ଓଡିଶାର ବୃଷ୍ଟିପାତ ଓ ବୈଶିଷ୍ଟ୍ୟ ଓଡିଶାର ହାରାହାରି ବାର୍ଷିକ ବୃଷ୍ଟିପାତ (୧୯୦୧ - ୧୯୮୬) ୧୪୨୪ ମିଲିମିଟର । ଏହି ପରିମାଣର ଶତକଡା ୭୬ ଭାଗ ଆଷାଢ , ଶ୍ରାବଣ ଓ ଭାଦ୍ରବ ମାସ ମଧ୍ୟରେ ବୃଷ୍ଟି ହୋଇଥାଏ । ରାଜ୍ୟରେ ହାରାହାରି (୭୨ - ୧୧୨) ଦିନ ବର୍ଷା ହୁଏ । ଉତ୍ତର ପୁର୍ବରେ ମୟୂରଭଞ୍ଜ ଜିଲ୍ଲା ଓ ପଶ୍ଚିମରେ କୋରାପୁଟ ଓ ଫୁଲବାଣୀ ଜିଲ୍ଲାରେ ବେଶୀ ବର୍ଷାହୁଏ , ଗଞ୍ଜାମ ଜିଲ୍ଲା ନ୍ୟୁନତମ ବୃଷ୍ଟିପାତ ଜିଲ୍ଲା । କୃଷ୍ଣ ପ୍ରସାଦ ବ୍ଲକ ପୁରୀ ଜିଲ୍ଲାରେ ସର୍ବନିମ୍ନ ବୃଷ୍ଟିପାତ ଅଟେ । ଉତ୍ତରରେ ଇଦ୍ ନଦୀର ଅବବାହିକା , ପୁର୍ବରେ ବୈତରଣୀ ଅବବାହିକା ଦକ୍ଷିଣ ପଶ୍ଚିମରେ ଜୟପୁର – ପଟାଙ୍ଗ – ମାଲକାନାଗିରି ଅଞ୍ଚଳ ଓ ଉତ୍ତର ପଶ୍ଚିମରେ ଫୁଲବାଣୀ – ବଳନ୍ଦାପଡା – ଫିରିଙ୍ଗିଆ ଅଞ୍ଚଳ ଓଡିଶାର ବୃଷ୍ଟିବହୁଳ ଅଞ୍ଚଳ । ଓଡିଶାରେ ଜୁଲାଇ ମାସରେ ସର୍ବାଧିକ (୩୫୨ ମିଲିମିଟର) ଏବଂ ପୌଷ ଓ ମାଘ (ଡିସେମ୍ବର – ଜାନୁଆରୀ ) ମାସରେ ସର୍ବନ୍ୟୁନ (୦ – ୭୫ ମିଲିମିଟର ) ବର୍ଷାହୁଏ । ବୃଷ୍ଟିପାତ ଦୃଷ୍ଟିରୁ ଓଡିଶା ପାଇଁ ହିସାବ କରାଯାଇଥିବା ବୃଷ୍ଟିପାତ ସଙ୍କେତ ନିମ୍ନରେ ଦିଆଗଲା । ବର୍ଷର ୧୨ ମାସକୁ ୩ଟି ମୁଖ୍ୟ କୃଷି ଋତୁରେ ବିଭକ୍ତ କରାଯାଇଛି । ଖରିଫ ଋତୁ (ଏହା ମୌସୁମୀ ବୃଷ୍ଟିରୁ ) - ଆଷାଢ , ଶ୍ରାବଣ , ଭାଦ୍ରବ , ଆଶ୍ଵିନ । ଜୁନ , ଜୁଲାଇ , ଅଗଷ୍ଟ , ସେପ୍ଟେମ୍ବର । ରବି ଋତୁ (ମୌସୁମୀ ବୃଷ୍ଟୋତ୍ତର ଋତୁ ) କାର୍ତ୍ତିକ , ମାର୍ଗଶିର , ପୌଷ, ମାଘ , ଅକ୍ଟୋବର , ନଭେମ୍ବର , ଡିସେମ୍ବର , ଜାନୁଆରୀ । ପ୍ରାକ ଖରିଫ ଋତୁ - (ପ୍ରାକ ମୌସୁମୀ ଋତୁ ) – ଫାଲ୍ଗୁନ , ଚୈତ୍ର , ବୈଶାଖ , ଜ୍ୟୋଷ୍ଠ (ଫେବୃଆରୀ , ମାର୍ଚ୍ଚ , ଅପ୍ରେଲ , ମେ) । ଏହି ସଙ୍କେତରେ ଖରିଫ ଋତୁରେ ୪ ମାସକୁ ସଙ୍କେତ ମଝିରେ ବନ୍ଧନୀ ଭିତରେ ପ୍ରାକ – ଖରିଫ ଋତୁରେ ୪ ମାସକୁ ବନ୍ଧନୀ ପୂର୍ବରେ ଓ ରବିଋତୁର ୪ ମାସକୁ ବନ୍ଧନୀ ପୂର୍ବରେ ଓ ରବି ଋତୁରେ 4 ମାସକୁ ବନ୍ଧନୀ ପରେ ଦର୍ଶାଯାଇଛି । ପ୍ରତି ମାସର ବୃଷ୍ଟିପାତ ପରିମାଣକୁ ୫ଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ବୃଷ୍ଟିପାତ ଶ୍ରେଣୀ ମାସକୁ ବୃଷ୍ଟିପାତ ପରିମାଣ (ସେ.ମି.) କ ମାସକୁ ୩୦ ସେ.ମି. ରୁ ବେଶୀ ଖ ” ୨୦ – ୩୦ ସେ.ମି. ଗ ” ୧୦ – ୨୦ ସେ.ମି. ଘ ” ୧୦ – ୨୦ ସେ.ମି. ଙ ” ୫ ସେ. ମି. ରୁ କମ୍ ପ୍ରତ୍ୟକ ଅକ୍ଷରର ପାଦରେ ୧,୨,୩,୪ ଇତ୍ୟାଦି ସଂଖ୍ୟା ଦିଆଯାଇଛି । ଏହି ସଂଖ୍ୟା କେତେମାସ ସେହି ଅକ୍ଷର ଶ୍ରେଣୀର ବର୍ଷପାଏ ବୋଲି ସୂଚିତ କରେ । ଓଡିଶାର ହାରାହାରି ବୃଷ୍ଟିପାତ ନିମ୍ନରେ ଦର୍ଶାଯାଇ ସଙ୍କେତ ତିଆରି କରାଯାଇଛି । ଅର୍ଥାତ୍ ଖରିଫ ପ୍ରଥମ ମାସର ବୃଷ୍ଟିପାତ ଖ ଶ୍ରେଣୀରେ , ପରବର୍ତ୍ତୀ ୨ ମାସ କ ଶ୍ରେଣୀର ଓ ୪ର୍ଥ ମାସ ପୁଣି ଖ ଶ୍ରେଣୀର । ରବିଋତୁର ପ୍ରଥମ ମାସ ଗ ଶ୍ରେଣୀର ଓ ୩ ମାସ ଙ ଶ୍ରେଣୀର । ପ୍ରାକ ଖରିଫ ଋତୁର ୩ ମାସ ଙ ଶ୍ରେଣୀର ଏବଂ ପରବର୍ତ୍ତୀ ମାସ ଘ ଶ୍ରେଣୀର ବୃଷ୍ଟିପାତ ଅଟେ । ଏହି ଅନୁସାରେ ଓଡିଶାର ୧୩ଟି ଅବିଭକ୍ତ ଜିଲ୍ଲାର ବୃଷ୍ଟିପାତ ସଙ୍କେତ ଦିଆଯାଇଛି । ଜିଲ୍ଲା ବୃଷ୍ଟିପାତ ସଙ୍କେତ ଜିଲ୍ଲା ବୃଷ୍ଟିପାତ ସଙ୍କେତ ମୟୂରଭଞ୍ଜ ଘ ଙ (ଖ କ ଖ) ଗ ଙ ୧୩୧୨୧୧୩ କୋରାପୁଟ ଘ ଙ (ଖ କ ଖ) ଗ ଙ ୧୨୧୨୧୧୪ କେନ୍ଦୁଝର ଘ ଙ (ଖ କ ଖ) ଗ ଙ ୧୩୧୨୧୧୩ ଫୁଲବାଣୀ ଙ ଘ (ଗ କ ଖ) ଗ ଙ ୩୧୧୨୧୧୩ ସୁନ୍ଦରଗଡ ଙ (ଖ କ ଖ) ଘ ଙ ୪୧୨୧୧୩ କଳାହାଣ୍ଡି ଙ (ଖ କ ଖ) ଘ ଙ ୪୧୨୧୧୩ ସମ୍ବଲପୁର ଙ ଘ (ଖ କ ଖ) ଘ ଙ ୪୧୨୧୧୩ କଟକ ଙ ଘ (ଖ କ ଗ) ଗ ଙ ୩୧୧୨୧୧୩ ଢେଙ୍କାନାଳ ଙ ଘ (ଖ କ ଖ) ଘ ଙ ୩୧୧୨୧୧୩ ବାଲେଶ୍ଵର ଙ ଘ (ଖ କ ଖ) ଗ ଙ ୨୨୧୨୧୧୩ ବଲାଙ୍ଗୀର ଙ (ଖ , କ , ଖ) ଘ ଙ ୪୧୨୧୧୩ ପୁରୀ ଙ ଘ (ଖ କ ଖ) ଗ ଖ ଙ ୩୧୧୨୧୧୧୨ ଗଞ୍ଜାମ ଙ ଘ (ଗ ଖ) ଗ ଘ ଙ ୩୧୧୩୧୧୨ ଏହି ସଙ୍କେତ ଗୁଡିକରୁ ସୁସ୍ପଷ୍ଟ ଯେ ଯେ ଖରିଫ ଋତୁରେ ଓଡିଶାସାରା ବୃଷ୍ଟିପାତ ବଣ୍ଟନ ପ୍ରାୟ ସମାନ । କେବଳ ରବି ଓ ପ୍ରାକ – ଖରିଫ ଋତୁରେ ତାରତମ୍ୟ ବେଶି ସୁନ୍ଦରଗଡ ସମ୍ବଲପୁର ବଲାଙ୍ଗୀର ଓ କଳାହାଣ୍ଡିର ୭ ମାସ କାଳ ମାସକୁ ୫ ସେ.