ରାସାୟନିକ ବନ୍ଧନ ତୃତୀୟ ଅଧ୍ୟାୟରେ ଆମେ ମୌଳିକର ଇଲେକ୍ଟ୍ରୋନିକ ସଂରଚନା ଓ ପର୍ଯ୍ୟାୟର ଗୁଣ ସମ୍ବନ୍ଧରେ ଆଲୋଚନା କରିଛେ । ଆମ ଚାରିପଟେ ଯାହାସବୁ ଦେଖୁଛେ ତାହା ମୌଳିକ ବା ଯୌଗିକ । ତୁମେମାନେ ଜାଣିଛ ଏକା ପ୍ରକାର ମୌଳିକ ପରମାଣୁ ମିଶି ଅଣୁ ଗଠନ କରନ୍ତି । ପୁନଶ୍ଚ ଭିନ୍ନ ଭିନ୍ନ ମୌଳିକର ପରମାଣୁ ମିଶି ଅଣୁ ଗଠନ କରନ୍ତି । ତେବେ ଚିନ୍ତା କରିଛ କି ପରମାଣୁମାନେ କାହିଁକି ଯୌଗିକ ଗଠନ କରନ୍ତି ? ଏହି ଅଧ୍ୟାୟରେ ଉପରୋକ୍ତ ପ୍ରଶ୍ନର ଉତ୍ତର ମିଳିଯିବ । ଆମେ ପ୍ରଥମେ ବର୍ଣ୍ଣନା କରିବା ରାସାୟନିକ ବନ୍ଧ ଅର୍ଥ କ’ଣ ? ଏବଂ ଆଲୋଚନା କରିବା ପରମାଣୁମାନେ ମିଳି କିକି ପ୍ରକାରର ପଦାର୍ଥ ଗଠନ କରନ୍ତି । ପରିଶେଷରେ ଆମେ ଜାଣିବା ରାସାୟନିକ ବନ୍ଧ କିପରି ସୃଷ୍ଟି ହୁଏ । ବସ୍ତୁର ଧର୍ମ, ରାସାୟନିକ ବନ୍ଧ ଗଠନର ପ୍ରକାର ଭେଦ ଓ ପ୍ରକୃତି ଉପରେ ନିର୍ଭର କରେ । ଏହି ଅଧ୍ୟାୟରେ ଆମେ ଜାଣିବା ଲୁଣ, ଲୁଗାସଫା ସୋଡା କାହିଁକି ପାଣିରେ ଦ୍ରବୀଭୁତ ହେଉଛି ମାତ୍ର ମିଥେନଗ୍ୟାସ ଓ ଗନ୍ଧକର୍ପୁର ଦ୍ରବୀଭୂତ ହେଉନାହିଁ । ଯୌଗିକମାନଙ୍କର ଦ୍ରବୀଭୂତ ଗୁଣ ଏହାର ବନ୍ଧ ଗଠନ ପ୍ରକ୍ରିୟା ଓ କ୍ଷମତା ଉପରେ ନିର୍ଭର କରେ । ଲକ୍ଷ୍ୟ ଉକ୍ତ ବିଷୟ ପଢିଲା ପରେ ଛାତ୍ରଛାତ୍ରୀମାନେ ନିମ୍ନୋକ୍ତ ଲକ୍ଷ୍ୟ ହାସଲ କରିବାକୁ ସମର୍ଥ ହେବେ – ଇଲେକ୍ଟ୍ରୋନିକ ସଂରଚନା, ନୋବେଲ ଗ୍ୟାସର ଗଠନ ପ୍ରକ୍ରିୟା ଓ ବନ୍ଧ ଗଠନ କ୍ଷମତା ସମ୍ବନ୍ଧରେ ବୁଝିବେ । ଆୟନିକ ବନ୍ଧ କିପରି ହୁଏ ଓ ପରମାଣୁଗୁଡିକ ଇଲେକ୍ଟ୍ରନ ଦାନ ବା ଗ୍ରହଣ କରି କିପରି ନୋବେଲ ଗ୍ୟାସର ଇଲେକ୍ଟ୍ରୋନିକ ସଂରଚନା ସଙ୍ଗେ ସମାନ ହୁଅନ୍ତି ତାହା ବୁଝିବେ । ଆୟନିକ ଯୌଗିକର ସାଧାରଣ ଧର୍ମ ସମ୍ବନ୍ଧରେ ବୁଝିବେ ଓ ପ୍ରମାଣିତ କରିବେ । ସହସଂଯୋଜ୍ୟ ବନ୍ଧ କିପରି ଗଠନ ହେଉଛି ଓ ସେମାନେ କିପରି ଇଲେକ୍ଟ୍ରନ ସହଭାଜନ କରନ୍ତି ତାହା ବର୍ଣ୍ଣନା କରିବେ କିପରି ଭାବରେ ଏକବଦ୍ଧ, ଦ୍ଵିବଦ୍ଧ ଯୌଗିକ ଗଠନ ହେଉଛି ତାହା ବୁଝିବେ ଏବଂ ଲୁଇସ-ଡଟ ପ୍ରଣାଳୀରେ ବୁଝାଇ ପାରିବେ । ସହ ସଂଯୋଜ୍ୟ ବନ୍ଧ ଯୁକ୍ତ ଯୌଗିକର ସାଧାରଣ ଗୁଣ ସମ୍ବନ୍ଧରେ ବୁଝିବେ । କାହିଁକି ପରମାଣୁମାନେ ବନ୍ଧ ଗଠନ କରନ୍ତି ? ନୋବେଲ ଗ୍ୟାସର ଇଲେକ୍ଟ୍ରୋନିକ ସଂରଚନା ପାଇବା ପାଇଁ ପରମାଣୁଗୁଡିକ ବନ୍ଧ ଗଠନ କରନ୍ତି । ଦେଖା ଯାଇଛି ଯେ ହିଲିୟମ, ନିଅନ, ଆରଗାନ, କ୍ରିପଟନ, ଜେନନ ଏବଂ ରେଡନ ଆଦି ମୌଳିକମାନେ ବନ୍ଧ ଗଠନ କରନ୍ତି ନାହିଁ । ସେମାନେ ପ୍ରତିକ୍ରିୟା ହୀନ ଅଟନ୍ତି । ପ୍ରତିରକିୟା ଶୂନ୍ୟ ଯୋଗୁଁ ସେମାନଙ୍କୁ ନିଷ୍କ୍ରିୟ ମୌଳିକ କୁହାଯାଏ । ନୋବେଲ ଗ୍ୟାସର ଇଲେକ୍ଟ୍ରୋନିକ ସଂରଚନାକୁ ପହଞ୍ଚିବା ଅର୍ଥ ସେମାନେ ସମ୍ପୂର୍ଣ୍ଣ ସ୍ଥିର କାରଣ ହିଲିୟମ ବ୍ୟତୀତ ଅନ୍ୟ ସମସ୍ତ ମୌଳିକମାନଙ୍କର ବହିଃସ୍ଥ କକ୍ଷରେ ୮ଟି ଇଲେକ୍ଟ୍ରନ ରହିଛି । ନାମ ପ୍ରତୀକ ପରମାଣୁ ସଂଖ୍ୟା ଇଲେକ୍ଟ୍ରୋନିକ ସଂରଚନା ବହିଃସ୍ଥ କକ୍ଷରେ ଇଲେକ୍ଟ୍ରୋନ ସଂଖ୍ୟା Helium He 2 2 2 Neon Ne 10 2, 8 8 Argon Ar 18 2, 8,8 8 Krypton Kr 36 2, 8, 18, 8 8 Xenon Xe 54 2, 8, 18, 18, 8 8 Radon Ra 86 2, 8, 18, 32, 18, 8 8 ଏଥିରୁ ଜଣାଗଲା ଯେ ପରମାଣୁର ବାହ୍ୟତମ କକ୍ଷରେ 8 ଟି ଇଲେକ୍ଟ୍ରନ ଥିଲେ ସେମାନେ ସ୍ଥିର ଏବଂ କୌଣସି ଯୌଗିକ ଗଠନ କରନ୍ତି ନାହିଁ । ପୁନଶ୍ଚ ଯେଉଁ ମୌଳିକମାନଙ୍କର ବହିଃସ୍ଥ କକ୍ଷରେ ୮ଟି ଇଲେକ୍ଟ୍ରନ ନାହିଁ ସେମାନେ ରାସାୟନିକ ପ୍ରତିକ୍ରିୟା ପ୍ରଦର୍ଶନ କରନ୍ତି ଯଥା – (Na, H, Cl) ଯେଉଁ ମୋଇଲିକମାନଙ୍କର ବହିଃସ୍ଥ କକ୍ଷରେ ୮ଟି ଇଲେକ୍ଟ୍ରନ ରହିଲା । ସେମାନେ ସ୍ଥିର ମାତ୍ର ୨ଟି ଇଲେକ୍ଟ୍ରନ ହିଲିୟମର ବହିଃସ୍ଥ କକ୍ଷରେ ରହିଲେ ବି ସେ ସ୍ଥିର । ପରମାଣୁ ବହିଃସ୍ଥ କକ୍ଷରେ ୮ଟି ଇଲେକ୍ଟ୍ରନ ଧାରଣ କରିବାର ପ୍ରୟାସକୁ ମୌଳିକମାନଙ୍କର “ଅଷ୍ଟକ ସୂତ୍ର” କହନ୍ତି । ଅଷ୍ଟକ ସୂତ୍ର ରାସାୟନିକ ଯୌଗିକମାନଙ୍କର ବନ୍ଧ ଗଠନ ପ୍ରକ୍ରିୟାକୁ ବୁଝାଏ । ପରମାଣୁଗୁଡିକ ପରସ୍ପରକୁ ଆକର୍ଷିତ କରି ରାସାୟନିକ ବନ୍ଧ ପ୍ରକ୍ରିୟାରେ ଯୌଗିକ ଗଠନ କରନ୍ତି । ରାସାୟନିକ ବନ୍ଧ ଗଠନପରେ କମିଠାଏ । ମୂଳ ପଦାର୍ଥମାନଙ୍କର ସାମୂହିକ ଶକ୍ତିଠାରୁ ଯୌଗିକ ପଦାର୍ଥର ମୋଟ ଶକ୍ତି କମିଥାଏ ଫଳରେ ଯୌଗିକଟି ଅଧିକ ସ୍ଥିର ହୁଏ । ଏହି ଅଧ୍ୟାୟରେ ଆମେ ବିଭିନ୍ନ ପଦାର୍ଥରେ କିପରି ଗଠନ ହେଉଛି ସେ ବିଷୟରେ ଆଲୋଚନା କରିବା । ଆମେ ଆୟନିକ ବନ୍ଧ ଓ ସହସଂଯୋଜ୍ୟ ବନ୍ଧ କିପରି ଗଠନ ହେଉଛି ସେ ବିଷୟରେ ଆଲୋଚନା କରିବା । ଆମେ ଆୟନିକ ବନ୍ଧ ଓ ସହସଂଯୋଜ୍ୟ ବନ୍ଧ ସମ୍ବନ୍ଧରେ ଆଲୋଚନା କରିବା । ବର୍ତ୍ତମାନ ଆମେ କେତେ ବୁଝିଲେ ତାହା ଜାଣିବା । ଆୟନିକ ବନ୍ଧନ ଗୋଟିଏ ଧାତବୀୟ ପରମାଣୁରୁ ଅନ୍ୟ ଏକ ଅଧାତବ ପରମାଣୁକୁ ଇଲେକ୍ଟ୍ରନ ଦାନ ବା ଗ୍ରହଣ ଫଳରେ ଯେଉଁ ରାସାୟନିକ ବନ୍ଧ ଉପୁଜେ ତାକୁ ଆୟନିକ ବନ୍ଧ ବା ବିଦ୍ୟୁତ ସଂଯୋଜ୍ୟ ବନ୍ଧ କୁହାଯାଏ । ଉଦାହରଣ :- ସୋଡିୟମ ଧାତୁ ଏବଂ କ୍ଲୋରିନ ଗ୍ୟାସ ପାଖାପାଖି ହେଲେ ପ୍ରବଳ ବେଗରେ ପ୍ରତିକ୍ରିୟା କରନ୍ତି ଏବଂ ଲୁଣ (NaCl) ଗଠନ କରନ୍ତି । ଏହି ପ୍ରତିକ୍ରିୟା ନିମ୍ନରେ ପ୍ରଦତ୍ତ କରାଗଲା – 2Na(s) + (g) à 2NaCl (s) ସୋଡିୟମ କ୍ଲୋରାଇଡ କିପରି ଗଠନ ହେଲା ଆସ ଆମେ ବୁଝିବା – ସୋଡିୟମ (Na) ର ପରମାଣୁକ୍ରମାଙ୍କ ୧୧ ଏବଂ ଏହାର ଇଲେକ୍ଟ୍ରୋନିକ ସଂରଚନା ୨, ୮, ୧ । ଏହାର ବହିଃସ୍ଥ କକ୍ଷରେ ଗୋଟିଏ ଇଲେକ୍ଟ୍ରନ ଅଛି । ଯଦି Na ଗୋଟିଏ ଇଲେକ୍ଟ୍ରନ ହରାଏ ଏହା ଯୁକ୍ତାତ୍ମକ ଆୟନରେ ପରିଣତ ହୁଏ । ଏହି ଯୁକ୍ତ ଚାର୍ଜ କଣିକାକୁ ଆମେ କହିବା ସୋଡିୟମ କାଟାୟନ ବା । ସୋଡିୟମ କାଟାୟନ () ର ୧୧ଟି ପ୍ରୋଟନ ଏବଂ ୧୦ଟି ଇଲେକ୍ଟ୍ରନ ଅଛି । ଏହାର ବହିଃସ୍ଥ କକ୍ଷରେ ୮ଟି ଇଲେକ୍ଟ୍ରନ ଅଛି । ସୋଡିୟମ ପରମାଣୁ ଗୋଟିଏ ଇଲେକ୍ଟ୍ରନ ପ୍ରଦାନ କରି ନିଷ୍କ୍ରିୟ ଗ୍ୟାସର ଇଲେକ୍ଟ୍ରନ ସଂରଚନା ସଙ୍ଗେ ସମାନ ହୋଇଛି । ଇଲେକ୍ଟ୍ରନ ହରାଇବା ଅର୍ଥ ଆୟନ ସୃଷ୍ଟି କରିବା, ଏହି ପ୍ରକ୍ରିୟାକୁ ଆୟନାଇଜେସନ କହନ୍ତି । ଅଷ୍ଟକ ସୂତ୍ର ଅନୁସାରେ ସୋଡିୟମ ପରମାଣୁ ଆୟନର ଗୁଣ ଧାରଣ କରେ । ସୋଡିୟମ ପରମାଣୁରୁ ସୋଡିୟମ ଆୟନ ହେବାପାଇଁ ୪୬୯ KJ/ ଶକ୍ତିର ଆବଶ୍ୟକତା ରହିଛି । ବର୍ତ୍ତମାନ କ୍ଲୋରିନ ପରମାଣୁର କ୍ରମାଙ୍କ ୧୭ ଯାହାର ଇଲେକ୍ଟ୍ରୋନିକ ସଂରଚନା ୨, ୮, ୭ ଗୋଟିଏ ଇଲେକ୍ଟ୍ରନ ସୋଡିୟମ (୨, ୮, ୧) ରୁ ଗ୍ରହଣ କରିଥାଏ । ଉଭୟ ଓ ଆୟନ ଦ୍ୱୟ ଆୟନିକ ବନ୍ଧ ଗଠନ ପ୍ରକ୍ରିୟାରେ NaCl ଗଠନ କରନ୍ତି । କ୍ଲୋରିନ ପରମାଣୁରୁ ଗୋଟିଏ ଇଲେକ୍ଟ୍ରନ ଗ୍ରହଣ କରି, ବିଯୁକ୍ତାତ୍ମକ ଚାର୍ଜ ରେ ପରିଣତ ହୁଏ । ଏହି ଭଳି (-Ve) ଚାର୍ଜଯୁକ୍ତ ଆୟନରେ ପରିଣତ ହୁଏ । ବିଯୁକ୍ତାତ୍ମକ ଚାର୍ଜଯୁକ୍ତ କଣିକାକୁ ଏନାୟନ କହନ୍ତି । ବର୍ତ୍ତମାନ କ୍ଲୋରିନ ତା ବହିଃସ୍ଥ କକ୍ଷରେ ୮ଟି ଇଲେକ୍ଟ୍ରନ ଗ୍ରହଣ କରି ଅଷ୍ଟକ ସୂତ୍ର ଅନୁଯାୟୀ ନିଷ୍କ୍ରିୟ ରୂପ ଗ୍ରହଣ କରନ୍ତି । କ୍ଲୋରିନ () ଆୟନ ସୃଷ୍ଟି କରିବା ପାଇଁ ୩୪୯ କି.ଜୁ/ମୋଲ ଶକ୍ତିର ଆବଶ୍ୟକ ରହିଛି । ଓ ଉଭୟ ବିପରୀତ ଚାର୍ଜ ଯୁକ୍ତ କଣିକା ଫଳରେ ସେମାନେ ପରସ୍ପର କୁଳମୀୟ ବଳ ବା ସ୍ଥିର ବୈଦ୍ୟୁତିକ ବଳ ଦ୍ଵାରା ଆକର୍ଷିତ । ଏହି ବୈଦ୍ୟୁତିକ ବଳ ଯିଏ କି କାତାୟନ ଆନାୟନକୁ ଆକର୍ଷିତ କରେ ଏବଂ ପରସ୍ପରକୁ ଏକତ୍ରିତ କରେ ତାକୁ ବିଦ୍ୟୁତ ସଂଯୋଜ୍ୟ ବନ୍ଧ ବା ଆୟନିକ ବନ୍ଧ କହନ୍ତି । ଏହାର ପ୍ରକ୍ରିୟା ପ୍ରଦର୍ଶିତ ହେଲେ । (g) + (g) à ବା NaCl (s) ଏଠାରେ ଟିପି ରଖନ୍ତୁ ଯେ ପରମାଣୁ ବହିଃସ୍ଥ କକ୍ଷର ଇଲେକ୍ଟ୍ରନକୁ ଦର୍ଶାଯାଇଛି । ଏହି ଗଠନକୁ ଲୁଇସଙ୍କ ଅଣୁ ସଂରଚନା କୁହାଯାଏ । ଯଦି ଆମେ ତୁଳନା କରିବା ସୋଡିୟମ ଆୟନ () ଓ କ୍ଲୋରିନ ଆୟନ () ଗଠନ ପ୍ରକ୍ରିୟାରେ ମୋଟ ଅଭାବ ଶକ୍ତିର ପରିମାଣ ୧୪୭ କି.ଜୁ/ମୋଲ ସୋଡିୟମ କ୍ଳୋରାଇଡକୁ ଆମେ ସ୍ଫଟିକ ରୂପରେ ପାଇଥାଉ କାରଣ ସ୍ଫଟିକ ଗଠନ ବେଳେ ଓ ଶକ୍ତି ବିତରଣ କରନ୍ତି । ଅଭାବ ଶକ୍ତିର ପୂରଣ ଏହି ପ୍ରକ୍ରିୟାରେ ଭରଣ ହୁଏ । NaCl ଗଠନବେଳେ ଆମେ ଦେଖିପାରିବାଯେ ର ଚାରିପାଖରେ 6ଟି କ୍ଲୋରିନ ଆୟନ () ଅଛି ଏବଂ ପ୍ରତ୍ୟକ ଆୟନର ଚାରିପାଖରେ 6ଟି ଅଛି । ତେଣୁ ଓ ର ଆକର୍ଷଣ ସବୁଦିଗକୁ ସମାନ ରହେ । କୌଣସି ନିର୍ଦ୍ଧିଷ୍ଟ କୌଣସି ନିର୍ଦ୍ଧିଷ୍ଟ ଆୟନକୁ ଆକର୍ଷଣ କରେନାହିଁ । ତେଣୁ ଏକ ନିର୍ଦ୍ଧିଷ୍ଟ ପ୍ରଜାତିର NaCl ନାହିଁ । ତେଣୁ NaCl କୁ ପରୀକ୍ଷା