ଋତୁ କଷ୍ଟ ଋତୁ ସମୟରେ ପୂର୍ବରୁ ବା ପରେ ତଳି ପେଟରେ କଷ୍ଟକୁ ଋତୁ କଷ୍ଟ କୁହାଯାଏ । ଏହି ରୋଗ ପ୍ରାୟତଃ ବହୁ ସ୍ତ୍ରୀଲୋକଙ୍କ ନିକଟରେ ଦେଖାଯାଏ । ଋତୁ ପୂର୍ବରୁ ବା ଋତୁ ସମୟରେ ଅତ୍ୟଧିକ କାଟିଲାପରି ତଳିପେଟରେ କଷ୍ଟ ହୁଏ । ଏପରିକ ରୋଗୀ କଷ୍ଟରେ ପେଟକୁ ଧରି ଗଡିଥାଏ । ଲକ୍ଷଣ ତଳିପେଟରେ ଋତୁ ସମୟରେ ବା ପୂର୍ବରୁ କର୍ତ୍ତନବତ୍ ଅତି ପୀଡା ହୁଏ । ରୋଗୀର ସମସ୍ତ ଶରୀରରେ ଯନ୍ତ୍ରଣା ହୁଏ । ଋତୁ ସମୟ ଶେଷରେ ବାତ ଗତୁ ହୋଇଗଲେ ଉକ୍ତ ଯନ୍ତ୍ରଣା ଉପଶମ ହୋଇଥାଏ । ବେଦନା ସମୟରେ ରୋଗୀ ନିଜର ସ୍ଥିତି ମଧ୍ୟ ସମୟସମୟରେ ଭୁଲିଯାଏ । ଉକ୍ତ ସମୟରେ ରୋଗୀ ଛିଡିଛିଡା ମଧ୍ୟ ହୋଇଥାଏ । କାରଣ ଏହାର କାରଣ ସେପରି ପ୍ରାୟତଃ କିଛି ନାହିଁ । ଏହା ଶରୀରକୁ ନେଇ ହୋଇଥାଏ । କେତେକଙ୍କର ହୁଏ କେତେକଙ୍କର ହୁଏ ନାହିଁ ମଧ୍ୟ । ଏହା ଜନ୍ମଗତ କାରଣରୁ ଅର୍ଥାତ୍ ମା’ର ଥିଲେ ଝିଅର ମଧ୍ୟ କେତେକାଂଶରେ ହୋଇଥାଏ । କେତେଙ୍କର ବିବାହ ପରେ ମଧ୍ୟ ଏହା କମିଯାଇଥାଏ । ତୁଟୁକା ଚିକିତ୍ସା ଜବାଫୁଲ ଶୋଧିତ ହିଙ୍ଗୁ ଓ ସୁଣ୍ଠି ସମଭାଗ ନେଇ ମିଶାଇ ୨୫୦ ମି.ଗ୍ରାର ବଟିକା କରିବ ଓ ତାକୁ ସକାଳ ସନ୍ଧ୍ୟାରେ ଖାଲି ପେଟରେ ଜଳ ସହ ପାନ କରିବ । ଜବାଫୁଲସହ ପୁରୁଣା ଆଖୁ ଗୁଡ ମିଶାଇ ସକାଳ ସନ୍ଧ୍ୟା ଖାଇବ । ଔଷଧ ରାଜପ୍ରବର୍ତ୍ତନୀ ବଟା ୧ଟି ଲେଖାଏଁ ବଟିକା ଉକ୍ଷମ ଜଳ ସହ ଦିନକୁ ୨ ଥର । ବୃହତ୍ ମେଥିମୋଦକ – ଆର୍ତ୍ତବସୁଦ୍ଧି କ୍ଵାର୍ଥ ସହ ଦିନକୁ ୨ ଥର ୫ ଗ୍ରାମ୍ ଲେଖାଏଁ । ଆସୋକାରିଷ୍ଟ – ୩ ଚାମଚ ଲେଖାଏଁ ଦିନକୁ ୨ ଥର । ଅନ୍ୟାନ୍ୟ ଔଷଧ – ଅଶୋକ, ଘୃତ, ଦଶମୁଲାରିଷ୍ଟ ଇତ୍ୟାଦି । ଆଧାର-ସରକାରୀ ଆୟୁର୍ବେଦ ଦିପାର୍ଟମେଣ୍ଟ