ମି. ରୁ କମ୍ ବୃଷ୍ଟିହୁଏ । ଏହି ୪ଟି ଜିଲ୍ଲା ମରୁଡି ପ୍ରବଣ ଜିଲ୍ଲା । ବୃଷ୍ଟିପାତ , ତାପମାନ , ଭୂ – ପ୍ରକୃତି ଏବଂ କୃଷି ସମେତ ଅନ୍ୟାନ୍ୟ ବିଷୟକୁ ବିଚାରକରି ସାରା ରାଜ୍ୟକୁ ୧୦ଟି କୃଷି – ଜଳବାୟୁ ଅଞ୍ଚଳରେ ବିଭକ୍ତ କରାଯାଇଛି । ଓଡିଶାରେ ବିଭିନ୍ନ କୃଷିଜଳବାୟୁ ଅଞ୍ଚଳ କୃଷି ଜଳବାୟୁ ଅଞ୍ଚଳ ସ୍ଥାନ ୧) ଉତ୍ତର ମାଳଭୂମି ପଶ୍ଚିମାଞ୍ଚଳ ସୁନ୍ଦରଗଡ କୃଷି ଜିଲ୍ଲା ଓ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଅଞ୍ଚଳ । ୨) ଉତ୍ତର – ମାଳଭୂମି – ମଧ୍ୟାଞ୍ଚଳ କେନ୍ଦୁଝର (ଆନନ୍ଦପୁର ଛାଡି ) , ବାରିପଦା ଓ କରଞ୍ଜିଆ କୃଷି ଜିଲ୍ଲା । ୩) କେନ୍ଦ୍ରୀୟ ଅଧିତ୍ୟକା ପଶ୍ଚିମାଞ୍ଚଳ ସମ୍ବଲପୁର ବରଗଡ , ସୋନପୁର ବଲାଙ୍ଗୀର କୃଷି ଜିଲ୍ଲା । ୪) କେନ୍ଦ୍ରୀୟ ଅଧିତ୍ୟକା ମଧ୍ୟାଞ୍ଚଳ ଢେଙ୍କାନାଳ , ଅନୁଗୁଳ , ଆଠଗଡ , କୃଷି ଜିଲ୍ଲା ଓ ସୁକିନ୍ଦା ବ୍ଲକ । ୫) ପୂର୍ବଘାଟ ଉତ୍ତରାଞ୍ଚଳ ଫୁଲବାଣୀ , ଆସ୍କା , ପାରଳାଖେମୁଣ୍ଡି ଓ ରାୟଗଡା କୃଷି ଜିଲ୍ଲା । ୬) ପୂର୍ବଘାଟ ଅତ୍ୟୁଚ୍ଚ ଅଞ୍ଚଳ କୋରାପୁଟ , ନବରଙ୍ଗପୁର (ଡାବୁର୍ଷା ଅଞ୍ଚଳ ବ୍ୟତୀତ ) । ୭) ପୂର୍ବଘାଟ ପୂର୍ବାଞ୍ଚଳ ଜୟପୁର , ମାଲକାନାଗିରି ଅଞ୍ଚଳ । ୮) ପଶ୍ଚିମ ଦନ୍ତୁରିତ ଜଳ ଭବାନୀପାଟଣା , ଖଡିଆଳ ଓ ନବରଙ୍ଗପୁର ଅଞ୍ଚଳ । ୯) ସମତଳ ଭୂମି – ଉତ୍ତରାଞ୍ଚଳ ବାଲେଶ୍ଵର , ଭଦ୍ରକ , ଯାଜପୁର । ୧୦) ସମତଳ ଭୂମି - ପୂର୍ବ ଓ ଦକ୍ଷିଣ ଅଞ୍ଚଳ କଟକ , ଜଗତସିଂହପୁର ,ଖୋର୍ଦ୍ଧା ,ବ୍ରହ୍ମପୁର ଓ ଗଞ୍ଜାମ ଅଞ୍ଚଳ । ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