ସିଦ୍ଧ ସୂତ୍ର କୁହାଯାଏ । ପୁନଶ୍ଚ କୌଣସି ଗୋଟିଏ ପାଇଁ ଏକ ନିର୍ଦ୍ଧିଷ୍ଟ ନାହିଁ । ସେହିପରି ଆମେ ବୁଝାଇ ପାରିବା ଲିଥିୟମ ଓ ପଟାସିୟମ କିପରି କାଟାୟନ ସୃଷ୍ଟି କରିପାରିବେ ଏବଂ କ୍ଲୋରିନ ଅକ୍ସିଜେନ ଓ ଗନ୍ଧକ ଏନାୟନ ସୃଷ୍ଟି କରିପାରିବେ । ଆସନ୍ତୁ ଆମେ ବୁଝିବା ଅନ୍ୟ ଏକ ଆୟନିକ ଯୌଗିକ ମ୍ୟାଗ୍ନେସିୟମ କ୍ଲୋରାଇଡ କିପରି ପ୍ରସ୍ତୁତ ହେଉଛି । Mgର ପରମାଣୁ କ୍ରମାଙ୍କ ୧୨ । ତେଣୁ ଏହାର ପ୍ରୋଟନ ସଂଖ୍ୟା ୧୨ ଏବଂ ଇଲେକ୍ଟ୍ରନ ସଂଖ୍ୟା ୧୨ । ଏମାନଙ୍କର ଇଲେକ୍ଟ୍ରୋନିକ ସଂରଚନା ୨, ୮, ୨ ଆସନ୍ତୁ ଆଲୋଚନା କରିବା ମ୍ୟାଗ୍ନେସିୟନ ଆୟନ କିପରି ମ୍ୟାଗ୍ନେସିୟମ ପରମାଣୁରୁ ଉତ୍ପନ୍ନ ହେଉଛି । ଆମେ ଜାଣିଛେ ଯେ Mg ର ବହିସ୍ଥ କକ୍ଷରେ ୨ଟି ଇଲେକ୍ଟ୍ରନ ଅଛି । ଯଦି Mg ପରମାଣୁ ୨ଟି ଇଲେକ୍ଟ୍ରନ ଦାନ କରେ ତେବେ ସେ ୨, ୮ ର ରୂପ ଗ୍ରହଣ କରିବ । ଏହା ସୂଚୀତ କରେ Mg à + 2 ମ୍ୟାଗ୍ନେସିୟମ ଆୟନ () ର ୧୦ଟି ଇଲେକ୍ଟ୍ରନ ଅଛି । ଏହାକୁ ଆକାରର ସୁଚାଯାଏ । ମ୍ୟାଗ୍ନେସିୟମ ହରାଇଥିବା ଦୁଇଟି ଇଲେକ୍ଟ୍ରନକୁ ୨ଟି କ୍ଲୋରିନ ପରମାଣୁରୁ ଗ୍ରହଣ କରି ୨ ଗୁଣ ଗ୍ରହଣ କରନ୍ତି । ଯଥା 2[Cl (g) + à Cl(g)] ଗୋଟିଏ ମ୍ୟାଗ୍ନେସିୟମ ଆୟନୋ ଦୁଇଟି କ୍ଲୋରାଇଡ ଆୟନ ଏକତ୍ର ମିଶି Mg ବା ମ୍ୟାଗ୍ନେସିୟମ କ୍ଲୋରାଇଡ ଗଠନ କରନ୍ତି ଆସନ୍ତୁ ବର୍ତ୍ତମାନ ଆଲୋଚନା କରିବା ମ୍ୟାଗ୍ନେସିୟମ ଆୟନ ଓ ଅକ୍ସାଇଡ ଆୟନ ମିଶିଲେ କ’ଣ ହୁଏ । ଅମ୍ଳଜାନ ପ ପରମାଣୁ କ୍ରମାଙ୍କ ୮ ତେଣୁ ଏହାର ଇଲେକ୍ଟ୍ରନ ସଂଖ୍ୟା ୮ । ଅମ୍ଳଜାନର ଇଲେକ୍ଟ୍ରୋନିକ ସଂରଚନା ୨,୬ । ଯଦି ଅମ୍ଳଜାନ ପରମାଣୁ ୨ଟି ଇଲେକ୍ଟ୍ରନ ଗ୍ରହଣ କରେ ସେ ଏକ ସ୍ଥିର ଇଲେକ୍ଟ୍ରୋନିକ ସଂରଚନା (୨, ୮ ) ର ରୂପ ନେବ । ମ୍ୟାଗ୍ନେସିୟମ ଆୟନ ୨ଟି ଇଲେକ୍ଟ୍ରନ ହରାଇ ଏବଂ ଅମ୍ଳଜାନ ୨ଟି ଇଲେକ୍ଟ୍ରନ ଗ୍ରହଣ କରି ମ୍ୟାଗ୍ନେସିୟମ ଅକ୍ସାଇଡ ସୃଷ୍ଟି କରନ୍ତି । O+ à ଅମ୍ଳଜାନ ପରମାଣୁର ଇଲେକ୍ଟ୍ରନ ସଂଖ୍ୟା ଅପେକ୍ଷା ଅକ୍ସାଇଡ ଆୟନର ୨ଟି ଅଧିକ ଇଲେକ୍ଟ୍ରନ ଅଛି । ତେଣୁ ଏହାର ୨ଟି ବିଯୁକ୍ତାତ୍ମକ ଚାର୍ଜ ଅଛି । ଏହା ଆକାରରେ ସୂଚୀତ କରାଯାଇ ପାରେ । ମ୍ୟାଗ୍ନେସିୟମ ଆୟନ () ଓ ଅକ୍ସାଇଡ ଆୟନ ପରସ୍ପର ବୈଦ୍ୟୁତିକ ବଳର ଆକର୍ଷଣ ଦ୍ଵାରା ମ୍ୟାଗ୍ନେସିୟମ ଅକ୍ସାଇଡ ସୃଷ୍ଟି କରନ୍ତି । ଏହି ପରି ଭାବରେ ଦ୍ଵି – ଯୁକ୍ତାତ୍ମକ ଓ ଦ୍ଵିଗୁଣିତ () ପରସ୍ପର ବୈଦ୍ୟୁତିକ ବଳ ଦ୍ଵାରା ଏକତ୍ରିତ ହୋଇ Mgo ମ୍ୟାଗ୍ନେସିୟମ ଅକ୍ସାଇଡ ଗଠନ କରନ୍ତି । ସୋଡିୟମ କ୍ଲୋରାଇଡର ଅଣୁ ଗଠନ ପରି ମ୍ୟାଗ୍ନେସିୟମ ଅକ୍ସାଇଡର ଅଣୁ ଗଠନ ବେଳେ ଶକ୍ତିର ଉଣା ଘଟେ ଯାହାକି ମ୍ୟାଗ୍ନେସିୟମ ଅକ୍ସାଇଡକୁ ଅଧିକ ସ୍ଥିର ରଖେ । ପୁନଶ୍ଚ Mgo ର ଶକ୍ତି Mg ଓ O ର ବ୍ୟକ୍ତିଗତ ଶକ୍ତିଠାରୁ କମ୍ । ପୁନଶ୍ଚ ଯେ କୌଣସି ଯୌଗିକର ରାସାୟନିକ ବନ୍ଧ ଗଠନ ସମ୍ବନ୍ଧରେ ବର୍ଣ୍ଣନା କରାଯାଇ ପାରିବ । ଆୟନିକ ବନ୍ଧ ଯୁକ୍ତ ଯୌଗିକଗୁଡିକ ନିମ୍ନ ଧର୍ମ ପ୍ରଦର୍ଶନ କରନ୍ତି । ଆୟନିକ ବନ୍ଧ ଯୁକ୍ତ ପଦାର୍ଥର ଧର୍ମ : ଆୟନିକ ବନ୍ଧ ଥିବା ପଦାର୍ଥରେ ଥିବା ଆୟନଗୁଡିକ (କାଟାୟନ ଓ ଏନାୟନ) ବୈଦ୍ୟୁତିକ ବଳ ଦ୍ଵାରା ପରସ୍ପର ଆକର୍ଷିତ । ସେମାନଙ୍କର ଧର୍ମଗୁଡିକ ହେଲା :- ଭୌତିକ ଅବସ୍ଥା ଆୟନିକ ଅବସ୍ଥା ଆୟନିକ ଯୌଗିକଗୁଡିକ ସ୍ଫଟିକ ଅଟନ୍ତି । ଏହି ସ୍ଫଟିକରେ ଆୟନଗୁଡିକ ନିୟମିତ ଭାବରେ ସଜ୍ଜୀକରଣ ହୋଇଥାନ୍ତି । ଆୟନିକ ଯୌଗିକଗୁଡିକ କଠିନ ଏବଂ ଭଙ୍ଗୁର । ଗଳନାଙ୍କ ସ୍ଫୁଟନାଙ୍କ ଆୟନିକ ଯୌଗିକଗୁଡିକ ଉଚ୍ଚ ଗଳନାଙ୍କ ଓ ଉଚ୍ଚ ସ୍ଫୁଟନାଙ୍କ ବିଶିଷ୍ଟ ଅଟନ୍ତି । ସୋଡିୟମ କ୍ଲୋରାଇଡର ଗଳନାଙ୍କ 1074K(C) ଏବଂ ଏହାର ସ୍ଫୁଟନାଙ୍କ 168K (C) ଆୟନିକ ଯୌଗିକ ମଧ୍ୟରେ ଥିବା କାଟାୟନ ଓ ଏନାୟନ ପରସ୍ପର ଅତ୍ୟଧିକ ଆକର୍ଷିତ ଥିବା ଯୋଗୁଁ ଉଚ୍ଚ ଗଳନାଙ୍କ ଓ ଉଚ୍ଚ ସ୍ଫୁଟନାଙ୍କ ଗୁଣ ପ୍ରଦର୍ଶିତ ହୁଏ । ଏହି ଆକର୍ଷିତ ବଳକୁ ଛିନ୍ନ କରିବା ପାଇଁ ଅତ୍ୟଧିକ ତାପ ଶକ୍ତିର ଆବଶ୍ୟକ । ତାପଶକ୍ତି ଆୟନ-ଆୟନ ମଧ୍ୟରେ ଥିବା ଆକର୍ଷଣକୁ ଛିନ୍ନ କରିଥାଏ । ମନେରଖ କାଟାୟନ ଓ ଏନାୟନ ତ୍ରିବିମୀୟ ଭାବରେ ନିୟମିତ ସଜ୍ଜିତ ହୋଇ ରହିଥାନ୍ତି ତେଣୁ ଏହାକୁ ମଧ୍ୟ “ସ୍ଫଟିକ ଜାଲି” କହନ୍ତି । ତାପ ପ୍ରୟୋଗ କଲେ ସ୍ଫଟିକ ଜାଲି ଛିନ୍ନ ହୁଏ ତାହା ତରଳ ଅବସ୍ଥାକୁ ଆସେ । ଏବଂ କାଟାୟନ ଓ ଏନାୟନଗୁଡିକ ମୁକ୍ତଭାବରେ ବୁଲନ୍ତି । ବିଦ୍ୟୁତ ପରିବାହିତା : ଆୟନିକ ପଦାର୍ଥ ତରଳ ଅବସ୍ଥାରେ ବା ଜଳମିଶ୍ରିତ ଅବସ୍ଥାରେ ବିଦ୍ୟୁତଶକ୍ତି ଗ୍ରହଣ କରେ । ତରଳ ଅବସ୍ଥାରେ ଆୟନଗୁଡିକ ମୁକ୍ତ ଥିବାରୁ ବିଦ୍ୟୁତ ଗୋଟିଏ ଅଗ୍ରରୁ ଅନ୍ୟ ଅଗ୍ରକୁ ଚାଲିଯାଏ । ତରଳ ଅବସ୍ଥାରେ ଆୟନଗୁଡିକ ବିଦ୍ୟୁତଶକ୍ତି ସ୍ଫଟିକ ଜାଲିରେ ପ୍ରବେଶ କରିପାରେନାହିଁ । ଆୟନିକ ପଦାର୍ଥର ଜଳୀୟ ଦ୍ରବଣରେ ଜଳ ଏକ ଦ୍ରାବକ ରୂପେ ବ୍ୟବହାର କରାଯାଏ । ଜଳୀୟ ଦ୍ରବଣରେ ଆୟନ-ଆୟନ ମଧ୍ୟରେ ଥିବା ଆକର୍ଷଣ ଦୁର୍ବଳ ହୁଏ ଫଳରେ ଆୟନଗୁଡିକ ଗତିଶୀଳ ହୁଅନ୍ତି ଏବଂ ବିଦ୍ୟୁତ ପରିବହନ କରନ୍ତି । ତୁମପାଇଁ କାମ ୧ ଚାମଚ ଲୁଣ ୧୦୦ ମି.ଲି. ଜଳରେ ଦ୍ରବୀଭୂତ କରାଯାଉ । ଏହି ଦ୍ରବଣକୁ ଗୋଟିଏ ୨୦୦ ml ବିକରରେ ନେଇ ଦୁଇଟି ବିଦ୍ୟୁତ ଅଗ୍ର ନିଆଯାଉ । ଏହାକୁ ପରିପଥରେ 3v ବ୍ୟାଟେରୀ ଏବଂ ବଲ୍ବ ସହ ସଂଯୁକ୍ତ କରାଯାଉ । ପୂର୍ବରୁ କେବଳ ଜଳ ନେଇ ଏହି ପରୀକ୍ଷା କଲାବେଳେ ଦେଖିବା ବଲ୍ବଟି ଜଳିବ । ମାତ୍ର ଜଳ ବଦଳରେ NaCl ଦ୍ରବଣ ନେଲେ ବଲ୍ବର ଅବସ୍ଥା କ’ଣ ହେବ ? ପାର୍ଥକ୍ୟ ଅନୁଧ୍ୟାନ କର । ଏହାର ଉତ୍ତର ଆୟନିକ ବନ୍ଧ ଗଠନକୁ ନେଇ ବୁଝିପାରିବ । ଦ୍ରବଣୀୟତା : ସାଧାରଣତଃ ଆୟନିକ ପଦାର୍ଥ ଜଳରେ ଦ୍ରବଣୀୟ ମାତ୍ର ଜୈବିକ ଦ୍ରବଣ ଇଥର, ଆଲକହଲ ଓ କାର୍ବନଟେଟ୍ରା କ୍ଲୋରାଇଡରେ ଅଦ୍ରବଣୀୟ । ମାତ୍ର କେତେକ ଆୟନିକ ଯୌଗିକରେ କାଟାୟନ ଓ ଏନାୟନ ମଧ୍ୟରେ ଥିବା ଦୃଢ ଆକର୍ଷଣ ବଳ ଯୋଗୁଁ ସେମାନେ ଜଳରେ ଅଦ୍ରବଣୀୟ । ଯଥା ବେରିୟମ ସଲଫେଟ, ସିଲଭର କ୍ଲୋରାଇଡ ଏବଂ କାଲସିୟମ ଫ୍ଲୋରାଇଡ । ତୁମପାଇଁ କାମ ପ୍ରାୟ ୧୦ ଗ୍ରାମ ଲୁଣ ଓ ଦୁଇଟି ପରୀକ୍ଷା ନଳୀ ନିଆଯାଉ । ପ୍ରଥମ ପରୀକ୍ଷା ନଳୀରେ ୪gm ଲୁଣ ଓ ୧୦ ml ଜଳ ନିଆଯାଉ । ଅନ୍ୟ ଏକ ପରୀକ୍ଷା ନଳୀରେ ୪ଗ୍ରାମ ଲୁଣ ୧୦ml ଇଥାଇଲ ଆଲକୋହଲରେ ନିଆଯାଉ । ପରିକ୍ଷାନଳୀ ଦ୍ୱୟ ଜୋରରେ ହଲାଅ । କ’ଣ ଲକ୍ଷ୍ୟ କରୁଛ ? ସହସଂଯୋଜ୍ୟ ବନ୍ଧନ ଏହି ଅଧ୍ୟାୟରେ ଆମେ ସହ ସଂଯୋଜ୍ୟ ବନ୍ଧନ ଉପରେ ପଢିବା । ସହ ସଂଯୋଜ୍ୟ ବନ୍ଧନ ମଧ୍ୟ ଯୌଗିକ ଗଠନରେ ସହାୟକ ହୁଏ । ଏକ ପ୍ରକାର ପରମାଣୁ ଥିବା ଯୌଗିକ ଯଥା , , , ଏବଂ ଅଲଗା ପରମାଣୁଥିବା ଯୌଗିକ HCl, , ର ବନ୍ଧନଗଠନ ପ୍ରକ୍ରିୟା ଆମେ ଆଲୋଚନା କରିବା । ଆସ ଆମେ ଅଣୁଗଠନ ପ୍ରକ୍ରିୟା ଆଲୋଚନା କରିବା । ଉଦଜାନ ପରମାଣୁରେ ଗୋଟିଏ ଇଲେକ୍ଟ୍ରନ ଅଛି । ଅନ୍ୟ ଗୋଟିଏ ଉଦଜାନ ପରମାଣୁର ଗୋଟିଏ ଇଲେକ୍ଟ୍ରନ ସହ ବାନ୍ଧି ନିଷ୍କ୍ରିୟ ଗ୍ୟାସ ହିଲିୟମର ରୂପ ନେଇପାରିବ । ଯେତେବେଳେ ଦୁଇଟି ଉଦଜାନ ପରମାଣୁ ପରସ୍ପର ନିକଟବର୍ତ୍ତୀ ହୁଅନ୍ତି, ଆକର୍ଷଣ ବଳ ଯୋଗୁଁ ସେମାନଙ୍କର ସ୍ଥିତିଜ ଶକ୍ତି କମ ହୁଏ । ସ୍ଥିତିଜ ଶକ୍ତି ଏକ ନିର୍ଦ୍ଧିଷ୍ଟ ପରିମାଣରେ ବା ସର୍ବନିମ୍ନସ୍ତରରେ ପହଞ୍ଚେ ଯେତେବେଳେ ସେମାନେ ପରସ୍ପର ଏକ ନିର୍ଦ୍ଧିଷ୍ଟ ଦୂରତାରେ ପହଞ୍ଚନ୍ତି । ପୁନଶ୍ଚ ଯଦି ଦୁଇ ଉଦଜାନ ପରମାଣୁର ଦୂରତା କମିଯାଏ, ବିକର୍ଷଣ ଗୁଣ ଯୋଗୁଁ ସ୍ଥିତିଜ ଶକ୍ତି ବୃଦ୍ଧିପାଏ, ଯେତେବେଳେ ପରମାଣୁ-ପରମାଣୁ ମଧ୍ୟରେ ଆକର୍ଷଣ ଓ ବିକର୍ଷଣ ବଳ ସମାନ ରହେ ଏବଂ ସ୍ଥିତିଜ ଶକ୍ତି ସର୍ବନିମ୍ନ ହୁଏ ସେତେବେଳେ ସହସଂଯୋଜ୍ୟ ବନ୍ଧ ଗଠନ ହୁଏ । ଶକ୍ତିର ହ୍ରାସ ଯୋଗୁଁ ସହସଂଯୋଜ୍ୟ ବନ୍ଧ ଗଠନ ହୁଏ । H + H à H: Hà ଆମେ ଆଲୋଚନା କରିବା ଅଣୁ ଗଠନ ପ୍ରକ୍ରିୟା । କ୍ଲୋରିନ () ଅଣୁ ଦୁଇଟି କ୍ଲୋରିନ ପରମାଣୁକୁ ନେଇ ଗଠିତ । ଆଲୋଚନା କରନ୍ତୁ କିପରି ଭାବରେ ଗଠିତ ହେଉଛି । ଆମେ ଜାଣୁ କ୍ଲୋରିନର ଇଲେକ୍ଟ୍ରୋନିକ ସଂରଚନା ୨, ୮, ୭ । ପ୍ରତ୍ୟକ କ୍ଲୋରିନ ପରମାଣୁ ଦରକାର କରନ୍ତି ଗୋଟିଏ ଇଲେକ୍ଟ୍ରନ ବହିଃସ୍ଥ କକ୍ଷରେ ୮ଟି ଇଲେକ୍ଟ୍ରନ ପୂରଣ କରିବା ପାଇଁ । କ୍ଲୋରିନର ବହିଃସ୍ଥ କକ୍ଷରେ ୮ଟି ଇଲେକ୍ଟ୍ରନ ରହିବା ଦ୍ଵାରା ସେ ନିଷ୍କ୍ରିୟ ଗ୍ୟାସ ଇଲେକ୍ଟ୍ରୋନିକ ସଂରଚନା ସୃଷ୍ଟି କରିବ । ଗୋଟିଏ ଇଲେକ୍ଟ୍ରୋନ ସହ ଭାଜନ ଯୋଗୁଁ ଦୁଇଟି କ୍ଲୋରିନ ପରମାଣୁ ମଧ୍ୟରେ ଇଲେକ୍ଟ୍ରନ ସହଭାଜନ ଫଳରେ ସହସଂଯୋଜ୍ୟ ବନ୍ଧ ଗଠନ ହୁଏ । ଏହିପରି ଭାବରେ ପ୍ରତ୍ୟକ କ୍ଲୋରିନ ପରମାଣୁ ତା’ର ବହିଃସ୍ଥ କକ୍ଷରେ ୮ଟି ଇଲେକ୍ଟ୍ରନ ସୃଷ୍ଟିକରନ୍ତି । ସହଭାଗିତା ପ୍ରକ୍ରିୟାରେ କ୍ଲୋରିନ ପରମାଣୁ ଦ୍ୱୟ ବନ୍ଧ ଗଠନ କରନ୍ତି । ପରମାଣୁଗୁଡିକ ମଧ୍ୟରେ ଇଲେକ୍ଟ୍ରନ ସହଭାଜନ ଫଳରେ ଯେଉଁ ବନ୍ଧ ଗଠନ ହୁଏ, ତାକୁ ସହସଂଯୋଜ୍ୟ ବନ୍ଧ କୁହାଯାଏ ।