ଜାତୀୟ ରାଜଧାନୀ ଦିଲ୍ଲୀରେ ୩ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଥିବା ପ୍ରବାସୀ ଓଡ଼ିଆ ସମ୍ମିଳନୀ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଜଣାଯାଇଛି। ଓଡ଼ିଶାର ବିକାଶ ଓ ସ୍ୱାର୍ଥ ରକ୍ଷା ଉଦ୍ଦେଶ୍ୟରେ ସମର୍ପିତ ‘ଥିଙ୍କ୍ଟ୍ୟାଙ୍କ୍’ ସଙ୍ଗଠନ ଓଡ଼ିଶା ଫୋରମ ତରଫରୁ ଆୟୋଜନ କରାଯାଉଥିବା ଏହି ମହାସମାବେଶକୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆସନ୍ତା ଜାନୁୟାରୀ ୬ ତାରିଖ ସଂଧ୍ୟା ୫ଟା ବେଳେ ଉଦ୍ଘାଟନ କରିବେ।