ଡୋମେଷ୍ଟିକ ଏଫିସିଏଣ୍ଟ ଲାଇଟିଂ

କେନ୍ଦ୍ର ସରକାରଙ୍କ ପକ୍ଷରୁ ପରିଚାଳିତ ଡୋମେଷ୍ଟିକ ଏଫିସିଏଣ୍ଟ ଲାଇଟିଂ ପ୍ରୋଗ୍ରାମ ଅଧୀନରେ ଏଲଇଡି ବଲବର ମୂଲ୍ୟ ୟୁନିଟ ପିଛା ଟ ୫୪.୯୦ ରୁ ୩୮ ଟଙ୍କାକୁ ଖସିଆସିଛି । ଏହା ଫଳରେ ଖୁଚୁରା ବଜାରରେ ଏହି ବଲବ ୧୫ ଟଙ୍କାରେ ଉପଲ୍ଲବ୍ଧ ହୋଇପାରିବ । ରାଜ୍ୟ ସରକାର ଗୁଡିକ ଦ୍ଵାରା ଲାଗୁ ହୋଇଥିବା ଟିକସ ପରେ ବିଭିନ୍ନ ବିଦ୍ୟୁତ ବଣ୍ଟନକାରୀ କମ୍ପାନୀ ବର୍ତ୍ତମାନ ଏଲଇଡି ବଲବ ଗ୍ରାହକଙ୍କୁ ୭୫ ରୁ ୧୦୦ ଟଙ୍କା ମୂଲ୍ୟରେ ପ୍ରଦାନ କରୁଛନ୍ତି । ଏନର୍ଜି ଏଫିସିଏନ୍ସ ସର୍ଭିସେସ ଲିମିଟେଡ ଦ୍ଵାରା ମଙ୍ଗଳବାର ୫ କୋଟି ୯ ୱାଟ ଏଲଇଡି ବଲବ ଯୋଗାଣ ଲାଗି ହୋଇଥିବା ନିଲାମ ଖୋଲାଯାଇଛି । ନିଲାମରେ ୟୁନିଟ ପିଛା ସର୍ବନିମ୍ନ ବିଡ ୩୮ ଟଙ୍କା ରଖିଥିଲା । ତେଣୁ ବଜାରରେ ଏହି ବଲବ ୟୁନିଟ ପିଛା ୧୫ ଟଙ୍କାରେ ଉପଲ୍ଲବ୍ଧ ହେବ । ମାର୍ଚ୍ଚରେ ହୋଇଥିବା ନିଲାମରେ ୟୁନିଟ ପିଛା ଏହାର ମୂଲ୍ୟ ଟ ୬୪.୪୧ ରୁ ୫୪.୯୦ କୁ ହ୍ରାସ ଘଟିଥିଲା । କମ୍ଫିଟିଟିଭି ବିଡିଂ ଜରିଆରେ ଅଧିକ ମାତ୍ରାରେ କ୍ରୟ କରି ସରକାର ଦେଶରେ ଏଲଇଡି ବଲବ ମୂଲ୍ୟ ୟୁନିଟ ପିଛା ୪୪ ଟଙ୍କାକୁ ହ୍ରାସ ଘଟାଇବେ ବୋଲି ଶକ୍ତି ମନ୍ତ୍ରୀ ପିୟୁଷ ଗୋୟଲ ଗତବର୍ଷ ସେପ୍ଟେମ୍ବରରେ କହିଥିଲେ ।

ଆଧାର – ସମାଜ