ସାଟେଲାଇଟ୍ ପ୍ରସ୍ତୁତ ମହାକାଶ ବିଜ୍ଞାନ କ୍ଷେତ୍ରରେ ଚାଇନା ଆଉ ଏକ ସଫଳତା ହାସଲ କରିଛି । ନିକଟରେ ଚାଇନିଜ୍ ଏକାଡେମୀ ଅଫ ସାଇନ୍ସ (ସି.ଏ.ଏସ)ର ମହାକାଶ ବିଜ୍ଞାନୀମାନେ କ୍ଵାଣ୍ଟମ କମ୍ୟୁନିକେଶନ ସାଟେଲାଇଟ୍ ପ୍ରସ୍ତୁତ କରିଛନ୍ତି । କ୍ଵାଣ୍ଟମ କମ୍ୟୁନିକେଶନ ସାଟେଲାଇଟ୍ ସମ୍ବନ୍ଧରେ ମହାକାଶ ବିଜ୍ଞାନ ଗବେଷଣାରେ ଏଭଳି ଉଦ୍ୟମ ପ୍ରଥମଥର ପାଇଁ କରଯାଇଥିଲା ଏବଂ ସେଥିରେ ଚାଇନା ମହାକାଶ ବିଜ୍ଞାନୀମାନେ ସଫଳ ହୋଇଛନ୍ତି । ଏ ସମ୍ପର୍କରେ ଚାଇନାସ୍ଥିତ ୟୁନିଭର୍ସିଟି ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ଫ୍ରଫେସର ପାନ୍ ଜିୟାନୱି କହନ୍ତି, ‘ପ୍ରଥମଥର ପାଇଁ ଏଭଳି ଏକ ଉଦ୍ୟମ କରାଯାଇଥିଲା ଏବଂ ସେଥିରେ ଆମେ ସଫଳ ହୋଇଛୁ । ଏହାଦ୍ଵାରା କ୍ଵାଣ୍ଟମ୍ ଫୋଟନ୍ ସମ୍ପର୍କରେ ଅନେକ ତଥ୍ୟ ଜାଣିହେବ । ‘ ଏହି ସାଟେଲାଇଟ୍ କୁ ଚଳିତବର୍ଷ ଜୁନ୍ ରେ ମହାକାଶକୁ ପଠାଯାଇଛି । ଆଧାର – ଦୈନିକ ଧରିତ୍ରୀ