ଏହି ଉପାୟରେ ଗୋଟିଏ ସହ ସହସଂଯୋଜ୍ୟ ବନ୍ଧ ଦୁଇଟି କ୍ଲୋରିନ ପରମାଣୁ ମଧ୍ୟରେ ଗଠିତ । କେତେକ କ୍ଷେତ୍ରରେ ବିନ୍ଦୁଗୁଡିକ ଦୂରେଇ ଦିଆଯାଏ ଏବଂ ନିମ୍ନୋକ୍ତ ଭାବରେ ଚିହ୍ନିତ କରାଯାଏ । ଏହିପରି ଭାବରେ ଆମେ ବୁଝିପାରିବା ଅକ୍ସିଜେନ () ଅଣୁ କିପରି ଅକ୍ସିଜେନ ପରମାଣୁକୁ ନେଇ ଗଠିତ । ଅକ୍ସିଜେନର ପରମାଣୁ କ୍ରମାଙ୍କ ୮ । ଏହାର ଇଲେକ୍ଟ୍ରୋନିକ ସଂରଚନା (2, 6) । ପ୍ରତ୍ୟକ ପରମାଣୁର ଦୁଇଟି ଲେଖାଏଁ କମ୍ ଇଲେକ୍ଟ୍ରନ ରହିଛି । ଅଷ୍ଟକ ସୂତ୍ର ପାଳନ ପାଇଁ । ଅମ୍ଳଜାନ ପରମାଣୁ ଦ୍ୱୟ ୨ଟି ଲେଖାଏଁ ଇଲେକ୍ଟ୍ରନ ସହଭାଜନ ଭିତ୍ତିରେ ପ୍ରଦାନ କରି ବହିଃସ୍ଥ କକ୍ଷରେ ୮ଟି ଇଲେକ୍ଟ୍ରନ ସୃଷ୍ଟିକରନ୍ତି । ଅକ୍ସିଜେନ ଅକ୍ସିଜେନ ପରମାଣୁ ମଧ୍ୟରେ ୪ଟି ଇଲେକ୍ଟ୍ରନ ସହଭାଜନ ହୋଇ ସହସଂଘଯୋଜ୍ୟ ବନ୍ଧ ଗଠନ ହୁଏ । ଦୁଇ ଯୋଡା ଇଲେକ୍ଟ୍ରନକୁ ଦୁଇଟି ବନ୍ଧ ମାଧ୍ୟମରେ ଦର୍ଶାଯାଇଛି । ଏହିପରି ଭାବରେ ଅକ୍ସିଜେନ ଅଣୁକୁ ଦର୍ଶାଯାଇଛି । ଅକ୍ସିଜେନ ପରମାଣୁର ବନ୍ଧଗଠନକୁ ସହସଂଘଯୋଜ୍ୟ ବନ୍ଧ ମାଧ୍ୟମରେ ଦର୍ଶାଯାଇଛି । ଯେଉଁ ବନ୍ଧଗୁଡିକ ୨ଟି ସହସଂଯୋଜ୍ୟ ବନ୍ଧ ଦ୍ଵାରା ଗଠିତ ତାକୁ ଦ୍ଵି-ବନ୍ଧ କୁହାଯାଏ । ଆସ ନାଇଟ୍ରୋଜେନ ଅଣୁ () ର ଗଠନରେ ୨ଟି ନାଇଟ୍ରୋଜେନ ପରମାଣୁ କିପରି ବନ୍ଧ ବାନ୍ଧି ଯୌଗିକ ଗଠନ କରନ୍ତି । ଯବକ୍ଷାରଜାନର ପରମାଣୁ କ୍ରମାଙ୍କ ୭ । ଏହାର ଅର୍ଥ ଯବକ୍ଷାରଜାନ ପରମାଣୁରେ ୭ଟି ପ୍ରୋଟନ ଓ ୭ଟି ଇଲେତ୍କ୍ରନ ଅଛି । ଯବକ୍ଷାରଜାନର ଇଲ୍କେଟ୍ରୋନିକ ସଂରଚନା ୨, ୫ ବହିଃସ୍ଥ କକ୍ଷରେ ୮ଟି ଇଲେକ୍ଟ୍ରନ ହେବା ପାଇଁ ଆଉ ୩ଟି ଇଲେକ୍ଟ୍ରନର ଆବଶ୍ୟକତା ଅଛି । ଗୋଟିଏ ଯବକ୍ଷାରଜାନ ପରମାଣୁର ୩ଟି ଇଲେକ୍ଟ୍ରନ ସହ ସଂଯୋଜ୍ୟ ବଡହ୍ନା ଗଠନ ପ୍ରକ୍ରିୟାରେ ଭାଗ ନିଏ ଅର୍ଥାତ ୨ଟି N ପରମାଣୁର ୬ଟି ଇଲେକ୍ଟ୍ରନ ବନ୍ଧ ଗଠନ ପ୍ରକ୍ରିୟାରେ ଭାଗନିଅନ୍ତି । ଏହିପ୍ରକାର ବନ୍ଧ ଯେଉଁଥିରେ ୩ଟି ସହ ସଂଯୋଜ୍ୟ ବନ୍ଧ ଥାଏ ତାକୁ ତ୍ରିବନ୍ଧ କୁହାଯାଏ । ବର୍ତ୍ତମାନ ସୁଦ୍ଧା ଆମେ ଏକ ପ୍ରକାର ପରମାନଉର ବନ୍ଧ ଗଠନ ଆଲୋଚନା କରିଛେ । ସହସଂଯୋଜ୍ୟ ବନ୍ଧ ଅଲଗା ଅଲଗା ପରମାଣୁର ବନ୍ଧ ଗଠନ ବେଳେ ବ୍ୟବହାର କରାଯାଇପାରେ । HCl ର ଉଦାହରଣ ନେଇ ଆମେ ଏହା ବୁଝିପାରିବା । : N= N: ଏକ ଉଦଜାନ ପରମାଣୁର ବହିଃସ୍ଥ କକ୍ଷରେ ଗୋଟିଏ ଇଲେକ୍ଟ୍ରନ ଅଛି ଏବଂ କ୍ଲୋରିନ ପରମାଣୁର ବହିଃସ୍ଥ କକ୍ଷରେ ୭ଟି ଇଲେକ୍ଟ୍ରନ ଅଛି । ପ୍ରତ୍ୟକ ପରମାଣୁର ବହିଃସ୍ଥ କକ୍ଷରେ ଗୋଟିଏ ଇଲେକ୍ଟ୍ରନ ଦରକାର କାରଣ ସେମାନେ ନିଷ୍କ୍ରିୟ ହେବାକୁ ପ୍ରୟାସ କରନ୍ତି । ଉଦଜାନ ବହିଃସ୍ଥ କକ୍ଷରେ ଆଉ ଗୋଟିଏ ଇଲେକ୍ଟ୍ରନ ପାଇଁ He ର ରୂପ ନେବ ଏବଂ କ୍ଲୋରିନ ପରମାଣୁର ବହିଃସ୍ଥ କକ୍ଷରେ ୮ଟି ଇଲେକ୍ଟ୍ରନ ହେବ । HCl ଅଣୁ ଗଠନ ହେବେ । ଉଭୟ ପରମାଣୁର ଗୋଟିଏ ଇଲେକ୍ଟ୍ରନ ସହଭାଜନ ଫଳରେ । ଏହିପରି ଭାବରେ ସହସଂଯୋଜ୍ୟ ଯୌଗିକରେ କିପରି ବନ୍ଧ ଗଠନ ହୁଏ ତାହା ଜାଣିପାରିବା । ସହସଂଯୋଜ୍ୟ ବନ୍ଧ ଥିବା ଯୌଗିକର ପ୍ରକୃତି ଜାଣିବାପରେ ଏମାନଙ୍କର ଧର୍ମ ସମ୍ବନ୍ଧରେ ଆଲୋଚନା କରିବା । ସହସଂଯୋଜକ ଯୌଗିକ ପଦାର୍ଥର ଧର୍ମ ସାଧାରଣତଃ ସହସଂଯୋଜ୍ୟ ପଦାର୍ଥଗୁଡିକ ବିଦ୍ୟୁତ ନିରପେକ୍ଷ । ପରମାଣୁ – ପରମାଣୁ ମଧ୍ୟରେ ଆକର୍ଷଣ ଆୟନିକ ବନ୍ଧତୁଳନାରେ କ୍ଷୀଣ । ତେଣୁ ସହସଂଯୋଜକ ପଦାର୍ଥ ଧର୍ମ ଆୟନିକ ପଦାର୍ଥର ଧର୍ମଠାରୁ ଫରକ । ସହସଂଘଯୋଜକ ପଦାର୍ଥର ଧର୍ମ ତଳେ ଉଲ୍ଲେଖ କରାଗଲା । ଭୌତିକ ଅବସ୍ଥା : ପରମାଣୁ-ପରମାଣୁ ମଧ୍ୟରେ ଥିବା ଦୁର୍ବଳ ଆକର୍ଷଣ ବଳ ଯୋଗୁଁ ଯୌଗିକ ତରଳ, ଗ୍ୟାସୀୟ ବା କଠିନ, ଯଥା - ଗ୍ୟାସ ଅଟନ୍ତି, O ଓ ତରଳ ମାତ୍ର, ଆୟୋଡିନର ଅଣୁ କଠିନ । ଗଳନାଙ୍କ ଓ ସ୍ଫୁଟନାଙ୍କ : ପରମାଣୁ : ପରମାଣୁ ମଧ୍ୟରେ ଆକର୍ଷଣ ବଳ କ୍ଷୀଣ ହେତୁ ଅଳ୍ପ ପରିମାଣର ତାପ ତାକୁ ତରଳେଇବା ବା ଫୁଟେଇବା ପାଇଁ ସକ୍ଷମ । ତେଣୁ ସହସଂଯୋଜ୍ୟ ପଦାର୍ଥର ଗଳନାଙ୍କ ଓ ସ୍ଫୁଟନାଙ୍କ ଆୟନିକ ଯୌଗିକ ତୁଳନାରେ କମ, ଏକ ଉଦାହରଣ ନିଆଯାଇପାରେ – ଗନ୍ଧକର୍ପୁରର ଗଳନାଙ୍କ 353K (C) । ସେହିପରି କାର୍ବନ ଟେଟ୍ରା କ୍ଲୋରାଇଡ () ର ସସ୍ଫୁଟନାଙ୍କ 350K (C) । ବିଦ୍ୟୁତ ପରିବାହିତା ସହସଂଘଯୋଜ୍ୟ ପଦାର୍ଥଗୁଡିକର ନିରପେକ୍ଷ ଯୌଗିକ ତେଣୁ ସେମାନଙ୍କର ଯୁକ୍ତ ବା ବିଯୁକ୍ତ ଚାରଜିତ ଆୟନ ନାହିଁ । ତେଣୁ ଏହି ଯୌଗିକଗୁଡିକ ବିଦ୍ୟୁତ ଶକ୍ତି ଗ୍ରହଣ କରେ ନାହିଁ । ସେମାନେ ମଧ୍ୟ ଦୁର୍ବଳ ବିଦ୍ୟୁତ ପରିବାହୀ । ଦ୍ରବଣୀୟତା ସହସଂଯୋଜକ ପଦାର୍ଥଗୁଡିକ ଜଳରେ ଦ୍ରବଣୀୟ ନୁହେଁ ମାତ୍ର ଆଲକହଲ, କ୍ଲୋରୋଫର୍ମ, ବେଞ୍ଜିନ, ଇଥର ଆଦି ଜୈବ ଦ୍ରାବକରେ ଦ୍ରବୀଭୂତ । ତୁମପାଇଁ କାମ ଗୋଟିଏ ପରୀକ୍ଷାନଳୀରେ 5ml ଇଥାଇଲ ଆଲକହଲ ନିଅ ।ଏଥିରେ କିଛି ଆୟୋଡିନର ସ୍ଫୁଟକ ଦ୍ରବୀଭୂତ କରାଯାଉ । ପରୀକ୍ଷାନଳୀକୁ ଏପଟ ସେପଟ କରାଯାଉ । ତୁମେ କ’ଣ ଦେଖିବ, ଇଥାଇଲ ଆଲକହଲ ରଙ୍ଗ ଧୂସର କଳା ହୋଇଯିବ । ତୁମର ପରୀକ୍ଷଣ ଲେଖ । ସମାନ ପରିମାଣର ଆୟୋଡିନକୁ ଜଳରେ ଦ୍ରବୀଭୂତ କରାଯାଉ । କ’ଣ ଲକ୍ଷ୍ୟ କଲ ? ସହସଂଯୋଜକ ପଦାର୍ଥର ଧର୍ମ ଓ ପ୍ରକୃତି ବୁଝିଲା ପରେ ଆମେ ଏହି ପ୍ରଶ୍ନର ଉତ୍ତର ସହଜରେ ଦେଇପାରିବା । ଆଧାର – ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା