ବଦା ନିମ୍ନ ଖାଦ୍ୟ ସ୍ତରର ପ୍ରାଣୀମାନଙ୍କ ଠାରୁ ଶକ୍ତି ଗ୍ରହଣ କରନ୍ତି । ଏହି ଶକ୍ତି ପ୍ରବାହ ସମୟରେ କିଛି ଅଂଶ ତାପଶକ୍ତି ଓ ଅନ୍ୟାନ୍ୟ ପ୍ରକାରେ ବାୟୁମଣ୍ଡଳକୁ ବାହାରି ଚାଲିଯାଏ । ସୁତରାଂ ପରିସଂସ୍ଥାରେ ଶକ୍ତି ଏକ ତରଫା ଭାବେ ଗୋଟିଏ ଦିଗରୁ ଉତ୍ପାଦକ ଠାରୁ ଶୀର୍ଷ ଭକ୍ଷକ ପର୍ଯ୍ୟନ୍ତ ଯିବା ସମୟରେ କ୍ରମାନ୍ଵୟରେ ଶକ୍ତିର ହ୍ରାସ ଘଟିଥାଏ । ଦଶ ପ୍ରତିଶତ ନିୟମ : ଗୋଟିଏ ଚାରଣ ଖାଦ୍ୟ ଶୃଙ୍ଖଳରେ ଉତ୍ପାଦକଠାରୁ ତୃଣଭୋଜୀ ସ୍ତରକୁ ଶକ୍ତି ଖାଦ୍ୟ ରୂପେ ପ୍ରବାହିତ ହେବା ବେଳେ ତୃଣଭୋଜୀ ପ୍ରାଣୀକୁ ଏହି ଶକ୍ତିର ଶତକଡା ଦଶଭାଗ ମିଳିଥାଏ । ପରବର୍ତ୍ତୀ ସ୍ତରର ଭକ୍ଷକକୁ ତୃଣଭୋଜୀକୁ ମିଳିଥିବା ଶକ୍ତିର ଶତକଡା ଦଶଭାଗ ମିଳିଥାଏ । ଏହାକୁ ‘ ଦଶ ପ୍ରତିଶତ ନିୟମ ‘ କୁହାଯାଏ । ତେଣୁ ଏହି ନିୟମ ଅନୁସାରେ ପ୍ରଥମ ପୋଷାକ ସ୍ତରଠାରୁ ଶେଷ ପୋଷାକ ସ୍ତର ପର୍ଯ୍ୟନ୍ତ ସ୍ତରରେ ଶକ୍ତିର ପରିମାଣ କମିଯାଏ । ଅପଘଟକମାନେ ବିଘଟନ ପ୍ରଣାଳୀ ଦ୍ଵାରା ମୃତ ଉଦ୍ଭିଦ ଓ ପ୍ରାଣୀମାନଙ୍କଠାରୁ ଶକ୍ତି ଆହରଣ କରିଥାଆନ୍ତି ଯାହାର ପରିମାଣ ସ୍ୱଳ୍ପ ଅଟେ । ଉତ୍ପାଦକ > ତୃଣଭୋଜୀ > ମାଂସଭୋଜୀ > ଶୀର୍ଷ ମାଂସଭୋଜୀ ପରିସଂସ୍ଥାର ଶ୍ରେଣୀ ବିଭାଗ ପରିବେଶ ଅନୁଯାୟୀ ବିଭିନ୍ନ ପ୍ରକାର ପରିସଂସ୍ଥା ଦେଖାଯାଏ । ସେଗୁଡିକ ହେଲେ - ପ୍ରାକୃତିକ ଓ କୃତ୍ରିମ ପରିସଂସ୍ଥା । ବୃହତ୍ତ ଏବଂ କ୍ଷୁଦ୍ର ପରିସଂସ୍ଥା । ସ୍ଥାୟୀ ଏବଂ ଅସ୍ଥାୟୀ ପରିସଂସ୍ଥା । ସଂପୂର୍ଣ୍ଣ ଏବଂ ଅସମ୍ପୂର୍ଣ୍ଣ ପରିସଂସ୍ଥା । ପ୍ରାକୃତିକ ଓ କୃତ୍ରିମ ପରିସଂସ୍ଥା : ଯେଉଁ ପରିସଂସ୍ଥାର ବିକାଶ ପ୍ରାକୃତିକ ଅବସ୍ଥାରେ ମନୁଷ୍ୟର ବିନା ସାହାଯ୍ୟରେ ହୋଇଥାଏ , ତାହାକୁ ପ୍ରାକୃତିକ ପରିସଂସ୍ଥା କୁହାଯାଏ । ଯଥା – ଜଙ୍ଗଲ , ମରୁଭୁମି , ତୃଣଭୂମି , ହ୍ରଦ , ନଦୀ , ସମୁଦ୍ର ଇତ୍ୟାଦି । ଯେଉଁ ପରିସଂସ୍ଥାର ସୃଷ୍ଟି ମନୁଷ୍ୟ ଦ୍ଵାରା ହୋଇଥାଏ , ତାହାକୁ କୃତ୍ରିମ ବା ମନୁଷ୍ୟକୃତ ପରିସଂସ୍ଥା କୁହାଯାଏ । ଯଥା – ଗ୍ରାମ, ସହର , ଉଦ୍ୟାନ , ଘୁଷୁରି ଶାଳା , ପକ୍ଷୀପାଳନ କ୍ଷେତ୍ର , ମହୁମାଛି ରଖିବାର ସ୍ଥାନ ଇତ୍ୟାଦି । ‘ଏଗ୍ରୋ ଇକୋସିଷ୍ଟମ ‘ ହେଉଛି ସବୁଠାରୁ ବଡ ମନୁଷ୍ୟକୃତ ପରିସଂସ୍ଥା । ବୃହତ୍ତ ଏବଂ କ୍ଷୁଦ୍ର ପରିସଂସ୍ଥା : ସବୁଠାରୁ ବୃହତ ପରିସଂସ୍ଥାକୁ ମେଗାଇକୋସିଷ୍ଟମ କୁହାଯାଏ । ଯଥା – ସମୁଦ୍ର । ଏକ ବଡ ପରିସଂସ୍ଥାକୁ ମାଇକ୍ରୋଇକୋସିଷ୍ଟମ ଆଖ୍ୟା ଦିଆଯାଇଛି । ଏହାର ଏକ ଉଦାହରଣ ହେଉଛି - ଜଙ୍ଗଲ ପରିସଂସ୍ଥା । ଯେଉଁ ପରିସଂସ୍ଥା ଏକ ଛୋଟ ଅଞ୍ଚଳ ମଧ୍ୟରେ ସୀମିତ , ତାହାକୁ ମାଈକ୍ରୋସିଷ୍ଟମ କୁହାଯାଏ । ଯଥା - ଜଙ୍ଗଲ ପରିସଂସ୍ଥା । ଯେଉଁ ପରିସଂସ୍ଥା ଏକ ଛୋଟ ଅଞ୍ଚଳ ମଧ୍ୟରେ ସୀମିତ , ତାହାକୁ ମାଇକ୍ରୋସିଷ୍ଟମ କୁହାଯାଏ । ଯଥା – ପୁଷ୍କରିଣୀ ପରିସଂସ୍ଥା । ସବୁଠାରୁ କ୍ଷୁଦ୍ର ପରିସଂସ୍ଥାକୁ ନାନୋଇକୋସିଷ୍ଟମ କୁହାଯାଏ । ଏହାର ଏକ ଉଦାହରଣ ହେଉଛ - ଆକ୍ୟୁଆରିୟମ । ସ୍ଥାୟୀ ଏବଂ ଅସ୍ଥାୟୀ ପରିସଂସ୍ଥା : ଯେଉଁ ପରିସଂସ୍ଥା ଦୀର୍ଘଦିନ ପର୍ଯ୍ୟନ୍ତ ଅତିବାହିତ ଭାବରେ ରହିପାରେ , ତାହାକୁ ସ୍ଥାୟୀ ପରିସଂସ୍ଥା କୁହାଯାଏ । ଉଦାହରଣ – ଜଙ୍ଗଲ ଏବଂ ହ୍ରଦ । ଏକ ଅସ୍ଥାୟୀ ପରିସଂସ୍ଥା ଅଳ୍ପଦିନ ପାଇଁ ତିଷ୍ଠି ରହିପାରେ । ଯଥା – ବର୍ଷାଜଳ ଦ୍ଵାରା ସୃଷ୍ଟି ହୋଇଥିବା ପୋଖରୀ , କ୍ଷାତ ଇତ୍ୟାଦି । ସଂପୂର୍ଣ୍ଣ ଏବଂ ଅସମ୍ପୂର୍ଣ୍ଣ ପରିସଂସ୍ଥା : ଯେଉଁ ପରିସଂସ୍ଥାରେ ସମସ୍ତ ଉପାଦାନ ରହିଥାଆନ୍ତି , ତାହାକୁ ସଂପୂର୍ଣ୍ଣ ପରିସଂସ୍ଥା କୁହାଯାଏ । ଯଥା - ଜଙ୍ଗଲ ।ଏକ ଅସମ୍ପୂର୍ଣ୍ଣ ପରିସଂସ୍ଥା ଗୋଟିଏ କିମ୍ବା ତା ଠାରୁ ଅଧିକ ଉପାଦାନ କମ ଥାଆନ୍ତି । ଉଦାହରଣ ସ୍ୱରୂପ – ବର୍ଷାଜଳ ଦ୍ଵାରା ସୃଷ୍ଟି ହୋଇଥିବା ପୋଖରୀରେ ଭକ୍ଷକ ନ ଥାଆନ୍ତି ଏବଂ ସମୁଦ୍ରର ନିମ୍ନତମ ଅଂଶରେ ଉତ୍ପାଦକ ନ ଥାଆନ୍ତି । ମୁଖ୍ୟ ପରିସଂସ୍ଥା : ମୁଖ୍ୟ ପରିସଂସ୍ଥାଗୁଡିକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି , ତାହା ହେଉଛି - ସ୍ଥଳ ପରିସଂସ୍ଥା ଜଳ ପରିସଂସ୍ଥା ସ୍ଥଳ ପରିସଂସ୍ଥା : ପୃଥିବୀ ପୃଷ୍ଠର ସ୍ଥଳ ଭାଗରେ ଅବସ୍ଥିତ ପରିସଂସ୍ଥାକୁ ‘ ସ୍ଥଳ ପରିସଂସ୍ଥା ‘ କୁହାଯାଏ । ବିଭିନ୍ନ ପ୍ରକାର ସ୍ଥଳ ପରିସଂସ୍ଥା ଦେଖାଯାଏ । ଯଥା - ତୃଣଭୂମି ପରିସଂସ୍ଥା ଜଙ୍ଗଲ ପରିସଂସ୍ଥା ମରୁଭୁମି ପରିସଂସ୍ଥା କୃତ୍ରିମ ପରିସଂସ୍ଥା ତୃଣଭୂମି ପରିସଂସ୍ଥା : ସମଗ୍ର ପୃଥିବୀର ସ୍ଥଳ ଭାଗର ୨୦% ସ୍ଥାନ ତୃଣଭୂମି ଦ୍ଵାରା ଆଚ୍ଛାଦିତ । ଏହା ତୃଣଭକ୍ଷକମାନଙ୍କର ମୁଖ୍ୟ ଖାଦ୍ୟ ଉତ୍ପତ୍ତିସ୍ଥଳ ଅଟେ । ବାର୍ଷିକ ହାରାହାରି ୨୫ ରୁ ୭୫ ସେମି ବୃଷ୍ଟିପାତ ଅଞ୍ଚଳ ତୃଣଭୂମି ଗଠନ କରିଥାଏ । ମନୁଷ୍ୟମାନଙ୍କର କାର୍ଯ୍ୟକଳାପ ଦ୍ଵାରା ଏହି ତୃଣଭୂମିଗୁଡିକ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥାଏ । ଯାହା ଫଳରେ ତୃଣଭୂମିର ମୁଖ୍ୟ ଅଂଶ କୃଷିକ୍ଷେତ୍ରକୁ ପରିବର୍ତ୍ତିତ ହୋଇଥାଏ । ଯାହା ଫଳରେ ତୃଣଭୂମିର ମୁଖ୍ୟ ଅଂଶ କୃଷିକ୍ଷେତ୍ରକୁ ପରିବର୍ତ୍ତିତ ହୋଇଥାଏ । ପୃଥିବୀର ମୁଖ୍ୟ ତୃଣଭୂମିଗୁଡିକ ଷ୍ଟେପିସ , ପମ୍ଫାସ , ଭେଲ୍ଦ୍ , ସାଭନା ଇତ୍ୟାଦି । ତୃଣଭୂମି ପରିସଂସ୍ଥା ବିଭିନ୍ନ ଉପାଦାନ : ତୃଣଭୂମି ପରିସଂସ୍ଥା ରେ ଥିବା ଉପାଦାନ ଗୁଡିକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଯଥା – ନିର୍ଜୀବ ଉପାଦାନ ସଜୀବ ଉପାଦାନ ନିର୍ଜୀବ ଉପାଦାନ : ତୃଣଭୂମି ଦରନାର କରୁଥିବା ବିଭିନ୍ନ ନିର୍ଜୀବ ଉପାଦାନ ଗୁଡିକ ମୃର୍ତ୍ତିକା ଥାଏ । ସେଗୁଡିକ ହେଲା - ଅମ୍ଳଜାଣ , ଅଙ୍ଗାରକାମ୍ଳ , ଯବକ୍ଷାରଜାନ , ନାଇଟ୍ରେଟ , ସଲଫେଟ , ଫସଫରସ , କ୍ଳୋରାଇଡ , ଲୌହ, ଜିଙ୍କ, ତମ୍ବା ଇତ୍ୟାଦି । ଏହାଛଡା ଇଭିନ୍ନ ମୌଳିକ ଓ ଯୌଗିକ ଖାଦ୍ୟସାର ଜଳ, ବାୟୁ ବିଭିନ୍ନ ଗ୍ୟାସୀୟ ପଦାର୍ଥ ମଧ୍ୟ ତୃଣଭୂମିରେ ଦେଖାଯାଏ । ସଜୀବ ଉପଦାନ : ତୃଣଭୂମିରେ ଥିବା ସଜୀବ ଉପାଦାନଗୁଡିକ ହେଲେ ଉତ୍ପାଦକ , ଭକ୍ଷକ ଓ ଅପଘଟକ । ଉତ୍ପାଦନ : ତୃଣ , ଲତା , ଗୁଳ୍ମ ବୁଦା ଇତ୍ୟାଦି ଉଦ୍ଭିଦ ଉତ୍ପାଦକ ଶ୍ରେଣୀଭୁକ୍ତ । ଏମାନେ ଭଷ୍ଲେସଣ ପ୍ରକ୍ରିୟାରେ ସୌର ଶକ୍ତିକୁ ବିନିଯୋଗ କୃ ଖାଦ୍ୟ ପ୍ରସ୍ତୁତ କରନ୍ତି । ଭକ୍ଷକ : ଉତ୍ପାଦକମାନଙ୍କ ଦ୍ଵାରା ପ୍ରସ୍ତୁତ ଖାଦ୍ୟ ପଦାର୍ଥକୁ ବିଭିନ୍ନ ପ୍ରାଣୀମାନେ ଖାଦ୍ୟରୂପେ ଗ୍ରହଣ କରୁଥିବାରୁ ସେମାନଙ୍କୁ ଭକ୍ଷକ କୁହାଯାଏ । ଏକ ତୃଣଭୂମି ପରିସଂସ୍ଥାରେ ବିଭିନ୍ନ ପ୍ରକାରର କୀଟ , ପତଙ୍ଗ, ଝିଣ୍ଟିକା , ଲାର୍ଭା ଆଦି ତୃଣଭୋଜୀ ପ୍ରାଣୀମାନେ ଦେଖାଯାଆନ୍ତି , ଯେଉଁ ମାନେ କି ତୃଣକୁ ଖାଦ୍ୟ ରୂପେ ବ୍ୟବହାର କରିଥାଆନ୍ତି । ଏମାନଙ୍କୁ ପ୍ରାଥମିକ ଭକ୍ଷଣ କୁହାଯାଏ . । ବେଙ୍ଗ ଛୋଟ ଛୋଟ ପକ୍ଷୀ ଆଦି ଦ୍ଵିତୀୟ ଶ୍ରେଣୀର ଭକ୍ଷକ ଯେଉଁମାନେ ତୃଣଭୋଜୀ ପ୍ରାଣୀଙ୍କୁ ଖାଦ୍ୟ ରୂପେ ଗ୍ରହଣ କରନ୍ତି । ସାପ ହେଉଛି ଏକ ମାଂସାଶୀ ପ୍ରାଣୀ ଯିଏ କି ପରବର୍ତ୍ତୀ ପର୍ଯ୍ୟାୟରେ ବିଭିନ୍ନ ପ୍ରାଣୀମାନଙ୍କର ମାଂସକୁ ଖାଦ୍ୟ ରୂପେ ବ୍ୟବହାର କରେ । ଶୀର୍ଷ ମାଂସାଶୀ ପ୍ରାଣୀ ହିସାବରେ ଇଗଲ ତୃଣଭୂମି ପରିସଂସ୍ଥାରେ ଅବସ୍ଥାନ କରିଥାଏ । ଅପଘଟକ : ବ୍ୟାକ୍ଟେରିଆ , କବକ ଇତ୍ୟାଦି ଏହି ଶ୍ରେଣୀର ଅନ୍ତର୍ଭୁକ୍ତ । ତୃଣଭୂମି ପରିସଂସ୍ଥାରେ ଥିବା ସମସ୍ତ ଉଦ୍ଭିଦ ଓ ପ୍ରାଣୀମାନଙ୍କର ମୃତାବଶେଷକୁ ଏମାନେ ବିଘଟନ କରି ଉତ୍ପାଦକମାନଙ୍କ ଖାଦ୍ୟ ପ୍ରସ୍ତୁତ ପାଇଁ ରାସାୟନିକ ପଦାର୍ଥ ଯୋଗାନ୍ତି ଏବଂ ପରିସଂସ୍ଥାର ସ୍ୱାୟିତ୍ଵ ବଜାୟ ରହିଛି । ଜଳୀୟ ପରିସଂସ୍ଥା ଜଳଭାଗ ଜୈବିକ ଓ ଅଜୈବକ ଉପାଦାନ ଦ୍ଵାରା ଗଠିତ ପରିସଂସ୍ଥା ‘ ଜଳୀୟ ପରିସଂସ୍ଥା “ କୁହାଯାଏ । ଏହି ପରିସଂସ୍ଥା ଦୁଇ ପ୍ରକାରର , ଯଥା - ମଧୁରଜଳ ପରିସଂସ୍ଥା ଓ ଲବଣ ଜଳ ପରିସଂସ୍ଥା । ମଧୁରଜଳ ପରିସଂସ୍ଥା : ଯେଉଁ ଜଳରେ ଅତିକମ ପରିମାଣର ଲବଣ ଅଂଶ ଥାଏ , ତାହାକୁ ମଧୁର ଜଳ କୁହାଯାଏ । ମଧୁର ଜଳ ପରିସଂସ୍ଥା ଦୁଇ ପ୍ରକାରର । ଯଥା – ଧାବମାନ ଜଳ ପରିସଂସ୍ଥା ( ଉଦାହରଣ ସ୍ୱରୂପ : ନଦୀ ଓ ଝରଣା ଇତ୍ୟାଦି ) ସ୍ଥିର ଜଳ ପରିସଂସ୍ଥା ( ଉଦାହରଣ ସ୍ୱରୂପ : ହ୍ରଦ , ପୋଖରୀ ଇତ୍ୟାଦି ) ମଧୁରଜଳ ପରିସଂସ୍ଥାର ଏକ ଉଦାହରଣ – ପୁଷ୍କରିଣୀ ପରିସଂସ୍ଥା । ଲବଣ ଜଳ ପରିସଂସ୍ଥା : ଯେଉଁ ଜଳରେ ଲବଣ ଅଂଶ ଅଧିକ ପରିମାଣରେ ଥାଏ ତାହାକୁ ଲବଣ ଜଳ କୁହାଯାଏ । ଲୁଣୀ ହ୍ରଦ ଏବଂ ନଦୀ ମୁହାଁର ଜଳ ଏହାର ଅନ୍ତର୍ଭୁକ୍ତ । ଏହି ଜଳ ସମୁଦ୍ର ପାଣିଠାରୁ କମ କିନ୍ତୁ ମଧୁର ଜଳଠାରୁ ଅଧିକ ଲବଣାକ୍ତ । ଲବଣ ଜଳ ପରିସଂସ୍ଥା ତିନି ପ୍ରକାର ଯଥା : ସ୍ୱଳ୍ପ ଗଭୀର ଜଳ ପରିସଂସ୍ଥା - ସମୁଦ୍ର ତଟରେ ଦେଖାଯାଏ । ଗଭୀର ଜଳ ପରିସଂସ୍ଥା – ସମୁଦ୍ରର