ଗୋବର ଗ୍ୟାସ ପ୍ଳାଣ୍ଟ ଗୋବର ଗ୍ୟାସ ରେ ୫୫ – ୭୫ ପ୍ରତିଶତ ମିଥେନ୍ ସହିତ ଉଦ୍ଜାନ ଓ ଅଙ୍ଗାରକାମ୍ଳ ଗ୍ୟାସଥାଏ । ଏହି ଗ୍ୟାସ ବ୍ୟବହାର କରି ରୋଷେଇ କରାଯିବା ସହିତ ଆଲୁଅ ଓ ପଙ୍ଖା ବ୍ୟବହାର କରାଯାଇ ପାରିବ । କାର୍ଯ୍ୟାକାରିତା ଗୋଟିଏ ପାତ୍ରରେ ଗୋବର,ଘରୋଇ ଆବର୍ଜନା ଓ ପାଣିକୁ ମିଶାଯାଏ। ଏହି ମିଶ୍ରଣିକୁ ଏକ ପ୍ରବେଶ ନଳୀ ଦେଇ ବହନ ଟ୍ୟାଙ୍କକୁ ପଠାଯାଏ । ଏହି ଜୈବ ପଦାର୍ଥ ଅମ୍ଳଜାନ ଅନୁପସ୍ଥିରେ ପଚିଲେ ଏଥିରୁ ବାୟୋ ଗ୍ୟାସ ବାହାରେ । ଏହି ଗ୍ୟାସକୁ ନିର୍ଗମ ନଳୀ ଦେଇ ସଂଗ୍ରହ କରି ବ୍ୟବହାର କରାଯାଏ । ପଚିଥିବା ଜୈବ ପଦାର୍ଥ ହାଲୁକା ହୋଇ ଭାସେ ଏବଂ ଟ୍ୟାଙ୍କ ରୁ ନିର୍ଗମ ନଳୀ ଦେଇ ବାହାରକୁ ବାହାରିଯାଏ ଯାହାକୁ ଉତ୍କୃଷ୍ଟ ଖତ ରୂପେ ବ୍ୟବହାର କରାଯାଇଥାଏ । ପ୍ଳାଣ୍ଟର ଆକାର ପ୍ଳାଣ୍ଟର ଆକାର (ଘନ ମିଟର) ଦୈନିକ ଗୋବର ଚାହିଦା (କି.ଗ୍ରା ) ଗାଈଗୋରୁ ସଂଖ୍ୟା କେତେଜଣ ଲୋକଙ୍କ ପାଇଁ ରୋଷେଇ ହେବ କେ. ଭି.ଆଇ. ସି ମଡେଲ ଖର୍ଚ୍ଚ ଟଙ୍କା ୧ ୨୫ ୨ – ୩ ୩-୪ ୮୦୦୦ ୨ ୫୦ ୪ – ୫ ୫-୬ ୧୧୦୦୦ ୩ ୭୫ ୬ – ୭ ୮-୧୨ ୧୪୦୦୦ ୪ ୧୦୦ ୮ – ୯ ୧୨ -୧୬ ୧୬୫୦୦ ସ୍ଥାନ ନିରୂପଣ ଏକ ଖୋଲା, ଉଚ୍ଚ ଏବଂ ସୂର୍ଯ୍ୟାଲୋକ ପାଉଥିବା ସ୍ଥାନରେ ଗୋବର ଗ୍ୟାସ ପ୍ଳାଣ୍ଟ ସ୍ଥାପନ କରନ୍ତୁ । ଏହାରୋଷେଇ ଘର ଏବଂ ଗାଈ ଗୁହାଳର ନିକଟରେ ଥିବା ଭଲ । ଭୂମିର ଜଳ ପତନ ୨ ମିଟର ତଳେ ରହିବା ଆବଶ୍ୟକ । ପିଇବା ପାଣି ଯୋଗାଉଥିବା କୂଅଠାରୁ ୧୫ ମିଟର ଦୂରରେ ଗ୍ୟାସ ପ୍ଳାଣ୍ଟ ବସାଇବା ଭଲ । ରୋଷେଇ ସମୟରେ ଶକ୍ତି