ଓଠର ଯତ୍ନ ମହିଳା ମାନେ ଲିପିସ୍ଟିକ ସୌନ୍ଦଯ୍ୟ ବୃଦ୍ଧି ପାଇଁ ବ୍ୟବହାର କରିଥାନ୍ତି । କିନ୍ତୁ ସର୍ଭେରୁ ଜଣା ପଡିଛି ୬୦% ଲିପିସ୍ଟିକ ବିଷାକ୍ତ, ଯାହାକି ଆପଣଙ୍କ ସ୍ମୃତିଶକ୍ତି ହ୍ରାସ କରିଥାଏ ।ତେଣୁ ଲିପିସ୍ଟିକ ବଦଳରେ ଆମେ କିଛି ପ୍ରାକୃତିକ ଉପାୟ ଅବଲମ୍ବନ କରିବା ଦରକାର। ଲାଲ ଓଠ ପାଇଁ ଘରୋଇ ଉପଚାର ଲାଲ ଓଠ ମୁହଁର ସୌନ୍ଦଯ୍ୟ ବୃଦ୍ଧି କରିଥାଏ । କିନ୍ତୁ ସବୁବେଳେ ଲିପିସ୍ଟିକ ବ୍ୟବହାର କରିବା ସ୍ୟାସ୍ଥ୍ୟ ପାଇଁ କ୍ଷତିକାରକ କାରଣ ଏଥିରେ ବହୁତ କେମିକାଲ ରହିଥାଏ । ତେଣୁ ଲାଲ ଓଠ ପାଇଁ କିଛି ଘରୋଇ ଉପଚାର ହେଉଛି ଶୋଇବା ପୂର୍ବରୁ ଓଠରେ କିଛି ଗୁଆ ଘିଅ ମାଲିସ କରି ଶୁଆନ୍ତୁ ଏବଂ ସକାଳେ ଓଠକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହା ଆପଣଙ୍କ ଓଠକୁ ନରମ ରଖିବ| ସବୁଦିନ ଗୁଆ ଘିଅ ମାରିଲେ ଧୀରେ ଧୀରେ ଆପଣଙ୍କ ଓଠ ଲାଲ ରହିବ । କିଛି ଲାଲ ଗୋଲାପ ଫୁଲର ପାଖୁଡାକୁ ଚିକଣ କରି ବାଟି ଦିଅନ୍ତୁ । ଏହାକୁ ମହୁ ସହ ମିଶାଇ ଓଠରେ ସବୁଦିନ ମାଲିସ କରନ୍ତୁ ।ଏହା କିଛି ଦିନ ମଧ୍ୟରେ ଆପଣଙ୍କ ଓଠକୁ ଲାଲ କରିଦେବ। ଗୋଟିଏ ଲେମ୍ବୁକୁ ଦୁଇ ଭାଗରେ କାଟନ୍ତୁ ଓ ସେଥିରୁ କିଛି ପରିମାଣରେ ରସ ବାହାର କରି କଟା ଲେମ୍ବୁକୁ ଓଠରେ ମାଲିସ କରନ୍ତୁ।ଏମିତି ଦିନକୁ ଦୁଇ ଥର କରିଲେ କିଛିଇ ଦିନ ଭିତରେ ଆପଣଙ୍କ ଓଠର କଳା ଦାଗ ଦୂର ହୋଇଥାଏ । କାକୁଡିକୁ ଛୋଟ ଖଣ୍ଡରେ କାଟି ଓଠରେ ମାଲିସ କଲେ ଓଠ ଲାଲ ହୋଇଥାଏ । ଓଠ ଫଟା ପାଇଁ ଘରୋଇ ଉପଚାର ଶୀତଦିନେ ଓଠ ଫାଟିବା ଏକ ସାଧାରଣ ଘଟଣା କିନ୍ତୁ କିଛି ଲୋକଙ୍କର ସବୁଦିନେ ଓଠ ଫଟିଥାଏ। ଓଠଫଟା ପାଇଁ କିଛି ଘରୋଇ ଉପଚାର ହେଲା : କିଛି ପରିମାଣରେ ଜଡ଼ା ତେଲକୁ ଭେସଲିନ ସହିତ ମିଶାଇ ଓଠରେ ମାଲିସ କରନ୍ତୁ ।ଏପରି ଦିନକୁ ୨-୩ ଥର କରିବା ଦ୍ଵାରା ଏହା ଆପଣଙ୍କର ଓଠ ଫଟା ଦୂର କରିବା ସହ ଓଠର କଳାଅଂଶ ଦୂର କରିଥଏ । ଘିକୁଆଁରୀ ରସକୁ ଓଠରେ ମାଲିସ କଲେ ଓଠ ଫାଟିବା ବନ୍ଦ ହୋଇଥାଏ । କ୍ଷୀରକୁ ଗରମ କରି ହାଲକା ଗରମ କ୍ଷୀରସରକୁ ଓଠରେ ରଖନ୍ତୁ ।ତାପରେ କିଛି ତୁଳା ଖଣ୍ଡକୁ ଗରମ ପାଣିରେ ବୁଡାଇ ରଖନ୍ତୁ ।୧୦-୧୫ ମିନଟ ପରେ କ୍ଷୀର ସରକୁ ବାହାର କରି ସେହି ତୁଳା ପାଣିରୁ ବାହାର କରି ଓଠ କୁ ସଫା କରନ୍ତୁ । ୧ ଚାମଚ ଚିନିକୁ କିଛି ମହୁ ସହ ମିଶାଇ ଓଠ ରେ ଲଗାନ୍ତୁ ।୧୦-୧୫ ମିନଟ ପରେ ହାଲକା ଗରମ ପାଣିରେ ଓଠକୁ ଧୋଇ ଦିଅନ୍ତୁ । ଆଧାର: ଆୟୁର୍ବେଦ ସେବା ସଦନ