ଗ୍ୟାସ୍ ଚୁଲା ଆଜିକାଲି ପ୍ରତ୍ୟେକ ଘରେ ରୋଷେଇ ପାଇଁ ଗ୍ୟାସ୍ ଚୁଲା ବ୍ୟବହାର କରାଯାଉଛି । କିନ୍ତୁ ସିଲିଣ୍ଡର୍ ର ରେଗୁଲେଟର ଯଥା ସମୟରେ ବନ୍ଦ ଅବହେଳା ବେଳେବେଳେ ଭୟଙ୍କର ଦୁର୍ଘଟଣାର ରୂପ ନେଇଥାଏ । ବ୍ୟବହାର ତେଣୁ ଏହାକୁ ବ୍ୟବହାର କରୁଥିବା ସମୟରେ କେତେକ ଦିଗ ପ୍ରତି ଦୃଷ୍ଟି ଦେବା ନିତ୍ୟନ୍ତ ଆବଶ୍ୟକ । ଜାଣନ୍ତୁ ସେ ସମ୍ପର୍କରେ ଗ୍ୟାସ୍ ଏଜେନ୍ସିରୁ ସିଲିଣ୍ଡର୍ ରଖିବା ପୂର୍ବରୁ ତା’ର ଏକ୍ସପାଏରୀ ଡେଟ୍ କୁ ଭଲ ଭାବରେ ଚେକ୍ କରି ନିଅନ୍ତୁ । କାରଣ ଡେଟ୍ ଏକ୍ସପାଏର ହୋଇଯାଇଥିବା ସିଲିଣ୍ଡର୍ ରେ ଶୀଘ୍ର ନିଆଁ ଧରିବାର ଆଶଙ୍କା ରହିଥାଏ । ସିଲିଣ୍ଡରରେ ଲାଗିଥିବା ପାଇପ ଏବଂ ରେଗୁଲେଟର ପୁରୁଣା ହୋଇଗଲେ ସେଥିରେ ଲିକେଜ୍ ସମସ୍ୟା ଦେଖାଦେଇଥାଏ । ତେଣୁ ସମୟ ସମୟରେ ପାଇପ୍ ଏବଂ ରେଗୁଲ୍ଟ୍ରକୁ ଚେକ୍ କରନ୍ତୁ । ଆବଶ୍ୟକସ୍ଥଳେ ତା’ କୁ ବଦଳାଇ ଦିଅନ୍ତୁ । ଗ୍ୟାସ୍ ସିଲିଣ୍ଡରକୁ ସବୁବେଳେ ସିଧା କରି ରଖନ୍ତୁ । ଏହାକୁ ଏପରି ସ୍ଥାନରେ ରଖନ୍ତୁ, ଯେପରି ଏହା ତଳେ ପଡିବାର ଆଶଙ୍କା ନଥିବ । ଏହା ବ୍ୟତୀତ ଗ୍ୟାସ୍ ଭର୍ତ୍ତି ଥିବା ସିଲିଣ୍ଡରକୁ ଘୋଷାଡ଼ିବା ମଧ୍ୟ ଠିକ୍ ନୁହେଁ । ଯଦି ସିଲିଣ୍ଡରକୁ କିଚେନ୍ ରେ ରଖିଛନ୍ତି, ତା’ ହେଲେ ସେଠାରେ ଭଲ ଭେଣ୍ଟିଲେଶନ୍ ର ସୁବିଧା କରାନ୍ତୁ । ଏହାଦ୍ବାରା ରୋଷେଇ କରୁଥିବା ସମୟରେ ନିଆଁ ଲାଗିବାର ଆଶଙ୍କା କମ୍ ରହିଥାଏ । ଶୀଘ୍ର ନିଆଁ ଲାଗୁଥିବା ଜିନିଷ ତଥା ପ୍ଲାଷ୍ଟିକ୍ କୁ ସିଲିଣ୍ଡର ପାଖରେ ରଖନ୍ତୁ ନାହିଁ । କେବଳ ଏତିକି ନୁହେଁ ଅନେକେ ଚୁଲା ଜଳାଇବା ଲାଗି ଲାଇଟର ପରିବର୍ତ୍ତେ ଦିଆସିଲି ବ୍ୟବହାର କରିଥାନ୍ତି ଏବଂ ତାହାକୁ ଚୁଲା ଉପରେ ହିଁ ରଖିଦେଇଥାନ୍ତି । ହେଲେ ଏପରି କରିବା ଦ୍ଵାରା ଅନେକ ସମୟରେ ଅଗ୍ନିକାଣ୍ଡ ଘଟୁଥିବାର ନଜୀର ରହିଛି । ତେଣୁ ଏଥିପ୍ରତି ସଚେତନ ରହିବା ଆବଶ୍ୟକ । ସାଧାରଣତଃ ଘରେ ଦୁଇଟି ସିଲିଣ୍ଡର ରହିଥାଏ । ଗୋଟିଏ ବ୍ୟବହାର ହେଉଥିବା ବେଳେ ଆଉ ଗୋଟିଏକୁ ଏକ୍ସଟ୍ରା ଭାବେ ରଖାଯାଇଥାଏ । ଏକ୍ସଟ୍ରା ଭାବେ ଥିବା ସିଲିଣ୍ଡରକୁ କୌଣଶୁ ଶୁଖିଲା ସ୍ଥାନରେ ରଖନ୍ତୁ । ଏପରିକି ସିଲିଣ୍ଡରକୁ ଖରା ପଡୁଥିବା କିମ୍ବା ଗରମ ସ୍ଥାନରେ ମଧ୍ୟ ରଖନ୍ତୁ ନାହିଁ । ଏସବୁ ବ୍ୟତୀତ ସିଲିଣ୍ଡର୍ ପ୍ରୟୋଗ କରୁ ନ ଥିବା ସମୟରେ ତା’ର ରେଗୁଲେଟର କୁ ବନ୍ଦ କରି ରଖନ୍ତୁ । ଏହାଦ୍ୱାରା ଗ୍ୟାସ୍ ଲିକ୍ ହେବାର ସମସ୍ୟା ସୃଷ୍ଟି ହୋଇ ନ ଥାଏ । ଆଧାର – ଦୈନିକ ଧରିତ୍ରୀ