ଗାଜର ଭାରତରେ ଅଧିକାଂଶ ଲୋକ ଗାଜର ଖାଇବାକୁ ପସନ୍ଦ କରିଥାନ୍ତି । ଗାଜର ଏମିତି ଏକ ପରିବା ଯାହାକୁପ୍ରତି ଖାଦ୍ୟରେ ସାମିଲ କରାଯାଇପାରିବ । ଏହାକୁ ତରକାରୀ ସହ ସାଲାଡ, ଜୁସ ଓ ସୁପରେ ମଧ୍ୟ ବ୍ୟବହାର କରାଯାଏ । ଏଥିପାଇଁ ଗାଜର ଅଧିକାଂଶ ଭାରତୀୟଙ୍କ ପ୍ରଥମ ପସନ୍ଦ । କେବଳ ଗାଜର ଖାଇବାକୁ ସ୍ୱାଦିଷ୍ଟ ତାହା ନୁହେଁ ବରଂ ଏହା ଭିତରେ ଭରି ରହିଛିି ବିଭିନ୍ନ ଔଷଧୀୟ ଗୁଣ । ଆୟୁବେଦ ଚିକିତ୍ସାରେ ଗାଜରକୁ ବିଭିନ୍ନ ରୋଗର ଔଷଧ ଭାବେ ବର୍ଣ୍ଣନା କରାଯାଇଛି । ଏଥିରେ ପ୍ରବଳ ମାତ୍ରାରେ ପୋଟାସିୟମ, ଭିଟାମିନ-ଏ, ଭିଟାମିନ-ଇ ଭଳି ପୋଷକ ତତ୍ତ୍ୱ ପ୍ରବଳ ମାତ୍ରାରେ ଭରି ରହିଥାଏ । ଏହି ପୋଷକ ତତ୍ତ୍ୱ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ । ତେବେ ଗାଜରରେ ଥିବା କିଛି ଔଷଧୀୟ ଗୁଣ ବିଷୟରେ ଆସନ୍ତୁ ଜାଣିବା । ଔଷଧୀୟ ଗୁଣ କ୍ୟାନସରରୁ ରକ୍ଷା କରିଥାଏ : ଆଧୁନିକ ଜୀବନଶୈଳୀ ଭିତରେ ଅଧିକାଂଶ ଲୋକ ଏବେ କ୍ୟାନସର ରୋଗରେ ପୀଡିତ । ତେବେ ଗାଜର ଏମିତି ଏକ ପରିବା ଯାହା କ୍ୟାନସର ଭଳି ମାରାତ୍ମକ ରୋଗରୁ ରକ୍ଷା କରିଥାଏ । ଏହା ଶରୀର ପକ୍ଷେ ବେଶ ସ୍ୱାସ୍ଥ୍ୟୃକର । ଗାଜର ଖାଇବା ଦ୍ୱାରା କର୍କଟ ରୋଗର କୋଷ ଗୁଡିକ ବିକଶିତ ହୋଇପାରନ୍ତି ନାହିଁ । ଗାଜରରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଥାଏ । ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ରୋଗ ସହ ଲଢିବାକୁ ଶକ୍ତି ପ୍ରଦାନ କରିଥାଏ । ଏଥିରେ ଥିବା ବିଟା କିରୋଟିନ ପୋଷକ ତତ୍ତ୍ୱ ସ୍ତନ କକର୍ଟରୁ ରକ୍ଷା କରିଥାଏ । ହାର୍ଟକୁ ରଖିଥାଏ ସୁସ୍ଥ : ଜର ଖାଇବା ଦ୍ୱାରା ହାର୍ଟ ସୁସ୍ଥ ରହିଥାଏ । ଗାଜରରେ ଭରପୂର ମାତ୍ରରେ ବୀଟା-କେରୋଟିନ, ଆଲଫା କେରୋଟିନ ଭଳି ଆଣ୍ଟି ଅକ୍ସିଡେଣ୍ଟ ମିଳିଥାଏ । ଯାହା କୋଲେଷ୍ଟ୍ରେଲକୁ ବଢିବାକୁ ଦେଇ ନଥାଏ । ଏହାଛଡା ହୃଦଘାତ ଭଳି ଆଶଙ୍କାକୁ ମଧ୍ୟ କମ କରିଥାଏ । ହୃତସ୍ୱନ୍ଦନ ବଢିବା ଓ ହାର୍ଟର ରୋଗ ପାଇଁ ଗାଜରକୁ ସିଝାଇ ଖାଇବା ଆବଶ୍ୟକ । ରକ୍ତଚାପ ନିୟନ୍ତ୍ରଣ : ଗାଜର କେବଳ ପାଟି ସୁଆଦିଆ ପରିବା ନୁହେଁ ଏହା ଶରୀରକୁ ଫିଟ ରଖିବା ପାଇଁ ମଧ୍ୟ ସାହାଯ୍ୟ କରିଥାଏ । ଗାଜର ଖାଇବା ଦ୍ୱାରା ଶରୀରର ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ । ଗାଜରରେ ରହିଥିବା ପୋଟାସିୟମ ପୋଷକ ତତ୍ତ୍ୱ ଶରୀରର ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ । ବିଭିନ୍ନ ରୋଗର ଔଷଧ : ଗାଜର ଅନେକ ରୋଗର ଔଷଧ ଭଳି କାମ କରିଥାଏ । ଜଣ୍ଡିସ ଓ ବଦହଜମି ଭଳି ସମସ୍ୟାରୁ ଗାଜର ରକ୍ଷା କରିଥାଏ । ଏହାଛଡା ଶରୀରର ଅସ୍ଥିକୁ ମଧ୍ୟ ଶକ୍ତିଶାଳୀ କରାଇଥାଏ । ଗାଜର ଖାଇବା ଦ୍ୱାରା ଗ୍ୟାସ ଓ ପେଟ ଜନିତ ସମସ୍ୟା ମଧ୍ୟ ଦେଖା ଯାଇ ନଥାଏ । ଗାଜରରେ ଥିବା ପୋଷକ ତତ୍ତ୍ୱ ପେଟକୁ ସଫା କରିବାରେ ସାହାଯ୍ୟ କରିଥାଏ । ଶରୀରର ରକ୍ତ ବଢାଇଥାଏ : ଗାଜରରେ ଭରପୁର ମାତ୍ରାରେ ଆଇରନ ଅଂଶ ରହିଥାଏ । ଏହାଛଡା ଏଥିରେ ଥିବା ଭିଟାମିନ-ଇ ନୂଆ ରକ୍ତ ତିଆରି କରିବାରେ ସାହାର୍ଯ୍ୟ କରିଥାଏ । ଏଥିପାଇଁ ଏନିମିଆ ରୋଗରେ ପୀଡିତ ରୋଗୀଙ୍କୁ ଗାଜର ଖାଇବାକୁ ପରାମର୍ଶ ଦିଆ ଯାଇଥାଏ । ଏହାଛଡା ମହିଳା ମାନେ ଋତୁତ୍ସାବ ସମୟରେ ଗାଜର ଖାଇବା ଆବଶ୍ୟକ । ଗାଜର ପେଟ ସଫା ରଖିବା ସହ ରକ୍ତକୁ ମଧ୍ୟ ପରିଷ୍କାର ରଖିଥାଏ । ଏହାର ପ୍ରଭାବରେ ଚର୍ମ ଉଜ୍ଜଳ ଦେଖାଯାଏ । ଆଖି ସମସ୍ୟା ଦୁର କରିଥାଏ : ଗାଜରରେ ପ୍ରବଳ ମାତ୍ରାରେ ଭିଟାମିନ-ଏ ମିଳିଥାଏ । ସୁସ୍ଥ ଆଖି ପାଇଁ ଭିଟାମିନ-ଏ ଅତ୍ୟନ୍ତ ଜରୁରୀ । ଗାଜରରେ ଥିବା ବିଟା କେରୋଟିନ ପୋଷକ ତତ୍ତ୍ୱ ମୋତିଆବିନ୍ଦୁରୁ ରକ୍ଷା କରିଥାଏ । ଯେଉଁ ଲୋକଙ୍କର ଦୃଷ୍ଟିଶକ୍ତି କମ ରହିଥାଏ ତାଙ୍କୁ ନିୟମିତ ଭାବେ ଗାଜର ଖାଇବା ଆବଶ୍ୟକ । ଗାଜର ଏକ ସୁପର ଫୁଡ଼ ଭାବେ ଘରେ ଘରେ ପରିଚିତ । ତେବେ ଖାସ କରି ଶୀତ ଋତୁରେ ଗାଜର ଖାଇବାକୁ ଡାକ୍ତର ଓ ସ୍ୱାସ୍ଥବିଦ୍ ମାନେ ମଧ୍ୟ ପରାମର୍ଶ ଦେଇଥାନ୍ତି । ଯଦି ଆପଣ ଗାଜର ଖାଉ ନାହନ୍ତି ତେବେ ଏବେ ଠାରୁ ନିଜ ଡାଏଟରେ ଗାଜର ସାମିଲ କର ନିଅନ୍ତୁ । ଆପଣ ଜାଣିଛନ୍ତି କି ଗାଜର ଖାଇବା ଦ୍ୱାରା କଣ ଉପକାରିତା ହେଇଥାଏ ? ନିୟମିତ ରୂପେ କଞ୍ଚା ଗାଜର କିମ୍ବା ଜୁସ କରି ପିଏଇଲେ ଆମ ଶରୀର ପାଁଇ ଏହା ବହୁତ ଉପକାରୀ ହେଇଥାଏ ଓ ଗଜରାରେ ପ୍ରଚୁର ପରିମାଣରେ ଔଷଧ୍ୟ ଗୁଣ ରହିଥାଏ ଯାହା କି ଆମ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଯଦି ଆପଣ ଥକାପଣ ଅନୁଭବ କରୁଛନ୍ତି ତ ନିୟମିତ ସକାଳୁ ଖାଲି ପେଟରେ ଗାଜର ଜୁସ କରି ସେଥିରେ କିଛି କଳା ଲୁଣ ଓ ପାଳଙ୍ଗ ରସ ମିଶାଇ ପିଅନ୍ତୁ । ଦେଖିବେ ଥକାପଣ ଜନିତ ସମସ୍ୟା ରୁ ଉପଶମ ମିଳିବ । ଶୀତ ସମୟରେ ଗାଜର ଜୁସ ପେଇବାଦ୍ୱାରା ଆପଣ ଙ୍କ ଶରୀର ଗରମ ରୁହେ ଏବଂ ଯଦି ଏହି ଋତୁରେ ଆପଣ ଥଣ୍ଡା ଜର ଅନୁଭବ କରୁଛନ୍ତି ତ ଗାଜର ଜୁସ କରି ସେଥିରେ ଅଳ୍ପ କଲା ଲୁଣ ପକାଇ ପିଅନ୍ତୁ । ଏପରି କରିବା ଦ୍ୱାରା ଥଣ୍ଡା ଜର କିମ୍ବା ଥଣ୍ଡା ଜନିତ ସମସ୍ୟା ଦୂର ହେଇଯିବ । ପେଟ ପାଁଇ ମଧ୍ୟ ଗାଜର ବହୁତ ଉପକାରୀ, ଯଦି ଆପଣ ଙ୍କ ପେଟ ଜନିତ କିଛି ସମସ୍ୟା ରୁହେ ତ ନିୟମିତ ଗାଜର ଜୁସ କରି ସେଥିରେ କିଛି ଲେମ୍ବୁ ଓ ପାଳଙ୍ଗ ଶାଗର ରସ ମିଶାଇ ପିଅନ୍ତୁ ଦେଖିବେ ଶୀଘ୍ର ଆରମ ମିଳିବ । ଗାଜର ରେ ପ୍ରଚୁର ପରିମାଣରେ କ୍ୟାଲସିୟମ, ଭିଟାମିନ ଏ, ବି, ସି ରହିଥାଏ ଏବଂ ହୃଦଘାତ ଜନିତ ସମସ୍ୟା ରୁ ମଧ୍ୟ ଦୂର କରେ । ଆଧାର : କନକ ନ୍ୟୁଜ