ଆଭ୍ୟନ୍ତରୀଣ ଅଂଶରେ ଦେଖାଯାଏ । ମୁହାଣଜଳ ପରିସଂସ୍ଥା – ଏହା ନଦୀ ଓ ସମୁଦ୍ରର ସଂଗମ ସ୍ଥଳରେ ଦେଖାଯାଏ । ପୁଷ୍କରିଣୀ ପରିସଂସ୍ଥା : ପୁଷ୍କରିଣୀ ମଧୁରଜଳ ପରିସଂସ୍ଥାର ଏକ ପ୍ରକୃଷ୍ଟ ଉଦାହରଣ । ଏହା ଗୋଟିଏ ସ୍ଵୟଙ୍ଗଚାଳିତ ଏବଂ ସ୍ଵୟଙ୍ଗ ସଂପୂର୍ଣ୍ଣ ପରିସଂସ୍ଥା ଅଟେ । ପୁଷ୍କରିଣୀ ପରିସଂସ୍ଥାର ଉପାଦାନ : ଏହି ପରିସଂସ୍ଥାରେ ଦୁଇଗୋଟି ଉପାଦାନ ରହିଛି , ତାହା ହେଲା ନିର୍ଜୀବ ଉପାଦାନ ଓ ସଜୀବ ଉପାଦାନ । ନିର୍ଜୀବ ଉପାଦାନ : ନିର୍ଜୀବ ଉପାଦାନଗୁଡିକ ହେଲା ଅମ୍ଳଜାନ, ଅଙ୍ଗାରକାମ୍ଳ , ଯବକ୍ଷାରଜାନ, ଫସଫରସ, ସଲଫର , କାଲସିୟମ , ମାଗ୍ନେସିୟମ , ହ୍ୟୁମିକ ଏସିଡ , ଆମିନୋଏସିଡ , ଆଲୋକ, ଉତ୍ତପା ଇତ୍ୟାଦି । ଆବଶ୍ୟକ ଅନୁଯାୟୀ ବାୟୁ ଏବଂ ଜଳକୁ ମଧ୍ୟ ପୁଷ୍କରିଣୀ ଭରଣା କରିଥାଏ । ଏହାଛଡା ବାଲିକଣା ଏବଂ କାଦୁଅ ପରି କିଛି କଣିକାମୟ ପଦାର୍ଥ ମଧ୍ୟ ଜଳରେ ରହିଥାଏ । ସଜୀବ ଉପାଦାନ : ପୁଷ୍କରିଣୀରେ ଥିବାଗୁଡିକ ହେଲା ଉତ୍ପାଦକ , ଭକ୍ଷକ ଓ ଅପଘଟକ । ଉତ୍ପାଦକ : ସମସ୍ତ ପ୍ରକାର ଜଳଦ ଉଦ୍ଭିଦ ପୁଷ୍କରିଣୀରେ ଉତ୍ପାଦକ ରୂପେ କାର୍ଯ୍ୟ କରନ୍ତି । ଭାଶ୍ଲେଷଣ ପ୍ରକ୍ରିୟାରେ ସୌରଶକ୍ତିକୁ ବିନିଯୋଗ କରି ଉଦ୍ଭିଦମାନେ ଖାଦ୍ୟ ପ୍ରସ୍ତୁତ କରିଥାଆନ୍ତି । ଭକ୍ଷକ : ପୁଷ୍କରିଣୀରେ ଥିବା ଅପଘଟକମାନକ ମଧ୍ୟରେ କବକ ଓ ବ୍ୟାକଟେରିଆ ହେଉଛନ୍ତି ଅନ୍ୟତମ । ଏମାନେ ପ୍ରାଣୀ ଓ ଉଦ୍ଭିଦମାନଙ୍କ ମୃତଦେହକୁ ବିଘଟିତ କରି ଜୈବିକ ଓ ଅଜୈବିକ ପଦାର୍ଥର ରୂପାନ୍ତରିତ କରନ୍ତି । ଏହି ପଦାର୍ଥ ମୃର୍ତ୍ତିକାରେ ମିଶି ପୁଣି ଜଳଦ ଉଦ୍ଭିଦ ଦେହରେ ପ୍ରବେଶ କରେ । ଏହିପରି ଭାବରେ ପୁଷ୍କରିଣୀ ପରିସଂସ୍ଥାରେ ଶକ୍ତିପ୍ରବାହ ଚାଲୁ ରହିଛି । ସେଥିପାଇଁ ଏହି ପରିସଂସ୍ଥା ସବୁବେଳେ ଗତିଶୀଳ ଏବଂ ଏଥିରେ ଥିବା ଉପାଦାନଗୁଡିକ ପରସ୍ପର ମଧ୍ୟରେ ସନ୍ତୁଳନ ରକ୍ଷା କରି କାର୍ଯ୍ୟ କରନ୍ତି । ମନୁଷ୍ୟକୃତ ପରିସଂସ୍ଥା : ବିବର୍ତ୍ତନ ପ୍ରକ୍ରିୟାରେ ମନୁଷ୍ୟ ହେଉଛି ପୃଥିବୀର ସର୍ବପ୍ରଧାନ ସୃଷ୍ଟି । ତାର ଉତ୍କୃଷ୍ଟ ବୋଧଶକ୍ତି ବା ଜ୍ଞାନ ପାଇଁ ସେ ଜୀବମଣ୍ଡଳରେ ଏକ ପ୍ରତ୍ତିପତ୍ତିଶାଳି ଜାଲି ହିସାବରେ ପରିଗଣିତ । ପରିବେଶକୁ ଦକ୍ଷତାର ସହ ଚଳାଇବାର କ୍ଷମତା ଅନ୍ୟଜୀବମାନଙ୍କ ଅପେକ୍ଷା ମନୁଷ୍ୟର ଅଧିକ ଅଛି । ତେଣୁ ମନୁଷ୍ୟ ନିଜର ସୁବିଧା ପାଇଁ କେତେଗୁଡିଏ ନିଜେ ତିଆରି କରିଥାଏ । ସେହି ପରିସଂସ୍ଥାଗୁଡିକୁ “ କୃତିମ ପରିସଂସ୍ଥା “ କୁହାଯାଏ । ସେଗୁଡିକ ହେଲା - ଗ୍ରାମ , ସହର ଏବଂ ନଗର , ଫଳ ବଗିଚା, ବଟିକା , ପ୍ରମୋଦ ଉଦ୍ୟାନ , ବନ୍ଧ ଏବଂ ଜଳ , ଭଣ୍ଡାର , ହ୍ରଦ, ନାଳ ମତ୍ସ୍ୟ ଟାଙ୍କି , ଜଳାଶୟ , କୃଷିକ୍ଷେତ୍ର ଇତ୍ୟାଦି । ଏଗ୍ରୋଇକୋସିଷ୍ଟମ : କୃଷି ସମ୍ବନ୍ଧୀୟ ପରିସଂସ୍ଥାକୁ “ ଏଗ୍ରୋଇକୋସିଷ୍ଟମ “ କୁହାଯାଏ । ଏହା ଏକ ଉଚ୍ଚ ତାତ୍ପର୍ଯ୍ୟପୂର୍ଣ୍ଣ ମନୁଷ୍ୟକୃତ ପରିସଂସ୍ଥା । ସାଧାରଣ ଜନତା ଖାଦ୍ୟ ପାଇଁ ମୁଖ୍ୟତଃ କୃଷି ଉପରେ ନିର୍ଭର କରିଥାନ୍ତି । ଜନସଂଖ୍ୟା ବଢିବା ସଙ୍ଗେ ସଙ୍ଗେ ଖାଦ୍ୟର ଚାହିଦା ବଢୁଥିବାରୁ , ପ୍ରାକୃତିକ ପରିସଂସ୍ଥା ଯଥା ଜଙ୍ଗଲ ଇତ୍ୟାଦିକୁ ସଫା କରି କୃଷିକ୍ଷେତ୍ର ରେ ପରିଣତ କରାଯାଉଛି । ଖାଦ୍ୟ ଛଡା ମଧ୍ୟ ମଣିଷ ନିଜର ପୋଷାକ ପରିଚ୍ଛଦ , ବାସସ୍ଥାନ କରିଥାଏ । ତେଣୁ ପରିବେଶ ସହିତ କୃଷିଜାତ ଦ୍ରବ୍ୟର ଏହି ସମ୍ବନ୍ଧକୁ ଏଗ୍ରୋ-ଇଲୋଲୋଜି କୁହାଯାଏ । କେତେକ ଫସଲ ପାଇଁ ଜଳବାୟୁ ଏବଂ କୃଷକମାନଙ୍କ ପସନ୍ଦ ଉପରେ ନିର୍ଭର କରିବାକୁ ପଡିଥାଏ । ମୃର୍ତ୍ତିକାର ଉର୍ବରତା ବଢାଇବା କୃତ୍ରିମ ଉପାୟରେ ଜଳସେଚନ ଏବଂ ବିଭିନ୍ନ ପ୍ରକାର ସାର କୃଷିକ୍ଷେତ୍ରରେ ପ୍ରୟୋଗ କରାଯାଉଛି । ଯାହାଫଳରେ ଉନ୍ନତ ମାନର ଚାଷ କାର୍ଯ୍ୟ ସମ୍ଭବ ହୋଇପାରୁଛି । ଏଗ୍ରୋଇକୋସିଷ୍ଟମ କାର୍ଯ୍ୟ ଦକ୍ଷତା ଉତ୍କୃଷ୍ଟ ଧରଣ । କିନ୍ତୁ ଏହା ସ୍ଥାୟୀ ନୁହେଁ । ବନ୍ୟା, ବାତ୍ୟା , ମରୁଡି କିମ୍ବା କୌଣସି ପ୍ରକାର ରୋଗ ସଂକ୍ରମଣ ହେବା ଫଳରେ ଏହି ପରିସଂସ୍ଥାର ସମସ୍ତ ଫସଲ ନଷ୍ଟ ହୋଇଯାଇଥାଏ । କିନ୍ତୁ ପ୍ରାକୃତିକ ପରିସଂସ୍ଥାର ବିପର୍ଯ୍ୟୟ ସହିତ ଖାପଖୁଆଇ ଚାଲିବାର କିଛିଟା ସାମର୍ଥ୍ୟ ଅଛି । ଏହା ମନୁଷ୍ୟକୃତ ପରିସଂସ୍ଥାର ଏକ ସୀମାବଦ୍ଧକରଣ । ଜୀବଗୋଷ୍ଠୀ ପରିବେଶିକା କୌଣସି ଏକ ନିର୍ଦ୍ଧିଷ୍ଟ ସ୍ଥାନ ବା ପରିସ୍ଥାନରେ ବାସ କରୁଥିବା ଅନେକ ପ୍ରଜାତିର ଜୀବମାନଙ୍କ ସମଷ୍ଟିଗତ ଅବସ୍ଥାନକୁ “ ଜୀବ ଗୋଷ୍ଠୀ “ କୁହାଯାଏ । ଅନେକ ପ୍ରକାର ର ପ୍ରାଣୀ , ଉଦ୍ଭିଦ ଓ ଅଣୁଜୀବମାନଙ୍କ ନେଇ ଏହି ଜୀବଗୋଷ୍ଠୀ ଗଠିତ ହୁଏ । ଏହି ଜୀବମାନଙ୍କ ମଧ୍ୟରେ ଅପୂର୍ବ ସମନ୍ଵୟ ଦେଖାଦେଇଥାଏ । ଜଙ୍ଗଲ , ତୃଣଭୂମି , ପୁଷ୍କରିଣୀ ଆଦିରେ ଥିବା ଜୀବଗୋଷ୍ଠୀ ମଧ୍ୟରେ ପାର୍ଥକ୍ୟ ଦେଖାଦେଇଥାଏ । ଗୋଷ୍ଠୀର ପ୍ରକାର ଭେଦ : ଆକାର ଅନୁସାରେ ଗୋଷ୍ଠୀକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଯଥା – ମୁଖ୍ୟ ଗୋଷ୍ଠୀ ଗୌଣ ଗୋଷ୍ଠୀ । ମୁଖ୍ୟଗୋଷ୍ଠୀ :ମୁଖ୍ୟ ଜୀବଗୋଷ୍ଠୀ ଗୁଡିକ ସ୍ଵୟଂ ସଂପୂର୍ଣ୍ଣ ଏବଂ ଆତ୍ମନିର୍ଭରଶୀଳ ଅଟନ୍ତି । ମୁଖ୍ୟ ଗୋଷ୍ଠୀ ମଧ୍ୟରେ ଅନେକ ଗୁଡିଏ ଗୌଣ ଗୋଷ୍ଠୀ ଥାଆନ୍ତି । ଗୌଣ ଗୌଷ୍ଠୀ : ଗୌଣ ଗୋଷ୍ଠୀର ଆକାର ଛୋଟ । ଏହା ମୁଖ୍ୟ ଗୋଷ୍ଠୀର ଅଂଶ ବିଶେଷ । ଗୋଷ୍ଠୀର ବୈଶିଷ୍ଟ୍ୟ : ଅନେକ ଜାତିର ପ୍ରାଣୀ ଓ ଉଦ୍ଭିଦ ମିଶି ଏକ ସମ୍ପ୍ରଦାୟ ଗଠନ କରନ୍ତି ଓ ଏକତ୍ର ବାସ କରନ୍ତି । ଏମାନେ ପରସ୍ପର ନିର୍ଭରଶୀଳ ଏବଂ କ୍ରିୟାଶୀଳ । ଗୋଷ୍ଠୀର କେତେକ ପ୍ରଜାତି ପ୍ରଭାବଶୀଳ ଭାବରେ ଅଂଶ ଗ୍ରହଣ କରନ୍ତି । ଏମାନଙ୍କୁ ଗୋଷ୍ଠୀ ପ୍ରଧାନ କୁହାଯାଏ । ପ୍ରଜାତିମାନଙ୍କ ସଂଖ୍ୟା , ସେମାନଙ୍କ ଓଜନ ଓ ଉତ୍ପାଦନ ଶକ୍ତିର ଅନୁପାତକୁ ପ୍ରଜାତି ଭିନ୍ନତା ସୂଚୀ କୁହାଯାଏ । ଗୋଷ୍ଠୀର ଗଠନ : ଗୋଷ୍ଠୀର ଗଠନକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ସ୍ଥାନୀୟ ବିନ୍ୟାସ ଖାଦ୍ୟ ଶୃଙ୍ଖଳ ଅନୁସାରେ ଗୋଷ୍ଠୀ ଗଠନ । ସ୍ଥାନୀୟ ବିନ୍ୟାସ : ସ୍ଥାନୀୟ ବିନ୍ୟାସ ଅନୁସାରେ ଜୀବର ସ୍ଥାନୀୟ ଆବଣ୍ଟନ ଲମ୍ବ ବା ତଳକୁ ଉପର ସ୍ତରରେ କିମ୍ବା ସମତଳ ସ୍ତରରେ ହୋଇଥାଏ । ଲମ୍ବ ଭାବରେ / ତଳୁ ଉପର ଆଡକୁ ଆବଣ୍ଟନ : ଗୋଟିଏ ଜଙ୍ଗଲ ଗୋଷ୍ଠୀରେ ପର୍ବତର ପାଦଦେଶକୁ ଊର୍ଦ୍ଦ୍ଵ ଦେଶ ପର୍ଯ୍ୟନ୍ତ ନିମ୍ନ ପ୍ରକାରେ ବିଭାଜିତ କରାଯାଏ । ଜଙ୍ଗଲର ପାଦଦେଶ । ତୃଣବହୁଳ ଅଞ୍ଚଳ । ବୁଦାବହୁଳ ଅଞ୍ଚଳ । ବୃକ୍ଷବହୁଳ ଅଞ୍ଚଳ । ଏହି ଅଞ୍ଚଳମାନଙ୍କର ଆର୍ଦ୍ରତା ଏବଂ ପଢୁଥିବା ସୌରରଶ୍ମୀର ପରିମାଣ ସମାନ ନୁହେଁ । ଉଦ୍ଭିଦମନଙ୍କ ପରିପ୍ରାଣୀମାନଙ୍କର ମଧ୍ୟ ଜଙ୍ଗଲର ପାଦଦେଶକୁ ଶୀର୍ଷ ଦେଶ ପର୍ଯ୍ୟନ୍ତ ଆବଣ୍ଟନ ହୋଇଥାଏ । ସମାନ୍ତରାଳ : ଭୂମିର ସମତଳ ଭାଗରେ ଜୀବମାନଙ୍କର ଅବସ୍ଥାନକୁ ସମତଳ ଆବଣ୍ଟନ କୁହାଯାଏ । ଏହି ଆବଣ୍ଟନ ତିନି ପ୍ରକାରର । ଯଥା ବିକ୍ଷିପ୍ତ ଆବଣ୍ଟନ ଗୁଳ୍ମ ଆବଣ୍ଟନ ଓ ସମାନ ଆବଣ୍ଟନ । ଖାଦ୍ୟ ଶୃଙ୍ଖଳ ଆନୁସାରେ ଗୋଷ୍ଠୀର ଗଠନ : ଜୀବଗୋଷ୍ଠୀକୁ ମଧ୍ୟ ଖାଦକ ସମ୍ପର୍କ ଅନୁସାରେ ତିନି ଶ୍ରେଣୀରେ ବିଭକ୍ତ କରାଯାଇଛି । ଯଥା - ଉତ୍ପାଦକ , ଭକ୍ଷକ ଓ ଅପଘଟକ । ଉତ୍ପାଦକ :ସବୁଜ ଉଦ୍ଭିଦମାନେ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ଦ୍ଵାରା ଅଜୈବ ଖାଦ୍ୟ ପ୍ରସ୍ତୃତ କରନ୍ତି । ଗୋଷ୍ଠୀର ଅନ୍ୟ ପ୍ରାଣୀମାନଙ୍କ ପାଇଁ ଏମାନେ ଶକ୍ତିର ମୁଖ୍ୟ ଉତ୍ସ ଅଟନ୍ତି । ଭକ୍ଷକ: ଭକ୍ଷକମାନେ ବିଷମଭୋଜି ଅଟନ୍ତି । ଏମାନେ ନିଜ ପାଇଁ ଖାଦ୍ୟ ପ୍ରସ୍ତୁତ କରିପାରନ୍ତି ନାହିଁ କିମ୍ବା ପରୋକ୍ଷଭାବରେ ଖାଦ୍ୟ ପାଇଁ ଉତ୍ପାଦକ ଉପରେ ନିର୍ଭର କରନ୍ତି । ଏହି ଭକ୍ଷକମାନେ ଦୁଇ ପ୍ରକାର – ତୃଣଭୋଜି ଓ ମାଂସଭୋଜି । ତୃଣଭୋଜି ପ୍ରାଣୀମାନଙ୍କୁ ପ୍ରାଥମିକ ଭକ୍ଷକ କୁହାଯାଏ । ମାଂସଭୋଜି ପ୍ରାଣୀ ତୃଣଭୋଜି ପ୍ରାଣୀମାନଙ୍କ ମାଂସକୁ ଖାଦ୍ୟରୂପେ ଗ୍ରହଣ କରନ୍ତି । ଏମାନଙ୍କୁ ଦ୍ଵିତୀୟକ ଭକ୍ଷକ କୁହାଯାଏ । ଅପଘଟକ :ବ୍ୟାକ୍ଟେରିଆ , କବକ ଆଦି ଅଣୁଜୀବମାନଙ୍କୁ ଅପଘଟକ କୁହାଯାଏ । ଏମାନେ ଉଦ୍ଭିଦ ପ ପ୍ରାଣୀମାନଙ୍କ ମୃତ ଦେହକୁ ବିଘଟନ କରି ଜୈବିକ ପଦାର୍ଥକୁ ଅଜୈବିକ ପଦାର୍ଥରେ ପରିଣତ କରନ୍ତି । ଏଣୁ ଅଜୈବ ପଦାର୍ଥ ମାଟିରେ ମିଶି ଉଦ୍ଭିଦମାନଙ୍କ ଦ୍ଵାରା ସଂଗୃହିତ ହୁଏ । ଉଦ୍ଭିଦ ଗୋଷ୍ଠୀ ପାଇଁ ଖାଦ୍ୟ ଉତ୍ପାଦନ କରେ । ଗୋଷ୍ଠୀ ସୀମା ଓ ତାର ପ୍ରଭାବ : ଦୁଇଟି ପାଖାପାଖି ଥିବା ଗୋଷ୍ଠୀ ଅନ୍ତବର୍ତ୍ତୀ ସୀମାକୁ “ ଗୋଷ୍ଠୀ ସୀମା “ କୁହାଯାଏ । ଉଦାହରଣ – ଜଙ୍ଗଲ ଏବଂ ତୃଣଭୂମି ପରସ୍ପରକୁ ସ୍ପର୍ଶ କରୁଥିବା ଅଞ୍ଚଳ, ନଦୀକୁ ପାର୍ଶ୍ଵବର୍ତ୍ତୀ ଭୂ – ଅଞ୍ଚଳଠାରୁ ପୃଥକ କରୁଥିବା ନଦୀକୂଳ ନଦୀ ଓ ସମୁଦ୍ର ପୃଥକ କରୁଥିବା ନଦୀ ମୁହାଁ ଇତ୍ୟାଦି ଗୋଟିଏ ଗୋଟିଏ ଗୋଷ୍ଠୀ ସୀମା । ଏହି ଅଞ୍ଚଳରେ ଭଲ ଆଶ୍ରୟ ସ୍ଥଳ ଏବଂ ପ୍ରଚୁର ଖାଦ୍ୟ ମିଳେ । ଏଠାରେ ଉଭୟ ଗୋଷ୍ଠୀର ଜୀବ ବାସ କରନ୍ତି । ଏଠାରେ କେତେକ ପ୍ରଜାତିର ଜୀବ ସ୍ଥାୟୀ ଭାବରେ ବାସ କରନ୍ତି ଏବଂ ସେମାନଙ୍କୁ ସୀମା ପ୍ରଜାତି ବୋଲି କୁହାଯାଏ । ପରିବେଶୀ କ୍ରମ ବିସ୍ତାର ବିଭିନ୍ନ ଜୀବସଂଖ୍ୟାର ସମନ୍ଵୟରେ ଜୀବଗୋଷ୍ଠୀର ଉଦ୍ଭିଦ ହୋଇଥାଏ । ଜୀବଗୋଷ୍ଠୀ ମଧ୍ୟରେ ଅବସ୍ଥିତ ବିଭିନ୍ନ ଜାତିର ପ୍ରାଣୀ ଓ ଉଦ୍ଭିଦ ପରସ୍ପର ମଧ୍ୟରେ ଘନିଷ୍ଟ ସମ୍ପର୍କ ସ୍ଥାପନ କରି ଏବଂ ପରିବେଶର ବିଭିନ୍ନ ଅଜୈବ ଉପାଦାନଗୁଡିକୁ ବିନିଯୋଗ କରି ଅବସ୍ଥାନ କରିଥାଆନ୍ତି । ବିଭିନ୍ନ ଗୋଷ୍ଠୀର ଆବିର୍ଭାବ , ବୃଦ୍ଧି ଏବଂ ଧ୍ଵଂସ ପରିବେଶ ଦ୍ଵାରା ନିୟନ୍ତ୍ରଣ ହୋଇଥାଏ । ତେଣୁ ପରିବେଶ ହିଁ ଗୋଷ୍ଠୀ ପରିବର୍ତ୍ତନରେ ମୁଖ୍ୟତଃ ଦାୟୀ ହୋଇଥାଏ । କୌଣସି ପରିବେଶରେ ଚରମ ଅବସ୍ଥା ପ୍ରାପ୍ତି ନିମନ୍ତେ ବହୁ ସମୟ ଲାଗିଥାଏ ଏବଂ ସେଥିପାଇଁ ଜୀବଗୋଷ୍ଠୀକୁ ବହୁ ଅସ୍ଥିର ଅବସ୍ଥା ଦେଇ ଯିବାକୁ ପଡିଥାଏ । ଜୀବ ଗୋଷ୍ଠୀକୁ ଅସ୍ଥିରଗୋଷ୍ଠୀ କୁହାଯାଇଥାଏ । ଚରମ ଅବସ୍ଥା ପ୍ରାପ୍ତି ପରେ ଆପେକ୍ଷିକ ଭାବରେ ସ୍ଥିରତା ଦେଖା ଦେଇଥାଏ । ତେଣୁ ଜୀବ ବା ପରିବେଶୀ କ୍ରମବିସ୍ତାର ହେଉଛି “ ଯେଉଁ ନିର୍ଦ୍ଧିଷ୍ଟ କ୍ରମରେ ବିଭିନ୍ନ ପ୍ରକାରର ଅସ୍ଥିର ଜୀବଗୋଷ୍ଠୀ ପରିବେଶକୁ ଉପଯୋଗକରି ପରିବେଶରେ ସ୍ଥିର ଚରମ ଜୀବଗୋଷ୍ଠୀ ଅବସ୍ଥା ପ୍ରାପ୍ତି ହୋଇଥାଆନ୍ତା । କ୍ରମବିସ୍ତାର ପ୍ରକ୍ରିୟା : ଏହି କ୍ରମବିସ୍ତାର ପ୍ରକ୍ରିୟା ନଗ୍ନାଞ୍ଚଳ ରେ ସର୍ବପ୍ରଥମେ ଅଗ୍ରଗତି ଜୀବମାନଙ୍କ ଦ୍ଵାରା ଆରମ୍ଭ ହୋଇଥାଏ । ଏଥିରେ କ୍ରମାଗତ ପରିବର୍ତ୍ତନ ହୋଇ ଜୀବମାନଙ୍କର ସ୍ଥାନାନ୍ତରଣ ଘଟିଥାଏ । ଏହି ସ୍ଥାନାନ୍ତରଣ ନୂତନ ପରିବେଶର ସଂସ୍ଥାପନ ରେ ସହାୟକ ହୋଇଥାଏ । ଏହା ଦ୍ଵାରା ବିଭିନ୍ନ ଜାତିର ପ୍ରାଣୀ ଓ ଉଦ୍ଭିଦମାନଙ୍କର ଏକତ୍ରୀକରଣ ହୁଏ ଏବଂ ପରେ ଜାତି ଜାତି ମଧ୍ୟରେ ପ୍ରତିଦ୍ଵନ୍ଦିତା ର କାରଣ ହୋଇଥାଏ । ଏହି ପ୍ରତିଦ୍ଵନ୍ଦିତା ଦ୍ଵାରା ଜୀବମାନଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥାଏ । କାଳକ୍ରମେ ପରିବେଶ ସହ ବିଭିନ୍ନ ଜୀବଗୋଷ୍ଠୀର ସ୍ଥାୟୀକାରଣ ହୋଇଥାଏ । ସୁତରାଂ କ୍ରମବିସ୍ତାର କାର୍ଯ୍ୟ ଅଗ୍ରଦୂତମାନଙ୍କ ଦ୍ଵାରା ଆରମ୍ଭ ହୋଇ ଚରମ ଅବସ୍ଥାରେ ସମାପ୍ତ ହୋଇଥାଏ ଏବଂ କ୍ରମାନ୍ଵୟରେ ଅସ୍ଥିର ଅବସ୍ଥାକୁ ଏହା ସ୍ଥିର ଅବସ୍ଥା ପ୍ରାପ୍ତ ହୋଇଥାଏ । କ୍ରମବିସ୍ତାର କାରଣ : କ୍ରମ ବିସ୍ତାର ହେଉଛି ଏକ ପ୍ରକ୍ରିୟା । ଏହି ପ୍ରକ୍ରିୟା ପାଇଁ ବିଭିନ୍ନ କାରକ ସାମଗ୍ରିକ ଭାବରେ କାର୍ଯ୍ୟ କରିଥାନ୍ତି । ପରିବେଶୀ କ୍ରମ ବିସ୍ତାରର ତିନୋଟି ମୁଖ୍ୟ କାରଣ ହେଲା - ପ୍ରାଥମିକ କାରଣ ଅବିଚ୍ଛିନ୍ନ କାରଣ । ସ୍ଥାୟୀ କାରଣ ପ୍ରାଥମିକ କାରଣ : ବୃଷ୍ଟିପାତ , ବାୟୁଚଳଣ , ତାପମାତ୍ରା ଆଦି ପ୍ରାଥମିକ କାରଣଗୁଡିକ କୌଣସି ଅଞ୍ଚଳର ମୃର୍ତ୍ତିକାକ୍ଷୟ , ମୃର୍ତ୍ତିକା ଜମା ହେବା , ଝଡ ତୋଫାନ ଆଦି ଦ୍ଵାରା ଜୀବର କ୍ରମବିସ୍ତାରରେ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଆନ୍ତି । ଏହି କାରଣ ଦ୍ଵାରା ନଗ୍ନ ଅଞ୍ଚଳ ସୃଷ୍ଟି ହୋଇଥାଏ । ଆବିଚ୍ଛିନ୍ନ କାରଣ : ଏହି କାରଣଗୁଡିକ ମଧ୍ୟରେ ଜୀବମାନଙ୍କ ସ୍ଥାନାନ୍ତରଣ ସଂସ୍ଥାପନ , ଏକତ୍ରୀକରଣ , ପ୍ରତିଦ୍ଵନ୍ଦିତା , ପ୍ରତିକ୍ରିୟା ଇତ୍ୟାଦି ଅନ୍ତର୍ଭୁକ୍ତ । ସ୍ଥାୟୀ କାରଣ : ଏଥିରେ ପରିବେଶ ସହ ଜୀବଗୋଷ୍ଠୀର ସ୍ଥାୟୀକରଣ ହୋଇଥାଏ । କ୍ରମବିସ୍ତାର ପ୍ରକାର : କ୍ରମ ବିସ୍ତାର ଚାରି ପ୍ରକାରର । ଯଥା - ପ୍ରାଥମିକ କ୍ରମବିସ୍ତାର ମାଧ୍ୟମିକ କ୍ରମବିସ୍ତାର ସ୍ଵଭୋଜୀ କ୍ରମବିସ୍ତାର ପରଭୋଜୀ କ୍ରମବିସ୍ତାର ପ୍ରାଥମିକ କ୍ରମବିସ୍ତାର : ପ୍ରାଥମିକ କ୍ରମ ବିସ୍ତାର ନଗ୍ନାଞ୍ଚଳରେ ଘଟିଥାଏ । ଏହି ଅଞ୍ଚଳରେ ସର୍ବ ପ୍ରଥମେ ଦେଖାଯାଉଥିବା ଜୀବମାନଙ୍କୁ ଅଗ୍ରଦୂତ ବୋଲି କୁହାଯାଇଥାଏ । ଉଦ୍ଭିଦମାନଙ୍କ ଦ୍ଵାରା ଏହି ଜୀବବିହୀନ ନଗ୍ନାଞ୍ଚଳରେ ପ୍ରଥମ ବସତି ସ୍ଥାପନ ହୋଇଥାଏ । ଉଦ୍ଭିଦର ଉତ୍ପାଦନକ୍ଷମ ଅଂଶ ଯଥା ମଞ୍ଜି , ରେଣୁ ଆଦି ବିଭିନ୍ନ କାରକମାନଙ୍କ ଦ୍ଵାରା ନଗ୍ନାଞ୍ଚଳକୁ ସ୍ଥାନାନ୍ତରିତ ହୋଇ ପରିବେଶର ଉପଯୋଜନ ଦ୍ଵାରା ଜୀବନ ନିର୍ବାହ କରନ୍ତି । ଚରମାବସ୍ଥା ପ୍ରାପ୍ତି ହେବା ଭିତରେ ବହୁ ଜାତି ନଷ୍ଟ ହୋଇଯାଇଥାନ୍ତା । ଅଥବା ଅନ୍ୟତ୍ର ଚାଲିଯାଇଥାନ୍ତି । ମାଧ୍ୟମିକ କ୍ରମ ବିସ୍ତାର : ଏହି ପ୍ରକାରର କ୍ରମ ବିସ୍ତାରରେ ବନ୍ୟା, ବାତ୍ୟା , ଅଗ୍ନି ଆଦି କେତେକ ପ୍ରାକୃତିକ କାରଣ ଦ୍ଵାରା କୌଣସି ଅଞ୍ଚଳର ସମସ୍ତ ଜୀବସମୂହ ଧ୍ଵଂସ ହୋଇଯାଇଥାନ୍ତି । ଏହା ଛଡା ବିଭିନ୍ନ ଜୈବିକ କାରଣ ଯଥା – ସଂକ୍ରମିତ ରୋଗ ଦ୍ଵାରା ମଧ୍ୟ ଏହି ଅବସ୍ଥା ହୋଇଥାଏ । ତେଣୁ ଏହି ଅଞ୍ଚଳ ବିଭିନ୍ନ ପୋଷାକ ଦ୍ଵାରା ସମୃଦ୍ଧ ହୋଇଥାଏ ଏବଂ ଏଠାରେ ପୁନର୍ବାର ନୂତନ ଜୀବଗୋଷ୍ଠୀ ଆବିର୍ଭାବ ହୋଇ କ୍ରମ ବିସ୍ତାର କରିଥାଆନ୍ତି । ସୁତରାଂ ମାଧ୍ୟମିକ କ୍ରମବିସ୍ତାର ନଗ୍ନଅଞ୍ଚଳ ନ ହୋଇ ଉର୍ବର ଅଞ୍ଚଳରେ ହୋଇଥାଏ । ସ୍ଵଭୋଜୀ କ୍ରମ ବିସ୍ତାର : ଏହି ପ୍ରକାରର କ୍ରମ ବିସ୍ତାର ସ୍ଵଭୋଜୀ ଯଥା ସବୁଜ ଉଦ୍ଭିଦମାନଙ୍କ ଦ୍ଵାରା ହୋଇଥାଏ । ଏହା ପ୍ରଥମେ ଅଜୈବ ପରିବେଶରେ ଆରମ୍ଭ ହୋଇଥାଏ ଏବଂ କ୍ରମେ ଶକ୍ତି ପ୍ରବାହ ଦ୍ଵାରା ଜୈବ ପଦାର୍ଥ ର ଉନ୍ନତି ସମ୍ଭବ ହୋଇଥାଏ । ପରଭୋଜୀ କ୍ରମ ବିସ୍ତାର : ଏହି ପ୍ରକାରର କ୍ରମବିସ୍ତାର ପରଭୋଜୀ ପ୍ରାଣୀମାନଙ୍କ ଦ୍ଵାରା ଉପାଦାନ ପରିପୃଷ୍ଟ ଅଞ୍ଚଳରେ ହୋଇଥାଏ । ବିଭିନ୍ନ ପ୍ରକାରର କବକ , ବୀଜାଣୁ , ଇଷ୍ଟ ଆଦି ପ୍ରଥମେ ଏହି ଅଞ୍ଚଳରେ ଦେଖାଯାଆନ୍ତି । ପରିତ୍ୟକ୍ତ ପୁଷ୍କରିଣୀ , ସନ୍ତସନ୍ତିଆ , ଅଳିଆ – ଆବର୍ଜନା ଅଞ୍ଚଳ ଇତ୍ୟାଦିରେ ପରଭୋଜୀ କ୍ରମ ବିସ୍ତାର ଦେଖାଦେଇଥାଏ । ଜୀବମାନଙ୍କ ପରିସଂସ୍ଥା ଅନୁଯାୟୀ କ୍ରମବିସ୍ତାର ବିଭିନ୍ନ ନାମକରଣ ହୋଇଥାଏ । ଯଥା - ଆର୍ଦ୍ର ଉଦ୍ଭିଦ କ୍ରମକ , ମରୁଉଦ୍ଭିଦ କ୍ରମକ , ପ୍ରସ୍ତର କ୍ରମକ , ବାଲୁକା କ୍ରମକ , କ୍ଷୁଦ୍ର କ୍ରମକ ଇତ୍ୟାଦି । ନିମ୍ନରେ ଜଳୋଦ୍ଭବ କ୍ରମକ ଏବଂ ମରୁଉଦ୍ଭିଦ କ୍ରମକ ବିଷୟରେ ବର୍ଣ୍ଣନା କରାଯାଇଛି । ଉଦ୍ଭିଦ ଯୁବକ ଅବସ୍ଥା : ଜଳୋଦ୍ଭବ କ୍ରମକ ର ଏହା ହେଉଛି ଅଗ୍ରଦୂତ ଅବସ୍ଥା । ଏହି ଅବସ୍ଥାରେ ଉଦ୍ଭିଦର ଜନନ ଅଂଶ ଯଥା ରେଣୁ ,ମଞ୍ଜି ଆଦି ପବନ ଏବଂ ପ୍ରାଣୀମାନଙ୍କ ଦ୍ଵାରା ଆସି ପାଣିରେ ମିଶନ୍ତି । ଏଥିରୁ ପ୍ରଥମେ ଛୋଟ ଛୋଟ ସ୍ଵଭୋଜୀ ଜୀବ ଉତ୍ପନ୍ନ ହୁଅନ୍ତି ଯେଉଁମାନଙ୍କୁ ଉଦ୍ଭିଦ ପ୍ଳବକ କୁହାଯାଏ । ସବୁଜ ଶୈବାଳ , ଡାୟାଟମ , ନୀଳ ସବୁଜ ଶୈବାଳ ଆଦିଙ୍କୁ ଉଦ୍ଭିଦ ପ୍ଳବକ କୁହାଯାଏ । ଏମାନେ ବହୁତ ଶୀଘ୍ର ବଂଶବିସ୍ତାର କରନ୍ତି । ପ୍ରାଣୀପ୍ଳବକ ମାନେ ଉଦ୍ଭିଦ ପ୍ଲବକମାନଙ୍କୁ ଖାଇଯିବା ଦ୍ଵାରା ଏକ ସମତା ସୃଷ୍ଟି ହୁଏ । ଏହି ପ୍ଳବକମାନଙ୍କର ମୃତ୍ୟୁପରେ ଏମାନେ କ୍ଷୟ ହୋଇ ଜୈବ ଉପାଦାନରେ ବୃଦ୍ଧି ଘଟାଇଥାନ୍ତି । ଏମାନେ ପାଣିତଳେ ମାଟି କାଦୁଅରେ ମିଶି ରହି ପରବର୍ତ୍ତୀ ଅବସ୍ଥା ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିଥାଆନ୍ତି । ନିମଜ୍ଜିତ ଅବସ୍ଥା : ପାଣିର ନିମ୍ନତମ ଅଂଶରେ ଜୈବ ଉପାଦାନରେ ଭରପୁର ଥିବା ନରମମାଟି, କାଦୁଅ ନିମଜ୍ଜିତ ଉଦ୍ଭିଦମାନଙ୍କୁ ବଢିବାର ସାହାଯ୍ୟ କରିଥାଏ । ଏହି ନିମଜ୍ଜିତ ଉଦ୍ଭିଦଗୁଡିକ ହେଲେ - ହାଇଡ୍ରିଲା, ପୋଟାମେଜେଟନ , ଭାଲିସନେରିଆ, ନାଜାସ ଇତ୍ୟାଦି । ମୃତ୍ୟୁପରେ ଏମାନେ ମାଟିରେ ପୋତି ହୋଇ ମାଟିର ଉର୍ବର ଶକ୍ତି ବଢାଇ ଥାଆନ୍ତି ଏବଂ ପରବର୍ତ୍ତୀ ଅବସ୍ଥା ପାଇଁ ଉତ୍ତମ ପରିବେଶ ସୃଷ୍ଟି କରିଥାଆନ୍ତି । ଭାସମାନ ଅବସ୍ଥା : ପାଣିର ସ୍ୱଳ୍ପ ଗଭୀର ସ୍ଥାନରେ ଭାସମାନ ଉଦ୍ଭିଦଗୁଡିକ ଦେଖାଯାଆନ୍ତି । ଏହି ଉଦ୍ଭିଦଗୁଡିକ ହେଲେ - ବୋରଝାଞ୍ଜି , ପାଣି ସିଙ୍ଗଡା , ଏଜୋଲା ଆଦି । ଏମାନେ ବହୁତ ଜଲଦି ପାଣିକୁ ଆବୃତ କରି ଦିଅନ୍ତି । ଉଭୟଚର ଅବସ୍ଥା : ଏହି ଅବସ୍ଥାରେ ଜଳାଶୟଗୁଡିକରେ ଜଳର ସ୍ତାର କମିଯାଇଥାଏ । ବାଲି , ମାଟି ଏବଂ ବିଭିନ୍ନ ଜୀବମାନଙ୍କର ମୃତ ଶରୀର ଦ୍ଵାରା ଏହା ଘଟିଥାଏ । ଏହି ସ୍ତରରେ ଉଭୟଚର ଉଦ୍ଭିଦ ଦେଖାଦେଇଥାଆନ୍ତି । ସୁନୁଶୁଣିଆ, ପାଣିମରୀଚ , କଲମଶାଗ , ଫ୍ରାଗମାଈଟସ ଆଦି ଏହି ଶ୍ରେଣୀ ଅନ୍ତର୍ଭୁକ୍ତ । ତୃଣ ଅବସ୍ଥା : ଏହି ଅବସ୍ଥାରେ ଜଳସ୍ତର ଆହୁରି କମିଯାଇଥାଏ । ତେଣୁ ତୃଣ ଜାତୀୟ ଉଦ୍ଭିଦମାନେ ଏହି ସନ୍ତସନ୍ତିଆ ପରିବେଶରେ ଭଲ ବଢିଥାଆନ୍ତି । ବିଭିନ୍ନ ପ୍ରକାରର ଘାସ , ବେଣା , ମୁଠା , ଦୁବ ଆଦି ଶ୍ରେଣୀର ଅନ୍ତର୍ଭୁକ୍ତ । ଏହି ଅବସ୍ଥାରେ ତୃଣଗୁଡିକ ଖୁବ ଶୀଘ୍ର ଜଳ ଉତ୍ସେହନ କରିଥାଆନ୍ତି ଏବଂ ମାଟିର ଉର୍ବର ଶକ୍ତି ବଢିବାରେ ସାହାଯ୍ୟ କରିଥାଆନ୍ତି । ଗୁଳ୍ମ ଅବସ୍ଥା : ଏହି ଅବସ୍ଥାରେ ମୃର୍ତ୍ତିକା ବିଭିନ୍ନ ଜୈବିକ ଓ ଅଜୈବିକ ଉପାଦାନରେ ସମୃଦ୍ଧ ହୋଇଥାଏ । ପ୍ରଖର ସୂର୍ଯ୍ୟତାପକୁ ସହ୍ୟ କରିପାରିବା ଏବଂ ଜଲଧାରଣ କରିପାରିବାର କ୍ଷମତା ଏହି ଉଦ୍ଭିଦମାନଙ୍କର ଥାଏ । ଆଲନାସ , ପପୁଲସ , ସାଲିକସ , ସୋପାଲାନଥସ ଇତ୍ୟାଦି ଏହି ଶ୍ରେଣୀର ଅନ୍ତର୍ଭୁକ୍ତ । ଏହି ଜାତିର ଉଦ୍ଭିଦମାନେ ଅଧିକ ଜଲ ଉତ୍ସେଦନ କରୁଥିବାରୁ ଜଳସ୍ତର କମିଯାଇଥାଏ । ଏମାନେ ଅଧିକା ମୃର୍ତ୍ତିକା ତିଆରି କରିଥାଆନ୍ତି । ଚରମ ଅବସ୍ଥା : ଚରମାବସ୍ଥା ଜଳବାୟୁ ଉପରେ ନିର୍ଭର କରିଥାଏ । ବିଭିନ୍ନ ଜାତିର ନୂଆ ବୃକ୍ଷ ଏହି ଅବସ୍ଥାରେ ଦେଖାଯାଆନ୍ତି । ଏହାକୁ ବୃକ୍ଷାବୃତ ଅଞ୍ଚଳ ମଧ୍ୟ କୁହାଯାଏ । ଏହି ବୃକ୍ଷମାନଙ୍କର ଘନତ୍ଵ ଅଧିକ ହେଲେ ଏମାନେ ଜଙ୍ଗଲ ସୃଷ୍ଟି କରିଥାଆନ୍ତି । ଜଳବାୟୁ ଅନୁଯାୟୀ ବିଭିନ୍ନ ପ୍ରକାରର ଜଙ୍ଗଲ ଦ୍ରୁଷ୍ଟିଗୋଚର ହୋଇଥାଏ । ଚରମ ଅବସ୍ଥା ତୁଳନାତ୍ମକ ଭାବରେ ସ୍ଥାୟୀ ଅଟେ । ଅବଶ୍ୟ ଏହା ବିଭିନ୍ନ କାରକମାନଙ୍କ ଦ୍ଵାରା ପରିବର୍ତ୍ତିତ ହୋଇପାରେ । ମରୁଉଦ୍ଭିଦ କ୍ରମଶକ : ସାଧାରଣତଃ ପ୍ରସ୍ତର , ନଗ୍ନଶିଳା , ବନ୍ଧୁର ସ୍ଥାନ ଆଦି ଉପରେ ଯେଉଁମାନେ କ୍ରମବିସ୍ତାର କରିଥାଆନ୍ତି , ସେମାନଙ୍କୁ ମରୁଉଭବ କ୍ରମିକ କୁହାଯାଇଥାଏ । ବିଭିନ୍ନ ସ୍ତର ଦେଇ ଏମାନେ ଚରମ ଅବସ୍ଥା ପ୍ରାପ୍ତ ହୋଇଥାଆନ୍ତି । ଏହି ଅବସ୍ଥାଗୁଡିକ ହେଲା - ପର୍ପଟ ଆକାର ଫୁରଫୁରି ଅବସ୍ଥା : ଶିଳା ଉପରେ କୌଣସି ଉଦ୍ଭିଦ ବଞ୍ଚି ରହିବା ସମ୍ଭବ ନୁହେଁ । କିନ୍ତୁ ଫୁରଫୁରି ଜାତୀୟ ଉଦ୍ଭିଦମାନେ କାର୍ବୋନିକ ଅମ୍ଳ ପ୍ରସ୍ତୁତ କରିଥାଆନ୍ତି , ଯାହାକି ଶିଳାର ଅପଘଟନରେ ସହାୟକ ହୋଇଥାଏ । ତେଣୁ ଏହି ପର୍ପଟ ଆକାର ଫୁରଫୁରିମାନେ ଶୁଷ୍କ ଶିଳାଉପରେ ପ୍ରଥମେ ଦେଖାଯାଆନ୍ତି । ଏମାନେ ମରୁଉଦ୍ଭିଦ କ୍ରମର ଅଗ୍ରଦୂତ ଅଟନ୍ତି । ଭାଇନୋଡିନା , ଲେକାନୋରା , ରାଇଜୋକାରପାନ ଆଦି ଏହି ଶ୍ରେଣୀ ଅନ୍ତର୍ଭୁକ୍ତ । ଏଗୁଡିକ ମୃତ୍ୟୁ ପରେ କିଛି ଜୈବିକ ଉପାଦାନ ଶିଳା ଉପରେ ସିଞ୍ଚି ହୋଇଥାଏ ଯାହାକି ପରବର୍ତ୍ତୀ ଅବସ୍ଥା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ । ପର୍ଣ୍ଣରୂପୀ ଫୁରଫୁରି ଅବସ୍ଥା : ଏହି ଅବସ୍ଥାରେ ଶିଳା ରେ କିଛି ମୃର୍ତ୍ତିକା ଅଂଶ ଦେଖିବାକୁ ମିଳେ ଯାହା ଉପରେ ପର୍ଣ୍ଣରୂପୀ ଶ୍ରେଣୀ ଫୁରଫୁରିମାନେ ବଂଶ ବିସ୍ତାର କରିଥାଆନ୍ତି । ପାରମେଲିଆ , ଆମ୍ବେଲିକାରିଆ , ଡେରମାଟୋକାରପାନ ଆଦି ପୂର୍ଣ୍ଣ ଫୁରଫୁରି ଶ୍ରେଣୀର ଅନ୍ତର୍ଭୁକ୍ତ । ଏମାନଙ୍କ ମୃତ୍ୟୁପରେ ମୃର୍ତ୍ତିକାର ପରିମାଣରେ ବୃଦ୍ଧି ଘଟିଥାଏ । ହରିତା ଅବସ୍ଥା : ଏହି ଅବସ୍ଥାରେ ଶୁଷ୍କ ହରିତା ବା ମସ ଉଦ୍ଭିଦଗୁଡିକ କ୍ରମବିସ୍ତାର କରିଥାଆନ୍ତି । ପଲିଟ୍ରିକମ , ଟରଟୁଲା , ଗ୍ରୀମିଆ ଆଦି ଏହି ମସ ଶ୍ରେଣୀର ଅନ୍ତର୍ଭୁକ୍ତ । ଫୁରଫୁରିମାନଙ୍କର ମୃତ୍ୟୁ ପରେ ଜୈବ ଏବଂ ଅଜୈବ ଉପାଦାନ ଦ୍ଵାରା ପରିବେଶରେ ଉନ୍ନତି ଦେଖାଦେଇଥାଏ , ଯାହାକି ମସମାନଙ୍କୁ ବଞ୍ଚିବା ନିମନ୍ତେ ସହାୟକ ହୋଇଥାଏ । ତୃଣ ଅବସ୍ଥା : ବାୟୁମଣ୍ଡଳର ଏହି ଅବସ୍ଥାରେ ଜଳୀୟବାଷ୍ପର ପରିମାଣ ବଢି ଯାଇଥାଏ । ଏହା ସଙ୍ଗେ ସଙ୍ଗେ ମୃର୍ତ୍ତିକା ପରିମାଣ ମଧ୍ୟ ବୃଦ୍ଧି ପାଇଥାଏ । ଏହି ଅନୁକୂଳ ପରିବେଶ ମଧ୍ୟରେ ମରୁଜ ତୃଣମାନେ ଦେଖା ଦେଇଥାଆନ୍ତି । ପୋଆ, ସୋଲିଡାଗୋ , ଆରଷ୍ଟିଡା ଇତ୍ୟାଦି ଏହି ଶ୍ରେଣୀର ଅନ୍ତର୍ଭୁକ୍ତ । ଗୁଳ୍ମ ଅବସ୍ଥା : ଉପରୋକ୍ତ ଜୀବମାନଙ୍କର ମୃତ୍ୟୁଯୋଗୁଁ ଜୈବିକ ପୋଷାକର ପରିମାଣ ମୃର୍ତ୍ତିକାରେ ବୃଦ୍ଧି ହୁଏ ଏବଂ ମୃର୍ତ୍ତିକାର ଜଳଧାରଣ କ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ । କାଳକ୍ରମେ ଗୁଳ୍ମ ଜାତୀୟ ଉଦ୍ଭିଦମାନେ ହିଁ ଅଞ୍ଚଳକୁ ଦାଖଲ କରିଥାଆନ୍ତି । ସିଜୁଳ , କାକଟାସ , ରସ , ଫାଇଟୋକାରପାସ ଆଦି ଏହି ଶ୍ରେଣୀର ଅନ୍ତର୍ଭୁକ୍ତ । ଚରମ ଅବସ୍ଥା : ଏହି ଅବସ୍ଥାରେ ମୃର୍ତ୍ତିକାର ଉର୍ବର ଶକ୍ତି ଆହୁରି ବଢି ଯାଇଥାଏ । ଝାଉଁ , ଖଜୁରୀ, ଓଡଶମାରି , ଆକାଶିଆ ଆଦିର ଜାତିର ମରୁ ଉଦ୍ଭିଦମାନେ ଏହା ଉପରେ ବଂଶବୃଦ୍ଧି କରିଥାଆନ୍ତେ । ଚରମ ଅବସ୍ଥା ପ୍ରାୟତଃ ତୁଳନାତ୍ମକ ଭାବରେ ସ୍ଥାୟୀ ଅଟେ । ଅବଶ୍ୟ ଚରମ ଅବସ୍ଥା ଉକ୍ତ ଅଞ୍ଚଳର ଜଳବାୟୁ ଉପରେ ନିର୍ଭର କରିଥାଏ । ଜୀବମାନଙ୍କର କ୍ରମ ବିସ୍ତାର ପ୍ରକ୍ରିୟା ବିଭିନ୍ନ ଅସ୍ଥିର ଗୋଷ୍ଠୀ ମଧ୍ୟଦେଇ ପରିଶେଷରେ ଚରମଅବସ୍ଥାରେ ତୁଳନାତ୍ମକ । ସ୍ଥିର ଜୀବଗୋଷ୍ଠୀ ସମ୍ପାଦାନରେ ସମାପ୍ତ ହୋଇଥାଏ । ସୁତରାଂ କୌଣସି ଅଞ୍ଚଳରେ ଅବସ୍ଥିତ ପରିବେଶୀ କାରକମାନଙ୍କ ସହ ଚରମାବସ୍ଥା ପ୍ରାପ୍ତି ଜୀବ ଗୋଷ୍ଠୀ ଭାରସାମ୍ୟ ରକ୍ଷା କରିଥାଏ । ଚରମ ଜୀବଗୋଷ୍ଠୀ ସିଦ୍ଧାନ୍ତ : ଜୀବମାନଙ୍କର କ୍ରମବିସ୍ତାର ପ୍ରକ୍ରିୟା ବିଭିନ୍ନ ଅସ୍ଥିର ଗୋଷ୍ଠୀ ମଧ୍ୟ ଦେଇ ପରିଶେଷରେ ଚରମ ଅବସ୍ଥାରେ ସ୍ଥିର ଜୀବଗୋଷ୍ଠୀ ସମ୍ପାଦାନ ସମାପ୍ତ ହୋଇଥାଏ । ଏହାକୁ ବୁଝିବା ନିମନ୍ତେ ଦୁଇଟି ସିଦ୍ଧାନ୍ତ ଉପରେ ଗୁରୁତ୍ଵ ଦିଆଯାଇପାରେ । ଏକ ଚରମ ସିଦ୍ଧାନ୍ତ ବହୁତ ଚରମ ସିଦ୍ଧାନ୍ତ ଏକ ଚରମ ସିଦ୍ଧାନ୍ତ : ଏହି ସିଦ୍ଧାନ୍ତ ଅନୁଯାୟୀ କୌଣସି ଅଞ୍ଚଳର ଚରମ ଗୋଷ୍ଠୀ ଉକ୍ତ ଅଞ୍ଚଳର ଆଦିମ କାରକ ଉପରେ ନିର୍ଭର କରିଥାଏ । ଏହା କେବଳ ଗୋଟିଏ କାରକ ଦ୍ଵାରା ନିଯନ୍ତ୍ରତ ହୋଇଥିବା ଯୋଗୁଁ ଏହାକୁ ଏକ ଚରମ ସିଦ୍ଧାନ୍ତ କୁହାଯାଇଥାଏ , ଫ୍ରେଡରିକ କ୍ଳେମେଣ୍ଟସ ଏହି ସିଦ୍ଧାନ୍ତର ପ୍ରବର୍ତ୍ତକ ଅଟନ୍ତି । ବହୁତ ଚରମ ସିଦ୍ଧାନ୍ତ : ଏହି ସିଦ୍ଧାନ୍ତ ଅନୁଯାୟୀ କୌଣସି ଅଞ୍ଚଳରେ ଜୀବଗୋଷ୍ଠୀର ଚରମ ଅବସ୍ଥା ପ୍ରାପ୍ତି ନିମନ୍ତେ ଏକାଧିକ କାରକ ଦରକାର ହୋଇଥାଆନ୍ତି । ତେଣୁ ଏହାକୁ “ ବହୁଳ ଚରମ ସିଦ୍ଧାନ୍ତ “ କୁହାଯାଇଥାଏ । ବୈଜ୍ଞାନିକ ବ୍ରାଉନ ବ୍ଲାନକେଟ ଓ ଟନସଲେ ଏହି ସିଦ୍ଧାନ୍ତର ପ୍ରବର୍ତ୍ତକ ଅଟନ୍ତି । ପରିସଂସ୍ଥାର ଉତ୍ପାଦନ କ୍ଷମତା ପରିସଂସ୍ଥାର ଉତ୍ପାଦନ କ୍ଷେମତା ସେହି ପରିସଂସ୍ଥାରେ ଥିବା ସବୁଜ ଉଦ୍ଭିଦ ନିର୍ଭର କରିଥାଏ । ସବୁଜ ଉଦ୍ଭିଦକୁ ଉତ୍ପାଦକ କୁହାଯାଏ । କାରଣ ଏହା ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ସୌରଶକ୍ତିରେ ପରିବର୍ତ୍ତନ କରି ପରିସଂସ୍ଥାର ଉତ୍ପାଦନ କ୍ଷମତା ହାସଲ କରିଥାଏ । ତେଣୁ ଯେକୌଣସି ଖାଦ୍ୟ ସ୍ତରରେ ସଞ୍ଚିତ ଶକ୍ତିର ହାର , ଏକକ ସମାସୀ ଏବଂ ଏକକ ଆୟତନ ମାଧ୍ୟମରେ ପ୍ରକାଶକୁ “ ଉତ୍ପାଦନ କ୍ଷମତା “ କୁହାଯାଏ । ଏହାକୁ ପରିପାର୍ଶ୍ଵ ବିଜ୍ଞାନର ଏକ ଶାଖା ବୋଲି ଧରାଯାଇଛି ଏବଂ ଏହାର ନାମ ହେଉଛି “ ପ୍ରଡକସାନ ଇକୋଲୋଜି “ । ପ୍ରାଥମିକ ଉତ୍ପାଦନ କ୍ଷମତା ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ସବୁଜ ଉଦ୍ଭିଦ ସର୍ବ ପ୍ରଥମେ ସୌରଶକ୍ତିକୁ ଯେଉଁ ଶକ୍ତି ଆହରଣ କରିଥାଏ । ତାହାକୁ “ ପ୍ରାଥମିକ କ୍ଷମତା “ କୁହାଯାଏ । ଏହି କ୍ଷମତା ଚିରହରିତ ଅରଣ୍ୟ ପରିସଂସ୍ଥାରେ ଅଧିକ ହୋଇଥାଏ । କାରଣ ଏହି ଅଞ୍ଚଳରେ ଉଦ୍ଭିଦ ବର୍ଷ ସାରା ସୂର୍ଯ୍ୟାଲୋକ ପାଉଥିବାରୁ ପ୍ରଚୁର ସୌର ଶକ୍ତି ସଞ୍ଚୟ କରିଥାଆନ୍ତା କିନ୍ତୁ ତୁନ୍ଦ୍ରାଞ୍ଚଳରେ ଉଦ୍ଭିଦମାନେ ସୂର୍ଯ୍ୟାଲୋକ ଅଭାବରୁ ଅଳ୍ପ ସୌରଶକ୍ତି ସଞ୍ଚୟ କରିଥାଆନ୍ତି । ତେଣୁ ଆଲୋକ ସଂଶ୍ଳେଷଣ ପରିମାଣ ଉପରେ ହିଁ ଉତ୍ପାଦନ କ୍ଷମତା ନିର୍ଭର କରିଥାଏ । ଏହି ପ୍ରାଥମିକ ଉତ୍ପାଦନ କ୍ଷମତା ପୁଣି ଦୁଇ ଭାଗରେ ବିଭକ୍ତ । ଯଥା - ମୋଟ ପ୍ରାଥମିକ ଉତ୍ପାଦନ ଶକ୍ତି ଓ ବଳକା ଉତ୍ପାଦନ ଶକ୍ତି । ମୋଟ ପ୍ରାଥମିକ ଉତ୍ପାଦନ ଶକ୍ତି : ଉତ୍ପାଦକମାନଙ୍କ ଦ୍ଵାରା ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ପ୍ରସ୍ତୁତ ହେଉଥିବା ସମସ୍ତ ସ୍ଥିତିଜ ରାସାୟନିକ ଶକ୍ତିକୁ ମୋଟ ପ୍ରାଥମିକ ଉତ୍ପାଦନ ଶକ୍ତି କୁହାଯାଏ । ବଳକା ଉତ୍ପାଦନ ଶକ୍ତି : ଏହା ଉତ୍ପାଦକ ଦ୍ଵାରା ଗଚ୍ଛିତ ହୋଇଥିବା ଜୈବପଦାର୍ଥର ଓଜନକୁ ବୁଝାଇ ଥାଏ । ମୋଟ ପ୍ରାଥମିକ ଉତ୍ପାଦନ ଶକ୍ତିର ପରିମାଣରୁ ଉଦ୍ଭିଦର ଶ୍ଵସନ କ୍ରିୟାରେ ନିୟୋଜିତ ଶକ୍ତିକୁ ବିୟୋଗକାଲେ ବିୟୋଗଫଳ ବଳକା ପ୍ରାଥମିକ ଉତ୍ପାଦନ ଶକ୍ତି । ଦ୍ଵିତୀୟ ଉତ୍ପାଦନ କ୍ଷମତା : ଭକ୍ଷକମାନଙ୍କ ଦ୍ଵାରା ଜୈବିକ ପଦାର୍ଥର ପୁନଃ ସଂଶ୍ଳେଷଣର ହାରକୁ ଦ୍ଵିତୀୟକ ଉତ୍ପାଦନ କ୍ଷମତା କୁହାଯାଏ । ଶକ୍ତିର ହାର ଉତ୍ପାଦକମାନଙ୍କ ସଂଖ୍ୟା , ପରିଚାଳନା ଏବଂ ଗଛିତ ସକ୍ରିୟ ଉପରେ ନିର୍ଭର କରିଥାଏ । ଶ୍ଵସନ କ୍ରିୟାରେ ନଷ୍ଟ ହେଉଥିବା ଶକ୍ତିର ହାର ଉତ୍ପାଦକମାନଙ୍କ ପାଇଁ ୨୦% ତୃଣ ଭୋଜିମାନଙ୍କ ପାଇଁ ୩୦% ଏବଂ ମାଂସାଶୀ ପ୍ରାଣୀମାନଙ୍କ ପାଇଁ ୬୦% ଇତ୍ୟାଦି । ସେଥିପାଇଁ ବଳକା ଉତ୍ପାଦନ , କ୍ଷମତା ପ୍ରତ୍ୟେକ ଖାଦ୍ୟସ୍ତରରେ ହ୍ରାସ ପାଇଥାଏ । ଆଧାର :ଡକ୍ଟର ମନୋରମା ପତ୍ରୀ