ସଂରକ୍ଷଣ - ଉନ୍ନତ ପ୍ରଣାଳୀରେ ରୋଷେଇ କଲେ ଶକ୍ତି ସଂରକ୍ଷଣ ହେବା ସହିତ ଖାଦ୍ୟ ଗୁଣ ସଂରକ୍ଷିତ ରହେ । ଉତ୍ତମ ପାତ୍ର ଗୋଳାକୃତି ପାତ୍ର ଚଟକା ପାତ୍ର ଅପେକ୍ଷା ଭଲ । କାରଣ ଗୋଲାକାର ପାତ୍ରରେ ତାପ ସଂଚାର ସବୁଆଡେ ଭଲଭାବରେ ହୋଇଥାଏ । ପାତ୍ରର ବ୍ୟାସ ଚୁଲି ମୁହଁ ବ୍ୟାସର ଦେହରୁ ୨ ଗୁଣ ହେବା ଆବଶ୍ୟକ । ପାତ୍ରର ତଳ ଅଂଶ ସଫାକରି ରୋଷେଇ କରିବା ଭଲ । ଶକ୍ତି ସଂରକ୍ଷଣ କୌଶଳ ଯଥା ସମ୍ଭବ କମ ପାଣିରେ ରୋଷେଇ କରନ୍ତୁ । ସର୍ବଦା ପାତ୍ରରେ ଢାଙ୍କୁଣୀ ଦେଇ ରୋଷେଇ କରନ୍ତୁ । ଡାଲି, ଚାଉଳ ଇତ୍ୟାଦି ରାନ୍ଧିବା ପୂର୍ବରୁ ଅଧଘଣ୍ଟା ପାଣିରେ ବତୁରାଇ ରାନ୍ଧନ୍ତୁ । ବୁଟ ଓ ମଟରକୁ ରାତିସାରା ପାଣିରେ ଭିଜାଇ ରାନ୍ଧନ୍ତୁ । ଚୂଳିରୁ ଜାଳ ଯେପରି ବାହାରି ନ ଯାଏ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ । ପାଣି ଜୋର ରେ ଫୁଟିଲେ ଜାଳ କମାଇ ଦିଆନ୍ତୁ । ରୋଷେଇ ସାରିଲେ ତୁରନ୍ତ ଜଳ କାଠ ବାହାରି କରି ପାଣିରେ ନିଆଁ ଲିଭାଇ ଦିଅନ୍ତୁ । ନଡାକୁ ଛୋଟ ଛୋଟ କାଟନ୍ତୁ ଓ ଅଧିକ ମାତ୍ରାରେ ଚୂଲିଜଳାନ୍ତୁ ନାହିଁ । ସର୍ବଦା ଶୁଖିଲା କାଠ ବ୍ୟବହାର କରନ୍ତୁ । ନଡାକୁ ଛନ୍ଦି ରଖନ୍ତୁ ଯେପରି ଏହା ମଧ୍ୟରେ ବି ବାୟୁ ପ୍ରବେଶ କରିପାରିବେ । ସେତେବେଳେ କାଠ ସହିତ ପତ୍ର, ନଡା ଇତ୍ୟାଦି ଜଳାଯାଏ , ପ୍ରଥମେ କାଠ ଜଳିବା ପରେ ପତ୍ର ଓ ନଡା କୁ ବ୍ୟବହାର କରନ୍ତୁ । ଯଦି ବାଧ୍ୟ ହୋଇ ଗୋବର ଜାଳୁଥାନ୍ତି ତେବେ ଲମ୍ବା ବାଡି ଉପରେ ଗୋବର ବୋଳି ଶୁଖାଇ ଜାଳନ୍ତୁ । ଆଧାର – ଶକ୍ତି ବିଭାଗ